ଅବନା ରସତରଙ୍ଗ/ଜୟ ଭକତବତ୍ସଳ ଜଗତ ଇଶ୍ଵର

ଉଇକିପାଠାଗାର‌ରୁ
ଅବନା ରସତରଙ୍ଗ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ପ୍ରଥମ ଛାନ୍ଦ: ଜୟ ଭକତବତ୍ସଳ ଜଗତ ଇଶ୍ଵର

ପ୍ରଥମ ଛାନ୍ଦ: ଜୟ ଭକତବତ୍ସଳ ଜଗତ ଇଶ୍ଵର

ଜୟ ଭକତବତ୍ସଳ ଜଗତ ଇଶ୍ୱର
ଦରଶନ ନନ୍ଦନ ବନ୍ଦନ ଜନଙ୍କର ।୧।
ବରଧନ ଅନନ୍ତ ଯଶ ଏ ଜଗତର
କର ଧନ ଅନନ୍ତ ସହଜ ଭକତର ।୨।
ରକ୍ଷ ଚକ୍ରଧର କର ସକଳ ସମୟ
ରକ୍ଷଚକ୍ର ଦରକର ନବ ରସମୟ ।୩।
ଲକ୍ଷଣବନ୍ତ ଅଲକ୍ଷ ଲପନ ସହଜ
ସକଳ ଲକ୍ଷଣବନ୍ତ ଲକ୍ଷ୍ମଣ ଅଗ୍ରଜ ।୪।
ଧର୍ମବନ୍ତ ବରମଖ ରକ୍ଷଣ ତତ୍ପର
ଇନ୍ଦ୍ରପଦ ବହ ତପସ୍କର ସଙ୍ଗତର ।୫।
ବଡ ଦମ୍ଭପଣ ହତ କର ରକ୍ଷ ଗଣ
ଅଶରଣ ଶରଣ ଅମର ପ୍ରବରଣ । ୬।
ଅକଥନ କର୍ମ କର ପଦ ସ୍ପରଶର
ନବ ଅବୟନ୍ତ ହୋଇଥିବାର ପଥର ।୭।
ନଦ ତରଣର କଇବର୍ତ୍ତ ଅଘହର
ଜନକ ଜନପଦ ଗମନ ତତପର ।୮।
କର କଷ କରକଶ ବଶର ପ୍ରଭବ
ଖଣ୍ଡନ ଏରଣ୍ଡ ଦଣ୍ଡବତ ଅଜଗବ ।୯।
ଉପଯମ ବଶବଡ ମଙ୍ଗଳ ସର୍ଜନ
ଜନକ ନବର ବର ପଦ ସରଞ୍ଜନ ।୧୦।
ସତ୍ୱର ମଣ୍ଡନ କର ସର୍ବ ଗର୍ବ ହର
ପରମରମ୍ୟ ବର୍ଦ୍ଧନ ଲବ ଲବ କର ।୧୧।
ସ୍ୱବଳସହ ଗମନ କରଣ, ପଥର
ସହସ୍ର କର କ୍ଷୟକ ଗରବ ଅନ୍ତର ।୧୨।
ସଦ୍ମବନ୍ତ ରହଃସ୍ଥଳ କଳତ୍ରର ସଙ୍ଗ
ନବ ନବ ରସ ରତ ନବରତରଙ୍ଗ ।୧୩।
ଶମଲବଧର ସମ୍ବତ୍ସର ଦ୍ୱୟଗତ
ଅମର ଶରଣ ଭୟଚୟ କ୍ଷୟଅର୍ଥ ।୧୪।
ସତ୍ୟସନ୍ଧ ମଣ୍ଡନ ଜନକ ବଚସ୍କର
ଜଟା ବଳକଳପଟବହ ବନଚର ।୧୫।
ଲକ୍ଷଣଶଙ୍କର ଧରଶବ୍ଦବହ ସଙ୍ଗ
ଛଦନ ସଦନର ରଚନ ରସରଙ୍ଗ ।୧୬।
ଅକପଟ ବଡପଣ ସମ୍ପଦ ଅବଶ
ସମର୍ପଣ କଟକ ଭରତ ସମଯଶ ।୧୭।
ବନଭବନଜନର ମନର ଭରମ
ଅବୟବଅନ୍ତ ଏମଦନ ବର ରମ୍ୟ ।୧୮।
ମହତ୍ତମ ସମର୍ପଣ କଳମଷ ହର
ଦଣ୍ଡକଗତ ଦଣ୍ଡକ ପଥ ଅଶ୍ରପର ।୧୯।
ଅଭୟପଞ୍ଜର ତବ ଉଭୟ ଅନ୍ତର
ରସ ବର୍ଣ୍ଣନର, ମମ ମନ ତପତର ।୨୦।
ସଦୟ କର ସଦୟ ଅର୍ଣ୍ଣନ ବହନ
କର ଉତ୍ତମ ରସଜ୍ଞ ଜନ ତନମନ ।୨୧।
ନଭସଦ ଉରଗ ନର ଦରପ ହର
କନକ ନଗରଈଶ ଦଶବଦନର ।୨୨।
ଏକ ଉଦର ଜନନ ଗନ୍ଧଗ୍ରହ କର୍ଣ୍ଣ
ଖଣ୍ଡନ ଦଣ୍ଡ ଦର୍ଶନ କ୍ଷଣ ଛନ ଛନ ।୨୩।
ଖର ଖର ଦହନ ଗହନ ମଧ୍ୟଗତ
ଦଶକନ୍ଧର ଲବଧ ଏମନ୍ତ ଉଦର ।୨୪।
ଦଣ୍ଡକଅରଣ୍ୟ ଗତ ଏମନ୍ତ ଲମ୍ପଟ
ରକ୍ଷ ଜଣଙ୍କ ରତନ ଏଣକ କପଟ ।୨୫।
ତତକ୍ଷଣ କନକ କମଳର ଇକ୍ଷଣ
ଅଙ୍ଗଣ ସ୍ୱର୍ଣ୍ଣନଗ ସର ସମ ଉଟଜ ।୨୬।
ଲଙ୍ଗଳ ଅଗ୍ରଶବଦଧରଣ ଅଗ୍ରତ
ଝଟ ଝଟ ଚହଟ ଚଳ ଅନବରତ ।୨୭।
ଦଶ ଦରଶନ କ୍ଷଣ ଦଇବର ବଳ
ଧବ ଅଗ୍ରତ ଏସନ କଥନ ଚପଳ ।୨୮।
ଉଠ ଈଶ ସନ୍ଧ ଶର ବଧ ଏ ଚମର
ବର କବର ଗର୍ଭକ ଅର୍ଥ ଦତ୍ତ କର ।୨୯।
ନଚବର ବଚବଶ ସ୍ୱଜନର ବତ
ଖରପର ଗମନ କରଣ ସମମତ ।୩୦।
ପବନରଥ ଚତ୍ୱର ଅନ୍ତର ସତ୍ୱର
ଚରମ ଗତ ଅନନ୍ତ ପ୍ରହରକ ଶର ।୩୧।
ମରଣର ବଶ କର ଅମଙ୍ଗଳ ସ୍ୱର
ଶ୍ରବଣ ପର୍ଣ୍ଣସଦନ ଦ୍ୱୟ ଜନଙ୍କର ।୩୨।
ଗମନ ଉଦ୍ୟମ ଲକ୍ଷ୍ମଣର ଅଦର୍ଶନ
ଉଷଣ ପଦବହକ କଥନ ଏସନ ।୩୩।
ରଖ ଲକ୍ଷ୍ମଣ ଶବଦ ଶ୍ରବଣ ସହଜ
ନ କର ତ ଗମନ ଭରତ ଅବରଜ ।୩୪।
ମମ ବଲ୍ଳଭର ସହ କପଟ ଗମନ
ଭରତ କଳତ୍ର କରଣର ତବ ମନ ।୩୫।
ଅନ୍ତସକରଣ ଗତ ଭାଲ୍ଳ ଏ ବଚନ
ଅମରଷବଶ ଗତ ଚମ୍ପକବଚନ ।୩୬।
ଏସମୟ ଦଶକନ୍ଧ କପଟ ତପସ
ରଚନ ମନରଞ୍ଜନ ବଚନ ରହସ ।୩୭।
ଅସମମତର ତରତର ବଳକର
ତମ ଦରଷଣ ବତ ହର ଶଶଧର ।୩୮।
ମର୍ତ୍ତ୍ୟଭବ ବନଜ ଭବନ ଜନ ସତ
ନୟନ ଲପନ କର ପଦ ତଦବତ ।୩୯।
ଉନ୍ନତ ଉରଜ କଢ ଉଦରର ଛନ୍ନ
ଲଙ୍କଈଶ ପ୍ରଭଞ୍ଜନ ବତ ସକମ୍ପନ ।୪୦।
ଜନକ ଆପଣ ତପ ଅର୍ଜନ କନକ
କମଳଭବ ରଚନ ଉତ୍ତମ ପଦକ ।୪୧।
ମହତ ନରବରକ ବକ୍ଷର ମଣ୍ଡନ
କର୍ମ ମଦ୍ୟପ ତସ୍କର କରର ପତନ ।୪୨।
ରଥଗତ କ୍ଷଣ ଘନ ସମୟର ସମ
ନୟନ ଜଳଦ ଗଣ୍ଡସ୍ଥଳ କରଦମ ।୪୩।
ନଦଜନମ ମଜ୍ଜ ଦ୍ୱୟ ସ୍ତନତଟ
ଗନ୍ଧଗ୍ରହ ପବନ ପ୍ରଖର ପରକଟ ।୪୪।
କଳକଣ୍ଠ କଣ୍ଠବନ୍ଦ ତମସ ଜଗତ
ଅଦରଶନ ଧବଳକର ହସ ସତ ।୪୫।
ପତନ କଷ୍ଟ ଚଡକ ଦମ୍ଭଦର ପର
ଉଚ୍ଚରବ ଷଡକ ଶବଦ କର କର ।୪୬।
ଅସ୍ରପଇନ୍ଦ୍ର ଶବର ବନଗତ ମତ
ଖଗବର ତନୟ ସରଭ ଉପଗତ ।୪୭।
ଜୟ ସରଥ ଭକ୍ଷଣ ସମୟ ବମନ
ହସ୍ତଗତ ଖଡଗର ତଷଣ ହନନ୍ ।୪୮।
ପତଙ୍ଗ ବତ ସ୍ୟନ୍ଦନ ଗମନ ଗଗନ
ଧରଦନ୍ତ ପତସ୍ଥ ପବଗ ପଞ୍ଚଜନ ।୪୯।
ଦରଶନ ବଲ୍ଳଭ ଯଶ ପ୍ରକଟକ
ପତନକର ବସନ ରତନ କଟକ ।୫୦।
ଅର୍ଣ୍ଣବ ମଧ୍ୟ ନଗର ଉପବନ ସ୍ଥଳ
ରକ୍ଷ ସଉଦ ସଦନ ମଧ୍ୟଗତ ଖଳ ।୫୧।
ସହସ୍ର ନୟନ ଦତ୍ତ ଅମରଅଶନ
ତତକ୍ଷଣ ସପ୍ରସନ୍ନ ସକଳ କଥନ ।୫୨।
ନମ ଲପନ ଏକତ ଗଣ୍ଡ ଖଣ୍ଡ କର
ସକଳ ଲକ୍ଷଣ ଉପସ୍ଥଳ ଜର ଜର ।୫୩।
ବଲ୍ଳଭ ଜପ ରସଜ କର ପଲ୍ଳବର
ଏସନ କରଣ ସହ ସମ୍ପଦର ଘର ।୫୪।
ଉପଇନ୍ଦ୍ର କରଇ ସହସ୍ର ଦଣ୍ଡବତ
ଜନମ ଜନମ କର ତବର ଭକତ ।୫୫।