ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
ଦେଖଣା
←ସରିବ କି ଏ ନିଶି ଗୋ | ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି ଲେଖକ/କବି: ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି |
ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି→ |
ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
ରାଗ ସିନ୍ଧୁକାମୋଦୀ, ତାଳ ଆଦିତାଳ
ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି ।
ପାଶୋରି ନୁହେଁ ଗିରିଧାରୀକି ଲୋ
ମୂରୁଛି ନୁହେଁ ଗିରିଧାରୀକି । ଘୋଷା ।
ଆନ କିଛି ନ ରୁଚେ ଆଖି ଭିତରେ ନାଚେ
କଳଙ୍କ ହେଲା କୁଳନାରୀଙ୍କି । ୧ ।
ସେ କି ଗୋକୁଳବାସୀ ମହା ମୋହନ ଫାଶି
ଆସି ରହିଛି ନନ୍ଦପୁରୀକି । ୨ ।
ଚାହିଁବା ମାତ୍ରେ ମନ ହରେ ମତିମୋହନ
ଏତେକ ନ ପାରିଲି ତରକି । ୩ ।
କି କୋମଳ ବଚନ ପବିତ୍ର ଅପଘନ
ଲୋଚନ ବେନି କାମଛୁରୀ କି । ୪ ।
ଲେଖିଦେବି ମୁଁ ଖତ ଲୋକ ପଣେ ଦେଖ ତ
କେ ଆଣି ଦେବ କାଲି ପରି କି । ୫ ।
ବନମାଳୀ କହଇ ରାଗରେ ଯେ ଚାହଁଇ
ସେ ସିନା ଯାଏ ଏତେ ସରି କି । ୬ ।