Jump to content

ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - କାହ୍ନୁ ପାଦାନମ୍

ଉଇକିପାଠାଗାର‌ରୁ
ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - ଲୁଇ ପାଦାନମ୍ ( ଡୋମ୍ବୀ ଚର୍ଯା )
ଲେଖକ/କବି: କାହ୍ନୁପା

ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - ଲୁଇ ପାଦାନମ୍ ( ନଂ .୯ - ଡୋମ୍ବୀ ଚର୍ଯା )

 
ନଗର ବାହିରେ ରେ ଡୋମ୍ବି ତୋହରି କୁଡ଼ିଆ ।
ଛୋଇ ଛୋଇ ଜାହି ସୋ ବ୍ରାହ୍ମ ନାଡ଼ିଆ ।।୧।।

ଆଲୋ ଡୋମ୍ବି ତୋଏ ସମ କରିବ ମୋ ସାଙ୍ଗ ।
ନିଘଣ କାହ୍ନୁ କାପାଳି ଜୋଇ ଲାଙ୍ଗ ।।ଧ୍ରୁ।।

ଏକସୋ ପଦୁମା ଚୌଷଠୀ ପାଖୁଡ଼ୀ ।
ତହିଁ ଚଡ଼ି ନାଚଅ ଡୋମ୍ବୀ ବାପୁଡ଼ୀ ।।୨।।ଧ୍ରୁ

ହାଲୋ ଡୋମ୍ବୀ ତୋ ପୁଚ୍ଛମି ସଦଭାବେ ।
ଆଇସସି ଜାସି ଡୋମ୍ବି କାହାରି ନାବେଁ ।।୩।।ଧ୍ରୁ

ତାନ୍ତି ବିକଅଣ ଡୋମ୍ବି ଅବର ନା ଚାଂଗେଡ଼ା ।
ତୋହୋର ଅନ୍ତରେ ଛାଡ଼ି ନଡ଼ ପେଡ଼ା ।।୪।।ଧ୍ରୁ

ତୁଲୋ ଡୋମ୍ବି ହାଉଁ କପାଳୀ ।
ତୋହୋର ଅନ୍ତରେ ମୋ ଏ ଘେଣିଲି ହାଡ଼େରି ମାଳୀ ।।୫।।ଧ୍ରୁ

ସରୋବର ଭାଞ୍ଜିଅ ଡୋମ୍ବି ଖାଅ ମୋଲାଣ ।
ମାରମି ଡୋମ୍ବି ଲେମି ପରାଣ ।।୬।।ଧ୍ରୁ