ଆହେ ଦୟାମୟ ବିଶ୍ୱବିହାରୀ

ଉଇକିପାଠାଗାର‌ରୁ
ଆହେ ଦୟାମୟ ବିଶ୍ୱବିହାରୀ ଲେଖକ/କବି: ରାମକୃଷ୍ଣ ନନ୍ଦ
ଆହେ ଦୟାମୟ ବିଶ୍ୱବିହାରୀ

ଆହେ ଦୟାମୟ ବିଶ୍ୱବିହାରୀ

ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟା ବହି ମୋର ଗୁହାରୀ । ୧।

ଜଳ ସ୍ଥଳ ବନ ଗିରି ଆକାଶ
ତୁମ ଲୀଳା ସବୁଠାରେ ପ୍ରକାଶ । ୨।

ତୁମ ଚରଣରେ ମୋର ଭକତି
ଦିଅ ବିପଦେ ସାହସ ଶକତି । ୩।

ମୋର କାମକୁ କରାଅ ସରସ
ମୋର ମୁଖେ ଦିଅ ଚିର ହରସ । ୪।

ମୋତେ ଖଳ ଅଳସୁଆ ନିକଟେ
ନିଅ ନାହିଁ ସୁଖେ ଅବା ସଙ୍କଟେ । ୫।

ଦୁଃଖି ଅରକ୍ଷିତ ସେବା କାରଣେ
ଦିଅ ବଳ ମୋର କର ଚରଣେ । ୬।

ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି । ୭।

ମୋତେ ଏତିକି ଶିଖାଅ ସାଇଁ ହେ
ମୋର ଧନ ଜନ ଲୋଡା ନାହିଁ ହେ । ୮।