ଏକ ଦିନେ ନାରଦ ମହାଋଷି

ଉଇକିପାଠାଗାର‌ରୁ
Jump to navigation Jump to search
ବିଚିତ୍ର ରାମାୟଣ ଲେଖକ/କବି: ବିଶ୍ୱନାଥ ଖୁଣ୍ଟିଆ
ଆଦ୍ୟକାଣ୍ଡ

ଏକ ଦିନେ ନାରଦ ମହାଋଷି
ଗ୍ରନ୍ଥ ଆରମ୍ଭ
ରାଗ ଚକ୍ରକେଳି

ଏକଦିନେ ନାରଦ ମହାଋଷି । ବାଲମୀକି ଆଶ୍ରମେ ହେଲେ ଆସି ।
ତାଙ୍କୁ ଦେଖିଣ ବ‌ହୁ ପୂଜା କଲେ । ମନ ସଂଶୟ ତାଙ୍କୁ ପଚାରିଲେ ।
କେଉଁ ପୁରୁଷ‌‌ଠାରେ ସର୍ବ ଗୁଣ । ଅଛି କାହାଠାରେ ସର୍ବ ଲକ୍ଷଣ ।
ରବି ପ୍ରାୟ ହୋଇବ ତେଜୋବନ୍ତ । ପବନ ପ୍ରାୟ ହେବ ବଳବନ୍ତ ।
ସ‌ତ୍ୟ ଶାନ୍ତି ଦୟା କ୍ଷମାସାଗର । କୃତାନ୍ତକ ପ୍ରାୟ ହୃଦ ନିଷ୍ଠୁର ।
ମହୀ ପ୍ରାୟକ ହୋଇବ ସ‌ହଣି । ଧନବନ୍ତରେ କୁବେରକୁ ଜିଣି ।
ଶତ୍ରୁ ଅଧିକ ହେବ ଧନୁର୍ଦ୍ଧର । ବିଦ୍ୟାରେ ହେବ ବୃହସ୍ପତିବର ।
କ୍ରୋଧେ ହୋଇବ ଅନଳୁଁ ପ୍ରଖର । ଶାନ୍ତିଗୁଣେ ଶରଦଶୀତକର ।
ଧାତା ପ୍ରାୟେକ ହୋଇବ କରତା । ତମୋଗୁଣେ ଶିବଙ୍କୁ ଅଧିକତା ।
ମନମଥ ଜିଣି ହେବ ସୁନ୍ଦର । ସର୍ବଗୁଣରେ ହୋଇବ ଉଦାର ।
କିଛି ନଥିବ ତାର ଅବିଗୁଣ । କେଉଁ ପୁରୁଷ ଅଛି ଏଡ଼େ ଜଣ ।
ଶୁଣି ନାରଦ ବୋଲନ୍ତି ବଚନ । ରାମଚନ୍ଦ୍ର ଦଶରଥ ନନ୍ଦନ ।
ତାଙ୍କଠାରେ ଅଛନ୍ତି ସର୍ବଗୁଣ । ଅବତରିବେ ସ୍ୱୟଂ ନାରାୟଣ ।
ତାଙ୍କ ଚରିତ ଅପାରୁଁ ଅପାର । ତାଙ୍କୁ ଉପାସନା କରି ନିସ୍ତର ।
ସର୍ବ କ‌ହି ନାରଦମୁନି ଗଲେ । ବାଲମୀକି ରାମଙ୍କୁ ଲୟ କଲେ ।
ତାଙ୍କୁ ପ୍ରସନ୍ନ ହେଲେ ଜଗନ୍ନାଥ । ବୋଲେ ବିଶି ପୂରିଲା ମ‌ନୋରଥ ।