ଓଡ଼ିଶା ରାଜନୀତିର ଇତିହାସ/ନବକୃଷ୍ଣ ଚୌଧୁରୀଙ୍କ ଇସ୍ତଫା ଓ ଦ୍ୱିତୀୟ ସାଧାରଣ ନିର୍ବାଚନ

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ନବକୃଷ୍ଣ ଚୌଧୁରୀଙ୍କ ଇସ୍ତଫା ଓ ଦ୍ୱିତୀୟ ସାଧାରଣ ନିର୍ବାଚନ


ଦ୍ୱାଦଶ ପରିଚ୍ଛେଦ
ନବକୃଷ୍ଣ ଚୌଧୁରୀଙ୍କ ଇସ୍ତଫା ଓ
ଦ୍ୱିତୀୟ ସାଧାରଣ ନିର୍ବାଚନ

ଷଢେ଼ଇକଳା-ଖରସୁଆଁ ଓଡ଼ିଶାରୁ ଚାଲିଗଲା । ଓଡ଼ିଶାରେ ଜୋର୍‍ଦାର ସୀମା ଆନ୍ଦୋଳନ ହେଲା । ଏହି ଆନ୍ଦୋଳନଯୋଗୁଁ କଟକର ଯୁବକ ସୁନୀଲ୍‍ ଦେ ଓ ପୁରୀର କିଶୋର ବେଙ୍ଗପାଣିଆ ପୁଲିସ୍‍ ଗୁଳିରେ ମୃତ୍ୟୁବରଣ କଲେ । କେନ୍ଦ୍ର ସରକାର କୌଣସି ସୁବିଚାର କଲେ ନାହିିଁ । ଫଳରେ ବିରୋଧିଦଳ ଏହାର ଫାଇଦା ଉଠାଇଲେ । ଆନ୍ଦୋଳନ ସେମାନଙ୍କ ହାତକୁ ଚାଲିଗଲା । ବିରୋଧିଦଳମାନେ ଓଡ଼ିଶାକୁ ଭାରତବର୍ଷରୁ ପୃଥକ କରିଦେବା ପାଇଁ ଧ୍ୱନି ଦେଲେ । ସୀମା ଆନ୍ଦୋଳନ ନିମନ୍ତେ ନବକୃଷ୍ଣ ଚୌଧୁରୀ ସରକାର ବଦନାମ ହେଲା । କାନ୍ଥବାଡ଼ରେ ଲେଖାହେଲା, "ନବକୃଷ୍ଣ ଚୌଧୁରୀ ବରଗଛ ଦେଖି ଦଉଡ଼ି ଦିଅ ।" ପ୍ରଥମେ ଏହି ସୀମା ଆନ୍ଦୋଳନ ଥିଲା ଭାରତ ସରକାରଙ୍କ ବିରୁଦ୍ଧରେ । ହଠାତ୍‍ ମୋଡ଼ ବଦଳି ଯାଇ ଏହା ଓଡ଼ିଶା ସରକାର ଓ ନବବାବୁଙ୍କ ବିରୋଧୀ ହୋଇଗଲା ।

ସଭାସମିତିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପୂରେଇ ଦିଆଗଲାନାହିିଁ । ମୁଖ୍ୟମନ୍ତ୍ରୀ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ୍‍ର ପୁରସ୍କାର ବିତରଣ ଉତ୍ସବକୁ ଯାଇ ଟେକାମାଡ଼ ଖାଇଲେ । କଂଗ୍ରେସଦଳ ଭିତରେ ମଧ୍ୟ ନବବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜୋରସୋର ଉଦ୍ୟମ ଚାଲିଥାଏ । ତାଙ୍କ ଜାଗାରେ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରି ଆଣିବାପାଇଁ ଗୋଟିଏଗୋଷ୍ଠୀ ଉଦ୍ୟମ କରୁଥାଆନ୍ତି । ସେତେବେଳେ ମହତାବବାବୁ ଥାଆନ୍ତି ବମ୍ୱେ ପ୍ରଦେଶର ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ପଦରେ ନରହିବା ପାଇଁ ନବବାବୁ ବହୁତ ଥର ପଣ୍ଡିତ ନେହେରୁଙ୍କୁ ପତ୍ର ଲେଖି ଜଣାଇଥାଆନ୍ତି- ବିଶ୍ୱନା ଦାସଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବା ପାଇଁ । ପଣ୍ଡିତ ନେହେରୁ ରାଜି ନଥାନ୍ତି । କାରଣ ସେ ବିଶ୍ୱନାଥ ଦାସଙ୍କ ଉପରେ ସନ୍ତୁଷ୍ଟ ନଥିଲେ ।

ତା'ପରେ ନାମ ଉଠିଲା ନିିତ୍ୟାନନ୍ଦ କାନୁନ୍‍ଗୋଙ୍କର । ନିତ୍ୟାନନ୍ଦ ବାବୁଙ୍କ ନାମ ଉଠାଇଥିଲେ ମୌଲାନା ଆବୁଲ୍‍ କଲାମ ଆଜାଦ୍‍ । ହେଲେ ନିତ୍ୟାନନ୍ଦବାବୁ ଏହି ପ୍ରସ୍ତାବରେ ରାଜି ନ ହୋଇ ହରେକୃଷ୍ଣ ମହତାବଙ୍କ ନାମ ନିଜ ଆଡୁ ପ୍ରସ୍ତାବ କଲେ । ପଣ୍ଡିତ ନେହେରୁ ବଡ଼ ଅଡୁଆରେ ପଡ଼ିଲେ । ନବବାବୁଙ୍କୁ ବୁଝାଇବା ପାଇଁ ସେ ତାଙ୍କର ପତ୍ନୀ ମାଳତୀଦେବୀଙ୍କୁ ପତ୍ର ଲେଖିଲେ । କଂଗ୍ରେସ ସଭାପତି ଧେବର ଓ ପଣ୍ଡିତ ନେହେରୁ ଚାହୁଁଥାଆନ୍ତି- ଆଗକୁ ୧୯୫୭ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯାଏ ଅନ୍ତତଃ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ରହିଯାଆନ୍ତୁ । ତାହା ହେଲା ନାହିିଁ । ନବବାବୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଆପାତତଃ ନାପସନ୍ଦ କରୁଥିଲେ । ପଣ୍ଡିତ ନେହେରୁ ନବକୃଷ୍ଣ ଚୌଧୁରୀଙ୍କୁ ଖୁବ୍‍ ଭଲ ପାଉଥିଲେ । ତାଙ୍କର ଇଚ୍ଛା ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ନ ଛାଡ଼ନ୍ତୁ ।

କଂଗ୍ରେସ ହାଇକମାଣ୍ଡ ଶେଷରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ବାଧ୍ୟହୋଇ ରାଜିହେଲେ । ନବବାବୁ ତାଙ୍କର ସମସ୍ତ ପରିକଳ୍ପିତ କାର୍ଯ୍ୟକ୍ରମକୁ ଓଡ଼ିଶାର ଭବିଷ୍ୟତ ନେତୃବର୍ଗଙ୍କ ହସ୍ତରେ ଅର୍ପଣ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସେଦିନ ଥିଲା ୧୯୫୬ ମସିହା ଅକ୍ଟୋବର ୧୯ ତାରିଖ । ହରେକୃଷ୍ଣ ମହତାବ ବମ୍ୱେ ରାଜ୍ୟପାଳ ପଦବୀରୁ ଇସ୍ତଫାଦେଇ ସେହିଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ଦ୍ୱିତୀୟଥର ପାଇଁ । ଓଡ଼ିଶାର ତତ୍‍କାଳୀନ ରାଜ୍ୟପାଳ ଭୀମସେନ ସାଚାର ତାଙ୍କୁ ଶପଥପାଠ କରାଇଲେ । ତାଙ୍କ ନେତୃତ୍ୱରେ ନୂତନ ମନ୍ତ୍ରିମଣ୍ଡଳ ଶପଥନେଲା । ସେଥିରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଚାରିଜଣ କ୍ୟାବିନେଟମନ୍ତ୍ରୀ ଓ ପାଞ୍ଚଜଣ ଉପମନ୍ତ୍ରୀ । ପୂର୍ବରୁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା କ୍ୟାବିନେଟ୍‍ ମନ୍ତ୍ରୀ ସଦାଶିବ ତ୍ରିପାଠୀ ଓ ସୁନାରାମ ସୋରେନ୍‍ ଏବଂ ଉପମନ୍ତ୍ରୀ ଭୈରବ ଚନ୍ଦ୍ର ମହାନ୍ତି ଓ ତୀର୍ଥବାସୀ ପ୍ରଧାନଙ୍କୁ ମନ୍ତ୍ରିମଣ୍ଡଳରେ ହରେକୃଷ୍ଣ ମହତାବ ଗ୍ରହଣ କଲେନାହିିଁ । ତାଙ୍କ ମନ୍ତ୍ରିମଣ୍ଡଳରେ ଯେଉଁମାନେ ସ୍ଥାନ ପାଇଲେ, ସେମାନେ ହେଲେ ନିଜେ ହରେକୃଷ୍ଣ ମହତାବ- ମୁଖ୍ୟମନ୍ତ୍ରୀ, ରାଜନୈତିକ ବ୍ୟାପାର ବିଭାଗ, ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟ, ଆଦିବାସୀ, ଗ୍ରାମମଙ୍ଗଳ ଓ ଶ୍ରମବିଭାଗ; ରାଧାନାଥ ରଥ- ମନ୍ତ୍ରୀ, ପରିବହନ ଓ ନିର୍ମାଣ, କୃଷି, ସମବାୟ ଓ ଜଙ୍ଗଲ, ଯୋଗାଣ, ବାଣିଜ୍ୟ ଏବଂ ରିଲିଫ୍‍ ଓ ପୁର୍ନବସତି; ଶ୍ରୀସତ୍ୟପ୍ରିୟ ମହାନ୍ତି- ମନ୍ତ୍ରୀ, ରାଜସ୍ୱ- ଅବକାରୀ, ଘରୋଇ ଏବଂ ଆଇନ; ରାଜାସାହେବ କିଶୋରଚନ୍ଦ୍ର ଦେଓଭଞ୍ଜ- ମନ୍ତ୍ରୀ ଶିଳ୍ପ, ଖଣି ଓ ଭୂତତ୍ତ୍ୱ । ଉପମନ୍ତ୍ରୀମାନେ ହେଲେ ଶ୍ରୀମତୀ ବସନ୍ତ ମଞ୍ଜରୀ ଦେବୀ- ସ୍ୱାସ୍ଥ୍ୟ, ନୀଳମଣି ରାଉତରାୟ ଘରୋଇ ଓ ଶିଳ୍ପ; କୃପାନିଧି ନାୟକ- କୃଷି, ପଶୁପାଳନ, ବିପଣନ ସଂଗଠନ ଓ ଯୋଗାଣ; ଅନୁପ ସିଂହଦେଓ- ଆଦିବାସୀ, ଗ୍ରାମମଙ୍ଗଳ ଓ ଶ୍ରମ ଏବଂ ଶାନ୍ତନୁ କୁମାର ଦାସ- ସମବାୟ, ମତ୍ସ୍ୟ, ରିଲିଫ୍‍ ଓ ପୁନର୍ବସତି । ଏହି ମନ୍ତ୍ରୀ ଓ ଉପମନ୍ତ୍ରୀମାନେ ପୂର୍ବରୁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ରହିିଥିଲେ ।

ମହତାବ ବାବୁ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନୂତନ ଭାବରେ ପଲ୍‍ଟିକାଲ୍‍ ଆଣ୍ଡ ସର୍ଭିିସେସ୍‍ ବିଭାଗ ନାମରେ ଏକ ନୂଆ ବିଭାଗ ଖୋଲି ତାକୁ ନିଜ ଦାୟିତ୍ୱରେ ରଖିଲେ । ଭୁବନେଶ୍ୱରରେ ରାଜଧାନୀ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ । ସୀମା ଆନ୍ଦୋଳନରେ ଅଂଶଗ୍ରହଣ କରି ଚାକିରିରୁ ନିଲମ୍ୱିତ ହୋଇଥିବା କର୍ମଚାରୀମାନଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହୃତ କଲେ । ଏହି ସମୟ ମଧ୍ୟରେ ସେ ବିଶେଷ କିଛି କାର୍ଯ୍ୟକ୍ରମ ଗ୍ରହଣ କରିପାରିଲେ ନାହିିଁ । କାରଣ ସେ ଦାୟିତ୍ୱ ନେବାର ଚାରିମାସ ପରେ ଦେଶ ତ‌ଥା ରାଜ୍ୟରେ ଦ୍ୱିତୀୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ସେଥିପାଇଁ ସେ ବ୍ୟସ୍ତ ରହିଲେ । ଏହି ନିର୍ବାଚନରେ ବିଧାନସଭା ମଣ୍ଡଳୀର ସୀମାରେ ସାମାନ୍ୟ ଅଦଳବଦଳ ହୋଇଥିଲେ ହେଁ ପୂର୍ବ ପରି ୧୪୦ଟି ବିଧାନସଭା ଆସନ ରହିଲା । ସେଥିରୁ ୩୯ଟି ଯୁଗ୍ମ ସଦସ୍ୟ ଆସନ ଓ ୬୨ଟି ଜଣିକିଆ ସଦସ୍ୟ ଆସନ ହୋଇରହିଲା ।

ଲୋକସଭା ଓ ବିଧାନସଭା ପାଇଁ ଓଡ଼ିଶାରେ ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ୧୯୫୭ ମସିହା ଫେବ୍ରୁଆରି ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୨ତାରିଖରେ ଶେଷ ହେଲା । ଏହି ନିର୍ବାଚନରେ ଯେଉଁ ରାଜନୈତିକ ଦଳମାନେ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ ସେମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ, ଗଣତନ୍ତ୍ର ପରିଷଦ, ଭାରତୀୟ କମ୍ୟୁନିଷ୍ଟପାର୍ଟି, ପ୍ରଜା ସମାଜବାଦୀ ଦଳ, ସଂଯୁକ୍ତ ସମାଜବାଦୀ ଦଳ ଓ ଝାଡ଼ଖଣ୍ଡ ଦଳ । ଏହା ବ୍ୟତୀତ ଥିଲେ ନିର୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ । କଂଗ୍ରେସ ୧୪୦ଟି ଆସନ ନିମନ୍ତେ ପ୍ରାର୍ଥୀ ଦେଇଥିବା ସ୍ଥଳେ, ଗଣତନ୍ତ୍ର ପରିଷଦ ୧୦୭ଟି ଆସନରେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪୨ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୩ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଏହା ବ୍ୟତୀତ ସଂଯୁକ୍ତ ସମାଜବାଦୀ ଦଳ, ଝାଡ଼ଖଣ୍ଡ ଦଳ ଓ ନିର୍ଦଳୀୟ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ବିଶେଷ ଉଲ୍ଲେଖନୀୟ ଘଟଣା ହେଲା ଯେ, ସମାଜବାଦୀ ଦଳରେ ମତଭେଦ ସୃଷ୍ଟି ହେବାରୁ ସେହି ଦଳ 'ପ୍ରଜାସମାଜବାଦୀ ଦଳ' ଓ 'ସଂଯୁକ୍ତ ସମାଜବାଦୀ ଦଳ' ନାମରେ ଦୁଇ ଦଳରେ ବିଭକ୍ତ ହୋଇଗଲେ । ଦୁଇଟିଯାକଦଳ ସ୍ୱତନ୍ତ୍ର ଭାବରେ ନିର୍ବାଚନରେ ପ୍ରାର୍ଥୀ ଠିଆ କରାଇଲେ ।

ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ-୫୬, ଗଣତନ୍ତ୍ର ପରିଷଦ-୫୧, ପ୍ରଜାସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାଟି-୯ ଓ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ୧୩ଟି ଆସନ ଲାଭ କରିଥିଲେ । ପୂର୍ବପରି ଲୋକସଭା ପାଇଁ ୨୦ଟି ଆସନ ରହିଲା । ସେଥିରୁ ଛ'ଟି ଯୁଗ୍ମ ସଦସ୍ୟ ବିଶିଷ୍ଟ ଆସନ ଓ ଆଠଟି ଜଣିକିଆ ସଦସ୍ୟ ଆସନ ଭାବରେ ମାନ୍ୟତା ଲାଭ କରିଥିଲା । ଏହି କୋଡ଼ିଏଟି ଆସନରୁ କଂଗ୍ରେସ-୭, ଗଣତନ୍ତ୍ର ପରିଷଦ-୭, ପ୍ରଜା ସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାର୍ଟି- ୧ ଏବଂ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥମାନେ ତିନୋଟି ଆସନରେ ବିଜୟୀ ହୋଇଥିଲେ ।

ଲୋକସଭା ଓ ବିଧାନସଭାର ବିଜୟୀ ପ୍ରାର୍ଥୀମାନଙ୍କର ତାଲିକା ନିମ୍ନରେ ପ୍ରଦତ୍ତ ହେଲା:

ଦ୍ୱିତୀୟ ଲୋକସଭାକୁ ଓଡ଼ିଶାର ନିର୍ବାଚିତ ସଦସ୍ୟ (୧୯୫୭) :

ମୟୂରଭଞ୍ଜ ରାମଚନ୍ଦ୍ର ମାଝି ସ୍ୱାଧୀନ
ବାଲେଶ୍ୱର (ଯୁଗ୍ମ) କାହ୍ନୁ ଚରଣ ଜେନା କଂଗ୍ରେସ
ଭାଗବତ ସାହୁ କଂଗ୍ରେସ
କେନ୍ଦ୍ରାପଡ଼ା (ଯୁଗ୍ମ) ସୁରେନ୍ଦ୍ର ନାଥ ଦ୍ୱିବେଦୀ ପି.ଏସ୍‍.ପି
ବୈଷ୍ଣବ ଚରଣ ମଳିକ ପି.ଏସ୍‍.ପି
କଟକ ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
ପୁରୀ ଚିନ୍ତାମଣି ପାଣିଗ୍ରାହୀ କମ୍ୟୁନିଷ୍ଟ
ଭୁବନେଶ୍ୱର ନୃସିଂହଚରଣ ସାମନ୍ତସିଂହାର କଂଗ୍ରେସ
ଗଂଜାମ (ଯୁଗ୍ମ) ଉମା ଚରଣ ପଟ୍ଟନାୟକ ଉଦାହରଣ
ମୋହନ ନାୟକ କଂଗ୍ରେସ
କୋରାପୁଟ (ଯୁଗ୍ମ) ଆର.ଜଗନ୍ନାଥ ରାଓ କଂଗ୍ରେସ
ଟି.ସାଙ୍ଗନା କଂଗ୍ରେସ
କଳାହାଣ୍ଡି (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
ବିଜୟ ଚନ୍ଦ୍ର ପ୍ରଧାନ ଗଣତନ୍ତ୍ର ପରିଷଦ
ସମ୍ୱଲପୁର (ଯୁଗ୍ମ) ଶ୍ରଦ୍ଧାକର ସୂପକାର ଗଣତନ୍ତ୍ର ପରିଷଦ
ବନମାଳୀ କୁମ୍ଭାର ଗଣତନ୍ତ୍ର ପରିଷଦ
ଅନୁଗୁଳ ପି.ଜି. ବଡ଼ କୁମାର ଗଣତନ୍ତ୍ର ପରିଷଦ
ଢେଙ୍କାନାଳ ସୁରେନ୍ଦ୍ର ମହାନ୍ତି ଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ ଚନ୍ଦ୍ରମଣି କାଲା ଗଣତନ୍ତ୍ର ପରିଷଦ
କେନ୍ଦୁଝର ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ ସ୍ୱାଧୀନ

ଦ୍ୱିତୀୟ ବିଧାନସଭାର ନିର୍ବାଚିତ ସଦସ୍ୟ (୧୯୫୭) :

ଉମରକୋଟ ରାଧାକୃଷ୍ଣ ବିଶ୍ୱାସ ରାୟ କଂଗ୍ରେସ
ନବରଙ୍ଗପୁର (ଯୁଗ୍ମ) ସଦାଶିବ ତ୍ରିପାଠୀ କଂଗ୍ରେସ
ହରିଜନ ମିରୁ କଂଗ୍ରେସ
ଜୟପୁର (ଯୁଗ୍ମ) ଲଇଛନ ନାୟକ ଗଣତନ୍ତ୍ର ପରିଷଦ
ହରିହର ମିଶ୍ର ଗଣତନ୍ତ୍ର ପରିଷଦ
ମାଲକାନଗିରି ମାଡକାମୀ ଗୁରୁ ଗଣତନ୍ତ୍ର ପରିଷଦ
ପାଡୁଆ ଲକ୍ଷ୍ମଣ ଗଉଡ଼ ଗଣତନ୍ତ୍ର ପରିଷଦ
କୋରାପୁଟ ଲଛମନ ପୂଜାରୀ ଗଣତନ୍ତ୍ର ପରିଷଦ
ପଟ୍ଟାଙ୍ଗୀ ମୁଲୁ ସାନ୍ତା କଂଗ୍ରେସ
ରାୟଗଡ଼ା କାମାୟା ମଣ୍ଡାଙ୍ଗୀ କଂଗ୍ରେସ
ଗୁଣୁପୁର (ଯୁଗ୍ମ) ନରସିଂହ ପାତ୍ର କଂଗ୍ରେସ
ସନ୍ନ୍ୟାସୀ ଚରଣ ପିଡ଼ିକା କଂଗ୍ରେସ
ପାରଳାଖେମୁଣ୍ଡି ନାଲା କୁରୁମୁ ନାଇକୁଲା ସ୍ୱାଧୀନ
ଆର୍‍.ଉଦୟଗିରି ରାମ ଭୂୟାଁ କଂଗ୍ରେସ
ଦିଗପହଣ୍ଡି (ଯୁଗ୍ମ) ଅନଙ୍ଗମଞ୍ଜରୀ ଦେବୀ କଂଗ୍ରେସ
ମୋହନ ନାୟକ କଂଗ୍ରେସ
ବ୍ରହ୍ମପୁର (ଯୁଗ୍ମ) ଦଣ୍ଡପାଣି ଦାସ କଂଗ୍ରେସ
ଲିଙ୍ଗରାଜ ପାଣିଗ୍ରାହୀ କଂଗ୍ରେସ
ଡୁରା ପି.ଭି.ଜଗନ୍ନାଥ ରାଓ କଂଗ୍ରେସ
ଛତ୍ରପୁର ଯତୀରାଜ ପ୍ରହରାଜ କଂଗ୍ରେସ
ଖଲ୍ଲିକୋଟ ନାରାୟଣ ସାହୁ ସ୍ୱାଧୀନ
ହିଞ୍ଜିଳି ବୃନ୍ଦାବନ ନାୟକ କଂଗ୍ରେସ
ପଶ୍ଚିମ କୋଦଳା ହରିହର ଦାସ କଂଗ୍ରେସ
ପୂର୍ବ କୋଦଳା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ କଂଗ୍ରେସ
ଭଂଜନଗର(ଯୁଗ୍ମ) ସୁମ ନାୟକ କମ୍ୟୁନିଷ୍ଟ
ଗୋବିନ୍ଦ ପ୍ରଧାନ କମ୍ୟୁନିଷ୍ଟ
ଆସ୍କା ହରିହର ଦାସ କମ୍ୟୁନିଷ୍ଟ
ସୋରଡ଼ା ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
ବାଲିଗୁଡ଼ା ଲୋକନାଥ ପାତ୍ର ଗଣତନ୍ତ୍ର ପରିଷଦ
ଜି.ଉଦୟଗିରି ସାରଙ୍ଗଧର ପ୍ରଧାନ ଗଣତନ୍ତ୍ର ପରିଷଦ
ଫୁଲବାଣୀ (ଯୁଗ୍ମ) ହିମାଂଶୁ ଶେଖର ପାଢ଼ୀ ଗଣତନ୍ତ୍ର ପରିଷଦ
ଅନିରୁଦ୍ଧ ଦୀପ ଗଣତନ୍ତ୍ର ପରିଷଦ
ଭବାନୀପାଟଣା (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
କରୁଣାକର ଭୋଇ ଗଣତନ୍ତ୍ର ପରିଷଦ
କାଶୀପୁର (ଯୁଗ୍ମ) କିଶୋର ଚନ୍ଦ୍ର ଦେଓ ଗଣତନ୍ତ୍ର ପରିଷଦ
ମାଣିକ ରାୟ ନାୟକ ଗଣତନ୍ତ୍ର ପରିଷଦ
ଧର୍ମଗଡ଼ (ଯୁଗ୍ମ) ଜିତେନ୍ଦ୍ର ମାଝି ଗଣତନ୍ତ୍ର ପରିଷଦ
ନାମ୍‍ତରା (ଯୁଗ୍ମ) ବୀରକେିଶୋର ଦାସ ଗଣତନ୍ତ୍ର ପରିଷଦ
ଅନୁପ ସିଂହ ଦେଓ କଂଗ୍ରେସ
ଟିଟିଲାଗଡ଼ (ଯୁଗ୍ମ) ଘାସିରାମ ମାଝି କଂଗ୍ରେସ
ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ପାଟଣାଗଡ଼ (ଯୁଗ୍ମ) ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ଆଶାରାମ ଭୋଇ ଗଣତନ୍ତ୍ର ପରିଷଦ
ଲୋଇସିଂହା ଅଇଁଠୁ ସାହୁ ଗଣତନ୍ତ୍ର ପରିଷଦ
ରାମପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
ବଲାଙ୍ଗୀର (ଯୁଗ୍ମ) ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ରମେଶ ଚନ୍ଦ୍ର ଭୋଇ ଗଣତନ୍ତ୍ର ପରିଷଦ
ସୋନପୁର (ଯୁଗ୍ମ) ଅନନ୍ତରାମ ନନ୍ଦ ଗଣତନ୍ତ୍ର ପରିଷଦ
ଦଉଲତ ଗଣ୍ଡ ଗଣତନ୍ତ୍ର ପରିଷଦ
ପଦ୍ମପୁର (ଯୁଗ୍ମ) ବୀର ବିକ୍ରମ ସିଂହ ବରିହା କଂଗ୍ରେସ
ଏଲ୍‍.ଏମ୍‍.ଏସ ବରିହା ଗଣତନ୍ତ୍ର ପରିଷଦ
ବରଗଡ଼ (ଯୁଗ୍ମ) ନିକୁଞ୍ଜ ବିହାରୀ ସିଂହ ଗଣତନ୍ତ୍ର ପରିଷଦ
ମହାନନ୍ଦ ବାହାଦୂର ଗଣତନ୍ତ୍ର ପରିଷଦ
ଭଟଲୀ ନଟବର ବନ୍‍ଛୋର କମ୍ୟୁନିଷ୍ଟ
ସମ୍ୱଲପୁର (ଯୁଗ୍ମ) ଭିକାରି ଘାସି କମ୍ୟୁନିଷ୍ଟ
ଲକ୍ଷ୍ମୀ ପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
କଟରବଗା ପୁରୁଷୋତ୍ତମ ପଣ୍ଡା ଗଣତନ୍ତ୍ର ପରିଷଦ
ଦେବଗଡ଼ (ଯୁଗ୍ମ) ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ରାଣୀ ଜ୍ୟୋତି ମଞ୍ଜରୀ ଦେବୀ ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା (ଯୁଗ୍ମ) ମନୋହର ନାୟକ ଗଣତନ୍ତ୍ର ପରିଷଦ
ବିଜୟ କୁମାର ପାଣି କଂଗ୍ରେସ
ସୁନ୍ଦରଗଡ଼ (ଯୁଗ୍ମ) ଉଦିତ୍‍ ପ୍ରତାପ ଶେଖର ଦେଓ ଗଣତନ୍ତ୍ର ପରିଷଦ
ଗଙ୍ଗାଧର ପ୍ରଧାନ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ଶାନ୍ତି ପ୍ରକାଶ ଓରାମ ସ୍ୱାଧୀନ
ବିଶ୍ରା ନିର୍ମଳ ମୁଣ୍ଡା ସ୍ୱାଧୀନ
ବଣେଇ ଅର୍ଜୁନ ନାୟକ ଗଣତନ୍ତ୍ର ପରିଷଦ
ଚମ୍ପୂଆ (ଯୁଗ୍ମ) ରାଜବଲ୍ଲଭ ମିଶ୍ର ଗଣତନ୍ତ୍ର ପରିଷଦ
ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର (ଯୁଗ୍ମ) ଜନାର୍ଦ୍ଦନ ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱାଧୀନ
ଆନନ୍ଦପୁର (ଯୁଗ୍ମ) ଉପେନ୍ଦ୍ର ନାଥ ଜେନା ଗଣତନ୍ତ୍ର ପରିଷଦ
ବୀର କିଶୋର ଜେନା ଗଣତନ୍ତ୍ର ପରିଷଦ
ପାଲଲହଡ଼ା ମୃତ୍ୟୁଞ୍ଜୟ ପାଲ ଗଣତନ୍ତ୍ର ପରିଷଦ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
କିଶୋର ନଗର ରାଣୀ ରତ୍ନପ୍ରଭା ଦେବୀ ଗଣତନ୍ତ୍ର ପରିଷଦ
ଢେଙ୍କାନାଳ (ଯୁଗ୍ମ) କାଳିଆ ଦେହୁରୀ ଗଣତନ୍ତ୍ର ପରିଷଦ
ରାଜା ଶଙ୍କର ପ୍ରତାପ ସିଂହଦେଓ ଗଣତନ୍ତ୍ର ପରିଷଦ
ଅନୁଗୁଳ (ଯୁଗ୍ମ) କୁମୁଦ ଚନ୍ଦ୍ର ସିଂହ ସ୍ୱାଧୀନ
ହୃଷୀକେଶ ପ୍ରଧାନ କମ୍ୟୁନିଷ୍ଟ
ଆଠମଲ୍ଲିକ କ୍ଷେତ୍ର ମୋହନ ପାଣିଗ୍ରାହୀ ଗଣତନ୍ତ୍ର ପରିଷଦ
ଦଶପଲ୍ଲା (ଯୁଗ୍ମ) କିଶୋର ଚନ୍ଦ୍ର ଦେଓ ଭଞ୍ଜ କଂଗ୍ରେସ
ଶ୍ରୀଧର ନାୟକ ଗଣତନ୍ତ୍ର ପରିଷଦ
ଖଣ୍ଡପଡ଼ା ହରିହର ସିଂହ ମର୍ଦ୍ଦରାଜ କଂଗ୍ରେସ
ଭ୍ରମରବର ରାୟ କଂଗ୍ରେସ
ନୟାଗଡ଼ କୃଷ୍ଣଚନ୍ଦ୍ର ମାନ୍‍ଧାତା ସ୍ୱାଧୀନ
ରଣପୁର ବସନ୍ତ ମଞ୍ଜରୀ ଦେବୀ କଂଗ୍ରେସ
ବେଗୁନିଆ ସତ୍ୟାନନ୍ଦ ଚମ୍ପତ୍ତିରାୟ କଂଗ୍ରେସ
ଖୋର୍ଦ୍ଧା ପ୍ରାଣନାଥ ପଟ୍ଟନାୟକ କମ୍ୟୁନିଷ୍ଟ
ଭୁବନେଶ୍ୱର ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
ବ୍ରହ୍ମଗିରି ପଦ୍ମଚରଣ ସାମନ୍ତସିଂହାର କଂଗ୍ରେସ
ପୁରୀ ହରିହର ବାହିନୀପତି ପ୍ର.ସମାଜବାଦୀ
ସତ୍ୟବାଦୀ ପଣ୍ଡିତ ନୀଳକଣ୍ଠ ଦାସ କଂଗ୍ରେସ
ପିପିଲି (ଯୁଗ୍ମ) ରାମଚନ୍ଦ୍ର ପଟ୍ଟନାୟକ ସ୍ୱାଧୀନ
ଗୋପୀନାଥ ଭୋଇ କଂଗ୍ରେସ
କାକଟପୁର (ଯୁଗ୍ମ) ମୋହନ ଦାସ କମ୍ୟୁନିଷ୍ଟ
ଭରତ ଦାସ କମ୍ୟୁନିଷ୍ଟ
ବାଙ୍କି ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ କଂଗ୍ରେସ
ବଡ଼ମ୍ୱା ରାଣୀ ସାହେବା କନକଲତା ଦେବୀ ଗଣତନ୍ତ୍ର ପରିଷଦ
ଆଠଗଡ଼ ରାଧାନାଥ ରଥ କଂଗ୍ରେସ
କଟକ ନଗର ବୀରେନ୍‍ ମିତ୍ର କଂଗ୍ରେସ
କଟକ ସଦର (ଯୁଗ୍ମ) ରାଜକୃଷ୍ଣ ବୋଷ କଂଗ୍ରେସ
ପୂର୍ଣ୍ଣାନନ୍ଦ ସାମଲ କଂଗ୍ରେସ
ଜଗତସିଂହପୁର (ଯୁଗ୍ମ) ନୀଳମଣି ପ୍ରଧାନ କଂଗ୍ରେସ
କଣ୍ଡୁରୀ ଚରଣ ମଳିକ ପ୍ରଜା ସମାଜବାଦୀ
ସାଲେପୁର (ଯୁଗ୍ମ) ପ୍ରଦୀପ୍ତ କିଶୋର ଦାସ ପ୍ରଜା ସମାଜବାଦୀ
ବାଇଧର ବେହେରା ପ୍ରଜା ସମାଜବାଦୀ
ବାଲିକୁଦା ବୈକୁଣ୍ଠନାଥ ମହାନ୍ତି ପ୍ରଜା ସମାଜବାଦୀ
ଏରସମା ଲୋକନାଥ ଚୌଧୁରୀ କମ୍ୟୁନିଷ୍ଟ
ତିର୍ତ୍ତୋଲ ନିଶାମଣି ଖୁଣ୍ଟିଆ ପ୍ରଜା ସମାଜବାଦୀ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ରାଜନଗର ଅନନ୍ତ ଚରଣ ତ୍ରିପାଠୀ ସ୍ୱାଧୀନ
ଆଳି ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ କଂଗ୍ରେସ
କେନ୍ଦ୍ରାପଡ଼ା (ଯୁଗ୍ମ) ପ୍ରହ୍ଲାଦ ମଳିକ ଓ ଦୀନବନ୍ଧୁ ସାହୁ କଂଗ୍ରେସ
ବିଞ୍ଝାରପୁର ବାଙ୍କ ବିହାରୀ ଦାସ ପ୍ରଜା ସମାଜବାଦୀ
ବଡ଼ଚଣା ଯଦୁମଣି ମଙ୍ଗରାଜ କଂଗ୍ରେସ
ଧର୍ମଶାଳା (ଯୁଗ୍ମ) ମଦନ ମୋହନ ପଟ୍ଟନାୟକ କଂଗ୍ରେସ
ମାୟାଧର ସିଂହ କଂଗ୍ରେସ
ଯାଜପୁର (ଯୁଗ୍ମ) ଗଦାଧର ଦତ୍ତ କଂଗ୍ରେସ
ଶାନ୍ତନୁ କୁମାର ଦାସ କଂଗ୍ରେସ
ଧାମନଗର ମୁରଲୀଧର ଜେନା କଂଗ୍ରେସ
ଚାନ୍ଦବାଲି (ଯୁଗ୍ମ) ନନ୍ଦ କିଶୋର ଜେନା କଂଗ୍ରେସ
ନୀଳମଣି ରାଉତରାୟ କଂଗ୍ରେସ
ଭଦ୍ରକ ନିତ୍ୟାନନ୍ଦ ମହାପାତ୍ର ସ୍ୱାଧୀନ
ସୋରୋ-(ଯୁଗ୍ମ) ହରେକୃଷ୍ଣ ମହତାବ କଂଗ୍ରେସ
ଚୈତନ୍ୟ ସେଠି କଂଗ୍ରେସ
ନୀଳଗିରି ନୀଳମଣି ଦାସ କଂଗ୍ରେସ
ବାଲେଶ୍ୱର ରବୀନ୍ଦ୍ର ମୋହନ ଦାସ ପ୍ରଜା ସମାଜବାଦୀ
ବସ୍ତା ଅକ୍ଷୟ କୁମାର ପ୍ରହରାଜ କଂଗ୍ରେସ
ଭୋଗରାଇ ଦୁର୍ଗା ଶଙ୍କର ଦାସ କଂଗ୍ରେସ
ଜଳେଶ୍ୱର ପ୍ରସନ୍ନ କୁମାର ପାଲ ପ୍ରଜା ସମାଜବାଦୀ
ବୈସିଙ୍ଗା (ଯୁଗ୍ମ) ପ୍ରସନ୍ନ କୁମାର ଦାସ ପ୍ରଜା ସମାଜବାଦୀ
ପଞ୍ଚାନନ ଦାସ କଂଗ୍ରେସ
ଉଦଳା ମନମୋହନ ଟୁଡୁ କଂଗ୍ରେସ
କରଞ୍ଜିଆ ନଳିନୀ ଚନ୍ଦ୍ର ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
ଯଶୀପୁର ମୋଚିରାମ ତୁରିଆ ଗଣତନ୍ତ୍ର ପରିଷଦ
ରାଇରଙ୍ଗପୁର ହରଦେବ ତିରିଆ ସ୍ୱାଧୀନ
ବହଲଦା ସୁରେନ୍ଦ୍ର ମୋହନ ହେମ୍ୱ୍ର‌ମ ଗଣତନ୍ତ୍ର ପରିଷଦ
ବାରିପଦା (ଯୁଗ୍ମ) ହରିହର ମହାନ୍ତି ପ୍ରଜା ସମାଜବାଦୀ
ସମଲ ମାଝି ସ୍ୱାଧୀନ

ଦ୍ୱିତୀୟ ବିଧାନସଭାର ମାନ୍ୟବର ବିଧାୟିକାଗଣ :

ଏହି ନିର୍ବାଚନରେ ମୋଟ ପାଞ୍ଚଜଣ ସଦସ୍ୟା ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିିଥିଲେ । ଏମାନେ ସମସ୍ତେ ପୂର୍ବତନ ଗଡ଼ଜାତ ରାଜ୍ୟର ରାଣୀ । ଏମାନଙ୍କ ମଧ୍ୟରୁ ଦୁଇଜଣ କଂଗ୍ରେସଦଳ ଓ ତିନିଜଣ ଗଣତନ୍ତ୍ର ପରିଷଦ ଟିକେଟରେ ନିର୍ବାଚିତ ହୋଇିଥିଲେ । ସେମାନେ ହେଲେ, ରାଣୀ ଅନଙ୍ଗମଂଜରୀ ଦେବୀ (କଂଗ୍ରେସ) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ; ରାଣୀ ବସନ୍ତ ମଂଜରୀ ଦେବୀ (କଂଗ୍ରେସ) ରଣପୁର ନିର୍ବାଚନ ମଣ୍ଡଳୀରୁ; ରାଣୀ ଜ୍ୟୋତି ମଂଜରୀ ଦେବୀ (ଗ.ପ)

Odisha Rajanitira Itihasa.pdf
Odisha Rajanitira Itihasa.pdf

ଦେବଗଡ଼ ନିର୍ବାଚନ ମଣ୍ଡଳୀରୁ, ଢେଙ୍କାନାଳ ରାଣୀ ରତ୍ନପ୍ରଭା ଦେବୀ (ଗ.ପ) କିଶୋର ନଗର ନିର୍ବାଚନ ମଣ୍ଡଳୀରୁ ଓ ରାଣୀ ସାହେବା କନକଲତା ଦେବୀ (ଗ.ପ) ବଡ଼ମ୍ୱା ନିର୍ବାଚନ ମଣ୍ଡଳୀରୁ ।

କଂଗ୍ରେସଦଳର ଯେଉଁ ପୁରୁଖା ଓ ଜଣାଶୁଣା ନେତା ଏହି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ସେମାନଙ୍କ ମଧ୍ୟରେ ଡକ୍ଟର ହରେକୃଷ୍ଣ ମହତାବ (ସୋରୋ), ସଦାଶିବ ତ୍ରିପାଠୀ (ନବରଙ୍ଗପୁର); ପବିତ୍ରମୋହନ ପ୍ରଧାନ (ତାଳଚେର), ରାଧାନାଥ ରଥ (ଆଠଗଡ଼), ନୀଳକଣ୍ଠ ଦାସ (ସତ୍ୟବାଦୀ), ଯଦୁମଣି ମଙ୍ଗରାଜ (ବଡ଼ଚଣା); ଗଦାଧର ଦତ୍ତ (ଯାଜପୁର), ରାଧାକୃଷ୍ଣ ବିଶ୍ୱାସରାୟ (ଉମରକୋଟ), ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ (ଆଳି) ବିଜୟ ପାଣି (ଝାରସୁଗୁଡ଼ା) ଆଦି ଅନ୍ୟତମ । କଂଗ୍ରେସର ଯୁବନେତାମାନଙ୍କ ମଧ୍ୟରେ ବିଜୟାନନ୍ଦ ପଟ୍ଟନାୟକ (ସୁରୁଡ଼ା), ନୀଳମଣି ରାଉତରାୟ (ଚାନ୍ଦବାଲି) ଓ ବୀରେନ୍‍ ମିତ୍ର (କଟକ ନଗର) ନିର୍ବାଚିତ ହୋଇ ଆସିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସାହିତ୍ୟିକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର (ଭଦ୍ରକ) ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତି ବିଧାନସଭାକୁ ଆସିଲେ ।

କମ୍ୟୁନିଷ୍ଟ ଦଳର ମୋହନ ଦାସ (କାକଟପୁର), ପ୍ରାଣନାଥ ପଟ୍ଟନାୟକ (ଖୋର୍ଦ୍ଧା) ଓ ସର୍ଦ୍ଦାର ଗୋବିନ୍ଦ ପ୍ରଧାନ (ଭଞ୍ଜନଗର) ଆଦି ନିର୍ବାଚିତ ହୋଇଆସିଲେ । ପ୍ରଜା ସମାଜବାଦୀ ଦଳର ପ୍ରସନ୍ନ ଦାସ, ପ୍ରସନ୍ନ ପାଲ, ବାଙ୍କବିହାରୀ ଦାସ, ପ୍ରଦୀପ୍ତ କିଶୋର ଦାସ, ନିଶାମଣି ଖୁଣ୍ଟିଆ ଓ ରବୀନ୍ଦ୍ର ମୋହନ ଦାସ ଆଦି ନିର୍ବାଚିତ ହୋଇ ଆସିଲେ । ଗଣତନ୍ତ୍ର ପରିଷଦର ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂହଦେଓ, ରାଜବଲ୍ଲଭ ମିଶ୍ର ଓ ନନ୍ଦ କିଶୋର ମିଶ୍ର ଆଦି ପ୍ରମୁଖ ପ୍ରାର୍ଥୀମାନେ ବିଜୟୀ ହୋଇଆସିଲେ ।

ପୂର୍ବତନ ଗଡ଼ଜାତ ରାଜ୍ୟମାନଙ୍କରେ କଂଗ୍ରେସଦଳ ମାତ୍ର ପାଞ୍ଚଟି ଆସନ ଯଥା- ତାଳଚେର, ଆଠଗଡ଼, ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ବିଧାନସଭା ଆସନରେ ବିଜୟୀ ହେଲେ । ଅନ୍ୟ ଗଡ଼ଜାତର ସମସ୍ତ ଆସନ ପ୍ରାୟ ଗଣତନ୍ତ୍ର ପରିଷଦ ହାତକୁ ଚାଲିଗଲା । ଢେଙ୍କାନାଳ ନିବାସୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଓ ଗଡ଼ଜାତ ସୁୁଭାଷ ବୀର ବୈଷ୍ଣବ ପଟ୍ଟନାୟକଙ୍କର ଢେଙ୍କାନାଳରେ କୌଣସି ପତିଆରା ରହିଲାନାହିିଁ । ଦ୍ୱିତୀୟ ସାଧାରଣ ନିର୍ବାଚନର ମାତ୍ର କେତେବର୍ଷ ତଳେ ଯେଉଁ ଅତ୍ୟାଚାରୀ ଢେଙ୍କାନାଳ ରାଜା ଶଙ୍କର ପ୍ରତାପଙ୍କ ବିରୁଦ୍ଧରେ ଲଢେଇ କରି ବୈଷ୍ଣବ ବାବୁ ଗୁଳିମାଡ଼ ଖାଇ କଲିକତାରେ ଯାଇ ଅଣ୍ଡରଗ୍ରାଉଣ୍ଡରେ ଦୀର୍ଘ ୩-୪ ବର୍ଷ ରହିିଲେ, ତାଙ୍କ ମୁଣ୍ଡ ପାଇଁ ଯେଉଁ ରାଜା ପୁରସ୍କାର ଘୋଷଣା କରିିଥିଲେ, ଯେଉଁ ଅତ୍ୟାଚାରୀ ରାଜା ବାରବର୍ଷର ବାଳକ ବାଜିରାଉତକୁ ଗୁଳିକରି ହତ୍ୟା କରିିଥିଲେ, ଯେଉଁ ଢେଙ୍କାନାଳରେ ଭାରତ ପ୍ରସିଦ୍ଧ ଗଣ ଆନ୍ଦୋଳନ ଦେଖାଦେଇଥିଲା ଅତ୍ୟାଚାରୀ ରାଜାଙ୍କ ବିରୁଦ୍ଧରେ, ସେହି ରାଜା ଶଙ୍କର ପ୍ରତାପ ମହୀନ୍ଦ୍ର ବାହାଦୁର ଢେଙ୍କାନାଳ ନିର୍ବାଚନମଣ୍ଡଳୀରୁ ଆଉ ତାଙ୍କର ଧର୍ମପତ୍ନୀ ରତ୍ନପ୍ରଭା ଦେବୀ କିଶୋର ନଗର (ଆଠମଲ୍ଲିକ) ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ । କେବଳ ସେତିକି ନୁହେଁ, ସାରଙ୍ଗଧର ଦାସ, ବୈଷ୍ଣବ ପଟ୍ଟନାୟକ ଓ ବ୍ରଜକିଶୋର ଧଳ ଆଦି ବିପ୍ଳବୀ ନେତା ଥାଉଁ ଥାଉଁ ରାଜା ଶଙ୍କର ପ୍ରତାପଙ୍କ

ମନୋନୀତ ପ୍ରାର୍ଥୀ ଢେଙ୍କାନାଳ ବାହାରର ବ୍ୟକ୍ତି ସୁରେନ୍ଦ୍ର ମହାନ୍ତି (ସାହିତ୍ୟିକ) ଢେଙ୍କାନାଳ ଲୋକସଭା ଆସନରୁ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ କେମିତି ନିର୍ବାଚିତ ହେଲେ ? ଲୋକେ କାହିିଁକି କଂଗ୍ରେସ, କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖ୍ୟାନ କଲେ ? ଏହା ବଡ଼ ଆଶ୍ଚର୍ଯ୍ୟର କଥା । କାରଣ ଏଇ ଢେଙ୍କାନାଳ ଅତ୍ୟାଚାର ସମ୍ପର୍କରେ ଏସ.ଏ.ହମିଦଙ୍କର ଦୁଇ ପଇସିକିଆ ଗୀତ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇଥିଲା । ଅନ୍ୟ ସ୍ଥାନର ଲୋକେ ତାକୁ ପଢ଼ି ଜାଗ୍ରତହୋଇ ଢେଙ୍କାନାଳବାସୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ଗୀତଟି ହେଲା-

Odisha Rajanitira Itihasa.pdf

କଟକ ପଡ଼ିଶା ଢେଙ୍କାନାଳ ଦଶା
ଦେଖହେ ଭାଇ ଭଉଣୀ,
ଅନ୍ଧାରି ମୁଲକ ମଳି ମୁଣ୍ଡିଆଙ୍କ
ବୀରପଣ ଦେଖ ପୁଣି ହେ,
ବାର ବରଷ ବାଳକ,
ଗୁଳି ମୁହେଁ ଦେଖାଇଛି ବେକ ହେ ।।୧ାା


ନୀଳକଣ୍ଠପୁର ଭୁବନ ଗ୍ରାମର
ଏ ଯେ ଷଡ଼ ମହାରଥୀ
ସ୍ୱାଧୀନତା ପଥେ ଢାଳିଛନ୍ତି ରକ୍ତ
ଦେଖ ଏହାଙ୍କର ମୂର୍ତ୍ତିି ହେ
ଏକି କଳିଯୁଗ ଭୀମ ?
ଛାର ଗୁଳି ନେଲା ୟାଙ୍କ ପ୍ରାଣ ହେ ।।୨ାା


ରାତିଅଧେ ଯାଇ ଘେରାଉ କରିଲେ
ରାଜ ସରକାର ବଳ,
ଭୁବନ ଗ୍ରାମରେ ଗୁଳିମାରି ସାରି
ନଦୀକୂଳେ ହେଲେ ଠୁଳ ହେ
ଡଙ୍ଗା ମାଗିଲେ ଏହାଙ୍କୁ
ନଦୀ ପରେ ଯିବେ ଗଡ଼କୁ ।।୩ାା


ନୀଳକଣ୍ଠପୁର ନଦୀକୂଳେ ଶୁଣି
ଭୁବନର ବିବରଣ,
ନେହୁରା ହୋଇଣ ନାହିିଁ କରିବାରୁ
ଗୁଳିଖାଇ ଦେଲେ ପ୍ରାଣ ହେ,
ପ୍ରଜା ମଣ୍ଡଳ ଆଦେଶ,
ସର୍ବେ ହୋଇବେ ସଦା ଅହିଂସହେ ।।୪ାା


ଧନ୍ୟ ଏ ଅହିଂସା ମନ୍ତର ବେଉସା
କରିଛି ଯେ ସେହୁ ଧନ୍ୟ,
ମରଣ ବରଣ କରୁଛି ଯେ ଧନ୍ୟ
ହୋଇଛି ସେ ଅଗ୍ରଗଣ୍ୟ ହେ
ଅତି ଅଧର୍ମ ନୋହିଲେ,
ଧର୍ମ ନମିଳିବ କେବେ ଭଲେ ହେ ।।୫ାା


ମୃତଦେହ ଦେଖି କାତର ନହୋଇ
ବୋଲ ଧରମର ଜୟ,
ଅଧର୍ମୀ ବର୍ବର ଅତି ଅତ୍ୟାଚାର
ହୋଇବ ଯେପରି ଲୟ ହେ,
ତହିଁ ପ୍ରତି ଦିଅ ମନ,
ଦେଖୁ ଜଗତ ପ୍ରଜାର ଟାଣ ହେ ।।୬ାା

ଉପରୋକ୍ତ ମତଟି ଲେଖକର ନିଜସ୍ୱ ମତ । ଲେଖକର ଜନ୍ମ ଢେଙ୍କାନାଳରେ । ଲେଖକର ଜେଜେବାପା ଓ ବାପା ବହୁଳ ଭାବରେ ଅତ୍ୟାଚାରିତ ହୋଇଥିଲେ ରାଜତନ୍ତ୍ର ଶାସନ କାଳରେ । ଲେଖକ ସେମାନଙ୍କ ମୁହଁରୁ କେତେକଥା ଶୁଣିଛି । ଦ୍ୱିତୀୟ ସାଧାରଣ ନିର୍ବାଚନ ବେଳେ ଲେଖକର ବୟସ ହୋଇଥିଲା ମାତ୍ର ଏଗାର ବର୍ଷ । ସେତେବେଳେ ସେ ମାଇନର ସ୍କୁଲ୍‍ର ଛାତ୍ର । ବୟସ ହେବାପରେ ଢେଙ୍କାନାଳବାସୀ ହିସାବରେ ଏସବୁ କଥା ଜାଣିବା ପରେ ବଡ଼ ଆଶ୍ଚର୍ଯ୍ୟ ଲାଗେ ।

ଏହି ଦ୍ୱିତୀୟ ବିଧାନସଭା(୧୯୫୭) ବାଚସ୍ପତି ଭାବରେ ପଣ୍ଡିତ ନୀଳକଣ୍ଠ ଦାସ ୨୭.୫.୧୯୫୭ ତାରିଖରେ ନିର୍ବାଚିତ ହେଲେ । ସେହିପରି ଉପବାଚସ୍ପତି ଭାବରେ ବାଗ୍ମୀ ଯଦୁମଣି ମଙ୍ଗରାଜ ୨୯.୫.୧୯୫୭ ତାରିଖରେ ନିର୍ବାଚିତ ହେଲେ । ହରେକୃଷ୍ଣ ମହତାବ ଏକକ ସଂଖ୍ୟା ଗରିଷ୍ଠ ଦଳ କଂଗ୍ରେସ ପାର୍ଟିର ବିଧାୟକ ଦଳର ନେତା ଭାବରେ ୬.୪.୧୯୫୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଗଣତନ୍ତ୍ର ପରିଷଦର ବିଧାୟକ ଦଳର ନେତା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ବିରୋଧୀଦଳ ନେତା ହେବାର ମାନ୍ୟତା ଲାଭକଲେ ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ହେଲେ:

କ୍ୟାବିନେଟ ମନ୍ତ୍ରୀ :

ଡକ୍ଟର ହରେକୃଷ୍ଣ ମହତାବ : ମୁଖ୍ୟମନ୍ତ୍ରୀ, ପଲ୍‍ଟିକାଲ ଆଣ୍ଡ୍‍ ସର୍ଭିିସେସ୍‍ (ଗୋଷ୍ଠୀ ଉନ୍ନୟନ ଓ
: ଏନ୍‍.ଇ.ଏସ୍‍), ଓ ଅର୍ଥବିଭାଗ ମନ୍ତ୍ରୀ
ଲିଙ୍ଗରାଜ ପାଣିଗ୍ରାହୀ : ଘରୋଇ, ଆଇନ ଓ ଶିକ୍ଷା
ରାଧାନାଥ ରଥ : ଉନ୍ନୟନ (୨୭-୪-୧୯୫୭)
ଦିନବନ୍ଧୁ ସାହୁ : ଶିଳ୍ପ, ଖଣି ଓ ଭୂତତ୍ତ୍ୱ
ସତ୍ୟପ୍ରିୟ ମହାନ୍ତି : ରାଜସ୍ୱ, ଅବକାରୀ ଓ ସ୍ୱାୟତ୍ତ ଶାସନ
ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ : ପୂର୍ତ୍ତ
ବସନ୍ତ ମଞ୍ଜରୀ ଦେବୀ : ସ୍ୱାସ୍ଥ୍ୟ (ସ୍ୱାୟତ୍ତ ଶାସନ, ରିଲିଫ୍‍ ଓ ପୁନର୍ବସତି ବ୍ୟତୀତ)
ନୀଳମଣି ରାଉତରାୟ : ଯୋଗାଣ, ପରିବହନ ଓ ଶ୍ରମ
ପବିତ୍ରମୋହନ ପ୍ରଧାନ : ଆଦିବାସୀ, ଗ୍ରାମମଙ୍ଗଳ ଓ ବାଣିଜ୍ୟ
ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ : ନଦୀ ଉପତ୍ୟକା, ଉନ୍ନୟନ ଦୁର୍ନୀତି ନିବାରଣ, ରାଉରକେଲା
: ଇସ୍ପାତ କାରଖାନାର ସମସ୍ତ ବ୍ୟାପାର (ଜମିଅଧିଗ୍ରହଣ,
: ଥଇଥାନ ଓ ପୁନର୍ବସତି ସହିତ) (୨୧-୮-୧୯୫୭)
ଉପ ମନ୍ତ୍ରୀ :
ଶାନ୍ତନୁ କୁମାର ଦାସ : ପଲ୍‌ଟିକାଲ ଆଣ୍ଡ୍‍ ସର୍ଭିିସେସ୍‍ (ଗ୍ରାମପଞ୍ଚାୟତ), ଉନ୍ନୟନ, ମତ୍ସ୍ୟ
ଓ ସମବାୟ
ବିକ୍ରମାଦିତ୍ୟ ସିଂହ ବରିହା : ଆଦିବାସୀ ଓ ଗ୍ରାମମଙ୍ଗଳ (ଆଦିବାସୀ ହରିଜନ ଶିକ୍ଷା),
ଆଦିବାସୀ ଗବେଷଣା ବ୍ୟତୀତ
କୌମୁଦ ଚନ୍ଦ୍ର ସିଂହ : ଲୋକସଂପର୍କ, ପରିବହନ ଓ ପୂର୍ତ୍ତ
ହିମାଂଶୁ ଶେଖର ପାଢ଼ୀ : କୃଷି (୯-୯-୧୯୫୭)

ବିଧାନସଭାରେ କଂଗ୍ରେସଦଳର ଅଧାରୁ ଅଧିକ ସଂଖ୍ୟାଗରିଷ୍ଠତା ନଥାଇ ହରେକୃଷ୍ଣ ମହତାବ କେଉଁ ବିଧାୟକମାନଙ୍କ ସହାୟତାରେ ମନ୍ତ୍ରିମଣ୍ଡଳ ଗଠନ କଲେ, ଏହି ମନ୍ତ୍ରିମଣ୍ଡଳରେ, କେଉଁମାନେ ସ୍ଥାନ ପାଇଲେ ଓ ମନ୍ତ୍ରିମଣ୍ଡଳ କେତଦିନ ରହିଲା, ସେ ସମ୍ପର୍କରେ ସବିଶେଷ ଆଲୋଚନା ପରବର୍ତ୍ତୀ ଅଧ୍ୟାୟରେ ହୋଇଛି ।

* * *