ଓଡ଼ିଶା ରାଜନୀତିର ଇତିହାସ/ସପ୍ତମ ରାଜ୍ୟ ବିଧାନସଭା ନିର୍ବାଚନ ଓ ମୁଖ୍ୟମନ୍ତ୍ରୀ ଆସନରେ ନୀଳମଣି ରାଉତରାୟ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ସପ୍ତମ ରାଜ୍ୟ ବିଧାନସଭା ନିର୍ବାଚନ ଓ ମୁଖ୍ୟମନ୍ତ୍ରୀ ଆସନରେ ନୀଳମଣି ରାଉତରାୟ


ଏକବିଂଶ ପରିଚ୍ଛେଦ
ସପ୍ତମ ରାଜ୍ୟ ବିଧାନସଭା ନିର୍ବାଚନ ଓ
ମୁଖ୍ୟମନ୍ତ୍ରୀ ଆସନରେ ନୀଳମଣି ରାଉତରାୟ

ସାରା ଦେଶରେ ୧୯୭୧ ମସିହାରେ ଲୋକସଭାପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ଲୋକସଭା ୧୯୭୬ରେ ହେବା କଥା । କିନ୍ତୁ ୧୯୭୫ରେ ଦେଶରେ ଜରୁରିକାଳୀନ ଅବସ୍ଥା ଜାରୀ ହେବାରୁ ଏହି ନିର୍ବାଚନକୁ ଦୁଇ ଦୁଇ ଥର ଗଡାଇ ଦିଆଗଲା । ଏହା ଦ୍ୱାରା ବି ୧୯୭୮ ମସିହାରେ ଲୋକସଭାପାଇଁ ସାଧାରଣ ନିର୍ବାଚନ ହେବା କଥା । କିନ୍ତୁ ରାଷ୍ଟ୍ରପତି ଏହି ଲୋକସଭା ଭାଙ୍ଗି ଦେଇ ଦୁଇ ମାସ ଭିତରେ ନିର୍ବାଚନ କରିବାପାଇଁ ୧୯୭୭ ମସିହା ଜାନୁଆରି ମାସରେ ଆଦେଶ ପ୍ରଦାନ କଲେ । ଫଳରେ ମାର୍ଚ୍ଚ ୧୬-୨୦ ତାରିଖ ମଧ୍ୟରେ ଲୋକସଭାପାଇଁ ଦେଶରେ ନିର୍ବାଚନ ଅନୁଷ୍ଠିତ ହେଲା । ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେଲା । ଏହି ନିର୍ବାଚନରେ ସମସ୍ତ ଅଣ-କମ୍ୟୁନିଷ୍ଟ ଦଳଙ୍କୁ ନେଇ ଗଠିତ 'ଜନତା ଦଳ' ନାମରେ ଏକ ନୂତନ ରାଜନୈତିକ ଦଳ ଗଠିତ ହୋଇଥିବା କଥା ପୂର୍ବରୁ ଆଲୋଚନା ହୋଇସାରିଛି ।

ଏହି ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଜନତା ଦଳର ୧୬ଜଣ, କଂଗ୍ରେସ ଦଳର ୪ଜଣ ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ସଭ୍ୟ ନିର୍ବାଚିତ ହେଲେ ।

ଷଷ୍ଠ ଲୋକସଭା ସଦସ୍ୟ (୧୯୭୭) :

ମୟୂରଭଞ୍ଜ ଚନ୍ଦ୍ରମୋହନ ସିଂହ ଜନତା
ବାଲେଶ୍ୱର ସମରେନ୍ଦ୍ର କୁଣ୍ଡୁ ଜନତା
ଭଦ୍ରକ ବୈରାଗୀ ଜେନା ଜନତା
ଯାଜପୁର ରାମଚନ୍ଦ୍ର ମଲ୍ଲିକ ଜନତା
କେନ୍ଦ୍ରାପଡ଼ା ବିଜୁ ପଟ୍ଟନାୟକ ଜନତା
କଟକ ଶରତ କୁମାର କର ଜନତା
ଜଗତସିଂହପୁର ପ୍ରଦ୍ୟୁମ୍ନ କିଶୋର ବଳ ଜନତା
ପୁରୀ ପଦ୍ମଚରଣ ସାମନ୍ତସିଂହାର ଜନତା
ଭୁବନେଶ୍ୱର ଶିବାଜୀ ପଟ୍ଟନାୟକ ମାର୍କସବାଦୀ କମ୍ୟୁନିଷ୍ଟ
ଆସ୍କା ରାମଚନ୍ଦ୍ର ରଥ କଂଗ୍ରେସ
ବ୍ରହ୍ମପୁର ଆର.ଜଗନ୍ନାଥ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ପ୍ରତାପ କେଶରୀ ଦେଓ ସ୍ୱାଧୀନ
ଫୁଲବାଣୀ ଶ୍ରୀବତ୍ସ ଦିଗାଲ ଜନତା
ବଲାଙ୍ଗୀର ଅଇଁଠୁ ସାହୁ ଜନତା
ସମ୍ବଲପୁର ଗଣନାଥ ପ୍ରଧାନ ଜନତା
ଦେବଗଡ଼ ପବିତ୍ର ମୋହନ ପ୍ରଧାନ ଜନତା
ଢେଙ୍କାନାଳ ଦେବେନ୍ଦ୍ର ନାଥ ଶତପଥୀ ଜନତା
ସୁନ୍ଦରଗଡ଼ ଦେବାନନ୍ଦ ଅମାତ ଜନତା
କେନ୍ଦୁଝର ଗୋବିନ୍ଦ ମୁଣ୍ଡା ଜନତା

ଲୋକସଭା ନିର୍ବାଚନରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପରାଜିତ ହେଲା । ଜନତାଦଳ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ମୋରାଜୀ ଭାଇ ଦେଶାଈଙ୍କ ନେତୃତ୍ୱରେ ମନ୍ତ୍ରି ମଣ୍ଡଳ ଗଠନ କଲେ । ଏପରିକି ତତ୍‍ କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ମଧ୍ୟ ରାଏବରେଲି ନିର୍ବାଚନ ମଣ୍ଡଳୀରୁ ସୋସାଲିଷ୍ଟ ନେତା ରାଜନାରାୟଣଙ୍କଦ୍ୱାରା ପରାସ୍ତ ହେଲେ । ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରୁ ଜରୁରୀ ପରିସ୍ଥିତି ଉଠାଇ ଦେଇ ମାର୍ଚ୍ଚ- ୨୨ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା

ପ୍ରଦାନ କଲେ । ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ରରେ ପ୍ରଥମ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ହେଲା । ମୋରାଜୀ ଦେଶାଇ ହେଲେ ଭାରତର ପ୍ରଧାନମନ୍ତ୍ରୀ ।

କେନ୍ଦ୍ରରେ ନୂତନ ମନ୍ତ୍ରିମଣ୍ଡଳରେ ସ୍ୱରାଷ୍ଟ୍ର ବିଭାଗ ଦାୟିତ୍ୱରେ ରହିଲେ ଚୌଧୁରୀ ଚରଣ ସିଂହ । ସେ ଘୋଷଣା କଲେ ଯେ, ଯେଉଁ ରାଜ୍ୟମାନଙ୍କରେ କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଛି ସେସବୁ ରାଜ୍ୟରେ କଂଗ୍ରେସ ଦଳର ଶାସନ କରିବାର ଅଧିକାର ନାହିିଁ । "ଏହି ପରିପ୍ରେକ୍ଷୀରେ ସେ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ, ସେମାନେ ଶୀଘ୍ର ଇସ୍ତଫା ଦେଇ ବିଧାନସଭା ଭାଙ୍ଗିଦେବା ନିମନ୍ତେ ସୁପାରିଶ କରନ୍ତୁ ।" ଏହି ସବୁ ରାଜ୍ୟ ହେଲା : ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ରାଜସ୍ଥାନ, ହରିଆଣା, ପଞ୍ଜାବ ଓ ଉତ୍ତରପ୍ରଦେଶ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏତାଦୃଶ ପତ୍ରରେ ଅସନ୍ତୋଷ ପ୍ରକାଶ କରି ଏହି ରାଜ୍ୟ ସରକାରମାନେ ସୁପ୍ରିମକୋର୍ଟରେ ଅପିଲ କଲେ । ଓଡ଼ିଶା ସରକାର ହାଇକୋର୍ଟରେ ଅନୁରୂପ ପିଟିସନ ଦାଖଲ କଲେ । ଏପ୍ରିଲ ୨୯ ତାରିଖରେ ସୁପ୍ରିମ କୋର୍ଟ ଏହି ସବୁ ରାଜ୍ୟସରକାରମାନଙ୍କ ପିଟିସନକୁ ଖାରଜ କରିଦେଲେ । ଫଳରେ ଏହି ସବୁ ନଅଟି ରାଜ୍ୟର ସରକାରଙ୍କୁ କେନ୍ଦ୍ରସରକାର ବରଖାସ୍ତ କରିଦେଲେ ।

ଓଡ଼ିଶାରେ ଅନୁଷ୍ଠିତ ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ୪ଗୋଟି ଆସନ ପାଇଥିଲା ଓ କଳାହାଣ୍ଡି ଆସନରୁ କଳାହାଣ୍ଡି ରାଜା ପ୍ରତାପକେଶରୀ ଦେଓ କଂଗ୍ରେସ ସର୍ମନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଜନତାଦଳର ୧୬ଜଣ ସଭ୍ୟଙ୍କ ମଧ୍ୟରୁ ପାଞ୍ଚଜଣ

ଏମ୍‍.ଏଲ.ଏ ଥାଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ ଭଣ୍ଡାରୀ ପୋଖରୀ ବିଧାୟକ ବୈରାଗୀ ଜେନା, ରାଜନଗର ବିଧାୟକ ବିଜୁ ପଟ୍ଟନାୟକ; ପାଟଣାଗଡ଼ ବିଧାୟକ ଅଇଁଠୁ ସାହୁ; ବିଜେପୁର ବିଧାୟକ ଗଣନାଥ ପ୍ରଧାନ ଓ କେନ୍ଦୁଝର ବିଧାୟକ ଗୋବିନ୍ଦ ମୁଣ୍ଡା ଏହି ବିଧାୟକମାନେ କେଉଁ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ତାହା ଏହା ପୂର୍ବରୁ ଉଲ୍ଲେଖ କରାଯାଇଛି ।

କେନ୍ଦ୍ରସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର କଂଗ୍ରେସ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦିଆଯାଇ ରାଷ୍ଟ୍ରପତି ଶାସନ ଜାରି ହେଲା । ୧୯୭୭ ମସିହା ଜୁନ୍‌ମାସ ୧୦ତାରିଖରେ ଗୋଟିଏ ଦିନରେ ଓଡ଼ିଶାର ୧୪୭ଟି ଯାକ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କେବଳ ୨୫ଟି ଆସନରେ କମ୍ୟୁନିଷ୍ଟ ଦଳର ପ୍ରାର୍ଥୀ ଓ ୪ଟି ଆସନରେ ମାର୍କସବାଦୀ କମ୍ୟୁନିଷ୍ଟ ପ୍ରାର୍ଥୀ ବ୍ୟତୀତ କଂଗ୍ରେସ ଓ ଜନତାଦଳ ପ୍ରାର୍ଥୀଙ୍କ ଭିତରେ କୌଣସି ଅନ୍ୟ ଦଳୀୟ ପ୍ରାର୍ଥୀ ନଥିଲେ । ୨୮୨ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ଏହି ନିର୍ବାଚନରେ ବିଭିନ୍ନ ଦଳରୁ ୧୭ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରି ସେମାନଙ୍କ ଭିତରୁ ମାତ୍ର ସାତଜଣ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ: ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଆନନ୍ଦ ମଞ୍ଜରୀ ଦେବୀ (ଜନତା); ଆଠଗଡ଼ରୁ ରାସ ମଞ୍ଜରୀ ଦେବୀ (ଜନତା); ଖଲ୍ଲିକୋଟରୁ ସୁଜ୍ଞାନ କୁମାରୀ ଦେଓ (ଜନତା); ବ୍ରହ୍ମପୁରରୁ ରତ୍ନମଞ୍ଜରୀ ଦେବୀ (ସ୍ୱାଧୀନ), ଢେ଼ଙ୍କାନାଳରୁ ନନ୍ଦିନୀ ଶତପଥୀ (ଜନତା); ଝାରସୁଗୁଡାରୁ ସୈରୀନ୍ଦ୍ରୀ ନାୟକ (କଂଗ୍ରେସ), ଓ ପିପିଲିରୁ କିରଣ ଲେଖା ମହାନ୍ତି (ଜନତା) ।

ଏହି ବିଧାନସଭା ନିର୍ବାଚନରେ ଜନତାଦଳ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରି ୧୪୭ରୁ ୧୧୦ଟି ଆସନ ଲାଭ କଲା । ଭାରତୀୟ ଜାତୀୟ କଂଗ୍ରେସ-୨୬, କମ୍ୟୁନିଷ୍ଟ ପାର୍ଟି ଗୋଟିଏ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଓ ନିର୍ଦ୍ଦଳୀୟ ବା ସ୍ୱାଧୀନ ସଦସ୍ୟମାନେ ନଅଗୋଟି ଆସନ ଲାଭ କଲେ । ଏ ବିଧାୟକମାନେ ଓ ସେମାନେ ନିର୍ବାଚିତ ହୋଇଥିବା ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା:

ସପ୍ତମ ବିଧାନସଭା ସଦସ୍ୟ (୧୯୭୭) :

କରଞ୍ଜିଆ ରଘୁନାଥ ହେମ୍ବ୍ରମ୍‍ ଜନତା
ଯଶୀପୁର କାହ୍ନୁରାମ ହେମ୍ବ୍ରମ ଜନତା
ବାହଲଦା ସୁନାରାମ ସୋରେନ ଜନତା
ରାଇରଙ୍ଗପୁର ଅର୍ଜୁନ ମାଝି ଜନତା
ବାଙ୍ଗିରିପୋଷି ପୁରୁଷୋତ୍ତମ ନାଏକ ଜନତା
କୁଳିଅଣା ନିରଞ୍ଜନ ହେମ୍ବ୍ରମ ଜନତା
ବାରିପଦା ପ୍ରସନ୍ନ କୁମାର ଦାସ କଂଗ୍ରେସ
ବୈସିଙ୍ଗା ରାମଚନ୍ଦ୍ର କିସ୍କୁ ଜନତା
ଖୁଣ୍ଟା ରମେଶ ସୋରେନ କଂଗ୍ରେସ
ଉଦଳା ବୀରଭଦ୍ର ସିଂହ ଜନତା
ଭୋଗରାଇ ସୁଶାନ୍ତ ଚାନ୍ଦ ଜନତା
ଜଳେଶ୍ୱର ଗଦାଧର ଗିରି ଜନତା
ବସ୍ତା ମହେଶ୍ୱର ବାଗ୍‍ ଜନତା
ବାଲେଶ୍ୱର କାର୍ତ୍ତିକ ଚନ୍ଦ୍ର ରାଉତ ଜନତା
ସୋରୋ ହରପ୍ରସାଦ ମହାପାତ୍ର ଜନତା
ସିମୂଳିଆ ଗୋପୀନାଥ ଦାସ ଜନତା
ନୀଳଗିରି ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଜନତା
ଭଣ୍ଡାରିପୋଖରୀ କପିଳ ଚରଣ ସେଠି ଜନତା
ଭଦ୍ରକ ରତ୍ନାକର ମହାନ୍ତି ଜନତା
ଧାମନଗର ହୃଦାନନ୍ଦ ମଲ୍ଲିକ ଜନତା
ଚାନ୍ଦବାଲି ଗଙ୍ଗାଧର ଦାସ ଜନତା
ବାସୁଦେବପୁର ନୀଳମଣି ରାଉତରାୟ ଜନତା
ସୁକିନ୍ଦା ଆନନ୍ଦ ମଞ୍ଜରୀ ଦେବୀ ଜନତା
କୋରେଇ ଅଶୋକ କୁମାର ଦାସ ଜନତା
ଯାଜପୁର ଜଗନ୍ନାଥ ମଲ୍ଲିକ ଜନତା
ଧର୍ମଶାଳା ରବି ଦାସ ଜନତା
ବଡଚଣା ମାନଗୋବିନ୍ଦ ସାମଲ ଜନତା
ବରି-ଡେରାବିଶି ଶ୍ରୀକାନ୍ତ କୁମାର ଜେନା ଜନତା
ବିଂଝାରପୁର ଶାନ୍ତନୁ କୁମାର ଦାସ ଜନତା
ଆଳି ଶରତ କୁମାର ଦେବ ଜନତା
ପଟ୍ଟାମୁଣ୍ଡାଇ ତାପସ କୁମାର ଦାସ ଜନତା
ରାଜନଗର ନଳୀନିକାନ୍ତ ମହାନ୍ତି ଜନତା
କେନ୍ଦ୍ରାପଡା ବେଦପ୍ରକାଶ ଅଗ୍ରଓ୍ୱାଲ ଜନତା
ପାଟକୁରା ପ୍ରହ୍ଲାଦ ମଲ୍ଲିକ ଜନତା
ତିର୍ତ୍ତୋଲ ପ୍ରତାପ ଚନ୍ଦ୍ର ମହାନ୍ତି ଜନତା
ଏରସମା ଦାମୋଦର ରାଉତ ଜନତା
ବାଲିକୁଦା ଉମେଶ ସ୍ୱାଇଁ ଜନତା
ଜଗତସିଂହପୁର କଣ୍ଡୁରୀ ଚରଣ ମଲ୍ଲିକ ଜନତା
କିଶନନଗର ବଟକୃଷ୍ଣ ଜେନା ଜନତା
ମାହାଙ୍ଗା ପ୍ରଦୀପ୍ତ କିଶୋର ଦାସ ଜନତା
ସାଲେପୁର ପଞ୍ଚାନନ କାନୁନ୍‍ଗୋ ଜନତା
ଗୋବିନ୍ଦପୁର ସଂଗ୍ରାମ କେଶରୀ ମହାପାତ୍ର ଜନତା
କଟକସଦର ବିଶ୍ୱନାଥ ପଣ୍ଡିତ ଜନତା
କଟକ ସହର ରାଜକିଶୋର ରାମ ଜନତା
ଚୌଦ୍ୱାର ଯୋଗେଶ ଚନ୍ଦ୍ର ରାଉତ ଜନତା
ଆଠଗଡ ରାମମଞ୍ଜରୀ ଦେବୀ ଜନତା
ବଡ଼ମ୍ବା ରାଜା ସାହେବ ତ୍ରିଲୋଚନ ସିଂହଦେଓ ସ୍ୱାଧୀନ
ବାଲିପାଟଣା ଗୋପୀନାଥ ଭୋଇ ଜନତା
ଭୁବନେଶ୍ୱର ସତ୍ୟପ୍ରିୟ ମହାନ୍ତି ଜନତା
ଜଟଣୀ ସୁରେଶ କୁମାର ରାଉତରାୟ ଜନତା
ପିପିଲି କିରଣ ଲେଖା ମହାନ୍ତି ଜନତା
ନିମାପଡ଼ା ଗୋବିନ୍ଦ ସେଠି ଜନତା
ସତ୍ୟବାଦୀ ସୁରେନ୍ଦ୍ର ନାଥ ନାୟକ ଜନତା
କାକଟପୁର ଚନ୍ଦ୍ରମାଧବ ମିଶ୍ର ଜନତା
ପୁରୀ ବ୍ରଜକିଶୋର ତ୍ରିପାଠୀ ଜନତା
ବହ୍ମଗିରି ଅଜୟ କୁମାର ଜେନା ଜନତା
ଚିଲିକା ବିଶ୍ୱଭୂଷଣ ହରିଚନ୍ଦନ ଜନତା
ଖୋର୍ଦ୍ଧା ସୁଦର୍ଶନ ମହାନ୍ତି ଜନତା
ବେଗୁନିଆ ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ
ରଣପୁର ରମେଶଚନ୍ଦ୍ର ପଣ୍ଡା ଉଦାହରଣ
ନୟାଗଡ଼ ଭାଗବତ ବେହେରା ଜନତା
ଖଣ୍ଡପଡ଼ା ସତ୍ୟସୁନ୍ଦର ମିଶ୍ର ସ୍ୱାଧୀନ
ଦଶପଲ୍ଲା ହରିହର କରଣ କଂଗ୍ରେସ
ଜଗନ୍ନାଥ ପ୍ରସାଦ ଉଦୟ ନାଥ ନାୟକ ଜନତା
ଭଞ୍ଜନଗର କାମି ସୁବାରାଓ ପୃଷ୍ଟି ଜନତା
ସୋରୋଡା ଅନନ୍ତ ନାରାୟଣ ସିଂହଦେଓ ଜନତା
ଆସ୍କା ହରିହର ସ୍ୱାଇଁ ଜନତା
କବିସୂର୍ଯ୍ୟନଗର ତାରିଣୀ ପଟ୍ଟନାୟକ ଜନତା
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତା
ଖଲିକୋଟ ଭି. ସୁଜ୍ଞାନ କୁମାରୀ ଦେଓ ଜନତା
ଛତ୍ରପୁର ବିଶ୍ୱନାଥ ସାହୁ କମ୍ୟୁନିଷ୍ଟ
ହିଞ୍ଜିଳି ବୃନ୍ଦାବନ ନାୟକ କଂଗ୍ରେସ
ଗୋପାଳପୁର ଘନଶ୍ୟାମ ବେହେରା କଂଗ୍ରେସ
ବ୍ରହ୍ମପୁର ରତ୍ନମଞ୍ଜରୀ ଦେବୀ ସ୍ୱାଧୀନ
ଚିକିଟି ଜଗନ୍ନାଥ ପତି ଜନତା
ମୋହନା ଉଦୟ ନାରାୟଣ ଦେବ ସ୍ୱାଧୀନ
ରାମଗିରି ଗୋରାସାଙ୍ଗ ଶବର କଂଗ୍ରେସ
ପାରଳାଖେମଣ୍ଡି ବିଜୟ କୁମାର ଜେନା ସ୍ୱାଧୀନ
ଗୁଣୁପୁର ଭାଗୀରଥି ଗମାଙ୍ଗ ଉଦାହରଣ
ବିଷମକଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡ଼ା ଉଲାକା ରାମଚନ୍ଦ୍ର କଂଗ୍ରେସ
ଲକ୍ଷ୍ମୀପୁର ଅଖିଳ ସାଉଣ୍ଟା ଜନତା
ପଟାଙ୍ଗୀ ଜୟରାମ ପାଙ୍ଗୀ ଜନତା
କୋରାପୁଟ ହରିଶ୍ଚନ୍ଦ୍ର ବକ୍‍ସି ପାତ୍ର ଜନତା
ମାଲକାନାଗିରି ନାକା କାନାୟା ଜନତା
ଚିତ୍ରକୋଣ୍ଡା ପ୍ରହ୍ଲାଦ ଦୋରା ଜନତା
କୋରାପୁଟ ବାସୁଦେବ ମାଝି କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲା ଖାଁ କଂଗ୍ରେସ
କୋଡ଼ିଙ୍ଗା ସମ୍ଭାରୁ ମାଝି କଂଗ୍ରେସ
ଡାବୁଗାଁ ଶ୍ୟାମଘନ ମାଝି ଜନତା
ଉମରକୋଟ ରବି ସିଂହ ମାଝି ଜନତା
ନୂଆପଡ଼ା ଘାସିରାମ ମାଝି ଜନତା
ଖଡିଆଳ କପିଳ ନାରାୟଣ ତିଓ୍ୱାରୀ ସ୍ୱାଧୀନ
ଧରମଗଡ ଗଜାନନ ନାୟକ କଂଗ୍ରେସ
କୋକସରା ରାସବିହାରୀ ବେହେରା କଂଗ୍ରେସ
ଜୁନାଗଡ ମହେଶ୍ୱର ବରାଡ଼ କଂଗ୍ରେସ
ଭବାନିପାଟଣା ଦୟାନିଧି ନାୟକ କଂଗ୍ରେସ
ନରଲା ତେଜରାଜ ମାଝି କଂଗ୍ରେସ
କେସିଙ୍ଗା ନଗେନ୍ଦ୍ର ନାଥ ଚୌଧୁରୀ ଜନତା ଦଳ
ବାଲିଗୁଡା ସଦାନନ୍ଦ କଅଁର ସ୍ୱାଧୀନ
ଜି. ଉଦୟଗିରି ରଞ୍ଜିତ କୁମାର ପ୍ରଧାନ ଜନତା ଦଳ
ଫୁଲବାଣୀ ପ୍ରହ୍ଲାଦ ବେହେରା ଜନତା ଦଳ
ବୌଦ୍ଧ ନଟବର ପ୍ରଧାନ ଜନତା ଦଳ
ଟିଟିଲାଗଡ ଲଳିତ ମୋହନ ଗାନ୍ଧୀ କଂଗ୍ରେସ
କଣ୍ଟାବାଞ୍ଜି ପ୍ରସନ୍ନ କୁମାର ପାଲ କଂଗ୍ରେସ
ପାଟନାଗଡ ବିବେକାନନ୍ଦ ମେହେର ଜନତା ଦଳ
ସଇଁତଳା ସୁବାସ ଚନ୍ଦ୍ର ବାଗ ଜନତା ଦଳ
ଲୁଇସିଙ୍ଗା ରାମପ୍ରସାଦ ମିଶ୍ର ଜନତା ଦଳ
ବଲାଙ୍ଗୀର ମୁରଲୀଧର ଗୁରୁ ଜନତା ଦଳ
ସୋନପୁର ଦେବରାଜ ସେଠ ଜନତା ଦଳ
ବିନିକା ପରୀକ୍ଷିତ କରଣ ସ୍ୱାଧୀନ
ବୀର ମହାରାଜପୁର ସୁରେନ୍ଦ୍ର ପ୍ରଧାନ ଜନତା ଦଳ
ଆଠମଲ୍ଲିକ ବାଳକୃଷ୍ଣ ପଟ୍ଟନାୟକ ଜନତା ଦଳ
ଅନୁଗୁଳ ଅଦ୍ୱୈତ ପ୍ରସାଦ ସିଂହ ଜନତା ଦଳ
ହିନ୍ଦୋଳ ତ୍ରିନାଥ ନାୟକ ଜନତା ଦଳ
ଢେ଼ଙ୍କାନାଳ ନନ୍ଦିନୀ ଶତପଥୀ ଜନତା ଦଳ
ଗଁଦିଆ ହଳଧର ମିଶ୍ର ଜନତା ଦଳ
କାମାକ୍ଷାନଗର ପ୍ରସନ୍ନ କୁମାର ପଟ୍ଟନାୟକ ଜନତା ଦଳ
ପାଲଲହଡା ଧରଣୀଧର ପ୍ରଧାନ ସ୍ୱାଧୀନ
ତାଳଚେର ବୃନ୍ଦାବନ ବେହେରା ଜନତା ଦଳ
ପଦ୍ମପୁର ବୀର ବିକ୍ରମାଦିତ୍ୟ ସିଂହ ବରିହା ଜନତା ଦଳ
ମେଳଚ୍ଛାମୁଣ୍ଡା ବୀରେନ୍ଦ୍ର କୁମାର ସାହୁ ଜନତା ଦଳ
ବିଜିପୁର ନିତ୍ୟାନନ୍ଦ ଗଡତିଆ ଜନତା ଦଳ
ଭଟ୍‍ଲି ବିମ୍ବାଧର କୁଅଁର ଜନତା ଦଳ
ବରଗଡ ନବୀନ କୁମାର ପ୍ରଧାନ ଜନତା ଦଳ
ସମ୍ବଲପୁର ଝସ କେତନ ସାହୁ ଜନତା ଦଳ
ବ୍ରଜରାଜନଗର ଉପେନ୍ଦ୍ର ଦୀକ୍ଷିତ କଂଗ୍ରେସ
ଝାରସୁଗୁଡା ସୈରିନ୍ଦ୍ରୀ ନାୟକ କଂଗ୍ରେସ
ଲାଇକେରା ରାମେଶ୍ୱର ସିଂହନାୟକ ଜନତା ଦଳ
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ
ରେଢ଼ାଖୋଲ ବସନ୍ତ କୁମାର ମହାନନ୍ଦ ଜନତା ଦଳ
ଦେବଗଡ ଭାନୁଗଙ୍ଗ ତ୍ରିଭୁବନ ଦେଓ ଜନତା ଦଳ
ସୁନ୍ଦରଗଡ କିଶୋର ଚନ୍ଦ୍ର ପଟେଲ କଂଗ୍ରେସ
ତଲସରା ଇଗ୍ନେସ ମାଝି ଜନତା ଦଳ
ରାଜଗାଙ୍ଗପୁର ବ୍ରଜମୋହନ କିଶାନ ଜନତା ଦଳ
ବୀରମିତ୍ରପୁର ପ୍ରେମଚାନ୍ଦ ଭଗତ୍‍ ଜନତା ଦଳ
ରାଉଲକେଲା ବ୍ରଜକିଶୋର ମହାନ୍ତି ଜନତା ଦଳ
ରଘୁନାଥ ପାଲି ରବି ଦେହୁରି ଜନତା ଦଳ
ବଣାଇ ହେମନ୍ତ କୁମାର ସିଂହଦଣ୍ଡପାଟ ଜନତା ଦଳ
ଚମ୍ପୁଆ ସହରାଇ ଓରାମ ଜନତା ଦଳ
ପାଟନା ମହେଶ୍ୱର ମାଝି ଜନତା ଦଳ
କେନ୍ଦୁଝର କୁମର ମାଝି ଜନତା ଦଳ
ତେଲକୋଇ ନୀଳାଦ୍ରି ନାଏକ ଜନତା ଦଳ
ରାମଚନ୍ଦ୍ରପୁର କ୍ଷୀରୋଦ ପ୍ରସାଦ ସ୍ୱାଇଁ ଜନତା ଦଳ
ଆନନ୍ଦପୁର ମକର ସେଠି ଜନତା ଦଳ

ଜନତା ବିଧାୟକ ଦଳର ନେତା ଭାବରେ ନୀଳମଣି ରାଉତରାୟ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ୧୯୭୭ ଜୁନ ୨୬ ତାରିଖ ଦିନ ଶପଥ ଗ୍ରହଣ କଲେ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଏକ ପନ୍ଦର ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ସେହି ଦିନ ଶପଥ ଗ୍ରହଣ କଲେ । ଏହି ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ନ'ଜଣ କ୍ୟାବିନେଟ ଓ ଅନ୍ୟ ଛ'ଜଣ ରାଷ୍ଟ୍ରମନ୍ତ୍ରୀ ରହିଲେ । ଓଡ଼ିଶାର ରାଜ୍ୟପାଳ ହର ଚରଣ ସିଂହବ୍ରାର ଏହି ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଲେ । ସେହି ମନ୍ତ୍ରୀ ଓ ସେମାନଙ୍କର ବିଭାଗ ଗୁଡିକ ହେଲା:

କ୍ୟାବିନେଟ ମନ୍ତ୍ରୀ :

ନୀଳମଣି ରାଉତରାୟ : ମୁଖ୍ୟମନ୍ତ୍ରୀ ଓ ପଲଟିକାଲ ଆଣ୍ଡ ସର୍ଭିସେସ୍‍, ଯୋଜନା ଓ
ସମନ୍ୱୟ ଓ ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ
ପ୍ରତାପ ଚନ୍ଦ୍ର ମହାନ୍ତି : ରାଜସ୍ୱ, ଶକ୍ତି ଗୋଷ୍ଠୀ ଉନ୍ନୟନ ଓ ସମାଜ ସେବା,
ଉଠାଜଳସେଚନ, ବାଣିଜ୍ୟ
ପ୍ରହ୍ଲାଦ ମଲ୍ଲିକ : କୃଷି ଓ ସମବାୟ, ଆଦିବାସୀ ଓ ଗ୍ରାମମଙ୍ଗଳ
ପ୍ରଦୀପ୍ତ କିଶୋର ଦାସ : ଶିକ୍ଷା ଓ ଯୁବମଙ୍ଗଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଡକ୍ଟର ରାମପ୍ରସାଦ ମିଶ୍ର : ଅର୍ଥ, ପଶୁପାଳନ
ନଟବର ପ୍ରଧାନ : ପୂର୍ତ୍ତ, ଜଙ୍ଗଲ ଓ ମତ୍ସ୍ୟ ଏବଂ ପରିବହନ
ବିଶ୍ୱଭୂଷଣ ହରିଚନ୍ଦନ : ଖାଦ୍ୟ, ଯୋଗାଣ, ଆଇନ, ଶ୍ରମ, ନିଯୁକ୍ତି ଓ ସାଂସ୍କୃତିକ
ବ୍ୟାପାର
ହରିଶ୍ଚନ୍ଦ୍ର ବକ୍ସିପାତ୍ର : ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ଗ୍ରାମଉନ୍ନୟନ, ପର୍ଯ୍ୟଟନ
ଝସ କେତନ ସାହୁ : ସହରାଞ୍ଚଳ ଉନ୍ନୟନ, ଅବକାରୀ

ରାଷ୍ଟ୍ରମନ୍ତ୍ରୀ :

ବୀରଭଦ୍ର ସିଂହ : ଆଦିବାସୀ ଓ ଗ୍ରାମମଙ୍ଗଳ
ଘାସିରାମ ମାଝି : ସ୍ୱାସ୍ଥ୍ୟ ଓ ପଶୁପାଳନ
ଅଦୈତ ପ୍ରସାଦ ସିଂହ : ଗୋଷ୍ଠୀ ଉନ୍ନୟନ ଓ ସମାଜମଙ୍ଗଳ, ସମବାୟ, ଲୋକସଂପର୍କ
ସହରାଇ ଓରାମ : ଗ୍ରାମ ଉନ୍ନୟନ, ମତ୍ସ୍ୟ
ଇଗ୍ନେସ ମାଝି : ଆଇନ, ଶ୍ରମ, ନିଯୁକ୍ତି ଓ ଗୃହ ନିର୍ମାଣ
ହରିହର ସ୍ୱାଇଁ : ବାଣିଜ୍ୟ ଓ ପରିବହନ, ଜେଲ

କଂଗ୍ରେସ ବିଧାୟକ ଦଳ ନେତା ଭାବରେ ଚିନ୍ତାମଣି ପାଣିଗ୍ରାହୀ ନିର୍ବାଚିତ ହୋଇ ବିରୋଧିଦଳର ନେତା ପଦ ଗ୍ରହଣ କଲେ । ସପ୍ତମ ବିଧାନସଭାର ଏହି ନବନିର୍ବାଚିତ ସଦସ୍ୟମାନେ ୧୯୭୭ ମସିହା ଜୁନ୍‍ ୨୯ ତାରିଖ ଦିନ ଶପଥ ଗ୍ରହଣ କଲେ । ସତ୍ୟପ୍ରିୟ ମହାନ୍ତି ଓ ସୁରେନ୍ଦ୍ର ନାଥ ନାୟକ ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ ।

ଜାତୀୟ କଂଗ୍ରେସର ବିଭାଜନ:

୧୯୭୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱିତୀୟ ଥରପାଇଁ ବିଭାଜିତ ହେଲା । ଇନ୍ଦିରାଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ଦଳ କଂଗ୍ରେସ (ଆଇ) ଭାବରେ ପରିଚିତ ହୋଇ 'ହାତ' ଚିହ୍ନ ନିର୍ବାଚନ ସଂକେତ ଲାଭ କଲା । ସଂଜୀବ ରେଡିଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ 'ଗାଈ-ବାଛୁରୀ' ଚିହ୍ନକୁ ନିର୍ବାଚନ ସଂକେତ ଭାବରେ ବଜାୟ ରଖିଲା । ଓଡ଼ିଶା ବିଧାନ ସଭାରେ ଥିବା ୨୬ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୫ଜଣ କଂଗ୍ରେସ (ଆଇ) ଦଳକୁ ସମର୍ଥନ କରି କଂଗ୍ରେସ (ଆଇ)ର ବିଧାୟକ ଭାବରେ ପରିଚିତ ହେଲେ । ୨୦.୨.୧୯୭୮ ତାରିଖରେ ଏହି ଦଳର ନେତା ବୃନ୍ଦାବନ ନାୟକ ବିରୋଧୀ ଦଳର ନେତା ଭାବରେ ମାନ୍ୟତା ଲାଭ କଲେ । ଅନ୍ୟ ୧୧ଜଣ କଂଗ୍ରେସ ବିଧାୟକ କଂଗ୍ରେସ (ୟୁ)ର ବିଧାୟକ ଭାବରେ ପରିଚିତ ହେଲେ । କାରଣ ଦେବରାଜ ଅର୍ସ ଥିଲେ ଏହି କଂଗ୍ରେସ ଗୋଷ୍ଠୀର ସଭାପତି । ପରେ ଜାତୀୟ ସ୍ତରରେ କଂଗ୍ରେସ (ୟୁ) ଦଳ ପୂରାପୂରି ଜନତା ଦଳରେ ମିଶି ଯାଇଥିଲା, ଫଳରେ ଇନ୍ଦିରାଗାନ୍ଧୀଙ୍କ ପରିଚାଳିତ କଂଗ୍ରେସ (ଆଇ) ପ୍ରକୃତ ଜାତୀୟ କଂଗ୍ରେସ ଭାବରେ ସ୍ୱୀକୃତି ଲାଭ କଲା । ଏହି ଦଳକୁ ଗାଈ-ବାଛୁରୀ ନିର୍ବାଚନ ସଙ୍କେତ ମିଳିଲା । କିନ୍ତୁ ଦଳ ତାହାକୁ ଗ୍ରହଣ ନକରି ପୂର୍ବରୁ ପାଇଥିବା ସେହି 'ହାତ' ଚିହ୍ନକୁ ଦଳର ନିର୍ବାଚନ ସଙ୍କେତ ଭାବରେ ଗ୍ରହଣ କରିନେଲା । ଆଜିଯାଏଁ ବି 'ହାତ' ଚିହ୍ନ ଦଳର ନିର୍ବାଚନ ସଂକେତ ହୋଇ ରହିଛି ।

ଜନତା ଦଳର ବିଭାଜନ, ଦେଶାଇଙ୍କ ଇସ୍ତଫା :

ଚାରୋଟି ଅଣ-କଂଗ୍ରେସ ଓ ଅଣ କମ୍ୟୁନିଷ୍ଟ ଦଳର ସଭ୍ୟମାନଙ୍କୁ ନେଇ ଗଠିତ ଜନତା ଦଳରେ ବିଭିନ୍ନ ସମୟରେ ଆଭ୍ୟନ୍ତରୀଣ କନ୍ଦଳ ପରିଲକ୍ଷିତ ହେଲା । ତା'ଭିତରେ ଚରଣ ସିଂହଙ୍କର ଇଚ୍ଛା, କେମିତି ପ୍ରଧାନମନ୍ତ୍ରୀ ହେବେ! ଫଳରେ ସେ ଜନତା ଦଳର କେତେଜଣ ସଦସ୍ୟଙ୍କ ସହାୟତାରେ ନିଜର ଆଶାକୁ ଚରିତାର୍ଥ କରିବାପାଇଁ ଲାଗିପଡିଲେ । ତାଙ୍କୁ ସହଯୋଗ କଲେ ରାଜନାରାୟଣ । ପ୍ରାୟତଃ ଚରଣ ସିଂହ ଓ ରାଜନାରାୟଣଙ୍କ ସରକାର ବିରୋଧୀ ବିବୃତିରେ ମୋରାରଜୀ ଦେଶାଇ ଅତିଷ୍ଠ ହୋଇ ପଡିଲେ । ଫଳରେ ସେ ଚରଣ ସିଂହ ଓ ରାଜନାରାୟଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଦେଲେ । ପୁଣି ଛ'ମାସ ପରେ ୧୯୭୯ ଜାନୁଆରି ମାସରେ ଚରଣ ସିଂହଙ୍କୁ କ୍ୟାବିନେଟକୁ ଫେରାଇ ଆଣି ସ୍ୱରାଷ୍ଟ୍ର ବିଭାଗ ବଦଳରେ ଅର୍ଥ ବିଭାଗ ଦାୟିତ୍ୱରେ ରଖିଲେ । କିନ୍ତୁ ରାଜନାରାୟଣଙ୍କୁ କ୍ୟାବିନେଟରେ ଆଉ ଗ୍ରହଣ କଲେ ନାହିିଁ । ଫଳରେ ରାଜନାରାୟଣ ଜନତା (ଏସ୍‍) ନାମରେ ଏକ ନୂଆ ଦଳ ଗଠନ କଲେ । ଏହି ଦଳରେ ଓଡ଼ିଶାର ରବି ରାୟ ଓ ବିଜୁ ପଟ୍ଟନାୟକଙ୍କ ସମେତ ଚରଣ ସିଂହ ଓ ବହୁ ଗୁଣା ଆଦି ନେତାମାନେ ଯୋଗଦାନ କଲେ । ମନ୍ତ୍ରିମଣ୍ଡଳର ପତନ ନିଶ୍ଚିତ ଜାଣି ମୋରାରଜୀ ଦେଶାଇ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ । ବିକଳ୍ପ ସରକାର ଗଠନ କରିବାପାଇଁ ରାଷ୍ଟ୍ରପତି ବିରୋଧୀ ଦଳର ନେତା ଓ୍ୱାଇ.ଭି.ଚୌହାନଙ୍କୁ ନିମନ୍ତ୍ରଣ କଲେ । କିନ୍ତୁ ଚୌହାନ ଅକ୍ଷମତା ପ୍ରକାଶ କରିବାରୁ ରାଷ୍ଟ୍ରପତି ଚୌଧୁରୀ ଚରଣ ସିଂହଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବା ନିମନ୍ତେ ସୁଯୋଗ ପ୍ରଦାନ କଲେ । ଚୌଧୁରୀ ଚରଣ ସିଂହ କଂଗ୍ରେସ ଦଳର ସମର୍ଥନରେ ୧୯୭୯ ମସିହା ଜୁଲାଇ ୨୮ ତାରିଖରେ କେନ୍ଦ୍ରରେ ନୂତନ ମନ୍ତ୍ରିମଣ୍ଡଳ ଗଠନ କଲେ । ଏହି ମନ୍ତ୍ରିମଣ୍ଡଳରେ ଓଡ଼ିଶାର ବିଜୁ ପଟ୍ଟନାୟକ ଓ ରବି ରାୟ ମଧ୍ୟ ମନ୍ତ୍ରୀ ଭାବରେ ସ୍ଥାନ ପାଇଲେ ।

ରାଷ୍ଟ୍ରପତିଙ୍କ ନିର୍ଦେଶ କ୍ରମେ ଚରଣ ସିଂହ ଏକମାସ ଭିତରେ ଲୋକସଭାରେ ଆସ୍ଥା ପ୍ରକଟ କରିବା ପୂର୍ବରୁ କଂଗ୍ରେସ ଦଳ ତାଙ୍କ ମନ୍ତ୍ରିମଣ୍ଡଳରୁ ସମର୍ଥନ ପ୍ରତ୍ୟାହାର କରି ନେଲେ । ଫଳରେ ଚରଣ ସିଂହ ପ୍ରଧାନମନ୍ତ୍ରୀ ଭାବରେ ପାର୍ଲିଆମେଣ୍ଟରେ ବସିପାରିଲେ ନାହିିଁ । ତାଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା । ମାତ୍ର ୨୨ଦିନ ପ୍ରଧାନମନ୍ତ୍ରୀ ପଦବୀରେ ସେ ରହିଥିଲେ । ଏହା ପରେ ୧୯୭୯ ମସିହା ଅଗଷ୍ଟ ୨୦ ତାରିଖ ଦିନ ଦେଶରେ ରାଷ୍ଟ୍ରପତି ଶାସନ ଜାରି ହେଲା ।

ଓଡ଼ିଶା ଜନତା ଦଳରେ ବିଭାଜନ :

ଓଡ଼ିଶାରେ ଜନତା ଦଳ ଦୁଇ ଭାଗରେ ବିଭାଜିତ ହୋଇଗଲା । ଜନତା ବିଧାୟକ ଦଳର ୧୧୦ଜଣ ସଭ୍ୟଙ୍କ ମଧ୍ୟରୁ ୨୮ଜଣ ସଦସ୍ୟ ପ୍ରହ୍ଲାଦ ମଲ୍ଲିକଙ୍କ ନେତୃତ୍ୱରେ ବାହାରି ଆସି ଜନତା ଦଳ (ଓ) ନାମରେ ପରିଚିତ ହେଲେ । ଅନ୍ୟ ବିଧାୟକ ଦଳର ସଭ୍ୟମାନେ ନୀଳମଣି ରାଉତରାୟଙ୍କ ନେତୃତ୍ୱରେ ପରିଚାଳିତ ହୋଇ ଜନତା ଦଳର ବିଧାୟକ ଭାବରେ ବିବେଚିତ ହେଲେ । ସେମାନଙ୍କ ସଂଖ୍ୟା ହୋଇଗଲା ୮୨ । ଜନତା ଦଳ ବିଭାଜନ ପରେ ମନ୍ତ୍ରିମଣ୍ଡଳପାଇଁ କୌଣସି ବିପଦ ଦେଖାଗଲା ନାହିିଁ । ଏହି ବିଭାଜନ ପରେ ୨୮ଜଣିଆ ଜନତା (ଓ) ବିଧାୟକ ଦଳର ନେତା ପ୍ରହ୍ଲାଦ ମଲ୍ଲିକ ୧୯୭୯ ମସିହା ସେପ୍ଟେମ୍ବର ତିନି ତାରିଖ ଦିନ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ଲାଭ କଲେ ।

ରାଉତରାୟ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ :

କୌଣସି କାରଣରୁ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ମନ୍ତ୍ରୀମଣ୍ଡଳରୁ ନିଲମ୍ବିତ କରାଗଲା । ସେହିପରି ପ୍ରହ୍ଲାଦ ମଲ୍ଲିକ ଦଳରୁ ବାହାରି ଯାଇ ନୂତନ ଜନତା ଦଳ (ଓ)ର ନେତୃତ୍ୱ ନେବାରୁ ସେ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲେ । ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ଫଳରେ ତିନୋଟି କ୍ଯାବିନେଟ ମନ୍ତ୍ରୀ ପଦ ଖାଲିପଡିଲା । ଏଣୁ ମୁଖ୍ୟମନ୍ତ୍ରୀ ୧୯୭୯ ମସିହା ଅକ୍ଟୋବର ୨୫ ତାରିଖ ଦିନ ତାଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କଲେ । ଏହି ମନ୍ତ୍ରୀମଣ୍ଡଳରେ ସେ ଚାରିଜଣ ନୂଆ କ୍ୟାବିନେଟ ମନ୍ତ୍ରୀ ନେଲେ । ସେମାନେ ହେଲେ ବୃନ୍ଦାବନ ନାୟକ, ଶରତ କୁମାର ଦେବ, ବେଦ ପ୍ରକାଶ ଅଗ୍ରୱାଲା ଓ ଜଗନ୍ନାଥ ମଲ୍ଲିକ । ଏହା ବ୍ୟତୀତ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ କଲେ । ସେମାନେ ହେଲେ ଅଦୈତ ପ୍ରସାଦ ସିଂହ ଓ ଘାସିରାମ ମାଝି । ଫଳରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସଂଖ୍ୟା ହେଲା ବାର ।

ଏହି ସଂପ୍ରସାରଣ ମନ୍ତ୍ରୀମଣ୍ଡଳରେ ନୂଆକରି ନ'ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତ ରାୟ ଗ୍ରହଣ କଲେ । ସେମାନେ ହେଲେ, ରବି ସିଂହ ମାଝି, ଡାକ୍ତର ଦାମୋଦର ରାଉତ, କାଳିନ୍ଦୀ ଚରଣ ବେହେରା, ମହେଶ୍ୱର ବାଗ, ପ୍ରେମଚାନ୍ଦ ଭଗତ, ମୁରଲୀଧର ଗୁରୁ, ନବୀନ କୁମାର ପ୍ରଧାନ, ଶ୍ରୀକାନ୍ତ କୁମାର ଜେନା ଓ ରଘୁନାଥ ହେମ୍ର୍ୱମ । ଫଳରେ ରାଷ୍ଟ୍ରମନ୍ତ୍ରୀମାନଙ୍କର ସଂଖ୍ୟା ହେଲା ତେର । ସମୁଦାୟ କ୍ୟାବିନେଟରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପଚିଶଜଣ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ । ୧୯୮୦ ସପ୍ତମ ଲୋକସଭା ନିର୍ବାଚନ:

ଜାତୀୟ ସ୍ତରରେ ଜନତାଦଳ ବିଭାଜିତ ଥିବା ଅବସ୍ଥାରେ ଜାନୁଆରି ପ୍ରଥମ ସପ୍ତାହରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାପାଇଁ ଘୋଷଣା ହେଲା । ଫଳରେ ଜନତା ପାର୍ଟିରେ ଥିବା ପୂର୍ବତନ ଜନସଂଘ ଦଳର ସଭ୍ୟମାନେ ଅଲଗା ହୋଇଯାଇ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ନୂତନ ରାଜନୈତିକ ଦଳ ଗଠନ କଲେ । ଅନ୍ୟମାନେ ଏକାଠି ହୋଇ (ଅଣ କଂଗ୍ରେସ ଓ ଅଣ କମ୍ୟୁନିଷ୍ଟଙ୍କ ବ୍ୟତୀତ) 'ଲୋକଦଳ' ନାମରେ ଅନ୍ୟ ଏକ ରାଜନୈତିକ ଦଳ ଗଠନ କଲେ । ଭାରତୀୟ ଜନତା ପାର୍ଟିର ନିର୍ବାଚନ ସଂକେତ ହେଲା ପଦ୍ମଫୁଲ ଓ ଲୋକଦଳର ନିର୍ବାଚନ ସଂକେତ ହେଲା 'ମହିଳା' । ଚରଣ ସିଂହଙ୍କ ନେତୃତ୍ୱରେ ଗଠିତ ଜନତା ଦଳକୁ ଜନତା (ଏସ) ବୋଲି କୁହାଯାଉଥିଲା । ଏହି ଜନତା ଦଳକୁ ଲୋକଦଳ ନାମରେ ନାମିତ କରିବାପାଇଁ ନିର୍ବାଚନ କମିଶନରଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଏଥିରେ କମିଶନର ରାଜି ହୋଇନଥିଲେ । ଫଳରେ ଲୋକଦଳ ପ୍ରାର୍ଥୀମାନେ ଜନତା (ଏସ)ର ନିର୍ବାଚନ ସଂକେତ 'ମହିଳା' ଚିହ୍ନରେ ନିର୍ବାଚନ ଲଢ଼ିିଥିଲେ ।

ଓଡ଼ିଶାର ସପ୍ତମ ଲୋକସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ (ଇ) ୨୧ଟି ଆସନରୁ ୨୦ଟି ଆସନ ଲାଭ କଲା । କେବଳ କେନ୍ଦ୍ରାପଡା ଲୋକସଭା ଆସନରୁ ଲୋକଦଳ ପ୍ରାର୍ଥୀ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇ ଆସିଲେ । ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଲୋକସଭା ସଦସ୍ୟମାନେ ହେଲେ

ସପ୍ତମ ଲୋକସଭା ସଦସ୍ୟ (୧୯୮୦) :

ମୟୂରଭଞ୍ଜ ମନମୋହନ ଟୁଡୁ କଂଗ୍ରେସ(ଇ)
ବାଲେଶ୍ୱର ଚିନ୍ତାମଣି ଜେନା କଂଗ୍ରେସ(ଇ)
ଭଦ୍ରକ ଅର୍ଜୁନ ସେଠି କଂଗ୍ରେସ(ଇ)
ଯାଜପୁର ଅନାଦି ଚରଣ ଦାସ କଂଗ୍ରେସ(ଇ)
କେନ୍ଦ୍ରାପଡା ବିଜୟାନନ୍ଦ ପଟ୍ଟନାୟକ ଲୋକଦଳ
କଟକ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ(ଇ)
ଜଗତସିଂହପୁର ଲକ୍ଷ୍ମଣ ମଳିକ କଂଗ୍ରେସ(ଇ)
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ(ଇ)
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ(ଇ)
ଆସ୍କା ରାମଚନ୍ଦ୍ର ରଥ କଂଗ୍ରେସ(ଇ)
ବ୍ରହ୍ମପୁର ଆର ଜଗନ୍ନାଥ ରାଓ କଂଗ୍ରେସ(ଇ)
କୋରାପୁଟ ଗିରିଧାରୀ ଗମାଙ୍ଗ କଂଗ୍ରେସ(ଇ)
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ(ଇ)
କଳାହାଣ୍ଡି ରାସବିହାରୀ ବେହେରା କଂଗ୍ରେସ(ଇ)
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ(ଇ)
ବଲାଙ୍ଗୀର ନିତ୍ୟାନନ୍ଦ ମିଶ୍ର କଂଗ୍ରେସ(ଇ)
ସମ୍ବଲପୁର ଡାକ୍ତର କୃପାସିନ୍ଧୁ ଭୋଇ କଂଗ୍ରେସ(ଇ)
ଦେବଗଡ ନାରାୟଣ ସାହୁ କଂଗ୍ରେସ(ଇ)
ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ(ଇ)
ସୁନ୍ଦରଗଡ଼ ଖ୍ରୀଷ୍ଟଫୋର ଏକ୍କା କଂଗ୍ରେସ(ଇ)
କେନ୍ଦୁଝର ହରିହର ସୋରେନ କଂଗ୍ରେସ(ଇ)

ଜାନକୀ ବାବୁ କଟକ ଆସନରୁ ଇସ୍ତଫା ଦେବା ପରେ ଉପନିର୍ବାଚନରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ଜୟଯୁକ୍ତ ହୋଇଥିଲେ । ଜାନକୀ ବାବୁ କାହିିିଁକି ଏହି ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ, ସେ ବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜାନକୀବଲ୍ଲଭ ପଟ୍ଟନାୟକ :

ଜାନକୀବାବୁ ୧୯୮୦ ମସିହା ସପ୍ତମ ଲୋକସଭା ନିର୍ବାଚନରେ କଟକ ଲୋକସଭା ଆସନରୁ କଂଗ୍ରେସ (ଇ) ପ୍ରାର୍ଥୀ ଭାବରେ ବିପୁଳ ଭୋଟରେ ବିଜୟ ଲାଭ କରି ଇନ୍ଦିରାଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ପର୍ଯ୍ୟଟନ, ବେସାମରିକ ବିମାନଚଳ ଓ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ପଦଲାଭ କଲେ । ଏହିସବୁ ମନ୍ତ୍ରଣାଳୟରେ ଅଳ୍ପ ଦିନ ସେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରି ଉଚ୍ଚ ପ୍ରଶଂସିତ ହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍‍ ନିକଟତର ହୋଇଗଲେ ।

ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳ ବରଖାସ୍ତ :

ପୂର୍ବରୁ ୧୯୭୭ ମସିହା ଲୋକସଭା ନିର୍ବାଚନରେ ଜନତାଦଳର ବିପୁଳ ବିଜୟ ଘଟିିଥିଲା । ଫଳରେ କେନ୍ଦ୍ରରେ ଜନତା ଦଳ ସରକାର ଗଠିତ ହୋଇଥିଲା । ଏହି କେନ୍ଦ୍ର ସରକାର ସେହି ସମୟରେ ଓଡ଼ିଶା ସମେତ ନ'ଟି ରାଜ୍ୟର କଂଗ୍ରେସ ସରକାରକୁ ବରଖାସ୍ତ କରିଦେଇଥିଲେ । ଯାହା ଫଳରେ କି ଓଡ଼ିଶାର ତତ୍‍କାଳୀନ ବିନାୟକ ଆଚାର୍ଯ୍ୟଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳର ପତନ ଘଟିିଥିଲା । ଓଡ଼ିଶା ସମେତ ଏହି ନ'ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୮୦ ମସିହା ଲୋକସଭା ନିର୍ବାଚନରେ କଂଗ୍ରେସ (ଇ) ଦଳର ବିପୁଳ ବିଜୟ ଘଟିଲା । କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ନୂତନ ସରକାର ଗଠନ କରାଗଲା । ଫଳରେ ସେହି ନଜିର ଦେଖାଇ ଏହି ସରକାର ବିଭିନ୍ନ ରାଜ୍ୟରେ ଥିବା ଅଣକଂଗ୍ରେସ ସରକାରଗୁଡିକୁ ଭାଙ୍ଗିଦେବା ପାଇଁ ନିଷ୍ପତ୍ତି ଗ୍ରହଣ