ଗୌରଚରଣ ଗୀତାବଳୀ/ଶ୍ୟାମ ! ନ ଯା ନ ଯା ବନରେ

ଉଇକିପାଠାଗାର‌ରୁ
Jump to navigation Jump to search
ଗୌରଚରଣ ଗୀତାବଳୀ ଲେଖକ/କବି: ଗୌରଚରଣ ଅଧିକାରୀ
ଶ୍ୟାମ ! ନ ଯା ନ ଯା ବନରେ

[ପଞ୍ଚାଅଶି]

ସ୍ନେହାତୁରା ଯଶୋଦା

(ରାଗ ମହ୍ଲାର ତାଳ ତ୍ରିପୁଟା)

ଶ୍ୟାମ ! ନ ଯା ନ ଯା ବନରେ ଶ୍ୟାମ ନ ଯା ବନ
ବାବୁ ! ତୁ ମୋ ଜୀବଧନ ରେ । ଘୋଷା ।
ଆରେ ବାପ ବନମାଳୀତୁ ମୋ ନୟନପିତୁଳି
ତୋ ବିହୁନେ ଏ ଭୁବନ ଶୂନ୍ୟ ରେ ।୧।
ଦଣ୍ଡେ ନ ଦେଖିଲେ ତୋତେକୋଟି ଯୁଗ ହୁଏ ମୋତେ
ମୁହିଁ ରଙ୍କ ତୁ ମୋ ରତନ ରେ ।୨।
ଡରୁ ଅନ୍ଧାର ଘରକୁମାଆ ମାଆ ବୋଲି ଡାକୁ
ଭୟେ ହେଉ ତୁ ଛନ ଛନ ରେ ।୩।
କାଲି ତୋତେ କୋଳେ ଘେନିଶୋଇଥିଲି ମୁଁ ରଜନୀ
ଦେଖିଲି ମୁଁ ପାପ ସପନ ରେ ।୪।
ଦଣ୍ଡେ ହୋଇଲେ ଉଛୁରଭୋକେ ହେଉ ଥର ହର
ବନେ କରିବୁ କି ଭୋଜନ ରେ ।୫।
ଦ୍ୱିଜ ଗୌର କହେ ଦୁଃଖୀଯେବେ ଯିବୁ ବଛା ରଖି
ତୋ ସଙ୍ଗେ ମୁଁ ଯିବି କାନନ ରେ ।୬।