ଚକା ଚକା ଭଉଁରୀ
ଦେଖଣା
←ଆହେ ଦୟାମୟ ବିଶ୍ୱବିହାରୀ | ଆହେ ଦୟାମୟ ବିଶ୍ୱବିହାରୀ ଲେଖକ/କବି: ଚକା ଚକା ଭଉଁରୀ |
ଚକା ଚକା ଭଉଁରୀ
ମାମୁଘର ଚଉଁରୀ
ମାମୁ ମୋତେ ମାଇଲେ
କେତେ କଥା କହିଲେ
ବୁଝେଇ ଶୁଝେଇ ପୁଣି
ଦୁଧଭାତ ଖୋଇଲେ ।
ମାମୁଘର ଅଗଣାରେ
ନାଲି ନେଳି ପଥର,
ଫୁଲ ଫୁଟି ବାସୁଥାଏ
ସତେ ଅବା ଅତର ।
ମାମୁଘରେ ବାଜୁଥାଏ
ଯୋଡ଼ା ଯୋଡ଼ା ମହୁରୀ,
ଚକା ଚକା ଭଉଁରୀ ଗୋ
ଚକା ଚକା ଭଉଁରୀ ।