ଜାତି, ଜାଗୃତି ଓ ପ୍ରଗତି

ଉଇକିପାଠାଗାର ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩) 
ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି

ଚିତ୍ର

                  ଜାତି, ଜାଗୃତି ଓ ପ୍ରଗତି


                   ସୁବ୍ରତ କୁମାର ପୃଷ‌୍ଟି


ଚିତ୍ର

                  ଜାତି, ଜାଗୃତି ଓ ପ୍ରଗତି


ସୁବ୍ରତ କୁମାର ପୃଷ‌୍ଟି
ବରିଷ‌୍ଠ ଗବେଷକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,
ଉତ୍କଳ ବିଶ୍ୱବିଦ୍ୟାଳ‌ୟ, ବାଣୀବିହାର, ଭୁବନେଶ୍ୱର



ଶତାକ୍ଷ
ଭୁବନେଶ୍ୱର

ଜାତି, ଜାଗୃତି ଓ ପ୍ରଗତି

(ପ୍ରବନ୍ଧ ସଂକଳନ)

ଲେଖକ :

ସୁବ୍ରତ କୁମାର ପୃଷ୍ଟି

ପ୍ରକାଶକ :

ଶତାକ୍ଷ

ଫ୍ଲାଟ କ୍ରମାଙ୍କ- ୪୦୨, ସୁଭ୍ରା ଏନ୍‌କ୍ଲେଭ, ପଳାଶୁଣି

ରସୁଲଗଡ,ଭୁବନେଶ୍ୱର - ୭୫୧୦୧୦

ଦୂରଭାଷା : ୦୯୦୯୦୪୬୫୭୫୮

ପ୍ରଥମ ପ୍ରକାଶ : ଉକ୍ରଳ ଦିବସ, ୨୦୦୯

ପରିମାର୍ଜିତ ଓ ପରିବର୍ଦ୍ଧିତ ସଂସ୍କରଣ : ବସନ୍ତ ପଞ୍ଚମୀ, ୨୦୧୧, ୨୦୧୩

ଅକ୍ଷର ସଜ୍ଜା ଓ ମୁଦ୍ରଣ : ପ୍ରିଣ୍ଟୋଭର୍ସ, କଟକ

ମୂଲ୍ୟ : ଟ ୮୦.୦୦ (ଅଶୀ ଟଙ୍କା ମାତ୍ର)

JATI, JAGRUTI O PRAGATI

(Prabandha Sankalana)

Author :

Subrata Kumar Prusty

Published by :

STAKSHYA

Flat No-402,Subhadra Enclave,Palasuni,

Rasulgarh, Bhubaneswar - 751010

Phone : 09090465758

Email : subratodia@gmail.com

First Edition : 1st April, 2009

2nd Revised Edition : 8th February2011

D.T.P. & Printed at : The Printoverse,katak

Price : Rs. 80.00 (Rupees Eighty only)



ସମର୍ପଣ...


ଓଡ଼ିଆ ଜାତିର କର୍ଣ୍ଣଧାର ସାଜିବାକୁ
ପ୍ରସ୍ତୁତ ହେଉଥିବା
ଆଗାମୀ ପିଢ଼ିର ଦାୟାଦମାନଙ୍କ ହାତରେ...


ମୁଖବନ୍ଧ

“ଆମ ଭାଷା ଆମଠାରୁ ଯାଇସାରିଲାଣି । ଆମ ସଂସ୍କୃତି, ପରମ୍ପରା ମଧ୍ୟ ଯାଇସାରିଲାଣି ଆମ ଅପାରଗତା ଯୋଗୁଁ । ଖାଲି ବଞ୍ଚି ରହିଛି ଭୂମି ଖଣ୍ଡିକ । ତାକୁ କ’ଣ ହରାଇଦେବା ଆମ ସଂକୀର୍ଣ୍ଣ ଚିନ୍ତାଧାରା ଯୋଗୁଁ !”

ସୁବ୍ରତର ଏହା ଓଡ଼ିଶାର ଭବିଷ୍ୟତ ନେଇ ଏକ ଆତଙ୍କିତ ଶୀହରଣ, ଏକ ନିଷ୍ଠୁର ସତ୍ୟର ଉଦ୍‌ଘାଟନ । ବୟସରେ ଯୁବକ, ଉଚ୍ଚଶିକ୍ଷାର କବଚ ଅଛି ପାଖରେ । ତେଣୁ ଏ ପ୍ରକାର ଖେଦୋକ୍ତି ପଛରେ ପ୍ରଚଳିତ କାଳଖଣ୍ଡର ଘଟଣାପ୍ରବାହରୁ ସେ ସଂଗ୍ରହ କରିଛନ୍ତି ଅନୁଭବ । ଘଟଣାର କ୍ରମପ୍ରବାହ ଭିତରେ ସବୁଠି ଦିଶୁଛି ଗୋଟିଏ ଚିତ୍ର-ଓଡ଼ିଶା ଝଡ଼ି ପଡୁଛି । ତା’ର ଶୋଭନାଙ୍ଗ ହେଉଛି ମଳିନ, ବିଭଙ୍ଗ । ଭିତରେ ଏକ ଅନ୍ତକ୍ରନ୍ଦନର ସ୍ରୋତ । ବିଦୀର୍ଣ୍ଣ ହେଉଛି ଅନ୍ତରାତ୍ମା ।

ପ୍ରଥମତଃ ଓଡ଼ିଶାକୁ ଜଳ, ସ୍ଥଳ ଆଡୁ ଆକ୍ରମଣର ପଞ୍ଝା ମେଲି ଆସୁଛି । ଆନ୍ଧ୍ରର ସୀମା ମାଡୁଛି ଓଡ଼ିଶାକୁ । ଓଡ଼ିଶାର ଜଳ ସମ୍ପଦ ଉପରେ ଅଧିକାର ନିଶା ଘାରୁଛି । ଓଡ଼ିଶା ମାଟି ତଳେ ଲୁଚିଥିବା ସମ୍ପଦ ଉପରେ ବହୁଦେଶୀୟ କମ୍ପାନୀମାନଙ୍କ ଛଞ୍ଚାଣ ଆଖି । ନାନା ପ୍ରକାର ଶିଳ୍ପର ଆଳରେ ଖଣିଖାଦାନ ନେବାର ଚକ୍ରାନ୍ତ, ହଜାର ହଜାର ଏକର ଜମି ନିଜ ବାଡ଼ବନ୍ଦୀରେ ରଖିବାକୁ ସେମାନେ ତ‌ତ୍ପର । ବାକି ଥିଲା ଯାହା ଏବେ ଶିକ୍ଷାର ଆଳରେ ବେଦାନ୍ତ ଓ ରବିଶଙ୍କର ଆସିଗଲେଣି । ଅଥଚ ଓଡ଼ିଆଏ କେବେ ପ୍ରଶ୍ନ କରିନାହାନ୍ତି ଏ ଭୂମିର ପୁଅ କେତେ ହେବ ଲାଭବାନ । ଓଡ଼ିଶାରେ ଚାରିଶହ ଖଣି ମାଲିକରୁ ତିନିଶହ ପଚାଶ ଜଣ ଅଣଓଡ଼ିଆ । ସେମାନଙ୍କ ଛତା ତଳେ ଓଡ଼ିଆଙ୍କ ସଂଖ୍ୟା କେତେ ତା’ର ହିସାବ ଦେଇପାରିବେ ନାହିଁ ଓଡ଼ିଶା ସରକାର ।

ଆନ୍ଧ୍ରରୁ ଆମଦାନୀ ବଢ଼ୁଛି । ଓଡ଼ିଶା ଗୋଟିଏ ଆମଦାନୀ ପ୍ରିୟ ରାଜ୍ୟ । ଏଠୁ କ’ଣ ରପ୍ତାନୀ ହୁଏ ଯଦି ପ୍ରଶ୍ନ କରାଯାଏ, ସେନେଇ ଓଡ଼ିଆଏ ସନ୍ଦେହରେ ପଡ଼ିବେ । ଯାହା ରପ୍ତାନୀ ହୁଏ ସେଥିରୁ ଆୟର ପରିମାଣ କେତେ ? ଅଙ୍କ କଷା ଚାଲିବ କିରାଣି ମହଲରେ । ନେତାଙ୍କ ବାକ୍‌ବାଣରେ ସତ ଧରାପଡ଼ିବ ନାହିଁ । ମାଛ କୁହ, ଅଣ୍ଡା କୁହ ଏପରିକି ଲଙ୍କାମରିଚ କି ଅଦା ଅବା କଦଳୀ, କୁକୁଡ଼ା, ଅଣ୍ଡା, ଭଣ୍ଡା, ଆଳୁ ପିଆଜ-ନିତିିଦିନିଆ ଦରକାରୀ ଦ୍ରବ୍ୟ ଆନ୍ଧ୍ର ବା ବଙ୍ଗଳାରୁ ଆସେ । ଓଡ଼ିଶା ଭୂଇଁ ପଡ଼ିଆ ପଡ଼େ, ପାଣି ନଥାଏ । ପାଣି ଯାହା ମିଳେ ବନ୍ୟାରେ । ଏବେ ଦୁଇଟଙ୍କିଆ ଚାଉଳର କଲ୍ୟାଣରୁ ଆହୁରି ଭୂଇଁ ପଡ଼ିଆ ପଡ଼ିବ । ଘରେ ଥିବ ସରକାରୀ ଚାଉଳ, ନଥିବ ପାଣି । ନଳକୂଅ ଖୋଳା ହୋଇଥିବ, ସେଥିରେ ନଥିବ ଢିଙ୍କିଆ ବା ପାଣି ବାହାରିଲେ ଆସିଯାଉଥିବ ପଙ୍କ । ହୁଏତ ତା’ ଭିତରେ ମିଳିଯିବ କନ୍ୟାର


ଭ୍ରୁଣ କିମ୍ବା ଗଜ କନା, ଛୁଞ୍ଚି ଅବା ଡିସପୋଜେବୁଲ ସିରିଂଜ ।

ଦାଦନ ହେଲେ, ବିଦେଶ ଗଲେ, ଗାଁରେ ନାଚେ ବିଲୁଆ ଛୁଆ, ଘରକୁ ଫେରିଲେ ଏଡ୍ସ ରୋଗର ବୋଝ । ଗାଁରେ ଗାଁରେ ଅନ୍ନପୂର୍ଣ୍ଣା ଯୋଜନା, ଅନ୍ତୋଦୟ ଯୋଜନା, ନାରୀ ଓ ଶିଶୁକଲ୍ୟାଣ ସମିତି - ଗ୍ରାମ ସଡ଼କ ଯୋଜନା-ବହୁ ରଙ୍ଗବେରଙ୍ଗର ବିଜ୍ଞାପନମୁଖର ଉନ୍ନତିର ମାର୍ଗ ଫିଟିଛି ବୋଲି ଗଣମାଧ୍ୟମର ଡଗରାମାନେ ରଡ଼ି ଛାଡ଼ନ୍ତି । କିନ୍ତୁ ଦାଦନ ସଂଖ୍ୟା କମେ ନାହିଁ । ଗର୍ଭବତୀ ନାରୀ ମରେ । ଶିଶୁର ପେଟ ଚାଖଣ୍ଡେ ଫୁଲିଥାଏ । ଗାଁ ଭେଣ୍ଡିଆ ନିଶା ପାଣି ପିଇ ବଜରଙ୍ଗୀ ହୁଏ ବା ଶଙ୍ଖ ବଜାଏ ବା ହାତ କି ପଦ୍ମଫୁଲର ଜୟଜୟକାର ଧ୍ୱନୀ ଦିଏ । ଛୁରି ଚଳାଏ-ଏମିତିଆ ନିତିିଦିନିଆ ଦୃଶ୍ୟ ଖଣ୍ଡମଣ୍ଡଳ ଓଡ଼ିଶାରେ ।

ଓଡ଼ିଆ ଭାଷାର ଜାଗା ମାଡ଼ିବସିଲାଣି ହିନ୍ଦୀ ଓ ଖଣ୍ଡି ଇଂଲିଶ । ଘରେ ଘରେ ହନୁମାନ ଚାଳିଶା, ତୁଳସୀ ଦାସଙ୍କ ଦୋହା । ଭାଗବତ, ହରିବଂଶ, ନୃସିଂହ ପୁରାଣ ସାତସପନ । ଦିନେ ଏ ଗ୍ରନ୍ଥଗୁଡ଼ିକ ବୋଲା ହେଉଥିଲା, ପାରାୟଣ ହେଉଥିଲା, ସପ୍ତା ବସୁଥିଲା । ଏବେ ସେଇ ପିଣ୍ଡିରେ ହନୁମାନର ନାଚ-ଜୟ ବଜରଙ୍ଗବାଲୀ ସଙ୍କଟମୋଚନ ପାବନ । ଓଡ଼ିଆଙ୍କ ସଂସ୍କୃତି କ’ଣ ବୋଲି ପଚାରିଲେ ପୁରୀର ପଣ୍ଡାଏ କେବଳ କହିବେ, ‘ଜଗନ୍ନାଥ ସଂସ୍କୃତି’ । କିନ୍ତୁ ଚକାଡ଼ୋଳାର ଚକାଆଖିକୁ ଚକ୍ର ଉହାଡ଼ି ପଣ୍ଡାଏ ବେତ ବାଡ଼େଇବେ ମୁଣ୍ଡରେ ନିଜର ଓହଳି ପଡୁଥିବା ପେଟର ଦାନା ପାଇଁ । ଖଙ୍କଳା ପେଟର ପଇସା ଓହଳା ପେଟକୁ ଯାଏ-ରାଜନୀତିରୁ ଶାସନ କଳ ପର୍ଯ୍ୟନ୍ତ, ନେତାରୁ ଫେତା ପର୍ଯ୍ୟନ୍ତ, କିରାଣିରୁ କୁଲି ଯାଏ-ବିଧାନସଭାରୁ ସଂସଦ ଯାଏ-ପେଟ ଓହଳାଇ ସେବକ ହେବାର ନିଶା ।

ସୁବ୍ରତଙ୍କ ଏ ବହିରେ ସବୁ ସବୁ ମିଶି ଏମିତି ପଚିଶ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ରହିଛି ଓଡ଼ିଶା ବିଷୟରେ । ସେଗୁଡ଼ିକ ତଥ୍ୟପୂର୍ଣ୍ଣ, ବିଶ୍ଳେଷଣର ସାମଗ୍ରୀ । ଓଡ଼ିଆଏ ଭାଷାକୁ, ସାହିତ୍ୟକୁ, ଦାସୀ ପୋଇଲି ପରି ଆଚରଣ ଦେଖାନ୍ତି । ଅଥଚ ଏ ରାଜ୍ୟ ମହାଭାରତର ପରମ୍ପରା ଓ ସଂସ୍କୃତିକୁ ଧରି ବହୁ ପୁରୁଣା । ଖଣ୍ଡେ ରତ୍ନ ପଥର ପରି ଖତଗଦାରେ ଅଣହେଳା ହୋଇ ପଡ଼ିଛି ।

ଏଥିପାଇଁ ଦାୟୀ କିଏ ତାହା ବଡ଼ ପ୍ରଶ୍ନ ନୁହେଁ, କ’ଣ କଲେ ଆମର ହୀନମନର ଭାବ କଟିବ, ଆମର ମୁଣ୍ଡ ଟେକ ରହିବ-ସ୍ୱାଭିମାନର ଦମ୍ଭ ମିଳିବ । ସେଥିପାଇଁ ଏ ବହିରେ ଅଛି ଅନେକ ତଥ୍ୟ, ଅନେକ ଚିନ୍ତାର ବାଟ । ସଂକ୍ଷେପରେ ଜାଗରଣର ସଙ୍କେତ । ପଢ଼-ଭୀରୁ ଓଡ଼ିଆଏ ପଢ଼ିଲେ ଚେତିବେ ।

-ଡକ୍ଟର ନଟବର ଶତପଥୀ

ସୂଚୀପତ୍ର
ଆଉ କେତେିନ ଚେଇଁ ଶୋଇବା
ସାଧବ ପୁଅର ବୋଇତ କାହିଁ ? ୧୩
ଓଡ଼ିଶାବାସୀ ସାବଧାନ : ଆନ୍ଧ୍ର ଆସୁଛି ! ୨୨
ମୁଁ କାହିଁକି ଓଡ଼ିଆ ପଢ଼ିବି ? ୨୯
ନ୍ୟାୟର ଭାଷା? ୩୫
ବଙ୍ଗଳା ହେଉ ଓଡ଼ିଶାର ମାତୃଭାଷା ! ୪୦
ଓଡ଼ିଆଙ୍କପାଇଁ ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷାର ଆବଶ୍ୟକତା ୪୭
ଆଇ.ଏ.ଏସ୍ ପରୀକ୍ଷାରେ ସଫଳ ହେବାର ସରଳ ଉପାୟ ୫୨
ଓଡ଼ିଶାର ଦାରିଦ୍ର୍ୟ ୫୮
୧୦ ଓଡ଼ିଶାରେ ରାଜନେତା ଓ ରାଜନୀତି ୬୨
୧୧ ଆମେ ଓଡ଼ିଆ ମାତ୍ର ଚିନ୍ତା ଦେଢ଼ିଆ ୭୭
୧୨ ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି ୮୨
୧୩ ଭାଷା ପ୍ରତିଷ୍ଠାନର ଗତି କୁଆଡ଼େ ? ୮୫
୧୪ ଆଉ କେତେିନ ଭୋକିଲା ରହିବା ? ୯୨
୧୫ ଫକୀରମୋହନ, ମଧୁସୂଦନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେ କି ? ୯୬
୧୬ ଉତ୍ପାଦନ ବଢୁଛି, ତଥାପି କୃଷକ ଆତ୍ମହତ୍ୟା କରୁଛି ୧୦୨
୧୭ ଏ ସ୍ୱାଧୀନତା କାହାପାଇଁ... ? ୧୦୬
୧୮ ଓଡ଼ିଶାବାସୀଙ୍କ ନୀରବତାର ପରିଣତି ୧୦୯
୧୯ ଓସ୍କାର ଔଷଧ ୧୧୨
୨୦ ବିଜୁବାବୁ କ’ଣ ଭାରତର ରତ୍ନ ନୁହନ୍ତି ? ୧୧୬
୨୧ ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ ! ୧୨୧
୨୨ ଓଡ଼ିଆଙ୍କ ରକ୍ତ ଥଣ୍ଡା ହେଲାଣି ୧୨୪
୨୩ ଏ କଳଙ୍କିତ ଅଧ୍ୟାୟର ଶେଷ ହେବ କେବେ ? ୧୩୦
୨୪ ଆମେ ନିଶ୍ଚିତ ପାରିବା ୧୩୮
୨୫ ବ୍ୟକ୍ତିତ୍ୱ ହତ୍ୟା ୧୪୭
୨୬ ଲଢ଼ିବା ନା ଲିଭିବା ! ୧୫୪
ଜାତି, ଜାଗୃତି ଓ ପ୍ରଗତି

ଆଉ କେତେଦିନ ଚେଇଁ ଶୋଇବା

“ଓଡ଼ିଆମାନେ ପ୍ରତିବାଦ କରିବାକୁ ଭଲପାଆନ୍ତି ନାହିଁ ବୋଲି ସେମାନେ ଗରିବ । ସେଥିପାଇଁ ସବୁ ଅନ୍ୟାୟକୁ ସହିଯାଆନ୍ତି” - ଏହା ଥିଲା ୧୯୧୮ ମସିହାରେ ବିହାର-ଓଡ଼ିଶା ରାଜ୍ୟରେ ବିହାରୀଙ୍କଦ୍ଵାରା ଓଡ଼ିଶା ଓ ଓଡ଼ିଆଙ୍କପାଇଁ ହେଉଥିବା ଅନ୍ୟାୟ ବିରୁଦ୍ଧରେ ବ୍ରିଟିଶ୍ ପାର୍ଲିଆମେଣ୍ଟ ଅଧିବେଶନରେ ଜଣେ ବ୍ରିଟିଶ୍ ସଭ୍ୟଙ୍କ କ୍ଷୋଭପୂର୍ଣ୍ଣ ଉକ୍ତି ।

ଏବେ କିନ୍ତୁ ସ୍ଥିତି ବଳିଯାଇଛି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇଛି । ଇଂରେଜ ଉପନିବେଶ ଶାସନରୁ ଭାରତ ମୁକ୍ତି ପାଇବାର ୬୦ବର୍ଷ ଧରିଲାଣି, ପରମ୍ପରା ସହ ଆଧୁନିକତାର ଝଲକରେ ଓଡ଼ିଶା ଝଲସି ଉଠିଲାଣି । ସରକାର ଶିଳ୍ପପତିଙ୍କୁ ଡାକିଆଣି ଶିଳ୍ପର ବିକାଶ କଲେଣି । ଜନତା ମଧ୍ୟ ସହଯୋଗ କରୁଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସବୁକ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏହି ସମୟ ମଧ୍ୟରେ ।

କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ଗୋଟିଏ କଥାରେ କିଛି ବି ପରିବର୍ତ୍ତନ ହୋଇନାହିଁ; ବରଂ ଏହାର ସ୍ଥତି ଆହୁରି ସୁଦୃଢ଼ ହେଉଛି । ତାହା ହେଉଛି ଅନ୍ୟାୟ ବିରୁଦ୍ଧରେ ଓଡ଼ିଆ ଜାତି ପ୍ରତିବାଦ ନ କରିବା, ଯାହାକୁ ବ୍ରିଟିସ୍ ପାର୍ଲିଆମେଣ୍ଟର ତତ୍କାଳୀନ ସଦସ୍ୟ ଅନୁଭବ କରିଥିଲେ । ନିଜର ଅଧିକାର ପ୍ରତଷ୍ଠାପାଇଁ, ଶାନ୍ତିପୂର୍ଣ୍ଣ ସହାବସ୍ଥାନପାଇଁ, ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାପାଇଁ, ସର୍ବୋପରି ଅନ୍ୟର ଇଚ୍ଛାରେ ମିଳଥିବା ଓଡ଼ିଶା ନାମକ ଭୂଖଣ୍ଡକୁ ଅନ୍ୟ ଭୂମିଲିପ୍‌ସୁ ରାଜ୍ୟମାନଙ୍କଠାରୁ ସୁରକ୍ଷିତ ରଖିବାପାଇଁ; ଏହି ପ୍ରତିବାଦର ଯେ ପ୍ରଭୂତ ଆବଶ୍ୟକତା ରହିଛ, ତାହା ଏବେ ମଧ୍ୟ ଆମ ଓଡ଼ିଆଏ ବୁଝିପାରିଲେ ନାହିଁ । ବିଶେଷକରି ପ୍ରାକୃତକି ସଂପଦପୂର୍ଣ୍ଣ ଆମ ସୀମାନ୍ତ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟଗୁଡକ ଦଖଲକୁ ନେବାପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ସେ ସଂପର୍କରେ ସରକାରଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ କେହି ସ୍ୱାଭିମାନୀ ଓଡ଼ିଆ ପ୍ରତିବାଦ କରୁନାହାନ୍ତି କାହିଁକି ? ୧୦/ଜାତି, ଜାଗୃତି ଓ ପ୍ରଗତି

ଏକଦା ଓଡିଶା ଭୂଖଣ୍ଡର ଅଂଶବିଶେଷ ଥିବା ଆନ୍ଧ୍ରପ୍ରଦେଶ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ୧୭ ବର୍ଷ ପରେ ସୃଷ୍ଟି ହୋଇ, ଓଡ଼ିଶା ମାଟିରେ ଗଚ୍ଛିତ ପ୍ରଚୁର ଖଣିଜ ସମ୍ପଦ ଓ ବନ ସମ୍ପଦ ଅଧିକାର ଲାଳସାରେ ୧୯୬୦ ମସିହା ପରଠାରୁ ସୁନା, ରୂପା, ଲୌହ, ସୀସା ଆଦି ଧାତବ ଖଣିଜ ପଦାର୍ଥ ଗଚ୍ଛିତ ଥିବା ଓଡ଼ିଆ ଅଞ୍ଚଳ କୁଟିଆ ପଞ୍ଚାୟତକୁ ଅଧିକାର କରି ନିଜର ବୋଲି ଦାବି କଲା । ଏପରିକି ଓଡ଼ିଶା ସରକାରଙ୍କ ଅଯୋଗ୍ୟ ଅଧିବକ୍ତାମାନଙ୍କ ଯୋଗୁଁ ଏହି ଅଞ୍ଚଳ ଆନ୍ଧ୍ରକୁ ଚାଲିଯିବାର ଆଇନ୍‌ଗତ ବ୍ୟବସ୍ଥା ହୋଇସାରିବା ପରେ, ଓଡ଼ିଆ ଭାଷା ନ ଜାଣି ମଧ୍ୟ ନିଜକୁ ଓଡ଼ିଆ ବୋଲି ଗର୍ବ ମଣୁଥିବା କୁଟିଆ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଆନ୍ଧ୍ର ସ୍ଵପ୍ନରେ କିଛିଟା ଭଟ୍ଟା ଆଣିଦେଇଛି । ତଥାପି ବହୁ ଅଗମ୍ୟ ଅଞ୍ଚଳକୁ ନିଜ ଅଧିକାରଭୁକ୍ତ କରିବାରେ ଆନ୍ଧ୍ର ସଫଳ ହୋଇଛି । ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ, ଇନ୍ଦ୍ରାବତୀ ପ୍ରକଳ୍ପ, କୋଲାବ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପରେ ବହୁ ଓଡ଼ିଆ ପରିବାର ବାସଚ୍ୟୁତ ହେବା ପରେ ସେହି ଅଞ୍ଚଳ ଜନଶୂନ୍ୟ ହେବା, କିମ୍ବା ଜଳଭଣ୍ଡାର ଯୋଗୁଁ ଜନବସତି ଅଞ୍ଚଳ ଓଡ଼ିଶା ମୂଳ ଭୂଭାଗରୁ ବିଚ୍ଛିନ୍ନ ହେବାଦ୍ଵାରା ଏହାର ସୁଯୋଗ ଆନ୍ଧ୍ର ନେବାକୁ ପଛେଇନାହିଁ ।

କେବଳ ଭୂଭାଗ ନୁହେଁ- ଜଳସମ୍ପଦକୁ ନିଜ ଅଧିକାରଭୁକ୍ତ କରିବାପାଇଁ ବଂଶଧାରା ପ୍ରକଳ୍ପ, ପୋଲାଭରମ୍ ପ୍ରକଳ୍ପ, ଝଞ୍ଜାବତୀ ପ୍ରକଳ୍ପ, ମହେନ୍ଦ୍ରତନୟା ପ୍ରକଳ୍ପ ସୃଷ୍ଟିକରି ସୀମାନ୍ତବର୍ତ୍ତୀ ଓଡ଼ିଆଙ୍କୁ ତୃଷାର୍ତ୍ତ ରଖିବା ସହ ଜଳସମ୍ପଦ, ଅରଣ୍ୟ ସମ୍ପଦ ଓ ଚାଷଜମିକୁ ନିଜ ଅଧିକାର ଭୁକ୍ତ କରିବାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଅଧିକ ଲାଭର ଲୋଭ ଦେଖାଇ ସୀମାନ୍ତ ଜିଲ୍ଲାର କୃଷକମାନଙ୍କ ସହ ଚୁକ୍ତିଭିତିକ କୃଷି କାର୍ଯ୍ୟଦ୍ଵାରା ବର୍ଜିତ ବି.ଟି. କପାଚାଷ କରାଇ ନିଜ ଜମିରେ ଓଡ଼ିଆ କୃଷକଟିଏ କେବଲ ଗୋତି ଶ୍ରମିକ ପାଲଟିନାହିଁ, ବରଂ ପାରମ୍ପରିକ ଧାନ, ମାଣ୍ଡିଆ ଆଦି ଚାଷ ନ ହେବା ଯୋଗୁ ଏଠାରେ ଖାଦ୍ୟଭାବଜନିତ ସମସ୍ୟା ମଧ୍ୟ ସୃଷ୍ଟି କରାଉଛି ।

ଆନ୍ଧ୍ର କୂଟଚକ୍ରାନ୍ତର ସଦ୍ୟ ନମୂନା ହେଉଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ସିଣ୍ଡିଳଗୁଡ଼ା, ରେଖାପଲ୍ଲୀ, ଖଜରାଇଗୁମା, ଲୋମାଲୋରୀ, କେରାପଲ୍ଲୀ, ତେଜପଦର ଆଦି ୮ଟି ଗ୍ରାମକୁ ନିଜର ବୋଲି ଦାବି କରିବା । ଏହି ୮ଟି ଗ୍ରାମ ହେଉଛି ବକ୍‌ସାଇଟ ଖଣିଜପୂର୍ଣ୍ଣ ଅଞ୍ଚଳ । ଆନ୍ଧ୍ରର ଚିନ୍ତାପଲ୍ଲୀରେ ସ୍ଥାପିତ ଏକ ଆଲୁମିନା ରିଫାଇନାରୀ ନିମନ୍ତେ ଏହିସବୁ ଗ୍ରାମ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପରିବେଶ ମଞ୍ଜୁରୀପାଇଁ ଆନ୍ଧ୍ର ସରକାରଙ୍କ ପରିବେଶ ବୋର୍ଡଦ୍ଵାରା ଜନଶୁଣାଣି ଉଦ୍ଦେଶ୍ୟରେ ଜାତି, ଜାଗୃତି ଓ ପ୍ରଗତି / ୧୧

ନୋଟିସ୍ ଦିଆଯାଇଛି; ଯାହାକି ସଂପୂର୍ଣ୍ଣ ବେଆଇନ ତଥା ସମ୍ବିଧାନ ବର୍ହିଭୂତ କାର୍ଯ୍ୟ । ସର୍ବୋପରି ଏକ ରାଜ୍ୟର ସାର୍ବଭୌମତା ଉପରେ ସିଧାସଳଖ ଆକ୍ରମଣ କହିଲେ ଅତ୍ୟୂକ୍ତି ହେବନାହିଁ । ଏହି ଗ୍ର।ମାଞ୍ଚଳର ଅଧିବ।ସୀ ଶ୍ରେଣୀର ତଥା ସେମାନଙ୍କଠାରେ ସଚେତନତାର ଅଭାବକୁ ଏକ ସୁଯୋଗ ଭାବରେ ଆନ୍ଧ୍ର ସରକାର ଗ୍ରହଣ କରିନେଉଥିବା ବେଳେ, ଶିଳ୍ପ ଓ ପ୍ରଗତିର ସ୍ୱପ୍ନ ଦେଖାଉଥିବା ଓଡ଼ିଶା ସରକାର ଏହା ଉପରେ କିଭଳି ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ପ୍ରତ୍ୟେକ ଓଡ଼ିଆ ପୁଙ୍ଖ।ନପୁଙ୍ଖ ଭାବେ ଜାଣିବ।ର ଆବଶ୍ୟକତା ରହିଛି । ଅଥଚ ଏଭଳି ଏକ ସମ୍ବେଦନଶୀଳ କଥା ସାଧାରଣରେ ଚର୍ଚ୍ଚା ହିଁ ହେଉନାହିଁ ।

ଓଡ଼ିଶା ଶାସନର କେନ୍ଦ୍ରବିନ୍ଦୁ ପାଲଟିଥିବା ଉପକୂଳ ଓଡ଼ିଶା ସବୁକ୍ଷେତ୍ରରେ ଆଗୁଆ ଥିବାବେଳେ ଖଣିଜ ସଂପଦରେ ପଛୁଆ ଅଛି । ଖଣିଜ ସଂପଦରେ ସମୃଦ୍ଧ ସୀମାନ୍ତ ଜିଲ୍ଲାର ଆମଦାନୀ ଉପରେ ଏହି ଜିଲ୍ଲାରେ ଚୁଲି ଜଳେ, ଜ୍ଞାନର ଦୀପ ମହକେ । ତେଣୁ ସାମାଜିକ ଦାୟିତ୍ୱ ନ ହେଉ ପଛେ ନିଜ ଚୁଲି ଜାଳିବାପାଇଁ ଅନ୍ତତଃ ପାଟି ଫିଟାଇ ଆନ୍ଧ୍ରର ଦାଦାଗିରିକୁ ବନ୍ଦ କରିବାକୁ ଆଗେଇ ଆସନ୍ତୁ । ସ୍ୱାର୍ଥପରତାର ଦଉଡ଼ିରେ ବାନ୍ଧି ହୋଇଥିବା ଏହି ମାଟିର ଶିକ୍ଷିତବର୍ଗ ଅନ୍ତତଃ ଆତ୍ମସ୍ୱାଭିମାନୀ ହୋଇଉଠନ୍ତୁ । ନଚେତ୍ ଆନ୍ଧ୍ର କାର୍ଯ୍ୟକଳାପରୁ ପ୍ରେରଣା ପାଇ ଝାଡ଼ଖଣ୍ଡର ଆହ୍ୱାନ ଯୋଗୁଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା, ବଙ୍ଗଳାର ଚକ୍ରାନ୍ତ ଯୋଗୁଁ ବାଲେଶ୍ୱର ଜିଲ୍ଲା, ଛତିଶଗଡ଼ର ବ୍ୟବସାୟିକ ସୁବିଧା ଯୋଗୁଁ ନୂଆପଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର ଭଳି ଖଣିଜ ସଂପଦଶାଳୀ ଜିଲ୍ଲାଗୁଡ଼ିକ ଓଡ଼ିଶା ଛାଡ଼ି ଚାଲିଗଲାପରେ ଉପକୂଳସ୍ଥ କଳିଙ୍ଗନଗରର କାରଖାନା, ପାରଦ୍ୱୀପ, ଧାମରା, ଗୋପାଳପୁର ବନ୍ଦର ଓ ଏଠାରେ ଗଢ଼ି ଉଠିଥିବା ଛୋଟବଡ଼ କାରଖାନାଗୁଡ଼ିକୁ ନେଇ ଗର୍ବ କରୁଥିବା ଓଡ଼ିଶାର ସ୍ଥିତି କିପରି ହେବ, ସେ ବିଷୟରେ ଆମ ଆଗଧାଡ଼ିର ଚିନ୍ତାଶୀଳ ନାଗରିକଗଣ ଚିନ୍ତା କରିବା ସମୟ ଉପସ୍ଥିତ ହୋଇଛି ।

ଆମ ଭାଷା ଆମଠାରୁ ଯାଇସାରିଲ।ଣି । ଆମସଂସ୍କୃତି ପରମ୍ପରା ମଧ୍ୟ ଯାଇସାରିଲାଣି ଆମ ଅପାରଗତା ଯୋଗୁଁ ଖାଲି ବଞ୍ଚି ରହିଛି ଭୂମିଖଣ୍ଡିକ । ତାକୁ କ’ଣ ହରାଇବୋ ଆମ ସଂକୀର୍ଣ୍ଣ ଚିନ୍ତାଧାରା ଯୋଗୁଁ? ହେ ଓଡ଼ିଆ ଜାତି ! ଯଦି ଶୋଇବାକୁ ଏତେ ଆଗ୍ରହ ତେବେ ଗାଢ଼ନିଦରେ ଶୋଇଯାଅ, ଅନ୍ତତଃ ଶୋଇବାର ମଜା ଟିକକ ନିଅ । ଅଥଚ ଜୁଳୁଜୁଳୁ କରି ଚାହିଁ ରହି ଆର ଓଡ଼ିଆ ଜଣକ କ’ଣ କରୁଛି, ସେ ବିଷୟରେ ଲୁଚିଛପି ଜାଣିବାର ଆଗ୍ରହ ଭିତରେ ନିଜର ଶାନ୍ତିନିଦ୍ରା ବ୍ୟାହତ କଲାପରି, ଅନ୍ୟ ଓଡ଼ିଆଏ ଆନ୍ଧ୍ରର ଏ ଦାଦାଗିରିରେ କି ୧୨ / ଜାତି, ଜାଗୃତି ଓ ପ୍ରଗତି

କାର୍ଯ୍ୟ କରୁଛି, ତାହାକୁ ଚାହିଁ ରହି ବସିବାଦ୍ଵାରା କେବଳ ଓଡ଼ିଶାର କ୍ଷତି ହେଉନାହିଁ ବରଂ ଗୋଟିଏ ଜାତି ଲୋପ ହେବାର ପ୍ରକ୍ରିୟାର ଆରମ୍ଭ ହେବାକୁ ସୂଚାଉଛି । ଆମ ପୂର୍ବପୁରୁଷଙ୍କ ଶୌର୍ଯ୍ୟଦ୍ଵାରା ସ୍ଥାପିତ ଆଗଙ୍ଗା ଗୋଦାବରୀ ଭୂଖଣ୍ଡରୁ ଆମ ନେତୃବୃନ୍ଦଙ୍କ ଖାମଖିଆଲି ନୀତି ଯୋଗୁଁ ଆନ୍ଧ୍ରକୁ ଅଧା ଅଞ୍ଚଳ ଦେଇସାରିବା ପରେ ବି, ବର୍ତ୍ତମାନର ଖଣିଜସଂପଦପୂର୍ଣ୍ଣ ଅଞ୍ଚଳକୁ ନୀରବ ଭାବରେ ଟେକିଦେବାଦ୍ୱାରା ଆମେ କି ପ୍ରକାରର ଶାନ୍ତି ପାଇପାରିବା ? ଶାନ୍ତି ଯଦି ଆମର କାମ୍ୟ, ସ୍ୱାଭିମାନ ଆମର ଭୂଷଣ ହେବା ଆବଶ୍ୟକ । ନଚେତ୍ ଆଳସ୍ୟ ଯଦି ଆମ ଜୀବନ, ବିଳାସ ଯଦି ଏକମାତ୍ର ଲକ୍ଷ୍ୟ, ଭୀରୁତା ଯଦି ଆମର ଅଳଙ୍କାର, ତେବେ ବରଂ ଭଲ ହେବ ସବୁଦିନ ପାଇଁ ଏ ପବିତ୍ର ମାଟିକୁ ଛାଡ଼ି ଚାଲିଯିବା । ଅନ୍ତତଃ ଆମ ଭବିଷ୍ୟତ ପିଢ଼ି ତ ଆମ ଚେଇଁ ଶୋଇବାଗୁଣଠାରୁ ଦୂରେଇ ରହି ସମୃଦ୍ଧ ଓଡ଼ିଶା ଗଠନପାଇଁ ନିଜକୁ ଉତ୍ସର୍ଗ କରିପାରିବେ । ଜାତି, ଜାଗୃତି ଓ ପ୍ରଗତି / ୧୩

ସାଧବ ପୁଅର ବୋଇତ କାହିଁ?

(ଇତିହାସ କହେ, ଆମର ପୂର୍ବପୁରୁଷମାନେ ବୋଇତରେ ଧନସମ୍ପତ୍ତି ଭରି ଓଡ଼ିଶାକୁ ବୋହି ଆଣୁଥିଲେ; ହେଲେ ଆଜି - ଆମେ କୁନି କୁନି ବୋଇତ ଭସାଇ ଖୁସି ହେଉଥିବା ବେଳେ, ବିଦେଶୀଙ୍କ ବଡ଼ ବଡ଼ ଜାହାଜରେ ଆମର ଅକଳନ ସଂପଦକୁ ଶାଗମାଛ ମୂଲରେ ବିଦେଶକୁ ଚାଲାଣ ହେବାରେ ଲାଗିଛି । ଏହା କ'ଣ ଏକ ଦୂରଦୃଷ୍ଟି ଥିବା ଜାତିର ପରିଚୟ?)

ବହୁ ଉତ୍ସାହ ଓ ଉଦ୍ଦୀପନା ଭିତରେ ବୋଇତବନ୍ଦାଣ ଉତ୍ସବ ପାଳନ କରାଯାଉଛି ଓଡ଼ିଶାର ପୁରପଲ୍ଲୀରେ । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ବେଳା ନଦୀ, ନାଳ ଆଦି ଯେଉଁଠି ବି ସାମାନ୍ୟ ଜଳ ରହିଛି, ସେଠି ଭାସି ଉଠୁଛି କଦଳୀ ପଟୁଆ, କାଗଜ, ସୋଲ ନିର୍ମିତ ଛୋଟ ଛୋଟ ବୋଇତ । ଆଉ ଏହି ବୋଇତର ସାମଗ୍ରୀ ହେଉଛି ପାନ, ଗୁଆ ସହିତ ଦୀପଟିଏ କିମ୍ବା ସଳିତା କାଠିଟିଏ । ଆ.କା.ମା ବଇ..ର ଶବ୍ଦରେ ନଦୀକୂଳ ପ୍ରକମ୍ପିତ ହୋଇ ଉଠୁଛି । ଏଥିସହିତ ଦେଖିବାକୁ ମିଳୁଛି ଚଉରାମୂଳେ ବାଲୁକାସ୍ଥାପନ ଓ ଘର ସାମ୍ନାରେ ମୁରୁଜଦ୍ଵାରା ଓଡ଼ିଆ କଳାନୈପୁଣ୍ୟର ପ୍ରଦର୍ଶନ ।

ଯଦି ଆମେ ଏ ସଂପର୍କରେ କୌଣସି ଓଡ଼ିଆଙ୍କୁ ପଚାରିବା, ଉତ୍ତରରେ ସରଳ ଗାଉଁଲୀଟିଏ ଧାର୍ମିକ ଭାବନା ଓ ଶିକ୍ଷିତ ଓଡ଼ିଆଟିଏ ଅତୀତର ସ୍ମୃତି ରୋମନ୍ଥନ ବିଷୟରେ କହିପାରେ । ମାତ୍ର ଏହା ପଛରେ ଥିବା ତିକ୍ତ ମଧୁର ଇତିହାସ, ବର୍ତ୍ତମାନର ଅସହାୟତା ଆଉ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ପଦେ କହିପାରିବେ ନାହିଁ । କାରଣ ଏହି ପରମ୍ପରା, ଏବେ ଅଶିକ୍ଷିତ ଗାଉଁଲୀ ଓଡ଼ିଆ ନିକଟରେ ଧର୍ମ ଓ ଶିକ୍ଷିତ ଓଡ଼ିଆ ନିକଟରେ ଇତିହାସ ଭାବେ ବଞ୍ଚି ରହିଛି । ତାହାକୁ ଆମ ଗାଉଁଲୀ ଲୋକ ନିଜ ଅଜ୍ଞତା ଭାବି ପ୍ରକାଶ କରୁ ନ ଥିବା ବେଳେ, ଶିକ୍ଷିତ ବ୍ୟକ୍ତିଟି ଇତିହାସର ଦର୍ପିତ କାହାଣୀ ଜାଣିସୁଦ୍ଧା ପ୍ରକାଶ ୧୪ / ଜାତି, ଜାଗୃତି ଓ ପ୍ରଗତି

କରିବାକୁ କୁଣ୍ଠିତ । କାରଣ ଯାହା ଥାଉନା କାହିଁକି, ଏହାକୁ ପ୍ରକାଶ କରିବାରେ ଯେ ନିଜ ଭିତରେ ପ୍ରଚୁର ହୀନମନ୍ୟତା ଭରି ରହିଛି, ତାହା କେହି ଅସ୍ୱୀକାର କରିବେ ନାହିଁ ।

ଅତୀତର ବିଶ୍ୱବାଣିଜ୍ୟ କ୍ଷେତ୍ରରେ ମଗଧର ନନ୍ଦବଂଶ ଶାସନ କାଳରୁ ପ୍ରାଧାନ୍ୟବିସ୍ତାର କରିଥିବା ଏକ ସମୃଦ୍ଧ ଜାତିର ବଂଶଧର ଭାବେ ଓଡ଼ିଆଗଣ ଆଜି କିଛି ନ କରିପାରିବାର ଭାବନା ଭିତରେ ଦାରିଦ୍ର୍ୟକୁ ଜାବୁଡ଼ି ଧରି ପୂର୍ବଜଙ୍କ ବିଶାଳ ବୋଇତ ବଳରେ ଏକ ସଂକେତ ଭାବେ କଦଳୀ ବାହୁଙ୍ଗା, ସୋଲ, କାଗଜର କ୍ଷୁଦ୍ର ପ୍ରତିକୃତି ମାଧ୍ୟମରେ ଅତୀତର ସ୍ମୃତିକୁ ବଞ୍ଚାଇ ରଖିଛନ୍ତି ଆଗାମୀ ପିଢ଼ିପାଇଁ । ଯେଉଁ ପିଢ଼ି ଏହି ନପୁଂସକତାର ବଳୟରୁ ଏ ଜାତିକୁ ମୁକ୍ତ କରି ପୁଣି ପ୍ରାଚୀନର ଐତିହ୍ୟ, ବିଭବକୁ ଫେରାଇ ଆଣିପାରିବ । ନିଜ ଉର୍ବର ମାଟିରେ ସୁନା ଫଳେଇ ଶସ୍ୟ ସମ୍ଭାର ସହିତ ମାଟି ତଳେ ଗଚ୍ଛିତ ଅମୂଲ୍ୟ ଖଣିଜ ଦ୍ରବ୍ୟକୁ ବିଭିନ୍ନ ବସ୍ତୁରେ ପରିଣତ କରି ବିଦେଶକୁ ରପ୍ତାନୀ କରିବ । ଆଉ ନେଇ ଆସିବ ଏ ମାଟିକୁ ସେ ଦେଶର ଅକଳନ ଧନସଂପତ୍ତି ।

ସତରେ କ’ଣ ଏହା ସମ୍ଭବ ହେବ?

ଇତିହାସ କହେ-କଳିଙ୍ଗ ନାମରେ ପରିଚିତ ବର୍ତ୍ତମାନର ଓଡ଼ିଶା, ମଗଧ-ନନ୍ଦ ସାମ୍ରାଜ୍ୟ ବେଳକୁ ଏହାର ୩ଟି ପ୍ରଦେଶ-ପ୍ରାଚୀ କଳିଙ୍ଗ (ଗୋଦାବରୀ ନଦୀତଟରୁ ସୁବର୍ଣ୍ଣରେଖା ନଦୀତଟ ପର୍ଯ୍ୟନ୍ତ) ଗଙ୍ଗାରାଇଡ୍ କଳିଙ୍ଗ (ସୁବର୍ଣ୍ଣରେଖା ତଟରୁ ଗଙ୍ଗା ସାଗର ପର୍ଯ୍ୟନ୍ତ) ଓ ମଗ କଳିଙ୍ଗ (ଗଙ୍ଗାସାଗରଠାରୁ ଦକ୍ଷିଣପୂର୍ବ ଏସିଆ ଦ୍ଵୀପପୁଞ୍ଜ)ର ୭୦୦ ମାଇଲ ସମୁଦ୍ର ଉପକୂଳକୁ ନେଇ ବ୍ୟାପିଥିଲା କଳିଙ୍ଗ ସାଧବପୁଅର ଏକାଧିପତ୍ୟ ବାଣିଜ୍ୟିକ କ୍ଷେତ୍ର । ସେଇଥିପାଇଁ ଭାରତ ମହାସାଗରରୁ ଗଙ୍ଗାସାଗରକୁ ଛୁଇଁଥିବା ବିସ୍ତୃତ ସାମୁଦ୍ରିକ କ୍ଷେତ୍ରର ନାମ ଥିଲା କଳିଙ୍ଗସାଗର । ଏହି ସାଗରକୁ ସ୍ପର୍ଶ କରିଥିବା ଗୋଦାବରୀ, ଋଷିକୂଲ୍ୟା, ପ୍ରାଚୀ, ଚନ୍ଦ୍ରଭାଗା, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ସୁବର୍ଣ୍ଣରେଖା, ଦାମୋଦର, ରୂପନାରାୟଣ, ଗଙ୍ଗା ଆଦି ନଦୀଗୁଡ଼ିକ ଥିଲା ଗଭୀର ଓ ନୌକା ଯାତାୟତର ସୁଗମପଥ । ଏହି ବୃହତ ନଦୀ ସହ ସଂପୃକ୍ତ ଉପନଦୀ ଓ ଶାଖାନଦୀ କଳିଙ୍ଗର ସବୁ ଅଞ୍ଚଳରେ ବ୍ୟାପିଥିବାରୁ ଜଳପଥ ଗମନାଗମନର ମୁଖ୍ୟ ମାର୍ଗ ହୋଇଥିଲା । ତେଣୁ କଳିଙ୍ଗର କୌଣସି ଭାଗ ବିଚ୍ଛିନ୍ନ ନ ଥିଲା । ନ ଥିଲା ମଧ୍ୟ ଜାତିଭେଦର କୁତ୍ସିତ ରୀତି । ତନ୍ତୀ, ତେଲି, କୁମ୍ଭାର, କମାର, ଚମାର, କାଚରା, ପାଟରା, ବଣିଆ, ବଢ଼େଇ ଆଦି ବିଭିନ୍ନ ଜାତି ନିଜ କର୍ମକୁଶଳତାରେ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରି, ନିଜ ବୋଇତରେ ବେପାର ବଣିଜ କରି ବାହାରୁ ଥିଲେ ଦେଶ ବିଦେଶ । ବ୍ରାହ୍ମଣ୍ୟବାଦଠାରୁ ବହୁୂ ଦୂରରେ ଥିବା ଏହି ଭୂଖଣ୍ଡର ଅଧିବାସୀଗଣ ନିଜର କର୍ମକ୍ଷେତ୍ରରେ, ବ୍ୟବସାୟ ଜାତି, ଜାଗୃତି ଓ ପ୍ରଗତି / ୧୫

ବାଣିଜ୍ୟରେ ତଥା ନିଜ ସ୍ୱାଭିମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଯେପରି କାନ୍ଧକୁ କାନ୍ଧ ମିଳାଇ ଚଳୁଥିଲେ, ତାହା ତତ୍କାଳୀନ ଭାରତବର୍ଷର ଅନ୍ୟ ଶାସକ, ସାମନ୍ତ ତଥା ବ୍ରାହ୍ମଣ ଗୋଷ୍ଠୀଙ୍କ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା । ତେଣୁ କଳିଙ୍ଗ ଭୂଖଣ୍ଡ ଅନ୍ୟମାନଙ୍କପାଇଁ ହୋଇଯାଇଥିଲା ଅଛୁଆଁ । ଫଳରେ ଏଠାରେ ପ୍ରାଧାନ୍ୟ ବିସ୍ତାର କଲା ବୌଦ୍ଧ ଓ ଜୈନଧର୍ମ । ଉଭୟ ଧର୍ମର ବ୍ୟାପକ ପ୍ରସାର କଳିଙ୍ଗ ସାଧବପୁଅଙ୍କ ବାଣିଜ୍ୟକୁ ଆହୁରି ପ୍ରସାରିତ କଲା । ଆଉ ସେଇଥିପାଇଁ ଯୁଦ୍ଧ ଇତିହାସରେ ଦୁଇଟି ଭୟଙ୍କର ଯୁଦ୍ଧ-ମହାପଦ୍ମ ନନ୍ଦ ଓ ଅଶୋକଙ୍କଦ୍ଵାରା ସଂଗଠିତ ହୋଇ କଳିଙ୍ଗ ଆଧିପତ୍ୟକୁ ସଂକୁଚିତ କରିବାର ପ୍ରାଥମିକ ପ୍ରୟାସ ଆରମ୍ଭ କରାଗଲା । ମାତ୍ର ଏ ଯୁଦ୍ଧର କ୍ଷତକୁ ଖୁବ୍ ଶୀଘ୍ର ଭରିଦେଇ ଥିଲେ କଳିଙ୍ଗର ଶୂଦ୍ର ସାଧବଗୋଷ୍ଠୀ ନିଜର କର୍ତ୍ତବ୍ୟନିଷ୍ଠା, କଠୋର ପରିଶ୍ରମ ଓ ସୁଚତୁର ବୁଦ୍ଧିବଳରେ । ବୋଧହୁଏ ସେଇଥିପାଇଁ ତତ୍କାଳୀନ ବହୁ ଆଗତ ଦେଶୀ-ବିଦେଶୀଙ୍କ ଲେଖନୀରେ ସ୍ଥାନୀତ ହୋଇଥିଲା କଳିଙ୍ଗ ବେପାର ବଣିଜର ଜୀବନ୍ତ ପ୍ରତିଛବି ।

ଇତିହାସ ପୃଷ୍ଠାରେ କଳିଙ୍ଗର ପୋତ ଓ ପୋତାଶ୍ରୟ:

କଳିଙ୍ଗ ବଣିକ ଗୋଷ୍ଠୀ ସମ୍ବନ୍ଧରେ ମିଳିଥିବା ବିସ୍ତୃତ ବିବରଣୀ ଅନୁସାରେ ତତ୍କାଳୀନ ଭାରତର ୯ଟି ସର୍ବବୃହତ୍ ବନ୍ଦର ମଧ୍ୟରୁ କେବଳ ଓଡ଼ିଶାରେ ୫ଟି ଥିଲା । ଏହି ୫ଟି ବନ୍ଦର ହେଲା- ତାମ୍ରଲିତି(ତାମଲୁକ), କୋଶମ୍ବ(ବାଲେଶ୍ୱର), କୋନ୍ନଗର(କୋଣାର୍କ), ପାଲୁର(ଚିଲିକା), ପିଥୁଣ୍ଡ(କଳିଙ୍ଗପଟନମ୍) । ଏହା ବ୍ୟତୀତ ଅନ୍ୟ ଲୋକପ୍ରିୟ ବନ୍ଦର ଗୁଡ଼ିକ ହେଲା- ଦୋସରନ୍(ବୈତରଣୀ ମୁହାଣ), ଆଦାମସ୍(ସୁବର୍ଣ୍ଣରେଖା ମୁହାଣ), ପକୁରା(ଗଞ୍ଜାମ), ନନ୍ନିଗେନ(ପୁରୀ), ଚେଳିତୋଳ(ତିର୍ତ୍ତୋଲ), କଣ୍ଟକ ସିଲାଇ(ଘଣ୍ଟଶୀଳା), ପିପିଲି(ବାଲେଶ୍ୱର), ଛାନୁଆ(ଚାନ୍ଦବାଲି), ମନନ୍ଦ (ମହାନଦୀ), ସମ୍ବଳକ (ସମ୍ବଲପୁର), ଦୋସରା(ବଲାଙ୍ଗୀର), ସୁକ୍ତିମତୀପୁର(ବଲାଙ୍ଗୀରର ସକମା), ଲଛନପୁର, ସାରଥ, ଧାମରା, ଚିଲିକା, ମାଣିକପାଟଣା ଇତ୍ୟାଦି ଆହୁରି ଅନେକ । ମେଘାସ୍ଥିନିସ୍ ବିବରଣୀ ଅନୁସାରେ କଳିଙ୍ଗ ଉପକୂଳର ଦୈର୍ଘ୍ୟ ଥିଲା ୭୦୦ ମାଇଲ । ଚିଲିକାର ପାଲୁର ବନ୍ଦରରେ ଥିବା କଳିଙ୍ଗର ବୃହତ୍ ବୋଇତରେ ବସି ଟଲେମି ମାଳୟଦ୍ଵୀପ ଯାଇଥିବା କଥା ସେ ନିଜେ ଉଲ୍ଲେଖ କରିଛନ୍ତି । ଚୀନ୍ ପରିବ୍ରାଜକ ଫାହିୟାନ (୪୧୫ଖ୍ରୀ.ଅ.) ୨୦୦ ଯାତ୍ରୀ ସହ ଓ ହୁଏନସାଂ (୬୧୫ଖ୍ରୀ.ଅ) ସ୍ୱ ସଂଗୃହୀତ ବିପୁଳ ସମ୍ଭାର ସହ କଳିଙ୍ଗର ବୃହତ୍ ବୋଇତରେ ଚୀନ୍ ପ୍ରତ୍ୟାବର୍ତ୍ତନ କରିଥିବା କଥା ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି । ୧୬ / ଜାତି, ଜାଗୃତି ଓ ପ୍ରଗତି

କଳିଙ୍ଗର ଗର୍ବ-ସାଧବପୁଅ:

ସଂସ୍କୃତ ମହାଭାରତରୁ ଜଣାଯାଏ, କଳିଙ୍ଗର ଚେଦି ରାଜାଗଣ ବର୍ହିବାଣିଜ୍ୟରେ ପୁଞ୍ଜି ଖଟାଇ ବାଣିଜ୍ୟ କାରବାରକୁ ଉତ୍ସାହିତ କରୁଥିଲେ । ବଣିଜ କରୁଥିବା ବ୍ୟକ୍ତିମାନଙ୍କୁ ‘ସାର୍ଥ’ ଓ ଏହାର ମୁଖ୍ୟଙ୍କୁ ‘ସାର୍ଥବାହ’ କୁହାଯାଇଛି । ଏହି ‘ସାର୍ଥବାହ’ ଶବ୍ଦ ପରବର୍ତ୍ତୀ କାଳରେ ବଦଳି ସାଧବ ହୋଇଛି । ଏହି ସାଧବଗଣଙ୍କଦ୍ଵାରା ପୃଥିବୀ ପ୍ରସିଦ୍ଧ ସୂକ୍ଷ୍ମ ବସ୍ତ୍ର, କୋଶଳର କୋଶା ବସ୍ତ୍ର ଓ କପାବସ୍ତ୍ର, ହୀରାକୁଦର ସୁନା, ରୂପା, ହୀରା, ପଦ୍ମରାଗ, ସ୍ଫଟିକ, ରକ୍ତମଣି, ନୀଳମଣି, ପାନ୍ନା ସହିତ ବିଭିନ୍ନ ଧାତୁକର୍ମ, ତାରକସି କାମ ଏବଂ ମାଟିପାତ୍ର, ଲୁଣ, ଚାଉଳ ଆଦି ରପ୍ତାନୀ ହେଉଥିବା କଥା ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଜଣାପଡ଼େ । ସେହିପରି ରଣପୁର ଓ ତିଗିରିଆର ତନ୍ତୀମାନଙ୍କ୍ୱାରା ପ୍ରସ୍ତୁତ ସୂକ୍ଷ୍ମବସ୍ତ୍ର ବାଉଁଶନଳୀ ମଧ୍ୟରେ ମୁଦ ଦେଇ ବିଦେଶକୁ ରପ୍ତାନୀ କରାଯାଉଥିଲା ବୋଲି ପ୍ରଥମ ଶତାବ୍ଦୀରେ ରଚିତ “ପେରିପ୍ଲସ ଅଫ୍ ଦି ଆରିଥ୍‌ରିଆନ୍ ସି” ପୁସ୍ତକରେ ଉଲ୍ଲେଖ କରାଯାଇଛି । ଏପରିକି ଗୁପ୍ତକାଳର କଳିଙ୍ଗ ବର୍ହିବାଣିଜ୍ୟ ବିକାଶକୁ ଲକ୍ଷ୍ୟ ରଖି କାଳିଦାସ ତାଙ୍କ ରଘୁବଂଶ କାବ୍ୟରେ କଳିଙ୍ଗ ରାଜାଙ୍କୁ ମହୋଦଧିପତି ବୋଲି ସମ୍ବୋଧନ କରିଛନ୍ତି । ପ୍ରାଚୀନ ବୌଦ୍ଧଧର୍ମ ଗ୍ରନ୍ଥ “ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ” ବର୍ଣ୍ଣନା ଅନୁସାରେ କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ଵୀପ କଳିଙ୍ଗ ଦେଶ ନାମରେ ପରିଚିତ ।

ଓଡ଼ିଶା ବାହାରେ ଓଡ଼ିଆଙ୍କ ପଦ ଚିହ୍ନ:

ଏହିଭଳି ଖୋଜି ବସିଲେ ଇତିହାସ ପୃଷ୍ଠାରୁ ବହୁତ କଥା ବାହାରିବ । ସେହିଭଳି ମାଟି ଖୋଳିଲେ ବହୁଦେଶ ସହ ବାଣିଜ୍ୟ କାରବାରର ସ୍ମୃତିଚିହ୍ନ ମିଳିଯିବ । ପୁଣି ଏହି ସ୍ମୃତି ଓଡ଼ିଶା ବାହାରେ ମଧ୍ୟ ମିଳିଛି । ଉତ୍କଳୀୟଙ୍କଦ୍ଵାରା ସର୍ବପ୍ରଥମେ ଉପନିବେଶ ସ୍ଥାପନ କରାଯାଇଥିଲା ବ୍ରହ୍ମଦେଶ ବା ମିଆଁମାରରେ । ଏଠାରେ ଶୈବ ଓ ବୈଷ୍ଣବ ଉପାସନା ଆମରି ସାଧବ ପୁଅଦ୍ଵାରା ପ୍ରତିଷ୍ଠିତ । କାମ୍ବୋଡ଼ିଆର ହରିହର ଉପାସନା, ଭିଏତନାମର ପୁରୁଷୋତ୍ତମ ମନ୍ଦିର ଓ ଭଗବତୀ ମନ୍ଦିର ମଧ୍ୟ ଆମ ସାଧବ ପୁଅଦ୍ଵାରା ପ୍ରତଷ୍ଠିତ- ଯାହା ଏବେ ଓଡ଼ିଆତ୍ୱକୁ ବହନ କରିଛି । ଭିଏତନାମ, ବାଲି, ଜାଭା, ସୁମାତ୍ରା ଆଦି ଦ୍ଵୀପପୁଞ୍ଜରୁ ମିଳିଥିବା ପୁରାତନ ଅଭିଲେଖରେ ଓଡ଼ିଆ ଓ ସଂସ୍କୃତ ଲିପି ବ୍ୟବହୃତ ହୋଇଛି । ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି କରାଯାଉଥିବା ମନ୍ତ୍ର- “ଓଁ କ୍ଷମସ୍ୱ ମାଂ ଜଗନ୍ନାଥ ସର୍ବପାପ ନିରାକାରଂ । ସର୍ବକାର୍ଯ୍ୟ ଇଦମ୍ ଦେହି ପ୍ରଣମାମି ସୁରେଶ୍ୱରମ”କୁ ମଧ୍ୟ ଏର୍ପ୍ୟନ୍ତ ବାଲିଦ୍ଵୀପବାସୀ ଶିବ ଉପାସନାରେ ବ୍ୟବହାର କରୁଛନ୍ତି । ଓଡ଼ିଶାର ଗୋଟିପୁଅ ନାଚ ଭଳି ଏକ ଲୋକନୃତ୍ୟ ଜାତି, ଜାଗୃତି ଓ ପ୍ରଗତି / ୧୭

ବାଲିଦ୍ଵୀପରେ ଏବେ ମଧ୍ୟ ପ୍ରଚଳିତ । ସେହି ପରି କଳିଙ୍ଗର ହିନ୍ଦୁ ରାଜା ସଞ୍ଜୟ ଜାଭାଦ୍ଵୀପରେ ୨୦ହଜାର ଓଡ଼ିଆ ପରିବାରକୁ ନେଇ ବସତି ସ୍ଥାପନ କରିଥିଲେ । (ଏସ୍ ରାଫେଲ୍‌ସ ହିଷ୍ଟ୍ରି ଅଫ୍ ଜାଭା, ଭଲ୍ୟୁମ-।।, ପୃଷ୍ଠା-୭୩) ଐତିହାସିକ ଏଲ୍‌ଫିନଷ୍ଟୋନଙ୍କ ମତରେ ଜାଭାର ସଭ୍ୟ ଆଧୁନିକ ଅଧିବାସୀ ହିଁ କଳିଙ୍ଗ ନିବାସୀ । ସେହିପରି ଓଡ଼ିଶାର ଶୈଳେନ୍ଦ୍ର ବଂଶୀୟ ରାଜା ସପ୍ତମ ଶତାବ୍ଦୀରେ ସୁମାତ୍ରା ଓ ବୋର୍ଣ୍ଣିଓରେ ଶୈଳେନ୍ଦ୍ର ବଂଶ ସ୍ଥାପନ କରିଥିଲେ । ଏହି କାଳରେ ଓଡ଼ିଆ ଗଙ୍ଗବଂଶୀୟ ଶାସକଙ୍କଦ୍ୱାରା ମାଳୟ ବା ମାଲୟେସିଆଠାରେ ଗଙ୍ଗବଂଶ ସ୍ଥାପନ କରାଯାଇଥିଲା । ଏବେ ମଧ୍ୟ ଏହି ଦ୍ଵୀପର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଭଗବତୀ ।

କଳିଙ୍ଗ ରାଜବଂଶଜ ନିଶଙ୍କ ମଲ୍ଲ ଓ ସାହସ ମଲ୍ଲ ସିଂହଳର ରାଜା ହେବା ପରେ କଳିଙ୍ଗ ସଂସ୍କୃତରି ବିକାଶ ଚରମ ସୀମାରେ ପହଞ୍ଚିଥିଲା । ଜାଭା ଓ ବୋରୋବୁନ୍ଦୁର ମନ୍ଦିରରେ ସଂରକ୍ଷିତ ଏକ ବୋଇତ ଚିତ୍ର ଉତ୍କଳ ବୋଇତ ସହ ଅବିକଳ ସାମ୍ୟ ରଖୁଥିବା ବେଳେ, ସପ୍ତମ ଶତାବ୍ଦୀରେ ଭୁବନେଶ୍ୱରଠାରେ ନିର୍ମିତ ବୋଇତାଳ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ଗାତ୍ରରେ ଥିବା ବୋଇତ ଚିତ୍ରରେ ହାତୀ ସହ ମାହୁନ୍ତ, ଆହୁଲାଧାରୀ ନାବିକ ଓ ଶ୍ରୀମନ୍ଦିର ଭୋଗମଣ୍ଡପର ପ୍ରସ୍ତର ଗାତ୍ରରେ ଚିତ୍ରିତ ବୋଇତରେ ମୁଖ୍ୟ ଚାଳକଙ୍କ ଚିତ୍ର ଏବଂ କୋଣାର୍କ ମନ୍ଦିରଗାତ୍ରରେ କଳିଙ୍ଗ ସମ୍ରାଟଙ୍କୁ ଓଡ଼ିଆ ସାଧବପୁଅର ଜିରାଫ ଉପହାର ଚିତ୍ର ତତ୍କାଳୀନ ଓଡ଼ିଆ ସାଧବଙ୍କ ଆନ୍ତଃ ମହାଦେଶୀୟ ନୌବାଣିଜ୍ୟ ସ୍ମୃତିକୁ ବହନ କରି ରଖିଛି । କଳିଙ୍ଗର ସେହିସବୁ ଉପନିବେଶ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆଗଣ ବର୍ତ୍ତମାନ ଯଦିଓ ନୂଆ ପରିଚୟ ନେଇ ଜୀବନ ନିର୍ବାହ କରୁଛନ୍ତି, ମାତ୍ର ସେମାନଙ୍କ ଅଗୋଚରରେ ପାଳନ କରିଆସୁଛନ୍ତି ଅତୀତ ଉତ୍କଳୀୟ ସଂସ୍କୃତି । ଏହି ସଂସ୍କୃତିକୁ ନେଇ ଯେଉଁ ବ୍ୟକ୍ତିଗଣ ଅନିସନ୍ଧିତ୍ସୁ ହୋଇ ଉଠୁଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ନିଜର ଆତ୍ମପରିଚୟ ଖୋଜି ଖୋଜି ଆସି ଓଡ଼ିଶାରେ ପହଞ୍ଚିଛନ୍ତି ଠିକ୍ ମରିସସ୍ ସରକାରଙ୍କ ମାନବସମ୍ବଳ ବିକାଶ ବିଭାଗର ସଚିବ ରାମରୁପ ଜୁଗରନ୍ନଟ (ଜଗନ୍ନାଥନ୍)ଙ୍କ ପରି । ତାଙ୍କ ଘରେ ଥିବା ଅରକାରୀ ଅଥଚ ଯତ୍ନରେ ସାଇତା କେତେକ କାଗଜବିଡ଼ାରୁ ନିଜ ଅତୀତର ବଂଶ ପରିଚୟ ଓଡ଼ିଶାର ଯାଜପୁର ଜାଣି ନିଜର ମୂଳନିବାସ ଖୋଜିବାରେ ପ୍ରୟାସୀ ଅଛନ୍ତି । ଦିନ ଆସିବ, ଓଡ଼ିଶା ଓ ଓଡ଼ିଆ ସମ୍ବନ୍ଧରେ ଜାଣି ନ ଥିବା ଅନେକ ପ୍ରବାସୀ ଓଡ଼ଆ । ନିଜର ମୂଳ ପରିଚୟ ଖୋଜି ଖୋଜି ନିଶ୍ଚୟ ଆସି ଏଠାରେ ପହଞ୍ଚିବେ ।

ଆ କା ମା ବଇର ସ୍ୱରୂପ :

ଛୋଟ ବୋଇତଟି ପାଣିରେ ଭସାଇବା ବେଳେ ଓଡ଼ିଆଙ୍କ ପାଟିରୁ ବାହାରି ପଡୁଥିବା ଆ କା ମା ବଇ ଶବ୍ଦଟିର ଅର୍ଥ ଏପର୍ଯ୍ୟନ୍ତ ବହୁ ଓଡ଼ିଆ ଜାଣିନାହାନ୍ତି । କେତେକ ୧୮ / ଜାତି, ଜାଗୃତି ଓ ପ୍ରଗତି

ଏହାକୁ ହିନ୍ଦୁମାନଙ୍କର ଚାରିଟି ଧାର୍ମିକମାସ- ଆଷାଢ଼, କାର୍ତ୍ତିକ, ମାର୍ଗଶୀର, ବୈଶାଖ ବୋଲି କହୁଥିବା ବେଳେ ଆଉ କେତେକ ବିଜ୍ଞ ଏହି ଚାରିମାସର ଅନୁକୂଳ ମୌସୁମୀବାୟୁ ଯୋଗୁଁ ସାଧବପୁଅ ବଣିଜ କରିବାକୁ ବିଦେଶ ଯାଆନ୍ତି ବୋଲି କହିଥାନ୍ତି । ତେବେ ଦୁଇଟିଯାକ କଥା ସଂପୂର୍ଣ୍ଣ ମିଛ । ପ୍ରଥମ ତଥ୍ୟଟି ଓଡ଼ିଆ ସାଧବପୁଅକୁ ପଙ୍ଗୁ କରିଥିବା ତଥା ଧର୍ମଭୀରୁ ଓଡ଼ିଆଙ୍କ ମାନସପଟକୁ ସଂପୂର୍ଣ୍ଣ ଆଚ୍ଛାିଦିତ କରିଥିବା ବ୍ରାହ୍ମଣମାନଙ୍କର ନବ୍ୟ ବ୍ରାହ୍ମଣ୍ୟବାଦର ପ୍ରତିଷ୍ଠାପାଇଁ ଏହା ଏକ କୁତ୍ସିତ ପ୍ରୟାସ । ନଚେତ୍ ପରମ୍ପରା ମଧ୍ୟରେ ବଞ୍ଚି ରହିଥବା ଏହି ବାସ୍ତବ ସତ୍ୟକୁ ଧର୍ମସହିତ ସଂପୃକ୍ତ କରାଇ ନ ଥାନ୍ତେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ଗାଁ’ଗହଳିରେ ପାଳନ କରାଯାଉଥିବା ବିଭିନ୍ନ ଓଷା, ବ୍ରତ, ଉପାସନା ଆଦିରେ ଭକ୍ତ ଓ ଭଗବାନଙ୍କ ମଧ୍ୟସ୍ଥି ବୋଲାଉଥିବା ବ୍ରାହ୍ମଣମାନଙ୍କର କୌଣସି ଭୂମିକା ନାହିଁ । ସ୍ୱାମୀ, ସନ୍ତାନ ତଥା ପରିବାରର ମଙ୍ଗଳ କାମନାପାଇଁ ଓଡ଼ିଆଘରର ବୋହୂଟିଏ ଯେଉଁ ଦୈବୀ ଉପାସନା ଓ ଆରାଧନା କରେ, ତାହା ନିଜସ୍ୱ ଶୈଳୀରେ ଓ ବିନା କୌଣସି ମନ୍ତ୍ରତନ୍ତ୍ରର ଉଚ୍ଚାରଣରେ । ବରଂ ପ୍ରାଚୀନ ଓଡ଼ିଆ ଚାରଣ କବିଙ୍କଦ୍ଵାରା ରଚିତ ଅତୀତ ଉକ୍ରଳର ଐତିହାସିକ କାହାଣୀକୁ କବିତା ମାଧ୍ୟମରେ ପାଠକରି ଶକ୍ତି ଉପାସନାରେ ନିଜକୁ ନିବିଷ୍ଟ କରିଥାଏ । ଓଡ଼ିଆ ନାରୀର ଓଷାବ୍ରତ ସହ ବେପାର ବଣିଜର ଇତିହାସ ପାଠ କରିବା ହିଁ ସୂଚାଇଥାଏ ଅତୀତ ଉକ୍ରଳର ନୌବାଣିଜ୍ୟ ପରମ୍ପରା । ତେଣୁ ଆ, କା, ମା, ବଇ, ଧାର୍ମିକ ମାସ ନୁହେଁ, ବରଂ ସାଧବପୁଅଦ୍ଵାରା ସୃଷ୍ଟି ଚାରିଟି ମୁଖ୍ୟ ଉପନିବେଶର ସଂକ୍ଷିପ୍ତ ନାମ ଆ- ଆନ୍ନମ(ଭିଏତନାମ), କା- କାମ୍ବଡ଼ିଆ, ମା- ମାଳୟ, ବଇ- ବାଲିଦୀପ । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ପ୍ରହରରେ ଏହି ଚାରିଟି ଶବ୍ଦ ଉଚ୍ଚାରଣ କରି ପାନଗୁଆ ସହ ଛୋଟିଆ ବୋଇତଟିଏ ଭସାଇ ଦେବାର ଅର୍ଥ ହେଲା, ବହୁବର୍ଷ ପୂର୍ବେ ଏହି ମାହେନ୍ଦ୍ର ବେଳାରେ ଓଡ଼ିଆ ଘରର ବୋହୂମାନେ ବନ୍ଦାପନା କରି ସାଧବପୁଅକୁ ବିଦାୟ ଦେଉଥିଲେ ବିଶେରେ ବେପାର ବଣିଜ କରିବାପାଇଁ । ସାଧବପୁଅର ମଙ୍ଗଳକାମନା କରିବା ଉଦ୍ଦେଶ୍ୟରେ ଘରର ପ୍ରୌଢ଼ାଗଣ ପୂର୍ଣ୍ଣମୀ ପୂର୍ବର ୫ ଦିନ ନିଷ୍ଠାପର ଭାବେ ବିଭିନ୍ନ ପୂଜାର୍ଚ୍ଚନାରେ ବ୍ୟସ୍ତ ରହୁଥିଲେ, ଯାହା ପଞ୍ଚୁକନାମରେ ଖ୍ୟାତ । ପାନଗୁଆ ହେଉଛି, ଶୁଭ ଓ ବନ୍ଧୁତାର ସୂଚକ । ଯାହା ଏବେ ମଧ୍ୟ ଓଡ଼ିଆ ପରମ୍ପରାରେ ପ୍ରଚଳିତ । ବ୍ରିଟିଶଙ୍କ ଭଳି କଳିଙ୍ଗବାସୀ ଉପନିବେଶକୁ ଶୋଷଣର କ୍ରୀଡ଼ାସ୍ଥଳୀ ଭାବେ ଗ୍ରହଣ କରି ନ ଥିଲେ । ବରଂ ଏକ ବନ୍ଧୁତାର ସଂପର୍କରେ ବାନ୍ଧି ଦେବାକୁ ଆଗଭର ହେଉଥିଲେ ।

ବୈଶାଖରୁ କାର୍ତ୍ତିର୍କମାସ ପର୍ଯ୍ୟନ୍ତ ଶୂଦ୍ର ଶିଳ୍ପୀକୂଳର ସାଧବଗଣ ରପ୍ତାନୀ ଉଦ୍ଦେଶ୍ୟରେ ବିଭିନ୍ନ ବସ୍ତୁ ନିର୍ମାଣ ଓ ସଂଗ୍ରହ ଅଭିଯାନ ଶେଷ କରି କାର୍ତ୍ତିକ ଅମାବାସ୍ୟା ଜାତି, ଜାଗୃତି ଓ ପ୍ରଗତି / ୧୯

ବା ଆଲୋକର ପର୍ବ ଦୀପାବଳୀ ଦିନ ଲକ୍ଷ୍ମୀପୂଜା ପାଳନ କରିଥା’ନ୍ତି । ପରଦିନ ପ୍ରାତଃକାଳରୁ ସାଧବାଣୀଦ୍ଵାରା ବୋଇତ ବନ୍ଦାପନା ପରେ ସଂଗୃହୀତ ଜିନିଷପତ୍ର ଲଦା ହୁଏ କାର୍ତ୍ତିକପୂର୍ଣ୍ଣମୀ ପର୍ଯ୍ୟନ୍ତ । ଏହି ସମୟରେ ଉତ୍ତରା ଅନୁକୂଳ ପବନ ଅର୍ଥାତ୍ ଅକ୍ଟୋବର-ନଭେମ୍ବର ମାସରେ ଉତ୍ତରା ପବନ ପ୍ରବାହିତ ହେବାରୁ ଓ ଝଡ଼ବର୍ଷାର ଆଶଙ୍କା ନ ଥିବାରୁ, କଳିଙ୍ଗ ଉପକୂଳରୁ ଓଡ଼ିଆ ସାଧବଗଣ ନିଜର ପଣ୍ୟସମ୍ଭାରଯୁକ୍ତ ବିଶାଳ ବୋଇତମାଳା ନୀଳାମ୍ବୁ ସାଗର ବକ୍ଷରେ ମେଲାଇ ପୂର୍ବ ଦ୍ଵୀପପୁଞ୍ଜକୁ ନେଇ ଯାଉଥିଲେ । କାର୍ତ୍ତିକଠାରୁ ଚୈତ୍ର ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ କାରବାର କରି ଦକ୍ଷିଣାପବନ ବୋହିବା ଆରମ୍ଭ ହେବା ମାତ୍ରେ, ବୈଶାଖ ମାସ ପୂର୍ବରୁ ଓଡ଼ିଶାର ପୋତାଶ୍ରୟଗୁଡ଼ିକୁ ଫେରିଆସୁଥିଲେ । ଦୀର୍ଘଦିନର ବିଚ୍ଛେଦ ପରେ ସାଧବ ପରିବାରରେ ଏହି ଅପୂର୍ବ ମିଳନକୁ ମହାଆଡ଼ମ୍ବର ସହିତ ପାଳନ କରାଯାଉଥିଲା ବୈଶାଖର ପ୍ରଥମ ଦିନ ପଣାସଂକ୍ରାନ୍ତି ଭାବରେ । ଆଜି ଆମେ ବୈଶାଖ ମାସର ପ୍ରଥମ ଦିନରେ ପଣା ପିଉଛୁ, ଜଳଦାନ ଦେଉଛୁ, କାର୍ତ୍ତିକ ମାସରେ ଡଙ୍ଗା ଭସାଉଛୁ, ମାତ୍ର ପୂର୍ବ ଗୌରବର ସେହି ବାଣିଜ୍ୟିକ ପରମ୍ପରାକୁ ସଂପୂର୍ଣ୍ଣ ରୂପେ ପାଶୋରି ପକାଇଛୁ ।

ବୋଇତ ବିଲୁପ୍ତ ହେଲା କିପରି?

ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ବ୍ୟାସକବି ଫକୀରମୋହନଙ୍କ ବାଲ୍ୟକାଳ ବୋଇତର ପାଲ ସିଲେଇ ତଦାରଖରେ କଟିଥିଲା । ତାଙ୍କ ରଚିତ କେତୋଟି ଗଳ୍ପରେ ମଧ୍ୟ ସେ ସମୟର ନୌବାଣିଜ୍ୟ ଘଟଣା ବର୍ଣ୍ଣିତ । ୧୬୬୪ରେ ବଙ୍ଗ ଶାସକ ସାଇସ୍ଥା ଖାଁ ବାର୍ଷିକ ଟିକସ ବାବଦରେ ବାଲେଶ୍ୱରର ପିପିଲି ବନ୍ଦରରୁ ୪/୬ଶହ ଟନ୍ ବିଶିଷ୍ଟ ଦୁଇଟି ବୋଇତ ନେବା ଉକ୍ରଳୀୟ ସମୃଦ୍ଧ ନୌବାଣିଜ୍ୟକୁ ସୂଚିତ କରିଥାଏ । ଏଥିସହିତ ହଣ୍ଟର, ଷ୍ଟର୍ଲିଂ, ବିମ୍‌ସ ଆଦି ଅନେକ ଇଂରାଜୀ ଅଫିସରଙ୍କ ଆଲେଖ୍ୟ, ତଥା ଇଂରେଜ ଦସ୍ତାବିଜରୁ ଜଣାପଡ଼େ ଯେ, ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟ ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବଞ୍ଚିଥିଲା । ତେବେ ୧୮୫୩ ମସିହାରେ ଇଂରେଜଦ୍ଵାରା ପ୍ରଣୀତ ଆଇନ୍ ଓ ବିପୁଳ କର ନିର୍ଦ୍ଧାରଣ ଉତ୍କଳୀୟ ବୋଇତ ନିର୍ମାଣ କଳାକୁ ହ୍ରାସ ଘଟାଇବା ସହ ନୂତନ ଯନ୍ତ୍ରଚାଳିତ ଜାହାଜର ବ୍ୟାପକ ପ୍ରଚଳନ ଓ ବଙ୍ଗୋପସାଗରରେ ଓଲନ୍ଦାଜ, ପର୍ତ୍ତୁଗୀଜ, ଜଳଦସ୍ୟୁଙ୍କ ବାରମ୍ବାର ଆକ୍ରମଣରେ ସାଧବପୁଅର ବୋଇତ ସବୁଦିନପାଇଁ ଉଭେଇଗଲା ସାଗରବକ୍ଷରୁ । ଆଉ ସେହିିଦିନଠାରୁ ଓଡ଼ିଶାକୁ ମାଡ଼ିଆସିଲା ଚିରଦାରିଦ୍ର୍ୟ । ହସ୍ତକଳା ଓ କୁଟୀରଶିଳ୍ପରେ ପ୍ରବୀଣ କଳିଙ୍ଗ ଶୂଦ୍ରଶିଳ୍ପୀ ଜାତିର ହାତ ବନ୍ଦ ହୋଇଗଲା । ଉତ୍ପାଦିତ ବସ୍ତୁ ବିକ୍ରୟ ହୋଇପାରିଲ। ନାହିଁ । ଏହାପରେ ବଙ୍ଗାଳୀଙ୍କ ଚକ୍ର।ନ୍ତରେ ୨୦ / ଜାତି, ଜାଗୃତି ଓ ପ୍ରଗତି
ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଓଡ଼ିଶାର ଏକମାତ୍ର ଜୀବିକା କୃଷି ବ୍ୟବସ୍ଥା ସ୍ଥାଣୁ ହେବାରୁ ଓଡ଼ିଆ ଜାତି ନିଜର ସ୍ୱାଭିମାନ ହରାଇ ଅନ୍ୟର ହାତ ଟେକାକୁ ଅନାଇ ବସିଲା ।

ବର୍ତ୍ତମାନର ସାଧବପୁଅ, ପୋତ ଓ ପୋତାଶ୍ରୟ :

ସାଧବପୁଅର ବଂଶଧର ଭାବେ ପରିଚିତ ଓଡ଼ିଆ ଯୁବସମାଜ ଆଜି ଦିଗହରା । ଜାତି ଭିତ୍ତିରେ ଭାଗ ଭାଗ ହୋଇ ନିଜ କୌଳିକ ବୃତ୍ତିରୁ ନିବୃତ । ଶିକ୍ଷାର ବ୍ୟବସାୟୀକରଣ ଯୋଗୁଁ ଗରିବ ଓଡ଼ିଆ ଉଚ୍ଚଶିକ୍ଷା/ପ୍ରାୟୋଗିକ ଶିକ୍ଷାପ୍ରାପ୍ତିଠାରୁ ମଧ୍ୟ ବହୁ ଦୂରରେ । ଧର୍ମାନ୍ଧତା, ରାଜନୈତିକ କୁଚକ୍ର, ମାରୱାଡ଼ି, ବିହାରୀ, ବଙ୍ଗାଳୀଙ୍କ ଅର୍ଥନୈତିକ ଓ ସାମାଜିକ ଶୋଷଣକୁ ବୁଝି ନ ପାରି ଏମାନଙ୍କ ଜାଲରେ ଫସି ଯାଉଛନ୍ତି ସରଳ ଓଡ଼ିଆଗଣ - ନିଜର ସାମାନ୍ୟ ସ୍ୱାର୍ଥ ବିନିମୟରେ । ଫଳରେ ଗୋଟିଏ ଜାତିର ବିକାଶପାଇଁ ଯୁବସମାଜର ସକ୍ରିୟ ଭୂମିକା ଥିବାବେଳେ, ଆମ ଯୁବସମାଜ ଆମପାଇଁ ବୁମେରାଂ ହୋଇଯାଇଛି । ସେଥିପାଇଁ “ଖସିଗଲା ଗୋଡ଼ ତଳକୁ ତଳକୁ” ଭଳି ଓଡ଼ିଶାର ଗତି ଓ ପ୍ରଗତି ନିମ୍ନଗାମୀ ହେଉଛି । ତଥାପି ଓଡ଼ିଶାର ବାଣିଜ୍ୟ ବ୍ୟବସାୟ ଯେଉଁ କେତେଜଣଙ୍କ କାନ୍ଧରେ ପଡିଛି, ସେମାନେ ଶୁଖୁଆ, ଚିଙ୍ଗୁଡ଼ି, ମାଛ କିମ୍ବା ଓଡ଼ିଶାର ଭୁଗର୍ଭରେ ଲୁକ୍କାୟିତ ଅମୂଲ୍ୟ ଖଣିଜ ଦ୍ରବ୍ୟକୁ ଖୋଳି ଚୋରାରେ ଶାଗମାଛ ଦରରେ ବିଦେଶୀ ବେପାରୀଙ୍କୁ ବିକ୍ରି କରିବାରେ ବ୍ୟସ୍ତ । ଏଥିପାଇଁ ସ୍ୱାଧୀନତା ପରେ ଓଡ଼ିଶାରେ ନିର୍ମିତ ହୋଇଥିବା ବହୁ ଆକାଂକ୍ଷିତ ଏକମାତ୍ର ବୃହତ୍ ବନ୍ଦର ପାରାଦ୍ଵୀପ ବହୁତ ସହଯୋଗ କରୁଛି । ତଥାପି ଏହି ବେପାରୀଙ୍କ ସ୍ୱାର୍ଥ ଲିପ୍ସା ପୂରଣ ହୋଇ ନ ପାରିବାରୁ ଗୋପାଳପୁର ଓ ଧାମରାଠାରେ ଆଉ ଦୁଇଟି ସବୁିନିଆ ବନ୍ଦର ସ୍ଥାପନ କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁଜୁରାଟ ଭଳି ରାଜ୍ୟରେ କୃଷି ଓ ଖଣିଜ ଦ୍ରବ୍ୟ ପ୍ରଚୁର ପରିମାଣରେ ନ ଥିବା ବେଳେ କେବଳ ବାଣିଜ୍ୟକୁ ଆଧାର କରି ଭାରତର ଶ୍ରେଷ୍ଠ ବିକଶିତ ରାଜ୍ୟରେ ପରିଣତ ହୋଇଛି । ଗୁଜୁରାଟବାସୀଙ୍କ ସ୍ୱାର୍ଥକୁ ଲକ୍ଷ୍ୟ କରି ଅନୁକୁଳ ଭିତ୍ତିଭୂମି ନ ଥିଲେ ମଧ୍ୟ କେନ୍ଦ୍ର ସରକାର ୨୩ଟି ବନ୍ଦର ସ୍ଥାପନ କରି ବର୍ହିବାଣିଜ୍ୟକୁ ଉତ୍ସାହିତ କରୁଛନ୍ତି । ମାତ୍ର ବାଣିଜ୍ୟପ୍ରିୟ ଓଡ଼ିଆ ଜାତିର ସ୍ଥବିରତା ଓ ପଖାଳଖିଆ ନୀତି ଯୋଗୁଁ ବର୍ତ୍ତମାନର ଦୀର୍ଘ ୪ଶହ ମାଇଲ ସାମୁଦ୍ରିକ ବେଳାଭୂମିରେ ଅତିକମ୍ରେ ୩୦ଟି ବନ୍ଦର ସ୍ଥାପିତ ହେବା ଭିତ୍ତିଭୂମି ଥିବାବେଳେ, ରାଜ୍ୟ ସରକାର ମାତ୍ର ୧୧ଟି ସ୍ଥାନ ଚିହ୍ନଟ କରିଛନ୍ତି ବନ୍ଦର ନିର୍ମାଣପାଇଁ । ଏହି ବନ୍ଦରଦ୍ଵାରା ଉକ୍ରଳୀୟ କଳାନୈପୁଣ୍ୟ ବା ଶିଳ୍ପଚାତୁରୀ ନୁହଁ କିମ୍ବା ଆଧୁନିକ ଟେକ୍ନୋଲୋଜି ନୁହଁ, ବରଂ ଜାତି, ଜାଗୃତି ଓ ପ୍ରଗତି / ୨୧
ଓଡ଼ିଶାର ସେହି ଦୁର୍ମୂଲ୍ୟ ଖଣିଜସଂପଦା କିମ୍ବା ଏହି ଖଣିଜଦ୍ରବ୍ୟକୁ ସୁବିଧାରେ ନେବାପାଇଁ ବିଭିନ୍ନ କାରଖାନାରେ ପ୍ରକ୍ରିୟାକରଣ କରି ରପ୍ତାନୀ ହେବାରେ ବ୍ୟବହାର କରାଯିବ । ଏହାଦ୍ଵାରା ଓଡ଼ିଶାବାସୀଙ୍କ ଦାରିଦ୍ର୍ୟ କମିବ ନାହିଁ, ବରଂ ଓଡ଼ିଶାବାସୀଙ୍କ ଧନରେ ଧନୀ ହୋଇଯିବେ ବିଦେଶୀ ବଣିକଗୋଷ୍ଠୀ । ଏପରିକି, ଦିନ ଆସିବ ଆମେ ଭସାଉଥିବା କୁନି କୁନି ବୋଇତ ଚୀନ, ଜାପାନ, ମାଳୟରେ ତିଆରି ହୋଇ ଆମ ରାଜ୍ୟରେ ବିକ୍ରି କରି ସେ ଦେଶର ବଣିକପୁଅମାନେ ଧନୀ ହୋଇଯିବେ । ଆମେ କେବଳ ଭକୁଆ ହୋଇ ଚାହିଁ ରହିଥିବା, ନଚେତ୍ ଏହି କାଗଜ ବୋଇତ ଶସ୍ତାରେ ମିଳୁଛି ବୋଲି ଖୁସିରେ ଗୋଟେଇ ନେବା ।

ଆମେ କ’ଣ ଏହାର ପରିବର୍ତ୍ତନ ଆଶା କରିବା ନାହିଁ? ଆମେ କ’ଣ ଅତୀତର ଗୌରବ ଗାରିମାକୁ ଜୀବନ୍ତ କରିପାରିବା ନାହିଁ? ଆମେ କ’ଣ ଏମିତି ଦୁଃଖ, ଦୈନ୍ୟ ଓ ପରସ୍ପର କଳି ଝଗଡ଼ା ଭିତରେ ମୂଲ୍ୟବାନ ଜୀବନଟାକୁ ହରାଇ ଦେବା ? ଆମକୁ ଶୋଷଣ ଓ କଷଣରେ ଜଡ଼ କରେଇଥିବା ପରାଙ୍ଗପୁଷ୍ଟକୁ ଓଡ଼ିଶା ମାଟିରୁ ହଟାଇ ନୂଆ ଓଡ଼ିଶା ଗଢ଼ିପାରିବା ନାହିଁ?

                     **** ୨୨ / ଜାତି, ଜାଗୃତି ଓ ପ୍ରଗତି

ଓଡ଼ିଶାବାସୀ ସାବଧାନ : ଆନ୍ଧ୍ର ଆସୁଛି!

ନିକଟରେ ଇତିହାସର ଆଉ ଏକ ଅନ୍ୟାୟକୁ ଓଡ଼ିଶାବାସୀ ମଥାପାତି ସହ୍ୟ କରିବାର ସୁଯୋଗ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପ୍ରଦାନ କରିଥିବାରୁ ଏଥିପାଇଁ ପ୍ରଥମେ ଧନ୍ୟବାଦ ଅର୍ପଣ କରୁଛି, କାରଣ ଦକ୍ଷିଣ ଓଡ଼ଶାର ଉପାନ୍ତ ଅଞ୍ଚଳ କୁଟିଆ । ଗ୍ରାମ ପଞ୍ଚାୟତ ଉପରେ ଆନ୍ଧ୍ରର ବଳପୂର୍ବକ ଅଧିଗ୍ରହଣ ପ୍ରତି ସର୍ବୋଚ୍ଚ ବିଚାର ବିଭାଗର ନୀରବ ସମର୍ଥନ, କିଛିକ୍ଷଣ ହେଉ ପଛକେ ଓଡ଼ିଆଙ୍କ ଭାବପ୍ରବଣତାକୁ ଜାଗ୍ରତ କରିପାରିଛି ।

ଅତୀତକୁ ଦୃଷ୍ଟି ନିକ୍ଷେପ କଲେ ଦେଖିବାକୁ ମିଳିବ ଯେ, ଏଭଳି ଆଘାତ କିଛି ନୂଆ ନୁହେଁ । ସେଥିପାଇଁ ଆଘାତ ସହିବା ଏକ ଗୌରବର କଥା ବୋଲି ଆମେ ଗ୍ରହଣ କରି ସାରିଲୁଣି । ସ୍ୱାଧୀନତା ପୂର୍ବରୁ ଓଡ଼ିଶା ଏକତ୍ରୀକରଣ ବେଳେ ଏକତୃତୀୟାଂଶ ଓଡ଼ଆ ଓ ଓଡ଼ିଶା ଅଞ୍ଚଳ ହରାଇ ଆମେମାନେ “ବୁଦ୍ଧିମାନ ଯେତିକି ପାଆନ୍ତି, ସେତିକି ଗ୍ରହଣ କରିବା ଉଚିତ୍” ନ୍ୟାୟରେ ବିଖଣ୍ଡିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ପାଇ ଆନନ୍ଦରେ ଉଦ୍‌ବେଳିତ ହୋଇ ଉଠିଲୁ । ଭୁଲିଗଲୁ ପାଖ ପଡ଼ିଶା ଘରେ ଆଶ୍ରିତ ଥାଇ ଛଟପଟ ହେଉଥିବା ଆମ ଭାଇମାନଙ୍କ ବିଚ୍ଛେଦଜନିତ ଶୋକକୁ । କେବଳ ସେତିକି ନୁହେଁ, ଏହି ସମୟରେ ଟାଟା ଶିଳ୍ପାଞ୍ଚଳ ଓଡ଼ଶାରେ ମିଶିବା ପାଇଁ ସମ୍ମତି ଦେବା ଘଟଣାପ୍ରତି ତତ୍କାଳୀନ ଓଡ଼ିଆ ନେତୃବୃନ୍ଦଙ୍କ ଉଦାସୀନତାର ପରମ୍ପରାକୁ ଆମେ ପୁଣି ଥରେ ଦେଖିବାକୁ ପାଇଥିଲୁ; ସ୍ୱାଧୀନତା ପରେ ଗଠିତ ସୀମା ନିର୍ଦ୍ଧାରଣ କମିଟିର ଅବିଚାର ତଥା ଏହାକୁ ବିରୋଧ କରି ହୋଇଥିବା ସ୍ୱାଭିମାନର ଆନ୍ଦୋଳନକୁ ଦୃଢ଼ ଦମନ କରିଥିବା ଆମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କଠାରେ । ତେଣୁ ଆଜି ସର୍ବୋଚ୍ଚ ନ୍ୟାୟାଳୟର ନୀରବ ସମର୍ଥନରେ କୁଟିଆ ଗ୍ରାମପଞ୍ଚାୟତର ୨୮ରୁ ୨୧ଟି ଗ୍ରାମ ଆନ୍ଧ୍ର ପ୍ରଦେଶରେ ମିଶିବା ସମୟରେ ଓଡ଼ିଶା ସହିତ ଭାବଗତ ସଂପର୍କ ନ ଥିବା, ତଥା ଓଡ଼ିଆ ଜାତିର ଜାତି, ଜାଗୃତି ଓ ପ୍ରଗତି / ୨୩

ଆବେଗକୁ ଅନୁଭବ କରିପାରୁ ନ ଥିବା ଆମ ଶାସକବର୍ଗଙ୍କଠାରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶା କରିବା ସ୍ୱାଭିମାନୀ ଓଡ଼ିଆ ପକ୍ଷେ ବୃଥା ମାତ୍ର । ତଥାପି ଏଭଳି ଘଟଣାକୁ ସ୍ୱାର୍ଥପର ଅଳସୁଆଙ୍କ ପରି କିଛିକାଳ ପାଟିତୁଣ୍ଡ କଲେ କ୍ଷତି ନାହିଁ । ଏଠାରେ ପ୍ରଶ୍ନ ଉଠେ- କାହିଁକି ଆମ ପଡୋଶୀମାନେ ଆମ ସୀମା ସଂକୁଚିତ କରିବାରେ ବ୍ୟଗ୍ର । ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଅନ୍ୟ ତିନୋଟି ରାଜ୍ୟ ଓଡ଼ିଶାଠାରୁ ବୟସରେ ବହୁ କନିଷ୍ଠ । ଯଦିଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ବେଳେ ଓଡ଼ିଶା ପ୍ରତି ହୋଇଥିବା ଚରମ ଅବହେଳାକୁ ସମଗ୍ର ଭାରତବାସୀ ଅନୁଭବ କରିଛନ୍ତି, ତଥାପି ତତ୍କାଳୀନ ମାଡ୍ରାସ, ବିହାର, ବଙ୍ଗଳା ତଥା ମଧ୍ୟପ୍ରଦେଶ ଅଞ୍ଚଳର ବଳିଷ୍ଠ ନେତୃବୃନ୍ଦଙ୍କ ଚାପରେ ଓଡ଼ଶାବାସୀଙ୍କ ଭାବପ୍ରବଣତାକୁ ଜାତୀୟସ୍ତରର ନେତାମାନେ ଉପେକ୍ଷା କରିଥିଲେ । ଫଳରେ ସଢ଼େଇକଳା, ଖରସୁଆଁ ଭଳି ଖାଣ୍ଟି ଓଡ଼ିଆ ଦେଶୀୟ ରାଜ୍ୟ ଓଡ଼ିଶାରେ ମିଶିଥିବାବେଳେ, ଗମନାଗମନ ଅସୁବିଧାର ଆଳଦେଖାଇ ପୁଣି ଛଡାଇ ନେଇ ବିହାରରେ ମିଶାଇ ଦିଆଗଲା । ଏପରିକି ମୟୂରଭଞ୍ଜ ଓଡ଼ିଶାରେ ମିଶିବା ପରେ ମଧ୍ୟ ଏହାର ଦୁଇଟି ବିସ୍ତୀର୍ଣ୍ଣ ଅଞ୍ଚଳ ଆଉ ଓଡ଼ିଶାକୁ ଫେରି ଆସି ନ ଥିଲା । ଏବେ ସେଠିକାର ଶିଶୁ ମାତୃଭାଷା ଭାବରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ପଢ଼ିବାକୁ ବାଧ୍ୟ । ଏଠାରେ ସଂଖ୍ୟାନ୍ୟୁନ ବଙ୍ଗାଳୀ ନିଜର ପାରିବାପଣିଆ ଦେଖାଇ ଦ୍ଵିତୀୟ ଭାଷା ହେବାର ଗୌରବ ଲାଭ କରିଥିବା ବେଳେ, ସଂଖ୍ୟାଧିକ ଓଡ଼ିଆଙ୍କ ସ୍ୱାର୍ଥକୁ ଉପେକ୍ଷା କରିଛନ୍ତି- ଝାଡ଼ଖଣ୍ଡର ତତ୍କାଳୀନ ଓଡ଼ିଆ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି । ଆଉ ଆମ ସରକାର ଓଡ଼ିଆ ଭାଷାର ସୀମାକୁ ଓଡ଼ିଶାର ପ୍ରତିଟି କୋଣଅନୁକୋଣରେ ପହଞ୍ଚାଇବାର ଚେଷ୍ଟା ନ କରି ମୁଷ୍ଟିମେୟ ଆଦିବାସୀ ଭାଷା ବିକାଶ ପ୍ରତି ଧ୍ୟାନ ଦେଇ ଓଡ଼ିଶା ସୀମା ଭିତରେ ଭାଷାଭିତ୍ତିକ ପ୍ରାଚୀର ସୃଷ୍ଟି ଉଦ୍ଦେଶ୍ୟରେ ଭିତ୍ତି ସ୍ଥାପନ କରୁଛନ୍ତି । ଶାସନର ସର୍ବୋଚ୍ଚ ସୀମାରେ ଯେତେବେଳେ ଅଣଓଡ଼ିଆ ଅଧିକାରୀଗଣ ଭର୍ତ୍ତି ହୋଇଗଲେଣି, ସେପରି ସ୍ଥଳେ ତାଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ !

ଆଜି ଓଡ଼ିଶାର ସୀମା କ୍ରମଶଃ ସଂକୁଚିତ ହୋଇଆସୁଛି । ତତ୍‌ସହିତ ସଂକୁଚିତ ହୋଇଆସୁଛି ଏହାର ଭାଷା ଓ ସାହିତ୍ୟ । ମୋଗଲ ବନ୍ଦୀ କୁହାଯାଉଥିବା କେନ୍ଦ୍ରାଞ୍ଚଳରେ ଦେଶୀ ବିଦେଶୀ ଭାଷାର କଥିତ ଓ ଲିଖିତ ସମ୍ଭାର ମଧ୍ୟରେ ଓଡ଼ିଆ ଭାଷା ଚାପି ହୋଇ ଅଣନିଃଶ୍ୱାସୀ ହୋଇଗଲାଣି । ସୀମାନ୍ତ ଅଞ୍ଚଳର ୨୨ ଭାଗ ଆଦିବାସୀ ଯଦିଓ ପାରମ୍ପରିକ ଭାବରେ ନିଜକୁ ଓଡ଼ିଆ ବୋଲି କୁହନ୍ତି, ମାତ୍ର ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚିପାରି ନ ଥିବାରୁ ନିଜର ଭାଷା ଓ ପରମ୍ପରା ସହିତ ଓଡ଼ିଆ ଭାଷା ଓ ପରମ୍ପରାକୁ ସାମିଲ କରି ଓଡ଼ିଶା ଏକତ୍ରୀକରଣ ଯଜ୍ଞରେ ପୂର୍ଣ୍ଣାହୂତି ଦେବାକୁ ପଛେଇ ଯାଉଛନ୍ତି । ସେମାନଙ୍କ ୨୪ / ଜାତି, ଜାଗୃତି ଓ ପ୍ରଗତି

ସରଳତାର ସୁଯୋଗ ନେଇ, ଅନ୍ୟଦ୍ଵାରା ଠକାମିର ଶିକାର ହେଲାବେଳେ ଦୋଷ ଦେଇଥାନ୍ତି ଉପକୂଳବର୍ତ୍ତୀ ଓଡ଼ିଆଙ୍କୁ । ନୂତନ ଜିଲ୍ଲା ଗଠନ ହେବା ପରେ ଯଦିଓ ସରକାରୀ କଳ କିଛି ତତ୍ପରତା ପ୍ରକାଶ କରିଥିଲା, ମାତ୍ର ଏବେ ଏହି କଳର କର୍ମକର୍ତ୍ତା ଏବଂ ବୁରୋକ୍ରାଟଗଣ ଶୋଷକ ଗୋଷ୍ଠୀରେ ସାମିଲ ହୋଇସାରିଲେଣି । ଏମାନେ ନକ୍ସଲ୍ ଆନ୍ଦୋଳନକୁ ଏକ ସୁଯୋଗ ଭାବେ ଗ୍ରହଣ କରି, ସୁରକ୍ଷା ପ୍ରସଙ୍ଗ ଆଳରେ ଆଦିବାସୀ ଉନ୍ନୟନ କାର୍ଯ୍ୟଧାରାରୁ ନିଜକୁ ଦୂରେଇ ରଖି ଏହି ଅଞ୍ଚଳକୁ ଦିଆଯାଉଥିବା ପର୍ଯ୍ୟାପ୍ତ ଅର୍ଥର ମିଥ୍ୟା ପ୍ରମାଣପତ୍ର ଦେଇ ଲୁଟ୍ କରିବାରେ ଲାଗିଛନ୍ତି । ସରକାର ମଧ୍ୟ ନିଶ୍ଚିନ୍ତ । କାରଣ ସେମାନଙ୍କର କାର୍ଯ୍ୟ କରିବାର ସୀମା ମଧ୍ୟ ହ୍ରାସ ପାଇଯାଉଛି । ଏଭଳି ସ୍ଥିତିରେ ଏମାନେ ଏତିକି ବୁଝିପାରୁ ନାହାନ୍ତି- ଯେଉଁ ଅବହେଳାର କାରଣ ଆଦିବାସୀମାନଙ୍କୁ ରକ୍ତମୁଖା ସଜାଇଛି, ତାହାର ଯଦି ଆଶୁ ସମାଧାନ ନ ଘଟେ, ତେବେ ଏହା କ୍ରମେ ବୃଦ୍ଧି ପାଇ ଓଡ଼ଶାର ବ୍ୟାପକ ଧନଜୀବନ କ୍ଷତି ହେବା ସହ ଅର୍ଦ୍ଧାଧିକ ଅଞ୍ଚଳକୁ ମଧ୍ୟ ହରାଇବାକୁ ପଡ଼ିବ । ତେଣୁ ଏପରି ଅପମାନଜନକ ସ୍ଥିତି ଉତ୍ପନ୍ନ ହେବା ପୂର୍ବରୁ ନିଜକୁ ଓଡ଼ିଆ ବୋଲି ଗର୍ବରେ ମଥାଟେକି ଚାଲୁଥିବା ପ୍ରତ୍ୟେକ ଓଡ଼ିଶାବାସୀ ସଚେତନ ହୋଇ ଆମ ରାଜ୍ୟର ନିଦ୍ରିତ ସରକାରଙ୍କୁ ସଚେତନ କରାଇବାର ସମୟ ପୁଣି ଥରେ ଉପସ୍ଥିତ ହୋଇଛି ।

କେନ୍ଦ୍ରୀୟ ‘କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି’ (କେବିକେ) ଯୋଜନାର ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନ ଥିବା ବେଳେ ଏହି ଯୋଜନା ଅନ୍ତର୍ଭୁକ୍ତ କୁଟିଆ ଗ୍ରାମ ପଞ୍ଚାୟତର ଚିର ଅବହେଳିତ, ନିରକ୍ଷର ସେହି ତିନି ସହସ୍ର ଅଧିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରମାଣ ଜଣାଉଛି, ଯେଉଁମାନେ ଆନ୍ଧ୍ରବାସୀଙ୍କ ପ୍ରଲୋଭନ ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ମଧ୍ୟ ନିଜକୁ ଓଡ଼ିଆ କହିବାର ଗର୍ବ ଅନୁଭବ କରୁଛନ୍ତି । ଘଞ୍ଚ ଅରଣ୍ୟ, ଦେଓମାଳି ପର୍ବତର ଭୀମକାୟ ରୂପ ତଥା ଏଥିରୁ ନିର୍ଝରିତ ଝରଣାର ସ୍ରୋତରେ ଦ୍ଵିଖଣ୍ଡିତ ହୋଇଥିବା ଏହି ଆଦିବାସୀ ଅଞ୍ଚଳ ପ୍ରାକୃତିକ ଅରଣ୍ୟ ଓ ଖଣିଜ ସଂପରେ ପୂର୍ଣ୍ଣଗର୍ଭା ଥିବାରୁ ପଡୋଶୀ ଆନ୍ଧ୍ରର କୁନଜରରେ ପଡ଼ିବା ସ୍ୱାଭାବିକ । ଆନ୍ଧ୍ର ଓ ଓଡ଼ିଶାର ରାଜଧାନୀଠାରୁ ସମଦୂରରେ ଥିବା ଏହି ଅଗମ୍ୟ ଅଞ୍ଚଳର ରତ୍ନକୁ ସାଉଁଟି ନେବାପାଇଁ ଆନ୍ଧ୍ରର ବ୍ୟଗ୍ରତା ବୃଦ୍ଧି ପାଇବାବେଳେ, ଓଡ଼ିଶା ସରକାରଙ୍କ ପ୍ରଶାସନିକ ଦୁର୍ବଳତା ଓ ଅବହେଳାକୁ ସର୍ବ ସାଧାରଣରେ ଦେଖାଇ ଦେଇଛି । ଏହାଦ୍ଵାରା ମଧ୍ୟ ଆନ୍ଧ୍ର ପ୍ରମାଣ କରିବାକୁ ଚାହୁଁଛି ଯେ, ଲୋକମୁଖର ଭାଷା ମାଧ୍ୟମରେ, ତଥା କିଛି ସୁବିଧା ପ୍ରଦାନ କରିବା ଆଳରେ ସୀମାନ୍ତ ଅଞ୍ଚଳକୁ ବିବାଦପୂର୍ଣ୍ଣ କରି ନିଜ ସୀମା ଅନ୍ତର୍ଭୁକ୍ତ କରାଯାଇପାରେ । ସେଥିପାଇଁ ସୀମାନ୍ତ ଅଞ୍ଚଳର ସାଲୁରପୁର ଠାରୁ ୨୨ କି.ମି ଦୂର ଥିବା ଓଡ଼ିଶାର କୁଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ତିନୋଟି ଗ୍ରାମ ଅର୍ଜୁବାଲାସା, ତାଡ଼ିବାଲସା ଓ ନାର୍ଜା ବାଲସାରେ ଜାତି, ଜାଗୃତି ଓ ପ୍ରଗତି / ୨୫

ପିଚୁ ରାସ୍ତା ତିଆରି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ପକ୍କା ସଡ଼କ ତଥା ତେଲୁଗୁ ବିଦ୍ୟାଳୟ ନିର୍ମାଣ କରି କଥିତ ବଙ୍କା ଓଡ଼ିଆ ପରିବର୍ତ୍ତେ ସିଧା ତେଲୁଗୁ ଭାଷା ଶିକ୍ଷା ଦେବାର କୌଶଳ ଗ୍ରହଣ କରିନେଇଛି ।

ସର୍ବୋଚ୍ଚ ନ୍ୟାୟାଳୟର ସ୍ଥିତାବସ୍ଥା ରାୟ ଫଳରେ ଆନ୍ଧ୍ର ଖୁସି ହୋଇ ତା’ର ଗତି ଆହୁରି ଜୋରରେ ବୃଦ୍ଧି କରି ସାରିଲାଣି । ତେଣୁ କିଛିିଦିନ ପରେ ଜୟପୁର ତଥା ପାରଳା ମହାରାଜାଙ୍କ ସ୍ୱପ୍ନକୁ ଧ୍ୱଂସ କରି, ତେଲୁଗୁ ଭାଷାର ସ୍ଥାପନଦ୍ଵାରା ଏହି ଅଞ୍ଚଳକୁ ତେଲୁଗୁ ରାଜ୍ୟର ବୋଲି ଦାବୀ କରିବାକୁ ଉଚ୍ଚତମ ନ୍ୟାୟାଳୟର ଦ୍ଵାରସ୍ଥ ଯେ ଆନ୍ଧ୍ର ନ ହେବ, ତାହା କିଏ କହିବ? ଆଜି ସିନା କୁଟିଆବାସୀ ନିଜକୁ ଓଡ଼ିଆ ବୋଲି କହି ଗର୍ବ କରୁଛନ୍ତି । କାଲି ଯେତେବେଳେ ଆନ୍ଧ୍ରଠାରୁ ସମସ୍ତ ସୁବିଧା ସୁଯୋଗ ପାଇବା ସହ କୁଟିଆବାସୀ ପ୍ରାଞ୍ଜଳ ତେଲୁଗୁ ଭାଷାରେ କଥା ହେବେ, ସେତେବେଳେ ସେମାନଙ୍କର ଆତ୍ମା ମଧ୍ୟ ତେଲୁଗୁ ହୋଇଯିବ । ଫଳରେ କୁଟିଆ ପରି ଆହୁରି ଅନେକ ସୀମାନ୍ତ ଅଞ୍ଚଳ ଆନ୍ଧ୍ର ଗର୍ଭକୁ ଚାଲିଯିବ । ଏସବୁ ଘଟି ସାରିବା ପରେ ଆମ ଭୁବନେଶ୍ୱର ବାବୁଗଣ ସିନା ମିଛରେ ଆଖିରୁ ଲୁହ ଗଡ଼ାଇ ଅନ୍ୟ ଉପରେ ଦୋଷ ଲଦି ନିଜର ଅପାରଗତାକୁ ଘୋଡାଇବାର ଚେଷ୍ଟା କରିବେ, ମାତ୍ର ଆମ ସ୍ୱାଭିମାନୀ ଓଡ଼ିଆ ଏଭଳି ସ୍ଥିତିକୁ କିଭଳି ସାମ୍ନା କରିବେ ? ଆନ୍ଧ୍ର ଏ କୁକର୍ମରେ ସଫଳ ହେବାପରେ ଛଞ୍ଚାଣ ବଙ୍ଗାଳୀ ପୁଣି ଓଡ଼ିଶାକୁ ଉତ୍ତର ପଟୁ ଝୁଣିଝୁଣି ଖାଇବା ଆରମ୍ଭ କରିଦେବେ । ସେତେବେଳେ ଏହାକୁ ବିରୋଧ କରିବାର ଶକ୍ତି ଆମ ନିକଟରେ ଥିବ ତ ?

ତେଣୁ ଏପରି ଏକ ଅଭାବନୀୟ ସ୍ଥିତି ବେଳେ ଆମେ ଯଦି ପ୍ରଶାସନ ତଥା ସରକାରଙ୍କୁ ଦାୟୀ କରି ନୀରବ ରହିଯିବା, ତେବେ “ଅଳସୁଆଙ୍କ କୋଳି ଖାଇବା” ପରି ଘଟଣା ନିଶ୍ଚିତ ଘଟିବ । ଆମେ ଭୁଲି ଯାଉଛେ ଯେ, ପ୍ରଶାସନକୁ ନିୟନ୍ତ୍ରଣ କରୁଥିବା ସରକାର ହେଉଛି ଆମର ପ୍ରତିନିଧି, ଯେଉଁମାନେ ନିର୍ବାଚନ କାଳରେ ଭିକ୍ଷା ମାଗିବାକୁ ଆସିଥାନ୍ତି ଆମର ଭଙ୍ଗା କୁଟୀରକୁ; ସେମାନଙ୍କୁ ଆମେ ଆମର ପ୍ରତିନିଧି ଭାବରେ ବାଛିଛୁ ଆମର ଭାଷା, ଜାତି, ଐତିହ୍ୟ, ସଂସ୍କୃତି ତଥା ସାମାଜିକ ଜୀବନକୁ ସୁରକ୍ଷିତ ରଖିବାପାଇଁ । ଶାସନ ସମ୍ଭୋଗର ଲାଳସାରେ ଯେ ସେମାନେ ନିଜ କର୍ତ୍ତର୍ବ୍ୟରୁ ଓହରି ଯାଉଛନ୍ତି, ତେବେ ସେମାନଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା ନ କରି ବରଂ ବର୍ତ୍ତମାନ ହିଁ ସତର୍କ କରାଇବା ଉଚିତ ହେବ । ଏହି ସତର୍କର ମାଧ୍ୟମ ହେଉଛି ଗଣଆନ୍ଦୋଳନ । ଏଥିପାଇଁ ସାମଗ୍ରିକ ଭାବରେ ସମସ୍ତ ଓଡ଼ିଆ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବା ଉଚିତ ।

ଏଠାରେ ଗୋଟିଏ କଥା କହିବାକୁ ଚାହେଁ, ଯେ କୌଣସି ରାଜ୍ୟ ହେଉ ବା ରାଷ୍ଟ୍ର - ଏହାର ବିକାଶର ମୂଳଭିତ୍ତି ହେଉଛି କୃଷି । ତା’ପରେ ଆସେ ଶିଳ୍ପ । ଓଡ଼ିଶାଠାରୁ ୨୬ / ଜାତି, ଜାଗୃତି ଓ ପ୍ରଗତି

୨୦ ବର୍ଷ ପଛରେ ସୃଷ୍ଟ ଆନ୍ଧ୍ରପ୍ରଦେଶ ପ୍ରଥମେ ଏକ ଗରିବ ରାଜ୍ୟ ଥିଲା । ଏବେ ମଧ୍ୟ ଏହାର ମୁଣ୍ଡପିଛା ଋଣଭାର ଓଡ଼ିଶାଠାରୁ ଅଧିକ । ମାତ୍ର ଦୃଢ଼ ନେତୃତ୍ୱ ତଥା ଜନସାଧାରଣଙ୍କ କଠୋର ପରିଶ୍ରମ ଓ ନିଃସ୍ୱାର୍ଥପର ମନୋଭାବ ଆଜି ଆନ୍ଧ୍ରକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ଠିଆ କରାଇପାରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଏହି ରାଜ୍ୟ ଆଜି ମାଛ, ମାଂସ, ଅଣ୍ଡା, ପନିପରିବା, ଫଳ ଉତ୍ପଦନ ଏବଂ ରପ୍ତାନୀରେ ଅଗ୍ରଣୀ ରାଜ୍ୟ ହେବା ସହ ଆଧୁନିକ ମାନବ ଜୀବନର ଅଭିନ୍ନ ଅଂଶ-ବିଜ୍ଞାନର ଜୟଯାତ୍ରାରେ ନିଜକୁ ସାମିଲ କରି ସାଇବରାବାଦ ଭାବରେ ନୂତନ ପରିଚୟ ସୃଷ୍ଟି କରିପାରିଛି । ଆନ୍ଧ୍ର ଜନତାଙ୍କ ସ୍ୱାଭିମାନ, କତ୍ତର୍ବ୍ୟନିଷ୍ଠା, ପରିଶ୍ରମ, ଓ ଜାତିପ୍ରେମ ଭାବନା ଯୋଗୁଁ ଆମେରିକା ଭଳି ବିଶ୍ୱର ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ରରମୁଖ୍ୟ ତଥା ବିଲ୍‌ଗେଟସ୍ ଭଳି ଧନୀ ବ୍ୟକ୍ତିମାନେ ଭାରତ ଗସ୍ତ କାଳରେ ଆନ୍ଧ୍ରମାଟିକୁ ଆସି ଆନ୍ଧ୍ର କୃଷକ ସହ ଫଟୋ ଉଠାଇବାକୁ ଗୌରବ ବୋଲି ମନେ କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଆମ ଓଡ଼ିଆମାନଙ୍କ ସ୍ଥାନ କେଉଁଠି, ତାହା ବିଚାର କରିବାର ସମୟ ଆସି ପହଞ୍ଚିଛି । ଏଠି ଅବଶ୍ୟ କେବଳ ଏତିକି ମାତ୍ର ସାନ୍ତ୍ୱନା ଦେବା ଯେ, ଆନ୍ଧ୍ରର ଏଭଳି ବିକାଶ କ୍ଷେତ୍ରରେ କେତେଜଣ ବଳିଷ୍ଠ ଓଡ଼ିଆ ଅଫିସରଙ୍କ ଅବଦାନ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନେକ ଓଡ଼ିଆ ଆଇଏଏସ୍ ଅଫିସର ଆନ୍ଧ୍ର, ବଙ୍ଗଳା, ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ ଭଳି ଅଞ୍ଚଳର ସାମଗ୍ରିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରି ଯଥେଷ୍ଟ ସୁନାମ ପାଉଥିବା ବେଳେ, ଏଠାରେ ଓଡ଼ିଆ ଅଫିସରମାନେ ଓଡ଼ିଶା ପ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି । ଏମାନଙ୍କୁ ସହଯୋଗ କରୁଛନ୍ତି ଅଣଓଡ଼ିଆ ଲାଞ୍ଚୁଆ ଅଫିସରଗଣ । ସେହିମାନଙ୍କ କୁକର୍ମପାଇଁ ଓଡ଼ିଶା ଆଜି ନିନ୍ଦିତ ହେଉନାହିଁ, ବରଂ ନିରୀହ ଜନତାଙ୍କୁ ଭାଗ୍ୟବାଦୀ ଭାବରେ ଗଢ଼ି ତୋଳିବାକୁ ପ୍ରଚ୍ଛନ୍ନ ପ୍ରୋତ୍ସାହିତ କରୁଛନ୍ତି ।

କିନ୍ତୁ ଆମେ କେତେଦିନ ଏହି ହୀନକର୍ମୀଙ୍କପାଇଁ ଭାଗ୍ୟକୁ ଖୋଜୁଥିବା ! କଳିଙ୍ଗାଃ ସାହସିକାଃ - ଏହା ଏକ ପୋଥିଗତ ବିଦ୍ୟା ହୋଇସାରିଛି । ଏହାକୁ ବାସ୍ତବରୂପ ଦେବାକୁ ହେଲେ, ଏହି କଥା ସଭା ସମିତିରେ ବାରମ୍ବାର ଉଦ୍ଧୃତି ନ ଦେଇ କର୍ତ୍ତବ୍ୟ ପ୍ରତି ଗୁରୁତ୍ତ୍ଵ ଦେବାର ସମୟ ଆସି ପହଞ୍ଚିଛି । ଆନ୍ଧ୍ରବାସୀଙ୍କ ପରି ଯଦି ଓଡ଼ିଶାର ସାମଗ୍ରିକ ବିକଶିତ ରୂପ ଦେଖିବାକୁ ଚାହିଁବା, ତେବେ ଏହି ନିର୍ମୂଳି ଲଟାଗୁଡ଼ିକ କାଟି ସଫା କରିବାକୁ ଆଗଭର ହେବା । ଯନ୍ତ୍ରଣା ଜର୍ଜରିତ ଓଡ଼ିଆ ମନକୁ ସବୁଦିନ ବୋହି ଚାଲିବା ଅପେକ୍ଷା ଏହାକୁ ତ୍ୟାଗ କରିବାପାଇଁ ପୁଣି ଏକ ବଜ୍ର ଶପଥ ନେବା । ଏଇ ନିରକ୍ଷର କୁଟିଆ ଅଧିବାସୀଙ୍କ ସ୍ୱାଭିମାନକୁ ପାଥେୟ କରି ସେମାନଙ୍କ ସଂଘର୍ଷମୟ ଜୀବନରେ ନିଜକୁ ସାମିଲ କରିନେବା ହେବ ଜଣେ ପ୍ରକୃତ ଓଡ଼ିଆତ୍ୱର ପରିଚୟ । ଆମେ ଦେଖାଇ ଦେବା ଆନ୍ଧ୍ର ଆମ ଉପରେ ନିର୍ଭରଶୀଳ - ଆମେ ଆନ୍ଧ୍ର ଉପରେ ନୁହେଁ । ଆମେ ଯଦି ମାଛ, ଜାତି, ଜାଗୃତି ଓ ପ୍ରଗତି / ୨୭

କଦଳୀ, ନଡ଼ିଆ, ଆମ୍ବ, ଲେମ୍ବୁ ନ କିଣି ନିଜ ବାଡ଼ିରେ ଏହାକୁ ଅମଳ କରିବା, ତେବେ ଏବେ ଦେଖାଦେଇଥିବା ଆନ୍ଧ୍ର ଚାଷୀଙ୍କ ମୃତ୍ୟୁ ସଂଖ୍ୟା ୧୮୩୮ରୁ ନିଶ୍ଚିତ ବୃଦ୍ଧି ପାଇବ । ସେତେବେଳେ ହୁଏତ ଆନ୍ଧ୍ରବାସୀ ବୁଝିପାରିବେ ଶାନ୍ତ ସରଳ ଓଡ଼ିଶାବାସୀଙ୍କ ପ୍ରକୃତ ସ୍ୱରୂପକୁ । “ଚା’ କପରେ ଝଡ଼” ପରି ଯଦି ବିଚାର ବିଭାଗର ଏହି ଅନ୍ୟାୟରେ ଆମେ ସଚେତନ ନ ହେବା, ତେବେ କିଏ କହିବ - ଇଂରେଜ ଭାଷାର ଧାର ଧାରୁ ନ ଥିବା ନିପଟ ମଫସଲର ପାନ ଦୋକାନ ଆଗରେ ଇଂରେଜ ଶବ୍ଦପୁଞ୍ଜ ପ୍ରୟୋଗ କରି ଆତ୍ମଗର୍ବରେ ଫୁଲି ଉଠୁଥିବା ବେକାର ଓଡ଼ିଆ ଯୁବକଟିଏ ତେଲୁଗୁ ସମୃଦ୍ଧିରେ ଲୋଭଗ୍ରସ୍ତ ହୋଇ ତେଲୁଗୁ ଶବ୍ଦ ପ୍ରୟୋଗ ନ କରିବ ! ଯାହାର ପ୍ରରୂପ ଏବେ ଦେଖିବାକୁ ମିଳେ ପୁରୀ, ବାଲେଶ୍ୱର (ବଙ୍ଗଳା) ସୁନ୍ଦରଗଡ଼, ସମ୍ବଲପୁର (ହିନ୍ଦୀ), କୋରାପୁଟ, ରାୟଗଡ଼ା, ଗଞ୍ଜାମ, ମାଲକାନଗିରି (ତେଲୁଗୁ) ଭଳି ଜିଲ୍ଲାମାନଙ୍କରେ ।

ସ୍ୱଦେଶୀ ଜାଗରଣମନ୍ତ୍ର ଭାରତ ବର୍ଷରେ ପ୍ରଥମେ ଓଡ଼ିଶା ମାଟିରୁ ହିଁ ଶୁଭିଥିଲା । ଉକ୍ରଳର ଗୌରବ ବୃଦ୍ଧିପାଇଁ ବୃଦ୍ଧ ମଧୁସୂଦନ ଗାଇଥିବା ଏହି ବେସୁରା ମନ୍ତ୍ରକୁ ମୋହନଦାସ କରମଚାନ୍ଦ ଗାନ୍ଧୀ ପରାମର୍ଶ ସୂତ୍ରେ ନେଇ ଉପଯୁକ୍ତ ତାଳଲୟରେ ଗାନ କରିବାରୁ ଭାରତବାସୀ ତାଙ୍କୁ ମହାତ୍ମାଗାନ୍ଧୀ ଆସନରେ ବସାଇେଲେ । ସେତେବେଳେ ସିନା ଏହାର ମହତ୍ତ୍ଵକୁ ଆମେ ବୁଝିପାରିଲେ ନାହିଁ । ଏବେ ଏହାକୁ ବୁଝି କାର୍ଯ୍ୟରେ ଲଗାଇଲେ କ୍ଷତି କ’ଣ ? ବିକାଶର ଶେଷ ସୀମାରେ ପହଞ୍ଚିବାକୁ ହେଲେ କୃଷି, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ପଡ଼ିବ । କୃଷିର ବିକାଶପାଇଁ ପ୍ରତ୍ୟେକ ଚାଷୀ ସିଧାସଳଖ ଜିଲ୍ଲା ବା ବ୍ଲକ କୃଷି ଅଧିକାରୀ, ଉଉ୍ୟାନ ବିଭାଗ, ପଶୁପାଳନ ତଥା ମତ୍ସ୍ୟ ବିଭାଗ କର୍ମଚାରୀଙ୍କ ପରାମର୍ଶ ନେବା ଆବଶ୍ୟକ । ଯଦି ସେମାନେ ସହଯୋଗ ନ କରନ୍ତି, ତେବେ ସିଧାସଳଖ ସଂଘବଦ୍ଧ ଭାବରେ ମାନସିକ ଓ ଶାରୀରିକ ଆଘାତ ଦେବାରେ ଅସୁବିଧା ନାହିଁ । ଶିଳ୍ପ ପ୍ରତିଷ୍ଠାକୁ ଅନ୍ଧ ଭାବରେ ବିରୋଧ ନ କରି, ଏହାର ସୁବିଧାକୁ ଉପଲବଧି କରି ସୃଷ୍ଟି ହୋଇଥିବା ଅସୁବିଧାଗୁଡ଼ିକ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଦୂର କରିବାକୁ ଚେଷ୍ଟା କରିବା ଆବଶ୍ୟକ । ଏଥିପାଇଁ ପଞ୍ଚାୟତସ୍ତରରୁ ସମସ୍ତ ଲୋକପ୍ରତିନିଧିମାନଙ୍କ ମିଳିତ ସହଯୋଗ ନେବା ଉଚିତ । ଯାହାଫଳରେ ଖଣି ସମୃଦ୍ଧ ଅଞ୍ଚଳ ଶିଳ୍ପ ସମୃଦ୍ଧରେ ପରିଣତ ହୋଇପାରିବ ।

ଶିକ୍ଷା ହେଉଛି ଜାତିର ମୂଳଭିତ୍ତି । ବର୍ତ୍ତର୍ମାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅଯୋଗ୍ୟ ଶିକ୍ଷକମାନଙ୍କ ହାତରେ ନ୍ୟସ୍ତ । କେବଳ ମାତୃଭାଷା ନୁହେଁ, ସମସ୍ତ ବିଭାଗରେ ଦକ୍ଷ ଶିକ୍ଷକ ନିଯୁକ୍ତି ସହିତ ପ୍ରତିବର୍ଷ ସେମାନଙ୍କ କାର୍ଯ୍ୟାବଳୀକୁ ସମୀକ୍ଷା କରାଗଲେ ଏହି ୨୮ / ଜାତି, ଜାଗୃତି ଓ ପ୍ରଗତି

ଅବ୍ୟବସ୍ଥା ଦୂର କରାଯାଇପାରିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଦକ୍ଷ ଅଧ୍ୟାପକ ନିଯୁକ୍ତି ତଥା ଗବେଷଣାକୁ ପ୍ରୋତ୍ସାହିତ କରିବା ସହ ଅଯୋଗ୍ୟ ଅଧ୍ୟାପକ, ପ୍ରଫେସରଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାତୃଭାଷା ଶିକ୍ଷାକୁ ସମଗ୍ର ରାଜ୍ୟରେ ପ୍ରାଥମିକତା ଦେବା ସହ ଅନ୍ୟାନ୍ୟ ରାଜ୍ୟ ଓ ସଂଘୀୟ ପରୀକ୍ଷାଭଳି ଓଡ଼ିଶାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଓଡ଼ିଆ ଭାଷାରେ ପରିଚାଳନା କରିବା, ଆଇନ୍ ଓ ପ୍ରଶାସନ କାର୍ଯ୍ୟରେ ଓଡ଼ିଆ ଭାଷାର ପୂର୍ଣ୍ଣ ବ୍ୟବହାର କରିବା, ଉପାନ୍ତ ଅଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ଓଡ଼ିଆ ଭାଷାଶିକ୍ଷାକୁ ଅଗ୍ରାଧିକାର ଦେବା ସହ ନବଗଠିତ “ଓଡ଼ିଆ ଭାଷା ପ୍ରତିଷ୍ଠାନ”କୁ ଅଧିକ କ୍ରିୟାଭିମୁଖୀ କରିବାପାଇଁ ଦୀର୍ଘକାଳୀନ ଦକ୍ଷ ନିର୍ଦ୍ଦେଶକଙ୍କ ନିଯୁକ୍ତି ତଥା ସ୍ୱାସ୍ଥ୍ୟ ସେବାର ବିକାଶପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ଥାବିତ ଡାକ୍ତରୀ ମହାବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ କରିବା ଆଦି କାର୍ଯ୍ୟକ୍ରମଗୁଡ଼ିକ ଯଦି ସରକାର ଆନ୍ତରିକତା ସହ ଗ୍ରହଣ କରନ୍ତେ, ତେବେ ବିଚ୍ଛିନ୍ନତାବାଦୀଙ୍କ ଚକ୍ରାନ୍ତ ପଣ୍ଡ ହୋଇଯାଆନ୍ତା । ନଚେତ୍ କଳାପାହାଡ଼ ପରି ଓଡ଼ିଆତ୍ତ୍ଵର ଧ୍ୱଂସପାଇଁ ମୁଖ ବ୍ୟାଦାନ କରି ଆସୁଥିବା ଆନ୍ଧ୍ର ନିଜ ଚେଷ୍ଟାରେ ଯେ ନିଶ୍ଚିତ ସଫଳ ହେବ, ଏଥିରେ ଦ୍ଵିମତ ନାହିଁ ।


                       *** ଜାତି, ଜାଗୃତି ଓ ପ୍ରଗତି / ୨୯

ମୁଁ କାହିଁକି ଓଡ଼ିଆ ପଢ଼ିବି ?

ସଂପ୍ରତି ଆମ ରାଜ୍ୟ ସରକାର ଅର୍ଥାଭାବ ଯୋଗୁଁ ଛାତ୍ର ଉପସ୍ଥାନ ହ୍ରାସ ଆଳରେ ମହାବିଦ୍ୟାଳୟ ସ୍ତରରୁ ମାତୃଭାଷା ଉଠାଇଦେବାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ମୌଳିକ ଅଧିକାରରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ପରିପ୍ରେକ୍ଷୀରେ ଯେଉଁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା, ତାହା ହୁଏତ ଆମ ଜାତିର ସ୍ୱାଭିମାନକୁ କିଛିକ୍ଷଣପାଇଁ ଜାଗରିତ କରିବାରେ ସାହାଯ୍ୟ କରିଛି । ମାତ୍ର ଦୀର୍ଘଦିନ ଧରି ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ୁଥିବା ଛାତ୍ରଟିଏ କିଭଳି ଭାବରେ ମାନସିକ ଯନ୍ତ୍ରଣା ପାଉଛି, ସେ ସଂପର୍କରେ କେହି କିଛି ଚିନ୍ତା କରିଛନ୍ତି କି?

ତେବେ ଏହି ପରିସ୍ଥିତି ସୃଷ୍ଟିପାଇଁ ଅସଂଖ୍ୟ କାରଣ ଆଢ଼ୁଆଳରେ ଲୁଚି ରହିଥିବା ବେଳେ, ଯେଉଁ କେତୋଟି କାରଣ ସର୍ବସମ୍ମୁଖରେ ଦୃଷ୍ଟିଗୋଚର ହେଉଛି ସେଥିମଧ୍ୟରୁ ପ୍ରମୁଖ କେତୋଟି ଏଠାରେ ଉପସ୍ଥାପିତ କରାଯାଇପାରେ ।

୧ - ପ୍ରାଥମିକ ଶିକ୍ଷାସ୍ତରରେ ମାତୃଭାଷାର ଆଦ୍ୟ ଅକ୍ଷର, ଅ, ଆ ଶିଖିବାପାଇଁ ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସାମିଲ ହେଉଥିବା କୋମଳମତି ଶିଶୁମାନଙ୍କୁ ଶିକ୍ଷକମାନେ ରୋଷେଇ ନିମିତ୍ତ କାଠ ସଂଗ୍ରହରେ ନିଯୁକ୍ତ କରିଥାନ୍ତି । କେତେକ ବିଦ୍ୟାଳୟ ମାସ ମାସ ଧରି ବନ୍ଦ ରହେ କିମ୍ବା ମାତ୍ର ଖୋଲା ରହେ ଶିକ୍ଷକ ଓ ଶିକ୍ଷା ସମିତିଦ୍ୱାରା ଡାଲି ଚାଉଳ ହଡ଼ପପାଇଁ । ଶିକ୍ଷା ପ୍ରଦାନରେ ଶିକ୍ଷକଙ୍କ ଆନ୍ତରିକତା ନ ଥିବାରୁ ଏହି ଶିଶୁମାନେ ବର୍ଣ୍ଣ ଶିଖି ନିଜ ନାମ ଠିକଣା ଲେଖିବାରେ ଦକ୍ଷତା ୫ବର୍ଷ ମଧ୍ୟରେ ହାସଲ କରିପାରନ୍ତି ନାହିଁ ।

୨ - ମାଧ୍ୟମିକ ଶିକ୍ଷାସ୍ତରରେ ସାହିତ୍ୟ ଏକ ଆମୋଦପ୍ରଦ ବିଷୟ ହୋଇଥିବା ବେଳେ ଏହି ସମୟରୁ ବ୍ୟାକରଣ ପରିଚୟ, ପ୍ରବନ୍ଧ ରଚନା ପଦ୍ଧତି, ବାକ୍ୟ ଗଠନ ଓ ୩୦ / ଜାତି, ଜାଗୃତି ଓ ପ୍ରଗତି
ପଦ ସଂଯୋଜନା କୌଶଳ ଶିକ୍ଷା ପ୍ରଦାନ ବଳରେ ଏହି ଶ୍ରେଣୀର ଶିକ୍ଷକମାନେ କେବଳ ବହି ପଢ଼ିବା ଓ ପଢ଼ାଇବା ମଧ୍ୟରେ ସୀମିତ ରଖନ୍ତି । କାରଣ ମାତୃଭାଷାରେ ନିୟୋଜିତ ଏହି ଶିକ୍ଷକଗଣ ଅନ୍ୟାନ୍ୟ ବିଷୟ ପରି ମାତୃଭାଷାରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ନୁହନ୍ତି ତଥା ଓଡ଼ିଆ ଭାଷା ଓ ସାହିତ୍ୟ ସଂପର୍କରେ ଏମାନଙ୍କର କୌଣସି ଜ୍ଞାନ ନାହିଁ । ଅଥଚ ପରୀକ୍ଷା ଖାତାରେ ‘ସ’ ବଳରେ ‘ଶ’ (ଠିକ୍ ହୋଇଥିଲେ ମଧ୍ୟ) ଲେଖିଦେଲେ ସଂଗେ ସଂଗେ ନାଲିଗାର ପକାଇ ନମ୍ବର କଟାଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନରେ ହେଳା କରନ୍ତି ନାହିଁ ।

୩ - ମହାବିଦ୍ୟାଳୟ ସ୍ତରରେ ମାତୃଭାଷାର ଶିକ୍ଷାାଦାନ ପଦ୍ଧତି ଭିନ୍ନ ଧରଣର । ନୂତନ ପରିବେଶ ସହିତ ନବ ବୟସରେ ଉପନୀତ କିଶୋର ବିଦ୍ୟାର୍ଥୀଙ୍କ ନିକଟରେ ଅଧ୍ୟାପକଙ୍କ ପଠନଶୈଳୀ ଏପରି ହୋଇଥାଏ ଯେ, ଏହିଠାରୁ ହିଁ ମାତୃଭାଷା ଶିକ୍ଷାପ୍ରତି ସୃଷ୍ଟି ହୁଏ ଚରମ ଉାସୀନତା । ବାଧ୍ୟତାମୂଳକ ସାହିତ୍ୟ ଶ୍ରେଣୀ ବର୍ଷ ମଧ୍ୟରେ କେବେ କେମିତି ହେଉଥିବାବେଳେ, ବିଦ୍ୟାର୍ଥୀ ମନରେ ସୃଷ୍ଟି ହେଉଥିବା ଅସଂଖ୍ୟ ପ୍ରଶ୍ନର ସମାଧାନପାଇଁ ଅଧ୍ୟାପକଙ୍କ ନିକଟରେ ସମୟ ନ ଥାଏ । ଫଳରେ ଏମାନେ ପରୀକ୍ଷାରୂପକ ବୈତରଣୀ ପାର ହେବାପାଇଁ ବିଭିନ୍ନ ବିଭ୍ରାନ୍ତିମୂଳକ ସହାୟକ ପୁସ୍ତିକାର ସାହାଯ୍ୟ ନେଇଥାନ୍ତି । କେତେକ ଓଡ଼ିଆ ବଦଳରେ ସଂସ୍କୃତକୁ ମଧ୍ୟ ମାତୃଭାଷା ଭାବରେ ଗ୍ରହଣ କରି ଅଧିକ ଅଙ୍କଲାଭ କରିବାର ପ୍ରଲୋଭନକୁ ଏଡାଇ ପାରୁନାହାନ୍ତି ।

ଏହି ସମୟର ଇଚ୍ଛାଧୀନ ଓଡ଼ିଆ ବିଷୟର ଅବସ୍ଥା ମଧ୍ୟ ତଦୃପ । ପୁସ୍ତକର ବୋଝ ସହ ଅଧ୍ୟାପକମାନଙ୍କ ଆନ୍ତରିକହୀନ ଶିକ୍ଷାଦାନ ପଦ୍ଧତି ଛାତ୍ରମନରେ ବିରକ୍ତିଭାବ ସୃଷ୍ଟି କରେ ଏହି ବିଷୟ ପ୍ରତି ।

୪ - +୩ ବା ସ୍ନାତକ ଶ୍ରେଣୀର ଦୁଇଟି ବର୍ଷରେ ପ୍ରଚଳିତ ବାଧ୍ୟତାମୂଳକ ଓଡ଼ିଆ ସାହିତ୍ୟ ବିଷୟ ପଠନଧାରା ପୂର୍ବପରି । ଏହି ଶ୍ରେଣୀରେ ଯେଉଁମାନଙ୍କୁ କୌଣସି ବିଷୟ ସମ୍ମାନ ଭାବରେ ମିଳି ନ ଥାଏ, ସେମାନେ ‘ଓଡ଼ିଆ’ ବିଷୟକୁ ‘ସମ୍ମାନ ପତ୍ର’ ଭାବେ ଗ୍ରହଣ କରିଥାନ୍ତି । ହୁଏତ ଏହି କାରଣ ଯୋଗୁଁ ଏହି ବିଭାଗ ପ୍ରତି ଅନ୍ୟାନ୍ୟ ବିଭାଗର ଛାତ୍ର ତଥା ଅଧ୍ୟାପକମାନଙ୍କର ମାନସିକସ୍ତରରେ ଘୃଣାଭାବ ରହିଛି । ଅବଶ୍ୟ ସାହିତ୍ୟ ପ୍ରତି ରୁଚିଥିବା ଅନେକ ଭଲ ଛାତ୍ର ମଧ୍ୟ ଏହାକୁ ସ୍ୱତନ୍ତ୍ର ସମ୍ମାନପତ୍ର ଭାବରେ ଗ୍ରହଣ କରିଥା’ନ୍ତି । ମାତ୍ର ଏହି ବିଭାଗର ଅଧ୍ୟାପକଗଣ ଅନ୍ୟାନ୍ୟ ବିଷୟର ଅଧ୍ୟାପକଙ୍କ ଭଳି ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ନ ଥା’ନ୍ତି । ନାମକୁ ମାତ୍ର ଶ୍ରେଣୀକକ୍ଷରେ ଯୋଗ ଦେଇ ନୂତନ ତଥ୍ୟ ପ୍ରଦାନ ବଳରେ ପାରମ୍ପରିକ ଶୈଳୀରେ ସାଧାରଣ କଥାକୁ ଜାତି, ଜାଗୃତି ଓ ପ୍ରଗତି / ୩୧
ଘଷିମାଜି ନିଜର ଅଧ୍ୟାପନା ଦାୟିତ୍ତ୍ଵ ଶେଷ କରିଥାନ୍ତି । ବିଶ୍ୱବିଦ୍ୟାଳୟ ନିୟମ ଅନୁଯାୟୀ ପାଠଚକ୍ର ଆୟୋଜନର ବ୍ୟବସ୍ଥା ଥିଲେ ମଧ୍ୟ ନିର୍ଦ୍ଧାରିତ ଅର୍ଥର ବାଟମାରଣାପାଇଁ ପାଠଚକ୍ର ଆଲୋଚନା ଛଳରେ ଭଜନ (ପ୍ରଶସ୍ତିସୂଚକ ଭାଷଣ) ଓ ଭୋଜନର ବ୍ୟବସ୍ଥା କରିଥାନ୍ତି । ଯେଉଁଥିରେ ଛାତ୍ରଟି ପ୍ରତ୍ୟକ୍ଷ ଅଂଶଗ୍ରହଣ କରିପାରି ନ ଥାଏ । ହୁଏତ ସେଇଥିପାଇଁ ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନେ ଅନ୍ୟାନ୍ୟ ବିଷୟରେ ଶତକଡ଼ା ୫୦ରୁ ୮୦ଭାଗ ପ୍ରଥମ ଶ୍ରେଣୀ ଲାଭ କରୁଥିବା ବେଳେ ଓଡ଼ିଆ ସମ୍ମାନ ଶ୍ରେଣୀର ବିଦ୍ୟାର୍ଥୀ ପାଏ ମାତ୍ର ୧ଭାଗ କିମ୍ବା ତା’ଠାରୁ କମ୍ । ଯାହାଫଳରେ ଏହି ବିଭାଗ ପ୍ରତି ଅନ୍ୟ ବିଭାଗ ତଥା ଜନସାଧାରଣଙ୍କ ଦର୍ୟାଦ୍ର ଦୃଷ୍ଟଭଙ୍ଗୀ ରହିବାଦ୍ୱାରା ଏହି ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ନିଜକୁ ଦୁର୍ବଳ ମନେ କରନ୍ତି ।

୫- ସ୍ନାତକୋତ୍ତର ଶ୍ରେଣୀ କଥା ଏହାଠାରୁ ସାମାନ୍ୟ ଅଲଗା । କାରଣ ଓଡ଼ଆ ଭାଷାର ସବୁ ପଣ୍ଡିତେ ଏଇଠି ଦେଖାହୁଅନ୍ତି । ଜ୍ଞାନ, ଧନ, ମାନ, ପ୍ରତିପତ୍ତି ସବୁଥିରେ ଏକରୁ ବଳି ଆରକେ ବଳୀୟାନ ଥିବାରୁ ଏମାନଙ୍କ ଚକ୍ରବ୍ୟୁହରେ ପେଶି ହୋଇଯାଏ ନିରୀହ ବିଦ୍ୟାର୍ଥୀ । ଏଠାରେ ସେ ବିଭିନ୍ନ ଗୋଷ୍ଠୀର ସଦସ୍ୟ ହେବାକୁ ବାଧ୍ୟ । ନଚେତ୍ ସର୍ବନିମ୍ନ ନମ୍ବର ମିଳିବା ତା’ପାଇଁ କଷ୍ଟକର ହୋଇପଡିବ ।

୬- ଶିକ୍ଷା ସମାପ୍ତି ପରେ ବୃତ୍ତିଗତ ଅନ୍ୱେଷଣରେ ଏହି ଶିକ୍ଷାହୁଏ ପ୍ରଥମ ପ୍ରତିବନ୍ଧକ । କାରଣ ଓଡ଼ିଶାର ପ୍ରତ୍ୟେକ ପ୍ରତିଯୋଗିତାମୂଳକ ପରୀକ୍ଷାପାଇଁ ଇଂରାଜୀ ଭାଷାରେ ଦକ୍ଷତା ଆବଶ୍ୟକ ଥିବାରୁ ପିଲାଟି ବେଳରୁ ଇଂରାଜୀ ଭାଷା ପଢ଼ାଇବା ଅଭ୍ୟାସ ଥିଲେ ମଧ୍ୟ ଏହି ଭାଷା ଶିକ୍ଷା ପ୍ରତି ଅନିଚ୍ଛୁକ ମନୋଭାବ ଓ ଶିକ୍ଷକଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାପଦ୍ଧତି ଯୋଗୁଁ ଏହି ଭାଷାରେ ଦୁର୍ବଳ ଓଡ଼ିଆ ଛାତ୍ରଟିଏ ଏଥିରୁ ହୁଏ ବାଛନ୍ଦ । ଏପରିକି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ନିର୍ଭୁଲ ଉପସ୍ଥାପନା ତଥା ସଂଯୋଜନାପାଇଁ ଦକ୍ଷ ଓଡ଼ିଆ ଭାଷାର ଆବଶ୍ୟକ ଥିବାବେଳେ ଏହି ଛାତ୍ରମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳେନାହିଁ । ପତ୍ରପତ୍ରିକା, ଖବରକାଗଜ ତଥା ବିଭିନ୍ନ ପୁସ୍ତକ ପ୍ରକାଶନ ସଂସ୍ଥାଦ୍ୱାରା ମୁଦ୍ରିତ ଓଡ଼ିଆ ପୁସ୍ତକ ପତ୍ରପତ୍ରିକା ଓ ଖବରକାଗଜ ଭାଷା ଶୁଦ୍ଧିପାଇଁ ଅଭିଜ୍ଞ ଓଡ଼ିଆ ଭାଷା ଶିକ୍ଷାର୍ଥୀର ଆବଶ୍ୟକ ଥିବାବେଳେ, ଏମାନେ ସାମ୍ବାଦିକତା ପାଠ୍ୟକ୍ରମ କରି ନ ଥିବାରୁ ଯେ କୌଣସି ବ୍ୟକ୍ତି ଓଡ଼ିଆ ଭାଷା ଓ ବ୍ୟାକରଣ ଜ୍ଞାନ ନ ଥିଲେ ମଧ୍ୟ, ସାମ୍ବାଦିକତା ପ୍ରମାଣପତ୍ର ପାଇ ଏହି ଦାୟିତ୍ୱବହନ କରିଥାନ୍ତି, ଫଳରେ ଓଡ଼ିଆଭାଷାର ଶୁଦ୍ଧତା ଲୋପ ପାଇବାକୁ ବସିଲାଣି ।

୭- ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ଲୋକସେବା ଆୟୋଗଦ୍ଵାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାପାଇଁ ଓ କେନ୍ଦ୍ର କର୍ମଚାରୀ ନିଯୁକ୍ତି ଆୟୋଗଦ୍ଵାରା ପରିଚାଳିତ ୩୨ / ଜାତି, ଜାଗୃତି ଓ ପ୍ରଗତି
ବିଭିନ୍ନ ମେଟ୍ରିକ ଓ ସ୍ନାତକସ୍ତରୀୟ କର୍ମଚାରୀ ନିଯୁକ୍ତିପାଇଁ ମାତୃଭାଷାକୁ ଇଚ୍ଛାଧୀନ ବିଷୟ ସହିତ ସମସ୍ତ ୯ଟି ପତ୍ରକୁ ମାତୃଭାଷାରେ ଲେଖିବାର ସୁଯୋଗ ଦେଇଥିଲେ ମଧ୍ୟ ଏ ସଂପର୍କରେ ବ୍ୟାପକ ସଚେତନତାର ଅଭାବ, ଯଥେଷ୍ଟ ପାଠ୍ୟୋପକରଣ ଓ ପୁସ୍ତକର ଅଭାବ ତଥା ଉପଯୁକ୍ତ ଦିଗ୍‌ଦର୍ଶକଙ୍କ ଅଭାବ ଯୋଗୁଁ ଓଡ଼ିଆ ଛାତ୍ରଟିଏ ବାଧ୍ୟ ହୋଇ ଓଡ଼ିଆ ବଦଳରେ ଇଂରେଜୀ ମାଧ୍ୟମରେ ପରୀକ୍ଷା ଦେଉଛି ।

୮- ଭାରତର ଅନ୍ୟାନ୍ୟ ରାଜ୍ୟ ଲୋକସେବା ଆୟୋଗଦ୍ଵାରା ପରିଚାଳିତ ବିଭିନ୍ନ ପରୀକ୍ଷା ବିଶେଷ କରି ପ୍ରଶାସନିକ ସେବା ପରୀକ୍ଷାର ଉତ୍ତର ନିଜସ୍ୱ ଭାଷାରେ ଲେଖିବାର ବିଧି ପ୍ରଚଳନ କରିଥିବାବେଳେ, ଆମ ଓଡ଼ିଶା ରାଜ୍ୟର ଲୋକସେବା ଆୟୋଗ ମାତୃଭାଷା ବଦଳରେ କେବଳ ଇଂରେଜୀ ଭାଷାରେ ଉତ୍ତର ଲେଖିବାର ବିଧି ପ୍ରଣୟନ କରିଛନ୍ତି । ଯଦି ରାଜ୍ୟ ଲୋକସେବା ଆୟୋଗ ମାତୃଭାଷାରେ ଉତ୍ତର ଲେଖିବାର ବିଧି ପ୍ରଣୟନ କରନ୍ତେ, ତେବେ ପ୍ରତିବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଉଥିବା ଓଡ଼ିଶାର ପ୍ରାୟ ୩୦ ହଜାର ପ୍ରାର୍ଥୀ ମଧ୍ୟରୁ ଅର୍ଦ୍ଧାଧିକ ମାତୃଭାଷାରେ ପରୀକ୍ଷା ଦେବାର ଦୁଃସାହସ କରି ନିଶ୍ଚିତ କୃତକାର୍ଯ୍ୟ ହୁଅନ୍ତେ, ଯାହା ଫଳରେ ଓଡ଼ିଶାପାଇଁ ସୁରକ୍ଷିତ ସ୍ଥାନରେ ଅନ୍ୟ ରାଜ୍ୟର ପ୍ରାର୍ଥୀ ପ୍ରବେଶ କରିପାରନ୍ତା ନାହିଁ । ଏଥିସହିତ ମାତୃଭାଷା ପ୍ରତି ଆଦର ସମ୍ମାନ ବଢ଼ିବା ସହିତ ସାଧାରଣ ଜନତା ଓ ପ୍ରଶାସନ ମଧ୍ୟରେ ଥିବା ବିଭେଦ ଦୂର ହୋଇଯାଆନ୍ତା ।

୯-ଅନ୍ୟାନ୍ୟ ରାଜ୍ୟରେ ପ୍ରଚଳିତ ଭାଷା ଓ ସାହିତ୍ୟର ଉଚ୍ଚତର ଗବେଷଣାପାଇଁ ବିଭିନ୍ନ ଅନୁଷ୍ଠାନ ତଥା ସରକାର ସ୍ୱତନ୍ତ୍ର ବୃତ୍ତି ଯୋଗାଇ ଦେଉଥିବା ବେଳେ ଆମ ରାଜ୍ୟ ସରକାର, ଶିଳ୍ପପତି , ବୁଦ୍ଧିଜୀବୀ, ସାହିତ୍ୟ ଶୁଭେଚ୍ଛୁ ଧନୀ ବ୍ୟକ୍ତି ଏବଂ ବିଶ୍ୱବିଦ୍ୟାଳୟ ସମୂହ ଏଥିପାଇଁ ସଂପୂର୍ଣ୍ଣ ଉଦାସୀନ ରହନ୍ତି । ଆମ ଲୋକପ୍ରତିନିଧିମାନେ ଏଥିପାଇଁ ଅର୍ଥର ଅଭାବ ଦର୍ଶାଉଥିବା ବେଳେ ପ୍ରତି ଛକରେ ମନ୍ଦିର ନିର୍ମାଣପାଇଁ ମୁକ୍ତହସ୍ତରେ ଅର୍ଥ ଦାନ କରିଥାନ୍ତି ।

ଏପରିକି ଭାଷା, ଜାତି ଓ ସାହିତ୍ୟର କଥା କହୁଥିବା ଓଡ଼ିଶା ସାହିତ୍ୟ ଏକାଡେମୀ, ଉକ୍ରଳ ସାହିତ୍ୟ ସମାଜ, ସାରଳା ସାହିତ୍ୟ ପରିଷଦ, ଓଡ଼ିଆ ଗବେଷଣା ପରିଷଦ, ସାରଳା ସାହିତ୍ୟ ସଂସଦ, ଉକ୍ରଳ ସମ୍ମିଳନୀ, ନୀଳଚକ୍ର, ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଭୃତି ସାହିତ୍ୟିକ ଅନୁଷ୍ଠାନ ପ୍ରତିବର୍ଷ କେତେଜଣଙ୍କୁ ସମ୍ବର୍ଦ୍ଧିତ କରି ଆତ୍ମପ୍ରଚାରରେ ବ୍ୟସ୍ତ ଥିବାବେଳେ, ଗବେଷଣା ଦିଗପ୍ରତି ସଂପୂର୍ଣ୍ଣ ଉଉାସୀନ ରହିଥାନ୍ତି । ଜାତି, ଜାଗୃତି ଓ ପ୍ରଗତି / ୩୩

୧୦- ଓଡ଼ିଆ ଭାଷା ଓ ସାହିତ୍ୟର ଗବେଷଣାପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଭଳି କେବଳ ଏକମାତ୍ର ସର୍ବଭାରତୀୟ ଅନୁଷ୍ଠାନ ସୁଯୋଗ ପ୍ରଦାନ କରିଥାଏ । ବର୍ଷକୁ ଦୁଇଥର ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରି ମାସିକ ୧୨୦୦୦/- ବୃତ୍ତି ଯୋଗାଇ ଦେଇଥାଏ ପ୍ରତ୍ୟେକ ଭାଷାଭାଷୀର ଛାତ୍ରଛାତ୍ରୀମାନଙ୍କୁ । ମାତ୍ର ଆମ ଓଡ଼ିଆ ପଣ୍ଡିତ ପ୍ରଫେସରଙ୍କ ବିଦ୍‌ବତ୍ତା ଏହି ସମୟରେ ଏତେ ବଢ଼ିଯାଏ ଯେ, ପ୍ରତ୍ୟେକ ପରୀକ୍ଷା ଖାତାରେ ନିଜର ଛାଇକୁ ଖୋଜି ବସନ୍ତି । ଏମାନଙ୍କ ଅହଂକାର ଯୋଗୁଁ ଏକ/ଦୁଇ ଶତାଂଶପାଇଁ ଓଡ଼ଆ । ଛାତ୍ରଟିଏ ଏହି ସୁଯୋଗରୁ ଗତ ଦଶବର୍ଷ ଧରି ବଞ୍ଚିତ ହେଉଛି । ଫଳରେ ଏହି ଓଡ଼ିଆଙ୍କ ଭାଗକୁ ପୂରଣ କରୁଛନ୍ତି ଅନ୍ୟ ପ୍ରାଦେଶିକ ଭାଷାର ଛାତ୍ରଛାତ୍ରୀଗଣ । ଯଦି ଅନୁସୂଚୀତ ବର୍ଗଙ୍କପାଇଁ ସ୍ଥାନ ସଂରକ୍ଷିତ ରହୁ ନ ଥାନ୍ତା; ତେବେ ଓଡ଼ିଆ ବିଭାଗ କଥାଛାଡ଼, ସମଗ୍ର ଓଡ଼ିଶାରୁ ପ୍ରତିବର୍ଷ କନିଷ୍ଠ ଗବେଷକଙ୍କ ସତ୍ତା ଲୋପ ପାଇସାରିଥାନ୍ତା । ତେଣୁ ଏଭଳି ସ୍ଥିତିରେ ଓଡ଼ିଆ ବିଭାଗର ପ୍ରଫେସରମାନଙ୍କ ଗୁରୁଦାୟିତ୍ତ୍ୱ ପ୍ରତି ସଚେତନ ହେବା ସମୟ ଆସି ପହଞ୍ଚିଛି ।

୧୧- ଓଡ଼ିଶାର କେନ୍ଦ୍ରାଞ୍ଚଳକୁ ଛାଡ଼ିଦେଲେ ବାକି ଅଂଶତକ ଅର୍ଥାତ୍ ପଶ୍ଚିମାଞ୍ଚଳରେ ହିନ୍ଦୀ/କୋଶଳୀ; ଉତ୍ତରରେ ବଙ୍ଗଳା, ଦକ୍ଷିଣରେ ତେଲୁଗୁ ଭାଷାର ବହୁଳ ପ୍ରଚଳନ ଥିବାବେଳେ, ଓଡ଼ିଶାର ୨୨ ଭାଗ ଅଧିବାସୀ ବିଭିନ୍ନ ଆଦିବାସୀ ଭାଷାରେ କଥା ହୁଅନ୍ତି । ତେଣୁ ଓଡ଼ିଶା ମାଟିରେ ଓଡ଼ିଆ ସହିତ ଓଡ଼ିଆଟିଏର ପରିଚୟପାଇଁ ଓଡ଼ିଆ ଭାଷା ଶିକ୍ଷା କରିବାର ଆବଶ୍ୟକତା ଅଧିକ ଥିବାବେଳେ ସୁଯୋଗ ରହିଛି ବହୁତ କମ୍ ।

୧୨- ସାହିତ୍ୟ, ବିଜ୍ଞାନ, ଗଣିତ, ଅର୍ଥନୀତି ଆଦି ବିଷୟରେ ଅଧିକ ଜ୍ଞାନ ଅର୍ଜନପାଇଁ ଇଂରେଜୀ, ହିନ୍ଦୀ କିମ୍ବା ବଙ୍ଗଳାଭାଷାର ସାହାଯ୍ୟ ନେବା ଆବଶ୍ୟକ । ମାତ୍ର ମନର ଭାବ ପ୍ରକାଶପାଇଁ ତଥା ଗୋଟିଏ ଭୂଖଣ୍ଡର ସାମଗ୍ରିକ ବିକାଶପାଇଁ ମାତୃଭାଷାରେ ଶିକ୍ଷାଦାନ ଓ ପରୀକ୍ଷାପଦ୍ଧତି ପ୍ରଚଳନ ଜରୁରୀ; ଯାହା ଓଡ଼ିଶାରେ ଏପର୍ଯ୍ୟନ୍ତ ଦେଖାଦେଇନାହିଁ ।

ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଗଣ ସେମାନଙ୍କ ମାତୃଭାଷାରେ ବିଶ୍ୱବିଦ୍ୟାଳୟ ପରୀକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ବୃତ୍ତିଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା, ତଥା ସର୍ବଭାରତୀୟ ସ୍ତରରେ ପ୍ରଶାସନିକ ସେବା ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଇତ୍ୟାଦି ଦେଇ ପାରୁଥିବା ବେଳେ, ଓଡ଼ିଶା ସରକାର ଏହି ନିୟମକୁ ଗ୍ରହଣ ନ କରିବା ଫଳରେ ଆମ ରାଜ୍ୟରେ ମାତୃଭାଷା ଶିକ୍ଷା ପ୍ରତି ହୀନମନ୍ୟତା ଭାବ ସୃଷ୍ଟି ହେଉଛି । ତେଣୁ ଏ ପରିସ୍ଥିତିରେ ସରକାର ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ଶିକ୍ଷା ୩୪ / ଜାତି, ଜାଗୃତି ଓ ପ୍ରଗତି
ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପଦ୍ଧତି ଉପରେ ଗୁରୁତ୍ତ୍ଵ ଦେବା ଆବଶ୍ୟକ । ବିଶେଷ କରି ମାଧ୍ୟମିକ ଶିକ୍ଷାସ୍ତରରେ ମାତୃଭାଷା ପଢ଼ାଇବାପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷିତ ଶିକ୍ଷକଙ୍କୁ ଦାୟିତ୍ୱ ଦେବା ଆବଶ୍ୟକ । ଏମାନଙ୍କ ଅଭାବରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଇପାରେ ।

ସେହିଭଳି ଉଚ୍ଚଶିକ୍ଷାସ୍ତରରେ ୟୁ.ଜି.ସି ନିୟମାନୁଯାୟୀ ନେଟ୍ ଉପାଧିପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ସିଧାସଳଖ କିମ୍ବା ଚୁକ୍ତିଭିତ୍ତିକ ପାରିତୋଷିକଦ୍ଵାରା ନିଯୁକ୍ତି ପ୍ରଦାନ କରି ଏହାର ଅଭାବକୁ ଶୀଘ୍ର ପୂରଣ କରିବା ଆବଶ୍ୟକ । ମାତୃଭାଷା ସମ୍ମାନ ଛାତ୍ରଛାତ୍ରୀଙ୍କପାଇଁ ସ୍ୱତନ୍ତ୍ର ଭାବରେ ବି.ଏଡ୍, ସାମ୍ବାଦିକତା ପାଠ୍ୟକ୍ରମ କିମ୍ବା ଅନ୍ୟାନ୍ୟ ବୃତ୍ତି ଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ କରିବା, ରାଜ୍ୟ ସରକାରଙ୍କଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଆ ଭାଷାକୁ ମାଧ୍ୟମ ରୂପେ ଗ୍ରହଣ କରିବା ମଧ୍ୟ ଆବଶ୍ୟକ ।

ବିଶେଷ କରି ମାତୃଭାଷା ଶିକ୍ଷାଦାନ କରୁଥିବା ଶିକ୍ଷକ, ଅଧ୍ୟାପକଗଣ ଏହି ବୃତ୍ତି ପ୍ରତି ଅଧିକ ସଚେତନ ହୋଇ ମନଯୋଗ ସହିତ ବିଦ୍ୟାଦାନ କଲେ ତଥା ବିଭିନ୍ନ ପରୀକ୍ଷା, ଏପରିକି ୟୁ.ଜି.ସି. ଗବେଷଣା ବୃତ୍ତି ପରୀକ୍ଷାରେ ବାସ୍ତବତାକୁ ଗ୍ରହଣ କରି ନମ୍ବର ପ୍ରଦାନ କରିବାରେ ସାମାନ୍ୟ ନରମ ମନୋଭାବ ପୋଷଣ କଲେ, ମାତୃଭାଷା ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ଆଗ୍ରହ ବୃଦ୍ଧି ଘଟିବ, ନଚେତ୍ ଭବିଷ୍ୟତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଆମମାନଙ୍କ ଭାବପ୍ରବଣତାକୁ ଆଘାତ ଦେଇ କହିବାକୁ ପଛେଇବେ ନାହିଁ - “ମୁଁ କାହିଁକି ଓଡ଼ିଆ ପଢ଼ିବି”? ଜାତି, ଜାଗୃତି ଓ ପ୍ରଗତି / ୩୫

ନ୍ୟାୟର ଭାଷା

ନିକଟରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ କରୁଣାନିଧି ଚେନ୍ନାଇ ଉଚ୍ଚନ୍ୟାୟାଳାୟ ପରିସରରେ ଭାରତ ସମ୍ବିଧାନ ଚିଠାସମିତିର ସଭାପତି ଭାରତରତ୍ନ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉପଲକ୍ଷେ ମନ୍ତବ୍ୟ ଦେଇଛନ୍ତି ଯେ - ସମସ୍ତ ବିଚାରପତି ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସର୍ବୋଚ୍ଚ ନ୍ୟାୟଳୟର ଏକ ଭାଷା ଭାବରେ ତାମିଲଭାଷା ବ୍ୟବହାରପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ସେହିପରି ଭାରତର ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟର ପୂର୍ବତନ ସଚିବ ବ୍ରଜକିଶୋର ଶର୍ମା ଦିଲ୍ଲୀଠାରେ ଆୟୋଜିତ ଏକ ଆଲୋଚନା ସଭାରେ ନ୍ୟାୟର ଭାଷା ସଂମ୍ପର୍କରେ କହିଥିଲେ ଯେ, ନ୍ୟାୟାଳୟକୁ ଆସୁଥିବା ୯୯ % ପୀଡ଼ିତ, ଓକିଲ ଓ ବିଚାରପତି ମଧ୍ୟରେ ନ୍ୟାୟପ୍ରଦାନ ସମ୍ପର୍କରେ କି ପ୍ରକାରର ଯୁକ୍ତି ଚାଲିଛି ତାହା ଜାଣିବାକୁ ଇଚ୍ଛ ଥିଲେ ମଧ୍ୟ ଜାଣିପାରନ୍ତି ନାହିଁ । ତେଣୁ ଭାରତ ଭଳି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଲୋକପ୍ରତିନିଧିମୂଳକ ସରକାର ଲୋକମାନଙ୍କର ଏହି ସମସ୍ୟା ଓ ଅଧିକାରକୁ ଅନୁଭବ କରି ଭାରତୀୟ ଦଣ୍ଡସଂହିତା ଓ ସିଭିଲ ସଂହିତା ଅଧୀନସ୍ଥ ନ୍ୟାୟାଳୟର ଭାଷା ହିନ୍ଦୀ ବା ଆଞ୍ଚଳିକ ଭାଷା ପ୍ରଚଳନ କରିବା ଦରକାର । ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ପ୍ରଥମକରି ହିନ୍ଦୀ ଭାଷାରେ ନିଜର ମନ୍ତବ୍ୟ ରଖିବାପାଇଁ ଲିଖିତ ଅନୁମତି ପାଇଥିବା ଓକିଲ ଡି.ଜି. ସିଂହ ଉକ୍ତ ସଭାରେ କହିଥିଲେ - ନ୍ୟାୟପାଇଁ ନ୍ୟାୟାଳୟକୁ ଆସୁଥିବା ଜଣେ ପୀଡ଼ିତ ଉଭୟ ବିଚାରପତି ଓ ଓକିଲପାଇଁ ଉପଭୋକ୍ତା ଅଟେ । ନିଜ ଭାଷାରେ ନ୍ୟାୟ ପାଇବାପାଇଁ ଉପଭୋକ୍ତାର ସଂମ୍ପୁର୍ଣ୍ଣ ଅଧିକାର ଅଛି ।

ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଚଳିତ ଭାଷା ବ୍ୟବସ୍ଥା ଉକ୍ତ ମନ୍ତବ୍ୟ ଅନୁସାରେ କାର୍ଯ୍ୟକାରୀ ହୋଇ ନ ପାରେ । ମାତ୍ର ରାଜ୍ୟସ୍ତରରେ ଥିବା ଉଚ୍ଚ ନ୍ୟାୟାଳୟରେ ଆଞ୍ଚଳିକ ଭାଷା ବ୍ୟବହାର କରିବାରେ କୌଣସି ବାଧା ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ୩୬ / ଜାତି, ଜାଗୃତି ଓ ପ୍ରଗତି

ଯେ ଭାରତର ନ୍ୟାୟପ୍ରଣାଳୀ ଆଜି ମଧ୍ୟ ଔପନିବେଶିକ ପ୍ରଭାବରୁ ମୁକ୍ତ ହୋଇନାହିଁ । ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟର ବିଚାରପତି ଏମ୍.ସି.ଧର୍ମାଧିକାରୀ ସବୁବେଳେ କହୁଥିଲେ - ଏ ଦେଶର ଦୁର୍ଭାଗ୍ୟ ଯେ, ଏଠିକାର ନ୍ୟାୟାଳୟରେ ନିଜ ଜିଭଦ୍ଵାରା କାମ ହୋଇ ନ ଥାଏ । ଇଂରେଜ ନିଜ ଶାସନକାଳରେ ନ୍ୟାୟାଳୟର କାର୍ଯ୍ୟବିଧି ନିଜ ସୁବିଧା ଅନୁସାରେ ଇଂରାଜୀ ଭାଷା ମାଧ୍ୟମରେ କରୁଥିଲେ, ଯଦ୍ଵାରା ସେମାନେ ପ୍ରକୃତ କଥା ଜାଣି ଉପଯୁକ୍ତ ନ୍ୟାୟ ପ୍ରଦାନ କରିପାରିବେ । ସ୍ଵାଧୀନତା ପରେ ନ୍ୟାୟପ୍ରଣାଳୀକୁ ଇଂରାଜୀ ଭାଷାମୁକ୍ତ କରି ସମସ୍ତଙ୍କ ବୁଝିବାଭଳି ଭାଷାରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରିବା ଜରୁରୀ ଥିଲା । ସମ୍ବିଧାନର ଅନୁଚ୍ଛେଦ - ୩୪୮ ଅନୁସାରେ ଉଚ୍ଚନ୍ୟାୟାଳୟରେ ରାଜ୍ୟପାଳଙ୍କ ଆଦେଶଦ୍ଵାରା ସଂପୃକ୍ତ ରାଜ୍ୟର ଭାଷାରେ କାର୍ଯ୍ୟ ହୋଇପାରିବ, ଯାହା ବିହାର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟରେ ପ୍ରଚଳିତ ହୋଇଆସୁଅଛି । କିନ୍ତୁ ଇଂରାଜୀ ଭାଷା ହିଁ ନ୍ୟାୟାଳୟର ଏକମାତ୍ର ସର୍ବମାନ୍ୟ ଭାଷା ଭାବେ ସେ ପର୍ଯ୍ୟନ୍ତ ରହିବ, ଯେ ପର୍ଯ୍ୟନ୍ତ ସଂସଦରେ ସ୍ଵତନ୍ତ୍ର ଆଇନ୍ ପ୍ରଣୟନ ହୋଇ ରାଷ୍ଟ୍ରପତିଙ୍କ ସ୍ଵୀକୃତି ନ ପାଇବ । ଅର୍ଥାତ୍ ନିମ୍ନ ଅଦାଲତ ବ୍ୟତୀତ ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଚାହିଁଲେ ବି ନିଜ ମକଦ୍ଦମା ଇଂରାଜୀ ବ୍ୟତୀତ ନିଜ ଭାଷାରେ କିମ୍ବା ଭାରତ ସମ୍ବିଧାନ ସ୍ଵୀକୃତ କୌଣସି ଭାଷାରେ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମଧୁ ଲିମାୟେ ବନାମ ବେଦମୂର୍ତ୍ତୀ ମାମଲାରେ ସ୍ପଷ୍ଟ କରିଦେଇଛିନ୍ତି । ସେଥିପାଇଁ ଇଂରାଜୀ ଭାଷା ବ୍ୟତୀତ ହିନ୍ଦୀ କିମ୍ବା ଅନ୍ୟ କୌଣସି ଭାଷାରେ ଲିଖିତ ଦସ୍ତାବିଜକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରୁନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ସମ୍ବିଧାନ ସୁରକ୍ଷାପାଇଁ ଗଠିତ ନ୍ୟାୟପାଳିକାର ସର୍ବୋଚ୍ଚ ସଂସ୍ଥା ସୁପ୍ରିମକୋର୍ଟ ସମ୍ବିଧାନ ସ୍ଵୀକୃତି ପାଇ ନ ଥିବା ଇଂରାଜୀ ଭାଷା ପ୍ରୟୋଗକୁ ଗୁରୁତ୍ଵ ଦେଇ ଏହାର ସୁରକ୍ଷା କରୁଥିବାବେଳେ ଭାରତରେ ମୌଳିକ ଭାଷା ପ୍ରଚଳନ ପ୍ରତି ଉଦାସୀନ ରହି ନିଜ ସାମ୍ବିଧାନିକ କର୍ତ୍ତବ୍ୟ ପାଳନରେ ଅବହେଳା କରୁଛି ।

ଗତ କିଛିଦିନ ତଳେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟ ଅନ୍ତର୍ଗତ ମଦୁରାଇ ଖଣ୍ଡପୀଠର ଓକିଲଗଣ ତାମିଲ ଭାଷାରେ ଯୁକ୍ତି କରିବାକୁ ଅନୁମତି ପାଇବା ଦାବି ନେଇ ଗଣ ଧାରଣାରେ ବସିଥିଲେ । ଯାହାକୁ ମଦୁରାଇ ଖଣ୍ଡପୀଠ ଗ୍ରହଣ କରିଥିବା ବେଳେ ଔପଚାରିକ ଘୋଷଣାପାଇଁ ରାଷ୍ଟ୍ରପତିଙ୍କ ସ୍ଵୀକୃତିକୁ ଅପେକ୍ଷା କରାଯାଇଛି । କେତେକ ରାଜ୍ୟରେ ଉଚ୍ଚ ନ୍ୟାୟାଳୟର ବିଚାରପତିଗଣ ମଧ୍ୟ ଏହିକଥା ଉଠାଇଲେଣି । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମଧ୍ୟ ହିନ୍ଦୀରେ ତର୍କବିତର୍କ କରିବାକୁ ଜଣେ ଓକିଲଙ୍କୁ ଅନୁମତି ଦେବାପରେ ଭାରତୀୟ ନ୍ୟାୟର ଭାଷା ଭାବେ ଆଞ୍ଚଳିକ ଭାଷାକୁ ଗ୍ରହଣ କରିବା ଦାବି ଜାତି, ଜାଗୃତି ଓ ପ୍ରଗତି / ୩୭

ପ୍ରତି ଉଚ୍ଚନ୍ୟାୟ‌ାଳ‌ୟଗୁଡିକର ପରୋକ୍ଷ ସମର୍ଥନ ରହିଛି ବୋଲି ଜଣାପଡିବା ସହିତ ଏମାନେ ଭାରତୀୟ‌ ନ୍ୟାୟ‌ ବ୍ୟବସ୍ଥାରେ ବାଧ୍ୟତାମୂଳ‌କ ଭାବେ ବିଦେଶୀ ଇଂରାଜୀ ଭାଷା ପ୍ରଚଳ‌ନର କୌଣସି ଔଚିତ୍ୟ ନାହିଁ ବୋଲି ସୂଚାଇ ଦେଲେଣି ।

ଓଡ଼ିଶାରେ ନ୍ୟାୟ‌ର ଭାଷା ଏ ପର୍ଯ୍ୟନ୍ତ ଓଡ଼ିଅା ହୋଇନାହିଁ । ସମଗ୍ର ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟବାସୀ ରାଜ୍ୟଭା‌ଷାକୁ ସର୍ବାଧିକ ବ୍ୟବହାର କରନ୍ତି । ପୁଣି ସର୍ବାଧିକ ଗରିବ ଏହି ରାଜ୍ୟରେ ବାସ କରୁଥିବାରୁ ସ୍ୱଳ୍ପ ଅର୍ଥରେ ନ୍ୟାୟ‌ ମିଳି‌ବାର ଅାବଶ୍ୟକତା ଅଛି । ଏଥିପାଇଁ ନ୍ୟାୟ‌ର ଭାଷା ଭାବେ ରାଜ୍ୟଭାଷା ଓଡ଼ିଅା ହେବା ଜରୁରୀ । ମାତ୍ର ଓଡ଼ିଶାରେ ତାହା ଓଲଟା ହେଉଛି । ନିମ୍ନ ଅଦାଲତଠାରୁ ଉଚ୍ଚ ନ୍ୟାୟ‌ାଳ‌ୟ‌ ପର୍ଯ୍ୟନ୍ତ ସବୁଠି ବିଦେଶୀ - ଇଂରାଜୀ ଭାଷାର ପ୍ରାଦୁର୍ଭାବ । ବେପାର କରିବାକୁ ଅାସିଥିବା ଏହି ଜାତି ଓଡ଼ିଅାଙ୍କ‌ ସ୍ଥାଣୁତାର ସୁଯୋଗ ନେଇ ଶାସକ ହେବା ପରେ ପିଢ଼ୀ ପରେ ପିଢ଼ୀ ରୂପରେ କେଉଁ ଅାଦିକାଳ‌ରୁ ଗଡିଅାସୁଥିବା ଅାମ କୌଳି‌କ ବୃତ୍ତିକୁ ଧ୍ୱଂସ କରିବାପାଇଁ ଅାପ୍ରାଣ ଉଦ୍ୟମ କରି ସଫଳ ହେଲେେ । ଏହାପରେ ନିଜ ଶାସନଗାଦିକୁ ସୁରକ୍ଷିତ କରି ରଖିବାପାଇଁ ଅାମକୁ ତିନି ଭାଗରେ ବିଭକ୍ତ କରି ତିନୋଟି ଅଲଗା ଅଲଗା ଭାଷୀଙ୍କ‌ ଅଧୀନରେ ସାଧାରଣ ପ୍ରଜା ଭାବରେ ରଖିଦେଇ ଓଡ଼ିଅା ଜାତିର ଶକ୍ତି ସାମର୍ଥ୍ୟ ଲୋପ କରିବାକୁ ବଦ୍ଧପରିକର ହେଲେ । ମାତ୍ର ଏଥିରେ ସଫଳ‌ ନ ହେବାରୁ ଓଡ଼ିଅାଙ୍କୁ‌ ହାତରେ ନ ମାରି ଭାତରେ ମାରିବା ନ୍ୟାୟ‌ରେ ସମ୍ମୁଖ ଯୁଦ୍ଧ ନ କରି ପରୋକ୍ଷରେ ହତ୍ୟା କରିବା ଉଦ୍ଦେଶ୍ୟରେ ଖାଦ୍ୟାଭାବ ସୃଷ୍ଟି‌କରି ୭୫ଭାଗ (୨୦ଲକ୍ଷରୁ ୩୦ଲକ୍ଷ) ବଙ୍ଗ ଅଧୀନସ୍ଥ ଓଡ଼ିଶାବାସୀଙ୍କୁ ‌ ନଅଙ୍କ‌ ଦୁର୍ଭିକ୍ଷ ମାଧ୍ୟ‌ମରେ ଖାଦ୍ୟ ବିନା କଲବଲ କରି ମାରିଲେ । ଅସୂର୍ଯ୍ୟଂପଶ୍ୟା ଓଡିଅା ଝିଅବୋହୁଙ୍କୁ କଲିକତାର ଗଳି‌ ଉପଗଳି‌ରେ ଶାଗ ମାଛ ମୂଲରେ ବିକ୍ରି କରାଇଲେ । ପାଦର ରୁଣୁଝୁଣୁ ନିକ୍ବଣ ଶବ୍ଦରେ ଓଡ଼ିଅା ଘରର ଅଗଣାକୁ ତରଙ୍ଗାୟିତ କରୁ‌ଥିବା କୂଳ‌ବଧୂ ଭୋକିଲା ପେଟରେ ବାରବଧୂ ସାଜି ଅାମକୁ ଶୋଷଣ କରୁଥିବା କୂଳ‌ହୀନ ବଙ୍ଗାଳ‌ୀ ଜମିଦାର ଅାଉ ସଂସ୍କାରହୀନ ଇଂରେଜ କର୍ମଚାରୀଙ୍କୁ‌ ଖୁସି କରିବାପାଇଁ ପାଦରେ ଘୁଙ୍ଘୁର ବାନ୍ଧି ମୁଜୁରା ଗାଇ ମନୋରଞ୍ଜନ କରିବାକୁ ବାଧ୍ୟ ହେଲେ । ଏହାପରେ ବି କଟା ଘାଆରେ ଚୂନ ଲେପିଲାଭଳି‌ ବହୁଦିନଧରି ଚଳି‌ଅାସୁଥିବା ଜଗନ୍ନାଥୈକ ଚେତନା ରୂପକ ଅାମ ପାରମ୍ପ‌ରିକ ଧାର୍ମିକ ବିଶ୍ୱାସକୁ ଭାଙ୍ଗିବାପାଇଁ ଚଳନ୍ତିି ବିଷ୍ଣୁପ୍ରତିମାତୁଲ୍ୟ ଗଜପତି ରାଜାଙ୍କୁ‌ ଅପରାଧୀ ସଜାଇ କଳ‌ାପାଣି ଦଣ୍ଡ‌ଦେବା ସହ ଜଗନ୍ନାଥ ମନ୍ଦିର ଲୁଟିବାପାଇଁ ତଥା ଓଡ଼ିଅାଙ୍କ‌ ଧାର୍ମିକ ଅହଂକାରକୁ ଭାଙ୍ଗିବାପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା ଅଧିକାର ନିଜ ହାତକୁ ନେଲେ । ଏଥି ସହିତ ଓଡ଼ିଅା ଜାତିକୁ ଏକତା ସୂତ୍ରରେ ବାନ୍ଧିଥିବା ଅାମ ମୁଖର ଭାଷା ଓଡ଼ିଅାକୁ ଲୋପ ୩୮ / ଜାତି, ଜାଗୃତି ଓ ପ୍ରଗତି
କରିବାପାଇଁ ତିନି ପ୍ରସେିଡନ୍‌ସି ଅଧିନରେ ତିନିଥେଣ୍ଟିଅା କାକୁଡ଼ିବାଡ଼ି ସଦୃଶ ଥିବା ଓଡ଼ିଅା ଅଞ୍ଚଳରୁ ଶିକ୍ଷା, ପ୍ରଶାସନ ଓ ଅାଇନ କ୍ଷେତ୍ରରୁ ପରୋକ୍ଷରେ ଓଡ଼ିଅା ଭାଷା ଉଠାଇ ଦେବାର ଚକ୍ରାନ୍ତ କରିଥିଲେ । ତେବେ ଯାହାହେଉ, ଖାଦ୍ୟବିନା କଙ୍କାଳ‌ସାର ଅାମ ପୂର୍ବପୁରୁଷଗଣ ନିଜ ସ୍ୱାଭିମାନକୁ ବନ୍ଧା ନ ପକାଇ ଭାଷାକୁ ଅାୟୂ‌ଧ କରି ମୁମୂର୍ଷୁପ୍ରାୟ‌ ଓଡ଼ିଅା ଜାତିଠାରେ ଜାତୀୟ‌ତାର ପ୍ରାଣ ସଞ୍ଜାରିବା ଫଳ‌ରେ କିଛି ଅଞ୍ଚଳ‌ରେ ହେଉ ପଛେ ଓଡ଼ିଅା ଭାଷା ସୁରକ୍ଷିତ ହୋଇ ରହିବା ସହିତ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ତିଅାରି କରି ଇଂରେଜ ଓ ଇଂରାଜୀ କୁପ୍ରଭାବରୁ ଓଡ଼ିଅାତ୍ୱକୁ ବଞ୍ଚାଇ ରଖିପାରିଲେ । ଅଥଚ ଇଂରେଜଙ୍କୁ ତଡ଼ିଦେବାପରେ ସେମାନଙ୍କ‌ ଭାଷାକୁ ୬୫ବର୍ଷ ଧରି ଶିକ୍ଷା, ଶାସନ ଓ ଅାଇନ କ୍ଷେତ୍ରରେ ପ୍ରଚଳ‌ନ କରି ରଖିବାର ଅର୍ଥ ଅାମ ସ୍ୱାଭିମାନର ମୃତପିଣ୍ଡ‌ ଉପରେ ସେମାନଙ୍କ କଳାକାର୍ଯ୍ୟପୂର୍ଣ୍ଣ‌ ଦୁର୍ନୀତି ଭ୍ରଷ୍ଟାଚାରକୁ‌ ଜୀବିତ ରଖି ସରଳ‌ବିଶ୍ଵାସୀ ସାଧାରଣ ଓଡ଼ିଅାଙ୍କୁ‌ ଶୋଷଣ କରିବା । ଏହା ଅାମପାଇଁ କେବଳ‌ ଲଜ୍ୟା ନୁହେଁ, ବରଂ ଅପମାନର କଥା ହେଉଛି ଶିକ୍ଷା, ଶାସନରେ ତଥା ଓଡିଶାର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୮୦ଭାଗ କର୍ମଚାରୀ ଏବଂ ଓକିଲଙ୍କ‌ ବିକୃତ ଇଂରାଜୀ ଉଚ୍ଚାରଣ ଓ ପ୍ରୟେ‌ାଗ । ଇଂରାଜୀଭାଷା ଅନଭ୍ୟସ୍ତ ଏହି ଓଡିଅା କର୍ମଚାରୀ, ଅଧିକାରୀ ଓ ଓକିଲଗଣ ହୀନମନ୍ୟତାକୁ ପ୍ରଶ୍ରୟ‌ ଦେଇ ଶିକ୍ଷା, ଶାସନ ଏବଂ ନ୍ୟାୟ‌ର ଭାଷା ଓଡିଅା ହେଉ ବୋଲି ଏ ପର୍ଯ୍ୟନ୍ତ ପାଟି ଫିଟାଇ ନାହାନ୍ତି ।

ଶିକ୍ଷା ଓ ଶାସନ କଥା ଛାଡ଼, ଯଦି ଟିଟିଲାଗଡର ଗଜାନନ ମିଶ୍ର ରାୟ‌ପୁରର ଏକ ନିମ୍ନ ଅଦାଲତରେ ଛତିଶଗଡ଼ ରାଜ୍ୟଭାଷା ହିନ୍ଦୀ ବଦଳ‌ରେ ଇଂରାଜୀ ଭାଷା ବ୍ୟବହାର କରି ବିଚାରପତିଙ୍କ‌ଦ୍ୱାରା ସମାଲୋଚିତ ହୋଇ ନ ଥାନ୍ତେ, ତେବେ ନ୍ୟାୟାଳ‌ୟ‌ରେ ମାତୃଭାଷାର ଗୁରୁତ୍ଵ ଅନୁଭବ କରି ନ ଥାନ୍ତେ କିମ୍ବା ତାଙ୍କ‌ ନିରବଚ୍ଛିନ୍ନ ସଂଗ୍ରାମର ଫଳ‌ଶ୍ରୁତି ଭାବେ ନିମ୍ନ ଅଦାଲତର ସମସ୍ତ କାର୍ଯ୍ୟ ଅାଜି ଓଡ଼ିଅା ଭାଷାରେ ଚାଲିବାର ମାନସିକତା ସୃଷ୍ଟି‌ ହୋଇ ନ ଥାନ୍ତା । କେବଳ‌ ଜଣେ ମାତ୍ର ବ୍ୟକ୍ତି ଓଡିଶା ନ୍ୟାୟାଳ‌ୟ‌ର ଭାଷା ରାଜ୍ୟଭାଷା ଓଡ଼ିଅା ହେଉ ବୋଲି ବାରମ୍ବାର ଦାବୀ କରୁଛନ୍ତି । ତାମିଲଙ୍ଗନାଡ଼ୁର ଓକିଲଗଣ ଯତେବେଳେେ‌ ସର୍ବୋଚ୍ଚ ନ୍ୟାୟାଳ‌ୟ‌ର ଭାଷା ତାମିଲ ହେଉ ବୋଲି ଦାବୀ କଲଣେି, ସେତେବେଳେ ଅାମ ଓଡିଅା ଓକିଲଗଣ ଓଡ଼ିଶାର ନିମ୍ନ ଅଦାଲତରେ ଓଡ଼ିଅାଭାଷା ପ୍ରଚଳ‌ନ ପାଇଁ ନାକ ଟେକିବା ନିଜ ବୃତ୍ତିପାଇଁ ଚରମ ଅପମାନ ନୁହେଁ, ବରଂ ନିଜଜାତି ପ୍ରତି ବିଶ୍ଵାସଘାତକତା କହିଲେ ଭୁଲ ହବେନାହିଁ । ଅାମ ଏହି ଓକିଲଗଣ ଏପର୍ଯ୍ୟନ୍ତ ବୁଝିପାରୁନାହାନ୍ତି ଯେ, ନ୍ୟାୟାଳ‌ୟ‌ରେ ଗୋଟିଏ ବିଦେଶୀ ଭାଷା ପ୍ରଚଳ‌ନଦ୍ଵାରା କେବଳ‌ ସାଧାରଣ ଜନତାଙ୍କ‌ ପ୍ରତି ନ୍ୟାୟ‌ର ମନ୍ଦିରରେ ଅନ୍ୟାୟ‌ ଜାତି, ଜାଗୃତି ଓ ପ୍ରଗତି / ୩୯

କରାଯାଉନାହିଁ, ବରଂ ବହୁ ଜ୍ଞାନୀ ଓ ଗୁଣୀ ଓକିଲଙ୍କ‌ ଦକ୍ଷତା ସଂକୁଚିତ ହୋଇଯାଉଛି । ସେମାନଙ୍କ‌ ଜ୍ଞାନର ଗାରିମା ଠିକ୍ ଭାବେ ମୂଲ୍ୟାଙ୍କ‌ନ ହୋଇପାରୁନାହିଁ ।

            ନ୍ୟାୟ‌ାଳ‌ୟ‌ରୁ ଉପଯୁକ୍ତ ନ୍ୟାୟ‌ ପାଇବା ଅାଶା ରଖିଥିବା ସାଧାରଣ ଓଡ଼ିଅାଙ୍କ‌ ଏ ପର୍ଯ୍ୟନ୍ତ ନ୍ୟାୟ‌ାଳ‌ୟ‌ର ଏହି ଅନ୍ୟାୟ‌ ବିରୁଦ୍ଧରେ ସ୍ୱର ଉତ୍ତୋଳି‌ତ ହୋଇନାହିଁ । ଅର୍ଥାତ ପ୍ରଶାସନ ଭଳି‌ ନ୍ୟାୟ‌ାଳ‌ୟ‌ର ଏହି ପ୍ରବଞ୍ଚନାକୁ ଏମାନେ ବୁଝିବାରେ ଅକ୍ଷମ କିମ୍ବା ଗଳ‌ାଧିକରଣରେ ଅଭ୍ୟସ୍ତ । ନିଜ ଜୀବନ-ଜୀବିକାରେ ସଂଘର୍ଷରତ ଏହି ସଂଖ୍ୟାଧିକ ସାଧାରଣ ବର୍ଗ ହିଁ ନ୍ୟାୟ‌ାଳ‌ୟ‌ ଦ୍ୱାରା ସବୁଠାରୁ ବେଶୀ ଉପେକ୍ଷିତ ହେଉଛନ୍ତି । ଅଥଚ ଏହିମାନଙ୍କ‌ ନିରବତା ଯୋଗୁଁ ନ୍ୟାୟ‌ାଳ‌ୟ‌ରେ ଇଂରାଜୀଭାଷା ନିଜର ଅାଧିପତ୍ୟ ବିସ୍ତାର କରି ଏହି ଶ୍ରେଣୀଙ୍କୁ‌ ଶୋଷଣ କରି ଚାଲିଛି ।

            ବ୍ୟକ୍ତି ସ୍ୱାଧୀନତାର ସ୍ୱାଦ ଅାସ୍ୱଦନପାଇଁ ଅାମେ ଇଂରଜେମାନଙ୍କୁ ‌ଶାସନକ୍ଷେତ୍ରରୁ ତଡ଼ିଦେଲେ ସତ, ମାତ୍ର ନ୍ୟାୟ‌ ଓ ପ୍ରଶାସନ ବ୍ୟବସ୍ଥାରେ ଇଂରାଜୀ ଭାଷାକୁ ସୁରକ୍ଷିତ ରଖି ଅାମେ ଜାଣିଶୁଣି ପୁଣି ନିଜକୁ କେତେକ ହାତଗଣତି ପ୍ରବଞ୍ଚକଙ୍କ‌ ନିକଟରେ ବାନ୍ଧିଦେଉଛୁ । ଯେଉଁ ରାଜ୍ୟର ଅଧିବାସୀ ଏକଥା ଅନୁଭବ କରି ନିଜ ରାଜ୍ୟଭାଷାକୁ ଗୁରୁତ୍ୱ ଦେଉଛନ୍ତିି, ସେମାନେ ବିକଶିତ ରାଜ୍ୟଭାବେ ମୁଣ୍ଡ‌ ଟେକୁଛନ୍ତି । ଓଡ଼ିଶା ନିଜ ରାଜ୍ୟଭାଷାକୁ ଗୁରୁତ୍ୱ ଦେଉ ନ ଥିବାରୁ ପ୍ରାକୃତିକ ସମ୍ପ‌ଦରେ ପୂର୍ଣ୍ଣ‌ ଥାଇ ମଧ୍ୟ ଗରିବ ହୋଇ ଚାଲିଛି । ତେଣୁ ଏହି ସତ୍ୟକୁ ଗ୍ରହଣକରି ଓଡିଶାରେ ନ୍ୟାୟ‌ର ଭାଷା ଭାବେ ଓଡିଅାକୁ ପ୍ରଚଳ‌ନ କରିବାପାଇଁ ଓକିଲ, ବିଚାରପତି, ସାଧାରଣ ନାଗରିକ, ଶିକ୍ଷିତ ସମ୍ପ୍ର‌ଦାୟ‌, ରାଜନୈତିକ ନେତୃବୃନ୍ଦ ଅାଦି ଦାବୀ କରିବା ଅାବଶ୍ୟକ ହୋଇ ପଡିଛି ।




***

୪୦ / ଜାତି, ଜାଗୃତି ଓ ପ୍ରଗତି

ବଙ୍ଗଳା ହେଉ ଓଡ଼ିଶାର ମାତୃଭାଷା !

ଉକ୍ରଳ ବିଶ୍ୱବିଦ୍ୟାଳୟର ନୀଳକଣ୍ଠ ଛାତ୍ରାବାସ । ଏଠାରେ କେବଳ ଏମ୍.ଫିଲ୍ ନୁହଁ, ବିଭିନ୍ନ ବିଭାଗର ମେଧାବୀ ଛାତ୍ରମାନେ ଜାତୀୟସ୍ତରରେ ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ମଗ୍ନ ରହିବା ସହିତ, ଭବିଷ୍ୟତରେ ସ୍ଥିର ଜୀବିକାପାଇଁ ରାଜ୍ୟ ଓ ରାଷ୍ଟ୍ରସ୍ତରୀୟ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିଥାନ୍ତି । ଏଥିପାଇଁ ଏହାର ପରିବେଶ ବେଶ ଅନୁକୂଳ ହୋଇଥିବାରୁ ପ୍ରତିବର୍ଷ ଶତପ୍ରତିଶତ ଛାତ୍ର କୃତକାର୍ଯ୍ୟ ମଧ୍ୟ ହୋଇଥାନ୍ତି ।

କିଛି ଦିନ ପୂର୍ବରୁ କୌଣସି ଏକ କାର୍ଯ୍ୟରେ ଯାଇଥିଲି ଏହି ଛାତ୍ରାବାସକୁ । ଉଦ୍ଦେଶ୍ୟ ଥିଲା ମୋର ବନ୍ଧୁମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ତଥା ଗବେଷଣା କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଜାଣିବାକୁ । ଦେଖିଲି ସେମାନଙ୍କ ଟେବୁଲ ଉପରେ ବିଭିନ୍ନ ବହି ଓ ପତ୍ରପତ୍ରିକା ସହ ବଙ୍ଗଳା ବହିର ମିଶ୍ରିତ ଥାକ । ଆଶ୍ଚର୍ଯ୍ୟ ହୋଇଗଲି । କାରଣ ଏମାନଙ୍କ ପାଠ୍ୟ ସହିତ ବଙ୍ଗଳା ବହିର କୌଣସି ସଂପର୍କ ନାହିଁ । ବିଶେଷକରି ଇଂରେଜୀ ବ୍ୟତୀତ ନିଜ ମାତୃଭାଷାକୁ ଭଲ ପାଉ ନ ଥିବା ଏହି ଗବେଷକଙ୍କ କାହିଁକି ଏ ବଙ୍ଗଳା ଭାଷାପ୍ରୀତି, କିଛି ବୁଝିପାରି ନ ଥିଲି । କାହାକୁ ମଧ୍ୟ ପଚାରି ପାରୁ ନ ଥିଲି । କାରଣ ମୁଁ ଥିଲି ଓଡ଼ିଆ ଭାଷା ଓ ସାହିତ୍ୟର ଛାତ୍ର ତଥା ଗବେଷକ । ଯଦି କିଛି ପଚାରିବି, ତେବେ ସଂକୀର୍ଣ୍ଣମନା ବୋଲି ଉପହାସିତ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ନୀରବ ରହି ଅଧିକା କିଛି ଜାଣିବାପାଇଁ ଅନ୍ୟ ବନ୍ଧୁମାନଙ୍କ ନିକଟକୁ ଗଲି । ସେଠାରେ ମଧ୍ୟ ସେହି ପୂର୍ବ ଦୃଶ୍ୟ । କିଏ ଆଣ୍ଠେଇ, ପେଟେଇ ବଙ୍ଗଳା ଅକ୍ଷର ଶିଖୁଛି ତ କିଏ ବଙ୍ଗଳା ଶବ୍ଦ ପଠନ କରିବାରେ ବ୍ୟସ୍ତ; ଆଉ କେହି ଡଗଡଗ କରି ବଙ୍ଗଳା ଶବ୍ଦ ଉଚ୍ଚାରଣ କରିପକାଉଛି । କେତେକ ମଧ୍ୟ ନିଜ ନିଜ ବିଷୟ ଯଥା ଇତିହାସ, ଦର୍ଶନ, ବାଣିଜ୍ୟ, ମ୍ୟାନେଜମେଣ୍ଟ, ଜାତି, ଜାଗୃତି ଓ ପ୍ରଗତି / ୪୧

ରାଜନୀତି ବିଜ୍ଞାନ, ଭୂଗୋଳ, ଜୀବବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ସମାଜ ବିଜ୍ଞାନ, ମନସ୍ତତ୍ତ୍ୱ ଇତ୍ୟାଦିର ବିଷୟଗୁଡ଼ିକୁ ଇଂରାଜୀ ବଦଳରେ ବଙ୍ଗଳାବହି ପଢ଼ିବାରେ ବ୍ୟସ୍ତ ଅଛନ୍ତି । ଆଶ୍ଚର୍ଯ୍ୟ ଲାଗିଲା । ଆଉ ନିଜର କୌତୁହଳ ଚାପି ନ ରଖି ପଚାରିଲି-“କାହିଁକି ହଠାତ୍ ଏ ବଙ୍ଗପ୍ରୀତି?” ଉତ୍ତର ଯାହା ମିଳିଲା ଶୁଣି ମୁଁ କେବଳ ଚକିତ ହୋଇ ନ ଥିଲି, ବରଂ ଯଦି ଆପଣଙ୍କ ଦେହରେ ଓଡ଼ିଆ ରକ୍ତ ପ୍ରବାହିତ ହେଉଥିବ, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଓଡ଼ିଆ ଜାତିର ଅଧୋଗତିକୁ ଅନୁଭବ କରିପାରିବେ ।

ଉଚ୍ଚଶିକ୍ଷାକୁ ଇଂରାଜୀ ଭାଷାର ମାନ‌ଦଣ୍ଡରେ ପରଖୁଥିବା ଆମର ଏହି ଉଚ୍ଚଶିକ୍ଷିତ ଗବେଷକ ଦଳ ବଙ୍ଗଳା ଭାଷା ଶିକ୍ଷା କରିବାର ମୂଳ ଉଦ୍ଦେଶ୍ୟ ହେଲା - ନିକଟରେ ପଶ୍ଚିମବଙ୍ଗ ସରକାର ବିଭିନ୍ନ ବିଭାଗର ୧୮୦୦ ଅଧ୍ୟାପକ ପଦବୀପାଇଁ ବିଜ୍ଞପ୍ତି ବାହାର କରିଛନ୍ତି । ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଏମ୍.ଏ ସହିତ N.E.T କିମ୍ବା S.L.E.T. ପରୀକ୍ଷା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ଆମର ଏହି ଗବେଷକ ଦଳ ନିଜ ଯୋଗ୍ୟତା ବଳରେ ଏହି UGC-NET-JRF ଭଳି ସର୍ବ ଭାରତୀୟସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଗବେଷକ ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଆମ ରାଜ୍ୟର ଅଧ୍ୟାପକ ନିଯକ୍ତି ଗତ ୧୦ ବର୍ଷ ଧରି ହୋଇ ନ ଥିବାରୁ ବଙ୍ଗଳାର ଏହି ବିଜ୍ଞାପନକୁ ଏକ ସୁଯୋଗ ଭାବରେ ଗ୍ରହଣ କରିଛନ୍ତି । ମାତ୍ର ସେଠାରେ ମହାବିଦ୍ୟାଳୟ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ, ପ୍ରତ୍ୟେକ ଶ୍ରେଣୀରେ ବଙ୍ଗଳା ଭାଷା ମାଧ୍ୟମରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା ରହିଛି । ତେଣୁ ଅଧ୍ୟାପକ ନିଯୁକ୍ତିର ସାକ୍ଷାତକାର ସମୟରେ ବଙ୍ଗଳା-ଭାଷା ଦକ୍ଷତାର ପ୍ରମାଣ ବାଧ୍ୟତାମୂଳକ । ଏହି ପରୀକ୍ଷାରେ ସଫଳ ହେବାପାଇଁ ଓଡ଼ିଶାର ଏହି ମେଧାବୀ ଗଳଦ୍‌ଘର୍ମ ହୋଇ ବଙ୍ଗଳା ଭାଷା ଶିକ୍ଷା କରିବାରେ ବ୍ୟସ୍ତ । ଅନୁସନ୍ଧାନରୁ ଜାଣିଲି, କେବଳ ଏହି ଛାତ୍ରାବାସ ନୁହେଁ, ଓଡ଼ିଆ ଭାଷାର ସୁରକ୍ଷାପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା କୃତି ସନ୍ତାନମାନଙ୍କ ନାମରେ ନାମିତ ସମସ୍ତ ଛାତ୍ରାବାସରେ ଅଧ୍ୟାପନାକୁ ବୃତ୍ତି ଭାବେ ଗ୍ରହଣ କରିବାରେ ଆଗ୍ରହୀଥିବା ଏହିଭଳି ଅନେକ ଛାତ୍ର ବଙ୍ଗଭାଷା ଶିକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି ।

ବହୁତ ଅଶ୍ୱସ୍ତିକର ଲାଗିଲା ସେମାନଙ୍କ ଅସହାୟତା ଦେଖି । ଯେଉଁ ବନ୍ଧୁଗଣ ମୋତେ ଓଡ଼ିଆ ଭାଷା ସାହିତ୍ୟର ଛାତ୍ର ବୋଲି ପରିହାସ କରୁଥିଲେ, ମୋର ଯୋଗ୍ୟତା, ପାରିଲାପଣିଆ ସୀମାରେଖା ଅଙ୍କନ କରୁଥିଲେ, ବିଶେଷକରି ଭଲ ଇଂରାଜୀ କହିପାରୁଥିବାରୁ ନିଜକୁ ଗର୍ବିତ ମନେ କରୁଥିଲେ; ସେହିମାନଙ୍କର ନିଜ ଭାଷା ପ୍ରତି ବିମୁଖତା ଏବଂ ପଡୋଶୀ ଭାଷା ପ୍ରତି ଅସରନ୍ତି ଆବେଗ ଦେଖି ମୁଁ ମଧ୍ୟ ଏକପ୍ରକାର ପ୍ରତିଶୋଧପରାୟଣ ହୋଇ ପରିହାସ କରିବାକୁ ଭୁଲି ନ ଥିଲି । ଅବଶ୍ୟ ଏଥିସହିତ ୪୨/ ଜାତି, ଜାଗୃତି ଓ ପ୍ରଗତି
ବୁଝାଇ େଇଥିଲି ଭାଷା ଶିକ୍ଷା କରିବାର ମହତ୍ତ୍ୱକୁ ।

ମାତ୍ର ପର ମୁହୁର୍ତ୍ତରେ ଲାଜ ଲାଗିଲା ବର୍ତ୍ତମାନ କାଳରେ ଓଡ଼ଶାର ମେଧାବୀ ଛାତ୍ରମାନଙ୍କ ଅସହାୟତାକୁ ଦେଖି । କାରଣ ଓଡ଼ିଆ ଭଳି ଏକ ସୁସଂହତ, ସମୃଦ୍ଧିଶାଳୀ, ଐତିହ୍ୟସଂପନ୍ନ ପ୍ରାଚୀନ ଭାଷାକୁ ମାତୃଭାଷା ରୂପରେ ପାଇଥିଲେ ମଧ୍ୟ, ଦୂରରୃଷ୍ଟି ଅଭାବରୁ ଏହି ଗବେଷକଗଣ ଓଡ଼ିଆ ଭାଷାଦ୍ୱାରା ପ୍ରଭାବିତ ହୋଇ ନିଜ ମୂଳଦୂଆ ଟାଣ କରିଥିବା ଅନ୍ୟ ଏକ ଭାଷାକୁ ବିକଳ ହୋଇ ଅଭ୍ୟାସ କରିବା ପଛରେ ଓଡ଼ିଶା ସରକାରଙ୍କ ଉଉାସୀନତା ମୁଖ୍ୟତଃଦାୟୀ । ଆଉ ଏହି ଉଦାସୀନତା ହିଁ ଦିନେ ଓଡ଼ିଶାକୁ ନିଶ୍ଚିତ ମେଧାଶୂନ୍ୟ କରିିବ । ଓଡ଼ିଶାରେ ଜନସଂଖ୍ୟା କମ୍ ନୁହେଁ, ଶିକ୍ଷାହାର ମଧ୍ୟ କମ୍ ନୁହେଁ । ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନ କରିଥାନ୍ତି । ଏଥିପାଇଁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏଠାରେ ଯଥେଷ୍ଟ ମହାବିଦ୍ୟାଳୟ ନାହିଁ । ଅଧ୍ୟାପକଙ୍କ ସଂଖ୍ୟା ବହୁତ କମ୍ । ତଥାପି ପଠନ ସ୍ପୃହା କମୁନାହିଁ ଛାତ୍ରଛାତ୍ରୀଙ୍କଠାରେ କି ପଠନ ସ୍ପୃହା ନାହିଁ ଅଧ୍ୟାପକଙ୍କଠାରେ । ଗବେଷଣା, ପଠନ ଓ ଶିକ୍ଷା ପ୍ରଦାନ ଏହି ତ୍ରିଧାରାର ସମଷ୍ଟି ହେଉଛି ଅଧ୍ୟାପକ ଜୀବନ । କିନ୍ତୁ ଏଠାରେ ପାଞ୍ଚ ଦଶଜଣ ଅଧ୍ୟାପକଙ୍କ ସ୍ଥାନରେ ଜଣେ ମାତ୍ର ଅଧ୍ୟାପକଙ୍କୁ ଏହି କାର୍ଯ୍ୟ ସଂପାଦନ କରିବାକୁ ପଡୁଥିବାରୁ ପଠନ ଓ ଗବେଷଣା କଥା ଛାଡ଼, ଖାଲି ଉପସ୍ଥାପନ କିମ୍ବା ଅଭ୍ୟସ୍ତପାଠର ଚର୍ବିତ ଚର୍ବଣ ମଧ୍ୟରେ ମାସିକ ପାରିତୋଷିକ ନେବାକୁ ଶ୍ରେୟ ବୋଲି ମଣିଥାନ୍ତି ଆମର ଅଧ୍ୟାପକଗଣ । ଏହିଭଳି ସମସ୍ୟା ଭିତରେ ପ୍ରାୟ ୧୦ ବର୍ଷ ହେଲା ନୂତନ ନିଯୁକ୍ତି ନାହିଁ, ଅଥଚ ଶହ ଶହ ଅଧ୍ୟାପକ ଅବସର ନେଇ ସାରିଲେଣି । ବିଶେଷକରି ଓଡ଼ିଶାର ବିଭିନ୍ମ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ଥିବା ସମଗ୍ର ଭାରତ ବର୍ଷର ଏହି କୃତୀ ସନ୍ତାନ, ଯେଉଁମାନେ କେବଳ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିବାର ମନୋବୃତ୍ତି ନେଇ ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କ ଉତ୍ତର ବୟସ ବେଳକୁ ଯଦି ଓଡ଼ିଶା ବଦଳରେ ପଶ୍ଚିମବଙ୍ଗ ସରକାର ଖଣ୍ଡିଏ ନିଯୁକ୍ତି ପତ୍ର ପ୍ରଦାନ କରନ୍ତି, ତେବେ ସେଥିପାଇଁ ବଙ୍ଗଳାଭାଷା ଶିକ୍ଷା କରିବାକୁ ପଛେଇବେ କାହିଁକି ? ସେମାନଙ୍କ ମତରେ-ଓଡ଼ିଆ ଆମର ମାତୃଭାଷା ହୋଇଥିବା ବେଳେ ଇଂରେଜୀ ଗରଜ ଗୁଜୁରାଣର ଭାଷା ହୋଇ ଯଦି ତାହା ମଧ୍ୟ ଯୋଗାଇ ନ ପାରିଲା, ତେବେ ବଙ୍ଗଳା ଶିଖିଲେ କ୍ଷତି କ’ଣ ?

ଯୁକ୍ତି ଥିଲା ଅକାଟ୍ୟ । ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଛାତ୍ରଛାତ୍ରୀମାନେ ଆଜି ନିଜ ସରକାରଙ୍କ ଉଦ୍ୟମରେ ବିଭନ୍ନ ସୁବିଧା ପାଇପାରୁଛି । ଆଜିର ଦୁନିଆରେ କମ୍ପ୍ୟୁଟରର ଗୁରତ୍ୱ ବୁଝି କେନ୍ଦ୍ର ସରକାର ଆଞ୍ଚଳିକ ଭାଷାକୁ କମ୍ପ୍ୟୁଟର ଭାଷାରେ ପରିବର୍ତ୍ତନ କରିବାପାଇଁ ସବୁ ରାଜ୍ୟକୁ ପ୍ରାୟ ୫ ବର୍ଷ ତଳେ ୩ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଭାରତୀୟ ଭାଷା ଏ ଦିଗରେ ସଫଳତା ପାଇ ବିନା ମୂଲ୍ୟରେ ନିଜର ରାଜ୍ୟବାସୀଙ୍କୁ ଜାତି, ଜାଗୃତି ଓ ପ୍ରଗତି / ୪୩

ମାଗଣାରେ ସଫ୍ଟୱେୟାର ବଣ୍ଟନ କରିସାରିଥବା ବେଳେ, ଆମ ଓଡ଼ଶାର କମ୍ପ୍ୟୁଟର ବିଜ୍ଞାନୀ କମ୍ପ୍ୟୁଟରର ଓଡ଼ିଆ ଅନୁବାଦ ‘ସଂଗଣକ’ କରିବା ଭିତରେ ସବୁ ଅର୍ଥ ସାରିଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ୧୨ ଜୁଲାଇ ୨୦୦୬ ସୁଦ୍ଧା ପ୍ରତ୍ୟେକ ରାଜ୍ୟ / ଅନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବ ପ୍ରଦତ୍ତ ଅର୍ଥରେ ନିର୍ମିତ ସଫ୍ଟୱେର ପ୍ରଦାନ କରିବାକୁ । କାରଣ ଏହା ସମଗ୍ର ଦେଶରେ ବିନା ମୂଲ୍ୟରେ ବଣ୍ଟନ କରାଯିବ । ତେଣୁ ଆମ କରିତ୍‌କର୍ମା ପଣ୍ଡିତେ ବଙ୍ଗଳା ସଫ୍ଟୱେୟାରକୁ ନକଲ କରିବାରେ ବ୍ୟସ୍ତ ଅଛନ୍ତି ନିଜ ଇଜ୍ଜତକୁ ଜଗି । ସଫଳ କେତେଦୂର ହେବେ ସମୟ କହିବ । ମାତ୍ର ଏହି ସମୟରେ ଓଡ଼ିଶାର ଭିଜଲାନ୍ସ ବାଲାଙ୍କ ଦୃଷ୍ଟି କେଉଁ ଦିଗକୁ ନିବଦ୍ଧ, ତାହା ଜାଣି ହେଉନାହିଁ ।

ଅଥଚ ବଙ୍ଗଳା ଛାତ୍ରର ହାତ ପାଆନ୍ତାରେ ଏହି ସୁବିଧା ବିଦ୍ୟମାନ । କମ୍ପ୍ୟୁଟର ଖୋଲିଲେ ଇଂରେଜୀ ବଦଳରେ ବଙ୍ଗଳାଭାଷା, ମୋବାଇଲରେ ବଙ୍ଗଳାଭାଷା, ଇମେଲ୍, ଏସ୍.ଏମ୍.ଏସ୍ ମଧ୍ୟ ବଙ୍ଗଳା ଭାଷାରେ କରି ହେଉଛି । ଗୁଗୁଲ ଓ ୟାହୁ ସର୍ଚ୍ଚ ବଙ୍ଗଳା ଭାଷାରେ ଇଣ୍ଟରନେଟ୍ ସୁବିଧାରେ ଦେଇସାରିଲାଣି ବଙ୍ଗବାସୀଙ୍କୁ । ସରକାର ମଧ୍ୟ ପ୍ରାଥମିକଠାରୁ ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ବଙ୍ଗଳାଭାଷା ଶିକ୍ଷାଦାନର ମହତ୍ତ୍ୱ ବୁଝପାରିଛନ୍ତି । କାରଣ ଆଞ୍ଚଳିକ ଭାଷାରେ I.A.S. ଓ S.S.C. ସହିତ ମ୍ୟାନେଜମେଣ୍ଟ ଭଳି କେତୋଟି ବୃତ୍ତିଭିତ୍ତିକ ସର୍ବଭାରତୀୟ ପରୀକ୍ଷା ଦେବାର ସୁବିଧା ଥିବାରୁ ଇଂରେଜୀ ସହିତ ନିଜ ମାତୃଭାଷାରେ ଦକ୍ଷ ଗୁଜୁରାଟୀ, ମରାଠୀ, ତେଲୁଗୁ, ତାମିଲ, କନ୍ନଡ଼, ହିନ୍ଦୀ, ମାଲାୟଲମ, ପଞ୍ଜାବୀ ସହିତ ସମତାଳରେ ଗତି କରିବାକୁ ଅଣ୍ଟା ଭିଡ଼ି ବାହାରିଛନ୍ତି ବଙ୍ଗାଳୀ ଜାତି ଓ ବଙ୍ଗଳା ସରକାର । ମାତୃଭାଷାରେ ପରୀକ୍ଷା ଦେବାଦ୍ୱାରା ବଙ୍ଗାଳୀ ଛାତ୍ରଟିଏ I.A.S. ହେଲେ ନିଜ ରାଜ୍ୟର ବିକାଶ ଘଟାଇବ । ଆଉ ଅଣବଙ୍ଗାଳୀ ହାତରେ ବଙ୍ଗଳାର ଭାଗ୍ୟ ନିର୍ଣ୍ଣିତ ହେବନାହିଁ । ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ । ଭାଷାର ଗତି ତୀବ୍ର ଓ ଜୀବନ୍ତ ହେବ । ସର୍ବୋପରି ବେକାରୀ ସମସ୍ୟାର ମଧ୍ୟ ସମାଧାନ ଘଟିବ । ଏହିସବୁ ସର୍ବଭାରତୀୟ ପରୀକ୍ଷାର ନିରୀକ୍ଷକଗଣ ସ୍ୱଭାଷୀ ହୋଇଥିବାରୁ ଅନୁକମ୍ପାମୂଳକ ନିଷ୍ପତ୍ତି ପ୍ରଦାନ‌ଦ୍ୱାରା ସାଧାରଣ ବଙ୍ଗଳା ଭାଷା ଜାଣିଥିବା ଛାତ୍ରଟିଏ ମଧ୍ୟ ପରୀକ୍ଷାରେ ସଫଳ ହୋଇ ଉଚ୍ଚ ପଦବୀରେ ରହିପାରିବ । ଯେମିତି ଆମର ଅନ୍ୟାନ୍ୟ ଭାଷାର ପ୍ରାର୍ଥୀମାନେ ପାଉଥିଲେ ଓ ପାଉଛନ୍ତି । ଆଉ ଏହିପରି I.A.S.-୨୦୦୫ ମସିହା ପରୀକ୍ଷାରେ ବଙ୍ଗଳା ଭାଷାରେ ସମସ୍ତ ପରୀକ୍ଷା ଓ ସାକ୍ଷାତ‌କାର ଦେଇ ୨୪ ତମ ସ୍ଥାନ ଅଧିକାର କରିଥିବା ତନ୍ମୟ ଚକ୍ରବର୍ତ୍ତୀ ବଙ୍ଗଳା ଭାଷାର ଗୌରବ ବୃଦ୍ଧି କରିଛନ୍ତି ।

ଅଥଚ ଆମ ଓଡ଼ିଶାରେ ରାଜ୍ୟ ପ୍ରଶାସନିକ ପରୀକ୍ଷା ମଧ୍ୟ ରାଜ୍ୟ ଭାଷାରେ ହୁଏ ନାହିଁ । ଯଦି ଏ ବିଷୟରେ କାହାକୁ କିଛି କୁହାଯାଏ, ତେବେ ନାକ ଟେକିବେ । କାରଣ ୪୪ / ଜାତି, ଜାଗୃତି ଓ ପ୍ରଗତି
ଏମାନେ ଏ ପର୍ଯ୍ୟନ୍ତ ସେହି ଇଂରେଜୀ ଅମଳର ନୀତି ଜାବୁଡ଼ି ଧରି କୁହନ୍ତି ଯେ, ପ୍ରଶାସକର ଭାଷା ହେଉଛି ଇଂରେଜୀ । ତେଣୁ I.A.S. ହୁଅ ବା O.A.S., ଇଂରେଜୀ ଭାଷାର ଦକ୍ଷତା ଅତ୍ୟନ୍ତ ଜରୁରୀ । କିନ୍ତୁ ସର୍ବଭାରତୀୟ ସ୍ତରରେ ଏହି ଦକ୍ଷତାର ପ୍ରମାଣ ଓଡ଼ିଆ ଛାତ୍ରମାନେ ଦେଖାଉଥିବାବେଳେ, ତେଣେ ଆଞ୍ଚଳିକ ଭାଷାରେ ଦକ୍ଷ ହୋଇ ଅନ୍ୟମାନେ ଯେ ପ୍ରମୁଖ ପଦପଦବୀରେ ମଣ୍ଡନ କରି ବସିଥିବେ; ତାହା ଏହି ଶୁଭଚିନ୍ତକଙ୍କ ମଗଜରେ ପଶିନାହିଁ କି ପଶୁନାହିଁ । ନିକଟରେ କେତେଜଣ ଇତିହାସ ପ୍ରଫେସରଙ୍କୁ ପଚାରିଲି - “ସାର୍ I.A.S ମୁଖ୍ୟ ପରୀକ୍ଷାର ଉତ୍ତର ଓଡ଼ିଆ ଭାଷାରେ ଲେଖିଲେ କିଭଳି ନମ୍ବର ମିଳବ ?” ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ - କିଛି ମିଳିବ ନାହିଁ । ମୁଁ କହିଲି - କାହିଁକି ? ସେ ଉତ୍ତର ଦେଲେ “ସେ ପରୀକ୍ଷା ତ ଇଂରେଜୀ ବ୍ୟତୀତ ଅନ୍ୟ ଭାଷାରେ ଦେଇହେବ ନାହିଁ । ଯଦି ବା ଭୁଲରେ ସେ ଖାତା ଦେଖାଯାଏ, ତେବେ ଇତିହାସର କଥା କ’ଣ ଓଡ଼ିଆ ଭାଷାରେ ଠିକ୍ ଭାବରେ ଉପସ୍ଥାପିତ କରିହେବ!”

ସ୍ତବ୍ଧ ପାଲଟିଗଲି ଓଡ଼ଶାର ସର୍ବ ପ୍ରଥମ ତଥା ସୁନାମଧନ୍ୟ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସରଙ୍କ ଏହିଭଳି ଅକାଟ୍ୟ ନିର୍ବୋଧ ଯୁକ୍ତି ଶୁଣି, ମୋର ବାକ୍‌ସ୍ଫୁର୍ତ୍ତି ଘଟି ନ ଥିଲା, ଏମାନଙ୍କ ଜ୍ଞାନର କୂପମଣ୍ଡୁକ ନୀତି ଦେଖି । କାରଣ ଏମାନେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି ଯେ, ଏହି ପରୀକ୍ଷାପାଇଁ କେନ୍ଦ୍ର ଲୋକସେବା ଆୟୋଗ ସମ୍ବିଧାନ ନିର୍ଦ୍ଦେଶିତ ଅଷ୍ଟମ ଅନୁସୂଚୀ ଅନ୍ତର୍ଭୁକ୍ତ ୨୨ଟି ଭାଷାର ଛାତ୍ରଛାତ୍ରୀଙ୍କୁ ନିଜ ଭାଷାରେ ଲିଖିତ ଓ ମୌଖିକ ପରୀକ୍ଷା ଦେବାର ସୁଯୋଗ ଦେଇଛି ବୋଲି । ଫଳସ୍ୱରୂପ ଅନେକ ରାଜ୍ୟର ପ୍ରାର୍ଥୀମାନେ ଏବର୍ଷ ଭଳି ପ୍ରତିବର୍ଷ ସଫଳତା ହାସଲ କରୁଛନ୍ତି । ଏହା ବ୍ୟତୀତ ନିଜ ଜାତିର ଇତିହାସ, କଳା ସ୍ଥାପତ୍ୟ, ସମାଜ ଜୀବନକୁ ଅନ୍ୟ ଭାଷାରେ ଯେ ପ୍ରାଞ୍ଜଳ ଭାବରେ ଉପସ୍ଥାପିତ କରିହେବ, ତାହା ପ୍ରଥମ କରି ଆମର ଏହି ବିଜ୍ଞ ପ୍ରଫେସରଙ୍କଠାରୁ ଶୁଣଲି । କାରଣ ନିଜ କଥା ନିଜ ଭାଷାରେ ଯେ ସ୍ପଷ୍ଟ ପ୍ରତିଫଳିତ ହୁଏ, ତାହା ବୋଧହୁଏ ତାଙ୍କୁ ଜଣା ନ ଥିଲା । ବୋଧହୁଏ ପ୍ରେମ କଲାବେଳେ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଇଂରେଜୀ ଭାଷା କହିଥାନ୍ତି । ନଚେତ୍ ତାଙ୍କ ଶିକ୍ଷାଦାନ ଭଳି ଦାମ୍ପତ୍ୟ ଜୀବନ ମଧ୍ୟ ଏଭଳି ସରସ ରହି ନ ଥାନ୍ତା । ପରେ ଜାଣିଲି, ଏହିଭଳି ଅନେକ ବିଦ୍ୱାନ ଓଡ଼ଶାର ବିଶ୍ୱବିଦ୍ୟାଳୟମାନଙ୍କରେ ବିଦ୍ୟାଦାନରେ ନିୟୋଜିତ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ସାଧାରଣ ପ୍ରାଥମିକ ଶିକ୍ଷକଙ୍କଠାରୁ ମଧ୍ୟ ହୀନ । ବୋଧହୁଏ ସେଇଥିପାଇଁ ନୀଳବର୍ଣ୍ଣ ଶୃଗାଳ ପରି ନିଜ ଜାତିଭାଇଙ୍କଠାରୁ ସେମାନଙ୍କ ପଦପଦବୀ, ପ୍ରତଷ୍ଠାର ସୁରକ୍ଷାପାଇଁ ଇଂରେଜୀ ଭାଷାକୁ ଢାଲ ରୂପେ ଧରି ରଖିବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ନେତାଠାରୁ ଜନତା ପର୍ଯ୍ୟନ୍ତ ସମସ୍ତେ ଚିତ୍କାର କରନ୍ତି - କାଳେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ, ଯିଏ ଭାଷାଭିତ୍ତିରେ ଗଠିତ । ଜାତି, ଜାଗୃତି ଓ ପ୍ରଗତି / ୪୫
ଜାତୀୟତା ଓ ସ୍ୱାଭିମାନ ହେଉଛି ଓଡ଼ିଆଙ୍କର ପ୍ରାଣ । ସେଥିପାଇଁ ପରାକ୍ରମୀ ଇଂରେଜୀ ଜାତିକୁ ପରାଭୂତ କରି, ନିଜପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ପ୍ରସ୍ତୁତ କରିପାରିଛନ୍ତି । କିନ୍ତୁ ଏହାର ସତ୍ୟତା ପ୍ରତି ଆଜିର ପିଢ଼ି ନିଶ୍ଚିତ ସନ୍ଦିହାନ ହେବ । କାରଣ ଗୋଟିଏ ଲଢ଼ୁଆ ଜାତି ଯିଏ ଭାଷାଭିତ୍ତିରେ ଗୋଟିଏ ରାଜ୍ୟ ଗଠନ କରିପାରିଲା, ତେବେ ସେ ଜାତିର ମାତୃଭାଷା କାହିଁକି ରାଜ୍ୟ-ଭାଷାର ମାନ୍ୟତା ଏପର୍ଯ୍ୟନ୍ତ ପାଇପାରୁ ନାହିଁ ! କାହିଁକି କୋଟି କୋଟି ଟଙ୍କାର ଓଡ଼ିଆ ଟାଇପ୍ ମେସିନ୍ ଖତ ଖାଇଗଲା? କମ୍ପ୍ୟୁଟର ଭାଷା କାହିଁକି ଓଡ଼ିଆ ହୋଇନାହିଁ ? କାହିଁକି ମେଧାବୀ ପ୍ରାର୍ଥୀଟିଏ ରାଜ୍ୟସ୍ତରୀୟ ପ୍ରଶାସନିକ, ଆଇନ୍ ଓ ପୁଲିସ ସେବା ପରୀକ୍ଷା ନିଜ ମାତୃଭାଷାରେ ଦେଇପାରିବ ନାହିଁ ? ଓଡ଼ିଆ ମାଧ୍ୟମରେ I.A.S ପରୀକ୍ଷା ଦେଲେ ଓଡ଼ିଆ ଛାତ୍ରଟିଏ କାହିଁକି ନିରୀକ୍ଷକଙ୍କ ହୀନ ଦୃଷ୍ଟିର ଶିକାର ହେବ ? ଏହି ଅସଂଖ୍ୟ କାହିଁକିର ଶେଷ ଉତ୍ତର ହେଉଛି ଆମ ନେତୃତ୍ୱ ଅପାରଗ ନୁହେଁ, ବରଂ ଆମେ ହେଉଛୁ ଅପାରଗ ।

ନଅଙ୍କ ଦୁର୍ଭିକ୍ଷରେ ଆମ ପିତୃତ୍ୱର ପରିଚୟ ହଜିଯାଇଛି । ହଜିଯାଇଛି ଆମର ସ୍ୱାଭିମାନ । ପ୍ରତିବଦଳରେ ଗୋଡ଼ାଣିଆ ମନୋବୃତ୍ତି ଆମ ଭିତରେ ପଶିଯାଇଥିବାରୁ ଆମେ ଯଦି ଏଠାରେ ଓଡ଼ିଆତ୍ୱକୁ ଖୋଜିବା ତେବେ ମଧୁସୂଦନଙ୍କ ପରି ନିରାଶ ହିଁ ହେବା । ମଧୁସୂଦନ ସିନା ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣପାଇଁ ରାଜନୀତି କରୁଥିଲେ । ମାତ୍ର ବର୍ତ୍ତମାନର ଓଡ଼ିଆଏ ରାଜନୀତି କରୁଛନ୍ତି ଓଡ଼ିଶାକୁ ବିଖଣ୍ଡିତ କରିବାପାଇଁ । ଉପାନ୍ତ ଅଞ୍ଚଳର ମାତୃଭାଷା ସୁଦୃଢ଼ପାଇଁ ସରକାର ଚେଷ୍ଟା ନ କରି ଏବେ ଆଦିବାସୀ ଭାଷାରେ ପାଠ୍ୟକ୍ରମ ପ୍ରଚଳନ କରୁଛନ୍ତି । ଯାହା ପରବର୍ତ୍ତୀ କାଳରେ ଏହି ଛୋଟିଆ ପ୍ରଚେଷ୍ଟା ବିଶାଳ ଅବୟବ ଧରି ଓଡ଼ଶା ବିଖଣ୍ଡିତ ହେବାପାଇଁ ବାଟ ଫିଟେଇବ । ଯେମିତି ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଘଟୁଛି । ଏଭଳି ଉଦ୍ଭଟ ବା ପାଗଳାମୀ ଚିନ୍ତାଧାରା ଅନ୍ୟ ଆଦିବାସୀ ବହୁଳ ରାଜ୍ୟମାନଙ୍କରେ ମଧ୍ୟ ଦେଖିବାକୁ ମିଳେନାହିଁ । ସେହିଭଳି ଗତବର୍ଷ ମାତୃଭାଷାକୁ ନେଇ ସରକାରଙ୍କ ହେୟ ମନୋଭାବ ଗଣମାଧ୍ୟମଗୁଡ଼ିକଦ୍ୱାରା ମୁଖରିତ ହେବା ପରେ, ତ‌ତ୍ପର ହୋଇ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ କରି, ଦୁର୍ବଳ ଅପାରଗ ବ୍ୟକ୍ତିତ୍ୱ ହାତରେ ନାଲିବତୀ ଗାଡ଼ି ଚାବି ଧରେଇ ଦେଇ, ଅସଲ ଚାବିତକ ଅମଲା ବା ସଚିବ ହାତରେ ରଖୁଥିବାରୁ ଏହାର କାର୍ଯ୍ୟଦକ୍ଷତା ଏ ପର୍ଯ୍ୟନ୍ତ ଜନସାଧାରଣ ଜାଣି ପାରିଲେ ନାହିଁ । ଏବର୍ଷ ମଧ୍ୟ ଭାଷାପ୍ରୀତିର ପ୍ରମାଣ ଦେବାପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଦଳ ଝାଡ଼ଖଣ୍ଡ ଯାଇଛନ୍ତି ସେଠିକାର ଓଡ଼ିଆ ମୁହଁରେ ମାତୃଭାଷା ଫେରାଇ ଆଣିବାକୁ । ଏଣେ ଯେ ଇସ୍ପାତ୍‌ ନଗରୀ ରାଉରକେଲାର ଭାଷା ହିନ୍ଦୀ ହୋଇସାରିଲାଣି, ତାହା ତାଙ୍କୁ ଜଣାନାହିଁ । ନିଜ ମାଟିରେ ଭାଷା ମରି-ମରି ଯାଉଥିବା ବେଳେ ଏହାର ସୁରକ୍ଷାପାଇଁ ସରକାର କିମ୍ବା ବୁଦ୍ଧିଜୀବୀ କେହି ମଧ୍ୟ ଚିନ୍ତିତ ନୁହନ୍ତି କିମ୍ବା ଏଥିପାଇଁ ପ୍ରଶାସନ ନ୍ୟାୟ ଓ ଶିକ୍ଷାନୁଷ୍ଠାନର ଭୂମିକା ସଂପର୍କରେ ସଚେତନ ହେଉନାହାନ୍ତି । ସାଧାରଣ ଓଡ଼ିଆ ତ ସେହି ଓଲୁ ହୋଇ ରହିଛନ୍ତି । ଅସାଧାରଣ ପଣ୍ଡିତ ୪୬ / ଜାତି, ଜାଗୃତି ଓ ପ୍ରଗତି

ଓଡ଼ିଆଏ କାହିଁକି ମୁହଁରେ ତୁଣ୍ଡିମାରି ବସିଛନ୍ତି ? ସରକାର ମଧ୍ୟ ତଦୃପ । ଅନ୍ୟ ରାଜ୍ୟରେ ଓଡ଼ିଆ ଭାଷାକୁ ବଞ୍ଚାଇବାର ବୃଥା ଆସ୍ଫାଳନ କରି କେତୋଟି ଟାଉଟରଙ୍କୁ ନ ପୋଷି ବରଂ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ନିଜ ଜାତିଭାଇଙ୍କ ନିକଟକୁ ଓଡ଼ିଶା ସରକାର ପଠାନ୍ତୁ । ଅନ୍ତତଃ ସେହିମାନଙ୍କଠାରୁ ସେ ଶିକ୍ଷା କରି ଆସିବେ ଯେ, ଗୋଟିଏ ମାତୃଭାଷାର ଉନ୍ନତି ଓ ବିକାଶ କିଭଳି ଭାବରେ କରାଯାଇପାରିବ । କାରଣ କଥା କହି ଶିଖିଲେ ହିଁ ମନର ଭାବନା ବ୍ୟକ୍ତ କରିହେବ । ତେଣୁ ମନର ଭାଷା ଓ ପାଟିର ଭାଷା ଏକ ହେବା ଜରୁରୀ । ଯାହା ଆଜି ଅନ୍ୟ ରାଜ୍ୟରେ ହେଉଛି, ତାହା ମଧ୍ୟ ଆମ ରାଜ୍ୟରେ ହେଉ ।

କିଛିି ଦିନ ପରେ ପୁଣି ସୁଯୋଗ ମିଳିଲା ସେହି ପବିତ୍ର ଛାତ୍ରାବାସକୁ ଯିବାପାଇଁ । ଇଚ୍ଛା ହେଲା ସେହି ବନ୍ଧୁଙ୍କ ନିଯୁକ୍ତି ସଂପର୍କରେ ଜାଣିବାକୁ । ଦେଖିଲି ପ୍ରାୟ ସମସ୍ତେ ମୁହଁ ଶୁଖାଇ ବସିଛନ୍ତି । ବଙ୍ଗଳା ଲବି, ତଥା ଜାତିପ୍ରୀତି ଓ ଭାଷାପ୍ରୀତି ପାଖରେ ବଙ୍ଗଳା ଭାଷାର ପ୍ରାଞ୍ଜଳତା କାମ କଲା ନାହିଁ । ସମସ୍ତ ଛାତ୍ର ବିଫଳ । ଏପରିକି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ୨୦ଟି ପଦବୀପାଇଁ ମୋଟ୍ ୮ ଜଣ ଯାଇଥିଲେ ମଧ୍ୟ ସବୁଥିରେ ପାରଙ୍ଗମ ଥିବା ୬ ଜଣ ଓଡ଼ିଆପ୍ରାର୍ଥୀଙ୍କୁ ବାଦ ଦେଇ ୨ ଜଣ ସାଧାରଣ ଯୋଗ୍ୟତା ଥିବା ବଙ୍ଗାଳୀଙ୍କୁ ନିଯୁକ୍ତ କରାଯାଇଛି । ବାକି ସବୁ ଶୂନ୍ୟ ରହିଛି । ତଥାପି ଏମାନେ ଆଶା ହରାଇ ନାହାନ୍ତି । ଆସନ୍ତା ବର୍ଷପାଇଁ ବଙ୍ଗଳା ପଢ଼ା ଜାରି ରଖିଛନ୍ତି । ଅଥଚ ଓଡ଼ିଶା ସରକାରଠାରୁ ଏହି ମେଧାବୀ ଛାତ୍ରଗଣ ଆଶା ହରାଇଛନ୍ତି ।

ଏକଥା ଶୁଣିବା ପରେ କାହିଁକି କେଜାଣି ମୋ ପାଟିରୁ ହଠାତ୍ ବାହାରି ପଡ଼ିଲା ହେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ତୁମେ ଆଉଥରେ ଜନ୍ମ ନେଇ ଶିକ୍ଷକ ରୂପରେ ଓଡ଼ିଶାକୁ ଆସ । ଆଉଥରେ ପୁଣି ଲେଖ “ଉଡ଼ିୟା ଏକ୍‌ଟା ସ୍ୱତନ୍ତ୍ର ଭାଷା ନଏ” । ଯଦି କେହି ଫକୀରମୋହନ, ଗୌରୀଶଙ୍କର ଭଳି ବାହାଦୁରୀ ନେବାକୁ ଏହାର ପ୍ରତିବାଦ କରନ୍ତି, ତେବେ ଓଡ଼ଶାର ଅସଂଖ୍ୟ ମେଧାବୀ ସେମାନଙ୍କ ତଣ୍ଟି କଣା କରି ଦୂଷିତି ରକ୍ତ ନିଶ୍ଚିତ ବାହାର କରିଦେବେ । କାରଣ ତୁମେ ହିଁ ଏକମାତ୍ର ବ୍ୟକ୍ତି, ଯିଏ ଏହି ଓଡ଼ିଆ ମେଧାବୀଙ୍କ ଦରଦକୁ ବୁଝିପାରି ଓଡ଼ିଆ ମାଟିରେ ବଙ୍ଗ ଭାଷାର ଚାରା ବୁଣି ଏ ଜାତିର ମେଧାବୀମାନଙ୍କୁ, କମ୍ପ୍ୟୁଟର ବିଜ୍ଞାନୀଗଣଙ୍କୁ, ପୁରୀ, ବାଲେଶ୍ୱରର ବେପାରୀଗଣଙ୍କୁ ଅଯଥା ବଙ୍ଗଭାଷା ଶିକ୍ଷା କରିବା କଷ୍ଟରୁ ମୁକ୍ତି ଦେବ । ଓଡ଼ିଆ ବେଙ୍ଗଲୀ ସମାନ ହୋଇଗଲେ ବିଜ୍ଞାନ ଗବେଷଣାଗାର କିମ୍ବା ତୈଳ ବିଶୋଧନାଗାର ଆଉ ବଙ୍ଗଳାକୁ ଉଠିଯିବ ନାହିଁ, କିମ୍ବା ଦକ୍ଷିଣରେ ତେଲେଙ୍ଗାଏ ମଧ୍ୟ ଉପଦ୍ରବ କରିବାକୁ ସାହସ କରିବେ ନାହିଁ ।

                              *** ଜାତି, ଜାଗୃତି ଓ ପ୍ରଗତି / ୪୭

ଓଡ଼ିଆଙ୍କପାଇଁ ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷାର ଆବଶ୍ୟକତା

ଭାଷାକୁ ନେଇ ଆଞ୍ଚଳିକ ବିଭେଦ କେବଳ ଓଡ଼ଶାରେ ନୁହେଁ ବରଂ ଭାରତବର୍ଷର ସମସ୍ତ ରାଜ୍ୟରେ ଊଣା ଅଧିକେ ମୁଣ୍ଡ ଟେକିଛି । ଏପରିକି ଜାତୀୟ ସଂଗୀତ ‘ବନ୍ଦେମାତରଂ’ ଓ ‘ଜନଗଣମନ’କୁ ନେଇ ମଧ୍ୟ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି । ତେବେ ସଂସ୍କୃତ ଭାଷାର ‘ବନ୍ଦେମାତରଂ’ ହେଉ ବା ସରକାରୀ ମୋହରରେ ଖୋଦିତ ‘ସତ୍ୟମେବ ଜୟତେ’ ହେଉ କିମ୍ବା ସଂସ୍କୃତ ମିଶ୍ରିତ ବଙ୍ଗଳା ଭାଷାର ‘ଜନଗଣମନ’ ହେଉ; ଏହାକୁ ଯଦି ଭାଷା ବିଭେଦ ଭିତ୍ତିରେ ଆମ ସମ୍ମୁଖରୁ ହଟାଇ ଦିଆଯାଏ, ତେବେ ଜାତୀୟତାକୁ ଅନୁଭବ କରିବା ଆମପାଇଁ କଷ୍ଟକର ହୋଇପଡ଼ିବ । ସେହିପରି ଏକା ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପତ୍ରିକା ଏକ ଆଞ୍ଚଳିକ ଭାଷା ‘ମାଲାୟାଲମ’ରେ ମୁଦ୍ରିତ ହେଉଥିବାବେଳେ ତଥା ଉତ୍ତର ଭାରତରେ କଥିତ ଏକ ଆଞ୍ଚଳିକ ଭାଷା ହିନ୍ଦୀକୁ ରାଷ୍ଟ୍ରଭାଷା ଭାବରେ ଚିହ୍ନିତ କରି ସର୍ବଭାରତୀୟ ସ୍ତରରେ ପ୍ରସାର ଓ ପ୍ରଚାର କରିବାଦ୍ୱାରା ଏହା ଭାରତବାସୀଙ୍କ ନିକଟତର ହେଉଥିବାବେଳେ, ଓଡ଼ିଆ ଭାଷାର ସ୍ଥିତି କେଉଁଠି ? ତାହା ପ୍ରତ୍ୟେକ ଓଡ଼ିଆ ଅନୁଶୀଳନ କରିବା ଆବଶ୍ୟକ ।

ସଂସାରର ଆଧୁନିକ ମାଧ୍ୟମ ଲେଖନ ପଦ୍ଧତି ପ୍ରଚଳନ ଭାରତ ମାଟିରେ ସର୍ବ ପ୍ରଥମେ ଓଡ଼ିଶାର ପଡୋଶୀ ବଙ୍ଗ ରାଜ୍ୟରେ ହୋଇଥିଲା । ୟୁରୋପୀୟ-ନବଜାଗରଣ ଛିଟାକୁ ବହନ କରିଥିବା ଇଂରେଜ ଜାତି ବଙ୍ଗ ଅଧିକାର ପରେ, ନିଜ ସୁବିଧାପାଇଁ ଏହି ଆଧୁନିକ ସଂସ୍କାର ମାଧ୍ୟମର ପୂର୍ଣ୍ଣ ପ୍ରୟୋଗ କରିବାରୁ ଭାରତରେ ପ୍ରଥମ କରି ଦ୍ୱିଭାିଷିକ ଦେଶୀ ଭଦ୍ରଲୋକଙ୍କ ଉଦ୍ଭବ ଘଟିଲା । ଏମାନେ ଏସିଆର ପ୍ରଥମ ମଧ୍ୟମ ବର୍ଗ ଥିଲେ, ଯେଉଁମାନେ ଦ୍ୱିଭାଷୀ ବା ପ୍ରାଞ୍ଜଳ ଭାବରେ ନିଜ ମାତୃଭାଷା ସହ ବିଦେଶୀ ଇଂରେଜୀ ୪୮ / ଜାତି, ଜାଗୃତି ଓ ପ୍ରଗତି
ଭାଷା କହିପାରୁଥିଲେ । ଏହି ସମୟରେ ଉତ୍ତର ଭାରତ ନିଜସ୍ୱ ପରିଚୟ ସ୍ଥାପନପାଇଁ ହିନ୍ଦୀକୁ କିମ୍ବା ଊର୍ଦ୍ଦୁ ଭାଷାକୁ ଗ୍ରହଣ କରିବା ବିବାଦ ମଧ୍ୟରେ ଦୋଦୁଲ୍ୟମାନ ହେଉଥିଲା । ଏ ସଂପର୍କରେ ପ୍ରଫେସର ବସୁଧା ଡାଲମିଆଁ ବିସ୍ତୃତ ଗବେଷଣା କରି ମତ ଦିଅନ୍ତି ଯେ “ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ ନେତୃତ୍ୱରେ ପୁନରୁତ୍ଥାପିତ ହିନ୍ଦୀ ସାହିତ୍ୟ ହିଁ ଉତ୍ତର ଭାରତରେ ବିକଶିତ ହୋଇଥିବା ନୂତନ ମଧ୍ୟମ ବର୍ଗକୁ ଏକ ନୂତନ ଇତିହାସବୋଧ ଏବଂ ଭବିଷ୍ୟତ ପ୍ରତି ଏକ ନୂଆ ଆତ୍ମବିଶ୍ୱାସ ପ୍ରଦାନ କଲା । ଏହି ସମୟର ସାହିତ୍ୟରେ ମଧ୍ୟମ ବର୍ଗଙ୍କୁ ନିଜସ୍ୱ ପରିଚୟପାଇଁ କେତେକ ସରଳ ସହଜ ସମୀକରଣ ମଧ୍ୟ ପ୍ରଦାନ କଲା । ଯେପରି ହିନ୍ଦୀ ଅର୍ଥାତ୍ ହିନ୍ଦୁ ଏବଂ ଉତ୍ତରଭାରତ ଅର୍ଥାତ୍ ସମଗ୍ର ଭାରତବର୍ଷ ।”

ଭାରତ ସ୍ୱାଧୀନତା ହାସଲ ପରେ କେନ୍ଦ୍ର ସରକାରଙ୍କଦ୍ୱାରା ନିଯୁକ୍ତ ସରକାରୀ ଭାଷାମାମଲାର ପରାମର୍ଶଦାତା ହରିବଂଶ ରାୟ ବଚ୍ଚନ ମତ ଦେଇଥିଲେ ଯେ-‘ହିନ୍ଦୀରେ ସଂସ୍କୃତ, ଊର୍ଦ୍ଧୁ ଓ ପାର୍ଶୀ ଭାଷାର ମହକ ରହିଛି ।’ ମାତ୍ର ପରେ ଏହି ମହକକୁ ଲୋପ କରିବାକୁ ଯାଇ ବି.ୱାଇ. କେସ୍କର ଅଧ୍ୟକ୍ଷତାରେ ଗଠିତ ସମିତିର ପରାମର୍ଶରେ ପ୍ରଥମେ ଆକାଶବାଣୀ ଓ ପରେ ଦୂରଦର୍ଶନରେ ସଂସ୍କୃତ ଶବ୍ଦାବଳୀକୁ ହିନ୍ଦୀ ଭାଷାରେ ପ୍ରାଧାନ୍ୟ ଦେବା, ତଥା ସରକାରୀ ନଥିପତ୍ରରେ ଏହାର ବ୍ୟାପକ ପ୍ରୟୋଗ ଯୋଗୁଁ ହିନ୍ଦୀର ସଂସ୍କୃତକରଣ ପ୍ରକ୍ରିୟା ଆରମ୍ଭ ହୋଇଗଲା । ତେବେ ୬ଷ୍ଟ ଦଶକରେ ରାଷ୍ଟ୍ରଭାଷାକୁ ନେଇ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଯେଉଁ ଭୟଙ୍କର ବିବାଦ ଦେଖାଦେଲା, ସେଥିରେ ଲାଭାନ୍ୱିତ ହେଲା ନିଜସ୍ୱ ଲିପି ନ ଥିବା ଅସ୍ଥାୟୀ ବିଦେଶୀ ଇଂରେଜୀଭାଷା । ଏହାର ସ୍ଥାୟିତ୍ୱକୁ ସ୍ୱୀକାର କରାଗଲା ହିନ୍ଦୀକୁ ରାଷ୍ଟ୍ରଭାଷା ମର୍ଯ୍ୟାଦା ଦେବା ପ୍ରତି ବଦଳରେ ।

ମାତ୍ର ପ୍ରକୃତରେ ହିନ୍ଦୀ କେବେ ମଧ୍ୟ ଭାରତର ରାଷ୍ଟ୍ର ଭାଷା ହୋଇ ରହିନାହିଁ । କାରଣ ଯେପର୍ଯ୍ୟନ୍ତ ଏହାକୁ ଭାରତରେ ସମସ୍ତ ରାଜ୍ୟ ଗ୍ରହଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ହିନ୍ଦୀ ଭାଷା ଅନ୍ୟ ୨୧ଟି ଆଞ୍ଚଳିକ ଭାଷା ସହ ସମାନ ବୋଲି ସାମ୍ବିଧାନିକ ସ୍ଥିତିରୁ ଜଣାପଡ଼େ । ତେଣୁ ହିନ୍ଦୀ ଆଜି ପର୍ଯ୍ୟନ୍ତ କେବଳ ଏକ ଆଧିକାରୀକ ଭାଷା ରୂପରେ ତଥା କିଛି ଅଞ୍ଚଳର କଥିତ ଭାଷା ରୂପରେ ନିଜର ସ୍ଥତିକୁ ସୁଦୃଢ଼ କରିବାପାଇଁ ସଂଘର୍ଷ କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଂରେଜୀ ଭଳି ହିନ୍ଦୀକୁ କିଛି ଅଞ୍ଚଳର ଲୋକଙ୍କପାଇଁ ରଖାଯାଇଥିଲା; ଯେଉଁମାନେ ପାରସ୍ପରିକ ସଂପର୍କପାଇଁ ନିଜ ମାତୃଭାଷା ବ୍ୟତୀତ ଆଉ ଏକ ବୃହତ୍ ଭାଷାର ଆବଶ୍ୟକ କରିଥାନ୍ତି । ମାତୃଭାଷାର ବିକାଶପାଇଁ ପୁନଶ୍ଚ ଯେଉଁଭଳି ଭାବରେ ତ୍ରିଭାଷା ନିୟମ ଗ୍ରହଣ କରାଗଲା, ତାହା ମଧ୍ୟ ଏକ କୌତୁକ ହୋଇ ରହିଗଲା । ପ୍ରଥମ ଭାଷା ମାତୃଭାଷା, ୨ୟଟି ଇଂରେଜୀ ତଥା ତୃତୀୟ ଭାଷା ରୂପରେ ଅନ୍ୟ କୌଣସି ଆଧୁନିକ ଭାରତୀୟ ଭାଷା ରଖିବା କଥା । କିନ୍ତୁ କେତେକ ରାଜ୍ୟ ସାଧାରଣରେ ଅପ୍ରଚଳିତ

ଜାତି, ଜାଗୃତି ଓ ପ୍ରଗତି / ୪୯
ସଂସ୍କୃତ ଭାଷାକୁ ତୃତୀୟ ଭାଷା ଭାବରେ ଗ୍ରହଣ କଲେ । କେବଳ ବୋଲାଲ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ହରିଆଣାର ୩ୟ ଭାଷା ରୂପରେ ତେଲୁଗୁକୁ ଗ୍ରହଣ କରିଥିଲେ ।

ଏଠାରେ ପ୍ରଶ୍ନ ଉଠେ, ଭାରତର ମୂଳ ଭାଷା କିଏ ? ସଂସ୍କୃତ କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହଁ । କାରଣ ଏହା ପୂର୍ବରୁ ସିନ୍ଧୁ ସଭ୍ୟତାରେ ଏକ ଉତ୍କୃଷ୍ଟ, ପରିଷ୍କୃତ ଓ ବଳିଷ୍ଠ ଭାଷା ପ୍ରଚଳିତ ଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ଖନନ‌ଦ୍ୱାରା ପ୍ରମାଣ ମିଳିସାରିଛି । ବୈିଦିକ ସାହିତ୍ୟର ଭାଷା ଯଦିଓ ସଂସ୍କୃତ, ମାତ୍ର ଏହାର ଲିପି ଏପର୍ଯ୍ୟନ୍ତ ଅନାବିଷ୍କୃତ । ଏହାପରେ ଆମେ ଯେଉଁ ବ୍ରାହ୍ମିଲିପିକୁ ଦେଖୁ, ତାହା ମଧ୍ୟ କେଉଁ ଭାଷାର ଏହା ଏପର୍ଯ୍ୟନ୍ତ ବିବାଦାସ୍ପଦ । ବର୍ତ୍ତମାନ ଆମେ ଯେଉଁ ସଂସ୍କୃତ ବ୍ୟବହାର କରୁଛୁ ତା’ର ଭୂୟୋବିକାଶ ଗୁପ୍ତ କାଳରେ ଘଟିଥିବାର ଭାଷାବିତ୍‌ମାନେ ମତବ୍ୟକ୍ତ କରୁଥିବାବେଳେ ବ୍ରାହ୍ମିଲିପି କିନ୍ତୁ ଭାରତବର୍ଷରୁ ଏପରି ଦୁରେଇ ଗଲା ଯେ, ଏକ ହଜାର ବର୍ଷ ପରେ ଆମେ ତାକୁ ଆଉ ଚିହ୍ନିପାରିଲୁ ନାହିଁ । ଏହାପରେ ଭାଷା ବିବର୍ତ୍ତନ ଫଳରେ ଅନେକ ଆଞ୍ଚଳିକ ଭାଷା ସୃଷ୍ଟି ହୋଇ ସମୃଦ୍ଧ ହେବା ବେଳକୁ ମୁସଲମାନ ଶାସକଦ୍ୱାରା ଆରବୀ, ପାର୍ଶୀକୁ ସର୍ବ ଭାରତୀୟ ଭାଷା ଭାବରେ ଲଦି ଦେବାର ଯେଉଁ ପ୍ରକ୍ରିୟା ଆରମ୍ଭ ହେଲା, ତାହା ଠିକ୍ ସଂସ୍କୃତଭାଷା ପରି ଆଭିଜାତ ବର୍ଗଙ୍କ ଭାଷା ହେବା ସହ ହିନ୍ଦୀ ଭଳି ନୂତନ ଆଞ୍ଚଳିକ ଭାଷାକୁ ଜନ୍ମ ଦେଲା ସିନା, ଭାରତବାସୀଙ୍କ ହୃଦୟର ଭାଷା ହୋଇପାରିଲା ନାହିଁ । ତେଣୁ ଭାରତ ଇତିହାସକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ଗୋଟିଏ ଭାଷା କେବେ ମଧ୍ୟ ସମଗ୍ର ରୂପରେ ଭାରତୀୟଙ୍କ ମୁଖର ଭାଷା ହୋଇପାରିି ନାହିଁ । “ଏକ ରାଷ୍ଟ୍ର-ଏକ ଭାଷା” ଅର୍ଥାତ୍ ସମଗ୍ର ରାଷ୍ଟ୍ରକୁ ଏକତା ସୂତ୍ରରେ ଯୋଡ଼ିବାପାଇଁ ଗୋଟିଏ ଭାଷାର ପ୍ରଚଳନ ଭଳି ବିକୃତ ଚିନ୍ତାଧାରା ୟୁରୋପୀୟ ଇତିହାସରୁ ଧାର ସୂତ୍ରରେ ଅଣାଯାଇ ଅଯଥାରେ ବାସ୍ତବ ରୂପ ଦେବାର ପ୍ରୟାସ କରାଯାଉଛି ।

ତେବେ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପାଇବା ପରେ ଉତ୍‌ଫୁଲ୍ଲିତ ହିନ୍ଦୀ ଭାଷୀ ଜନତା ଇଂରେଜୀ ଭାଷାକୁ ବ୍ୟାପକ ଅବହେଳା କରିବାଦ୍ୱାରା ଭାରତରେ ଏହି ବୃହତ ଗୋଷ୍ଠୀ ଆଧୁନିକ ଶ୍ରମବଜାରଠାରୁ ଦୂରେଇ ରହିଛି । କେନ୍ଦ୍ରଠାରୁ ଏହି ଭାଷାଭାଷୀ ଅଞ୍ଚଳ ସର୍ବାଧିକ ଅନୁଦାନ ବିଭିନ୍ନ ଉପାୟରେ ହାସଲ କରୁଥିଲେ ମଧ୍ୟ, ଏହି ଅଞ୍ଚଳ ଅନଗ୍ରସର ହେବାର କାରଣ ହେଲା-ଏ ପର୍ଯ୍ୟନ୍ତ ପ୍ରତିଷ୍ଠାର ପ୍ରତୀକ ଥିବା ତଥା ବିଭିନ୍ନ ନିଯୁକ୍ତିର ମାଧ୍ୟମ ଭାବେ ଇଂରେଜ ଭାଷା ଥିବାରୁ ଇଂରେଜୀ ଭାଷାରେ ଦୁର୍ବଳ ହିନ୍ଦୀ ଭାଷୀ ବିଦ୍ୟାର୍ଥୀ ନିଯୁକ୍ତିର ଏହି ସଫଳତାଠାରୁ ବହୁ ଦୁରରେ ଅଛନ୍ତି । ଏପରିକି ସର୍ବଭାରତୀୟ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ମାଧ୍ୟମଠାରୁ ଉଚ୍ଚ I.A.S. ଓ S.S.C. ପରୀକ୍ଷାରେ ହିନ୍ଦୀ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସଫଳତା ହାର ଅନ୍ୟାନ୍ୟ ଆଞ୍ଚଳିକ ଭାଷା ମାଧ୍ୟମରୁ ଉଚ୍ଚ ଥିଲେ ମଧ୍ୟ,

୫୦ / ଜାତି, ଜାଗୃତି ଓ ପ୍ରଗତି
ଅଧିକାଂଶ ବିଦ୍ୟାର୍ଥୀଙ୍କର ଇଂରେଜୀ ଭାଷାରେ ଦକ୍ଷତା ନ ଥିବାରୁ ସର୍ବାଧିକ ସାଫଲ୍ୟ ମିଳିପାରୁ ନାହିଁ । ଏହି ବର୍ଷ I.A.S. ପରୀକ୍ଷାରେ ବାଧ୍ୟତାମୂଳକ ଥିବା ଏକମାତ୍ର ଇଂରେଜୀ ପତ୍ରରେ ସର୍ବନିମ୍ନ ନମ୍ବର ରଖି ନ ପାରିବାରୁ ୧୫୦୦ ବିଦ୍ୟାର୍ଥୀଙ୍କ ପରୀକ୍ଷା ଖାତା ଦେଖାଯାଇ ନ ଥିଲା । ନଚେତ୍ ହିନ୍ଦୀ ମାଧ୍ୟମର ସଫଳତା ହାର ନିଶ୍ଚିତ ଭାବରେ ୯୦% ହୋଇଥାନ୍ତା । ହିନ୍ଦୀ ଭାଷୀ ରାଜ୍ୟ ସରକାର ମଧ୍ୟ ଇଂରେଜୀ ଭାଷାକୁ ତ୍ୟାଗ କରି କିରାଣୀଠାରୁ ଶିକ୍ଷକ, ଅଧ୍ୟାପକ, ବିଚାରପତି, ପ୍ରଶାସନିକ ଅଧିକାରୀ ଭଳି ଉଚ୍ଚ ପଦାଧିକାରୀଙ୍କ ଚୟନ ନିମିତ୍ତ ପରୀକ୍ଷା କେବଳ ହିନ୍ଦୀ ମାଧ୍ୟମରେ କରୁଥିବାରୁ ଇଂରେଜୀ ଶିକ୍ଷାକୁ ବିଦ୍ୟାର୍ଥୀ ଅନାବଶ୍ୟକ ମନେ କରୁଛନ୍ତି । ସେମାନେ ଏକଥା ବୁଝିବାକୁ ଅଜ୍ଞ ଯେ, ବିଦେଶୀ ଇଂରେଜୀ ଭାଷା ଯେତେ ତ୍ରୁଟିଯୁକ୍ତ ହେଲେ ମଧ୍ୟ ଏହାର ଆବଶ୍ୟକତା ଆମ ଦେଶରେ ଆହୁରି କିଛି ବର୍ଷପାଇଁ ରହିଛି ।

ତେବେ ଏପରି ସ୍ଥିତି ଆମ ଓଡ଼ିଶାରେ ନାହିଁ । ଛାତ୍ରଠାରୁ ଅଭିଭାବକ ପର୍ଯ୍ୟନ୍ତ ଇଂରେଜୀ ଭାଷା ଶିକ୍ଷା ପ୍ରତି ଯେତିକି ଯତ୍ନଶୀଳ, ସେତିକି ମଧ୍ୟ ସଚେତନ । ମାତ୍ର ଆମମାନଙ୍କଠାରେ ଯେଉଁ ଭୟଙ୍କର ତ୍ରୁଟି ଦେଖାଦେଇଛି, ତାହା ହେଉଛି ମାତୃଭାଷା ପ୍ରତି ଉଦାସୀନତା । ମାତୃଭାଷା ସଂପର୍କରେ ଅଧିକ ଚିନ୍ତା କରିବା କର୍ମହୀନଙ୍କ ପ୍ରମୁଖ କାର୍ଯ୍ୟ ବୋଲି ଆମ ଶିକ୍ଷିତବର୍ଗଙ୍କ ଧାରଣା । ସେମାନେ ଏ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି ଯେ, ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷା ବିନା ବର୍ତ୍ତମାନର ଶିକ୍ଷା ମୂଲ୍ୟହୀନ । ସେମାନେ ଏକଥା ବୁଝିବାକୁ ଅକ୍ଷମ ଯେ, ଆଜିର କମ୍ପ୍ୟୁଟର ତଥା ବୈଶ୍ୱିକରଣ ଯୁଗରେ ସେମାନଙ୍କ ମାତୃଭାଷାର ମୂଲ୍ୟ କେତେ? କମ୍ପ୍ୟୁଟର ଭାଷା ଆଉ ଇଂରେଜୀ ନାହିଁ, ବରଂ ବିଶ୍ୱର ପ୍ରମୁଖ ଆଞ୍ଚଳିକ ଭାଷାକୁ କମ୍ପ୍ୟୁଟର ଗ୍ରହଣ କଲାଣି । ଜାପାନର ପ୍ରଧାନମନ୍ତ୍ରୀ ଜାପାନ ଭାଷାରେ ଓଡ଼ିଶାରେ ଭାଷଣ ଦେଲେ ଓଡ଼ିଶାବାସୀ ତାହା ଓଡ଼ିଆରେ ଶୁଣି ପାରିବାର କୌଶଳ ଆବିଷ୍କୃତ ହୋଇସାରିଲାଣି । ତୀବ୍ର ବଜାରୀକରଣ ଯୋଗୁଁ ବଡ଼ବଡ଼ କମ୍ପାନୀଗଣ ନିଜ ଉତ୍ପାଦିତ ସାମଗ୍ରୀର ତ୍ୱରିତ ବିକ୍ରିପାଇଁ ଆଞ୍ଚଳିକ ଭାଷାର ପ୍ରାଧାନ୍ୟକୁ ସ୍ୱୀକାର କଲେଣି । ଭାରତୀୟ ଭାଷାଗୁଡ଼ିକ ଇଂରେଜୀଠାରୁ କମ୍ ତ୍ରୁଟିଯୁକ୍ତ ଥିବାରୁ କମ୍ପ୍ୟୁଟରଦ୍ୱାରା ସହଜରେ ଗ୍ରହଣଯୋଗ୍ୟ ହେବା ଲକ୍ଷ୍ୟ କରି ତଥା ବଜାର ଚାହିଦାକୁ ଭିତ୍ତିକରି I.B.M., Microsoft ଭଳି ଭଳି ବୃହତ କମ୍ପ୍ୟୁଟର କମ୍ପାନୀଗଣ ଭାରତୀୟ ଆଞ୍ଚଳିକ ଭାଷାରେ ବିଭିନ୍ନ ପୋଗ୍ରାମ ଓ ସଫ୍ଟୱେର ପ୍ରସ୍ତୁତ କଲେଣି । ଏହାକୁ ଲକ୍ଷ୍ୟ କରି ଭାରତର ଅନ୍ୟାନ୍ୟ ରାଜ୍ୟଗଣ ନିଜ ନିଜ ମାତୃଭାଷାକୁ ବଳିଷ୍ଠ ଓ ଲୋକମୁଖର କରିବାପାଇଁ ବିଭିନ୍ନ ପଦକ୍ଷେପ ନେଇ ସାରିଲେଣି । ତେଣୁ ଭାରତର ଏକ ସମୃଦ୍ଧ ଆଞ୍ଚଳିକ ଭାଷା ରୂପରେ ପରିଚିତ ଓଡ଼ିଆ ଭାଷା ପ୍ରତି ଓଡ଼ିଆଙ୍କ ଅବହେଳାଦ୍ୱାରା ଯେଉଁ ଅପୂରଣୀୟ କ୍ଷତି ଘଟିବ, ତାହା ଆମ ଭବିଷ୍ୟତ ପିଢ଼ି କେବେ ବି ଆମକୁ କ୍ଷମା ଦେବେ ନାହିଁ । ଜାତି, ଜାଗୃତି ଓ ପ୍ରଗତି / ୫୧

ଆମେ ହିନ୍ଦୀଭାଷୀଙ୍କ ଭଳି ସଂକୀର୍ଣ୍ଣମନା ନୋହୁଁ । ଆମଠାରେ ତେଲୁଗୁ, ତାମିଲ, ମରାଠୀ, ବଙ୍ଗାଳୀଙ୍କ ପରି ଅନ୍ଧ ଭାଷାପ୍ରୀତି ନାହିଁ । ଇଂରେଜୀଭାଷାକୁ ଭଲ ପାଉଥିଲେ ମଧ୍ୟ ଦକ୍ଷିଣ ଭାରତୀୟଙ୍କପରି ଆମ ଶିକ୍ଷିତବର୍ଗଙ୍କଠାରେ ଇଂରେଜୀଭାଷାରେ ବଳିଷ୍ଠ ଦକ୍ଷତା ନାହିଁ । ଆମେ କେବଳ ଇଂରେଜୀ, ହିନ୍ଦୀର ଗୋଡ଼ାଣିଆ ହୋଇଚାଲିଛୁ ଓ ନିଜ ବିଶାଳ ହୃୟୟବତ୍ତାର ପ୍ରମାଣ ଦେବାକୁ ଯାଇ ନିଜ ମାତୃଭାଷାକୁ ଅବହେଳା କରୁଛୁ । ବୋଧହୁଏ ସେଥିପାଇଁ ଓଡ଼ିଶା ଦରିଦ୍ରତା ଓ ବୁଭୁକ୍ଷୁ କଳହାଣ୍ଡିପାଇଁ ଚିହ୍ନିତ ହୋଇଛି ସିନା, ନିଜର ସମୃଦ୍ଧ ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସର୍ବୋକ୍ରୃଷ୍ଟ ସାମାଜିକ ଚଳଣୀ ତଥା ସଂସ୍କୃତି ନିକଟରେ ଉକ୍ରୃଷ୍ଟ ଭାଷାକୁ ନେଇ ସ୍ୱତନ୍ତ୍ର ପରିଚୟ ସ୍ଥାପିତ କରିପାରିନାହିଁ ।

ସମୟର ଆହ୍ୱାନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆମେ ଇଂରେଜୀ ଭାଷାକୁ ଛାଡ଼ିପାରିବା ନାହିଁ । ମାତ୍ର ଏକ ଆଞ୍ଚଳିକ ଭାଷା ହିନ୍ଦୀକୁ ଶିକ୍ଷା କରିବାରେ କି ଯଥାର୍ଥତା ରହିଛି । ଏପରିକି ସଂସ୍କୃତ ଭାଷା ପ୍ରତି ଅନ୍ୟ ରାଜ୍ୟଗୁଡ଼ିକର ଯେଉଁ ବ୍ୟବହାରିକ ଦୃଷ୍ଟି ରହିଛି, ସେତିକି କେବଳ ଆମଠାରେ ରହିବା ଆବଶ୍ୟକ । ପ୍ରତିବଦଳରେ ଭାରତର ସମ୍ବିଧାନ ଆମକୁ ଆମ ମାତୃଭାଷା ବିକାଶପାଇଁ ଯେଉଁ ସୁଯୋଗ ଦେଇଛି, ଏବଂ ଦେଉଛି ତାହାର ଫାଇଦା ଉଠାଇବା ଆମପାଇଁ ବୁଦ୍ଧିମତ୍ତାର କାର୍ଯ୍ୟ ହେବ । ବିଭିନ୍ନ କେନ୍ଦ୍ରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ମାତୃଭାଷା ମାଧ୍ୟମରେ ହେବା ସୁଯୋଗକୁ ପ୍ରତ୍ୟେକ ଓଡ଼ିଆ ବିଦ୍ୟାର୍ଥୀ ଗ୍ରହଣ କରିନେବା ଆବଶ୍ୟକ । ଓଡ଼ିଶା ସରକାର ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଇଂରେଜୀ ସହିତ ଓଡ଼ିଆ ଭାଷା ମାଧ୍ୟମରେ ଦେବାର ସୁଯୋଗ ପ୍ରଦାନ କରି ମାତୃଭାଷାକୁ ପ୍ରୋତ୍ସାହିତ କରିବା ସହ I.A.S ଏବଂ S.S.C. ପରୀକ୍ଷାପାଇଁ ଓଡ଼ିଶାର ମେଧାବୀଙ୍କ ପ୍ରାକ୍ ପ୍ରସ୍ତୁତିରେ ପରୋକ୍ଷ ସହାୟତା କରନ୍ତୁ ।

ଶେଷରେ ଗୋଟିଏ କଥା ଚିନ୍ତା କରିବା ବେଳ ଆସିଛି ଯେ - ଓଡ଼ିଶାବାସୀ ଯେତେ ଚେଷ୍ଟା କଲେ ମଧ୍ୟ ସଂସ୍କୃତ ଭାଷାର ଭୂୟୋବିକାଶ କରିପାରିବେ ନାହିଁ । କିମ୍ବା ହିନ୍ଦୀଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦେବାରେ ସହାୟତା କରିପାରିବେ ନାହିଁ । ଏପରିକି ଭବିଷ୍ୟତରେ ଭାରତ ମାଟିରୁ ଉନ୍ମୁଳିତ ହେବାକୁ ଥିବା ଇଂରେଜୀଭାଷାକୁ ରକ୍ଷା କରିପାରିବେ ନାହିଁ । ତେଣୁ ଭାଷାର ଏଭଳି ମିଥ୍ୟା ମୋହରେ ପଡ଼ି ନିଜ ମାତୃଭାଷାକୁ ଅବହେଳା କରିବା ଫଳରେ, କାୟାବିସ୍ତାର କରୁଥିବା ସୀମାନ୍ତର ବଙ୍ଗଳା, ତେଲୁଗୁ ଓ ହିନ୍ଦୀଭାଷାଦ୍ୱାରା କବଳିତ ହୋଇ ଓଡ଼ିଆ ଭାଷା ଯେ ତା’ର ଅସ୍ତିତ୍ୱ ହରାଇବ, ଏଥିରେ ସନ୍ଦେହ ନାହିଁ ।

                       ****

୫୨ / ଜାତି, ଜାଗୃତି ଓ ପ୍ରଗତି


ଆଇ.ଏ.ଏସ୍ ପରୀକ୍ଷାରେ ସଫଳ ହେବାର ସରଳ ଉପାୟ

ଆଇ.ଏ.ଏସ୍ ଅର୍ଥ ଭାରତୀୟ ପ୍ରଶାସନିକ ସେବା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତି ଭାରତର ଶାସନ ବ୍ୟବସ୍ଥାକୁ ପରିଚାଳନା କରିଥାନ୍ତି । ଲୋକ ପ୍ରତିନିଧିଗଣଙ୍କ ପରାମର୍ଶରେ ଏମାନେ ଶାସନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥାନ୍ତି । ତେଣୁ ଏହା ହୋଇଯାଇଛି ଆମ ସମାଜର ସବୁଠାରୁ ଲୋକପ୍ରିୟ ଓ ଲୋଭନୀୟ ବୃତ୍ତି । ଏହି ବୃତ୍ତିରେ ୨୦୦୯ ମସିହାପାଇଁ ନିଯୁକ୍ତି ଉଦ୍ଦେଶ୍ୟରେ ଗତ ସପ୍ତାହରେ ଭାରତୀୟ ଲୋକସେବା (ଆଇସିଏସ୍) ଅନ୍ତର୍ଭୁକ୍ତ ଭାରତର ପ୍ରଶାସନ ସମ୍ବନ୍ଧିତ ୨୦ଟି ବିଭାଗର ପ୍ରାର୍ଥୀ ଚୟନ ଉଦ୍ଦେଶ୍ୟରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ବିଜ୍ଞାପନ ପ୍ରକାଶ କରିଛି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଏହି ପରୀକ୍ଷାରେ ଦୀର୍ଘ କିଛିବର୍ଷ ଧରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କେବଳ ଆଗାମୀ ପିଢ଼ିର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିରୁତ୍ସାହିତ କରୁନାହିଁ, ବରଂ ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଅଣଓଡ଼ିଆ ଅଧିକାରୀଙ୍କୁ ପ୍ରବେଶ କରାଇ ଆମ ପ୍ରଶାସନତନ୍ତ୍ରକୁ ସମ୍ପୂର୍ଣ୍ଣ ଭାବରେ ସାଧାରଣ ଲୋକଙ୍କ ପାଖରୁ ଦୂରେଇ ଦେବା ସହ, କେତେକ କ୍ଷେତ୍ରରେ ଏହି ବାହାର ଅଫିସରମାନେ ଓଡ଼ିଶା ବାହାର ରାଜ୍ୟର ସ୍ୱାର୍ଥପାଇଁ କାମ କରୁଛନ୍ତି । ଫଳରେ ଆମର ସବୁକିଛି ଥାଇ ସୁଦ୍ଧା ଏକ ଅନଗ୍ରସର ଓ ପଛୁଆ ରାଜ୍ୟ ଭାବେ ଆମେ ଚିହ୍ନିତ ହେଉଛୁ । ତେଣୁ ଓଡ଼ିଶାର ବିକାଶପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ସଂଖ୍ୟାଧିକ ଓଡ଼ିଆ ପ୍ରତିଯୋଗୀ ସଫଳ ହେବା ନିତାନ୍ତ ଆବଶ୍ୟକ । ଯଦିଓ ଏକଥା ବହୁ ବୁଦ୍ଧିଜୀବୀ ଜାଣିଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି, ମାତ୍ର ତାହା କିପରି ସଫଳ ହେବ ସେ ସଂପର୍କରେ ସଠିକ୍ ଦିଗଦର୍ଶନ ଆଗାମୀ ପିଢ଼ିକୁ ଦେଇପାରୁନାହାନ୍ତି । ତେଣୁ ବହୁ ମେଧାବୀ କୋଚିଂ ନେବା ନାଅାଁରେ ଦିଲ୍ଲୀର ବିଭିନ୍ନ ଠକ ସଂସ୍ଥା ହାବୁଡ଼ରେ ପଡି ଅର୍ଥ, ଶ୍ରମ ଓ ସମୟ ନଷ୍ଟ କରି ନିଜର, ନିଜ ପରିବାରର ତଥା ରାଜ୍ୟର ଶକ୍ତିକୁ କ୍ଷୟ କରୁଛନ୍ତି ।


ଜାତି, ଜାଗୃତି ଓ ପ୍ରଗତି / ୫୩

ପରୀକ୍ଷା ପଦ୍ଧତି : ଏହା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ । ପ୍ରାରମ୍ଭିକ (ପ୍ରିଲିମ୍), ମୁଖ୍ୟ (ମେନ୍) ସାକ୍ଷାତକାର (ଇଣ୍ଟରଭ୍ୟୁ) । ମୁଖ୍ୟ ପରୀକ୍ଷାରେ ପ୍ରାର୍ଥୀଙ୍କ ଭିଡ଼ କମାଇବାପାଇଁ ପ୍ରାରମ୍ଭିକ ପରୀକ୍ଷା ଆରମ୍ଭ । ଏହି ପରୀକ୍ଷାରେ ବସ୍ତୁନିଷ୍ଠ ପ୍ରଶ୍ନ ପଡିଥାଏ । ଅର୍ଥାତ୍ ଗୋଟିଏ ପ୍ରଶ୍ନର ୪ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଗୋଟିଏ ସଠିକ୍ ଉତ୍ତରକୁ ଦିଆଯାଇଥିବା ଉତ୍ତର କାଗଜରେ ପେନ‌ସିଲ ସାହାଯ୍ୟରେ ଚିହ୍ନିତ କରିବାକୁ ପଡିଥାଏ । ଏହି ପରୀକ୍ଷା ୨ଟି ପତ୍ର ବିଶିଷ୍ଟ । ଇଚ୍ଛାଧୀନପତ୍ର ଓ ସାଧାରଣଜ୍ଞାନ । ଇଚ୍ଛାଧୀନ ପତ୍ରରେ ୧୨୦ଟି ପ୍ରଶ୍ନ ପଚରାଯାଏ । ଯାହାର ସମୁଦାୟ ମୂଲ୍ୟ ୩୦୦ ଏବଂ ସାଧାରଣ ଜ୍ଞାନ ପତ୍ରରେ ୧୫୦ଟି ପ୍ରଶ୍ନ ପଚରାଯାଏ । ଯାହାର ମୂଲ୍ୟ ୧୫୦ । ତେବେ ୨୦୦୭ ମସିହାଠାରୁ ନକରାତ୍ମକ ଉତ୍ତର ଅର୍ଥାତ୍ ୩ଟି ପ୍ରଶ୍ନର ଉତ୍ତର ଭୁଲ୍ ହେଲେ ଗୋଟିଏ ପ୍ରଶ୍ନପାଇଁ ଉଦ୍ଧିଷ୍ଟ ନମ୍ବର ଦଣ୍ଡସ୍ୱରୂପ କଟା ହେବା ବ୍ୟବସ୍ଥା କରାଯାଇଛି ।

ମୁଖ୍ୟ ପରୀକ୍ଷା : ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ବସିବାପାଇଁ ସୁଯୋଗ ମିଳେ । ଏଥିରେ ୯ଟି ପତ୍ର ଲିଖିତ ଆକାରରେ ଦେବାର ନିୟମ ଅଛି । ଏହା ୨ଥାକ ବିଶିଷ୍ଟ । ପ୍ରଥମ ଥାକରେ ୨ଟି ପତ୍ର- ପ୍ରାର୍ଥୀର ମାତୃଭାଷା ଓ ଇଂରାଜୀ ଭାଷାପତ୍ର ଦ୍ୱାରା ଭାଷାଜ୍ଞାନ ପରୀକ୍ଷା କରାଯାଏ । ଏହାର ପ୍ରଶ୍ନ ଦଶମ ଶ୍ରେଣୀ ପରୀକ୍ଷାରେ ପଡ଼ୁଥିବା ବ୍ୟାକରଣ ପ୍ରଶ୍ନଭଳି ଖୁବ୍ ସହଜ ଓ ସରଳ । ତେବେ ଏହି ଦୁଇଟି ପତ୍ରର ବିଶେଷତ୍ତ୍ୱ ହେଲା, ଏଥିରେ ସର୍ବନିମ୍ନ ୩୫% ନମ୍ବର ନ ରଖିଲେ ଅନ୍ୟ ୭ଟି ପତ୍ର ଦେଖାହେବନାହିଁ । ଅର୍ଥାତ୍ ପ୍ରାର୍ଥୀ ଏଠାରେ ବିଫଳ ହେଲା ।

୨ୟ ଥାକରେ ପତ୍ର ସଂଖ୍ୟା ୩ରୁ ୯ପର୍ଯ୍ୟନ୍ତ ଦେବାକୁ ପଡ଼େ । ୩ୟ ପତ୍ର ‘ପ୍ରବନ୍ଧ’ରେ ୬ଟି ସାମାଜିକ ସମସ୍ୟାମୂଳକ ପ୍ରଶ୍ନ ପଡ଼ିବ । ସେଥିରୁ ଯେ କୌଣସି ୧ଟି ବିଷୟରେ ୩ ଘଣ୍ଟା ମଧ୍ୟରେ ଲେଖିବାକୁ ପଡିବ । (ପ୍ରଶ୍ନ ମୂଲ୍ୟ ୨୦୦ ନମ୍ବର)

ପତ୍ର ୪ ଓ ୫ ହେଉଛି ସାମାନ୍ୟ ଅଧ୍ୟୟନ ବା ସାଧାରଣଜ୍ଞାନ । ୪ର୍ଥ ପତ୍ର - “ଆଧୁନିକ ଭାରତ ଓ ଭାରତୀୟ ସଂସ୍କୃତି” (୬୦), ଭାରତ ଭୂଗୋଳ (୪୦), ଭାରତ ସମ୍ବିଧାନ (୧୦୦), ସମସାମୟିକ ଘଟଣାବଳୀ (୧୦୦), ୫ମ ପତ୍ର- ଭାରତ ଓ ବିଶ୍ୱ ସମ୍ବନ୍ଧ (୮୦), ଭାରତ ଅର୍ଥନୀତି (୭୦), ଆନ୍ତର୍ଜାତୀୟ ସଂସ୍ଥା ଓ ଘଟଣା (୩୫), ବିଜ୍ଞାନ ଓ ପ୍ରାଦ୍ୟୋଗିକୀ (୮୫), ପରି ସଂଖ୍ୟାନ (୩୦) । (ମୋଟ୍ ୩୦୦+୩୦୦=୬୦୦ ମାର୍କ)

(ବିଷୟଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ଆଇଏସ୍-୦୮ ମୁଖ୍ୟ ପରୀକ୍ଷା ପ୍ରଶ୍ନ ଆଧାରିତ)

ପତ୍ର ୬ ଓ ୭- ପ୍ରଥମ ଇଚ୍ଛାଧୀନ ବିଷୟ । ପତ୍ର ୮ଓ୯- ଦ୍ୱିତୀୟ ଇଚ୍ଛାଧୀନ ବିଷୟ ।
(ଏହି ୪ଟି ପତ୍ରର ମୂଲ୍ୟ= ୪ X ୩୦୦=୧୨୦୦ ନମ୍ବର) ୫୪ / ଜାତି, ଜାଗୃତି ଓ ପ୍ରଗତି
ସାକ୍ଷାତ୍‌କାର : ଏହା ହେଉଛି ପ୍ରାର୍ଥୀର ବ୍ୟକ୍ତିତ୍ୱ ନିର୍ଦ୍ଧାରଣର ଶେଷ ପର୍ଯ୍ୟାୟ । ମୁଖ୍ୟ ପରୀକ୍ଷାରେ ପ୍ରାର୍ଥୀ ଯେଉଁ ଭାଷାରେ ଉତ୍ତର ଲେଖିଥିବ, ସେହି ଭାଷାରେ ପ୍ରାର୍ଥୀଙ୍କୁ ବୋର୍ଡ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହୁଏ । ଏହା ଯଦିଓ ପ୍ରାର୍ଥୀର ବ୍ୟକ୍ତିତ୍ୱ ପ୍ରଦର୍ଶନପାଇଁ ସିଧାସଳଖ ମାଧ୍ୟମ, ତେବେ ଏଥିରେ କୌଣସି ସର୍ବନିମ୍ନ ମାର୍କ ରଖିବା ନିର୍ଦ୍ଧାରିତ ହୋଇ ନ ଥାଏ । ତେବେ ପ୍ରାର୍ଥୀ ଏଥିରେ ବିଫଳ ହେଲେ ବି ସର୍ବନିମ୍ନ ୭୦-୮୦ ମାର୍କ ମିଳିଥାଏ । ଯଦି ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ଅଧିକ ମାର୍କ ରଖିଥାଏ, ତେବେ ସେ ନିଶ୍ଚିତ ଭାବରେ ଅନ୍ତିମ ପର୍ଯ୍ୟାୟରେ ସଫଳ ବୋଲି ୟୁ.ପି.ଏସ.ସି. ଦ୍ୱାରା ଘୋଷିତ ହେବେ । ତେଣୁ ଓଡ଼ିଆ ମାଧ୍ୟମରେ ଯେଉଁ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ଦେଉଛନ୍ତି ସେମାନେ ସାକ୍ଷାତକାରପାଇଁ ଭୟଭୀତ ନ ହେବା ଉଚିତ୍ । ବରଂ ମୁଖ୍ୟ ପରୀକ୍ଷାରେ କିପରି ଅଧିକ ମାର୍କ ରଖିବେ, ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ।

ଓଡ଼ିଶା ପ୍ରାର୍ଥୀ ଦୁର୍ବଳ କାହିଁକି: ୟୁ.ପି.ଏସ.ସି. ସୂଚନାରୁ ଜଣାଯାଏ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ପ୍ରାର୍ଥୀ ସଂଖ୍ୟା ସର୍ବାଧିକ । ପ୍ରାୟ ୩୦ରୁ ୩୫ହଜାର । ମାତ୍ର ସଫଳତା ସବୁଠାରୁ କମ୍, ପ୍ରାୟ ୨ରୁ ୨୦ ମଧ୍ୟରେ । ଏହି ବିଫଳତା ସଂପର୍କରେ ଗତ ମଇ ୨୦୦୭ର ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିମ୍ନଲିଖିତ କାରଣକୁ ନିଆଯାଇପାରେ ।

(କ) “ସବୁ ଜାଣିଛି”-ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଯଦିଓ ସ୍ଥାଣୁ, ମାତ୍ର ଆମ ଓଡ଼ିଆ ବିଦ୍ୟାର୍ଥୀଙ୍କ ସ୍ଥାଣୁତା ଟିକେ ଭିନ୍ନ ପ୍ରକାରର । ‘ସବୁ ଜାଣିଛି’- ଏହା ହେଉଛି ଆମ ଛାତ୍ରଙ୍କ ମାନସିକତା । ଅର୍ଥାତ୍ ଜିଜ୍ଞାସୁ ବା ଜାଣିବାର ଆଗ୍ରହ ଏମାନଙ୍କର ନାହିଁ । ସେଥିପାଇଁ ଏମାନଙ୍କଠାରୁ ଜ୍ଞାନରେ ବହୁତ ତଳେ ଥିବା ହିନ୍ଦୀ ଭାଷାଭାଷୀ ପ୍ରାର୍ଥୀ ଉକ୍ତ ପରୀକ୍ଷାରେ ସଫଳ ହୋଇ ଓଡ଼ିଆଙ୍କୁ ଶାସନ କରୁଥିବାବେଳେ, ଆମ ଉଚ୍ଚଶିକ୍ଷିତ ମେଧାବୀବର୍ଗ ଏମାନଙ୍କ ଅଧିନସ୍ଥ କିରାଣୀ ଭାବେ ଆଜ୍ଞାଧୀନ ଅଛନ୍ତି ।

(ଖ) ଦିଗ୍‌ଦର୍ଶକର ଅଭାବ - ଆମ ପ୍ରାର୍ଥୀଙ୍କର ଗୋଟିଏ ମୁଖ୍ୟ ଅଭିଯୋଗ ହେଲା ଓଡ଼ଶାରେ ଭଲ କୋଚିଂ ସେଣ୍ଟର ନାହିଁ, ସେଥିପାଇଁ ସ୍ୱଚ୍ଛଳ ପରିବାର ନିଜ ପିଲାଙ୍କୁ ଦିଲ୍ଲୀ ପଠାନ୍ତି । ଅଥଚ ସେମାନଙ୍କ ମଧ୍ୟରୁ ମାତ୍ର ୦.୦୫% ସଫଳ ହୋଇଥାନ୍ତି । କାରଣ ଆମ ସରଳ ମେଧାବୀ ଓଡ଼ିଆ ପିଲାଙ୍କ ମଧ୍ୟରୁ ଅଧିକାଂଶ ଠକ କୋଚିଂ ସେଣ୍ଟର ହାବୁଡ଼ରେ ପଡି ଅର୍ଥ ସମୟ ଓ ଶ୍ରମ ନଷ୍ଟ କରି ବିନା ଫଳରେ ଘର ବାହୁଡ଼ିଥାଆନ୍ତି ।

(ଗ) ଇଚ୍ଛାଧୀନ ବିଷୟ ଚୟନରେ ତ୍ରୁଟି-ପରୀକ୍ଷା ନିୟମାନୁସାରେ ପ୍ରାର୍ଥୀକୁ ୨ଟି ଇଚ୍ଛାଧୀନ ବିଷୟ ଚୟନ କରିବାକୁ ହୁଏ । ପ୍ରାର୍ଥୀ ଗୋଟିଏ ବିଷୟକୁ ଖୁବ୍ ସହଜରେ

ଜାତି, ଜାଗୃତି ଓ ପ୍ରଗତି / ୫୫
ଚୟନ କରୁଥିବାବେଳେ, ଦ୍ୱିତୀୟ ବିଷୟ କ୍ଷେତ୍ରରେ ଦ୍ୱିଧାଗ୍ରସ୍ତ ହୋଇ ଅନ୍ୟର ପରାମର୍ଶ ନେଇଥାଏ । ଫଳରେ ୨ୟ ବିଷୟ ପ୍ରସ୍ତୁତିପାଇଁ ଅଧିକ ସମୟ ନଷ୍ଟ କରେ । ପୁନଶ୍ଚ ଏହି ବିଷୟ ପ୍ରତି ରୁଚି ନ ଥିବା ଯୋଗୁଁ ବିଷୟର ଉତ୍ତର ସଠିକ୍ ଭାବରେ ନ ଲେଖି କିମ୍ବା ଉତ୍ତରରେ ନିଜର ମନଭାବନା ସଠିକ୍ ଭାବରେ ପ୍ରତିଫଳିତ ହୋଇ ନ ପାରିବା ଯୋଗୁଁ ଉପଯୁକ୍ତ ମାର୍କ ନ ପାଇ ବିଫଳ ହୁଏ ।

(ଘ) ଉତ୍ତର ଲେଖିବା ମାଧ୍ୟମ - ଏହା ହେଉଛି ପ୍ରାର୍ଥୀକୁ ସଫଳ କରିବାର ସର୍ବୋତ୍ତମ ମାର୍ଗ । କାରଣ ଭାଷା ହେଉଛି ଭାବର ବାହକ । ଜଣେ ଉତ୍ତମ ବ୍ୟକ୍ତି ଓ ଦାୟିତ୍ୱ ସଂପନ୍ନ ଅଧିକାରୀ ଚୟନ କଲାବେଳେ ତା’ର ମନର ଭାବନାକୁ ପରୀକ୍ଷକ ଓ ସାକ୍ଷାତକାର ବୋର୍ଡ ସଦସ୍ୟ ଜାଣିବାକୁ ଚେଷ୍ଟା କରିଥାନ୍ତି । ତେଣୁ ପ୍ରାର୍ଥୀର ଉତ୍ତର ଲେଖିବାର ଶୈଳୀ ନିର୍ଭୁଲ ଓ ତଥ୍ୟାତ୍ମକ, ତଥା ସ୍ପଷ୍ଟ ବକ୍ତବ୍ୟକୁ ଆଧାର କରି ଚୟନ କରାଯାଏ । ସେଥିପାଇଁ ଏହା ହେଉଛି ଏଭଳି ଏକ ସର୍ବଭାରତୀୟ ପରୀକ୍ଷା, ଯାହା ପ୍ରାର୍ଥୀଙ୍କୁ ନିଜର ମାତୃଭାଷା ମାଧ୍ୟମରେ ଲେଖିବାର ଓ କହିବାର ସୁଯୋଗ ଦେଇଥାଏ । ତେଣୁ ଇଂରେଜୀ ଭାଷାରେ ଦୁର୍ବଳ ଥିଲେ ମଧ୍ୟ ଜଣେ ପ୍ରାର୍ଥୀ ନିଜର ନିଷ୍ଠା ଓ ଉଦ୍ୟମ ବଳରେ ମାତୃଭାଷାକୁ ମାଧ୍ୟମ ରୂପେ ଗ୍ରହଣ କରି ସଫଳ ହୋଇପାରିବ । ମାତ୍ର ଆମ ଓଡ଼ିଶାର ୯୯ ଭାଗ ଉଚ୍ଚଶିକ୍ଷିତ ବ୍ୟକ୍ତି ଜାଣନ୍ତି ନାହିଁ ଯେ, ଆଇଏଏସ୍ ପରୀକ୍ଷା ଓଡ଼ିଆ ମାଧ୍ୟମରେ ଦେଇହେବ ବୋଲି । ତେଣୁ କେତେଜଣ ହାତଗଣତି ଓଡ଼ିଆ ପ୍ରାର୍ଥୀଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ଇଂରାଜୀ ଭାଷାର ସୀମିତ ଦକ୍ଷତାକୁ ନେଇ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେଉଥିବାରୁ, ଭାରତ ସାରା ବିଛାଡି ହୋଇଥିବା ଇଂରେଜୀ ଭାଷାରେ ଦକ୍ଷ ମେଧାବୀଙ୍କ ସହିତ ତାଳ ଦେଇ ନ ପାରି ସର୍ବାଧିକ ସଂଖ୍ୟାରେ ବିଫଳ ହେଉଛନ୍ତି । ଯେଉଁ କେତେଜଣ ଇଂରାଜୀ ମାଧ୍ୟମରେ ଉତ୍ତର ଲେଖି ସଫଳ ହେଉଛନ୍ତି, ସାକ୍ଷାତକାରରେ ସ୍ପଷ୍ଟ ଇଂରାଜୀ କହି ନ ପାରିବାଯୋଗୁଁ ଏଠାରେ ମଧ୍ୟ ବିଫଳ ହେଉଛନ୍ତି ।

ପୁନଶ୍ଚ ଆଞ୍ଚଳିକ ଭାଷାରେ ଉତ୍ତର ଲେଖିବା ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଆଇଏଏସ୍-୨୦୦୭ ପରୀକ୍ଷାରେ ଯେ ୧୫୦୦ ଜଣ ହିନ୍ଦୀଭାଷୀ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷାର ବାଧ୍ୟତାମୂଳକ ଭାଷା ପରୀକ୍ଷଣ “ଇଂରେଜୀ ଭାଷା” ପତ୍ରରେ ବିଫଳ ହୋଇ ନ ଥା’ନ୍ତେ, ତେବେ ସେହି ବର୍ଷ ସବୁଯାକ ପଦବୀ କେବଳ ହିନ୍ଦୀ ଭାଷାରେ ଉତ୍ତର ଲେଖିଥିବା ବିଦ୍ୟାର୍ଥୀଙ୍କୁ ମିଳିଥାନ୍ତା । ତେଣୁ ଯଦି ପ୍ରାର୍ଥୀର ଅନ୍ତର୍ନିହିତ ଗୁଣ ରହିଛି, ତେବେ ଇଂରେଜୀ ଭାଷାରେ ସୀମିତ ଦକ୍ଷତା ଥିଲେ ମଧ୍ୟ ଜଣେ ପ୍ରାର୍ଥୀ ଆଇଏଏସ୍ ପାଇପାରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଇଏଏସ୍ ଟ୍ରେନିଂ ସମୟରେ ଇଂରେଜୀ ଭାଷାରେ ଦକ୍ଷତା ବୃଦ୍ଧିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଥାଏ । ତେଣୁ ଜଣେ ଓଡ଼ିଆ ୫୬ / ଜାତି, ଜାଗୃତି ଓ ପ୍ରଗତି
ପ୍ରାର୍ଥୀ ନିସଂକୋଚ ମନରେ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବା ଆବଶ୍ୟକ । ଏଥିପାଇଁ ଉପଯୁକ୍ତ ପୁସ୍ତକ ମଧ୍ୟ ଓଡ଼ିଆ ଭାଷାରେ ରଚିତ ହୋଇଛି । କେବଳ ଦୃଢ଼ ମନୋବଳ ନେଇ ଏହି ପରୀକ୍ଷାରେ ବସିବା ଆବଶ୍ୟକ ।

ଆଇ.ଏ.ଏସ୍ ହେବାର ସରଳ ଉପାୟ : ଏହି ପରୀକ୍ଷାଦ୍ୱାରା ଦକ୍ଷ ଓ ନିପୁଣ ଅଧିକାରୀ ମନୋନୟନ କରାଯାଉଥିବାରୁ ପ୍ରତିବର୍ଷ ୟୁ.ପି.ଏସ୍‌.ସି ପରୀକ୍ଷାର ରଣନୀତି ବଦଳାଇଥାଏ । ତେଣୁ ଏହି ପରୀକ୍ଷାକୁ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ ବା କଷ୍ଟପ୍ରଦ ନ ଭାବି କୌତୁକପୂର୍ଣ୍ଣ ଭାବନା ମଧ୍ୟରେ ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ । ଯଦିଓ ଉକ୍ତ ପରୀକ୍ଷାପାଇଁ କେତୋଟି ପାଠ୍ୟକ୍ରମ ନିର୍ଦ୍ଧିଷ୍ଟ କରାଯାଇଛି, ତଥାପି ଏଗୁଡ଼ିକର ବିଷୟବସ୍ତୁ ଅନିର୍ଦ୍ଧିଷ୍ଟ ଥିବାରୁ ପ୍ରତ୍ୟେକ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବେ ପଢ଼ି ମନେ ରଖିବାର ଆବଶ୍ୟକ ରହିଛି । ଗୋଟିଏ ବିଷୟକୁ ବାରମ୍ବାର ପଢ଼ିବାପାଇଁ ସମୟ ନ ଥିବାରୁ ବିଷୟର ଅନ୍ତର୍ନିହିତ ଆବେଦନକୁ ବୁଝି ପଢ଼ିବାକୁ ପଡିବ ।

ପୁସ୍ତକ ଓ ପତ୍ରପତ୍ରିକା : ସର୍ବପ୍ରଥମେ ୧୦ମ, +୨ ଓ +୩ ବହିଗୁଡ଼ିକୁ ଭଲ ଭାବରେ ପଢ଼ିବାକୁ ପଡିବ । ଏପରିକି ପ୍ରାରମ୍ଭିକ ପରୀକ୍ଷାରେ ଭୂଗୋଳ ପ୍ରଶ୍ନ ଅଧିକ ପଚରା ଯାଉଥିବାରୁ ୬ଷ୍ଠ ଶ୍ରେଣୀଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଭାରତର ଏନ୍.ସି.ଇ.ଆର୍.ଟି ବହିରେ ଥିବା ଭାରତ ଓ ବିଶ୍ୱ ସମ୍ବନ୍ଧିତ ଭୌଗୋଳିକ ତଥ୍ୟକୁ ଭଲ ଭାବରେ ମନେ ରଖିବାକୁ ହେବ । ଏଥିସହିତ ରାଜ୍ୟ ଓ ରାଷ୍ଟ୍ରୀୟ ଦୁଇଟି ଦୈନିକ (ସମାଜ ଓ ହିନ୍ଦୁ) ଖବରକାଗଜରୁ ବିଭିନ୍ନ ଖବର ସଂଗ୍ରହ କରି ନୋଟ୍ ପ୍ରସ୍ତୁତ କରିବା, ମାସିକ ପତ୍ରିକା ସିଭିଲ ସର୍ଭିସ କ୍ରୋନିକଲ/ ପ୍ରତିଯୋଗିତା ଦର୍ପଣ ସହିତ କମ୍ପିଟେସନ୍ ଜି.କେ (ଛୋଟବହି), ଯୋଜନା, କୁରୁକ୍ଷେତ୍ର, ପତ୍ରିକା ପଢ଼ିବାକୁ ହେବ ।

ପ୍ରାରମ୍ଭିକ ଓ ମୁଖ୍ୟ ପରୀକ୍ଷା ସାଧାରଣ ଅଧ୍ୟୟନ ପତ୍ରପାଇଁ ଉପରୋକ୍ତ ପୁସ୍ତକ ପଢ଼ିବା ଜରୁରୀ ଥିବାବେଳେ, ଇଚ୍ଛାଧୀନ ବିଷୟପାଇଁ ଅନ୍ଧ ଭାବରେ ବିଭିନ୍ନ ପୁସ୍ତକ ସଂଗ୍ରହ ନ କରି ଯେଉଁମାନଙ୍କର ଏହି ପରୀକ୍ଷାରେ କିଛି ଅଭିଜ୍ଞତା ରହିଛ, ସେମାନଙ୍କ ପରାମର୍ଶ ଅନୁସାରେ କିଛି ପୁସ୍ତକ ସଂଗ୍ରହ କରି ପଢ଼ିବା ଅଭ୍ୟାସ କରିବ ।

ଦିଗ‌୍‌ଦର୍ଶକ : ପ୍ରକୃତରେ କହିବାକୁ ଗଲେ ଏହି ପରୀକ୍ଷାର ଦିଗର୍ଶକ ହେଉଛି ସ୍ୱୟଂ ପ୍ରାର୍ଥୀ । ବିଗତ ଦଶବର୍ଷର ପ୍ରଶ୍ନପତ୍ର ଅନୁଧ୍ୟାନ କରି ପ୍ରଶ୍ନ ପଚାରିବାର କୌଶଳକୁ ଯେଉଁ ପ୍ରାର୍ଥୀ ଆୟତ୍ତ କରିପାରିବ, ସେ ଏହି ପରୀକ୍ଷାରେ ସଫଳ ହେବ । ତେବେ ପ୍ରଶ୍ନର ଉତ୍ତର ଲେଖିବା ଶୈଳୀପାଇଁ ବିଷୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । ଏଥିସହିତ ପ୍ରଶ୍ନରେ ସୂଚିତ ଥିବା ସୀମିତ ଶବ୍ଦ ମଧ୍ୟରେ ଉତ୍ତର ଲେଖିବାର ଅଭ୍ୟାସ କରିବା ଆବଶ୍ୟକ । ଜାତି, ଜାଗୃତି ଓ ପ୍ରଗତି / ୫୭
ଏଥିପାଇଁ କୌଣସି କୋଚିଂ ସେଣ୍ଟରର ଆବଶ୍ୟକ ନାହିଁ । ଓଡ଼ିଶାରେ ମଧ୍ୟ ବିଷୟ ବିଶେଷଜ୍ଞଙ୍କ ଅଭାବ ନାହିଁ । ତେଣୁ ଦିଗର୍ଶନ ତଥା ପାଠ୍ୟୋପକରଣପାଇଁ ଦିଲ୍ଲୀ ଯିବା ବଦଳରେ ଏହିଠାରେ ରହି ପଢ଼ାପଢ଼ିରେ ସମୟକୁ ବିନିଯୋଗ କରିବା ଆବଶ୍ୟକ ।

ପରୀକ୍ଷା ମାଧ୍ୟମ : ଏହା ହେଉଛି ବର୍ତ୍ତମାନ ଆଇଏଏସ୍ ଚୟନ ପଦ୍ଧତିର ସବୁଠାରୁ ଗୁରତ୍ୱପୂର୍ଣ୍ଣ ମାଧ୍ୟମ । ଯଦି ଇଂରେଜୀ ଭାଷା ଓ ଶବ୍ଦ ଜ୍ଞାନରେ ଯଥେଷ୍ଟ ପାରର୍ଶିତା ରହିଛି, ତେବେ ଏହାକୁ ପରୀକ୍ଷା ମାଧ୍ୟମ ରୂପେ ଗ୍ରହଣ କରିବା ଉଚିତ । ନଚେତ୍ ଓଡ଼ିଆ ଭାଷାକୁ ମୁଖ୍ୟ ପରୀକ୍ଷା ଓ ସାକ୍ଷାତକାରର ମାଧ୍ୟମ ରୂପେ ଗ୍ରହଣ କରିବା ବୁଦ୍ଧିମାନର କାର୍ଯ୍ୟ ହେବ । ଓଡ଼ିଆ ଭାଷାରେ ସାମାନ୍ୟ ଅଧ୍ୟୟନପାଇଁ ଯଥେଷ୍ଟ ବହି ରହିଛି ଯେଉଁ ବିଭାଗରେ ଓଡ଼ିଆ ବହି ନାହିଁ, ତାହା ହିନ୍ଦୀ, ଇଂରେଜୀ ପୁସ୍ତକରୁ ତଥ୍ୟ ସଂଗ୍ରହ କରି ଏହାକୁ ଓଡ଼ିଆ ରୂପ ଦିଆଯାଇପାରିବ । ଇଚ୍ଛାଧୀନ ପତ୍ର ୨ଟି ମଧ୍ୟରୁ ଗୋଟିଏକୁ ସ୍ନାତକ ଓ ସ୍ନାତକୋତ୍ତରରେ ନେଇଥିବା ବିଷୟକୁ ଗ୍ରହଣ କରିବା ସହ ଅନ୍ୟ ବିଷୟ ଭାବରେ ‘ଓଡ଼ିଆ ଭାଷା ଓ ସାହିତ୍ୟ’କୁ ନିଆଯାଇପାରେ । ଆମର ଗୋଟିଏ ଭ୍ରମ ଧାରଣା ରହିଛି ଯେ, ଏହି ବିଷୟ ନେଲେ ପ୍ରଚୁର ପୁସ୍ତକ ପଢ଼ିବାକୁ ପଡ଼ିବ । ମାତ୍ର ଏହା ସଂପୂର୍ଣ୍ଣ ଭୁଲ । ଏଥିରେ ସୂଚୀତ ପୁସ୍ତକ ସଂଖ୍ୟା ସୀମିତ । ତଥା ଗତ ୮ବର୍ଷର ପ୍ରଶ୍ନପତ୍ର ଲକ୍ଷ୍ୟ କଲେ ପ୍ରଶ୍ନଗୁଡ଼ିକ ବାରମ୍ବାର ପଡୁଥିବାରୁ କେବଳ ମନୋନୀତ ୫୦ଟି ପ୍ରଶ୍ନ ଯଦି ଭଲ ଭାବରେ ପ୍ରସ୍ତୁତ କରାଯାଏ, ତେବେ ନିଶ୍ଚିତ ଭଲମାର୍କ ରଖି, ସାକ୍ଷାତକାରରେ ଅଂଶଗ୍ରହଣ କରିପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ୯୦୦ରୁ ୧୧୦୦ ନମ୍ବର ଆବଶ୍ୟକ ଥିବାବେଳେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଇଚ୍ଛାଧୀନପତ୍ର ଭାବରେ ଗ୍ରହଣ କଲେ ନିଶ୍ଚିତ ଭାବରେ ୩୦୦ରୁ ୪୫୦ ନମ୍ବର ମିଳିବ । ପୁନଃ ଏହାର ପ୍ରସ୍ତୁତି ପାଇଁ ସ୍ୱଳ୍ପ ସମୟ ଲାଗୁଥିବାରୁ ବଳକା ସମୟ ସାମାନ୍ୟ ଅଧ୍ୟୟନରେ ବିନିଯୋଗ କରି ଏହି ପତ୍ରରୁ ଅଧିକ ମାର୍କ ପାଇପାରିବ ।

ଆଇ.ଏ.ଏସ୍ ପରୀକ୍ଷାରେ ସଫଳ ହେବାର ଏକମାତ୍ର ଉପାୟ ମାତୃଭାଷାକୁ ମାଧ୍ୟମ ରୂପେ ଓ ଓଡ଼ିଆ ଭାଷା ଓ ସାହିତ୍ୟକୁ ଇଚ୍ଛାଧୀନ ବିଷୟ ଭାବରେ ଗ୍ରହଣ କରିବା । ଏହା ବର୍ତ୍ତମାନ ଅନ୍ୟାନ୍ୟ ରାଜ୍ୟର ପ୍ରାର୍ଥୀମାନେ ଗ୍ରହଣ କରି ଅପୂର୍ବ ସଫଳତା ପାଉଥିବାବେଳେ, ଆମେ କେବଳ ପଛରେ ପଡ଼ିଛୁ ଏହି ସତ୍ୟକୁ ଗ୍ରହଣ ନ କରି ।

                       ***  

୫୮ / ଜାତି, ଜାଗୃତି ଓ ପ୍ରଗତି



ଓଡ଼ିଶାର ଦାରିଦ୍ର୍ୟ


ଆମ ରାଜ୍ୟ ଓଡ଼ିଶା । ଏଭଳି ଏକ ସ୍ଥିତିରେ ଆସି ପହଞ୍ଚିଛି ଯାହାକୁ ଘେରି ରହିଛି ଅସଂଖ୍ୟ ପ୍ରଶ୍ନ । ଏ ପ୍ରଶ୍ନର ସୃଷ୍ଟି ହୋଇଛି ଆମ ରାଜ୍ୟରେ ଦେଖାଦେଇଥିବା କେତେଗୁଡ଼ିଏ ସମସ୍ୟା ଯୋଗୁଁ । ଏହି ସମସ୍ୟାଗୁଡ଼ିକ କେବଳ ଖାଦ୍ୟ, ବସ୍ତ୍ର, ବାସଗୃହରେ ସୀମିତ ନୁହେଁ, ବରଂ ଭାଷାର ଭବିଷ୍ୟତକୁ ନେଇ, ସାହିତ୍ୟର ସମୃଦ୍ଧିକୁ ନେଇ, ଜାତିଗତ ହିଂସା ଦ୍ୱେଷକୁ ନେଇ, ନିଜ ନ୍ୟାଯ୍ୟ ଦାବୀକୁ ସଂଘୀୟ କ୍ଷେତ୍ରରେ ଉପସ୍ଥାପନାକୁ ନେଇ କିମ୍ବା ନିଜର ଗୋଡ଼ଟଣା ପ୍ରକୃତି ଓ ପ୍ରବୃତ୍ତିକୁ ନେଇ । ତେବେ ଏସବୁ ଭିତରେ ଯେଉଁ ସୂକ୍ଷ୍ମ ଚେତନାଟି ସଂଯୋଗର ସେତୁ ରୂପେ କାମ କରୁଛି, ତାହା ହେଉଛି ଦାରିଦ୍ର୍ୟ । ଏ ଦାରିଦ୍ର୍ୟ ଆମ ମାନସିକତାକୁ ଏତେ ପରିମାଣରେ ଆକ୍ରାନ୍ତ କରିସାରିଛି ଯେ, ସ୍ୱଚ୍ଛଳ ବର୍ଗର ଓଡ଼ିଶାବାସୀମାନେ ମଧ୍ୟ ନିଜକୁ ଦରିଦ୍ର ବୋଲି ସଗର୍ବେ ଘୋଷଣା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ତେଣୁ ଏତେ ସବୁ ପ୍ରଶ୍ନର ଏକମାତ୍ର ସମାଧାନର ସୂତ୍ର ହେଲା ଦାରିଦ୍ର୍ୟକୁ ଚିହ୍ନିବା ଓ ଏହାର ନିରାକରଣପାଇଁ ସ୍ୱତଃପ୍ରବୃତ୍ତ ଭାବେ ଉଦ୍ୟମ କରିବା ।

ଦାରିଦ୍ର୍ୟ କ’ଣ? - ଦାରିଦ୍ର୍ୟ ହେଉଛି ଜୀବନ୍ତ ଅଭିଶାପ । ଏହାକୁ କେବଳ ମଣିଷ ସମାଜରେ ଉପଲବ୍‌ଧି କରିହୁଏ । ବିଶ୍ୱର କୋଣ ଅନୁକୋଣରେ ଏହାର ଛାୟା ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ସ୍ଥାନ ଭେଦରେ ଏହାର ସଂଜ୍ଞାରେ ଭିନ୍ନତା ପରିଲକ୍ଷିତ ହୁଏ । ଦାରିଦ୍ର୍ୟ କହିଲେ ସାଧାରଣତଃ ଆୟଭିତ୍ତିକ ଦାରିଦ୍ର୍ୟକୁ ବୁଝାଇଥାଏ । କିନ୍ତୁ ଏହି ମତ ତ୍ରୁଟିଯୁକ୍ତ । ଅର୍ଥ ରୋଜଗାର କରିବାର ଅଯୋଗ୍ୟତା ବା ଅକ୍ଷମତା ହେଉଛି ଦାରିଦ୍ର୍ୟ । ଜୀବନଧାରଣପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ ନିମନ୍ତେ ଯେଉଁମାନେ ଅର୍ଥ ପାଇ ନ ଥାନ୍ତି, ସେମାନଙ୍କପାଇଁ ପ୍ରଗତି ଓ ବିକାଶର ନାରା ସ୍ୱପ୍ନ ମାତ୍ର । ଏହି ଶ୍ରେଣୀର ବ୍ୟକ୍ତିମାନଙ୍କପାଇଁ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଶୁଦ୍ଧ ପାନୀୟ ଜଳ, ବିଜୁଳି,


ଜାତି, ଜାଗୃତି ଓ ପ୍ରଗତି / ୫୯
ଖାଦ୍ୟ ସୁରକ୍ଷା ଆଦି ସରକାର ଯୋଗାଇ ଦେଉଥିବାବେଳେ ଏମାନେ ଏହି ମୌଳିକ ସୁବିଧାର ସୁଯୋଗ ନେଇପାରନ୍ତି ନାହିଁ । ଏହା କେବଳ ଗ୍ରାମାଞ୍ଚାଳରେ ନୁହେଁ, ସହରାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାଏ । ସବୁଠାରୁ ଦୁଃଖର କଥା ହେଲା, ଆମ ଦେଶରେ ଥିବା ଏହି ଶ୍ରେଣୀର ଅଧିକାଂଶ ବ୍ୟକ୍ତି ଦାରିଦ୍ର୍ୟ ବିଷୟରେ ଏ ପର୍ଯ୍ୟନ୍ତ ସଚେତନ ହୋଇପାରି ନାହାନ୍ତି । ସେଥିପାଇଁ ଏହାକୁ ଦୂର କରିବାପାଇଁ ବ୍ୟକ୍ତିଗତ ପ୍ରୟାସ ହୁଏ ନାହିଁ । ଆମ ରାଜ୍ୟରେ ଏହି ଧରଣର ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରାକୃତିକ ସଂପଦରେ ପୂର୍ଣ୍ଣଗର୍ଭା ହୋଇ ମଧ୍ୟ ଦାରିଦ୍ର୍ୟ ଏଠି ସବୁଠାରୁ ଶକ୍ତିଶାଳୀ ।

ଓଡ଼ିଶାରେ ଦାରିଦ୍ର୍ୟ - ପ୍ରକୃତିର ପ୍ରାଚୁର୍ଯ୍ୟ ମଧ୍ୟରେ ଥିବା ଓଡ଼ିଶାର ଅଧିବାସୀ ପରିବର୍ତ୍ତନଶୀଳ ସମାଜ ସହିତ ତାଳ ଦେଇ ନ ପାରି କେବଳ ଦରିଦ୍ର ହୋଇ ନାହାନ୍ତି, ଅନାହାର ମୃତ୍ୟୁକୁ ବି ଗ୍ରହଣ କରି ନେଉଛନ୍ତି । ସ୍ୱାଧୀନତା ସମୟର ୧ କୋଟି ୪୬ ଲକ୍ଷ ଜନସଂଖ୍ୟାବିଶିଷ୍ଟ ଏହି ରାଜ୍ୟ, ୫୦ ବର୍ଷ ପରେ ୩ କୋଟି ୭୦ ଲକ୍ଷରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରେ ଗରିବଙ୍କ ସଂଖ୍ୟା ହେଉଛି ୪୭.୧୫ ଶତାଂଶ । ସମଗ୍ର ଜନସଂଖ୍ୟାର ୯ ଭାଗ ପରିବାର ପାଇପ୍ ଯୋଗେ ଜଳ ପାଇଥାନ୍ତି । ସେହିଭଳି ୨୦ ଭାଗ ପରିବାରର ପକ୍କା ଘର ରହିଛି । ତନ୍ମଧ୍ୟରୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଇନ୍ଦିରା ଆବାସ ଘର ୬ ଭାଗ । ଏବେ ମଧ୍ୟ ଆମ ରାଜ୍ୟରେ ୭୦ ଭାଗ ଲୋକ କାଠ, ପତ୍ର, ଗୋବର ଘଷିକୁ ଜାଳେଣି ଭାବେ ବ୍ୟବହାର କରୁଛନ୍ତି । ମୋଟ୍ ୯ ଭାଗ ପରିବାରରେ ଟି.ଭି.ସେଟ୍ ଥିବାବେଳେ ୦.୫୫ ଭାଗ ଲୋକ କମ୍ପ୍ୟୁଟର ବ୍ୟବହାର ଜାଣିଛନ୍ତି । ସବୁଠାରୁ ଦୁଃଖର କଥା ହେଲା ଗ୍ରାମାଞ୍ଚଳର ୯୩ ଭାଗ ପରିବାରରେ ଶୌଚାଳୟ ନାହିଁ । ସହରାଞ୍ଚଳରେ ଏହାର ସଂଖ୍ୟା ୪୬ ଭାଗ । ଏହା ବ୍ୟତୀତ ଆମ ରାଜ୍ୟର ମୁଣ୍ଡପିଛା ଆୟ ଦୈନିକ ମାତ୍ର ୧୭ ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ହେଉଛି ୧୫ ଟଙ୍କା । କିନ୍ତୁ ପାରିବାରିକ ହିସାବ ଅନୁସାରେ ପାଞ୍ଚଜଣ ସଦସ୍ୟ ଥିବା ପରିବାରର ମାସିକ ଖର୍ଚ୍ଚ ୨୨୫୦ ଟଙ୍କା ଥିବାବେଳେ ଆୟ ହେଉଛି ମାତ୍ର ୫୦୯ଟଙ୍କା । ଏଭଳି ସ୍ଥିତିରେ ଓଡ଼ିଶାରେ ଦାରିଦ୍ର୍ୟର ସ୍ୱରୂପକୁ ଉପଲବ୍ଧି କରିହୁଏ ।

ଦାରିଦ୍ର୍ୟ କାରଣ - ଓଡ଼ିଶାବାସୀଙ୍କର ଏ ପର୍ଯ୍ୟନ୍ତ କୃଷି ହୋଇ ରହିଛି ପ୍ରଧାନ ଜୀବିକା । ଅଥଚ ଓଡ଼ିଶାରେ ରହିଛି ସୁ-ବିସ୍ତୃତ ବେଳାଭୂମି, ପର୍ଯ୍ୟାପ୍ତ ଜଳସଂପଦ, ବିପୁଳ ଅରଣ୍ୟ ସଂପଦ ଏବଂ ମାଟିତଳେ ଗଚ୍ଛିତ ଥିବା ଖଣିଜ ସଂପଦ । ଏ ପର୍ଯ୍ୟନ୍ତ ଏଗୁଡ଼ିକୁ ଓଡ଼ିଶାର ମୁଖ୍ୟ ଆୟର ସ୍ରୋତ ଭାବରେ ଚିହ୍ନଟ କରାଯାଇ ନାହିଁ । କେବଳ ଖଣିଜ ସଂପଦକୁ ଉେତ୍ତୋଳନ କରି ବିକ୍ରି ବାବରେ ରୟାଲିଟି ଭାବେ ମିଳୁଥିବା କିଛି ରାଜସ୍ୱ

୬୦ / ଜାତି, ଜାଗୃତି ଓ ପ୍ରଗତି
ତଥା ଓଡ଼ିଶା ସରକାରଙ୍କଦ୍ୱାରା ସଂଗୃହୀତ ରାଜ୍ୟ ଟିକସ, କେନ୍ଦ୍ରୀୟ ଅନୁଦାନ ଏବଂ ଋଣ ଉପରେ ଓଡ଼ିଶାର ଅର୍ଥ ନୀତି ନିର୍ଭରଶୀଳ । କୃଷି ଓଡ଼ିଶା ମୁଖ୍ୟ ଜୀବିକା ହୋଇଥିବାବେଳେ, ଫସଲ ଉତ୍ପାଦନପାଇଁ ପାରମ୍ପରିକ ପଦ୍ଧତି ଅନୁସରଣ, ସରକାରୀ ବିହନ ଯୋଗାଣରେ ଚାଷୀର ସନ୍ଦେହ, ଜଳସେଚନର ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ଉପରେ କୃଷକର ନିର୍ଭରଶୀଳତା, ସର୍ବୋପରି ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ଜୀବିକାର ବିକାଶ କ୍ଷେତ୍ରରେ ପ୍ରଶ୍ନ ଚିହ୍ନ ଆଙ୍କିିଦିଏ । ଆମ ରାଜ୍ୟରେ କୃଷି ବିଶ୍ୱବିଦ୍ୟାଳୟ ଅଛି । ମାତ୍ର ତାହା କେବଳ କେତେକ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେବାପାଇଁ । କୃଷି ବିଶେଷଜ୍ଞମାନଙ୍କ ସହିତ ଚାଷୀମାନଙ୍କର କୌଣସି ସମ୍ପର୍କ ନାହିଁ । ଏ ଦିଗରେ ସରକାର ମଧ୍ୟ ଉଉାସୀନ । ପୁନଶ୍ଚ ଗୁଜୁରାଟ, ପଶ୍ଚିମବଙ୍ଗ ରାଜ୍ୟ ଭଳି ଆମ ରାଜ୍ୟରେ କୃଷିଭିତ୍ତିକ ଶିଳ୍ପପାଇଁ କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ । କେବଳ କେତୋଟି ଚିନି କଳ, କାଗଜ କଳ କିମ୍ବା ଲୁହା କଳ ଖୋଲିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଭାବିଲେ ହେବ ନାହିଁ । ବରଂ କଳକାରଖାନା ଉପଯୁକ୍ତ ପରିଚାଳନା କରିବା ଦରକାର । ନଚେତ୍ ଚୌଦ୍ୱାର ଲୁଗାକଳ କିମ୍ବା ବଡ଼ମ୍ବା, ନୟାଗଡ଼ ଚିନିକଳ ଭଳି ସରକାରୀ କଳକାରଖାନାର ଅବସ୍ଥା ହେବ ।

ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା - ସଂଘୀୟ ରାଷ୍ଟ୍ର ଭାରତର ଏକ ଅଂଶ ହେଉଛି ଆମ ରାଜ୍ୟ ଓଡ଼ିଶା । ତେଣୁ ସ୍ୱାଧୀନ ଭାରତର ସରକାର ସମଗ୍ର ଭାରତବର୍ଷର ସମସ୍ୟା ରୂପେ ମୁଣ୍ଡ ଟେକିଥିବା ଦାରିଦ୍ର୍ୟ ଦୂରୀକରଣପାଇଁ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ସଫଳତା କେତେ, ତାହା କେବଳ ଜନସାଧାରଣ ନୁହେଁ, ସରକାର ମଧ୍ୟ ଉପଲବ୍ଧି କରି ସାରିଲେଣି । ଆବଶ୍ୟକ ଅନୁସାରେ ଯୋଜନା ପ୍ରସ୍ତୁତ ନ କରିବା, ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କ୍ଷେତ୍ରରେ ଅସଙ୍ଗତି ରହିବା, ଭ୍ରଷ୍ଟାଚାର, ସରକାରୀ ଉଦାସୀନତା, ସର୍ବୋପରି ଜନ-ସାଧାରଣଙ୍କ ଅସହଯୋଗ ମନୋବୃତ୍ତିରୁ ଏହିସବୁ ଯୋଜନା ବିଫଳ ହୋଇଯାଉଛି । ତେଣୁ ଅତୀତର ଅଭିଜ୍ଞତାକୁ ଆଖି ଆଗରେ ରଖି ସରକାର ବର୍ତ୍ତମାନ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ପ୍ରଥମେ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଛି । ଏପରି କି କେବଳ ଅଫିସର୍ ନୁହେଁ, ସର୍ବସାଧାରଣଙ୍କ ମତ ମଧ୍ୟ ଆବଶ୍ୟକ କରୁଛନ୍ତି । ଗଣତନ୍ତ୍ରର ସର୍ବପଥ୍ରମ ମିଳିତ କେନ୍ଦ୍ର ପଞ୍ଚାୟତକୁ ସେଥିପାଇଁ ଅଧିକ କ୍ଷମତା ଦିଆଯାଇ ପଲ୍ଲୀସଭା ବା ଗ୍ରାମସଭା ମାଧ୍ୟମରେ ସିଧାସଳଖ ଏହି ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଚେଷ୍ଟା କରୁଛନ୍ତି । ଏଥି ସହିତ ଓଡ଼ିଶା ସରକାର ‘ଓଡ଼ିଶା ଡେଭଲପମେଣ୍ଟ ଜାତି, ଜାଗୃତି ଓ ପ୍ରଗତି / ୬୧
ଅଥରିଟି (ଓ.ଡି.ଏ.) ଆଇନ୍-୧୯୮୨’ ପ୍ରଣୟନ କରି କେତେକ ଉନ୍ନୟନ ସଂସ୍ଥା ଖୋଲି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବିକଶିତ କରିବାପାଇଁ ଚେଷ୍ଟା କରୁଛନ୍ତି ।

ଦାରିଦ୍ର୍ୟ ଦୂରୀକରଣରେ ଗ୍ରାମ୍ୟ ନାରୀଙ୍କ ଭୂମିକା - ବାସ୍ତବରେ କହିବାକୁ ଗଲେ ଦାରିଦ୍ର୍ୟର ଏକ ବଡ଼ କାରଣ ହେଉଛି ଗ୍ରାମୀଣ ମହିଳାଙ୍କ ଅଜ୍ଞାନତା । ପରିବାର ପରିଚାଳନାରେ ସେମାନଙ୍କ ଭୂମିକା ମୁଖ୍ୟ ଥିବାବେଳେ ସେମାନଙ୍କ ଉଦାସୀନତା ହିଁ ପାରିବାରିକ ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ପକାଉଛି । ବିନା ଖାଦ୍ୟରେ ଏମାନେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବାବେଳେ, ପୁରୁଷମାନେ ମଦ ପିଇ, ତାସ ଓ ପଶା ଖେଳି, କୁକୁଡ଼ା ଲଢେଇରେ ସମୟ ଅତିବାହିତ କରିଥାନ୍ତି । ନାରୀଗଣ ପୁରୁଷଙ୍କ ଭଳି କାର୍ଯ୍ୟ କରୁଥିଲେ ମଧ୍ୟ କମ୍ ମଜୁରି ମିଳିବା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନ ଥା’ନ୍ତି । କମ୍ ବୟସରେ କିଶୋରୀ କନ୍ୟାଙ୍କୁ ବିବାହ ଦେବା ଯୋଗୁଁ ପୁଷ୍ଟିହୀନତାଦ୍ୱାରା ଏମାନେ କେବଳ ରୋଗରେ ପଡ଼ୁନାହାନ୍ତି, ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଉଛନ୍ତି । ତେଣୁ ଏ ବିଷୟରେ ଏମାନଙ୍କୁ ସଚେତନ କରିବା ସର୍ବ ପ୍ରଥମେ ଆବଶ୍ୟକ । କୃଷି ଉତ୍ପାଦନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିବାରୁ ଏ ସଂପର୍କରେ ଅଧିକ ପ୍ରଶିକ୍ଷଣ ଦେବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଏମାନଙ୍କୁ ସଚେତନ ଓ କ୍ରିୟାଶୀଳ କରିବା ଆବଶ୍ୟକ ।

ଯୁଗରୁଚି ଅନୁଯାୟୀ ବିଭିନ୍ନ କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରିବା, ଏଥିପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବା ଦାୟିତ୍ୱ ସରକାର ନେବା ଉଚିତ । ଲୁଙ୍ଗି, ଗାମୁଛା ବୁଣିବା, ବିଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ ପ୍ରସ୍ତୁତି ବଳରେ ଚୀନ୍, ଜାପାନ ଭଳି ରପ୍ତାନୀ ଭିତ୍ତିକ ଇଲେକ୍ଟ୍ରୋନିକ୍ ସାଜ ସରଂଜାମ, ଆଧୁନିକ ଗୃହୋପକରଣ ନିର୍ମାଣକୁ କୁଟୀରଶିଳ୍ପର ମର୍ଯ୍ୟାଦା ଦେଇ ଗ୍ରାମ୍ୟ ମହିଳାମାନଙ୍କୁ ଏ ଦିଗରେ ପ୍ରଶିକ୍ଷିତ କରିପାରିଲେ, ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ହେବ ।

ଏଠାରେ ମନେରଖିବାକୁ ହେବ ଯେ, ଯେ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ପାଇନାହିଁ, ସେ ପର୍ଯ୍ୟନ୍ତ ଓଡ଼ିଶାରୁ ଦାରିଦ୍ର୍ୟ ଲୋପ ପାଇବ ନାହିଁ ।

                        ****

୬୨ / ଜାତି, ଜାଗୃତି ଓ ପ୍ରଗତି



<big>ଓଡ଼ିଶାରେ ରାଜନେତା ଓ ରାଜନୀତି

ଇଂରେଜମାନଙ୍କ ଭାରତ ଅଧିକାରକୁ ଯଦି ଶାସନର ଆଧୁନିକ ପର୍ଯ୍ୟାୟ କୁହାଯିବ, ତେବେ ରାଜନୀତିର ଆଧୁନିକୀକରଣ ବୋଧହୁଏ ସେହିଠାରୁ ହିଁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ଭାରତବର୍ଷର ପୂର୍ବଭାଗରେ ଥିବା ଆମ ରାଜ୍ୟ ଓଡ଼ିଶାରେ ଦେଖାଦେଇଥିବା ବର୍ତ୍ତମାନର ରାଜନୀତି ଇଂରେଜମାନଙ୍କ ଓଡ଼ିଶା ଅଧିକାର ପରେ ହିଁ ଆରମ୍ଭ ହୋଇଛି । ୧୮୧୭ର ପାଇକ ବିଦ୍ରୋହ ପରେ ବାରବାଟୀ ଦୁର୍ଗ ଧ୍ୱଂସ ତଥା ଅଖଣ୍ଡ ଉକ୍ରଳକୁ ଖଣ୍ଡବିଖଣ୍ଡିତ କରି ତତ୍କାଳୀନ ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶ ସହ ମିଶାଇବା ପରେ ବଳକା ଅଂଶକୁ ବଙ୍ଗଳା ପ୍ରେସିଡେନ୍ସି ଅଧୀନରେ ରଖି ଓଡ଼ିଆତ୍ୱକୁ ହଜାଇ ଦେବାର ଯେଉଁ ହୀନ ଚକ୍ରାନ୍ତ କରିଥିଲେ ଇଂରେଜମାନେ, ସେହି ଚକ୍ରାନ୍ତକୁ ପଣ୍ଡ କରି ସମଗ୍ର ଭାରତବର୍ଷରେ ପ୍ରଥମ କରି ଭାଷାଭିତ୍ତିକ ରାଜ୍ୟ ଗଠନ କରିଥିଲେ ଆମ ଓଡ଼ିଶାର ସୁଯୋଗ୍ୟ ସନ୍ତାନମାନେ । ମାତ୍ର ତତ୍କାଳୀନ ଇଂରେଜ ଶାସନ ନୀତି ପରବର୍ତ୍ତୀ ଓଡ଼ିଆଙ୍କୁ ଏଭଳି ଭାବରେ ଗ୍ରାସ କରିଦେଇଥିଲା ଯେ, ସେମାନେ ଓଡ଼ିଶାର ଦାୟିତ୍ୱ ନେବାର ମାତ୍ର ୫୦ ବର୍ଷ ଭିତରେ ଓଡ଼ିଶାକୁ ଭାରତର ଏକ ଦରିଦ୍ରତମ ରାଜ୍ୟରେ ପରିଣତ କରିଦେଲେ । ଏଥିପାଇଁ ଇଂରେଜମାନେ ବା ଆମ ନେତୃଗଣ ଯେତେ ପରିମାଣରେ ଦାୟୀ ନୁହେଁ, ଆମ ମାନସିକତା ତତୋଧିକ ପରିମାଣରେ ଦାୟୀ ଅଟେ ।

ଓଡ଼ିଶାରେ ରାଜନେତାକର୍ତ୍ତୃକ ରାଜନୀତି ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କଠାରୁ ଆରମ୍ଭ ହୋଇଥିଲେ ମଧ୍ୟ, ଆଧୁନିକପନ୍ଥୀ ରାଜନୀତି ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ ହୋଇଛି କହିଲେ ଭୁଲ୍ ହେବ ନାହିଁ । ଏଠାରେ ଆଧୁନିକ ରାଜନୀତିର ଅର୍ଥ ଗୋଡ଼ଟଣା ରାଜନୀତି, ଯାହା କେବଳ ବ୍ୟକ୍ତି ସ୍ୱାର୍ଥପାଇଁ ଉଦ୍ଦିଷ୍ଟ, ବ୍ୟଷ୍ଟିଙ୍କପାଇଁ ନୁହେଁ । ଏହା ଏଭଳି ଭାବେ ପରବର୍ତ୍ତୀ ପିଢ଼ିଙ୍କୁ ସଂକ୍ରମିତ କଲା ଯେ,

ଜାତି, ଜାଗୃତି ଓ ପ୍ରଗତି / ୬୩
କିଛିିଦିନ ପରେ ଏହା ପରିବର୍ଦ୍ଧିତ ରୂପ ନେଇ ପରମ୍ପରା ଭାବେ ଏକ ଅଲିଖିତ ସ୍ୱୀକୃତି ଲାଭ କଲା । ଅର୍ଥାତ୍ ମଧୁର କଥା, ଓଜଃପୂର୍ଣ୍ଣ ଭାଷଣ, କପଟ ଆଚରଣ, ତୋଷାମଦ ସହ ଗୋଡ଼ଟଣା ପ୍ରବୃତ୍ତିଦ୍ୱାରା ସାଧାରଣ ଲୋକଟିଏ ଲୋକ-ପ୍ରତିନିଧି ହୋଇଯିବା ପରେ ଶାସନ ଦଣ୍ଡକୁ ହାତରେ ଧରିବାପାଇଁ ଏପରି ବ୍ୟାକୁଳ ହୋଇ ଉଠନ୍ତି ଯେ, ରାଜାଙ୍କ ନୀତିକୁ ସେମାନେ ‘ବାଜ’ର ନୀତି ଭାବେ ସ୍ୱୀକାର କରିବାକୁ ତିଳେମାତ୍ର କୁଣ୍ଠା ପ୍ରକାଶ କରି ନାହାନ୍ତି । ନିଜର ସ୍ୱାର୍ଥ ସାଧନପାଇଁ ଅକ୍ଳେଶରେ ମନ୍ତ୍ରିମଣ୍ଡଳକୁ ରାତାରାତି ଭାଙ୍ଗି ନୂଆ ମନ୍ତ୍ରୀଙ୍କୁ ଜନସମ୍ମୁଖକୁ ଆଣି ପ୍ରତିଶ୍ରୁତି ପାଳନ କରିବାର ପାରିଲା ପଣିଆ ଦେଖାଉଥିବାବେଳେ, ଭୁଲିଯାଆନ୍ତି ଯେ ଏଥିପାଇଁ ନିରୀହ ଜନସାଧାରଣ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କପାଇଁ ଯାହା ଖେଳ, ଜନସାଧାରଣଙ୍କପାଇଁ ତାହା କାଳ ବୋଲି ସେତେବେଳେ ବୁଝୁଛନ୍ତି; ଯେତେବେଳେ ୫ ବର୍ଷର ସୁଖସମୃଦ୍ଧି ପରେ ଜନସାଧାରଣ ତାଙ୍କୁ ପ୍ରତ୍ୟାଖ୍ୟାନ କରି ସାଧାରଣ ମଣିଷ ସ୍ତରକୁ ନେଇ ଆସନ୍ତି । ଏକଥା ଜାଣି ମଧ୍ୟ ସେମାନେ ଚିରାଚରିତ ପ୍ରଥା ଦୁର୍ନୀତିକୁ ଦୂରେଇ ଦେବା ପରିବର୍ତ୍ତେ ସର୍ବଦା ତା’ର ପାଖେପାଖେ ରହିଥାନ୍ତି । କାରଣ ୫ ବର୍ଷର ପାର୍ଥିବ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଆଜୀବନ ଉପଭୋଗ କରିବାର ଏକମାତ୍ର ପଥ ହେଉଛି ଦୁର୍ନୀତି । ଏହାର ମାଧ୍ୟମ ହେଉଛି ଛଳନା,ମଧୁର ବଚନ ଓ ଓଜଃପୂର୍ଣ୍ଣ ଭାଷଣ ।

ଉକ୍ତ କଥନର ସତ୍ୟତା କେତେ, ତାହା ଯେକୌଣସି ଶିକ୍ଷିତ ଅଶିକ୍ଷିତ ବ୍ୟକ୍ତି ନିର୍ବିଶେଷରେ ହୃଦୟଙ୍ଗମ କରିପାରିବେ । କାରଣ ଛଳନାଟି କେବଳ ଆଉ ରାଜନୀତି ମଧ୍ୟରେ ସଂକୁଚିତ ହୋଇ ରହିନାହିଁ । ପଞ୍ଚାୟତକୁ ସର୍ବକ୍ଷମତା ଦେଇସାରିବା ପରେ ରାଜନୀତିର ଅନ୍ତିମଚରଣ ଗ୍ରାମପଞ୍ଚାୟତ ସଂପର୍କିତ ବ୍ୟକ୍ତିମାନେ ଛଳନାର ଅକ୍ଟୋପାସ ଭିତରକୁ ଏଭଳି ଭାବେ ଚାଲି ଆସୁଛନ୍ତି ଯେ, ଯାହାକୁ କିଛିିଦିନ ପୂର୍ବରୁ ନିରୀହର ସଂଜ୍ଞା ଦିଆଯାଉଥିଲା, ସେମାନେ ଟାଉଟରୀ କରି ଜଣେ ପୋଖତ ରାଜନୀତିଜ୍ଞର ପରିଚୟଟିଏ ସୃଷ୍ଟି କରିବା ସହ ଉପରିସ୍ଥ ରାଜନେତାଙ୍କ ଦପ୍ତର ନିକଟରେ ପହଞ୍ଚି ହାରିଗୁହାରୀ ତଥା ରାଜନୀତିର ଦା’ ପେଞ୍ଚ ଖେଳ ଅକ୍ଳେଶରେ ଖେଳି ପାରୁଛନ୍ତି । କେବଳ ସେତିକି ନୁହେଁ, ମହାନ ନେତା ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳା ଅଧିକାରକୁ ସ୍ୱୀକୃତି ଦେଇ ମହିଳା ସୁରକ୍ଷା ପ୍ରତି ପରୋକ୍ଷରେ ଜନଜାଗରଣ ସୃଷ୍ଟି କରିଥିଲେ ମଧ୍ୟ, ପ୍ରତ୍ୟକ୍ଷ ଭାବରେ ରାଜନୀତିକୁ ଘରର ହାଣ୍ଡିଶାଳ ଭିତରେ ପହଞ୍ଚାଇ ପାରିବାର ବିଶୃଙ୍ଖଳାଟିଏ ସୃଷ୍ଟି କରିଛନ୍ତି । କାରଣ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ଯାହା କେବଳ ତ୍ରିସ୍ତରୀୟ ପଞ୍ଚାୟତ ମଧ୍ୟରେ ସୀମିତ ଏବଂ ଯେଉଁଠି ପାରମ୍ପରିକ ଭାବେ ପରିବାରର ସ୍ନେହ, ପ୍ରେମ ତଥା କର୍ତ୍ତବ୍ୟ ନିଷ୍ଠାର ବୀଜ ସଂଗୋପନରେ ଜୀବିତ । ସର୍ବୋପରି ପୁରୁଷକୁ ସ୍ୱାମୀ ବା ପ୍ରଭୁତ୍ୱର ଆସନରେ ମଣ୍ଡିତ


୬୪ / ଜାତି, ଜାଗୃତି ଓ ପ୍ରଗତି
କରିଥିବା ନାରୀଙ୍କୁ ଶାସନ ଅଧିକାର ଦେଲେ ମଧ୍ୟ କେବଳ ୩୩ ପ୍ରତିଶତ ସ୍ୱାମୀ ଅନୁଗତା ରାବିଡ଼ି ଦେବୀ ସହ ଲାଲୁ ଯାଦବ ସୃଷ୍ଟି ହୋଇଛନ୍ତି ସିନା, ମାତ୍ର ଇନ୍ଦିରା କିମ୍ବା ନନ୍ଦିନୀଟିଏ ଏପର୍ଯ୍ୟନ୍ତ ସୃଷ୍ଟି ହେବାର ନମୂନାଟିଏ ଓଡ଼ିଶାବାସୀ ଦେଖିପାରିଲେ ନାହିଁ ବିଗତ ପଚିଶ ବର୍ଷ ମଧ୍ୟରେ । ବରଂ ନାରୀ ଅଧିକାର ନାମରେ ଏମାନଙ୍କୁ ରାଜନୀତିକୁ ଟାଣିଆଣିବାଦ୍ୱାରା ଅନେକ ନିର୍ବାଚିତ ନାରୀ ପ୍ରତିନିଧି ଅସହାୟରେ ହେଉ ବା କ୍ଷମତା ଅର୍ଥ ବା ପ୍ରଭୁତ୍ୱର ଲାଳସାରେ ହେଉ; ଉପରିସ୍ଥ ରାଜନେତା, ଅଫିସର ତଥା ଗାଁ’ ଟାଉଟରଙ୍କ କାମଲାଳସାର ସାମଗ୍ରୀ ପାଲଟି ଯାଇଛନ୍ତି ।

ଏହା ତ ଗଲା ଗ୍ରାମ ରାଜନୀତି ବିକେନ୍ଦ୍ରୀକରଣର ଭିତିରି ରୂପ । ବାହ୍ୟ ରୂପକୁ ବିଶ୍ଳେଷଣ କଲେ ଜଣାଯିବ ଯେ, ସ୍ୱାଧୀନତା ପରେ ଗ୍ରାମ ସ୍ୱରାଜ ନାରାର ସଫଳ ରୂପାୟନପାଇଁ ଗାଁ’ରୁ ହିଁ ଶାସନର ଶୁଭାରମ୍ଭ ଦିଆଯାଇ ଗ୍ରାମର ବିକାଶ ହିଁ ରାଷ୍ଟ୍ରର ବିକାଶ ବୋଲି ପ୍ରତ୍ୟେକ ରାଜନେତାର କର୍ତ୍ତବ୍ୟ ବୋଲି ଯେଉଁ ଘୋଷଣା କରାଯାଇଥିଲା, ତାହା କେବଳ ବାକ୍‌ପଟୁତା ଭିତରେ ହିଁ ସୀମିତ ହୋଇ ରହିଗଲା । କାରଣ ରାଷ୍ଟ୍ର ପୁନଃନିର୍ମାଣ କ୍ଷେତ୍ରରେ ବଡ଼ ବଡ଼ କଳକାରଖାନା, ରାସ୍ତା, ନ‌ଦୀପୋଲ କିମ୍ବା ସରକାରୀ ଗୃହ ନିର୍ମାଣରେ ହେଉଥିବା ଦୁର୍ନୀତି ଗ୍ରାମାଞ୍ଚଳକୁ ଏଭଳି ସଂକ୍ରମିତ କଲା ଯେ, ଛୋଟ ଛୋଟ ଗ୍ରାମରାସ୍ତା ସଂଯୋଗୀକରଣରେ ପଡ଼ୁଥିବା ମାଟିରେ ମଧ୍ୟ ଦୁର୍ନୀତି ରହିଲା । ଏପରିକି କାମ ନ କରି ମଧ୍ୟ ବିଲ୍ ପାଶ୍ ହେବାର କୌଶଳ ଆଉ ସହରର ବଡ଼ ବଡ଼ କଣ୍ଟ୍ରାକ୍ଟରଙ୍କ ଏକଚାଟିଆ ହୋଇ ରହିଲା ନାହିଁ । ବରଂ ଏହାଠାରୁ ପାଦେ ଆଗେଇ ଗଲେ ଲାଇସେନ୍ସ କରି ନ ଥିବା ଗାଁ’ର ଛୋଟ ଛୋଟ କଣ୍ଟ୍ରାକ୍ଟରଙ୍କମାନେ । ପୋଖରୀ ନ ଖୋଳି ବିଲ୍, ନଳକୂପ ନ ବସାଇ ବିଲ୍, ମାଟି ନ ପକାଇ ବିଲ୍, ମୋରମ୍, ପଥର ନ ବିଛାଇ ବିଲ୍, କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀକେନ୍ଦ୍ର ନାମରେ ନିଜଘର କରି ବିଲ୍ - ଏମିତି କେତେ କ’ଣ ଅଭିଯୋଗ ଆମେ ପାଇପାରିବା ଓଡ଼ିଶାର ଯେକୌଣସି ଗ୍ରାମର ନିରୀହ ଅଥଚ ଅଳସୁଆ ଅଧିବାସୀଙ୍କଠାରୁ । ଖାଲି ସରପଞ୍ଚ, ଦୁର୍ନୀତିର ପରାମର୍ଶଦାତା ପଞ୍ଚାୟତ ସଂପାଦକ, ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା ବି.ଡ଼ି.ଓ.ଙ୍କ ପତ୍ନୀଙ୍କୁ ଖୁସି କରି ପାରିଲେ ହେଲା । ଏଇଟା ଅବଶ୍ୟ ଇଂରେଜମାନଙ୍କଠାରୁ ଆସିଛି, ସହରୀ ସଭ୍ୟତା ମଧ୍ୟଦେଇ ଗ୍ରାମ ପରିବେଶ ଭିତରକୁ । ଏଥିପାଇଁ ବିରୋଧ କଲେ ବିରୋଧୀ ବ୍ୟକ୍ତି ଅପଦସ୍ଥ ହେବା ସହ ଜୀବନ ପ୍ରତି ବିପଦ ଥିବାର ବହୁ ସଂକେତ ଆମେ ଦେଖିବାକୁ ପାଇବା । ଏଭଳି ଏକ ଘଟଣା ମଧ୍ୟ ମୋ ନିଜ ଅନୁଭୂତି ମଧ୍ୟରେ ସଂଜୀବିତ । ଯାଜପୁର ବ୍ଲକ୍ ଅଧୀନରେ ଥିବା ଆମ ଗ୍ରାମକୁ ଆସିଥିବା ଏକ ପୋଖରୀ ଖନନ ତଥା ଗ୍ରାମ ରାସ୍ତାରେ ନାଲିଗୋଡ଼ି ବିଛାଇବାର କାର୍ଯ୍ୟ ଉପରୋକ୍ତ ସୂତ୍ରରେ ହେଉଥିବା ଜାଣି ସଦ୍ୟ ବଦଳି ହୋଇ ଆସିଥିବା ତଥା ଗ୍ରାମ ରାଜନୀତି ସଂପର୍କରେ ଜାତି, ଜାଗୃତି ଓ ପ୍ରଗତି / ୬୫
ଅନଭିଜ୍ଞ ଥିବା ଜଣେ ଅଧ୍ୟାପକ ଭାଇଙ୍କ ତୀବ୍ର ବିରୋଧ ତଥା ତାଙ୍କର ଘନିଷ୍ଠ ବନ୍ଧୁ ଥିବା ବ୍ଲକ୍ ବି.ଡ଼ି.ଓ.ଙ୍କୁ ବିଧି ମୁତାବକ ଜଣାଇବା ପରେ ଏଥିପାଇଁ କୌଣସି ପଦକ୍ଷେପ ତ ନିଆଗଲା ନାହିଁ, ବରଂ ସର୍ବସାଧାରଣରେ ତାଙ୍କୁ ଯେପରି ଭାବରେ ଶ୍ରୀଅକ୍ଷର ବିବର୍ଜିତ କଣ୍ଟ୍ରାକ୍ଟରମାନେ ଲାଞ୍ଛିତ, ଅପମାନିତ କରି ମାନସିକ ନିର୍ଯାତନା ଦେଇଥିଲେ, ଏହା ପରେ ଗ୍ରାମବାସୀଙ୍କ ନୀରବତାରେ ବ୍ୟଥିତ ହୋଇ ସେ ଗାଁ’ କଥାରେ ମୁଣ୍ଡ ନ ପୂରାଇବାର ବଜ୍ର ଶପଥଟିଏ ନେଇଥିଲେ । ଏହିଭଳି ଅନେକ ଘଟଣା ଗ୍ରାମାଞ୍ଚଳରେ ଘଟୁଛି ପାଟି ଫିଟାଇଲେ ହଣାକଟା ଭଳି ରାଜନୈତିକ ସଂଘର୍ଷର ରୂପ ନେଉଛି । ଏଥିରେ ବଳି ପଡ଼ୁଛି ସାଧାରଣ ମୂଲିଆ ବା ନିରୀହ ଚାଷୀ, କିନ୍ତୁ ଥିଲାବାଲା ଝଗଡ଼ା କରି ଖସି ଚାଲିଯାଉଛି ।

ତେଣୁ ‘କୁଟିଳ ଚିନ୍ତାଧାରା ସହ ଆତ୍ମସ୍ୱାର୍ଥ’ ବଡ଼ ନେତାଠାରୁ ଛୋଟ ନେତାଙ୍କଠାରେ ବର୍ତ୍ତମାନ ଅଧିକ ପରିମାଣରେ ଦେଖାଦେଇଛି । କାର୍ଯ୍ୟକ୍ଷତାକୁ ଲୋକସମ୍ମୁଖକୁ ନ ଆଣି କୁକାର୍ଯ୍ୟରେ ଲିପ୍ତହେବାଦ୍ୱାରା ଓଡ଼ିଶାର ସ୍ଥିତି ଯେ କେତେ ଦୟନୀୟ ହୋଇଯାଇଛି ତାହା ସହଜେ ଅନୁମେୟ । ସେମାନେ ଏତିକି ବୁଝିପାରୁ ନାହାନ୍ତି ଯେ, ଏହି କୁତ୍ସତି ରାଜନୀତିଦ୍ୱାରା କେବଳ ଉକ୍ତ ଅଞ୍ଚଳ ଅବିକଶିତ ହୋଇ ରହୁନାହିଁ, ବରଂ ସାରା ରାଜ୍ୟର ପ୍ରଗତିକୁ ବନ୍ଦ କରି ଦିଆଯାଉଛି । ଅନ୍ୟ ରାଜ୍ୟଗୁଡ଼ିକ, ଯେଉଁମାନଙ୍କ ସ୍ଥିତି କୋଡ଼ିଏ ପଚିଶ ବର୍ଷ ପୂର୍ବରୁ ଓଡ଼ିଶା ଭଳି ଥିଲା, ସେମାନେ ଆଜି ବିକାଶର ଶିଖର ଦେଶରେ । ସେମାନଙ୍କଠାରୁ ମାଛ, କୁକୁଡ଼ା, ଲେମ୍ବୁ, କଦଳୀ, ନଡ଼ିଆ, ଆମ୍ବ, ସପୁରୀ ଆସିଲେ ଆମର ପୂଜା ପାର୍ବଣ, ବିବାହବ୍ରତ ସୁରୁଖୁରୁରେ ହୁଏ । ରାସ୍ତା ବନ୍ଦ ହେଲେ ଆମର ପୂଜାପାର୍ବଣର ହସଖୁସି ମଉଳିଯାଏ । ବରଯାତ୍ରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଗଲା ନାହିଁ ବୋଲି ବର ବେଦୀରୁ ଉଠିଯାଏ କିମ୍ବା ଫଳମୂଳ ଯୋଗାଡ଼ କରିପାରିଲେ ନାହିଁ ବୋଲି ଅଭିମାନିନୀ ସ୍ତ୍ରୀ ତା’ର ସ୍ୱାମୀର ପାରିଲାପଣିଆକୁ ଭର୍ତ୍ସନା କରେ । ମାତ୍ର ସେମାନେ କେବେ ଚିନ୍ତା କରିଛନ୍ତି କି ପ୍ରାକୃତିକ ସଂପଦରେ ଭରପୁର ଆମ ଅଞ୍ଚଳରେ ଏହାର ଉତ୍ପାଦନ ହେଉନାହିଁ କାହିଁକି? ଏଥିପାଇଁ ବହୁ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ତଥାପି କାହିଁକି ଆମର ଏ ଭିକାରୀ ଅବସ୍ଥା ! ଯଦି କିଣିବାପାଇଁ ଆମ ପକେଟରେ ଯଥେଷ୍ଟ ପଇସା ଅଛି, ତେବେ ଏ ବିଭାଗ ବନ୍ଦ କରିବାକୁ ସରକାରଙ୍କ ଉପରେ ଚାପ ପଡ଼ୁନାହିଁ କାହିଁକି? ପ୍ରଶାସକ ହିସାବରେ ଗୁଡ଼ିଏ ଅଯୋଗ୍ୟ ଲୋକ ବସିଛନ୍ତି । ଏ କଥାକୁ ରାଜନେତାଠାରୁ ଶାସନ କ୍ଷମତାର ସର୍ବୋଚ୍ଚ ଅଧିକାରୀ ‘ସାଧାରଣ ଜନତା’ ଜାଣିଥିଲେ ମଧ୍ୟ, ସେମାନଙ୍କୁ ଅନ୍ତର କରାଯାଉନାହିଁ କାହିଁକି? କାହିଁକି ଆଜି ସୁଦକ୍ଷ ତଥା ମେଧାବୀ ଛାତ୍ରଛାତ୍ରୀମାନେ ଆତ୍ମନିଯୁକ୍ତିପାଇଁ ଡହଳ ବିକଳ ହେଉଛନ୍ତି? ଜୀବନର ଅନ୍ୱେଷାକୁ କାହିଁକି ଭିକ୍ଷୁକ ପରି ଅନ୍ୟ ହାତରେ ଟେକିଦେବାକୁ କୁଣ୍ଠାବୋଧ କରୁ ନାହିଁ ଭଲ ଛାତ୍ରଟିଏ ?

୬୬ / ଜାତି, ଜାଗୃତି ଓ ପ୍ରଗତି
ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣି ବିଫଳ ହେବା ପରେ ଶାସନ ନାମରେ ଓଡ଼ିଶା ସରକାର ପୁଣି ଇଂରେଜ ଜାତିଠାରେ ହାତ ପାତୁଛି କାହିଁକି ? ସେମାନଙ୍କ ପରାମର୍ଶରେ ନିଯୁକ୍ତିର ସୁଯୋଗ ବନ୍ଦ କରିଦେଲେ ଓଡ଼ିଶା କିଭଳି ବିକାଶର ଚରମ ସୀମାରେ ପ‌ହ‌ଞ୍ଚି ପାରିବ ? ଏଭଳି ଅନେକ ପ୍ରଶ୍ନ ଉଠୁଛି ଆମ ମନ ମଧ୍ୟରେ ।

                          (୨)

ଓଡ଼ିଶା କେବଳ ଏକ ଗ୍ରାମବହୁଳ ରାଜ୍ୟ ନୁହେଁ, ନେତାବହୁଳ ରାଜ୍ୟ ମଧ୍ୟ । ଯେଉଁ ନେତାମାନେ ରାଷ୍ଟ୍ରସ୍ୱାର୍ଥ ଅପେକ୍ଷା ନିଜସ୍ୱାର୍ଥ ଉପରେ ବେଶି ଗୁରୁତ୍ୱ ଦେଇଥାନ୍ତି, ଓଡ଼ିଆଏ ସେଇମାନଙ୍କ ହାତରେ ହିଁ ଶାସନ‌ଦଣ୍ଡ ଧରାଇ ଦିଅନ୍ତି । ଆଶା କରନ୍ତି ସର୍ବନିମ୍ନ ଆବଶ୍ୟକତାକୁ ସିଂହରୂପୀ ଶୃଗାଳମାନେ ପୂରଣ କରିବେ । ତେବେ ୫୦ ବର୍ଷ ମଧ୍ୟରେ ଏହି ନେତାମାନେ ସମ୍ବିଧାନ ଲିଖିତ ମୌଳିକ ଆବଶ୍ୟକତା ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କରେ କିଭଳି ପଦକ୍ଷେପ ନେଇଛନ୍ତି, ତାହା ବର୍ତ୍ତମାନ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ।

ପ୍ରଥମେ ଶିକ୍ଷା କଥା ଚିନ୍ତା କରାଯାଉ । ଶିକ୍ଷିତ ବ୍ୟକ୍ତି ହେଉଛନ୍ତି ଦେଶର ପ୍ରଗତିର ମୂଳ ଭିତ୍ତି । ଇଂରେଜ ଶାସନାଧୀନ ଓଡ଼ିଶାବାସୀ ରାଜା, ଜମିଦାରଙ୍କ ଅତ୍ୟାଚାରର ଶିକାର ହୋଇ କେବଳ ଦାନା ଗଣ୍ଡାଏ ଯୋଗାଡ଼ରେ ଅହରହ ସଂଗ୍ରାମରେ ବ୍ରତୀ ଥିଲେ । ସେ ସଂଗ୍ରାମ ଭିତରେ ଅକ୍ଷର ଶିକ୍ଷା କରିବା ଥିଲା ଅସମ୍ଭବ ବ୍ୟାପାର । ଯଦିବା କେହି ନିଜ ପିଲାଙ୍କୁ ଅବଧାନଙ୍କ ଚାଟଶାଳୀରେ ବସାଇବାକୁ ଚେଷ୍ଟା କରୁଥିଲା, ସ୍ୱଚ୍ଛଳବର୍ଗଙ୍କ ରୋଷର ଶିକାର ହୋଇ ମାନସିକ ଓ ଶାରୀରିକ ନିର୍ଯାତନା ପାଉଥିବାର ବହୁ ନମୂନା ଆମେ ପୂର୍ବ ପୁରୁଷଙ୍କଠାରୁ ଶୁଣିଛୁ । ତେଣୁ ସ୍ୱତଃ ଏଭଳି ଏକ ପିଢ଼ି ଓଡ଼ିଶାରେ ଦେଖାଦେଲେ, ଯେଉଁମାନଙ୍କର କଥିତ ଭାଷା ଥିଲା ଓଡ଼ିଆ, ମାତ୍ର ଲିଖିତ ରୂପ ଥିଲା ବାମ ବୃଦ୍ଧାଙ୍ଗୁଳିର ଟିପଚିହ୍ନ । ଉପେନ୍ଦ୍ର, ଅଭିମନ୍ୟୁ, ଗୋପାଳକୃଷ୍ଣ ଆଦିଙ୍କ ପଦାବଳୀ ଏମାନଙ୍କ ତୁଣ୍ଡରେ ଅହରହ ଥିବାବେଳେ ଆଉ କିଛି ସୃଷ୍ଟି କରିବାର ତୀବ୍ର ଅଭୀପ୍ସା ହିଁ କେବଳ ଭୀମଭୋଇ ଭଳି ଅନ୍ଧ, ଛୋଟାମାନଙ୍କଠାରେ ରହୁଥିଲା । ଯଦ୍ଦ୍ୱାରା ଓଡ଼ିଶାରେ ଶିକ୍ଷିତ ଓଡ଼ିଆ (ବ୍ରାହ୍ମଣ, କରଣ)ଙ୍କ ସହ ଇଂରେଜୀ ଚାକର ବଙ୍ଗାଳୀମାନଙ୍କ ପ୍ରଭାବ ଏଭଳି ରହିଲା ଯେ, ସୀମିତ ସଂଖ୍ୟକ ଶିକ୍ଷିତ ଓଡ଼ିଆଙ୍କୁ ଅତିକ୍ରମ କରି ବଙ୍ଗାଳୀମାନେ ଆଗଙ୍ଗା-ଗୋାବରୀ ଓଡ଼ିଶା ଭଳି ବିଶାଳ ଅଞ୍ଚଳ (ଅବଶ୍ୟ ସେତେବେଳକୁ ସଂକ୍ଷିପ୍ତ ରୂପ ନେଇ ସାରିଥଲା)ରେ ନିଜ ଭାଷା ପ୍ରଚଳନପାଇଁ ଦାବି କରିବାର ଦୁଃସାହସଟିଏ କରିପାରିଲେ । ତେଣୁ ସେହି ଦୁଃସାହସର ପରିଣାମକୁ ବୁଝିପାରି ଆଗଧାଡ଼ିର ଓଡ଼ିଆଏ ଶିକ୍ଷାର ପ୍ରସାରପାଇଁ ଏଭଳି କାର୍ଯ୍ୟ କରି


ଜାତି, ଜାଗୃତି ଓ ପ୍ରଗତି / ୬୭
‘ଭୋକିଲା ପେଟରେ ଯେ ଅକ୍ଷର କିପରି ଶିକ୍ଷା କରିହୁଏ’ ତାହା ସମଗ୍ର ବିଶ୍ୱକୁ ଦେଖାଇ ଦେଇଥିଲେ । କେବଳ ସେତିକି ନୁହେଁ, ସେହି ଉକ୍ରଟ ଦାରିଦ୍ର୍ୟ ମଧ୍ୟରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରକୁ ବୁଝି ସର୍ବପ୍ରଥମେ ଭାଷାଭିତ୍ତିକ ରାଜ୍ୟଟିଏ ଗଠନ କରିଥିଲେ ଅନ୍ୟ ରାଜ୍ୟ ତୁଳନାରେ ଖୁବ୍ କମ୍ ସମୟ ମଧ୍ୟରେ । ସ୍ୱାଧୀନତା ପରେ ବିକାଶର ଚରମ ସୀମାରେ ଦେଶ ପ‌ହ‌ଞ୍ଚିବ ବୋଲି ଯେପରି ପ୍ରତ୍ୟେକ ଭାରତବାସୀଙ୍କ ସ୍ୱପ୍ନ ଥିଲା, ସେହିଭଳି ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ପ୍ରକୃତିର ଗେହ୍ଲାପୁଅ ଓଡ଼ିଶା ଓ ଓଡ଼ିଆ ସଂପୂର୍ଣ୍ଣ ବିକଶିତ ହୋଇ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବାର ସ୍ୱପ୍ନ ପ୍ରତ୍ୟେକ ଓଡ଼ିଆଙ୍କର ଥିଲା । ମାତ୍ର ସ୍ୱାଧୀନତା ପରେ ଆମ ନେତାଗଣ ସମ୍ବିଧାନରେ ଖାତା ଖେଳାଇ ଶାସନ କଲାବେଳକୁ ସ୍ୱଚ୍ଛ ମାନସିକତା, ନୈତିକତା, ଦାୟିତ୍ୱବୋଧ, କର୍ତ୍ତବ୍ୟନିଷ୍ଠା ସର୍ବୋପରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ଉତ୍ତରଦାୟିତ୍ୱକୁ ସଂପୂର୍ଣ୍ଣ ରୂପେ ଭୁଲି ଯାଇ ସାରିଥିଲେ । ଫଳରେ ଶିକ୍ଷାନୀତି କେବଳ ପରିସଂଖ୍ୟାନରେ ଚାଲିଲା ସିନା, ଶିକ୍ଷିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଲା ନାହିଁ । କାହିଁକି ବଢ଼ୁ ନାହିଁ, ଏବଂ ଏଥିପ୍ରତି ସରକାରଙ୍କ ଆନ୍ତରିକତା କିଭଳି ଅଛି ? ସେଭଳି ଅସଂଖ୍ୟ ନମୂନା ମଧ୍ୟରୁ ଗୋଟିଏ ମାତ୍ର ଦେଉଛି ବର୍ତ୍ତମାନର ଶିକ୍ଷା ସଂପର୍କିତ ସରକାରୀ କାର୍ଯ୍ୟଧାରା ଉପରେ ।

କଳାପଟା ଅଭିଯାନ, ପ୍ରୌଢ଼ଶିକ୍ଷା କେନ୍ଦ୍ର ପରେ ‘ରାଜ୍ୟ ଜନଶିକ୍ଷା ସାଧନକେନ୍ଦ୍ର’ ଯାଜପୁର ଜିଲ୍ଲାବାସୀଙ୍କୁ ସାକ୍ଷର କରିବାପାଇଁ ଗଠନ କରିଥିବା ‘ଜିଲ୍ଲା ସାକ୍ଷରତା ସମିତି’ର କାର୍ଯ୍ୟଦକ୍ଷତା କେବଳ ମଧୁର ବକ୍ତୃତା ପ୍ରଦାନକାରୀ ତ‌ତ୍କାଳୀନ ଜିଲ୍ଲାପାଳଙ୍କ ନଖଦର୍ପଣରେ ଗଚ୍ଛିତ ହୋଇଥିଲା; ଯାହାକୁ ନେଇ ସେ ଏହାର ଗତି, ପ୍ରଗତି, ଅଗ୍ରଗତି ସଂପର୍କରେ ତତ୍‌କ୍ଷଣାତ୍ ତଥ୍ୟ ଯୋଗାଇ ଦେଇ ପାରୁଥିଲେ । ଜିଲ୍ଲାରେ ନିରକ୍ଷର ସର୍ଭେପତ୍ର ମୁଦ୍ରଣଠାରୁ ପୁସ୍ତକ ମୁଦ୍ରଣ ପର୍ଯ୍ୟନ୍ତ ହୋଇଥିବା ଦୁର୍ନୀତିକୁ ନୀତି ଭାବରେ ଗ୍ରହଣ କରାଯାଇ କେବଳ କାର୍ଯ୍ୟ ଦକ୍ଷତା ସଂପର୍କରର ଏଠାରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଭାବରେ ଗ୍ରହଣ କରାଯାଉଛି ।

ଯାଜପୁର ଜିଲ୍ଲାପାଳଙ୍କ ହିସାବ ଅନୁସାରେ ମୋଟ୍ ୧୬ ଲକ୍ଷ ୬୩ ହଜାର ୪୧୨ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୧ ଲକ୍ଷ ୭୨ ହଜାର ୪୯୭ ଜଣ ନିରକ୍ଷର (ପ୍ରକୃତରେ ଏହାର ସଂଖ୍ୟା ବହୁ ଅଧିକ) । ମାତ୍ର ଉପରୁ ନିର୍ଦ୍ଦେଶ ଆସିଛି କହି ପୁଣି ଥରେ ସର୍ଭେ କାର୍ଯ୍ୟ ମାଧ୍ୟମରେ କାଗଜ କଲମରେ ସଂଖ୍ୟା କମାଇ ଦିଆଗଲା ଏବଂ ସୁକିନ୍ଦା ଭଳି ଅନଗ୍ରସର ଆଦିବାସୀ ବହୁଳ ଅଞ୍ଚଳରେ ୧୪ରୁ ୩୫ ବର୍ଷ ମଧ୍ୟରେ ଥିବା ମୋଟ୍ ୪୦,୩୧୯ ଜଣ ବ୍ୟକ୍ତି ମଧ୍ୟରୁ ୮,୧୪୩ ଜଣ ନିରକ୍ଷର ଅଛନ୍ତି ବୋଲି ଦର୍ଶାଇବାକୁ କୁହାଯାଇଥିବାବେଳେ, ବଡ଼ଚଣା ଭଳି ଯୋଗାଯୋଗ, ଶିକ୍ଷା ତଥା ଆର୍ଥିକସ୍ୱଚ୍ଛଳ ସମ୍ପନ୍ନ


୬୮ / ଜାତି, ଜାଗୃତି ଓ ପ୍ରଗତି
ବ୍ଲକରେ ଏହି ବୟସର ମୋଟ୍ ୭୪,୯୪୩ ଜଣଙ୍କ ମଧ୍ୟରୁ ୭୧,୨୯୦ ଜଣ ନିରକ୍ଷର ଥିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାପଡ଼େ । ଅର୍ଥାତ୍ ବଡ଼ଚଣା ବ୍ଲକରେ ସରକାରଙ୍କ ତଥ୍ୟ ଅନୁସାରେ ୩,୧୫୩ ଜଣ ସାକ୍ଷର ଥିବାବେଳେ ୧୪ରୁ ୨୦ ବର୍ଷ ମଧ୍ୟରେ ୧୯୯୮-୯୯ରେ ଏହି ବ୍ଲକ‌ରୁ ୫୫ଟି ହାଇସ୍କୁଲ ଓ ୭ଟି ମହାବିଦ୍ୟାଳୟର ମୋଟ୍ ଛାତ୍ରଛାତ୍ରୀ ସଂଖ୍ୟା ୧୪,୩୮୦ ବୋଲି ଜିଲ୍ଲା ପରିସଂଖ୍ୟାନ ବହି ୧୯୯୯ରେ ମୁଦ୍ରିତ ଅଛି । ତେଣୁ କିଭଳି ଭାବରେ ପ୍ରଶାସକ-ଉଚ୍ଚଶିକ୍ଷିତ ବର୍ଗ ଜନସାଧାରଣଙ୍କ ଆଖିରେ ଆଙ୍ଗୁଳି ଖେଞ୍ଚିଛନ୍ତି, ତାହା ସରକାରୀ ରିପୋର୍ଟରୁ ସହଜେ ଅନୁମେୟ । ବ୍ୟକ୍ତିଙ୍କୁ ଚିହ୍ନଟ କରି ଏମାନଙ୍କ ସାକ୍ଷରତାପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କଠାରୁ ମିଳିଛି ୫୧ ଲକ୍ଷ ଏବଂ ରାଜ୍ୟ ସରକାରଙ୍କଠାରୁ ମିଳିଛି ୨୫.୫୦ ଲକ୍ଷ; ମୋଟ୍ ୭୬ ଲକ୍ଷ ୫୦ ହଜାର ଟଙ୍କା । ଆହୁରି ପରବର୍ତ୍ତୀ ଦଫାରେ କେତେ ମିଳିବ ତାହା ଜିଲ୍ଲାପାଳ ତଥା ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଜଣା । ତେବେ ବର୍ତ୍ତମାନ ଖର୍ଚ୍ଚ ହିସାବରେ ଜଣେ ନିରକ୍ଷରର ସାକ୍ଷରପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪୫ ଟଙ୍କା । ସମୁଦାୟ ସାକ୍ଷର ପରେ କେତେ ଖର୍ଚ୍ଚ ହେବ ତାହା ଅନୁମେୟ । ତେବେ କଥା ହେଉଛି, ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଉକ୍ତ ଲକ୍ଷାଧିକ ବ୍ୟକ୍ତି ସାକ୍ଷର ହେବେ ତ ? ଜିଲ୍ଲାପାଳଙ୍କ ହିସାବରେ ପାଠ୍ୟ ଉପକରଣ କିଣାରେ ୨୩ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସେ ଉପକରଣଗୁଡ଼ିକ କ’ଣ ହେଉଛି ? କାହିଁକି ଦୀର୍ଘ ୪ ବର୍ଷ ବିତିଯାଇଥିବା ବେଳେ ଏପର୍ଯ୍ୟନ୍ତ ବଣ୍ଟା ହୋଇନାହିଁ ? ଏ ପ୍ରଶ୍ନ କେବଳ ଯାଜପୁର ଜିଲ୍ଲାବାସୀ ପଚାରି ଚାଲିଛନ୍ତି । କୌଣସି ଉତ୍ତର ପାଇନାହାନ୍ତି । ସମଗ୍ର ଓଡ଼ିଶାରେ ଜନଶିକ୍ଷା ଓ ସାଧନ କେନ୍ଦ୍ରର କାର୍ଯ୍ୟକ୍ରମ ଏହିପରି । ଯେଉଁଠି ନିର୍ଦ୍ଦେଶକ ପଦବୀପାଇଁ ଭିଡ଼ା ଓଟରା ହୁଏ, ସେଠାରେ ତଳ ସ୍ତରକୁ କାର୍ଯ୍ୟ କରିବାପାଇଁ କେଉଁଭଳି ନିର୍ଦ୍ଦେଶ ଦିଆଯାଉଥିବ, ତାହା ସହୃୟ ପାଠକ ବିଚାର କରିବେ ।

ଏକବିଂଶ ଶତାବ୍ଦୀରେ ବିଜ୍ଞାନର ଚରମ ଅଗ୍ରଗତି, ମାନବ କ୍ଲୋନିଂ, ଚନ୍ଦ୍ରରେ ବାସସ୍ଥାନ ନିର୍ମାଣର ସ୍ୱପ୍ନ, ମଙ୍ଗଳ ଗ୍ରହରେ ଜୀବନ ସଂଧାନ ଭଳି ଅତିମାନବୀୟ କାର୍ଯ୍ୟ ସାଧନ ହେବାଦ୍ୱାରା ସମଗ୍ର ବିଶ୍ୱରେ ଶିକ୍ଷାର ଜୟଗାନ କରାଯାଉଥିବା ବେଳେ ସ୍ୱାଧୀନତା ଲାଭ କରିବାର ୫୭ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ରାଜ୍ୟର ୪୦ ଭାଗ ଜନତା ଅକ୍ଷର ପଢ଼ି ନ ପାରିବା ଓ ଏଥିପାଇଁ ଏକ ସଂସ୍ଥା ଗଠନ କରି ବିଫଳ ହେବା ଅତ୍ୟନ୍ତ ଲଜ୍ଜାକର ବିଷୟ । ସରକାରୀ ସ୍ତରରେ ଖାଲି ଆଲୋଚନା, ପର୍ଯ୍ୟାଲୋଚନା, ପରିସଂଖ୍ୟାନ ଗଣନା ବା ବିଜ୍ଞାପନ‌ଦ୍ୱାରା ନିରକ୍ଷର ବ୍ୟକ୍ତିଟିଏ ସାକ୍ଷର ହୋଇପାରିବ ନାହିଁ । ସାକ୍ଷର ହେବାପାଇଁ ବ୍ୟକ୍ତି ନିକଟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ସର୍ବପ୍ରଥମ ଆବଶ୍ୟକ । ଏହି ଆତ୍ମପ୍ରତ୍ୟୟର ମୁଖ୍ୟ ବାଧକ ହେଉଛି ମନର ଦାରିଦ୍ର୍ୟ, ଅର୍ଥ- ଦାରିଦ୍ର୍ୟ ନୁହେଁ । ଏହି ଦାରିଦ୍ର୍ୟକୁ ହିଁ ପ୍ରଥମେ ଜନମାନସରୁ ଦୂରେଇବାକୁ ପଡ଼ିବ । ସେହି ଅଶିକ୍ଷିତ ବ୍ୟକ୍ତି ମନରେ


ଜାତି, ଜାଗୃତି ଓ ପ୍ରଗତି / ୬୯
ଏହି ଧାରଣା ସୃଷ୍ଟି କରିବାକୁ ହେବ ଯେ- ସେ ଯେଉଁ ଦାରିଦ୍ର୍ୟ ମଧ୍ୟରେ ଛଟପଟ ହେଉଛି, ଖାଇବାକୁ ଗଣ୍ଡେ ପାଉ ନାହିଁ, ପିଲାମାନଙ୍କୁ ସ୍କୁଲ ପଠାଇବାପାଇଁ ପୋଷାକ ହଳେ ଦେଇପାରୁ ନାହିଁ; ଏଥିପାଇଁ ଦାୟୀ ତା’ର ନିରକ୍ଷରତା, ଅଜ୍ଞାନତା । ଏହାକୁ ଦୂର କରିବାପାଇଁ କୌଣସି ଅର୍ଥର ଆବଶ୍ୟକ ନାହିଁ, କେବଳ ଦରକାର ସ୍ଥିର ମାନସିକତା ସହ କେତୋଟି ଦିନ ଅବା ମାସର ଅଧ୍ୟୟନ । ଏହି ଶିକ୍ଷା ହିଁ ତା’ର ଅଭାବବୋଧକୁ ଦୂର କରିଦେଇ ପାରିବ । ତା’ରି ପରିଶ୍ରମରେ, ତା’ରି ଅର୍ଥରେ, ତା’ରି ଟିପ ଚିହ୍ନ ବଳରେ ପରିବର୍ଦ୍ଧିତ ହେଉଥିବା ପରାଙ୍ଗପୁଷ୍ଟ ନିର୍ମୁଳୀ ଲଟାମାନଙ୍କୁ ଚିହ୍ନିପାରି ସେମାନଙ୍କ ଛଳନାର ମୁଖାକୁ ଖୋଲି ଫିଙ୍ଗି ପାରିବ । ସେମାନଙ୍କୁ ଶିକ୍ଷିତ କରିବା ଆଳରେ ଦୀର୍ଘ ୫୦ ବର୍ଷ ଧରି ଯେଉଁ ଗୋଷ୍ଠୀ ଅର୍ଥ ତୋଷରପାତ କରିବା ସହିତ ମୂଲ୍ୟବାନ ସରକାରୀ କାର୍ଯ୍ୟ ଓ ସମୟତକ ନଷ୍ଟ କରୁଛନ୍ତି, ତାହା ମଧ୍ୟ ବନ୍ଦ ହୋଇଯିବ, ଯେପରି ହୋଇଛି ୯୫ ଭାଗ ଆଦିବାସୀ ଅଧ୍ୟୁଷିତ ଭାରତର ସବୁଠାରୁ ଅନଗ୍ରସର ରାଜ୍ୟ ମିଜୋରାମରେ । ସରକାରଙ୍କ ସବୁ ତଥ୍ୟ, ଆକଳନ, ତଥା ପରିସଂଖ୍ୟାନକୁ ଭୁଲ୍ ବୋଲି ପ୍ରମାଣିତ କରି ମାତ୍ର କେତୋଟି ବର୍ଷର ବ୍ୟବଧାନରେ ଶତକଡ଼ା ୮୮ ଭାଗ ଜନସାଧାରଣ ଶିକ୍ଷିତ ହୋଇ ନିଜ ଜୀବନଧାରଣମାନକୁ ଉନ୍ନତ କରିବାରେ ପ୍ରୟାସୀ ଅଛନ୍ତି ।

ଅତୀତର ଗୌରବକୁ ନେଇ ଗର୍ବ କରୁଥିବା ଆମର ଏହି ଓଡ଼ିଆ ଜାତି କ’ଣ ମିଜୋରାମ ଅଧିବାସୀଙ୍କଠାରୁ ହୀନ, ଦୁର୍ବଳ, ଭୀରୁ ?

                           (୩)

ପ୍ରାଚୀନ ସାହିତ୍ୟିକଙ୍କ ମତରେ ଶିକ୍ଷା ମଣିଷକୁ କେବଳ ସମାଜରେ ପ୍ରତିଷ୍ଠିତ କରି ନ ଥାଏ, ଏହାର ଶରୀରକୁ ମଧ୍ୟ ପବିତ୍ର କରିଥାଏ । ବ୍ୟକ୍ତିବିଶେଷର ଶିକ୍ଷା ବ୍ୟକ୍ତି ଚରିତ୍ରକୁ ଉନ୍ନତ କରିବା ସଙ୍ଗେ ସଙ୍ଗେ ଦେଶର ବିକାଶକୁ ତ୍ୱରାନ୍ୱିତ କରେ । ଅଶିକ୍ଷାର ମୃତପିଣ୍ଡ ଉପରେ ଠିଆ ହୋଇଥିବା ଦେଶକୁ ଶିକ୍ଷା ହିଁ ଜୀବନାନ କରେ । ତେଣୁ ଯେଉଁ ଦେଶର ଶିକ୍ଷା-ପଦ୍ଧତି ଯେତେ ଉନ୍ନତ, ସେ ଦେଶର ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସେତେ ଅଗ୍ରଣୀ । ଏହାକୁ ହୃୟଙ୍ଗମ କରି ଆମ ଭାରତ ତଥା ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ‘ଜନଶିକ୍ଷା ସାଧନ କେନ୍ଦ୍ର’ର ପ୍ରୌଢ଼ଙ୍କୁ ଶିକ୍ଷିତ କରିବାର ଉଉ୍ୟମ ସମ୍ପର୍କରେ ପୂର୍ବ ନିବନ୍ଧରେ ପ୍ରକାଶ କରାଯାଇଥିଲା ।

ଏଥର ଉଚ୍ଚଶିକ୍ଷା କଥା ବିଚାର କରାଯାଉ । କିଛି ବର୍ଷ ପୂର୍ବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚା ଚାଲିଲା ଗାଁ’ଗହଳିରେ ଖୋଲାଯାଇଥିବା ବେସରକାରୀ ମହାବିଦ୍ୟାଳୟ ସଂପର୍କରେ । ସେଗୁଡ଼ିକ କାଳେ ଅମଣିଷ ତିଆରି କାରଖାନା ! ଶିକ୍ଷିତ ବେକାରି ବୃଦ୍ଧି କରିବାରେ ଏଗୁଡ଼ିକର ଭୂମିକା ବହୁତ ।

୭୦ / ଜାତି, ଜାଗୃତି ଓ ପ୍ରଗତି
ଏହାରି ଦାୟିତ୍ୱରେ ଥିବା ଅଧ୍ୟାପକଗୁଡ଼ିକ ସେଥିପାଇଁ ବେଠି ବେଗାରି ଖଟିବାକୁ ବାଧ୍ୟ । କେବଳ ଢୋକେ ପିଇ ଦଣ୍ଡେ ଜୀଇଁବାର ନ୍ୟାୟଟା ଏଇ ଗୋଷ୍ଠୀପାଇଁ ପ୍ରଯୁଜ୍ୟ । ରାଜ୍ୟ ସରକାର ଯଦି ଏମାନଙ୍କୁ ତାଙ୍କର ପ୍ରାପ୍ୟ ଦେବେ, ତେବେ ରାଜକୋଷ କାଳେ ଶୂନ୍ୟ ହୋଇଯିବ । ମାତ୍ର ଏହି ତ୍ରୁଟିପୂର୍ଣ୍ଣ ତଥ୍ୟକୁ ଅନେକ ସ୍ତମ୍ଭକାର ତାଙ୍କର ପରିସଂଖ୍ୟାନ ରିପୋର୍ଟ‌ଦ୍ୱାରା ଭୁଲ୍ ବୋଲି ପ୍ରମାଣ କରି ଅନେକ ମୂଲ୍ୟବାନ ଆଲୋଚନା କରିଛନ୍ତି । ତଥାପି ଉକ୍ତ ମାନସିକ ଦୁଶ୍ଚିନ୍ତାଗ୍ରସ୍ତ ମେଧାବୀ ଅଧ୍ୟାପକମାନଙ୍କ ପ୍ରତି ସରକାରଙ୍କ ନିର୍ଦ୍ଦୟ ଭାବ କାହିଁକି? କାରଣ, ଆମ ରାଜନେତାମାନଙ୍କ ସବୁଠାରୁ ବଡ଼ ସମ୍ପଦ ହେଲା ଯୁବ ସଂପ୍ରଦାୟ, ଯେଉଁମାନେ ଭୋଟ୍ ବେଳେ ନୋଟ୍ ନେଇ ଭଲମନ୍ଦ ବିଚାର ଭୁଲି ଯୋଗାଡ଼ରେ ବ୍ୟସ୍ତ ଥାନ୍ତି । କିନ୍ତୁ ଏହି ସଂପ୍ରଦାୟ ଯେତେବେଳେ ଉଚ୍ଚ ଶିକ୍ଷିତ ହୋଇ ସେମାନଙ୍କ ଅସଲ ମୁଖାକୁ ଖୋଲିବାର ଉପକ୍ରମ କଲେ, ତାହାକୁ ବନ୍ଦ କରିବାକୁ ଯାଇ ଆରମ୍ଭ କରିଦେଲେ ବାକ୍‌ବର୍ଷା । ସେମାନଙ୍କ ସହ ତାଳ ଦେଲେ ତଥାକଥିତ ବୁଦ୍ଧିଜୀବୀ ଏବଂ ‘ନିବୁଜ କୋଠରୀର ଶୀତଳ ସ୍ପର୍ଶରେ ଆତଯାତ କରୁଥିବା ଆଗ ଧାଡ଼ିର ଓଡ଼ିଆଏ’ । କିନ୍ତୁ ସେମାନେ କ’ଣ କେବେ ଚିନ୍ତା କରିଛନ୍ତି ଯେ ଏହି କଲେଜ ଖୋଲିବା ଦ୍ୱାରା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ କ’ଣ ଉନ୍ନତି ହୋଇଛି?

ଗରିବ ଓଡ଼ିଆ ପରିବାରର ପିଲାପାଇଁ ଉଚ୍ଚଶିକ୍ଷା ସ୍ୱପ୍ନ ଥିଲା । ଦୂର ସହରକୁ ଆସି ପାଠ ପଢ଼ିବାର ସୁଯୋଗ କେତେଜଣଙ୍କୁ ମିଳୁଥିଲା! ମୋ ଦେଖିବାରେ ଅନେକ ହାଇସ୍କୁଲର ମେଧାବୀ ଛାତ୍ର ଅର୍ଥାଭାବରୁ ଉଚ୍ଚଶିକ୍ଷା ନ ପାଇ ମାନସିକ ଅବସାଦରେ ସମୟ କାଟୁଥିବାବେଳେ ସେମାନଙ୍କଠାରୁ କମ୍ ଗୁଣ-ସଂପନ୍ନ ଛାତ୍ରଟିଏ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ନିଜପାଇଁ କର୍ମକ୍ଷେତ୍ର ପ୍ରସ୍ତୁତ କରିପାରୁଛି । ତେଣୁ ଗ୍ରାମାଞ୍ଚଳରେ କଲେଜ ଖୋଲିବାଦ୍ୱାରା ଅନେକ ମଲ୍ଲୀଫୁଲ ବଣ ମଧ୍ୟରେ ନ ଝରି ନିଜର ବୌଦ୍ଧିକ ବିକାଶ କରିବାର ସୁଯୋଗ ପାଇପାରିଲେ । ଏଥିସହ ଅନେକ ଉଚ୍ଚଶିକ୍ଷିତଙ୍କ ନିଯୁକ୍ତି ଏବଂ କଲେଜକୁ ନେଇ ଖୋଲିଥିବା କ୍ଷୁଦ୍ର ବ୍ୟବସାୟ ପେଣ୍ଠସ୍ଥଳଦ୍ୱାରା ସ୍ୱରୋଜଗାରର ଧାରା ସୃଷ୍ଟି ସହ ଉକ୍ତ ଅଞ୍ଚଳରେ ଜ୍ଞାନର ଆଲୋକ ଯେ ପ୍ରଜ୍ୱଳିତ ହେଲା, ତାହାକୁ ଯେକୌଣସି ନିନ୍ଦୁକ ସ୍ୱୀକାର କରିବେ । ତେଣୁ ଯଦି ସମାଜ ଗଠନ ଦିଗରେ ଏହି ମହାବିଦ୍ୟାଳୟଗୁଡ଼ିକର ଭୂମିକାକୁ ସ୍ୱୀକାର କରାଯାଏ, ତେବେ ତାହାର ଉନ୍ନତିପାଇଁ ସର୍ବାଦ୍ରୌ ଦୃଷ୍ଟି ଦେବା ଆବଶ୍ୟକ ।

କୁହାଯାଏ ଯେ, ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷା ପ୍ରଦାନମାନ ଅତି ନିମ୍ନ ଧରଣର । ତେଣୁ ପିଲା କପି କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ସେମାନଙ୍କୁ ମୋର ପ୍ରଶ୍ନ, ଖାଲି ପେଟରେ ଅଧ୍ୟାପକଟିଏ କିଭଳି ଶିକ୍ଷା ପ୍ରଦାନ କରିବ ? କିରାଣିଟିଏ ଦରମା ପାଇ


ଜାତି, ଜାଗୃତି ଓ ପ୍ରଗତି / ୭୧
ମଧ୍ୟ କାମ କରିବାପାଇଁ ଲାଞ୍ଚ ନେଉଛି । ତାହା ତ ଏଠାରେ ହେଉନାହିଁ, ତା’ଛଡ଼ା କପି କରିବା ଓ ପାଠ ପଢ଼ାଇବା ମଧ୍ୟରେ ପାର୍ଥକ୍ୟ ବହୁତ । ତେଣୁ ଅଧ୍ୟାପକଟିଏ ଏଥିପାଇଁ କାହିଁକି ଦୋଷୀ ହେବ? କୌଣସି ସଭ୍ୟ ରାଷ୍ଟ୍ରର ମଣିଷ ତିଆରି କାରଖାନାରେ ଏଭଳି ଅମାନୁଷିକ କାର୍ଯ୍ୟ ହେଉଛି କି? ଯେଉଁଠି ଭୋକିଲା ପେଟ, ସମାଜ ତଥା ପରିବାର ଚାପକୁ ମୁଣ୍ଡ ଭିତରେ ରଖି ଶିକ୍ଷା ପ୍ରଦାନ କରିବାକ ଦୁଃସ୍ଥ ଅଧ୍ୟାପକଟିଏ ବାହାରି ଆସେ! ତେଣୁ ଏହି ଗୋଷ୍ଠୀ ପ୍ରତି ସରକାରଙ୍କ ହେୟ ମନୋଭାବ ଓଡ଼ିଶାର ଶିକ୍ଷାଧାରାରେ କିଭଳି ପ୍ରଭାବ ପକାଉଛି, ତାହା ଗତ ତିନିବର୍ଷର ମେଟ୍ରିକ୍ ପରୀକ୍ଷା ଛାତ୍ର ଉପସ୍ଥାନକ୍ରମ ଅବନତିରୁ ଜଣାପଡ଼େ । କାରଣ ଗରିବ ବାପା-ମା’ମାନେ ଢୋକେ ପିଇ ଦଣ୍ଡେ ଜୀଇଁ ପିଲାଟିକୁ ଉଚ୍ଚ ଶିକ୍ଷିତ କରିସାରିବା ପରେ, ବେକାରି ମୋହର ମାରି ଉପହାସିତ ହେବା, ତଥା ଅସହାୟ ପିଲାଟିକୁ ମାନସିକ ଅବସାଦ ଏବଂ ଆତ୍ମହତ୍ୟା ଭଳି ଜଘନ୍ୟ କାର୍ଯ୍ୟରୁ ମୁକ୍ତି ଦେବାପାଇଁ ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ଅତି ବେଶୀରେ ମାଇନର ପରଠାରୁ ଶିକ୍ଷାରେ ଡୋରିବାନ୍ଧି କୌଳିକ କିମ୍ବା ମୌଳିକ ବୃତ୍ତିରେ ଲଗାଇ ଦେଉଛନ୍ତି । ପିଲାଟି ମଧ୍ୟ ଖୁସିରେ ଏହା ଗ୍ରହଣ କରିନେଉଛି ପରିବାରର ଦୂରାବସ୍ଥାକୁ ଦେଖି ।

ପ୍ରାଥମିକ ଶିକ୍ଷାର ଅବସ୍ଥା ମଧ୍ୟ ସେହିପରି । ସମଗ୍ର ରାଜ୍ୟରେ ଏଭଳି ଏକ ପ୍ରାଥମିକ ବିଦ୍ୟାଳୟ ନାହିଁ, ଯାହାକୁ ଏକ ଆଦର୍ଶ ମଣିଷ ତିଆରି କାରଖାନାର ପ୍ରଥମ ପାହାଚ ରୂପେ ଗ୍ରହଣ କରିହେବ । କେଉଁଠି ପିଲା ନାହିଁ ତ, କେଉଁଠି ଶିକ୍ଷକ ନାହାନ୍ତି ବା ଘର ନ ଥିବାରୁ ପିଲାଏ ଗଛ ମୂଳରେ ବସି ପାଠ ପଢ଼ୁଛନ୍ତି । ଏହିଭଳି ସମସ୍ୟା ଲାଗି ରହିଛି ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ । ସହରମାନଙ୍କରେ ଯଦି ବେସରକାରୀ ସ୍କୁଲମାନ ଖୋଲା ନ ଯାଆନ୍ତା, ତେବେ ଆମ ଶିକ୍ଷା ବ୍ୟବସ୍ଥାକୁ ସରକାରଙ୍କ ଅବସ୍ଥା କ’ଣ ହୁଅନ୍ତା, ତାହା ଯେକୌଣସି ବ୍ୟକ୍ତି ଉପଲବ୍‌ଧି କରିପାରିବ । ମାତ୍ର ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଇ ଭୋଟ୍ ପାଇଁ ପିଲାମାନଙ୍କୁ ଚାଉଳ, ଲୁଗାପଟା ବାଣ୍ଟିବାରେ ବ୍ୟସ୍ତ । ଆଉ ଏଥିପାଇଁ ସରକାର ତଥା ଚାମଚା ପରାମର୍ଶଦାତାଙ୍କର ସୁନ୍ଦର ଯୁକ୍ତି ହେଲା-‘ଘରେ ଖାଇବାକୁ ନ ଥିବାରୁ ଭୋକିଲା ପେଟ ନେଇ ସ୍କୁଲ ଆସିବାକୁ ପିଲାଏ ରାଜି ହେଉନାହାନ୍ତି । ଅଭିଭାବକମାନେ ମଧ୍ୟ ଶିକ୍ଷା ପ୍ରତି ଗୁରୁତ୍ୱ ଦେଉନାହାନ୍ତି ।’ ଅବଶ୍ୟ ଏହା ସତ୍ୟ, ମାତ୍ର ତାହାର ନିର୍ଯ୍ୟାସ ସ୍କୁଲରେ ଚାଉଳ ବାଣ୍ଟିବା କିମ୍ବା ଖାଦ୍ୟ ବାଣ୍ଟିବା ନୁହେଁ । କାରଣ ଏହାଦ୍ୱାରା ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢ଼ିପାରେ, ମାତ୍ର ଶିକ୍ଷାର ପ୍ରଗତି ହେବ ନାହିଁ । ଏଭଳି ସ୍ଥିତି ନିରାକରଣର ଉପାୟ ହେଲା ବର୍ଷସାରା ଲୋକଙ୍କପାଇଁ କର୍ମସଂସ୍ଥାନ ଯୋଗାଇଦେବା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆଇନ୍ ଭାଙ୍ଗୁଥିବା ପିତାମାତାଙ୍କୁ ଦଣ୍ଡିତ କରିବା କିମ୍ବା ବନବାସୀ ଆଶ୍ରମ ଖୋଲି ଆର୍ଥିକ ଅନଟନ ଦ୍ୱାରା ସ୍କୁଲ ଯାଇ ନ

୭୨ / ଜାତି, ଜାଗୃତି ଓ ପ୍ରଗତି
ଥିବା ପିଲାଙ୍କୁ ସଂଗ୍ରହ କରି ସେହିଠାରେ ରଖି ସେମାନଙ୍କର ସବୁଦାୟିତ୍ୱ ସରକାର ବହନ କରନ୍ତୁ । ଚାଉଳ, ପୋଷାକ, ମାଗଣା ବହି ସମସ୍ତଙ୍କୁ ନ ବାଣ୍ଟି କେବଳ ସେହିମାନଙ୍କୁ ଏହି ବିଦ୍ୟାପୀଠ ମାଧ୍ୟମରେ ବଣ୍ଟାଗଲେ ନିଶ୍ଚିତ ଶିକ୍ଷା ପ୍ରତି ଅଭିଭାବକମାନଙ୍କ ଆଗ୍ରହ ବଡ଼ିବ । ତାହା ନ କରି ବିଦ୍ୟାଳୟକୁ ଏକ ସରକାରୀ ବଣ୍ଟନ କେନ୍ଦ୍ରରେ ପରିଣତ କରି ଏହି ବିଭାଗର ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ହାତ ଚିକ୍କଣ କରିବାର ବ୍ୟବସ୍ଥା ରହିଲା । ବିଗତ ସରକାରରେ ମଧ୍ୟାହ୍ନ ଭୋଜନପାଇଁ ଡାଲି କିଣା ଦୂର୍ନୀତିରେ ମନ୍ତ୍ରୀ ମହୋଦୟ କିପରି ଅପମାନିତ ହୋଇଥିଲେ, ତାହା ପ୍ରାୟ ସମସ୍ତେ ଜାଣିଥିବେ । ଏସବୁ ଘଟୁଛି କେବଳ ଜନସାଧାରଣଙ୍କ ନିକଟରେ ଉପରିସ୍ଥ କର୍ମଚାରୀ ଉତ୍ତରଦାୟୀ ନ ଥିବାରୁ । ଯାହାକୁ ପ୍ରତ୍ୟେକ ବିଚାରଶୀଳ ବ୍ୟକ୍ତି ମର୍ମେ ମର୍ମେ ଉପଲବ୍‌ଧି କରୁଥିବେ । ଯଦି ଆନ୍ତରିକତାର ସହିତ ଦୃଢ଼ ପଦକ୍ଷେପ ନିଆଯାଏ, ତେବେ ପ୍ରାଥମିକ ଶିକ୍ଷାରେ ଶୀଘ୍ର ଉନ୍ନତି ହେବ । ସରକାରଙ୍କୁ ଆଉ ସର୍ବଶିକ୍ଷା ଅଭିଯାନ, ଡି.ପି.ଇ.ପି. କିମ୍ବା ଚାଉଳ,ପୋଷାକ ବାଣ୍ଟିବାକୁ ପଡ଼ିବ ନାହିଁ ।

ମାତ୍ର ଶିକ୍ଷା ନାମରେ ଅନ୍ୟାନ୍ୟ ରାଜ୍ୟପରି ଆମ ରାଜନେତାଗଣ ଯାନ୍ତ୍ରିକ ତଥା ଚିକିତ୍ସା ମହାବିଦ୍ୟାଳୟ ସିନା ଖୋଲିପାରିଲେ ନାହିଁ, କିନ୍ତୁ ଉଚ୍ଚଶିକ୍ଷାର ମୋହରମରା କାଗଜ ଅଧିକାରୀଙ୍କୁ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ବନ୍ଦ କରିବାଦ୍ୱାରା ଶିକ୍ଷାର ଯେ କିଭଳି ବିକାଶ ହେବ, ତାହା ବୁଝିହେଉ ନାହିଁ । ବ୍ୟକ୍ତି ଉଚ୍ଚଶିକ୍ଷିତ ହେଲେ ତା’ର ବ୍ୟକ୍ତିତ୍ୱର ବିକାଶ ଘଟିବ, ସେ ସମାଜ ଉନ୍ନତିପାଇଁ ଚିନ୍ତା କରିବ । ଯଦି ସେ ଉଚ୍ଚଶିକ୍ଷା ନ ପାଏ ତେବେ ସଂକୁଚିତ ମଥା ନେଇ ସବୁକିଛି ସହ୍ୟ କରି ସବୁଦିନପାଇଁ ଅନ୍ୟାୟ ବିରୁଦ୍ଧରେ ପାଟି ଫିଟାଇବାକୁ ଭୁଲିଯିବ । ଯାହାକି ବର୍ତ୍ତମାନର ଟାଉଟର ରାଜନେତାଙ୍କୁ ବେଶ୍ ସୁହାଇବ । ସେମାନଙ୍କ ପଛରେ ଗୋଡ଼ାଣିଆଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଭୋଟ୍ ରାଜନୀତି ତିଷ୍ଠି ରହିବ । ତେଣୁ ଆମ ରାଜନେତାଙ୍କର ଶିକ୍ଷା ପ୍ରତି ଉଦାସୀନ ମନୋଭାବ ପ୍ରାୟ ସେଇଥିପାଇଁ ।

                         (୪)

ସେହିଭଳି ସ୍ୱାସ୍ଥ୍ୟ କଥା ଆଲୋଚନା କରାଯାଉ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁଖ୍ୟ ଚିକିତ୍ସାଳୟ ସହ ୧୮୧ଟି ଚିକିତ୍ସାଳୟ, ୩ଟି ଚିକିତ୍ସା ମହାବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳରେ ନାମକୁ ମାତ୍ର ଖୋଲାଯାଇଥିବା ୧୮୩ଟି ପ୍ରାଥମିକ ଚିକତ୍ସାଳୟର ୧୩,୭୮୬ଟି ଶଯ୍ୟାକୁ ନେଇ ଆମ ସ୍ୱାସ୍ଥ୍ୟସେବା ଗଠିତ ହୋଇଥିବା ବେଳେ ମୁଖ୍ୟତଃ କଟକ ଶ୍ରୀରାମଚନ୍ଦ୍ର ମେଡ଼ିକାଲ କଲେଜ ହେଉଛି ଓଡ଼ିଶାର ଏକମାତ୍ର ନାମକରା

ଜାତି, ଜାଗୃତି ଓ ପ୍ରଗତି / ୭୩
ଚିକିତ୍ସାଳୟ । ତେବେ ଏତେସବୁ ଚିକିତ୍ସାଳୟରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ସରକାର ଆତ୍ମସନ୍ତୋଷ ପାଉଥିବା ବେଳେ ସାଧାରଣ ଲୋକଟିର ଧାରଣା ହେଲାଣି ଯେ ସରକାରୀ ଡାକ୍ତରଖାନାର ‘ଛାତ୍ର ଡାକ୍ତର’ଙ୍କୁ ଦେଖାଇଲେ ରୋଗ ଭଲ ହେବ ନାହିଁ । କିନ୍ତୁ ଘରବାଡ଼ି ବନ୍ଧାରଖି ଡାକ୍ତରଙ୍କୁ ବସାଘରେ ଦେଖାଇଲେ ରୋଗ କୁଆଡ଼େ ଡରି ପଳାଏ । ଜନସାଧାରଣଙ୍କ ଏଭଳି ଦାତବ୍ୟ ଗୁଣକୁ ଚିହ୍ନିପାରି ସରକାର ଡାକ୍ତରଖାନାରେ ବସାଇଦେଲେ ୟୁଜର୍ସ ଫିସ୍ । ଫଳରେ ରୋଗୀଙ୍କୁ ନର୍ସିଂହୋମ ଯିବାପାଇଁ ସୁବିଧା ହୋଇଗଲା । ନମୂନା ରୂପେ ଓଡ଼ିଶାର ବଡ଼ଡାକ୍ତରଖାନା କଟକକୁ ନେଇ ପାରିବା । ଏକ୍ସରେ ବିଭାଗରେ ଫିଲ୍ମ ନ ଥିବ । ସ୍କାନିଂପାଇଁ ଇଲେକ୍ଟ୍ରି ନ ଥିବ । ରକ୍ତ ପରୀକ୍ଷା କେନ୍ଦ୍ରରେ ଛୁଞ୍ଚି ନ ଥିବାରୁ ଲୋକେ କେତେ ସମୟ ଅପେକ୍ଷା କରିବେ ମୁମୂର୍ଷୁ ରୋଗୀଙ୍କୁ ଧରି? ତେଣୁ ବାଧ୍ୟ ହେବେ ସେହି ଡାକ୍ତରଙ୍କଦ୍ୱାରା ପରିଚାଳିତ ଘରୋଇ ଡାକ୍ତରଖାନାକୁ ଯିବାପାଇଁ । ୫ ଟଙ୍କାର ରୋଗ ଭଲ ହେବ ୫୦୦ କିମ୍ବା ୫୦୦୦ ଟଙ୍କାରେ । ପୁଣି ଗ୍ରାମାଞ୍ଚଳ ଡାକ୍ତରଖାନାରେ ନିଯୁକ୍ତ ଡାକ୍ତରଙ୍କପାଇଁ କୌଣସି ସୁବିଧା ସୁଯୋଗ ନ ଥିବାବେଳେ, ସହରୀ ଡାକ୍ତରବାବୁଙ୍କ ଅନୁପସ୍ଥିତିରେ ତଳିଆ କର୍ମଚାରୀ ହିଁ ଡାକ୍ତର ଭୂମିକା ନେଇ ଲୋକମାନଙ୍କ ନିକଟରେ ଭଗବାନ ହୋଇଯାଏ ଏବଂ ତ୍ରୁଟିପୂର୍ଣ୍ଣ ଚିକିତ୍ସାକରି ରୋଗୀକୁ ସର୍ବସ୍ୱାନ୍ତ କରେ କିମ୍ବା ଜୀବନ ନେଇଯାଏ । ସେମାନଙ୍କପାଇଁ ଏହି ଡାକ୍ତରବାବୁମାନେ କ’ଣ କରନ୍ତି? ନିକଟରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟଧାରାର ବିସ୍ତୃତ ବିବରଣୀ କିମ୍ବା ଭୁବନେଶ୍ୱର ୟୁନିଟ୍-୬ ଡାକ୍ତରଖାନାରେ ଦିନ ଦ୍ୱିପ୍ରହରରେ ଘଟିଥିବା କାର୍ଯ୍ୟର ଫଟୋଯୁକ୍ତ ବିବରଣୀ ଖବରକାଗଜର ମୁଖ୍ୟ ପୃଷ୍ଠାରୁ ସମସ୍ତେ ପାଠ କରିଥିବେ । ତେବେ ଦୁଃଖର କଥା ପୁରୀ ଚିକିତ୍ସାଳୟର ଅନେକ ଚିକିତ୍ସକଙ୍କ ନିଦୁଆ ଆଖି ଆଉ ଅସୌଜନ୍ୟ ବ୍ୟବହାର ବହୁବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ, ପୁରୀ ସହରରେ କୌଣସି ଦୃଢ଼ ପ୍ରତିବାଦ ଏପର୍ଯ୍ୟନ୍ତ କେହି କରି ନାହାନ୍ତି, କିମ୍ବା ବିଜୁବାବୁଙ୍କ ମାଡ଼ମନ୍ତ୍ର ଲାଗୁକରି ନାହାନ୍ତି । ତାହା ହିଁ ଆମମାନଙ୍କ ନୈତିକ ଅଧପତନ, ହୀନମନ୍ୟତା ଓ ଆଳସ୍ୟର ପ୍ରମାଣ ଦିଏ ।

ସେହିଭଳି ଆମ ସ୍ୱାସ୍ଥ୍ୟ ବିଭାଗ ନିଜ କାର୍ଯ୍ୟାଳୟ ପଛପଟେ ରୋଗ ଓ ରୋଗୀ ନ ଥିବା ବିଭାଗ ‘ରାଜ୍ୟ ଏଡ୍ସ ସେଲ୍’ ଖୋଲି କି ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି, ତାହା ଏବେ ବିଚାର କରିବାର ସମୟ ଆସିଛି । ପ୍ରତିବର୍ଷ ରାଜ୍ୟରେ ମ୍ୟାଲେରିଆଦ୍ୱାରା ୫ରୁ ୧୦ ହଜାର ଲୋକ ମୃତ୍ୟୁବରଣ କରୁଥିବାବେଳେ (ସରକାରୀ ହିସାବରେ ୪୫୦, କାରଣ ସେମାନେ ପରିସଂଖ୍ୟାନକୁ ବିଶ୍ୱାସ କରନ୍ତି, ବାସ୍ତବତାକୁ ନୁହେଁ) ଏବଂ ପ୍ରତି ବ୍ୟକ୍ତିଙ୍କ ରକ୍ତରେ ମ୍ୟାଲେରିଆ, ଫାଇଲେରିଆ ଜୀବାଣୁ ଥିବାବେଳେ ଏହାର

୭୪ / ଜାତି, ଜାଗୃତି ଓ ପ୍ରଗତି
ନିରାକରଣପାଇଁ ଯଥାର୍ଥ ପଦଷେପ ନ ନେଇ ହିତାକାଂକ୍ଷୀ ବନ୍ଧୁ ଡି.ଏଫ୍.ଆଇ.ଡି. ଓ ବିଶ୍ୱବ୍ୟାଙ୍କ ପରାମର୍ଶରେ ୪୦/୪୫ ଜଣ ଏଡ୍ସ ରୋଗୀଙ୍କପାଇଁ ପାଣି ଭଳି ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏତ୍ୱାରା ଏଡ୍ସ ରୋଗ ସଂପର୍କରେ ସଚେତନ ସୃଷ୍ଟି ହେଉଛି କି ନାହିଁ ତାହା ଆଲୋଚନା ସାପେକ୍ଷ, ମାତ୍ର ଏଡ୍ସ ରୋଗର ମୂଳମଞ୍ଜି ଯୌନ ଉତ୍ସୃଙ୍ଖଳତା ଯେ ଲୋପହେବା ପରିବର୍ତ୍ତେ ବ୍ୟାପିଯାଉଛି, ତାହାକୁ ଯେକୌଣସି ବ୍ୟକ୍ତି ସ୍ୱୀକାର କରିବେ । କାରଣ ଲୋଭନୀୟ ବିଜ୍ଞାପନ ସଂଳାପ ଯୁବସମାଜକୁ ଏଭଳି ବିପଥଗାମୀ କରିଛି ଯେ, ଆମ ଭିତରେ ଥିବା ପାରିବାରିକ ଶାଳୀନତାକୁ ଗୋଟିଏ ଧକ୍କାରେ ଭାଙ୍ଗି ଦେବାର ଉପକ୍ରମ କରୁଛି । ମ୍ୟାଲେରିଆ, ଶିଶୁ ମୃତ୍ୟୁହାର, ପୁଷ୍ଟିହୀନତା, କୁଷ୍ଠ, ଅନ୍ଧାରକଣା ଆଦି ରୋଗରେ ଆମ ରାଜ୍ୟ ଆଗୁଆ ଥିବାବେଳେ ଏଗୁଡ଼ିକର ନିରାକରଣପାଇଁ ସ୍ୱତନ୍ତ୍ର ସେଲ୍ ଗଠନ ନ କରି ଏଡ୍ସ ଉପରେ ଏତେ ଗୁରୁତ୍ୱ ବୋର କାରଣ କ’ଣ? ଏହାର ମୂଳ କାରଣ ହେଲା ଆମ ରାଜନେତାମାନେ ଭଲ ଭାବରେ ଜାଣିଛନ୍ତି ଯେ, ଆସନ୍ତା ୫୦ ବର୍ଷ ମଧ୍ୟରେ ମ୍ୟାଲେରିଆ ଭଳି ଏଡ୍ସ ଜୀବାଣୁ ଓଡ଼ିଶା ଭଳି ପାରମ୍ପରିକ ପାରିବାରିକ ସ୍ଥିତିକୁ ଭାଙ୍ଗି ପଶିପାରିବ ନାହିଁ । ତେଣୁ ଏ ବାବରେ ଯେଉଁ କୋଟି କୋଟି ଟଙ୍କା ଆସୁଛି, ତାହାକୁ ସୁଇସ୍ ଆକାଉଣ୍ଟକୁ ପଠାଇେଲେ କ୍ଷତି କ’ଣ? ସମ୍ବିଧାନ ଅନୁଯାୟୀ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟସେବା ଜନସାଧାରଣଙ୍କୁ ଯୋଗାଇବୋପାଇଁ ଅର୍ଥର ଅଭାବ ଆଳରେ କିଭଳି ଅର୍ଥ ହଡ଼ପ ହେଉଛି ତାହା ଆମେ ଦେଖୁଛୁ । କାହିଁକି ଦେଖୁଛୁ ତାହା ଏବେ ବିଚାର କରି ଦୋଷୀଙ୍କୁ ଜନସାଧାରଣ ଦଣ୍ଡ ଦେବାର ସମୟ ଆସି ପହଞ୍ଚିଛି ।

ଏବେ ଆମ ସରକାରଙ୍କର ଅନ୍ୟ ଏକ ଜନହିତକର କାର୍ଯ୍ୟ-ବେକାରୀ ଦୂରୀକରଣ ଓ ସ୍ୱରୋଜଗାର ଯୋଜନା ସଂପର୍କରେ ଆଲୋଚନା କରିବା । ଏହି ଯୋଜନା ସାଧାରଣତଃ ଯୁବସଂପ୍ରଦାୟ ପାଇଁ ନିହିତ । ତେବେ ଏମାନଙ୍କପାଇଁ ସରକାରଙ୍କର ଉପରେ ଯେତେ ଦରର ଭିତରେ କିନ୍ତୁ ତା’ଠାରୁ ବହୁତ କମ୍ । ପ୍ରକୃତିର ଗେହ୍ଲାପୁଅ ଓଡ଼ିଶା ଖଣି, ପାଣି, ଜମି ଓ ଜଙ୍ଗଲରେ ଭରପୂର ହୋଇ ଆଜି ଋଣୀ ଅବସ୍ଥାରେ ଆସି ସାରାଜୀବନ ବସି ଖାଇବାର ଥାଳି-ଖଣିଗୁଡ଼ିକୁ ବିକ୍ରି କରିବାର ଯୋଜନା ପ୍ରସ୍ତୁତ କରିସାରି, ଆମ ସରକାର ଏବେ ପାଣିକୁ କମ୍ପାନୀ ହାତରେ ବିକ୍ରି କରିବାର ମସୁଧା କରୁଛନ୍ତି । କିନ୍ତୁ ଏସବୁକୁ ସଠିକ୍ ଉପଯୋଗ କରି ବିପୁଳ ମାନବ ସମ୍ବଳର ବିନିଯୋଗ କିପରି ହେବ, ସେ ସଂପର୍କରେ କୌଣସି ବ୍ୟବସ୍ଥା କରୁ ନାହାନ୍ତି । ଦୁଃଖର କଥା ଓଡ଼ିଶା ଏଭଳି ଏକ ରାଜ୍ୟ; ଯେଉଁଠି ଡାକ୍ତର, ଇଂଜିନିୟର, ତଥା ବିଶ୍ୱବିଦ୍ୟାଳୟର କୃତୀ ଛାତ୍ରଟିଏ ନିଯୁକ୍ତିପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହୁଏ । ଆତ୍ମନିଯୁକ୍ତିପାଇଁ ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ଥିବାବେଳେ, ଜାତି, ଜାଗୃତି ଓ ପ୍ରଗତି / ୭୫
ସରକାରଙ୍କ ଏଥିପ୍ରତି ଉଦାସୀନତା ହେଉ ବା ଶାସନକଳର ତ୍ରୁଟିଯୁକ୍ତ ପରାମର୍ଶ ହେଉ, ଏହି ଶିକ୍ଷିତବର୍ଗଙ୍କୁ ଠିକ୍ ସ୍ଥାନରେ ନ ପହଞ୍ଚାଇବାଦ୍ୱାରା ଓଡ଼ିଶା ପ୍ରଗତିକୁ ଜବରଦସ୍ତ ଭାବେ ଚାପି ଦିଆଯାଉଛି । ଏ ସମ୍ପର୍କରେ ଗୋଟିଏ ଉଦାହରଣ ଦିଆଯାଇପାରେ ।

ଗତ କିଛି ବର୍ଷ ଧରି ଓଡ଼ିଶା ଲୋକସେବା ଆୟୋଗର ସ୍ଥାଣୁ ଅବସ୍ଥା ସଂପର୍କରେ ପ୍ରାୟ ସମସ୍ତେ ସଚେତନ ଥିବେ । ଆମର ଏହି ଆୟୋଗର ପରମ୍ପରା ହେଲା ୫/୬ ବର୍ଷ ମଧ୍ୟରେ ଥରେ ସଂଖ୍ୟାଧିକ ପଦବୀପାଇଁ ମେଧାବୀଙ୍କ ମଧ୍ୟରୁ ପ୍ରଶାସକ ଚୟନ କରିବା । କିନ୍ତୁ ଯଦି ସୀମିତ ସଂଖ୍ୟକ ପଦବୀପାଇଁ ଏହି ଚୟନ ପ୍ରତିବର୍ଷ ନିଶ୍ଚିତ ଭାବେ ହୁଅନ୍ତା, ତେବେ ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରୁ ନିଜ ଅଭିଜ୍ଞତା ବୃଦ୍ଧିକରି ନିଜକୁ ଜଣେ ଯୋଗ୍ୟତା ସଂପନ୍ନ ଅଧିକାରୀ ଭାବେ ଉପସ୍ଥାପନ କରିବାର ସୁଯୋଗ ପାଇବା ସହ ସର୍ବ ଭାରତୀୟ ପ୍ରତିଯୋଗିତା ତଥା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ନିଜର ଉତ୍କର୍ଷକୁ ପ୍ରମାଣିତ କରିପାରନ୍ତେ । ଯାହା ଅନ୍ୟ ରାଜ୍ୟମାନଙ୍କରେ ଘଟୁଛି, ତାହା ଏଠାରେ ବିପରୀତ ହେବାଦ୍ୱାରା ସରକାରୀ କାର୍ଯ୍ୟକ୍ଷେତ୍ରରେ କେବଳ ବୌଦ୍ଧିକ କ୍ଷମତା ସଂପନ୍ନ ବ୍ୟକ୍ତିଙ୍କର ଅଭାବ ଘଟୁ ନାହିଁ , ବରଂ ଲୋକସେବା ଆୟୋଗ’ର ସ୍ୱଚ୍ଛତା ଉପରେ ପ୍ରଶ୍ନ ଚିହ୍ନଟିଏ ଲାଗିଯାଉଛି ।

ସେଇଭଳି ଆଉ ଏକ ନିଯୁକ୍ତି କଥା ବିଚାର କରାଯାଉ । ସୁଇଜରଲ୍ୟାଣ୍ଡରେ ଘଣ୍ଟା ତିଆରି ହେଉଛି କୁଟୀରଶିଳ୍ପ । ବର୍ତ୍ତମାନ ଆମ ବଜାରରେ ଶସ୍ତାରେ ମିଳୁଥିବା ଇଲେକ୍ଟ୍ରୋନିକ୍ସ ଖେଳଣା ଭଳି ଅନ୍ୟାନ୍ୟ ଜିନିଷ ନିର୍ମାଣ କରିବାରେ ଚୀନ୍ କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରୁଛି । ମଧ୍ୟପ୍ରଦେଶରେ ନଟ୍, ବୋଲ୍ଟ ତିଆରି ଆଜି କୁଟୀରଶିଳ୍ପର ମାନ୍ୟତା ପାଇଥିବାବେଳେ, ସରକାରୀ ଭାବେ ଆମ ରାଜ୍ୟରେ ଅନେକ ଖୋଲିଥିବା ଧନ୍ଦାମୂଳକ ଶିକ୍ଷା ଅନୁଷ୍ଠାନ ବା କଲେଜଗୁଡ଼ିକରେ ସେହି ପ୍ରାଚୀନ ପଦ୍ଧତି ଯଥା-ଟାଇପ୍, ସର୍ଟହାଣ୍ଡ୍, ରେଡ଼ିଓ, ଟି.ଭି., ସ୍କୁଟର, ଅଟୋରିକ୍ସା ଆଦି ମରାମତିପାଇଁ ଶିକ୍ଷା ଦିଆଯାଉଛି । ଯାହାକି ଗୋଟିଏ ଅଶିକ୍ଷିତ ପିଲା ଏହି ମରାମତି କାର୍ଯ୍ୟ ଯେକୌଣସି ଦୋକାନରେ ରହି ଅନାୟାସରେ ଶିଖିପାରୁଛି । ଏପର୍ଯ୍ୟନ୍ତ ଏହି ପାଠ୍ୟକ୍ରମକୁ ବଦଳା ନ ଯାଇ ପୁଣି ୧୮୦ଟି ଧନ୍ଦାମୂଳକ କଲେଜ ବିଭିନ୍ନ ଜିଲ୍ଲାରେ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିଯୁକ୍ତି ଭିତ୍ତିକ ସେହି ପ୍ରାଚୀନ ଶିକ୍ଷା ପ୍ରଦାନ କରିବେ । ଏଭଳି ହୀନ ପରାମର୍ଶ ଯେଉଁମାନେ ସରକାରଙ୍କୁ ଦେଉଛନ୍ତି, ସେମାନେ କ’ଣ ଜାଣିନାହାନ୍ତି ଯେ, ଆତ୍ମନିଯୁକ୍ତି ଶିକ୍ଷାକୁ ଯୁଗାଭିମୁଖୀ କରିବା ଉଚିତ କିମ୍ବା ନୁହେଁ!


୭୬ / ଜାତି, ଜାଗୃତି ଓ ପ୍ରଗତି
ସମ୍ବିଧାନରେ ଉଲ୍ଲେଖ ଅଛି ବ୍ୟବସ୍ଥାପକ ସଭା ନିର୍ଦ୍ଦେଶ ଦେବ କାର୍ଯ୍ୟପାଳିକାକୁ । ମାତ୍ର ଓଡ଼ିଶାରେ ଏହାର ଓଲଟା କାର୍ଯ୍ୟ ହେଉଥିବାର ପ୍ରମାଣ ନିକଟରେ ଘଟି ଯାଇଥିବା ବିଧାନସଭାରୁ ଜଣାପଡ଼େ । ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଆଢ଼ୁଆଳରେ ରଖିବାପାଇଁ ଜଣେ ସ୍ୱଚ୍ଛ ସଚ୍ଚୋଟ ଅଫିସରଙ୍କୁ କିପରି ବିଧାନସଭା ବଳି ପକାଯାଇଛି ତାହା ସମଗ୍ର ଓଡ଼ିଶାବାସୀ ଅନୁଭବ କରୁଥିବେ । ତେଣୁ ଏଭଳି ସ୍ଥିତିରେ ଆମେ ଓ ଆମର ଭାଗ୍ୟ ତଥା ରାଜ୍ୟ କିପରି ସୁରକ୍ଷିତ, ତାହା ପର୍ଯ୍ୟାଲୋଚନା କରିବାର ବେଳ ଆସି ପହଞ୍ଚିଛି । ନେତା ବୋଲି ଆମେ ଯାହାକୁ ସ୍ୱୀକୃତି ଦେଇଛୁ, ସେମାନେ ଯେ ଗୋଟିଏ ଗୋଟିଏ କଥାକୁହା ପଶୁ ତଥା ମସ୍ତିଷ୍କ ପକ୍ଷାଘାତର ଗୋଟିଏ ଗୋଟିଏ ରୋଗୀ, ତାହା ସେମାନେ ପ୍ରମାଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ବର୍ଷକୁ ଗୋଟିଏ ରେଳ, ଦୁଇଟା ପୋଲ କିମ୍ବା ଭୁବନେଶ୍ୱରରୁ ଅନ୍ୟ ସହରକୁ ସବୁିଦିନିଆ ଉଡ଼ାଜାହାଜ ଉଡ଼ାଣ କରିବାର ଘୋଷଣା କରିଦେଲେ ଯେ ଓଡ଼ିଶାର ଭାଗ୍ୟ ବଦଳିଯିବ, ଏ ବିଶ୍ୱାସ ଏ ନେତାଙ୍କ ମନ ଭିତରେ ସଂଗୋପନରେ ରହିଛି ।

ଓଡ଼ିଆ ଓ ଓଡ଼ିଶାର ବିକାଶ ହେଉ ବା ନ ହେଉ, ନିଜର ପାରିବାରିକ ବିକାଶରେ ଯେପରି କୌଣସି ହାନି ନ ହେଉ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି ଆମ ତଥାକଥିତ ରାଜନେତାଗଣ । କିନ୍ତୁ ମୁଣ୍ଡ ଉପରେ ଭୋଟ୍ ରୂପକ ଡେମୋକ୍ଲିସ୍ ଖଣ୍ଡାର ଝୁଲନ୍ତା ରୂପକୁ ମନେ ପକାଇ ମନ ଭିତରକୁ ଟିକ୍ ଟିକ୍ କରି କାଟୁଥିବା ଘୁଣଖିଆ ପୋକ ଯେ ଦିନେ ସେମାନଙ୍କ ସମଗ୍ର ସତ୍ତାକୁ ଆବୋରି ଆଲେକ୍‌ଜାଣ୍ଡାର୍, ନେପୋଲିୟନ୍, ହିଟ୍‌ଲର କିମ୍ବା ସଦ୍ଦାମ ଭଳି ପୁଣି ସେହି ସୁରମ୍ୟ ପ୍ରାସାଦର ତୂଳିତଳ୍ପ ଶଯ୍ୟାରୁ ଟାଣିଆଣି ମାଟି ଉପରକୁ ଫୋପାଡ଼ି ନ ଦେବ, ତାହା କିଏ କହିବ?


                           ***


ଜାତି, ଜାଗୃତି ଓ ପ୍ରଗତି / ୭୭


           ଆମେ ଓଡ଼ିଆ ମାତ୍ର ଚିନ୍ତା ଦେଢ଼ିଆ

ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ହିନ୍ଦୁ କଲେଜର “ହିନ୍ଦୀ ଭାଷା ଓ ସାହିତ୍ୟ ବିଭାଗ” ସ୍ନାତକ-ସମ୍ମାନ ଶ୍ରେଣୀରେ ନାମଲେଖା ଉଦ୍ଦେଶ୍ୟରେ ୨୦ଟି ସ୍ଥାନପାଇଁ ୭ ହଜାର ଆବେନପତ୍ର ଦାଖଲ ଖବର ରାଜଧାନୀ ଦିଲ୍ଲୀରୁ ପ୍ରକାଶିତ ସମସ୍ତ ହିନ୍ଦୀ ଓ ଇଂରେଜୀ ଖବରକାଗଜର ମୁଖ୍ୟ ପୃଷ୍ଠା ମଣ୍ଡନ କରିଥିଲା । ଇଂରେଜୀ ମାଧ୍ୟମର ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ହିନ୍ଦୀ ଭାଷା ସାହିତ୍ୟ ପ୍ରତି ଏଭଳି ପରିବର୍ତ୍ତନୀୟ ମନୋଭାବକୁ ଲକ୍ଷ୍ୟ କରି ଦିଲ୍ଲୀ ବିଶ୍ୱଦ୍ୟାଳୟର ହିନ୍ଦୀ ବିଭାଗ ମୁଖ୍ୟ ପ୍ରଫେସର ରମେଶ ଗୌତମଙ୍କ ମନ୍ତବ୍ୟ ଥିଲା- ଏଥିରେ ନିଯୁକ୍ତି ସୁଯୋଗ ଥିବାରୁ ବିଶେଷ କରି କେନ୍ଦ୍ରୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍, ଆଇ.ପି.ଏସ୍) ଏବଂ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ସର୍ବାଧିକ ଥିବାରୁ ହିନ୍ଦୀ ଭାଷା ଓ ସାହିତ୍ୟ ଆଜି କଳା, ବିଜ୍ଞାନ, ବାଣିଜ୍ୟ ଛାତ୍ରଙ୍କୁ ଆକର୍ଷିତ କରିପାରିଛି ।

ଏଭଳି ଏକ ପରିସ୍ଥିତିରେ ମନେ ପଡିଯାଏ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା କଥା । ୨୦୦୪ରେ ଓଡ଼ଶା ସରକାରଙ୍କ ଏକ ତ୍ରୁଟିପୁଣ୍ଣ ନିଷ୍ପତ୍ତିରେ ବ୍ୟଥିତ ହୋଇ କିଛି ଭାଷାପ୍ରେମୀ ଓଜନ‌ଦାର ମନ୍ତବ୍ୟ ଦେବାର ପ୍ରତିଯୋଗିତା ମଧ୍ୟରେ ବ୍ୟସ୍ତ ରହି, ଏହି ଭାଷାର ସ୍ଥାୟିତ୍ୱପାଇଁ ଉଚ୍ଚଶିକ୍ଷା ସ୍ତରରେ କିଭଳି ପକ୍ଷେପ ନେବାର ଆବଶ୍ୟକତା ରହିଛି, ତାହା ପରାମର୍ଶ ଦେବାକୁ ଭୁଲିଗଲେ । ଫଳରେ ବୈଶାଖର ପ୍ରଚଣ୍ଡ ‘ଜନତା’- ଝଞ୍ଜାକୁ ଶୀତଳତାର ପ୍ରଲେପ ଦେବା ଉଦ୍ଦେଶ୍ୟରେ ସରକାର ବହୁ ଦିନରୁ ଶୀତଳ ଭଣ୍ଡାରରେ ପଡିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନ ଫାଇଲକୁ ଜୀବନ୍ୟାସ କରି ଏହାର ସମୃଦ୍ଧପାଇଁ ତ‌ତ୍ତ୍ୱାବଧାରକ ଭାବରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତ କଲେ । ଗରିବ


୭୮ / ଜାତି, ଜାଗୃତି ଓ ପ୍ରଗତି
ଓଡ଼ିଆଙ୍କ ଅର୍ଥକୁ ଭଜନ-ଭୋଜନରେ ଖର୍ଚ୍ଚ କରି ସାରିବା ପରେ, ଏହି ଅନୁଷ୍ଠାନ ବଳକା ଅର୍ଥକୁ କିଛି ପ୍ରାଚୀନ ପୁସ୍ତକ ମୁଦ୍ରଣ କରିବା ବଦଳରେ ଇଣ୍ଟରନେଟ୍‌ରେ ଛାଡ଼ି ଓଡ଼ିଆ ଭାଷାକୁ ହାଇପ୍ରୋଫାଇଲ୍ ମାନ୍ୟତା ଦେବାରେ ଏବଂ କିଛି ଅନାମଧ୍ୟେୟ ଲେଖକଙ୍କ ବହି କିଣି, ବିଦ୍ୟାଳୟକୁ ପଠାଇବା କାର୍ଯ୍ୟରେ ବ୍ୟୟ କରିବାରେ ବ୍ୟସ୍ତ ଅଛନ୍ତି । ଅଥଚ ଏଣେ ନୂଆପଡ଼ା ଜିଲ୍ଲାର ସରକାରୀ ଭାଷା ଛତିଶଗଡ଼ି ପାଲଟିଗଲାଣି ତଥା ଓଡ଼ିଆ ଭାଷା ଓ ସାହିତ୍ୟକୁ ପାଠ୍ୟକ୍ରମ ଭାବେ ଗ୍ରହଣ କରିଥିବା ବିଦ୍ୟାର୍ଥୀଙ୍କ ସ୍ଥିତି କିଭଳି ସ୍ତରରେ ପହଞ୍ଚିଗଲାଣି, ସେକଥା ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ । ଶିକ୍ଷତି ବେକାରୀଙ୍କୁ ନିଯୁକ୍ତି ସହିତ ସ୍ୱଚ୍ଛ ପ୍ରଶାସନ ପ୍ରଦାନ କରିବାକୁ ଘୋଷଣା କରୁଥିବା ଆମ ସରକାର ମଧ୍ୟ ଏତିକି ବୁଝିପାରୁନାହାନ୍ତି ଯେ, ମାତୃଭାଷା ହିଁ ଏହିସବୁ କାର୍ଯ୍ୟ ସାଧନର ସରଳ ଓ ସର୍ବୋତ୍ତମ ମାଧ୍ୟମ ବୋଲି ।

ସରକାରୀ ନିଯୁକ୍ତି କ୍ଷେତ୍ରରେ ମାତୃଭାଷାର କିପରି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ଦୈନିକ ଇଂରେଜୀ ଖବରକାଗଜ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆର ୨୧ମଇ, ୨୦୦୭’ ସଂସ୍କରଣର ମୁଖ୍ୟ ପୃଷ୍ଠାରେ ସ୍ଥାନୀତ ଏକ ସର୍ଭେ ପାଠ କଲେ ଜଣାପଡ଼େ । କେନ୍ଦ୍ରୀୟ ଲୋକସଭା ଆୟୋଗ ଓ କେନ୍ଦ୍ରୀୟ କର୍ମଚାରୀ ଚୟନ ଆୟୋଗ୍ୱାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଆଞ୍ଚଳିକ ଭାଷା ମାଧ୍ୟମରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଫଳତା ହାର ସର୍ବାଧିକ ବୋଲି ବିଗତ ୧୦ବର୍ଷର ଆକଳନକୁ ଆଧାର କରି ଟାଇମ୍ସ ଅଫ୍ ଇଣ୍ଡିଆ ମତବ୍ୟକ୍ତ କରିଛି । କେବଳ ଓଡ଼ିଶା ଓ ଆସାମ ରାଜ୍ୟର ପ୍ରତିଯୋଗୀ ଏହି ସୁଯୋଗରୁ ବଞ୍ଚିତ ଅଛନ୍ତି । କାରଣ ଏହି ଦୁଇ ରାଜ୍ୟର ଛାତ୍ରମାନେ ମାତୃଭାଷାକୁ ଗୁରୁତ୍ୱ ନ ଦେଇ ଇଂରେଜୀ ଭାଷା ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରୀୟ ଲୋକସଭା ଆୟୋଗ ପରିଚାଳିତ ଆଇଏଏସ୍ ମୁଖ୍ୟ ପରୀକ୍ଷା ନିର୍ଦ୍ଦେଶାବଳୀ ୨୬(୧) ଓ ସେହି ମୁଖ୍ୟ ପରୀକ୍ଷା ଫର୍ମର ୧୦(ବ) ଅନୁସାରେ ପ୍ରାର୍ଥୀ ଭାରତ ସମ୍ବିଧାନ ସ୍ୱୀକୃତି ଲାଭ କରିଥିବା ଯେ କୌଣସି ଭାଷାରେ ମୁଖ୍ୟ ପରୀକ୍ଷା ପ୍ରଶ୍ନର ଉତ୍ତର ଲେଖିପାରିବେ ଓ ନିର୍ଦ୍ଦେଶାବଳୀ ୨୭ ତଥା ମୁଖ୍ୟ ପରୀକ୍ଷା ଫର୍ମର ୧୦(କ) ଅନୁସାରେ ମୁଖ୍ୟ ପରୀକ୍ଷାରେ ଲିଖିତ ଭାଷା ଅନୁସାରେ ସାକ୍ଷାତକାର ଦେଇପାରିବେ । ଅର୍ଥାତ୍ ଜଣେ ଛାତ୍ର ଓଡ଼ିଆ ଭାଷାରେ ମୁଖ୍ୟ ପରୀକ୍ଷା ସମସ୍ତ ପ୍ରଶ୍ନପତ୍ରର ଉତ୍ତର ଲେଖିବା ସହିତ ସାକ୍ଷାତକାର ମଧ୍ୟ ଓଡ଼ଆ ଭାଷା ମାଧ୍ୟମରେ ଦେଇପାରିବ । ଏହି ନିର୍ଦ୍ଦେଶାବଳୀ ମଧ୍ୟ କେନ୍ଦ୍ର କର୍ମଚାରୀ ଚୟନ ଆୟୋଗ ଲାଗୁ କରିଛି । ଫଳରେ କେନ୍ଦ୍ର ପରିଚାଳିତ ପରୀକ୍ଷାରେ ନିଜ ବିଦ୍ୟାର୍ଥୀଙ୍କ ପ୍ରାକ୍ ପ୍ରସ୍ତୁତିପାଇଁ ତଥା ନିଜ ଭାଷାର ଗୌରବ ବୃଦ୍ଧିପାଇଁ ଓଡ଼ିଶା, ଆସାମ ବ୍ୟତୀତ ଭାରତର ସମସ୍ତ ରାଜ୍ୟ ଏହି ନିର୍ଦ୍ଦେଶାବଳୀକୁ ନିଜ


ଜାତି, ଜାଗୃତି ଓ ପ୍ରଗତି / ୭୯
ରାଜ୍ୟରେ ଲାଗୁ କରିଛନ୍ତି । ଏପରିକି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ଲୋକସେବା ଆୟୋଗ ବାଧ୍ୟତାମୂଳକ ଇଂରେଜୀ ପତ୍ରକୁ ଉଠାଇ ଦେଇ ମୁଖ୍ୟ ପରୀକ୍ଷାର ସମସ୍ତପତ୍ରକୁ ହିନ୍ଦୀ ମାଧ୍ୟମରେ ଲେଖିବାର ସୁଯୋଗ ନିଜ ନିଜ ପରୀକ୍ଷାର୍ଥୀକୁ ଦେଇଛନ୍ତି । ଫଳରେ ଇଂରେଜୀ ଭାଷାଜ୍ଞାନ ନ ଥିବା ଜଣେ ହିନ୍ଦୀଭାଷୀ ବିଦ୍ୟାର୍ଥୀ ଖୁବ୍ ସହଜରେ ଆଇଏଏସ୍ ଭଳି କଷ୍ଟକର ପରୀକ୍ଷାକୁ ଅତିକ୍ରମ କରିଯାଉଛି ।

କେବଳ ହିନ୍ଦୀ ନୁହେଁ, ଏବେ ମରାଠୀ, ତେଲୁଗୁ, ତାମିଲ, ବଙ୍ଗଳା, ମାଲାୟାଲମ ଭଳି ଅନ୍ୟ ଭାରତୀୟ ଭାଷାଗୁଡ଼ିକ ହିନ୍ଦୀଭାଷାଭାଷୀ ରାଜ୍ୟ ପନ୍ଥା ଅନୁସରଣ କରି ନିଜ ରାଜ୍ୟର ମାତୃଭାଷାରେ ପରୀକ୍ଷା ଦେବାପାଇଁ ବିଦ୍ୟାର୍ଥୀମାନଙ୍କୁ ସୁଯୋଗ ଦେଉଛନ୍ତି । ଅଥଚ ଓଡ଼ିଶା ଲୋକସେବା ଆୟୋଗ ବହୁଦିନ ପରେ କେନ୍ଦ୍ରୀୟ ଲୋକସେବା ଆୟୋଗର ପଦାଙ୍କ ଅନୁସରଣ କରିଥିଲେ ମଧ୍ୟ ମାତୃଭାଷାରେ ମୁଖ୍ୟ ପରୀକ୍ଷାର ସମସ୍ତପତ୍ର ଉତ୍ତର ଲେଖିବା ଅଧିକାରରୁ ବଞ୍ଚିତ କରି ଇଂରେଜୀ ଭାଷାରେ ସାଧାରଣ ଜ୍ଞାନ ଥିବା ଅନେକ ଦକ୍ଷ ଓଡ଼ିଆ ପ୍ରତିଯୋଗୀଙ୍କୁ ପ୍ରଶାସକ ପଦବୀଠାରୁ ଦୂରେଇ ରଖୁଛନ୍ତି । ଫଳରେ ନିଜ ମାତୃଭାଷାରେ ପରୀକ୍ଷା ଦେବାର ଉପଯୁକ୍ତ ଦିଗଦର୍ଶନ ଅଭାବରୁ ଆମ ରାଜ୍ୟ ଆଇ.ଏ.ଏସ୍ ଭଳି ସର୍ବଭାରତୀୟ ପରୀକ୍ଷାରେ ଅନ୍ୟ ରାଜ୍ୟଠାରୁ ବହୁ ପଛରେ ପଡ଼ିଯାଇଛି ।

ପୁନଶ୍ଚ ଇଚ୍ଛାଧୀନ ପତ୍ର ଭାବରେ ମାତୃଭାଷା ଅଧିକ ଅଙ୍କ ପ୍ରଦାନ କରୁଥିବାରୁ ପ୍ରତ୍ୟେକ ରାଜ୍ୟର ପରୀକ୍ଷାର୍ଥୀ ମାତୃଭାଷାକୁ ବିକଳ୍ପ ଭାବେ ଚୟନ କରିଥାନ୍ତି । ଫଳରେ ମାତୃଭାଷାରେ ସାଧାରଣ ଜ୍ଞାନ ଥାଇ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଅଙ୍କ ଆଣି ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି । ମାତ୍ର ଏ କ୍ଷେତ୍ରରେ ମଧ୍ୟ ଓଡ଼ିଆ ପ୍ରତିଯୋଗୀଙ୍କୁ ନିରାଶ ହେବାକୁ ପଡ଼ିଥାଏ । ଓଡ଼ିଆ ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି, ଅର୍ଥହୀନ ବାକ୍ୟ ଓ କଠିନ ଶବ୍ଦ, ପ୍ରଶ୍ନ ପ୍ରସ୍ତୁତକର୍ତ୍ତାଙ୍କ ପାଣ୍ଡିତ୍ୟ ପ୍ରଦର୍ଶନ ସହ ନିରୀକ୍ଷକଙ୍କ ଆତ୍ମ ଅଭିମାନରେ ବଳି ପଡିଥାଏ ବିଚରା ଓଡ଼ିଆ ପରୀକ୍ଷାର୍ଥୀ । ତେଣୁ ଆଇ.ଏ.ଏସ୍ ପରୀକ୍ଷାରେ ଭାରତର ୨୨ଟି ଭାଷା ମଧ୍ୟରୁ ଓଡ଼ିଆ ଭାଷା ହିଁ ଏକମାତ୍ର ବିଭାଗ, ଯାହାର ଛାତ୍ର ସଂଖ୍ୟାରେ ହ୍ରାସ ପାଉଛି । ହୁଏତ ଦିନ ଆସିବ ଆଇ.ଏ.ଏସ୍ ମୁଖ୍ୟ ପରୀକ୍ଷାରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଶ୍ନପତ୍ର ମୁଦ୍ରଣ ହେବା ବନ୍ଦ ହୋଇଯିବ । ଏପରି ସ୍ଥଳେ ଅନ୍ୟ ରାଜ୍ୟ ପରି ଓଡ଼ିଶା ସରକାର ରାଜ୍ୟ ଲୋକସେବା ଆୟୋଗଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଇଂରେଜୀ ସହ ଓଡ଼ିଆ ଭାଷା ମାଧ୍ୟମରେ ଦେବାର ସୁଯୋଗ ପ୍ରଦାନ କରିବା ଆବଶ୍ୟକ ହୋଇପଡିଛି । ଓଡ଼ିଆ ଭାଷା ଓ ସାହିତ୍ୟର ନିରୀକ୍ଷକ ମଧ୍ୟ ଅନ୍ୟଭାଷୀ ନିରୀକ୍ଷକଙ୍କ କାର୍ଯ୍ୟ ପଦ୍ଧତିକୁ ଅନୁଧ୍ୟାନ କରି ନିଜକୁ ସମୀକ୍ଷା


୮୦ / ଜାତି, ଜାଗୃତି ଓ ପ୍ରଗତି
କରିବା ଆବଶ୍ୟକ । ଫଳରେ ଓଡ଼ିଆ ଭାଷା ସର୍ବଭାରତୀୟ ପରୀକ୍ଷାରେ ଅନ୍ୟ ଭାଷା ସହ ସମକକ୍ଷ ହୋଇ ଓଡ଼ିଶାର ଯୋଗ୍ୟ ଶିକ୍ଷିତବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସକ୍ଷମ ହେବ । ଏଥିସହିତ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ପ୍ରତ୍ୟେକ ବିଦ୍ୟାର୍ଥୀ ଉଚ୍ଚଶିକ୍ଷିତ ସାଧାରଣ ଜନତାଙ୍କ ଶ୍ରଦ୍ଧା ଜାଗ୍ରତ ହେବା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିପାଇଁ ଇଂରେଜୀ ଭାଷାରେ ଥିବା ଉତ୍କୃଷ୍ଟ ପୁସ୍ତକ ଓଡ଼ିଆ ଭାଷାରେ ଅନୁବାଦିତ ହୋଇ ମୁଦ୍ରିତ ହେବା କାର୍ଯ୍ୟ ଆରମ୍ଭ ହେବ । ଯଦ୍ୱାରା ଓଡ଼ିଆ ଭାଷାରେ ଥିବା ଭଲ ପୁସ୍ତକର ଅଭାବ ପୂରଣ ହୋଇ ଆମର ସଙ୍କୁଚିତ ଜ୍ଞାନ ପ୍ରସାରିତ ହେବାରେ ସାହାଯ୍ୟ କରିବ ।

ଏଠାରେ ଗୋଟିଏ କଥା ସ୍ମରଣୀୟ ଯେ, ଆମ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ଆମେ ଚିନ୍ତା କରିବା, କାର୍ଯ୍ୟ କରିବା । ଏଥିପାଇଁ ଆଉ କେହି ଆଗେଇ ଆସିବେ ନାହିଁ । ହୀନମନ୍ୟତା ଆମ ମେରୁଦଣ୍ଡ ଭାଙ୍ଗି ଦେଇଥିବାରୁ ଆଜି ଆମେ ବିଶ୍ୱ ଦୃଷ୍ଟିରେ ଦରିଦ୍ର, ନିର୍ବଳ, ଅନ୍ୟର ଦୟାର ପାତ୍ର । କର ରୂପରେ ସର୍ବାଧିକ ଅର୍ଥ କେନ୍ଦ୍ରକୁ ଦେଉଥିଲେ ମଧ୍ୟ ବନ୍ୟା, ବାତ୍ୟାରେ ଆମକୁ ଛିଣ୍ଡା କପଡ଼ା, ପୁରୁଣା ପଲିଥିନ, ଗମରା ଗହମ, ଗୋଡ଼ିମିଶା ଚାଉଳ ବ୍ୟତୀତ ଆଉ କିଛି ମିଳେନାହିଁ । ଆମ ରାଜ୍ୟରେ ନୂତନ କେନ୍ଦ୍ରୀୟ ସଂସ୍ଥା ନିର୍ମାଣ ହେବା ବଳରେ ପୂର୍ବରୁ ସ୍ଥାପିତ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଅନ୍ୟ ରାଜ୍ୟକୁ ଉଠାଇ ନେବାପାଇଁ କେନ୍ଦ୍ରର ଘୋଷଣା ମହାଭାରତୀୟ କ୍ଷେତ୍ରରେ ଆମର ବାସ୍ତବ ସ୍ଥିତିକୁ ସୂଚିତ କରିସାରିଲାଣି ।

ତେଣୁ ଆମ ସ୍ଥିତିକୁ ସୁଦୃଢ଼ କରିବାର ଏକମାତ୍ର ମାଧ୍ୟମ ହେଉଛି ଓଡ଼ିଆ ଜାତୀୟତା ଭାବର ସୃଷ୍ଟି କରିବା । ଯାହାର ପ୍ରାରମ୍ଭିକ ପ୍ରୟାସ ହେଉଛି ଓଡ଼ିଆ ଭାଷାର ବିକାଶ ଘଟାଇବା । ଆମ ମୁଖର ଭାଷା ହିଁ ଅନ୍ତ ଭିତରେ ଲୁଚି ରହିଥିବା ଅସନ୍ତୋଷକୁ ଫୁଟାଇବାରେ ମୁଖ୍ୟ ଭୂମିକା ନେବ । ଏହି ଭାଷା କେବଳ ଓଡ଼ିଆର ଗରିବୀକୁ ଦୂର କରିବ ନାହିଁ, ବରଂ ଦୁର୍ବଳତାକୁ ଲୋପ କରି ବିଶ୍ୱସ୍ତରରେ ଥିବା ପ୍ରାଚୀନ ପରିଚୟକୁ ପୁନଃସ୍ଥାପିତ କରିପାରିବ । ତାମିଲ ଭାଷା ଆଜି କ୍ଲାସିକ ଭାଷାର ମାନ୍ୟତା ପାଇ ଏହାର ବିକାଶ ନିମନ୍ତେ ପ୍ରତିବର୍ଷ ୨କୋଟିରୁ ଊଦ୍ଧ୍ୱ ଟଙ୍କା କେନ୍ଦ୍ରରୁ ଅନୁଦାନ ପାଉଥିବା ବେଳେ ଏବେ ତେଲୁଗୁ ଓ କନ୍ନଡ଼ ଭାଷାକୁ ସମମର୍ଯ୍ୟାଦା ଦିଆଯାଇ ଏହି ଭାଷାର ଉତ୍ତରୋତ୍ତର ଉନ୍ନତି କରାଯାଉଛି । ଉକ୍ତ ତିନୋଟି ଭାଷାର ସମକାଳୀନ ଓଡ଼ଆ ଭାଷା କାହିଁକି ଏ ଅଧିକାରରୁ ବଞ୍ଚିତ ହେବ? ଏ ପ୍ରଶ୍ନ ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆ ପଚାରିବାର ସମୟ ଉପସ୍ଥିତ । ଦଳମତ ନିର୍ବିଶେଷରେ ଓଡ଼ିଶାର ପ୍ରଗତିପାଇଁ ଏହାର ଭାଷା ବିକାଶ ଦିଗରେ ଆପ୍ରାଣ ଉଦ୍ୟମ କରିବା ଆବଶ୍ୟକ । ଓଡ଼ିଆ ଭାଷା ସୁରକ୍ଷା ଦାୟିତ୍ୱ ସରକାରଙ୍କର ବୋଲି କହି ନିଜକୁ ନିଜ କର୍ତ୍ତବ୍ୟରୁ ଦୂରେଇ

ଜାତି, ଜାଗୃତି ଓ ପ୍ରଗତି / ୮୧
ରଖିବା ଭାବନା ହିଁ ଆଜିର ଏହି ସଙ୍କଟ ସୃଷ୍ଟି କରିଛି । ତେଣୁ ନିଜ ଦାୟିତ୍ୱ ପ୍ରତି ସଚେତନ ହେବା ସହ ସାମୂହିକ ଭାବରେ ଭାଷାର ବିକାଶପାଇଁ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ବର୍ତ୍ତମାନ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରଥମ ଓ ପ୍ରଧାନ କାର୍ଯ୍ୟ ହେବା ଆବଶ୍ୟକ ।

ଆମ ରାଜ୍ୟରେ ଏଭଳି ଗୋଟିଏ ପରିବାର ନାହିଁ, ଯେଉଁଠି ଶିକ୍ଷିତ ବେକାର ଯୁବକ ନ ଥିବ ତଥା ସେହି ଯୁବକଠାରେ କାର୍ଯ୍ୟ କରିବାର ଦକ୍ଷତା ନ ଥିବ । ମାତ୍ର ନିଜ ଦକ୍ଷତାର ପ୍ରତିପାନପାଇଁ କୌଣସି ସୁଯୋଗ ନ ଥିବାରୁ ତଥା ଉକ୍ରୃଷ୍ଟ ଇଂରେଜୀ ଭାଷା ଶିଖିବାର ଆବଶ୍ୟକତା ଥିବାରୁ ଏଥିରେ ବିଫଳ ହେବାଦ୍ୱାରା ଓଡ଼ିଶାର ଅର୍ଥନୀତି ନିମ୍ନଗାମୀ ହେବା ସହ ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ତେଣୁ ପ୍ରତ୍ୟେକ ଓଡ଼ିଆ ପରିବାରର ମଧ୍ୟ ଦାୟିତ୍ୱ ରହିଛି ଯେ, ଏହି ସୁଦକ୍ଷ, ସୁଶିକ୍ଷିତ ବେକାର ଯୁବକ ଗୋଷ୍ଠୀଙ୍କୁ ନୈତିକ ସମର୍ଥନ ଯୋଗାଇ ଦେବା । ସରକାର, ବୁଦ୍ଧିଜୀବୀଗଣ ମଧ୍ୟ ଅନ୍ୟ ପ୍ରଦେଶର ସ୍ଥିତିକୁ ଆକଳନ କରି ଏ ଦିଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ । ମାତୃଭାଷାରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାପାଇଁ ନିଜ ସନ୍ତାନ ତଥା ଅନ୍ୟ ଶିକ୍ଷିତଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ମାତୃଭାଷାରେ ରାଜ୍ୟସ୍ତରୀୟ ନିଯୁକ୍ତି ପରୀକ୍ଷା ସୁଯୋଗ ଦେବାଦ୍ୱାରା ଓଡ଼ିଶାରେ ମେଧା ମାରଣ ନୁହଁ, ବରଂ ମେଧା ଅନ୍ୱେଷଣ ପ୍ରବୃତ୍ତିକୁ ଉତ୍ସାହିତ କରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୂଚନା ଅଧିକାରଦ୍ୱାରା ଯେଉଁ କାର୍ଯ୍ୟ ସାଧନ ନ ହୋଇପାରୁଛି, ସେହିକାର୍ଯ୍ୟ ମାତୃଭାଷା ମାଧ୍ୟମରେ ନିଯୁକ୍ତ ଅଧିକାରୀଙ୍କଦ୍ୱାରା ସାଧିତ ହୋଇ ସ୍ୱଚ୍ଛ ପ୍ରଶାସନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇପାରିବ । ସେଥିପାଇଁ ପ୍ରତ୍ୟେକ ଉନ୍ନତ ରାଷ୍ଟ୍ର ନିଜ ମାତୃଭାଷାକୁ ଗୁରୁତ୍ୱ ଦେଇଥା’ନ୍ତି । ଅନୁକରଣ ପ୍ରିୟ ଓଡ଼ିଆ ଜାତି ଅନ୍ତତଃ ଏତକ ଅନୁକରଣ କରି ନିଜ ଅଞ୍ଚଳର ବିକାଶରେ ଅଗ୍ରଣୀ ଭୂମିକା ନେବାର ସମୟ ଆସି ପହଞ୍ଚିଛି ।


                       ***


୮୨ / ଜାତି, ଜାଗୃତି ଓ ପ୍ରଗତି


ରାଜ୍ୟର ପରିବେଶ ପ୍ରତି ବିପଦ ବଢୁଛି

ରାଜ୍ୟରେ ବ୍ୟାପକ ଜଙ୍ଗଲ କ୍ଷୟ, କଳକାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପ, ସ୍ପଞ୍ଜ୍ ଆଇରନ୍ ଶିଳ୍ପ, କ୍ରସରଗୁଣ୍ଡ ମିଶୁଥିବା ବିଷାକ୍ତ ଧୂଳିକଣା ରାଜ୍ୟର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି । ବିସ୍ତୀର୍ଣ୍ଣ ସବୁଜ ପରିବେଶ କ୍ରମେ ହ୍ରାସ ପାଇ ଚାଲିଥିବା ବେଳେ, କଂକ୍ରିଟ୍ ଜଙ୍ଗଲ ଦୃତଗତିରେ ବୃଦ୍ଧି ପାଇ ଚାଲିଛି । ସବୁଜ ଗୃହ ବାଷ୍ପ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଛି ଏବଂ ରାଜ୍ୟର ପରିବେଶ ପ୍ରତିିଦିନ ଅଧିକରୁ ଅଧିକ ପ୍ରଦୂଷିତ ହୋଇଚାଲିଛି । କ୍ରମେ ବିଷାକ୍ତ ହୋଇପଡୁଥିବା ବାୟୁମଣ୍ଡଳ ଯୋଗୁଁ ଲୋକେ ବିଭିନ୍ନ ରୋଗର ଶିକାର ହୋଇପଡୁଥିବା ବେଳେ ପରିବେଶକୁ ପ୍ରଦୂଷଣମୁକ୍ତ କରିବାପାଇଁ ଯେଉଁ ଉଉ୍ୟମ ହେବା କଥା ତାହା ହେଉନଥିବାରୁ ପରିବେଶବିତ୍‌ମାନେ ଉଦ‌ବେଗ ପ୍ରକାଶ କରିଛନ୍ତି ।

ଶିଳ୍ପ ପ୍ରଦୂଷଣ :

ରାଜ୍ୟରେ ବର୍ତ୍ତମାନ ପ୍ରାୟ ୧୦୦ଟି ସ୍ପଞ୍ଜ୍ ଆଇରନ୍ କାରଖାନା ଓ ୧୨୦୦ କ୍ରସର କାର୍ଯ୍ୟ କରୁଛି । ସେଗୁଡ଼ିକ ମଧ୍ୟରୁ ଅଳ୍ପ କେତେକ ସ୍ପଞ୍ଜ୍ ଆଇରନ୍ ଓ କ୍ରସର ପ୍ରଦୂଷଣ ନିୟମ ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁ ନ ଥିବା ଶିଳ୍ପ ବିରୋଧରେ ସାଧାରଣ ଲୋକଙ୍କ ପକ୍ଷରୁ ଅଭିଯୋଗ ହେଲେ ମଧ୍ୟ ବହୁ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟରେ ବର୍ତ୍ତମାନ ବାର୍ଷିକ ପ୍ରାୟ ୩ ନିୟୁତ ଟନ୍ ଇସ୍ପାତ୍ ଉତ୍ପାଦନ ହେଉଥିବା ବେଳେ ଇସ୍ପାତ୍ ଉତ୍ପାଦନକୁ ୫୬ ନିୟୁତ ଟନ‌କୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୫୪ଟି ଦେଶୀ ଓ ବିଦେଶୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛିି । ପରିବେଶବିତ୍‌ଙ୍କ ମତରେ ୫୬ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ୫୫ ନିୟୁତ ଟନ୍ ଫସିଲ କୋଇଲା


ଜାତି, ଜାଗୃତି ଓ ପ୍ରଗତି / ୮୩
ଜାଳି କୋକ୍ ଉତ୍ପାଦନ କରିବାକୁ ହେବ । କୋକ୍ ଉତ୍ପାଦନ ବେଳେ ସେଥିରୁ ବେଞ୍ଜିନ୍, ମିଥେନ, ଆସିଟିଲିନ୍, ହାଇଡ୍ରୋଜେନ୍, ସଲଫାଇଟ୍ ଓ ଟାର ଭେପର ସୃଷ୍ଟି ହେବ । ଏତଦ୍‌ବ୍ୟତୀତ ସେଥିରୁ ୪ ନିୟୁତ ଟନ୍ ଫ୍ଲାଇଆସ ବା ହାଲୁକା ପାଉଁଶଗୁଣ୍ଡ ସୃଷ୍ଟି ହେବ । ସେହିପରି ଆଲୁମିନିିୟମ କ୍ଷେତ୍ରରେ ରାଜ୍ୟରେ ବର୍ତ୍ତମାନ ୦.୪୨ ନିୟତୁ ଟନ୍ ଆଲୁମିନିିୟମ ଉତ୍ପାଦନ ହେଉଥିବା ବେଳେ, ଆଗାମୀ ଦିନରେ ଏହି ଉତ୍ପାଦନକୁ ୮.୫ଗୁଣ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ୩ଟି କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ପରିବେଶବିତ୍‌ଙ୍କ ମତରେ ପ୍ରତି ଟନ୍ ଆଲୁମିନିୟମ ଉତ୍ପାଦନ ବେଳେ ୧୨ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ ସୃଷ୍ଟି ହୋଇଥାଏ । ସେହିପରି ଆଲୁମିନିୟମ ସ୍ମେଲଟର ବିଷାକ୍ତ ଗ୍ରୀନ୍‌ହାଉସ ବାଷ୍ପ ନିର୍ଗତ ହୋଇଥାଏ । ଏହା ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ସେହିପରି ରାଜ୍ୟରେ ଏନ୍‌ଟିପିସି କଣିହାଁ, ଏନ୍‌ଟିପିସି (ତାଳଚେର) ଓ ଇବ୍‌ଥର୍ମାଲ ଭଳି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବାବେଳେ ରାଜ୍ୟରେ ଆଉ ୧୩ଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିସାରିଛନ୍ତି । ଆହୁରି ଅନେକ ତାପଜ ବିଦ୍ୟୁତ୍ ସଂସ୍ଥା ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହିସବୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ମୁଖ୍ୟତଃ କୋଇଲାକୁ ଇନ୍ଧନ ଭାବେ ବ୍ୟବହାର କରିବାର ଯୋଜନା ରଖିଛନ୍ତି । କୋଇଲା ଜଳିବା ଫଳରେ ସେଥିରୁ ଫ୍ଲାଇଆସ୍ ଓ ନିର୍ଗତ ବିଷାକ୍ତ ବାଷ୍ପ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷିତ କରିବ ।

ବ୍ୟାପକ ଜଙ୍ଗଲ କ୍ଷୟ :

ପରିବେଶକୁ ସମତୁଲ କରି ରଖୁଥିବା ଜଙ୍ଗଲ ମଧ୍ୟ ରାଜ୍ୟରୁ ଦ୍ରୁତଗତିରେ ଲୋପ ପାଇଚାଲିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ୪୭୨ ବର୍ଗ କି.ମି. ଜଙ୍ଗଲ ହ୍ରାସ ପାଇଛି । ସେହିପରି ଗତ ମହାବାତ୍ୟାରେ ସୁରକ୍ଷିତ ରଖିଥିବା ତଟ ଅଞ୍ଚଳର ଥିବା ପ୍ରାୟ ୧୬ ବର୍ଗ କି.ମି. ହେନ୍ତାଳବଣ ମଧ୍ୟରୁ ଅଧିକାଂଶ ଲୋପ ପାଇଯାଇଛି । ଡେରାଡୁନ୍‌ସ୍ଥିତ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ୫୨୯୬୩ ବର୍ଗ କି.ମି. ଜଙ୍ଗଲ ଅଞ୍ଚଳ ରହିଥିବା ବେଳେ ଏହାର ମାତ୍ର ୧.୧୧ ପ୍ରତଶତ, ଅର୍ଥାତ୍ ୫୩୮ ବର୍ଗ କି.ମି. ଘଞ୍ଚ ଜଙ୍ଗଲ ରହିଛି । ଘଞ୍ଚ ଜଙ୍ଗଲର ପରିମାଣ ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ମଧ୍ୟମ ଧରଣର ଜଙ୍ଗଲ ୫୭.୧୭% ଅର୍ଥାତ୍ ୨୭୬୫୬ ବର୍ଗ କି.ମି. ଓ ଖୋଲା ଜଙ୍ଗଲ ୪୧.୬୧% ଅର୍ଥାତ୍ ୨୦୧୮୦ ବର୍ଗ କି.ମି. ରହିଛି । ବାତ୍ୟା ମହାବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହିତ ଖଣି ଖାଦାନ, ଶିଳ୍ପ ସମେତ କାଠ

୮୪ / ଜାତି, ଜାଗୃତି ଓ ପ୍ରଗତି
ମାଫିଆଙ୍କଦ୍ୱାରା ମୂଲ୍ୟବାନ ପୁରୁଣା କାଠଗଛ ସବୁ କଟାଯାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି । ନୂତନ ଜଙ୍ଗଲ ସୃଷ୍ଟିପାଇଁ ପ୍ରତିବର୍ଷ ସରକାର ଅର୍ଥ ପ୍ରଦାନ କରୁଥିଲେ ମଧ୍ୟ ଆମ୍ବ, ପଣସ, ଶାଳ, ପିଆଶାଳ, ଶାଗୁଆନ ଭଳି ଗଛ ଅଧିକ ସଂଖ୍ୟାରେ ଲଗାଯିବାପାଇଁ ଗୁରୁତ୍ୱପ୍ରଦାନ କରାଯାଉନାହିଁ । ୨୦୦୪-୦୫ରେ ବନ ପ୍ରକଳ୍ପପାଇଁ ଯୋଜନା ଓ ଅଣଯୋଜନା ବାବରେ ୯୧କୋଟି ୬୫ଲକ୍ଷ ୨୩ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ୨୦୦୫-୦୬ ମସିହାରେ ୯୯କୋଟି ୬୧ଲକ୍ଷ ୨୭ହଜାର, ୨୦୦୬-୦୭ରେ ସର୍ବାଧିକ ୧୨୪ କୋଟି ୪୧ଲକ୍ଷ ୧୭ ହଜାର ଏବଂ ୨୦୦୭-୦୮ ଡିସେମ୍ବର ଶେଷ ସୁଦ୍ଧା ୭୬କୋଟି ୪୫ଲକ୍ଷ ୮୪ହଜାର ଟଙ୍କା ବିନିଯୋଗ କରାଯାଇଛି । ତେବେ ଏହି ଅର୍ଥରେ କେତେ ଅଞ୍ଚଳ ଶାଳ, ପିଆଶାଳ, ଶାଗୁଆନ କିମ୍ବା ସେହିଭଳି ମୂଲ୍ୟବାନ ବୃକ୍ଷରୋପଣ କରାଯାଇଛି ଏବଂ ସେଥିରୁ କେତେ ବଞ୍ଚିଛି ସେ ସଂପର୍କରେ ସରକାରଙ୍କ ପାଖରେ ହିସାବ ନାହିଁ ।

ବ୍ୟାପକ ଜଙ୍ଗଲକ୍ଷୟ ଓ ପରିବେଶ ସନ୍ତୁଳନ ଅଭାବରୁ ଗତ କିଛିବର୍ଷ ହେବ ଋତୁଚକ୍ରରେ ବ୍ୟାପକ ବ୍ୟତିକ୍ରମ ସୃଷ୍ଟି ହୋଇଛି । ବର୍ଷାଦିନେ ଆବଶ୍ୟକ ପରିମାଣରେ ବର୍ଷା ହେଉ ନ ଥିବା ବେଳେ ଶୀତଦିନେ ମଧ୍ୟ ଯେଭଳି ଶୀତ ହେବା କଥା ସେଭଳି ହେଉନାହିଁ । ତେଣୁ ରାଜ୍ୟରେ ଶିଳ୍ପର ବିକାଶ ସହିତ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରା ନ ଗଲେ, ଓଡ଼ିଶା ଆଗାମୀ ଦିନରେ ବିଷାକ୍ତ ବଳୟରେ ପରିଣତ ହେବ ଓ ଆମେ ବିଶୁଦ୍ଧ ପାନୀୟ ଜଳ, ବିଶୁଦ୍ଧ ବାୟୁ ପାଇପାରିବା ନାହିଁ । ଫଳରେ ଆମର ସାଧାରଣ ଜୀବନ ନିର୍ବାହ ପଦ୍ଧତି ପ୍ରଭାବିତ ହେବ । ତା’ଛଡ଼ା ଆମର ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ ଆମେ ବିଶୁଦ୍ଧ ପାଣି କିମ୍ବା ବାୟୁ କିଣିପାରିବା ନାହିଁ । କେବଳ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିବା । ତେଣୁ ଯଦି ସୁସ୍ଥ, ସୁନ୍ଦର ଓ ନିରାମୟ ଜୀବନ ଯାପନ କରିବାକୁ ଚାହିଁବା, ତେବେ ଗଛକୁ ନ କାଟି ପ୍ରଚୁର ଗଛ ଲଗାଇବା, ଶିଳ୍ପ ନାଁରେ ଜଙ୍ଗଲ ଉଜାଡ଼ିବା ନୀତିରୁ ସରକାରଙ୍କୁ ପ୍ରବର୍ତ୍ତାଇବା । ସ୍ୱାର୍ଥୀ ଶିଳ୍ପପତିଙ୍କ କୁଚକ୍ରରେ ପଡ଼ି ସରକାର ଯଦି ଉଚିତ ପକ୍ଷେପ ନ ନିଅନ୍ତି, ତେବେ ବ୍ୟାପକ ଜନଆନ୍ଦୋଳଦ୍ୱାରା ଏହି କାର୍ଯ୍ୟ କରିବାକୁ ହେବ ।

                           *** ଜାତି, ଜାଗୃତି ଓ ପ୍ରଗତି / ୮୫

ଭାଷା ପ୍ରତିଷ୍ଠାନର ଗତି କୁଆଡ଼େ?

ନିକଟରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ର ଏକ କର୍ମଶାଳାକୁ ଉଦ୍‌ଘାଟନ କରି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଓଡ଼ିଆ ଭାଷାକୁ କମ୍ପ୍ୟୁଟରୀକରଣ କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବୋଧହୁଏ ସେ ଜାଣି ନ ଥିଲେ ଯେ, ଏହି କାର୍ଯ୍ୟପାଇଁ ପ୍ରାୟ ୬ବର୍ଷ ତଳୁ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକୁ ପ୍ରଚୁର ଅର୍ଥ ଦେଇଥିଲେ । ଓଡ଼ିଶା ଭାଗରେ ପଡିଥିବା ଅର୍ଥକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍.ସି.ଏ ବିଭାଗ ମୁଖ୍ୟ ଓ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ମିଳିତ ଭାବେ ଲୁଟ୍ କରିସାରିଥିବାରୁ, ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାକୁ ଯେପରି ଇଣ୍ଟରନେଟ୍, ଗୁଗୁଲ ଓ ୟାହୁ ସର୍ଚ୍ଚ ମାଧ୍ୟମରେ ବ୍ୟବହାର କରାଯାଇପାରୁଛି, ଆମେ ସେପରି ବ୍ୟବହାର କରିପାରୁନୁ । ‘ମାରି ନେଲେ ମହାପାତ୍ରେ ଆମେ ଚାହିଁଛୁରେ ଜଳକା’ ପରି ଆମେ କେବଳ ନୀରବରେ ବସି ରହିଛେ । ଏ ସୁବିଧା ଆମ ଓଡ଼ିଆଙ୍କୁ କେବେ ଯେ ମିଳିବ, ତାହାର ମଧ୍ୟ ଠିକଣା ନାହିଁ ।

ଠିକ୍ ସେହିପରି ଆଉ ଏକ ଲଜ୍ଜାକର ଘଟଣା ନିକଟରେ ଚର୍ଚ୍ଚା ପରିସରକୁ ଆସିଛି । ଭାଷାକୁ ନେଇ ଭାରତ ଭୂଇଁରେ ସର୍ବ ପ୍ରଥମେ ସ୍ୱତନ୍ତ୍ର ରାଜ୍ୟ ଗଠନ କରି, ନିଜର ସ୍ୱତନ୍ତ୍ରତା ପ୍ରତିଷ୍ଠା କରିଥିବା ଓଡ଼ିଆ ଭାଷା, ମାତ୍ର ୭୦ବର୍ଷ ମଧ୍ୟରେ ନିଜ ମାଟିରୁ ସତ୍ତା ହରାଇ ବସୁଥିବାରୁ ଅନ୍ୟାନ୍ୟ ଭାରତୀୟ ଭାଷା ସମକକ୍ଷ କରିବା ଉଦ୍ଦେଶ୍ୟରେ ଏହାର ବିକାଶପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ବିଭାଗକୁ । ମାତ୍ର ବିଭାଗର କେତେକ ଗୋତ୍ରମାରୁ ଓଡ଼ିଆ ବିରୋଧୀ ଅଧିକାରୀଙ୍କ ଚକ୍ରାନ୍ତ ଏବଂ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ, କେତେକ ସଦସ୍ୟ, ଅସାଧୁ କର୍ମଚାରୀଙ୍କ ଅର୍ଥଲୋଭ ଯୋଗୁଁ ଏହି ସଂସ୍ଥା ଓଡ଼ିଆ ଭାଷା ବିକାଶ କରିବା ବଳରେ ବିନାଶ ଦିଗକୁ ଦୃତ ଭାବେ ଆଗେଇ ନେଇଚାଲିଛି ।


୮୬ / ଜାତି, ଜାଗୃତି ଓ ପ୍ରଗତି
ସବୁଠାରୁ ଦୁଃଖର ବିଷୟ ଆମ ବୁଦ୍ଧିଜୀବୀ, ବିଧାନସଭାର ମାନ୍ୟବର ସଦସ୍ୟବୃନ୍ଦ ତଥା ନିଜକୁ ଓଡ଼ିଆ ଭାଷା ଓ ସଂସ୍କୃତିର ତ୍ରାଣକର୍ତ୍ତା ବୋଲାଉଥିବା ବିରୋଧୀ ଦଳର ନେତାଙ୍କର ଏପରି ସମ୍ବେଦନଶୀଳ ବିଷୟପ୍ରତି ନୀରବତା; ଏହି ଲୁଟେରା ନପୁଂସକ ଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରୁଛି ।

ଭାଷା ପ୍ରତିଷ୍ଠାନର ଉଦ୍ଦେଶ୍ୟ :

ଭାଷା ପ୍ରତିଷ୍ଠାନ ଗଠନର ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷାର ବିକାଶ, ପ୍ରସାର ତଥା ଅନ୍ୟାନ୍ୟ ସର୍ବଭାରତୀୟ ସ୍ତରରେ ଥିବା ଆଞ୍ଚଳିକ ଭାଷାର ସମକକ୍ଷ କରାଇବା । ଏଥିପାଇଁ ଜଣେ ନିର୍ଦ୍ଦେଶକ, ୬୭ ଜଣ ସଦସ୍ୟ, ଯୁଗ୍ମ ସଚିବ ପାହ୍ୟାଭୁକ୍ତ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିଲା । ବିଭିନ୍ନ ସମୟରେ ସଂସ୍ଥାକୁ ଗତିଶୀଳ କରିବାପାଇଁ ଅନେକ ବୈଠକମାନ ମଧ୍ୟ ବସିଛି । ମାତ୍ର ସରକାରଙ୍କ ପାରମ୍ପରିକ କାର୍ଯ୍ୟଧାରା ପରି ଅନେକ ‘ଭୋଜନ ଓ ଭଜନ’ ପରେ ନିଷ୍ପତ୍ତି ନିଆଗଲା ଯେ, ଗୋଟିଏ ଅଭିଧାନ ଓ ଗୋଟିଏ ନିର୍ଭୁଲ ବ୍ୟାକରଣ ପୁସ୍ତକ ପ୍ରସ୍ତୁତି କରିବା, ଇଣ୍ଟରନେଟରେ ପ୍ରମୁଖ ପୁସ୍ତକଗୁଡ଼କ କମ୍ପ୍ୟୁଟରୀକରଣ କରିବା, ତଥା ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ଶିକ୍ଷା ଉପଯୋଗୀ ଓଡ଼ିଆ ପୁସ୍ତକମାନ ବଣ୍ଟନ କରିବା ଇତ୍ୟାଦି ଅନେକ କାର୍ଯ୍ୟ । ଏସବୁ କାର୍ଯ୍ୟ କରିବ କିଏ? କରୁଥିବା ବ୍ୟକ୍ତିର ଯୋଗ୍ୟତା କ’ଣ ହେବ ଏବଂ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟ କେତେ ଗୁଣାତ୍ମକ ହୋଇଛି, ତାହାର ମୂଲ୍ୟାଙ୍କନ କରାଯାଇଛି କି ନାହିଁ, ଏସବୁ ପ୍ରଶ୍ନର ଉତ୍ତର କେବଳ ସମିତି ସଦସ୍ୟମାନେ ହିଁ କହିପାରିବେ । କାରଣ ଏ ବିଷୟରେ ଗଣମାଧ୍ୟମକୁ ଜଣାଇ ଦିଆଗଲା ନାହିଁ । ଏପରିକି ମାତ୍ର ୩ ବର୍ଷ ମଧ୍ୟରେ ଗଠିତ ଏହି ସଂସ୍ଥା ବହୁ ଦୁର୍ନୀତିରେ ଜଡ଼ିତ ଥିଲେ ମଧ୍ୟ ଏ ବିଷୟରେ କେହି କହିବାକୁ ନାହାନ୍ତି । ବିଦ୍ୟାଳୟଗୁଡ଼ିକପାଇଁ କିଣାଯାଇଥିବା ପୁସ୍ତିକା ତାଲିକାରେ ପ୍ରମୁଖ ପ୍ରକାଶନ ସଂସ୍ଥା ଓ ପ୍ରତିଷ୍ଠିତ ଲେଖକଙ୍କ ନାମ ନ ଥିବାରୁ ଏହି ସଂସ୍ଥା ରୂପକ ଢୋଲ ଭିତରେ ଯେ ବହୁତ ବଡ଼ ମୂଷା ରହିଛନ୍ତି, ଏଥିରେ ସନ୍ଦେହ ନାହିଁ ।

ଦୁର୍ନୀତି ଓ ଅନୀତିର ଗନ୍ତାଘର :

ଭାଷା ପ୍ରତିଷ୍ଠାନ ଗଠନ ହେବା ସମୟରୁ ହିଁ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଇଛି । ସଂସ୍ଥାର ପ୍ରଥମ ନିର୍ଦ୍ଦେଶକ ପଦବୀପାଇଁ ସବୁଠାରୁ ଯୋଗ୍ୟ ବିଚାରବନ୍ତ ତଥା ବରିଷ୍ଠ ଭାଷାବିତ୍ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ‌ତ୍କାଳୀନ ବିଭାଗୀୟ ମୁଖ୍ୟଙ୍କ ନାମ ସର୍ବାଗ୍ରେ ଥିଲା । ମାତ୍ର ୬ ମାସ ପରେ ତାଙ୍କର ଅବସର ସମୟ ଉପସ୍ଥିତଥିବା ଆଳ

ଜାତି, ଜାଗୃତି ଓ ପ୍ରଗତି / ୮୭
ଦେଖାଇ, ବିଧାନସଭାର ଦୁଇଜଣ ଛାମୁଆ ନେତା ଗୁରୁଦକ୍ଷିଣା ଦେବାକୁ ଯାଇ ଭାଷା ସହିତ ସଂପର୍କ ନ ଥିବା ତଥା ଭାଷା ସୁରକ୍ଷାପାଇଁ କେବେ ଚିନ୍ତା ମଧ୍ୟ କରି ନ ଥିବା ଜଣେ ରିଡରକୁ ନିର୍ଦ୍ଦେଶକ ପଦ ଭେଟି ଦେଲେ । ତେଣୁ ଯୋଗ୍ୟତା ନ ଥାଇ ପଛ ଦର୍ଜାରେ ଆସିଥିବା ବ୍ୟକ୍ତି ମୁହଁ ଖୋଲି କିଛି କହିବାର ସମ୍ଭାବନା ନ ଥିବାରୁ, କାର୍ଯ୍ୟକାରୀ ପରିଷଦର ୬୭ ଜଣ ସଦସ୍ୟଙ୍କ ମଧ୍ୟରେ ୫୦ରୁ ଅଧିକ ପ୍ରଶାସନିକ ଅଫିସର ଓ କିଛି ଯୋଗାଡ଼ିଆ ଅଧ୍ୟାପକ ନିଜ ନିଜ ମଧ୍ୟରେ ଅନୁଷ୍ଠାନ କାର୍ଯ୍ୟ ବାଣ୍ଟି ନେଇ ସରକାର ଧନକୁ ଆତ୍ମସାତ କରିବାର ରାସ୍ତା ଫିଟାଇ ଦେଲେ । ନିର୍ଦ୍ଦେଶକଙ୍କ ଅବସର ପରେ ଏହି ପଦବୀରେ ପୁନଃ ସ୍ଥାପିତ କରିବାପାଇଁ ଚେଲାଦ୍ୱୟ ଆଗଭର ହୋଇ ସରକାରଙ୍କଦ୍ୱାରା ଯେଉଁ ନିଯୁକ୍ତି ବିଜ୍ଞାପନ ସେପ୍ଟେମ୍ବର ୨୦୦୭ରେ ପ୍ରକାଶ କରାଇଥିଲେ, ସେଥିରେ ପ୍ରାର୍ଥୀର ବୟସ ୬୧ ବର୍ଷ ସୂଚୀତ ହୋଇଥିଲା । ଅର୍ଥାତ୍ ଉକ୍ତ ବ୍ୟକ୍ତିଙ୍କୁ ଆହୁରି ୩ବର୍ଷ ରଖିବାପାଇଁ ସ୍ଥିର ନିଷ୍ପତ୍ତି ହୋଇସାରିଥିଲା । ତେବେ ଅସମୟରେ ଭୂକମ୍ପ ଆସି ସବୁଠାରୁ କରିତ୍‌କର୍ମା ଚେଲାର ମୁଣ୍ଡ ନେଇଯିବାରୁ ଭକ୍ତଙ୍କ ଗୁରୁଙ୍କୁ ସ୍ଥାୟୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇ ପାରିଲାନାହିଁ ।

ଏହି ବିଜ୍ଞାପନ ଆଧାରରେ ବହୁ ଆବେଦନକାରୀଙ୍କ ମଧ୍ୟରୁ ଆବଶ୍ୟକ ଯୋଗ୍ୟତା ମାତ୍ର ୩ଜଣ ବ୍ୟକ୍ତିଙ୍କର ଥିବାବେଳେ, ହଠାତ୍ ଭିତିରିଆ ଖବର ପ୍ରକାଶ ପାଇଲା ଯେ ଏମାନଙ୍କ ମଧ୍ୟରୁ ଯାହାର ପ୍ରଶାସନିକ ଅଭିଜ୍ଞତା ଥିବ, ତାଙ୍କୁ ଏହି ପଦବୀ ଦିଆଯିବ । ଏଥିପାଇଁ ମଧ୍ୟ ଉପକୂଳ ବନ୍ଦର ଅଞ୍ଚଳରୁ ଜଣେ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେବାପାଇଁ ଆଉ ଜଣେ ଚେଲା ଆଗେଇ ଆସିଲେ । ତେବେ “ପୁଅପାଇଁ ପ୍ରାଣଗଲା” ନ୍ୟାୟରେ ଏହାଙ୍କ ମୁଣ୍ଡ ଗଡ଼ିବାରୁ ପୁଣି ନିର୍ଦ୍ଦେଶକ ପଦବୀ ପୂରଣ ହୋଇ ପାରିଲାନାହିଁ । ତେଣୁ ଗୋଳିଆ ପାଣିରୁ ଫାଇଦା ଉଠାଇବାପାଇଁ ଲାଗି ପଡ଼ିଲେ ଅନୁଷ୍ଠାନର ବୃହତ କାର୍ଯ୍ୟକାରିଣୀ ପରିଷଦ ଓ ଏମାନଙ୍କ ସାହାଯ୍ୟକାରୀ କିରାଣୀଗଣ । ଫଳରେ ଓଡ଼ିଆ ଭାଷା ଓ ସାହିତ୍ୟ ସହ ସଂପୃକ୍ତ ନ ଥିବା ତଥା ଅନ୍ୟ ଦୁଇଟି ବୃହତ ପଦବୀରେ ଅଧିଷ୍ଠିତ ଥିବା ଶିକ୍ଷାବିଭାଗର ପ୍ରଫେସର ସେବକ ତ୍ରିପାଠୀଙ୍କୁ ଅସ୍ଥାୟୀ ଭାବେ ଏହି ପଦବୀ ଦିଆଗଲା । ୩ଟି ନାଆରେ ଗୋଡ଼ ଦେଇଥିବା ବ୍ୟକ୍ତି ଅନ୍ତିମ ନାଆକୁ ଅଣଦେଖା କଲାପରି ଓଡ଼ିଆ ଭାଷା ଓ ସାହିତ୍ୟ ଦୃଷ୍ଟିରୁ ଅନଭିଜ୍ଞ ଡଃ ତ୍ରିପାଠୀ କେବଳ ମିଟିଂ ଇଟିଂ ଓ ଦସ୍ତଖତଦ୍ୱାରା ଏହି ସଂସ୍ଥାକୁ ଆଗକୁ ନେଇଚାଲିଲେ । ମାତ୍ର “ମାଣ ପୁରି ସାରିବା ପରେ ଧାନ ତଳେ ପଡିବା” ପରି ଯେତେବେଳେ ଦୁର୍ନୀତିର ସୀମା ଅତିକ୍ରମ କଲା, ତାହା ଦାଣ୍ଡରେ ପଡି ହାଟରେ ଗଡ଼ିଲା । ଫଳରେ କିଛି ଦୁର୍ନୀତିଆଙ୍କ ମୁଖା ଖୋଲିଗଲା । ଆଉ କେତେ ରହିଛନ୍ତି, ଅଧିକ ଅନୁସନ୍ଧାନ ପରେ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସବୁକଥା ବାହାରି ପଡିବ ।

୮୮ / ଜାତି, ଜାଗୃତି ଓ ପ୍ରଗତି

ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧୋକା :

ସ୍ୱାଭିମାନୀ ଓଡ଼ିଆଙ୍କୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମପାଇଁ ପ୍ରଚୁର ଅର୍ଥ ମୁକ୍ତ ହସ୍ତରେ ଅନୁମୋଦନ କରିଥିଲେ । ସେହି ଅନୁସାରେ ସଦସ୍ୟଗଣ ଭିତରେ ଭିତରେ ଅର୍ଥ ଭାଗ ବାଣ୍ଟ କରି ଚାଲିଥିଲେ । ମାତ୍ର ଯେତେବେଳେ ବିଦ୍ୟାଳୟଗୁଡ଼ିକୁ ବହି ବଣ୍ଟନ କରିବା ନିଷ୍ପତ୍ତି ନିଆଗଲା, ସେଥିରେ ନିଜର ସ୍ୱଚ୍ଛତା ପରିପ୍ରକାଶ କରିବାପାଇଁ ଏକ ‘ପୁସ୍ତକ ଚୟନ କମିଟି’ ଗଠନ କରିଦେଲେ । ଏହି କମିଟି ସଦସ୍ୟଗଣ କେବଳ ଅନଭିଜ୍ଞ ନୁହନ୍ତି, ଏମାନେ ଗୋଟିଏ ଗୋଟିଏ ସଖି କଣ୍ଢେଇ ମଧ୍ୟ । ତାହା ନ ହୋଇଥିଲେ ଏହି କମିଟି ୧୬ ପୃଷ୍ଟାର ଯେଉଁ ପୁସ୍ତକ ତାଲିକା ଦେଇଛନ୍ତି, ସେହି ତାଲିକା ଭିତରୁ କେବଳ ୨୦୦୬-୦୭ ମସିହାପାଇଁ ସରକାର ଦେଇଥିବା ୧କୋଟି ୪୦ଲକ୍ଷ ଟଙ୍କାର ବହି କିଣା ହେବ ନାହିଁ, ବରଂ ଆଗାମୀ ଦଶବର୍ଷପାଇଁ ବହି କିଣିବା ଉଦ୍ଦେଶ୍ୟରେ ସରକାର ଯେତେ ଅର୍ଥ ପ୍ରଦାନ କରିବେ, ସେହି ଅର୍ଥରେ ଉକ୍ତ ତାଲିକାଭୁକ୍ତ ବହି କେବଳ ହିଁ କିଣାଯିବ । ଅର୍ଥାତ୍ ଏହି ୧୦ବର୍ଷ ମଧ୍ୟରେ ଉଚ୍ଚକୋଟୀର ପୁସ୍ତକ ରଚନା କରାଯାଇଥିଲେ ମଧ୍ୟ ତାହା ଗ୍ରହଣ କରାଯିବ ନାହିଁ । କେବଳ ନିଷ୍ପତ୍ତିଟି ଏତିକିରେ ରହିଥିଲେ ହୁଏତ ପଖାଳଖାଇ ଶୋଇ ପଡୁଥିବା ଓଡ଼ିଆଏ ଚେତି ନ ଥାନ୍ତେ, ଯଦି ଭଲ ଭଲ ପ୍ରକାଶନ ସଂସ୍ଥାର ଓଡ଼ିଆ ପୁସ୍ତକକୁ ଉପେକ୍ଷା କରାଯାଇ; ନିଜ କର୍ମଚାରୀ, ନିଜ ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ଅନାମଧ୍ୟେୟ ପ୍ରକାଶନ ସଂସ୍ଥା ଗଠନ କରି, କଟକର ଏକ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥାର ସର୍ବାଧିକ ଅନାମଧ୍ୟେୟ ଓ ଛାତ୍ର ଅରୁଚି ପୁସ୍ତକ ମନୋନୀତ ହୋଇ ନ ଥା’ନ୍ତା ।

ଏହି ବହି କାହା ପାଇଁ? :

ରାଜ୍ୟର ୩୫୦୦ ବିଦ୍ୟାଳୟକୁ ଓଡ଼ିଆ ବହି କିଣି ପ୍ରଦାନ କରିବା ପଛରେ ସରକାରଙ୍କର ମହତ ଉଦ୍ଦେଶ୍ୟ ଥିଲା ଯେ, ବିଦ୍ୟାଳୟରେ ପୂର୍ବରୁ ଥିବା ପାଠାଗାର ଆନ୍ଦୋଳନକୁ ସକ୍ରିୟ କରିବା, ପିଲାଙ୍କ ମଧ୍ୟରେ ପଢ଼ିବା ପିପାସା ବୃଦ୍ଧି କରାଇବା ତଥା ଓଡ଼ିଆ ଲେଖା ଓ ଲେଖକଙ୍କ ସହ ପରିଚିତ ହେବା । ମାତ୍ର ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷରେ ହେଉ, ସାମାନ୍ୟ ଅବହେଳାର ସୁଯୋଗ ନେବାକୁ ଭୁଲିଲେ ନାହିଁ ଏଠି ଛକି ବସିଥିବା ଗୋତ୍ରମାରୁ ଓଡ଼ିଆ କଙ୍କଡ଼ା ଦଳ । ସେମାନେ ଓଡ଼ିଶାର କେତେକ କଳୁଷିତ ପ୍ରକାଶନ ସଂସ୍ଥାଙ୍କ ପ୍ରଲୋଭନକୁ ଗ୍ରହଣ କରି ବିକ୍ରି ହୋଇପାରୁ ନ ଥିବା ଗୁଡ଼ିଏ ଅବୋଧ୍ୟ ପୁସ୍ତକ ତାଲିକା କରି ପକାଇଲେ । ପୁସ୍ତକ ମନୋନୟନ ବେଳେ ଏମାନେ କୋମଳମତି ପିଲାଙ୍କ ମାନସିକତାକୁ, କିମ୍ବା ବିଦ୍ୟାଳୟଗୁଡ଼ିକର ଭୌଗୋଳିକ

ଜାତି, ଜାଗୃତି ଓ ପ୍ରଗତି / ୮୯
ସ୍ଥିତିକୁ ଦୃଷ୍ଟି ଦେଇନାହାନ୍ତି । ଦୃଷ୍ଟାନ୍ତରୂପେ କୁହାଯାଇପାରେ ଯେ, ଜଣେ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କପାଇଁ “ଅର୍ଥ ସହ ଶତ୍ରୁତା”, “ସ୍ୱରୋଦୟ”, “ପ୍ରତିନିୟତ”, “ଜଣେ କେହି ବର୍ଷାରେ ଭିଜୁଥାଇ ପାରେ” “ବର୍ଷାର ପ୍ରଥମ ନୁପୂର”, “କଳାହାଣ୍ଡିର କାବ୍ୟ”, “ମହୁମୁହାଣ”, “ମଧୁଶାଳା”, “ଉଜ୍ଜୟିନୀ” ଇତ୍ୟାଦି ଅସଂଖ୍ୟ କବିତା ପୁସ୍ତକ ତଥା ନାଟ୍ୟକାର ମନୋରଂଜନ ଦାସ, ବିଜୟ ମିଶ୍ର, ପ୍ରଫୁଲ୍ଲ ରାୟ, ରତି ମିଶ୍ରଙ୍କ ରଚିତ ଭଲ ନାଟକଗୁଡ଼ିକ ଛାଡ଼ି ଅବୁଝା ନାଟକ ଏବଂ ‘ଶ୍ରୀରାଧା’, ‘ନୂଆ ସକାଳ’, ‘ସମୟାନ୍ତର’ ଇତ୍ୟାଦି ଉପନ୍ୟାସ ଏହି କୋମଳମତି ପିଲାମାନଙ୍କୁ କି ପ୍ରକାରର ନୈତିକ ଶିକ୍ଷା ଦେଇପାରିବ ବୋଲି ଚୟନକର୍ତ୍ତାଗଣ ଭାବିଛନ୍ତି ! ଏଥିସହିତ ଓଡ଼ିଶାର ବିଦ୍ୟାଳୟଗୁଡ଼ିକ ଅବସ୍ଥିତି ଦୃଷ୍ଟିରୁ ଗ୍ରାମୀଣ, ନିପଟ ମଫସଲି, ସହର, ସହର ଉପକଣ୍ଠ, ଆଦିବାସୀ ଅଞ୍ଚଳ ଭାବରେ ବିଭକ୍ତ କରି ଏଠାରେ ପଢ଼ୁଥିବା ପିଲାଙ୍କ ମାନସିକତା ଓ ଗ୍ରହଣ କରିବାର ଦକ୍ଷତାକୁ ଆଧାର କରି ପୁସ୍ତକ ମନୋନୟନ କରାଯାଇନାହିଁ । କେବଳ ସେତିକି ନୁହେଁ, ପୁସ୍ତକ ଚୟନ ସମିତିର ଯେ ଏଥିପାଇଁ କାଣିଚାଏ ମାତ୍ର ଯୋଗ୍ୟତା ନାହିଁ, ତାହା ପ୍ରମାଣ କରିଛନ୍ତି ପ୍ରଜ୍ଞା ପ୍ରକାଶନୀଦ୍ୱାରା ମୁଦ୍ରିତ “ଜ୍ଞାନବିଜ୍ଞାନ”ନାମକ ଏକ ଉଚ୍ଚକୋଟୀର ପୁସ୍ତକକୁ ବିଜ୍ଞାନ ବିଭାଗରେ ସ୍ଥାନୀତ ନ କରି, କରିଛନ୍ତି ଗ୍ରନ୍ଥାବଳୀ ବିଭାଗରେ ।

ଏ ଭ୍ରମରବର କିଏ ?

ଓଡ଼ିଆ ଭାଷାର ଉତ୍ପତ୍ତି ତଥା ଓଡ଼ିଆ ସାହିତ୍ୟର ଉତ୍ପତ୍ତି ଓ ଏହାକୁ ପୂଣ୍ଣବିକଶିତ କରିଥିବା ଅମର ସ୍ରଷ୍ଟାମାନଙ୍କ ବିଷୟରେ ଏପର୍ଯ୍ୟନ୍ତ ଆମ ଓଡ଼ିଶାବାସୀ ଜାଣିପାରିଲେ ନାହିଁ । ଏ ସମ୍ପର୍କରେ ଯେତିକି ତଥ୍ୟ ଅଛି, ତାହା ଆମ ଛାତ୍ରଛାତ୍ରୀମାନେ ଜାଣିବା ଉଚିତ୍ । ଏହାକୁ ଲକ୍ଷ୍ୟ ରଖି ଜୀବନୀ, ଆତ୍ମଜୀବନୀ ଓ ଗ୍ରନ୍ଥାବଳୀ ପୁସ୍ତକ ମନୋନୀତ କରିବାର ଥିଲା । ମାତ୍ର ଏଠି ମଧ୍ୟ ଜାଲିଆତି ହୋଇଛି । “ମିଡିଆ ପ୍ରେସ” ଦ୍ୱାରା ମୁଦ୍ରିତ ଭ୍ରମରବର ଗ୍ରନ୍ଥାବଳୀ (ମୂଲ୍ୟ-ଟ୪୦୦ଙ୍କା) ଏବଂ ଶିକ୍ଷଣୀୟ ପୁସ୍ତକ ବିଭାଗରେ ସ୍ଥାନୀତ “ଓଡ଼ିଆ ବୈଷ୍ଣବ ସାହିତ୍ୟ ଓ ବୈଷ୍ଣବକବି ଭ୍ରମରବର” (ମୂଲ୍ୟ-ଟ୧୦୦ଙ୍କା) ପୁସ୍ତକ ମନୋନୀତ କରି ଚୟନକର୍ତ୍ତା ପାଠକଙ୍କୁ କି ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଯଦିଓ ଆମେ ସାହିତ୍ୟିକ ଓ ସାହିତ୍ୟକୁ ସମ୍ମାନ ଜଣାଉଛୁ, ମାତ୍ର ଏଠାରେ ଆମ ବିବେକ ବାରମ୍ବାର ପ୍ରଶ୍ନ ପଚାରୁଛି ଯେ, ପ୍ରାଚୀନ କବି ସାରଳା, ପଞ୍ଚସଖା, ତଥା ମଧ୍ୟଯୁଗୀୟ ଅସଂଖ୍ୟ ବୈଷ୍ଣବକବିଙ୍କ ମେଳରେ କବି ଭ୍ରମରବରଙ୍କ ସ୍ଥିତି କ’ଣ? ବୋଧହୁଏ ଏହା ଉପରେ ଗବେଷଣା କରି ଉପାଧି ପାଇଥିବା ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କିରାଣୀ ତଥା ଭାଷା ପ୍ରତିଷ୍ଠାନର


୯୦ / ଜାତି, ଜାଗୃତି ଓ ପ୍ରଗତି
ସର୍ବେସର୍ବା ବୋଲାଉଥିବା ଜନୈକ କିରାଣୀଙ୍କର ନିକଟ ସମ୍ପର୍କୀୟ ହେବେ ନିଶ୍ଚୟ । ତେବେ ପୂର୍ବ ପୁରୁଷଙ୍କୁ ସମ୍ମାନ ଜଣାଇ ନିଜେ ଏବେ କେତେ ଅସମ୍ମାନିତ ହେଉଛନ୍ତି, ତାହା ଏହି ଗୁପ୍ତ ଯୋଜନା ପଦାରେ ପଡ଼ିବା ପରେ ଅନୁଭବ କରିପାରୁଥିବେ ।

ବିଖ୍ୟାତ ଲେଖକଙ୍କ ବହି କାହିଁ?

ପିଲାଙ୍କ ମନ ମୋହିଲା ଭଳି ସରଳ ଭାଷାରେ ଅସଂଖ୍ୟ କବିତା, ଗପ, ଉପନ୍ୟାସ, ନାଟକ ଆଦି ରଚିତ ହୋଇଛି, ସାରଳା ଦାସଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ଅସଂଖ୍ୟ ଯୋଗ୍ୟ ଓଡ଼ିଆ କବି-ଲେଖକଙ୍କ ପର୍ଯ୍ୟନ୍ତ । ଏପରିକି ବହୁ ମହାନ୍ ବ୍ୟକ୍ତିଙ୍କ ଜୀବନୀ ମଧ୍ୟ ପିଲାଙ୍କ ପ୍ରେରଣାପ୍ରଦ ପୁସ୍ତକ ଭାବେ ମନୋନୀତ କରାଯାଇପାରିଥାନ୍ତା । ମାତ୍ର ଏହା ନ କରି ବର୍ତ୍ତମାନର ଶାସନ କ୍ଷମତା ଜାବୁଡ଼ି ଧରିଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉଚ୍ଚ ମୂଲ୍ୟରେ ମୁଦ୍ରିତ ଅସାହିତ୍ୟ ପୁସ୍ତକଗୁଡ଼ିକୁ ମନୋନୀତ କରାଯାଇଛି । ଏପରିକି ଭାଷା ପ୍ରତିଷ୍ଠାନର ଜନୈକ କର୍ମଚାରୀ ଅରବିନ୍ଦ ରାୟଙ୍କ ଗବେଷଣା ସନ୍ଦର୍ଭ ତାଙ୍କ ସଂପର୍କୀୟା ଶୈଳବାଳା ଦାସଙ୍କ ନାମରେ ମୁଦ୍ରିତ କରି ପ୍ରାୟ ୨୬ ଲକ୍ଷ ୯୫ ହଜାର ଟଙ୍କା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ଜଣେ କର୍ମଚାରୀ ନିଜ ସଂପର୍କୀୟଙ୍କ ନାମରେ ଭିନ୍ନ ଭିନ୍ନ ପ୍ରକାଶନ ସଂସ୍ଥା ଗଠନ କରି (ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଭଳି ନାମକୁମାତ୍ର ପ୍ରକାଶନ ସଂସ୍ଥା କେବଳ ବିଭିନ୍ନ ସରକାରୀ ଯୋଜନାରେ ଧରାଧରି କରି ବହି ବିକିବା ଛଡ଼ା ଅନ୍ୟ କୌଣସିଠାରେ ଖଣ୍ଡିଏ ହେଲେ ବହି ବିକ୍ରୟ କରିବାର ବ୍ୟବସ୍ଥା ନାହିଁ) ବିଭିନ୍ନ ପୁସ୍ତକ ମନୋନୀତ କରାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଖାଇବାପାଇଁ ପ୍ରସ୍ତୁତ ହେଲେଣି ବୋଲି ଖବରକାଗଜରେ ପ୍ରକାଶିତ ହେବା ସହ, ଏମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରେ ଦୃଢ଼ ଦାବି କରାଯାଇଥିବାର ଶୁଣାଯାଉଛି ।

ଫ୍ରେଣ୍ଡସ୍ ସହ ବନ୍ଧୁତା କାହିଁକି?

ପ୍ରକାଶନ ସଂସ୍ଥାପାଇଁ ସରକାରଙ୍କର କୌଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ । ଯାହାର ସୁଯୋଗ ନେଉଛନ୍ତି ଅସଂଖ୍ୟ ଠକ ପ୍ରକାଶନ ସଂସ୍ଥା । ନିଜ ସ୍ତ୍ରୀ, ପିଲା, ଶଳା, ଶାଳୀ କିମ୍ବା ପରିବାରର ଅନ୍ୟାନ୍ୟ ସଦସ୍ୟ, ଏପରିକି ଦୋକାନ କର୍ମଚାରୀଙ୍କ ନାମରେ ଗୋଟିଏ ଗୋଟିଏ ଛଦ୍ମ ପ୍ରକାଶନ ସଂସ୍ଥା ଗଠନ କରି ଓଡ଼ିଶାର ବିଭିନ୍ନ ବହିଦୋକାନକୁ ପୁସ୍ତକ ପଠାଇବା ବଳରେ; ରାଜା ରାମମୋହନ ରାୟ ଫାଉଣ୍ଡେସନ୍, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ପୁସ୍ତକ ବିକ୍ରି କରୁଥିବା କେତେକ ଘୃଣ୍ୟ ବ୍ୟବସାୟୀଙ୍କ ଯୋଗୁଁ ଭଲ ବହିଟିଏ ପାଠକ ନିକଟରେ ପହଞ୍ଚିପାରୁନାହିଁ । ଏହିସବୁ ସଂସ୍ଥା କେବଳ


ଜାତି, ଜାଗୃତି ଓ ପ୍ରଗତି / ୯୧
ଧନୀ ଓ ପ୍ରଭାବଶାଳୀ ସରକାରୀ କ୍ଷମତାସୀନ ବ୍ୟକ୍ତିଙ୍କ ଅବାନ୍ତର ଲେଖାକୁ ପୁସ୍ତକ ରୂପ ଦେଇ ବଡ଼ ବାଳିଆ ମାରିବା ଆଶାରେ ଅପେକ୍ଷା କରି ରହିଥାନ୍ତି । ଯେମିତି ବସି ରହିଛି ‘ଫ୍ରେଣ୍ଡସ୍’ । ଏହି ତାଲିକାରେ ସର୍ବାଧିକ ୨୩ଟି ପୁସ୍ତକ ଓ ଏହାଦ୍ୱାରା ସୃଷ୍ଟ ଛଦ୍ମ ସଂସ୍ଥା ଯଥା, ‘ବିଦ୍ୟା ପ୍ରକାଶନ’ରୁ ୧୧ ଖଣ୍ଡ, ‘ସୁଧା ପ୍ରକାଶନ’ରୁ ୧୦ ଖଣ୍ଡ, ‘ସାହିତ୍ୟ ସଂଗ୍ରହ’ରୁ ୪ ଖଣ୍ଡ, ‘ମିଡିଆ’ରୁ ୪ ଖଣ୍ଡ-ଏମିତି ଜାଣନ୍ତରେ ୫୨ଖଣ୍ଡ ପୁସ୍ତକ ଗୋଟିଏ ସଂସ୍ଥାରୁ ମନୋନୀତ ହୋଇଥିବା ବେଳେ ଅନ୍ୟ ସଂସ୍ଥାମାନଙ୍କରୁ ୨/୪ ଖଣ୍ଡ ଲେଖାଏଁ ମନୋନୀତ ହୋଇଛି । ସବୁଠାରୁ ମଜାର କଥା ହେଲା ଯେ, ଫ୍ରେଣ୍ଡସଦ୍ୱାରା ପିଲାଙ୍କପାଇଁ ମୁଦ୍ରିତ ଗୋଟିଏ ହେଲେ ପୁସ୍ତକ ମନୋନୀତ ହୋଇ ନ ଥିବା ବେଳେ, ସେହି ସଂସ୍ଥାଠାରୁ ପିଲାମାନଙ୍କର ଜ୍ଞାନ ଓ ଦକ୍ଷତା ବୃଦ୍ଧିପାଇଁ ଅନ୍ୟ ଧରଣର ଅବୋଧ୍ୟ ପୁସ୍ତକ ମନୋନୀତ କରାଯାଉଛି ।

ସରକାର କ’ଣ ସ୍ଥାଣୁ?

ଏ ଭିତରେ କଥାଟା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାନକୁ ଯାଇ ସାରିଲାଣି । ବୋଧହୁଏ ନବୀନ ରାଜନୀତିରେ ଯେମିତି ଦୋଷୀ ପ୍ରତି କଠୋର ଦଣ୍ଡ ଦେଉଛନ୍ତି, ଏଥିରେ ମଧ୍ୟ ସେହିପରି କିଛି କରିବେ ବୋଲି ଓଡ଼ିଶାବାସୀ ତାଙ୍କଠାରୁ ଆଶା କରିଛନ୍ତି । ତାଙ୍କର ସ୍ୱଚ୍ଛ ଶାସନର ଦୃଷ୍ଟାନ୍ତ ସ୍ୱରୂପ, ଭାଷା ପ୍ରତିଷ୍ଠାନରେ ସ୍ୱଚ୍ଛତା ଆଣି, ଓଡ଼ିଆ ଭାଷା ବିଶେଷଜ୍ଞ ସୁଦକ୍ଷ ବ୍ୟକ୍ତିଙ୍କୁ ନିର୍ଦ୍ଦେଶକ ପଦବୀରେ ସ୍ଥାୟୀ ଭାବେ ନିଯୁକ୍ତି କରିବା ଏକ ପ୍ରାଥମିକ କାର୍ଯ୍ୟ ହେବ । ଭାଷା ଓ ସାହିତ୍ୟ ପ୍ରତି ଆନ୍ତରିକତା ନ ଥିବା ବିଶାଳ କାର୍ଯ୍ୟକାରୀ ସମିତିକୁ ଭାଙ୍ଗି ଓଡ଼ିଶାର ବିଦ୍ୱାନ ଅଧ୍ୟାପକ, ବୁଦ୍ଧିଜୀବୀ ଓ ଲେଖକଗଣଙ୍କୁ ନେଇ ନୂଆ ପରିଷଦ ଗଠନ କରିବା ସହିତ, ଭାଷା ପ୍ରତିଷ୍ଠାନର ମୌଳିକ ଲକ୍ଷ୍ୟକୁ କାର୍ଯ୍ୟକାରୀ କରାଇବାକୁ ସୁଯୋଗ ଦେବା ଏବଂ ବ୍ୟାସକବି ଫକୀରମୋହନଙ୍କ କଟକର ବାଖରାବାସ୍ଥିତ ବାସଭବନକୁ ଅବାଞ୍ଛିତ ଭାବେ ମାଡ଼ି ବସିଥିବା ତଥା ବହି ଦୋକାନରେ ବହି ନ ପହଞ୍ଚାଇ ବିଭିନ୍ନ ଫନ୍ଦି ଫିକର କରି ବହି ବିକ୍ରି କରୁଥିବା କେତେକ ଜାତିଦ୍ରୋହୀ ପ୍ରକାଶନ ସଂସ୍ଥା ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କେବଳ ଯେ ଓଡ଼ିଆ ଭାଷା ତା’ର ପୂର୍ବଗୌରବ ଫେରି ପାଇବ, ତା’ ନୁହେଁ, ବରଂ ବହୁଦିନ ପରେ ଓଡ଼ିଆ ଜାତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ଉକ୍ରଳ ଗୌରବ ମଧୁସୂଦନ ଭାବରେ ପାଇଲା ପରି ଅନୁଭବ କରିବ ।

                     ***


୯୨ / ଜାତି, ଜାଗୃତି ଓ ପ୍ରଗତି




         <big>ଆଉ କେତେଦିନ ଭୋକିଲା ରହିବା

ସମଗ୍ର ବିଶ୍ୱରେ ଓଡ଼ିଶା ଆଜି ଦୁଇଟି ଘଟଣାକୁ ନେଇ ଚର୍ଚ୍ଚିତ । ଗୋଟିଏ ଭୋକ, ଅନ୍ୟଟି ଦଙ୍ଗା । ଭୋକ ଏ ମାଟିକୁ ଆସିଛି ଦେଢ଼ଶହ ବର୍ଷ ତଳୁ, ୧୮୬୬ ନଅଙ୍କ ଦୂର୍ଭିକ୍ଷଦ୍ୱାରା । ଆଉ ଦଙ୍ଗା ଆସିଛି ମାତ୍ର ପଚିଶ ବର୍ଷ ତଳୁ, ସ୍ୱାର୍ଥପର ବ୍ୟବସାୟୀ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କ୍ୱାରା । ତେବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଓ ଭାରତ ସ୍ୱାଧୀନତାପ୍ରାପ୍ତି ପରେ ଏହି ଭୋକର ସୀମା ସଂକୁଚିତ ହୋଇ ବର୍ତ୍ତର୍ମାନ ଘନ ଜଙ୍ଗଲ ଘେରା ଅବିଭକ୍ତ କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି ବା କେବିକେ ଜିଲ୍ଲା ମଧ୍ୟରେ ସୀମିତ ହୋଇଥିବା ବେଳେ, ଦୂର୍ଭାଗ୍ୟବଶତଃ ଦଙ୍ଗା ଘଟଣା ମଧ୍ୟ ସେହି ଅଞ୍ଚଳରୁ ସୃଷ୍ଟି ହୋଇଛି । ଆଉ ଏହି ଦଙ୍ଗା ମଧ୍ୟ ଭୋକକୁ ନେଇ । ଅର୍ଥାତ୍ ‘ବୁଭୁକ୍ଷୁଂ କିମ୍ ନ କରୋତି ପାପଂ’-ନ୍ୟାୟରେ ଏହି ତିନୋଟି ଜିଲ୍ଲାର ସରଳ, ନିରୀହ ଅଥଚ ଏକବାଗିଆ ଅଧିବାସୀଗଣଙ୍କୁ ଶାଗୁଣା ପରି ଝୁଣି ଖାଇବାରେ ବ୍ୟସ୍ତ ଥିବା ତେଲୁଗୁ କୁମୁଟି, ମାରୱାଡି ଓ ଉପକୂଳ ଓଡ଼ିଶାରୁ ଯାଇଥିବା କେତେକ ଗୋତ୍ରମାରୁ ଓଡ଼ିଆଙ୍କ କୁଚକ୍ରାନ୍ତ ଯୋଗୁଁ ନିଜର ତଥା ନିଜ ପରିବାରର ପେଟଜ୍ୱାଳାକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କ କଥାରେ ପରିଚାଳିତ ହୋଇ ଏମାନେ ନିଜନିଜ ଭିତରେ ହଣାକଟା ହେଉଛନ୍ତି । ଯାହାକୁ ସାଧାରଣ ଲୋକଙ୍କ ଦୃଷ୍ଟିରେ କନ୍ଧ-ପାଣ ଲଢ଼େଇ, ଧାର୍ମିକ ଠିକାଦାରଙ୍କ ଦୃଷ୍ଟିରେ ହିନ୍ଦୁ-ଖ୍ରୀଷ୍ଟିୟାନ ଦଙ୍ଗା, ସୁଯୋଗ ଉଣ୍ଡୁଥିବା ସାମ୍ୟବାଦୀଙ୍କ ଦୃଷ୍ଟିରେ ଧନୀ-ଗରୀବର ଦ୍ୱନ୍ଦ ବୋଲି କୁହାଯାଉଛି । ଏପରିକି ଏହି ଭୋକ ଦାଉରୁ ହାତଗଣତି କେତେକ ଲୋକଙ୍କୁ ପେଟପୁରା ମୁଠେ ଖାଇବାର ବନ୍ଦବୋସ୍ତ ନ କରି ଆମ ପ୍ରଧାନମନ୍ତ୍ରୀ ଏହାକୁ ଜାତୀୟ ଲଜ୍ଜା ବୋଲି ଘୋଷଣା କରିବାକୁ ପଛେଇଲେ ନାହିଁ । ଯଦି ମୁମ୍ବାଇ ବୋମା ବିସ୍ଫୋରଣ ଘଟି ନ ଥା’ନ୍ତା, ତେବେ ଆନ୍ତର୍ଜାତୀୟ ପ୍ରେକ୍ଷାପଟରୁ କନ୍ଧମାଳରେ ନିଆଁ ଲିଭି ନ ଥା’ନ୍ତା ।

ଜାତି, ଜାଗୃତି ଓ ପ୍ରଗତି / ୯୩

ଏଠାରେ କହିବାର କଥା ହେଲା, କନ୍ଧମାଳର ଜାତିଗତ ଦଙ୍ଗାକୁ ନେଇ ଯେତେ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଥିଲା ତଥା ଏବେ ମଧ୍ୟ ଚାଲିଛି, କନ୍ଧମାଳର ଅଧିବାସୀଙ୍କ ଭୋକକୁ ନେଇ ଯାହା ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ଜାତିସଂଘ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ ଓ ନୂଆଦିଲ୍ଲୀସ୍ଥିତ ମାନବ ବିକାଶ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ସେ ସଂପର୍କରେ କେହି ଜଣେ ହେଲେ ପଦେ ପାଟି ଫିଟାଇନାହାନ୍ତି । ଅର୍ଥାତ୍ ଜାତିକୁ ନେଇ ସମସ୍ତେ ଚିନ୍ତିତ ଅଥଚ ଭୋକରେ ଡହଳବିକଳ ହେଉଥିବା ମଣିଷପାଇଁ କେହି ପଦେ ଆହା କହିବାକୁ ଆଗ୍ରହୀ ନୁହନ୍ତି ।

ଜାତିସଂଘର ସଦ୍ୟ ପ୍ରସ୍ତୁତ ରିପୋର୍ଟ ଅନୁସାରେ ବିଶ୍ୱର ଖାଦ୍ୟାଭାବ ଅଞ୍ଚଳ ବା ଭୋକର ଭୂଗୋଳ ଭାବରେ ଓଡ଼ିଶାର ୪ଟି ଜିଲ୍ଲା- ମାଲକାନଗିରି, ଗଜପତି, ରାୟଗଡ଼ା ଓ କନ୍ଧମାଳକୁ ଚିହ୍ନିତ କରାଯାଇଛି । ଖାଦ୍ୟ ଉପଲବ୍ଧି ଦୃଷ୍ଟିରୁ କନ୍ଧମାଳ ଜିଲ୍ଲା ସବୁଠାରୁ ପଛରେ । ଏଠାରେ ଶସ୍ୟକ୍ଷେତ୍ର କମ୍ ଥିବାବେଳେ ମାତ୍ର ୧୩.୫% କୃଷି ଜମି ଜଳସେଚିତ । ଏହି ଜିଲ୍ଲାର ମୁଣ୍ଡପିଛା ବାର୍ଷିକ ଶସ୍ୟ ଉତ୍ପାଦନ ୯୦୦ଟଙ୍କାରୁ କମ୍ । ଓଡ଼ିଶାରେ ୫ବର୍ଷରୁ କମ୍ ଶିଶୁମୃତ୍ୟୁ ପ୍ରତି ୧୦୦ରେ ୯ ଜଣ ବା ପ୍ରତି ୧୧ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିବା ବେଳେ ଏହି ୪ଟି ଜିଲ୍ଲାରେ ଶିଶୁମୃତ୍ୟୁହାର ୧୦୦ରୁ ୧୬ ଜଣ ଅର୍ଥାତ୍ ପ୍ରତି ୬ ଜଣରେ ଜଣେ ଶିଶୁ ମରୁଛନ୍ତି । ଯେଉଁ ଶିଶୁଗଣ ବର୍ତ୍ତି ଯାଉଛନ୍ତି ସେମାନେ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଉ ନ ଥିବାରୁ ଏମାନେ ଅଳ୍ପ ଓଜନ ବିଶିଷ୍ଟ ଓ ଭୟଙ୍କର ରୋଗରେ ପୀଡ଼ିତ । ଏହିସବୁ ଜିଲ୍ଲାମାନଙ୍କରେ ମୁଣ୍ଡପିଛା ମାସିକ ଖର୍ଚ୍ଚ ୨୫୦ ଟଙ୍କାରୁ କମ୍ । ଶ୍ରମିକମାନେ ଏଠାରେ ୩୦ ଟଙ୍କାରୁ ମଧ୍ୟ କମ୍ ମଜୁରି ପାଇଥାନ୍ତି । ତଥାପି ଏମାନେ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି । ଏହି ଜିଲ୍ଲାଗୁଡ଼ିକରେ ୨୦% ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିଥାଏ । ପରେ ଉତ୍କଟ ଖାଦ୍ୟାଭାବ ସହିତ ପାନୀୟ ଜଳର ବ୍ୟାପକ ଅଭାବ ଏବଂ ଚିକିତ୍ସାର ଅଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିବା ବେଳେ ପୂର୍ବରୁ ଅତିକ୍ଷୁଧା ଅଞ୍ଚଳ ଭାବରେ ଚିହ୍ନିତ କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି ସହିତ ଏଥର ଦୁଇଟି ନୂଆଜିଲ୍ଲା- ଗଜପତି ଓ କନ୍ଧମାଳକୁ ଯୋଗ କରାଯାଇଛି । ଅର୍ଥାତ୍ ଓଡ଼ିଶାର ପ୍ରଗତି ହୋଇଛି ବୋଲି ବାହାରକୁ ଜଣାପଡୁଥିବା ବେଳେ ଏହାର ସୁଫଳ ଯେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚି ପାରୁନାହିଁ, ତାହା ‘ଭୋକର ଭୁଗୋଳ’ ପରିସୀମା ବୃଦ୍ଧିରୁ ଜଣାପଡ଼େ । ଏହି ୪ଟି ଜିଲ୍ଲା ସହିତ ଅନ୍ୟ ୧୪ଟି ଜିଲ୍ଲା-ନୂଆପଡ଼ା, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ନବରଙ୍ଗପୁର, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ସୋନପୁର,


୯୪ / ଜାତି, ଜାଗୃତି ଓ ପ୍ରଗତି
ବରଗଡ଼, ସମ୍ବଲପୁର, ବଲାଙ୍ଗୀରର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବାରୁ ଏଠାରେ ଅଗ୍ରାଧିକାର ଭିତ୍ତିରେ ଯଦି ପ୍ରଶାସନିକ ହସ୍ତକ୍ଷେପ କରା ନ ଯାଏ, ପରବର୍ତ୍ତୀକାଳରେ ଓଡ଼ିଶାରେ କ୍ଷୁଧିତଙ୍କ ସଂଖ୍ୟା ଓ ଅଞ୍ଚଳର ପରିସୀମା ନିଶ୍ଚିତ ଭାବରେ ବୃଦ୍ଧି ପାଇବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ ସତର୍କ କରିିଆଯାଇଛି ।

କେବଳ ସେତିକି ନୁହେଁ, ଏହି ସମସ୍ୟା ସମଗ୍ର ଭାରତବର୍ଷରେ ବ୍ୟାପକ ରୂପ ଧାରଣ କରିସାରିଲାଣି । ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇ.ଏଫ୍.ପି.ଆର.ଆଇ) ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ (ଅକ୍ଟୋବର ୧୬) ଅବସରରେ ପ୍ରକାଶିତ କ୍ଷୁଧା ତାଲିକା ଅନୁସାରେ ବିଶ୍ୱର ୮୮ଟି କ୍ଷୁଧିତ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ହେଉଛି ୬୬ । ବିଶ୍ୱର ଅନେକ ଅନାମଧ୍ୟେୟ ଓ ଦରିଦ୍ର ଦେଶ ଏ କ୍ଷେତ୍ରରେ ଭାରତଠାରୁ ବହୁ ଉପରେ ରହିଛନ୍ତି । କୃଷି ଉତ୍ପାଦନରେ ଭାରତର ଏକ ନମ୍ବର ରାଜ୍ୟ ପଞ୍ଜାବର କ୍ଷୁଧାସ୍ତର ଭିଏତନାମ ଓ ହଣ୍ଡୁରାସ ଭଳି ଅନଗ୍ରସର ରାଷ୍ଟ୍ରଠାରୁ ତଳେ ରହିଛି । ଭାରତୀୟ ରାଜ୍ୟ ସମୂହଙ୍କର କ୍ଷୁଧା ତାଲିକାରେ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଗୁଜୁରାଟ ଓ ମହାରାଷ୍ଟ୍ର ପ୍ରଥମରୁ କ୍ରମାନ୍ୱୟରେ ସ୍ଥାନ ପାଇଥିବାବେଳେ, ଓଡ଼ିଶା ସପ୍ତମରେ ରହିଛି । ମଧ୍ୟପ୍ରଦେଶର କ୍ଷୁଧାସ୍ତର ୩୦ ଥିବାବେଳେ ଓଡ଼ିଶାରେ ଏହା ୨୩.୭ । ସେହିଭଳି କମ୍ କ୍ଷୁଧିତ ତାଲିକାରେ ପଞ୍ଜାବ (୧୩.୬) ପ୍ରଥମ ସ୍ଥାନରେ ଥିବାବେଳେ କେରଳ, ହରିୟାଣା, ଆସାମ, ଆନ୍ଧ୍ର, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ କ୍ରମାନ୍ୱୟରେ ଅଛନ୍ତି । ଖାଦ୍ୟ ଉତ୍ପାଦନ ଓ ଭୋଜନ ସୂଚୀ (ଜାତୀୟ) ଅନୁସାରେ ଭାରତର ପ୍ରଦର୍ଶନ ଭିନ୍ନ । ବିଭିନ୍ନ ରାଜ୍ୟରେ ଖାଦ୍ୟ ଉତ୍ପାଦନ ହାର ସମାନ ନ ଥିଲେ ମଧ୍ୟ ଅଧିକାଂଶ ପ୍ରଦେଶ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳ । ଦେଶ ମଧ୍ୟ ଗତବର୍ଷ ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଏକପ୍ରକାର ଆତ୍ମନିର୍ଭରଶୀଳ ଥିଲା । ତେବେ ବଜାରରେ ଖାଦ୍ୟଶସ୍ୟ ମିଳିଲେ ଯେ ସବୁଲୋକଙ୍କ ପେଟ ପୂରିବ, ଏହାର କୌଣସି ନିଶ୍ଚିନ୍ତତା ନାହିଁ । ଲୋକଙ୍କର କ୍ରୟଶକ୍ତି ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ଯାହାର ରୋଜଗାର ନାହିଁ ସେ ଭୋକରେ ରହିବ । ଅବଶ୍ୟ ଓଡ଼ିଶା ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଦୁଇଟଙ୍କିଆ ଚାଉଳ ଯୋଗାଇ ଦେଉଛନ୍ତି । ଏହା ସତ୍ତ୍ୱେ କ୍ଷୁଧା ବୃଦ୍ଧି ଏହି ରାଜ୍ୟର ପ୍ରକୃତ ସ୍ଥିତିକୁ ସୂଚାଇ ଦେଇଛି ।

ଆଇ.ଏଫ୍.ପି.ଆର୍.ଆଇ ପକ୍ଷରୁ ଶିଶୁଙ୍କ ଓଜନ, ଶିଶୁ ମୃତ୍ୟୁହାର ଓ ସେମାନଙ୍କ ଖାଦ୍ୟ କ୍ୟାଲୋରୀ ଗ୍ରହଣକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁ ରାଜ୍ୟରେ ଶିଶୁ ମୃତ୍ୟୁହାର ଅଧିକ, ଯେଉଁଠି ଶିଶୁମାନେ ସ୍ୱାଭାବିକ ଓଜନଠାରୁ କମ୍ ଏବଂ ଯେଉଁ ପରିମାଣର

ଜାତି, ଜାଗୃତି ଓ ପ୍ରଗତି / ୯୫
କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା କଥା, ତା’ଠାରୁ କମ୍ ଖାଉଛନ୍ତି ସେଠାକାର କ୍ଷୁଧା ତାଲିକା ସେତେ ଖରାପ । ତେବେ କ୍ଷୁଧା ତାଲିକାରେ ଦରିଦ୍ର ଓ ଅନଗ୍ରସର ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଭଳି କେତେକ ରାଜ୍ୟ ଉପରେ ରହିଥିଲେ କାହାରି ସନ୍ଦେହ ହୋଇ ନ ଥାନ୍ତା । ବିଡ଼ମ୍ବନା ହେଉଛି ସମୃଦ୍ଧ ଗୁଜରାଟ ଓ ମହାରାଷ୍ଟ୍ରଠାରୁ ଏସବୁ ରାଜ୍ୟ ଉପରେ ଅଛନ୍ତି । କ୍ଷୁଧାଭାବର ଯେଉଁ ବର୍ଗୀକରଣ ହୋଇଛି, ସେଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶ ଆଦି ୧୨ଟି ରାଜ୍ୟ ବିପଜ୍ଜନକ ବର୍ଗରେ ରହିଥିବା ବେଳେ ପଞ୍ଜାବ, କେରଳ, ହରିୟାଣା ଓ ଆସାମ ଗୁରୁତର ବର୍ଗରେ ଅଛନ୍ତି । କେବଳ ମଧ୍ୟପ୍ରଦେଶକୁ ଅତି ଉଦ‌ବେଗଜନକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦେଖିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ଦୀର୍ଘକାଳ ଧରି ଚାଲୁଥିବା ମହିଳା ଓ ଶିଶୁକଲ୍ୟାଣ ତଥା ଅନ୍ୟାନ୍ୟ ମଙ୍ଗଳକାରୀ କାର୍ଯ୍ୟକ୍ରମର ସଫଳତା ଘେନି ସଂଶୟ ସୃଷ୍ଟି ହେଲାଣି । ଏହି ରିପୋର୍ଟ ଅନୁସାରେ ଭାରତରେ କ୍ଷୁଧା, ଶିଶୁ ମୃତ୍ୟୁହାର ଓ ଅପୁଷ୍ଟି ଆଫ୍ରିକାର ସାହାରା ମରୁଭୂମି ସଂଲଗ୍ନ ଅନଗ୍ରସର ରାଷ୍ଟ୍ରଙ୍କଠାରୁ ଅଧିକ । ଏହା ଆମ ସମୃଦ୍ଧ ଭାରତର ଛବିକୁ ଉପହାସ କରି ଆମ ଦେଶର ଯୋଜନାକାର ଓ ନୀତି ନିର୍ଦ୍ଧାରକଙ୍କପାଇଁ ଏହା ଉପରେ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି ।

କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାରେ ଯେଉଁ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତାହା କେତେକ ଶୋଷକ ବର୍ଗଙ୍କ ଚକ୍ରାନ୍ତ ଯୋଗୁଁ । କୃତ୍ରିମ କର୍ମନିଯୁକ୍ତିର ଅଭାବ ସୃଷ୍ଟି କିମ୍ବା ସରଳ ଅଥଚ ଗରିବ ଗ୍ରାମୀଣ ଆଦିବାସୀ ଓ ଦଳିତବର୍ଗଙ୍କୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ପ୍ରଥା, ପରମ୍ପରା ଓ ଅନ୍ଧବିଶ୍ୱାସ ମଧ୍ୟରେ ଛନ୍ଦି ଦେଇ, ଆର୍ଥିକ ଶୋଷଣର ବାଟ ମୁକୁଳା କରି ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଇଛନ୍ତି । ପରେ ଜାତିର ଦ୍ୱାହିଦେଇ ସେହି ଗରିବ-ଗରିବ ମଧ୍ୟରେ ଲଢ଼େଇ କରି ସମୁଳେ ଧ୍ୱଂସ କରିବା ପରେ ସେମାନଙ୍କ ଜମିବାଡିକୁ ସହଜରେ ଦଖଲ କରିବାର କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ଶିକ୍ଷାଠାରୁ ଦୂରରେ ଥିବା ଏହି ସାଧାରଣବର୍ଗ ପେଟପାଇଁ ଖାଦ୍ୟ ଯୋଗାଡ଼ରେ ବ୍ୟସ୍ତ ଥିବାବେଳେ, ଏସବୁ ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସମସ୍ତ ଅନୁକୂଳ ସୁବିଧା ଥିଲେ ମଧ୍ୟ ଦାରିଦ୍ର୍ୟ ଆଉ କ୍ଷୁଧା ବୃଦ୍ଧି ପାଉଛି ।

ତେଣୁ ଏବେଠାରୁ ଯଦି ଆମେ ସଚେତନ ନ ରହିବା, କନ୍ଧମାଳପରି ଦଙ୍ଗା ଯେ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ, ତାହା କିଏ କହିବ!

                         ***

୯୬ / ଜାତି, ଜାଗୃତି ଓ ପ୍ରଗତି


ଫକୀରମୋହନ, ମଧୁସୂନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେ କି?


ଆଧୁନିକ ଓଡ଼ିଶାର ବର୍ତ୍ତମାନ ବୟସ ୭୨ବର୍ଷ ୯ମାସ । ଆଉ ମାତ୍ର ୧୫ମାସ ପରେ ୭୫ବର୍ଷ ଛୁଇଁବ । ସରକାରୀ ସ୍ତରରେ ଏହାର ପାଳନପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବ । ନିଜକୁ ସ୍ୱାଭିମାନୀ ଓଡ଼ିଆ ବୋଲି କହୁଥିବା କେତେକ ଖାଉଟିଆ ଗୋଷ୍ଠୀ ଆରମ୍ଭ କରିବେ ମହା ଆଡ଼ମ୍ବରରେ ହୀରକ ଜୟନ୍ତୀ ପାଳନର ଅପୂର୍ବ ସମାରୋହ । ଏହି ସମୟରେ ଏମାନେ ଗତ ୭୫ ବର୍ଷର ଘଟଣାବହୁଳ ପ୍ରତ୍ୟେକ ମୁହୂର୍ତ୍ତକୁ ମନେ ପକାଇବା ବଳରେ ହିସାବ କରିଚାଲିବେ କିଏ କେତେ ଖାଇବେ ଆଉ ପାଇବେ । ମାତ୍ର ଅତୀତର ଏହି ଗୌରବମୟ ଇତିହାସକୁ ଆଧାର କରି ବଞ୍ଚିଥବ ଏହି କଳଙ୍କିତ ୭୨ ବର୍ଷର ଓଡ଼ିଶା, ତା’ର ସନ୍ତାନଗଣପାଇଁ ବିଶ୍ୱସ୍ତରରେ ଯେତେ ଗର୍ବିତ ହୋଇନାହିଁ, ତା’ଠାରୁ ଢ଼େର ଅଧିକ ଲଜ୍ଜିତ ହୋଇଯାଇଛି ବୋଲି କେହି ବି ଆତ୍ମସମୀକ୍ଷା କରିବେ ନାହିଁ । ଗୋଟିଏ ଜାତି ଏହି ସମୟ ଭିତରେ ପାଇଛି କ’ଣ? ଆଉ ହରାଇଛି କ’ଣ ତାହା ମଧ୍ୟ ଏହି ମାଟି ଉପରେ ବାସ କରୁଥିବା ଚାରିକୋଟି ବ୍ୟକ୍ତିବିଶେଷ ମନେପକାଇବେ ନାହିଁ ।


ଏ ଜାତିର ଗତି ତଳକୁ କାହିଁକି?

ଏକ ଲଢ଼ୁଆ ଜାତିକୁ ପଙ୍ଗୁ କରିବାପାଇଁ କୁଟିଳ ବଣିକ ଇଂରେଜଜାତି ଶାସନର ଚକ୍ରବ୍ୟୁହରେ ଖଣ୍ଡ ଖଣ୍ଡ କରି ସାରିବା ପରେ, ଏହି ମାଟିର ଜନତାବର୍ଗଙ୍କୁ ଶାସନ କରିବାପାଇଁ ଏକା ଓଡ଼ିଶା ଭୂ-ଭାଗର ଅଂଶବିଶେଷ ଥିବା ବଙ୍ଗାଳୀଙ୍କୁ ଆଣି ଓଡ଼ିଶା ନାମରେ ଚିହ୍ନିତ ଥିବା ଏକ କ୍ଷୁଦ୍ର ଅଞ୍ଚଳ- କଟକ, ପୁରୀ, ବାଲେଶ୍ୱର ଭଳି ସମୃଦ୍ଧ ଭୂଖଣ୍ଡକୁ


ଜାତି, ଜାଗୃତି ଓ ପ୍ରଗତି / ୯୭
ସେମାନଙ୍କ ହାତରେ ଟେକି ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱାଭିମାନ ଓ ସ୍ୱାବଲମ୍ବନକୁ ଧ୍ୱଂସ କରିବାପାଇଁ । ଫଳରେ ବଙ୍ଗାଳୀଙ୍କ ଚକ୍ରାନ୍ତ ଯୋଗୁଁ ୧୮୬୬ ମସିହାରେ ଖାଦ୍ୟଶସ୍ୟର ଘୋର ଅଭାବ ଘଟି ଯେଉଁ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା, ସେଥିରେ କୃଷି, ଶିଳ୍ପ ଓ ବାଣିଜ୍ୟକୁ ନେଇ ବଞ୍ଚୁଥିବା ଓଡ଼ିଶା ମାଟିର ତିନିଭାଗ ଜନସାଧାରଣ କେବଳ ମରି ଯାଇ ନ ଥିଲେ, ବରଂ ଯେକୌଣସି ପ୍ରକାରରେ ବଞ୍ଚିଥିବା ଏକଭାଗ ଓଡ଼ିଆଙ୍କଠାରୁ ସ୍ୱାଭିମାନ, ସ୍ୱାବଲମ୍ବନ ଆଉ ସଂସ୍କୃତି ସଭ୍ୟତାକୁ ନେଇ ଗର୍ବ କରିବାର ଟାଣପଣ ମଧ୍ୟ ମରିଯାଇଥିଲା । ତଥାପି ଯେଉଁ କେତେଜଣଙ୍କଠାରେ ଏହା ବଞ୍ଚି ରହିଥିଲା, ତାହା କେବଳ କୁଚକ୍ରୀ ବଙ୍ଗାଳୀ ନୁହଁ ବରଂ ତ‌ତ୍କାଳୀନ ଇଂରେଜ ଅଫିସରଗଣଙ୍କୁ ମଧ୍ୟ ହତଚକିତ କରିଦେଇଥିଲା ବୋଲି ସେମାନଙ୍କ ବହୁ ଲେଖାରୁ ଜଣାପଡ଼େ ।

ତଥାପି ବଙ୍ଗାଳୀ ଜମିଦାରୀଙ୍କ ଆଧିପତ୍ୟ ତଥା ପ୍ରଲୋଭନ‌ଦ୍ୱାରା ଗରିବୀ ତାଡ଼ନାରେ ଜର୍ଜରିତ ଏହି ଓଡ଼ିଆ ପୁଅ ଧନୀ ହେବାର ମୋହକୁ ଗ୍ରହଣ କରି, ସ୍ୱାଭିମାନକୁ ତ୍ୟାଗ କରିବାପାଇଁ ଆଗେଇ ଆସିବାରୁ ଓଡ଼ିଶା ମାଟିରୁ ଲୋପ ପାଇଗଲା ନିଃସ୍ୱାର୍ଥପରତା, ସ୍ୱାଭିମାନ ଆଉ ସ୍ୱାବଲମ୍ବନ । ଏହା ବଳରେ ଦୃଢ଼ ଭାବରେ ସ୍ଥାପିତ ହେଲା ସ୍ୱାର୍ଥୀ, କୁଚକ୍ରୀ, ପଦଲେହନକାରୀ ତଥା କଳହପ୍ରିୟ ଓଡ଼ିଆ କଙ୍କଡ଼ା ଜାତି । ଯେଉଁମାନଙ୍କ ସାହାଯ୍ୟରେ ବଙ୍ଗାଳୀ କିରାଣୀ ଦଳ ତେଜି ଉଠିଲେ ଓଡ଼ିଆ ମାଟିରୁ ଓଡ଼ିଆଭାଷା ଓ ସଂସ୍କୃତିକୁ ଲୋପ କରି ବଙ୍ଗଳାଭାଷା ଓ ସଂସ୍କୃତି ପ୍ରଚଳନ କରିବାପାଇଁ । ଆଉ ଏହାକୁ ନୀରବ ସମର୍ଥନ କରିଥିଲେ ସେ ସମୟରେ ନିଜକୁ ଅସହାୟ ମଣୁଥିବା ଓଡ଼ିଶାବାସୀ । ଯେମିତି ଇଂରେଜୀ, ହିନ୍ଦୀ, ତେଲୁଗୁ ଭାଷା ସଂସ୍କୃତରି ପ୍ରଭାବକୁ ଆମେ ବର୍ତ୍ତମାନ ଉଚ୍ଚଶିକ୍ଷତ ଓଡ଼ିଆ ପ୍ରତିବାଦ ନ କରି ନୀରବ ସମର୍ଥନ କରୁଛୁ ।

ଜଣେ ଯୋଗଜନ୍ମାଙ୍କ ଆବିର୍ଭାବ :

ଜାତିଟିଏ ଲୋପ ପାଇଲା ବେଳକୁ ଜଣେ ଜଣେ ଯୋଗଜନ୍ମା ସନ୍ତାନଙ୍କ ଆବିର୍ଭାବ ପରି ବଙ୍ଗାଳୀ ଆକ୍ରମଣର ପ୍ରଥମ କେନ୍ଦ୍ରବିନ୍ଦୁ ପାଲଟିଥିବା ବାଲେଶ୍ୱର ମାଟି ଫକୀରମୋହନ ନାମକ ଯେଉଁ ବ୍ୟକ୍ତିକୁ ଜନ୍ମ ଦେଇଥିଲା; ସେହି ମହାମହିମ ବ୍ୟକ୍ତିଟି କ୍ଷୁଧା, ଦାରିଦ୍ର୍ୟ, ଅଭାବ, ଅନଟନ, ପାରିବାରିକ ଝଡ଼ଝଞ୍ଜା ଭିତରେ ରହି ମଧ୍ୟ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆମପାଇଁ ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ । ଫକୀରମୋହନ ବାଲ୍ୟକାଳରୁ ନିଜ ସ୍ୱାଭିମାନକୁ ହରାଇ ନ ଥିଲେ । ତେଣୁ ସେ ଓଡ଼ିଆଙ୍କଠାରେ ସ୍ୱାଭିମାନର ଅଭାବକୁ ଅନୁଭବ କରିଥିଲେ । ବିଶେଷ କରି ବଙ୍ଗାଳୀ


୯୮/ ଜାତି, ଜାଗୃତି ଓ ପ୍ରଗତି
କିରାଣୀ ଦଳ ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ଦର୍ଶାଇ ଯେତେବେଳେ ଓଡ଼ିଶାର ମାଟିବଂଶ ଅବଧାନଙ୍କଠାରୁ ଓଡ଼ିଆ ଶିକ୍ଷା ପ୍ରଣାଳୀ ଛଡ଼େଇ ନେଇ ଆଧୁନିକ ପ୍ରଣାଳୀରେ ବଙ୍ଗଳା ଶିକ୍ଷା ପ୍ରଚଳନ କରିବାକୁ ଅଣ୍ଟା ଭିଡ଼ି ବାହାରିଲେ, ସେତେବେଳେ ଫକୀରମୋହନ ନିଜେ ରାତି ରାତି ଅନିଦ୍ରା ରହି ଓଡ଼ିଆ ଭାଷାଦ୍ୱାରା ଆଧୁନିକ ଶୈଳୀରେ ଇତିହାସ, ଭୁଗୋଳ, ଜୀବନୀ, ବିଜ୍ଞାନ, ସାମାଜିକ ଜ୍ଞାନ, ପୁରାଣ, କବିତା ଇତ୍ୟାିଦି ରଚନା କରି ପ୍ରମାଣ କରାଇଦେଲେ ଯେ, ଓଡ଼ିଆ ମଧ୍ୟ ଆଧୁନିକ ଶିକ୍ଷା ସମ୍ବଳିତ ପୁସ୍ତକ ରଚନା କରିପାରେ । କେବଳ ସେତିକି ନୁହେଁ, ପାଶ୍ଚାତ୍ୟ ସାହିତ୍ୟ ଅନୁକରଣରେ ସାମାଜିକ ସ୍ଥିତିକୁ ବହନ କରିଥିବା ଗଳ୍ପ, ଉପନ୍ୟାସ, କବିତା ଭଳି କାଳଜୟୀ ପୁସ୍ତକମାନ ରଚନା କରି କୁଚକ୍ରୀ ବଙ୍ଗାଳୀ ଲେଖକମାନଙ୍କୁ ମୁହଁତୋଡ଼ ଜବାବ ଦେଇ ସୂଚାଇଥିଲେ ଯେ, ଓଡ଼ିଆ ବି ଏଭଳି ସାହିତ୍ୟ ସୃଷ୍ଟି କରିପାରେ ।

ଏହା ପରର ଘଟଣା ଆମେମାନେ ସମସ୍ତେ ଜାଣିଛେ । ବଙ୍ଗାଳୀ ଚକ୍ରାନ୍ତ ମାତ୍ର ୫ ବର୍ଷ ଭିତରେ ପଣ୍ଡ ହୋଇଗଲା କେବଳ ଏହି ବ୍ୟକ୍ତିର ଓଡ଼ିଆ ପ୍ରାଣତା ଓ ପ୍ରଚଣ୍ଡ ସ୍ୱାଭିମାନୀ ବିବେକ ଯୋଗୁଁ । ଯଦିଓ ନିଜର ଜୀବନ ଜୀବିକାପାଇଁ ଇଂରେଜ ପ୍ରଶାସନ ସହିତ ଘନିଷ୍ଠତା ବଢ଼ାଇଥିଲେ, ତଥାପି ଏଥିରେ ଓଡ଼ିଆ ଜାତିର ସ୍ୱାଭିମାନକୁ ତଳେ ନ ପକାଇ ବରଂ ଉଚ୍ଚ କରିବାରେ ସେ ଏହି ଘନିଷ୍ଠତାକୁ ବ୍ୟବହାର କରିଥିଲେ । ଓଡ଼ିଆ ଜାତିର ଏହି ଚାଣକ୍ୟଙ୍କ ସ୍ଥାନ ପୂରଣ କରିବ କିଏ?

ଆଉ ଜଣେ ସୁଯୋଗ୍ୟ ସନ୍ତାନ :

ଠିକ ସେହିପରି ଆମେ ଆଉ ଜଣେ ବ୍ୟକ୍ତିଙ୍କୁ ଦେଖୁ- ମଧୁସୂଦନ ଦାସ । ହାଇସ୍କୁଲ ଶିକ୍ଷା ପରେ ଶିକ୍ଷକତାକୁ ଆଦରି ନେଇ ଯେତେବେଳେ ବାଲେଶ୍ୱର ମାଟିରେ ପାଦ ଦେଲେ ସେତେବେଳେ ସେ ମଧ୍ୟ ଅନୁଭବ କରିଥିଲେ ସ୍ୱାଭିମାନୀ ଓଡ଼ିଆଙ୍କ ଦାରୁଣ ଅବସ୍ଥାକୁ । ଏହାର ଦୂରୀକରଣପାଇଁ ଉଚ୍ଚଶିକ୍ଷିତ ଓଡ଼ିଆଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ନିଜେ ଉଚ୍ଚଶିକ୍ଷା ଲାଭ କରିବାକୁ ଆଗ୍ରହୀ ହେଲେ । ମାତ୍ର ଏଠାରେ ଉଚ୍ଚଶିକ୍ଷାର କୌଣସି ସୁବିଧା ନାହିଁ । ଯାହା କେବଳ କଲିକତାରେ ହିଁ ମିଳିପାରିବ । ତେଣୁ ବାପାଙ୍କ ପାଖକୁ ନିଜର ଅଭିଳାଷ କଥା ଚିଠିଦ୍ୱାରା ଜଣାଇଦେଇ ଡଙ୍ଗା ଚଢ଼ି ଚାଲି ଯାଇଥିଲେ କଲିକତା । ସେଠାରେ ଦୀର୍ଘ ତିନିିଦିନ ଧରି ମୁଢ଼ି ଆଉ ରାସ୍ତାକଡ଼ ପାଣି ଛଡ଼ା ତାଙ୍କୁ ଆଉ କିଛି ମିଳି ନ ଥିଲା, କି କୌଣସି ଓଡ଼ିଆ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ ଏହି ଉଚ୍ଚାକାଂକ୍ଷୀ ଯୁବକଙ୍କ ନିକଟକୁ । ମାତ୍ର ଦୃଢ଼ ଇଚ୍ଛାଶକ୍ତି ନିକଟରେ ସମସ୍ୟା ହାର ମାନିଯାଏ- ଏହି କଥା ପ୍ରମାଣ କରିଦେଲେ ମଧୁସୂଦନ । ଉଚ୍ଚଶିକ୍ଷା ମୋହରେ, ଜାତିକୁ ଜାତି, ଜାଗୃତି ଓ ପ୍ରଗତି / ୯୯
ଆଗେଇ ନେବାର ଦୃଢ଼ ଇଚ୍ଛାରେ ନିଜର ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟଧର୍ମ ଗ୍ରହଣ କଲେ । ଜଣେ ଖ୍ରୀଷ୍ଟଧର୍ମ ପ୍ରଚାରକଙ୍କ ସାହାଯ୍ୟରେ କଲିକତାରୁ କଲେଜସ୍ତରୀୟ ଶିକ୍ଷା ଗ୍ରହଣ କରିସାରିବା ପରେ ଚୁକ୍ତି ଅନୁଯାୟୀ ଯେତେବେଳେ ତାଙ୍କୁ ଖ୍ରୀଷ୍ଟଧର୍ମ ପ୍ରଚାରପାଇଁ କୁହାଗଲା, ସେତେବେଳେ ସେ ରୋକ୍‌ଠୋକ ମନା କରିଦେଲେ ଏବଂ କଲିକତାରେ ଚଳିବାପାଇଁ ଟିଉସନ ଆରମ୍ଭ କଲେ । ସେ ସମୟରେ ବିଶିଷ୍ଟ ଶିକ୍ଷାବିତ୍, କଲିକତା ବିଶ୍ୱଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଆଶୁତୋଷ ମୁଖାର୍ଜୀଙ୍କୁ ପାଇଥିଲେ ଛାତ୍ର ରୂପେ ତାଙ୍କର ଘରୋଇ ଶିକ୍ଷକ ଭାବରେ ଶିକ୍ଷକତା କରି । ତଥାପି ଅର୍ଥର ଅଭାବ ପୂରଣ ନ ହେବାରୁ ‘ସହଜ ଇଂରେଜୀ ଶିକ୍ଷା’ ବହି ମୁଦ୍ରଣ କରି ବିକ୍ରି କରିବା ଆରମ୍ଭ କଲେ । ପରେ ଆଇନ୍ ଶିକ୍ଷା ସମାପ୍ତ କରି ଓକିଲାତିକୁ ବୃତ୍ତି ଭାବରେ ଗ୍ରହଣ କଲେ । ଜାତିରେ ଖ୍ରୀଷ୍ଟିୟାନ, ମୁହଁରେ ବଙ୍ଗଳା ଭାଷାଥିବା ‘ମଧୁ ଉଡେ’ ଘର, ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ ମଧ୍ୟ ମାଟିର ମୋହକୁ ଏଡେଇ ପାରି ନ ଥିଲେ । ଏହି ସମୟରେ ଓଡ଼ିଶା ମାଟିରେ ବଙ୍ଗାଳୀଙ୍କ ଚକ୍ରାନ୍ତ, ନୂଆ ଭାବରେ ଗଠିତ ହୋଇଥିବା ବିହାର-ଓଡ଼ିଶା ରାଜ୍ୟରେ ବିହାରୀଙ୍କ ପ୍ରାଦୁର୍ଭାବ ତଥା ନୀରିହ ଓଡ଼ିଆଙ୍କ ଦୁଃଖମୟ ସ୍ଥିତିକୁ ଆଉ ଦେଖି ନ ପାରି ସେ ଫେରି ଆସିଥିଲେ ଓଡ଼ିଶାବାସୀ ଆଉ ଓଡ଼ିଆମାଟିର ସେବା କରିବାପାଇଁ । ଯେତେବେଳେ ସେ କଟକର କିଲଟରୀ ହତାରେ ପାଦ‌ଦେଲେ, ସେତେବେଳେ ତାଙ୍କୁ ବସିବାପାଇଁ କୋଉ ଓଡ଼ିଆ କିମ୍ବା ବଙ୍ଗାଳୀ ଓକିଲଗଣ ସ୍ଥାନ ଟିକିଏ ଦେଇ ନ ଥିଲେ । ନିଜର ବୁଦ୍ଧିବଳରେ ସେ କେବଳ ସେଠାରେ ସ୍ଥାନ ପାଇଲେ, ତା’ ନୁହେଁ ବରଂ କେତୋଟି ମାତ୍ର ଦିନ ପରେ ସମଗ୍ର ଓଡ଼ିଆ ଜାତିଙ୍କ ହୃଦୟରେ ସ୍ଥାନ ପାଇଗଲେ । ସେହି ସମୟରେ ଛିନ୍ନ ବିଚ୍ଛିନ୍ନ ହୋଇଥିବା ଓଡ଼ଶାର ବିଭିନ୍ନ ଅଞ୍ଚଳକୁ ଏକାଠି କରିବାକୁ ସେ ଉକ୍ରଳ ସମ୍ମିଳନୀ ନାମକ ଯେଉଁ ଛୋଟିଆ ବୃକ୍ଷଟିଏ ଲଗାଇଥିଲେ, ସେ ବୃକ୍ଷଟି ବୃଦ୍ଧି ପାଇ ପରବର୍ତ୍ତୀ କାଳରେ ତାଙ୍କୁ ସିନା ଘଉଡ଼ାଇ ଦେଲା, ମାତ୍ର ଗୋଟିଏ ଜାତିକୁ ଭାଷା ଭିତ୍ତିରେ ଏକାଠି କରିବାରେ ଏହି ବୃକ୍ଷ ରୂପକ ଅନୁଷ୍ଠାନଟି ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା, ତାହା ଅନ୍ୟତ୍ର ଦେଖିବାକୁ ବିରଳ । ଏହି ମଧୁବାବୁଙ୍କ ଉଉ୍ୟମ ଯୋଗୁଁ ୭୨ ବର୍ଷ ୯ ମାସ ତଳେ ଓଡ଼ିଆ ଜାତିକୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ମାଧ୍ୟମରେ ଓଡ଼ିଶାର ଆତ୍ମପରିଚୟ ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ, ମୁହଁରେ ବଙ୍ଗଳା କହୁଥିଲେ ମଧ୍ୟ ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଆ ଧର୍ମ, ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ସ୍ୱାଭିମାନର ସୁରକ୍ଷାପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ତାଙ୍କରି ମାନସ ପ୍ରସୂତ ସ୍ୱାୟତ୍ତଶାସନ ବ୍ୟବସ୍ଥା ଆଜି ଭାରତୀୟ ଗଣତନ୍ତ୍ରର ଏକ ସୁଦୃଢ଼ ସ୍ତମ୍ଭ । ସର୍ବପ୍ରଥମେ ତାଙ୍କଦ୍ୱାରା ପ୍ରଚଳିତ କୁଟୀରଶିଳ୍ପର ବିକାଶ ଓ ସ୍ୱଦେଶୀ ଆନ୍ଦୋଳନ ମହାତ୍ମାଗାନ୍ଧୀଙ୍କର ହୋଇଯାଇଥିଲା ଦିବ୍ୟ ଅସ୍ତ୍ର । ଯାହାକୁ ଗ୍ରହଣ

୧୦୦ / ଜାତି, ଜାଗୃତି ଓ ପ୍ରଗତି
କରି ଆଜି ସମଗ୍ର ଭାରତ ପାଇଛି ସ୍ୱାଧୀନତା । ଆଜି ଖୋର୍ଦ୍ଧା ମହାରାଜା ଓଡ଼ିଶାରେ ଗଜପତି ମହାରାଜାର ସାମାଜିକ ପ୍ରତିଷ୍ଠା ପାଇଛନ୍ତି; ତାହା ମଧ୍ୟ ଏହି ମଧୁବାବୁଙ୍କ ଯୋଗୁଁ । ଯଦି ମଧୁବାବୁ ନ ଥାନ୍ତେ, ତେବେ ଓଡ଼ିଶା ନ ଥାନ୍ତା, ଓଡ଼ିଆ ଜାତି ନ ଥାନ୍ତା, ଓଡ଼ିଆ ସଂସ୍କୃତି ନ ଥାନ୍ତା । ପୁରୀ ଗଜପତି ବଂଶ ଓଡ଼ିଶାର ଅନ୍ୟାନ୍ୟ ରାଜବଂଶ ପରି ଅଲୋଡ଼ା ହୋଇପଡିଥାନ୍ତା । ଓଡ଼ିଆ ଜାତିପ୍ରତି ଏ ପ୍ରଗାଢ଼ ଆନ୍ତରିକତା ଆଉ କାହା ପାଖରେ ଅଛି?

ଶେଷ ଯୋଦ୍ଧା ବିଜୁ!

ମଧୁବାବୁଙ୍କ ଶେଷ ନିଶ୍ୱାସ ତ୍ୟାଗ ବେଳକୁ ଏହି ଓଡ଼ିଶାମାଟି ଆଉ ଏକ ଯୋଗଜନ୍ମାଙ୍କୁ ଜନ୍ମ ଦେଇ ଯୌବନରେ ପହଞ୍ଚାଇ ସାରିଥିଲା ମଧୁବାବୁଙ୍କ ବାକିଥିବା କାର୍ଯ୍ୟକୁ ଆଗେଇ ନେବାକୁ । ସେ ବ୍ୟକ୍ତିଜଣଙ୍କ ହେଲେ ଭୂମିପୁତ୍ର ବିଜୁ ପଟ୍ଟନାୟକ । ଯୁବାବସ୍ଥା ବେଳକୁ ଇଂରେଜୀ ଗୋଲାମୀକୁ ସହି ପାରୁ ନ ଥିବା ଏହି ବ୍ୟକ୍ତିିଟି ସ୍ୱାଧୀନତା ସମୟରେ ଦୁଃସାହସିକ ପଦକ୍ଷେପମାନ ନେଇ କେବଳ ଓଡ଼ିଶାର ବିକାଶ ନୁହଁ, ସମଗ୍ର ଭାରତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏହି ଉଦ୍ଦାମ ଯୁବକ ବିଜୁ ପଟ୍ଟନାୟକ ନିଜର କାର୍ଯ୍ୟଶୈଳୀ ଯୋଗୁଁ ଦିନେ ବିଶିଷ୍ଟ ସମାଲୋଚକଙ୍କ ଲେଖନୀରେ ନେହେରୁଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ (After Nehru who?) ପରିଗଣିତ ହୋଇଥିଲେ । ନେହେରୁଙ୍କ ମୁଖ୍ୟ ପରାମର୍ଶଦାତାମଣ୍ଡଳୀ ମଧ୍ୟରେ ଅନ୍ୟତମ ଏହି ବ୍ୟକ୍ତି ପାକିସ୍ତାନ ଆକ୍ରମଣର ଜବାବ୍ ବୋକୁ ଯାଇ ୧୯୪୮ରେ ଶ୍ରୀନଗର ବିମାନ ବନ୍ଦରରେ ନିଜର ଡାକୋଟା ବିମାନକୁ ସର୍ବ ପ୍ରଥମେ ଅବତରଣ କରାଇବାର ଦୁଃସାହସ ହେଉ, କିମ୍ବା ୧୯୬୨ ଚୀନ୍ ଯୁଦ୍ଧ ବେଳେ ହିମାଳୟର ଉତ୍ତୁଙ୍ଗ ଶିଖରରେ ସୈନ୍ୟବାହିନୀଙ୍କୁ ଖାଦ୍ୟ ଯୋଗାଇବାର ଅକ୍ଳାନ୍ତ ଚେଷ୍ଟା ଯୋଗୁଁ ହେଉ; ସେ ସମଗ୍ର ଭାରତବାସୀଙ୍କଠାରେ ଆଦରଣୀୟ ହୋଇପାରିଥିଲେ । କେବଳ ସେତିକି ନୁହେଁ, ଓଡ଼ିଆ ପ୍ରାଣପାଇଁ ତାଙ୍କ ହୃଦୟରେ ଯେଉଁ ଆବେଗ ଥିଲା, ଯେଉଁ ଉନ୍ମାଦନା ଭରି ରହିଥିଲା, ତାହା ପୂରଣ କରିଥିଲେ ପାରାଦ୍ୱୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ସୁନାବେଢ଼ାସ୍ଥିତ ମିଗ୍ ବିମାନ କାରଖାନା, ଚୌଦ୍ୱାର, ଜଗତପୁର, ମଞ୍ଚେଶ୍ୱର ଭଳି ଅସଂଖ୍ୟ ଶିଳ୍ପାଞ୍ଚଳ ଗଢ଼ି ସେ ଖଣିଜ ସମ୍ପଦଶାଳୀ ଓଡ଼ିଶାରେ ଶିଳ୍ପର ବିକାଶ ଘଟାଇବାକୁ ସେ ଦୃଢ଼ ଉଦ୍ୟମ କରିଥିଲେ । ଓଡ଼ିଶା ମାଟିରେ ପ୍ରଶାସନକୁ ବିକେନ୍ଦ୍ରୀକରଣ କରିବାପାଇଁ ଏବଂ କୁଟୀରଶିଳ୍ପକୁ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦେବାପାଇଁ ସେ କେବଳ ବ୍ଲକ୍ ଓ ଜିଲ୍ଲା ସଂଖ୍ୟା ବଢ଼ାଇ ନ ଥିଲେ, ବରଂ ପ୍ରତ୍ୟେକ ବ୍ଳକ୍‌ରେ ପଞ୍ଚାୟତ ଶିଳ୍ପ ସଂସ୍ଥା ସ୍ଥାପନ କରିଥିଲେ; ଯାହା ସମଗ୍ର ଭାରତବର୍ଷରେ ପ୍ରଥମ ଥିଲା । ବିଜୁବାବୁ ଏଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ଯିଏ ନିର୍ଭୟରେ ଓଡ଼ିଆ

ଜାତି, ଜାଗୃତି ଓ ପ୍ରଗତି / ୧୦୧
ଅଧିକାର ଦର୍ଶାଇବାକୁ ଯାଇ କହିପାରୁଥିଲେ-‘ମୁଁ ଇନ୍ଦିରାକୁ କହିଲି, ମୋତେ ଗୋଟିଏ ବମ୍ବେ ଦେ, ମୋର ପାରାଦ୍ୱୀପକୁ ବମ୍ବେ କରିବାକୁ ପଡିବ ।’ କିମ୍ବା ‘ମୁଁ ସ୍ୱରାଜ ପାଲ୍‌କୁ କହିଲି, ମୋତେ ଗୋଟିଏ ଇସ୍ପାତ କାରଖାନା ଗଢ଼େଇ ଦେ, ମୋ ଓଡ଼ିଶା ମାଟିରେ ଲୁଚି ରହିଥିବା ଲୁହାପଥରକୁ ଓଡ଼ିଆପୁଅମାନେ ତରଳାଇ ଇସ୍ପାତ ତିଆରି କରିବେ ।’

ହୀରକ ଜୟନ୍ତୀ ବୟସରେ ପଦାର୍ପଣ କରିବାକୁ ଯାଉଥିବା ଓଡ଼ିଶା ଆଜି ବିଭିନ୍ନ ସମସ୍ୟାକୁ ନେଇ ଗତି କରୁଛି । ଯଦିଓ ଏହି ମାଟି ତା’ର ସନ୍ତାନବର୍ଗଙ୍କୁ ଉଚ୍ଚଶିକ୍ଷା ଦେଇଛି; ଏହାର ମାଟି ତଳେ ଲୁଚି ରହିଥିବା ପ୍ରଚୁର ଖଣିଜ ସଂପଦକୁ ବ୍ୟବହାର କରିବାପାଇଁ, ନ‌ଦୀ, ନାଳ, ଘଞ୍ଚ ଅରଣ୍ୟକୁ ସଦୁପଯୋଗ କରି ଖାଦ୍ୟ ଅଭାବ ଦୂର କରିବାପାଇଁ ସୁଯୋଗ ଦେଇଛି; ତଥାପି ଓଡ଼ିଆଜାତି ବିଶ୍ୱ ଦୃଷ୍ଟିରେ ନିଜକୁ ପ୍ରତିଷ୍ଠିତ କରିପାରିନାହିଁ । ଓଡ଼ିଶାଠାରୁ ବହୁ ପଛରେ ଜନ୍ମଲାଭ କରିଥିବା ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ହରିୟାଣା, ଉରାଞ୍ଚଳ ଆଦି ରାଜ୍ୟଗୁଡ଼ିକ ବିକାଶ ଦୃଷ୍ଟିରୁ ଓଡ଼ିଶାକୁ ଅତିକ୍ରମ କରିଯାଇଥିଲା ବେଳେ, ଓଡ଼ିଶା ଆଜି ତା’ର ଦୂରଦୃଷ୍ଟିବିହୀନ ସନ୍ତାନଗଣଙ୍କପାଇଁ ପଛରେ ପଡ଼ିରହିଛି ।

ଯେଉଁ କେତେଜଣ ବ୍ୟକ୍ତି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ସମ୍ପଦ ଓ ସ୍ୱାଭିମାନର ବିଲୋପତାକୁ ଦେଖିପାରି ଆକୁଳ ଚିକ୍ରାର କରୁଛନ୍ତି; ସେମାନେ ନିଜ ସ୍ୱାର୍ଥକୁ ଆଉ କେତେଜଣ ସ୍ୱାର୍ଥୀ ଓଡ଼ିଆଙ୍କ ପ୍ରରୋଚନାରେ ତଥା ଓଡ଼ିଶାକୁ ଲୁଟ୍ କରିବାକୁ ଆସିଥିବା ଅଣଓଡ଼ିଆଙ୍କ ପ୍ରଲୋଭନରେ ନିଜର ବିବେକକୁ ବନ୍ଧା ପକେଇ ଓଡ଼ିଆତ୍ୱ ଲୋପ କରିବା ଉଦ୍ଦେଶ୍ୟରେ ଆଗେଇ ଆସୁଛନ୍ତି । ଏମାନଙ୍କୁ ପ୍ରତିରୋଧ କରିବା ପାଇଁ ଆଉ କ’ଣ ଏ ମାଟିରେ ଫକୀରମୋହନ, ମଧୁସୂଦନ କିମ୍ବା ବିଜୁବାବୁ ସୃଷ୍ଟି ହେବେନାହିଁ ! ନା, ଏ ମାଟି ଏହିଭଳି ଯୋଗଜନ୍ମାଙ୍କୁ ଧାରଣ କରିବାରେ ଅକ୍ଷମ ହୋଇପଡ଼ିଛି ? କିଏ ହେବ ଏହି ତିନି ନାୟକଙ୍କ ଉପଯୁକ୍ତ ଦାୟାଦ ? ସତରେ ! ଆଜିର ଏ ଦୁସ୍ଥିତିକୁ ଦେଖିଲା ପରେ ଓଡ଼ିଆପ୍ରାଣରୁ ଦୀର୍ଘନିଶ୍ୱାସ ସହ ବାହାରିପଡୁଛି-ଫକୀରମୋହନ, ମଧୁସୂନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେକି ?

                          ***

୧୦୨ / ଜାତି, ଜାଗୃତି ଓ ପ୍ରଗତି

ଉତ୍ପାଦନ ବଢୁଛି, ତଥାପି କୃଷକ ଆତ୍ମହତ୍ୟା କରୁଛି

ସାରଣୀ-୧

ଓଡ଼ିଶାରେ କୃଷକ ଆତ୍ମହତ୍ୟା
ବର୍ଷ ପରୁଷ ମହିଳା ମୋଟ୍
୧୯୯୮ ୩୫୩ ୬୫ ୪୧୮
୧୯୯୯ ୨୫୯ ୨୬୫
୨୦୦୦ ୧୮୦ ୧୯ ୧୯୯
୨୦୦୧ ୨୦୭ ୪୯ ୨୫୬
୨୦୦୩ ୩୨୪ ୪୧ ୩୬୫
୨୦୦୪ ୨୯୯ ୮୦ ୩୭୯
୨୦୦୫ ୨୦୪ ୫୦ ୨୫୪
୨୦୦୬ ୨୪୧ ୪୨ ୨୮୩
ମୋଟ ୨୦୬୭ ୩୫୨ ୨୪୧୮

(ଉତ୍ସ: ଏନ୍ ସି ଆର୍ ବି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ନୂଆଦିଲ୍ଲୀ)

ବିଗତ ବର୍ଷରେ କୃଷକ ଆତ୍ମହତ୍ୟା ସର୍ବଭାରତୀୟ ସ୍ତରରେ ମୁଖ୍ୟ ଆଲୋଚନାର ପ୍ରସଙ୍ଗ ପାଲଟି ଯାଇଥିଲା । ଫଳରେ କେନ୍ଦ୍ର ସରକାର ମହାରାଷ୍ଟ୍ର-ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଭଳି ରାଜ୍ୟରେ କୃଷକ ଆତ୍ମହତ୍ୟା କରିଥିବାରୁ ଏହିସବୁ ଚର୍ଚ୍ଚିତ ରାଜ୍ୟକୁ ସହାୟତା ପ୍ୟାକେଜ୍ ନାମରେ ୨୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ପ୍ରଦାନ କରିଥିଲେ । ସେତେବେଳେ ଓଡ଼ିଶାର କୃଷକଙ୍କ ସ୍ଥିତି ସଂପର୍କରେ କେହି ମଧ୍ୟ ଆଲୋଚନା କରି ନ ଥିଲେ । ମାତ୍ର କିଛିି ଦିନ ତଳେ “ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ” ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ନୂଆଦିଲ୍ଲୀ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା କେବଳ ଆମ ନୀତି ପ୍ରଣୟନକାରୀଙ୍କ ଅପାରଗତାକୁ ଦର୍ଶାଇନାହିଁ, ବରଂ ଏହା ଆମ ଅସହାୟତାକୁ ମଧ୍ୟ ସର୍ବ ସମ୍ମୁଖରେ ଉପସ୍ଥାପିତ କରୁଛି ।

ଏହି ରିପୋର୍ଟ ଅନୁସାରେ ୧୯୯୮ରୁ ୨୦୦୬ ମଧ୍ୟରେ ଓଡ଼ିଶାରୁ ମୋଟ୍ ୨୪୧୯ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ବିଶେଷ କରି ୨୦୦୬ ମସିହାରେ ୨୮୩ଜଣ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ଜାତୀୟ ସ୍ତରରେ ଚର୍ଚ୍ଚା ପରିସରକୁ ଆସି ନ ଥିଲା । ତେଣୁ ଆମ ରାଜ୍ୟର ଏହି କୃଷକ ପରିବାର କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଥିବାବେଳେ, ଅନ୍ୟ ରାଜ୍ୟର କୃଷକଗଣ ବ୍ୟାପକ ରିହାତି ପାଇବା ସହ ପ୍ରଚୁର କ୍ଷତିପୂରଣ ପାଇପାରିଲେ ଏବଂ ଏଥିସହିତ ଉକ୍ତ ରାଜ୍ୟଗୁଡ଼ିକର କୃଷି ଓ କୃଷକମାନଙ୍କ ବିକାଶପାଇଁ କେନ୍ଦ୍ରଦ୍ୱାରା ମଧ୍ୟ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଗଲା ।

ଜାତି, ଜାଗୃତି ଓ ପ୍ରଗତି / ୧୦୩
ଓଡ଼ିଶା ସରକାରଙ୍କ କୃଷିବିଭାଗ ଅନୁସାରେ ଆମ ରାଜ୍ୟର ଚାଷ ଜମି ଆୟତନ ହ୍ରାସ ପାଉଥିବାବେଳେ, ଉତ଼୍ପାଦନ କ୍ଷମତା ବୃଦ୍ଧି ପାଉଛି । ଫଳରେ କୃଷି ବିଭାଗର ବାର୍ଷିକ ବିବରଣୀ (୨୦୦୭-୦୮) ଅନୁସାରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇ ସାରିବା ପରେ ଆମ ପାଖରେ ଆଉ ୬.୪୬ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ବଳକା ରହୁଛି । ତେବେ ଦୁଃଖର ବିଷୟ ଯେ, ସମସ୍ତଙ୍କପାଇଁ ଖାଦ୍ୟ ଉତ୍ପାଦିତ ହୋଇ ଶସ୍ୟ ବଳକା ରହୁଥିଲେ ମଧ୍ୟ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ତଥା ସରକାରୀ କଳର ଅପାରଗତା ଯୋଗୁଁ ଏବେ ବି ବହୁଲୋକ ଅନାହାରରେ ମରୁଛନ୍ତି କିମ୍ବା ପିଲା ବିକ୍ରି କରୁଛନ୍ତି, ନଚେତ୍ ଦାଦନ ହୋଇ ଅନ୍ୟ ରାଜ୍ୟକୁ ପଳାଇ ଯାଉଛନ୍ତି ।

ପୁନଶ୍ଚ ଜମିର ଶସ୍ୟ ଉତ଼୍ପାଦନ‌କୁ ଆହୁରି ବୃଦ୍ଧି କରାଯାଇପାରନ୍ତା, ଯଦି ଜଳସେଚନ ବ୍ୟବସ୍ଥାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରାଯାଉଥା’ନ୍ତା । ସ୍ୱାଧୀନତା ପୂର୍ବରୁ ଆମ ରାଜ୍ୟର ୨ ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହୋଇଥିବା ବେଳେ ବିଭିନ୍ନ ଯୋଜନାଦ୍ୱାରା ତାହା ଏବେ ୨୭ ଲକ୍ଷ ହେକ୍ଟରରେ ପହଞ୍ଚିଛି; ଯାହାକି ୫୦ଲକ୍ଷ ହେକ୍ଟର ହେବା କଥା । ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ନ‌ଦୀନାଳର ସୁବିଧା ନ ଥିବାବେଳେ ସେଠାରେ କୃଷିଜମିକୁ ଶତପ୍ରତିଶତ ଜଳସେଚିତ କରାଯାଇସାରିଲାଣି । ଏପରିକି ଆନ୍ଧ୍ରପ୍ରଦେଶ ନିଜ କୃଷକଙ୍କ ସୁବିଧାପାଇଁ ଆମ ରାଜ୍ୟର ପ୍ରବାହିତ ନ‌ଦୀଜଳକୁ ବନ୍ଧ ପକାଇ କେନାଲ ମାଧ୍ୟମରେ ଜଳସେଚିତ କରୁଛି । ଅଥଚ ଜଳସଂପଦ ନାମରେ ଏକ ସ୍ୱତନ୍ତ୍ର ବିଭାଗଦ୍ୱାରା ରାଜୀବଭବନ ନାମକ ଏକ ବୃହତ କାର୍ଯ୍ୟାଳୟ ଖୋଲି କେଉଁଠୁ କେତେ ଟଙ୍କା ଋଣ ଅଣାଇ ଜଳସେଚନ ନାମରେ ନିଜପାଣ୍ଠି ବୃଦ୍ଧି କରିବେ, ସେ ହିସାବରେ ବ୍ୟସ୍ତ ଅଛନ୍ତି ଆମ ଅଧିକାରୀଗଣ । ଏପରିକି ଏହି ଅଧିକାରୀଗଣ ହିସାବ କରି ଦେଖେଇ ଦେଲେଣି ଯେ, ସରକାର ଦେଉଥିବା ସୁବିଧା ଯଦି କୃଷକ ଗ୍ରହଣ କରେ, ତେବେ ୨୦୧୦ ସୁଦ୍ଧା ହେକ୍ଟର ପିଛା ୨୦୧୨ କିଲୋଗ୍ରାମ ଧାନ ଉତ୍ପାଦନ କରିହେବ । ମାତ୍ର ସେମାନେ ଜାଣିନାହାନ୍ତି ଯେ, ଓଡ଼ିଶାର ନିରକ୍ଷର ଗ୍ରାମୀଣ କୃଷକ ନିଜ ବୁଦ୍ଧିବଳରେ ହେକ୍ଟର ପିଛା ବାର୍ଷିକ ୬୦୦୦ କିଲୋଗ୍ରାମ ଧାନ ବର୍ତ୍ତମାନ ଉତ୍ପାଦନ କରିପାରୁଛନ୍ତି ବୋଲି ! ଏବେ ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁସାରେ ସିଧାସଳଖ ଚାଷୀଙ୍କଠାରୁ ଧାନ କିଣାଯାଉଛି । ପୂର୍ବରୁ ସରକାର ମଣ୍ଡି ବା ସଂଗ୍ରହ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ କରିଆସୁଥିଲେ, କିନ୍ତୁ ଏଥିରେ କେତେକ ସମସ୍ୟା ରହିଛି । କୃଷି ଉପରେ ନିର୍ଭର କରୁଥିବା ଓଡ଼ିଶାର ୯୦ ଭାଗ ଜନସାଧାରଣଙ୍କ ମଧ୍ୟରୁ ପ୍ରାୟ ୭୦ ଭାଗ ଚାଷୀ ପରିବାର ଅନ୍ୟର ଜମି ଭାଗ ନେଇ ଚାଷ କାର୍ଯ୍ୟ କରୁଛନ୍ତି । କାରଣ ଗ୍ରାମାଞ୍ଚଳର କୃଷକ ଆଜି କୃଷିକାର୍ଯ୍ୟ ଛାଡ଼ି ସାରିଥିବା ବେଳେ ବିଗତ ଦିନର କୃଷି ଶ୍ରମିକଗଣ ଏବେ


୧୦୪ / ଜାତି, ଜାଗୃତି ଓ ପ୍ରଗତି
କୃଷକ ସାଜିଛନ୍ତି । ଅଥଚ ଏମାନଙ୍କ ନିକଟରେ ଚାଷଜମି ସମ୍ବନ୍ଧୀୟ କୌଣସି ଅଧିକାର ପତ୍ର ନ ଥିବାରୁ ସରକାର ପ୍ରଦତ୍ତ ବିଭିନ୍ନ ଋଣ କିମ୍ବା ସବ୍‌ସିଡି ପାଇପାରୁନାହାନ୍ତି । ଏପରିକି ଧାନସଂଗ୍ରହ କେନ୍ଦ୍ରରେ ସଂଖ୍ୟାଧିକ ଭାଗଚାଷୀମାନେ ଉତ୍ପାଦିତ ଶସ୍ୟ ବିକ୍ରିପାଇଁ ନିଜ ଚାଷଜମିର ପଟ୍ଟାପାଉତି ଦେଖାଇପାରୁ ନ ଥିବାରୁ ଶସ୍ୟ ବିକ୍ରି କରିପାରୁନାହାନ୍ତି । ଏଥିସହିତ ସଂଗ୍ରହକେନ୍ଦ୍ରରେ ଧାନ ଦେଲେ କୃଷକକୁ ଟଙ୍କା ଚେକ୍ ଆକାରରେ ମିଳିବ ଓ ଟଙ୍କା ପାଇବାକୁ ହେଲେ ବ୍ୟାଙ୍କରେ ଖାତା ଖୋଲିବାକୁ ପଡିବ । ଚେକ୍ ଟଙ୍କା ହୋଇ ଫେରିବାକୁ ଅନ୍ୟୁନ ୧୫ ଦିନ ଲାଗିଯାଇପାରେ । ଚାଷୀ ଧାନ ବିକ୍ରି ଟଙ୍କାରେ ଧାର କରିଥିବା ପଇସା ଶୁଝି ଶୀଘ୍ର ଋଣମୁକ୍ତ ହେବାକୁ ଚାହୁଁଥିବାରୁ ତଥା ଅନ୍ୟାନ୍ୟ ଖର୍ଚ୍ଚପାଇଁ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ ଗ୍ରାମ ବେପାରୀକୁ ଅଳ୍ପ ମୂଲ୍ୟରେ ଧାନ ବିକି ତୁରନ୍ତ ଧାନ ବ୍ୟବସାୟୀଙ୍କଠାରୁ ପଇସା ପାଇବାପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେଣୁ ସରକାରୀ ଯୋଜନା ଯୋଜନାରେ ହିଁ ରହିଯାଉଛି ।

ଏଥର ଉତ୍ପାଦିତ ଶସ୍ୟର ମୂଲ୍ୟ ସମ୍ପର୍କରେ ଆଲୋଚନା କରିବା । ଓଡ଼ିଶାର ବର୍ତ୍ତମାନ ତିନୋଟି ମୁଖ୍ୟ ଫସଲ ଯଥା-ଧାନ, କପା ଓ ଝୋଟ । ୨୦୦୨-୦୩ ବର୍ଷ ବେଳକୁ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୫୩୦ ଟଙ୍କା ଥିଲାବେଳେ, ଗ୍ରେଡ୍ ‘ଏ’ ଧାନ ୫୬୦ ଟଙ୍କା ଥିଲା । ୨୦୦୮-୦୯ରେ ସରକାର ଏହି ସର୍ବନିମ୍ନ ସହାୟକ ମୂଲ୍ୟର ପରିମାଣ ବଢ଼ାଇ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୮୫୦ଟଙ୍କା ଧାର୍ଯ୍ୟ କରିଥିଲା ବେଳେ ଗ୍ରେଡ୍ ‘ଏ’ ଧାନ କ୍ୱିଣ୍ଟାଲ ପିଛା ୮୮୦ଟଙ୍କା ଧାର୍ଯ୍ୟ କରିଛନ୍ତି ।

ସେହିଭଳି କପାର ସର୍ବନିମ୍ନ ସହାୟକ ମୂଲ୍ୟ ଭାବରେ ୨୦୦୭-୦୮ ମସିହାରେ ମଧ୍ୟମ ଧରଣର କପାପାଇଁ ୧୮୦୦ ଟଙ୍କା ଥିଲାବେଳେ, ଏ ବର୍ଷ ୨୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଗତବର୍ଷ ଉନ୍ନତ ଧରଣର କପାର କ୍ୱିଣ୍ଟାଲ ପିଛା ମୂଲ୍ୟ ୩ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି, ମାତ୍ର କପାର ମୂଲ୍ୟ ବୃଦ୍ଧି ହେଉଥିବାବେଳେ, କପାପାଇଁ ବ୍ୟବହୃତ ଚାଷଜମିରୁ ୧୩ ହଜାର ହେକ୍ଟର କମିଯାଇଛି ।

ଝୋଟ କ୍ଷେତ୍ରରେ ଅବସ୍ଥା ମଧ୍ୟ ତଦୃପ । ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ ଗତବର୍ଷ କ୍ୱିଣ୍ଟାଲ ପିଛା ୧୦୫୫ ଟଙ୍କା ଥିଲାବେଳେ, ଏ ବର୍ଷ କ୍ୱିଣ୍ଟାଲ ପିଛା ୧୨୫୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

ସରକାର ୨୦୦୩-୦୪ ବର୍ଷ ତୁଳନାରେ ୨୦୦୭-୦୮ ବେଳକୁ ଧାନ କ୍ୱିଣ୍ଟାଲ ପିଛା ମାତ୍ର ୯୫ ଟଙ୍କା ବଢ଼ାଇଥିଲା ବେଳେ, ଝୋଟ କ୍ୱିଣ୍ଟାଲ ପିଛା ୧୯୫, ଗହମ କ୍ୱିଣ୍ଟାଲ ପିଛା ୭୦ଟଙ୍କା, କପା କ୍ୱିଣ୍ଟାଲ ପିଛା ୭୫ଟଙ୍କା ବଢ଼ାଇଥିଲେ । କିନ୍ତୁ ଏହିବର୍ଷ ଗତବର୍ଷ ତୁଳନାରେ ଅଧିକ ଟଙ୍କା ବଢ଼ିଛି । ଏହି ମୂଲ୍ୟ କୃଷକ ସମୁଦାୟ ପ୍ରତି ଉଚିତ୍ ମୂଲ୍ୟ ଭାବେ ପରିଗଣିତ ହେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।


ଜାତି, ଜାଗୃତି ଓ ପ୍ରଗତି / ୧୦୫
ମାତ୍ର ଦିନକୁ ଦିନ ଓଡ଼ିଶାରେ ଚାଷୀ କମିବାରେ ଲାଗିଛନ୍ତି । ଜନଗଣନା ଅନୁଯାୟୀ ଓଡ଼ିଶାରେ ଜନସଂଖ୍ୟାର ମାତ୍ର ୩୦ ପ୍ରତିଶତ କୃଷକ ଅଟନ୍ତି । କିନ୍ତୁ ୧୯୭୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟାର ୪୮ ପ୍ରତିଶତ କୃଷକ ଥିଲେ । ୧୯୮୧ରେ ମଧ୍ୟ ୪୮ % କୃଷକ ଥିଲେ ଏବଂ ୧୯୯୧ ଜନଗଣନା ବେଳକୁ ମଧ୍ୟ ୪୮ % ପାଖାପାଖି ଥିଲାବେଳେ, ୨୦୦୧ ବର୍ଷ ବେଳକୁ ତାହା କମିଯାଇଛି । କିନ୍ତୁ ଗ୍ରାମାଞ୍ଚଳରେ ଯେଉଁଭଳି ୮୫ରୁ ୯୦ ପ୍ରତିଶତ ଲୋକ ବସବାସ କରୁଥିଲେ, ସେମାନେ ସେହିପରି ବସବାସ କରୁଛନ୍ତି । ତେବେ ଏହି ୮୫ ପ୍ରତିଶତ ଲୋକ କ’ଣ କରୁଛନ୍ତି, ତାହା ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ସାରଣୀ -୨ରେ ତାହା ପ୍ରକାଶ କରିଛୁ ।

ସାରଣୀ ୨ ଓଡିଶାର ଜନସଂଖ୍ୟା
ବର୍ଷ ୧୯୭୧ ୧୯୮୧ ୧୯୯୧ ୨୦୦୧
ମୋଟ ଜନସଂଖ୍ୟା ୨କୋଟି୧୯ ଲକ୍ଷ ୨କୋଟି୬୪ଲକ୍ଷ ୩କୋଟି୧୭ଲକ୍ଷ ୩କୋଟି୬୮ଲକ୍ଷ
ଗ୍ରାମରେ ବାସ କରନ୍ତି ୨କୋଟି୧ଲକ୍ଷ ୨କୋଟି୩୩ଲକ୍ଷ ୨କୋଟି୭୫ଲକ୍ଷ ୩କୋଟି୬୮ଲକ୍ଷ
ସହରରେ ବାସ କରନ୍ତି ୧୮ଲକ୍ଷ ୩୧ଲକ୍ଷ ୪୧ଲକ୍ଷ ୫୫ଲକ୍ଷ
କୃଷି କ୍ଷେତ୍ରରେ କର୍ମରତ ହଳିଆ ୫୩ଲକ୍ଷ ୬୪ଲକ୍ଷ ୭୬ଲକ୍ଷ ୫୫ଲକ୍ଷ
କୃଷକ ୩୪ଲକ୍ଷ ୪୦ଲକ୍ଷ ୪୬ଲକ୍ଷ ୩୪ଲକ୍ଷ
କୃଷିକ୍ଷେତ୍ରରେ କର୍ମରତ ଶ୍ରମିକ ୧୯ଲକ୍ଷ ୨୪ଲକ୍ଷ ୩୦ଲକ୍ଷ ୨୧ଲକ୍ଷ
ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ(ଶତକଡ଼ା) ୯୧.୬% ୮୮.୩% ୮୬.୬% ୮୫%
କୃଷିକ୍ଷେତ୍ରରେ କାମ କରୁଥିବା ଲୋକସଂଖ୍ୟା ୪୮.୪% ୪୮.୪୮% ୪୭.୯୫% ୨୯.୮୯%

ଆମର ଜନସଂଖ୍ୟା ୧୯୯୧ ବର୍ଷ ତୁଳନାରେ ୨୦୦୧ ବେଳକୁ ପ୍ରାୟ ୫୧ଲକ୍ଷ ଲୋକ ବଡ଼ିଲେ, କିନ୍ତୁ ଚାଷୀ ସଂଖ୍ୟା ଓ ଚାଷକୁ ନେଇ ବଞ୍ଚିବା ଲୋକସଂଖ୍ୟା ପ୍ରାୟ ୪୨ଲକ୍ଷ କମିଗଲେ । ଯଦି ପୂର୍ବ ଜନଗଣନାର ଅନୁପାତକୁ ଦେଖାଯାଏ, ତେବେ ୨୦୦୧ ବେଳକୁ ଆମ ଓଡ଼ିଶାରେ ଏକକୋଟି ୭୬ଲକ୍ଷ ୬୪ହଜାର କୃଷକ ଓ କୃଷିକୁ ଜୀବିକା ବୋଲି ଗ୍ରହଣ କରିଥିବା ଲୋକ ଥାଆନ୍ତେ । କିନ୍ତୁ ତାହା ହୋଇପାରିନାହିଁ । ଏ ଅବସ୍ଥାପାଇଁ ଦାୟୀ କିଏ?

ଆମ ସରକାର ପରମାଣୁ ଶକ୍ତି ପ୍ରସାର, ଶିଳ୍ପ ପ୍ରସାରପାଇଁ କମ୍ପାନୀଙ୍କୁ ଡାକିବା, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା, ବଳକା ବଜେଟ୍ କରିବା, ଇତ୍ୟାଦି କାମରେ ବ୍ୟସ୍ତ । ତେବେ ଏ ଅସୁବିଧାର ସମାଧାନ କରିବାର ଦାୟିତ୍ୱ କିଏ ନେବ, ତାହା ଆଜି ଦିନରେ ଏକ ଚିନ୍ତାଜନକ ବିଷୟ ହୋଇରହିଯାଇଛି ।


                   ***

୧୦୬ / ଜାତି, ଜାଗୃତି ଓ ପ୍ରଗତି

ଏ ସ୍ୱାଧୀନତା କାହାପାଇଁ...?

କୁହାଯାଏ ଭାରତ ହେଉଛି କୃଷିପ୍ରଧାନ ଦେଶ । ବିଶ୍ୱର ଏହି ଏକମାତ୍ର ଉପମହାଦ୍ୱୀପର ଜଳବାୟୁ ଫସଲ ଉତ୍ପାଦନପାଇଁ ଅନୁକୂଳ ଥିବାରୁ ଏଠିକାର ଅଧିବାସୀ କୃଷିକୁ ହିଁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଆସୁଛନ୍ତି । ଫଳରେ କେଉଁ ପ୍ରାଚୀନକାଳର ଭାରତର ସମୃଦ୍ଧ ଅର୍ଥନୀତିରେ କୃଷିର ବଡ଼ ଭାଗ ରହିଛି । ଏପରିକି କୃଷିକୁ ନେଇ ଅତୀତ ଭାରତର ଶିଳ୍ପ ଗଢ଼ି ଉଠିଥଲାବୋଲି ବିଭିନ୍ନ ସ୍ଥାନରୁ ମିଳଥିବା ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡିଛ । ଏହି କୃଷିକୁ ନେଇ ଆମ ଗ୍ରାମଜୀବନ ଓ ଗ୍ରାମ ସଂସ୍କୃତି ମଧ୍ୟ ସୁଦୃଢ଼ ହୋଇଛି । ସେଇଥିପାଇଁ ମହାତ୍ମାଗାନ୍ଧୀ କହିଥିଲେ-“ଭାରତବର୍ଷ ଗାଁ’ରେ ବଞ୍ଚିଛି ।”

ମାତ୍ର ଇଂରେଜ ଶାସନ କାଳରେ ଇଂରେଜ ବେପାରୀଙ୍କ କୃଷକମାରଣ ନୀତି ତଥା ଶୋଷଣ ଚରମସୀମାରେ ପହଞ୍ଚି ଯାଇଥିବାରୁ ଭାରତବର୍ଷରେ କୃଷିର ଭୂମିକା ଧୀରେ ଧୀରେ କମିବାରେ ଲାଗିଲା । ଏହି ଶୋଷକ ବିଦେଶୀମାନଙ୍କଠାରୁ ମୁକ୍ତ ହେବାପରେ, ଅର୍ଥାତ୍ ଭାରତବର୍ଷ ସ୍ୱାଧୀନତା ହାସଲ କଲାପରେ ପୁଣି ଭାରତର କୃଷି ବ୍ୟବସ୍ଥା ପୂର୍ବସ୍ଥାନ ଫେରିପାଇବ ବୋଲି ତତ୍କାଳୀନ ଜାତୀୟ ନେତୃବୃନ୍ଦଙ୍କଠାରୁ ଆଶା କରାଯାଉଥିଲା । ମାତ୍ର ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଆମ ନୀତିନିର୍ଦ୍ଧାରକଗଣଙ୍କ ଖାମଖିଆଲି ମନୋଭାବ, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତଥା କୃଷି ଅଧିକାରୀଙ୍କ ଦୂର୍ନୀତିଯୋଗୁଁ ଆମ ଭାରତୀୟକୃଷି ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ମୁହାଁଇଛି । ସବୁଠାରୁ ଦୁର୍ଭାଗ୍ୟର କଥା ଯେ ଦେଶର ଏକଶହ ଦଶକୋଟି ଜନତାଙ୍କୁ ଖାଦ୍ୟ ଯୋଗାଉଥିବା ଏହି ବୃହତଗୋଷ୍ଠୀ ଚିର ଅବହେଳିତ ହୋଇ ଦାରିଦ୍ର୍ୟରେ କାଳ କାଟୁଥିବାବେଳେ, ଏମାନଙ୍କ ମଧ୍ୟରୁ ଅନେକ ମଣିଷ ଭାବରେ ବଞ୍ଚି ନ ପାରିବା- ଦୁଃଖରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।


ଜାତି, ଜାଗୃତି ଓ ପ୍ରଗତି / ୧୦୭
ଏଠାରେ ପ୍ରଶ୍ନ ଉଠେ ଯେ, ଇଂରେଜ ଶାସନର ଅତ୍ୟାଚାର ବିରୁଦ୍ଧରେ ସଂଘବଦ୍ଧ ଭାବରେ ସଂଗ୍ରାମ କରି ସ୍ୱାଧୀନତା ହାସଲରେ ମୁଖ୍ୟ ଭୂମିକା ନେଇଥିବା ଆମ ଦେଶର କୃଷକମାନେ, ଯଦି ବିକାଶ ଆଡ଼କୁ ଗତି କରୁଥିବା ଭାରତବର୍ଷରେ ଅଭାବ ଅନଟନ ମଧ୍ୟରେ ଆତ୍ମହତ୍ୟାକୁ ଏକମାତ୍ର ପଥ ଭାବରେ ଗ୍ରହଣ କରିବେ, ତେବେ ଆମେ ସ୍ୱାଧୀନ ହୋଇଛେ ବୋଲି ଯେଉଁ ଗର୍ବ କରୁଛୁ, ତାହା କେଉଁମାନଙ୍କ ପାଇଁ? କ’ଣ ହାତଗଣତି କେତେଜଣ ପୁଞ୍ଜିପତିଙ୍କପାଇଁ ନା ଶାସନ ନାମରେ କେତେକ ଟାଉଟର ନେତା ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କପାଇଁ, ଯେଉଁମାନେ କର ଆକାରରେ ଯାଉଥିବା ଏହି ସାଧାରଣବର୍ଗଙ୍କ ଝାଳବୁହା ଧନକୁ ଲୁଟ୍ କରି ଖାଇବାରେ ଲାଗିଛନ୍ତି । ତେବେ ଏ ସ୍ୱାଧୀନତା କାହାପାଇଁ?

ନିକଟରେ “ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ”ର ୨୦୦୭ ମସିହା ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ପ୍ରତିିଦିନ ୪୬ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ସରକାରୀ କଳର ଅପାରଗତାକୁ ପରୋକ୍ଷ ଭାବରେ ସୂଚୀତ କରିବା ସହ, ବର୍ତ୍ତମାନ ଭାରତରେ କୃଷକଗଣ କିପରି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି, ସେକଥା ଏହି ରିପୋର୍ଟ ଜଣାଇ ଦେଉଛି । ରିପୋର୍ଟ ଅନୁସାରେ ଗତ ୨୦୦୭ ମସିହାରେ ମୋଟ୍ ୧୬,୬୩୨ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଏଥିମଧ୍ୟରୁ ୨,୩୬୯ଜଣ ମହିଳା କୃଷକ ଅଛନ୍ତି । ଅର୍ଥାତ୍ ଏହି ବର୍ଷ ଆତ୍ମହତ୍ୟା କରିଥିବା ମୋଟ୍ ୧ଲକ୍ଷ ୨୨ ହଜାର ୬୩୭ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୬.୬୩୨ ଜଣ କୃଷକ, ଯାହାକି ମୋଟ ଆତ୍ମହତ୍ୟାର ୧୪.୪ଭାଗ । ପୁଣି କୃଷକମାନଙ୍କଠାରେ ଏହି ଆତ୍ମହତ୍ୟା ପ୍ରବଣତା ଦେଶର ୭ଟି ପ୍ରମୁଖ କୃଷିରାଜ୍ୟ-ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଶ୍ଚିମବଙ୍ଗରେ ବୃଦ୍ଧି ପାଉଛି । ଅର୍ଥାତ୍ ଏଠାରେ ଆତ୍ମହତ୍ୟା ସଂଖ୍ୟା ୧୦୦୦ରୁ ଅଧିକ । ତେବେ ଦୁଃଖର ବିଷୟ ଏହି ଯେ, ୨୦୦୬ ମସିହାରେ ୨୧୫ଜଣ କୃଷକ ମହାରାଷ୍ଟ୍ର ରାଜ୍ୟରେ ଆତ୍ମହତ୍ୟା କରିଥିବା ବେଳେ ୨୦୦୭ରେ ୪,୨୩୮ଜଣ କୃଷକ ଏହି ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ।

ଓଡ଼ିଶା ଏ କ୍ଷେତ୍ରରେ ବି ପଛରେ ପଡ଼ିନାହିଁ । ଓଡ଼ିଶାରୁ ୨୦୦୬ ମସିହାରେ ୨୮୩ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଏଥିମଧ୍ୟରେ ୨୪୧ଜଣ ପୁରୁଷ ଓ ୪୨ଜଣ ମହିଳା ଅନ୍ତର୍ଭୁକ୍ତ । ତେବେ ଗରିବ ଓ ବିଶୃଙ୍ଖଳା ରାଜ୍ୟ ଭାବେ ଚିହ୍ନିତ ଉତ୍ତରପୂର୍ବ ରାଜ୍ୟ ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ତଥା ଗୋଆ ରାଜ୍ୟରେ କୌଣସି କୃଷକ ଆତ୍ମହତ୍ୟା କରିନାହାନ୍ତି ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି । ସେହିପରି ବିଭିନ୍ନ ସହରରେ


୧୦୮ / ଜାତି, ଜାଗୃତି ଓ ପ୍ରଗତି
ଥିବା ବହୁ କୃଷକ ପରିବାର ମଧ୍ୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ଏ କ୍ଷେତ୍ରରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ସର୍ବାଧିକ ୩୦ଜଣ ଆତ୍ମହତ୍ୟା କରିଥିବା ବେଳେ, ଚେନ୍ନାଇରେ ୧୭ଜଣ ଓ କାନପୁରରେ ୧୧ଜଣ କୃଷକ ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟା କରିଥିବା ଏହି କୃଷକବର୍ଗଙ୍କ ମଧ୍ୟରେ ସବୁଠାରୁ ଦକ୍ଷତା ସମ୍ପନ୍ନ ଓ କାର୍ଯ୍ୟକୁଶଳୀ ଥିବା ୩୦ରୁ ୪୪ବର୍ଷ ମଧ୍ୟରେ ୬ହଜାର ୧୭୪ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଯେଉଁଥିରେ ୭୦୭ଜଣ ମହିଳା କୃଷକ ଅନ୍ତର୍ଭୁକ୍ତ । ସେହିପରି ବୟସ ଦୃଷ୍ଟିରୁ ୧୪ବର୍ଷରୁ କମ୍ ବୟସର ୯୫ଜଣ, ୧୫ରୁ ୨୯ବର୍ଷ ବୟସର ୪ହଜାର ୬୩ଜଣ, ୩୦ରୁ ୪୪ବର୍ଷ ବୟସର ୬ହଜାର ୧ଶହ ୭୪ଜଣ, ୪୫ରୁ ୫୯ବର୍ଷ ବୟସର ୪ହଜାର ୮୦ଜଣ ତଥା ୬୦ବର୍ଷରୁ ଊଦ୍ଧ୍ୱର୍ ୧ହଜାର ୮ଶହ ୨୦ଜଣ କୃଷକ ଗତ ୨୦୦୭ ମସିହାରେ ଆତ୍ମହତ୍ୟା କରି କୃଷିପ୍ରତି ଆମ ସରକାର ଓ ଜନସାଧାରଣଙ୍କ ଥିବା ହେୟ ଦୃଷ୍ଟିକୋଣକୁ ସିଧାସଳଖ ଲୋକଲୋଚନକୁ ଆଣିଛନ୍ତି ।

“ଭାରତ ନିର୍ମାଣ ଯୋଜନା” ମାଧ୍ୟମରେ କେନ୍ଦ୍ର ସରକାର ୨୦୨୦ ମସିହା ସୁଦ୍ଧା କୃଷି ଓ କୃଷକର ସାମଗ୍ରିକ ବିକାଶପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ, ତଥା ଭାରତରେ ସବୁଜ ବିପ୍ଳବର ସ୍ରଷ୍ଟା ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍.ଏସ୍ ସ୍ୱାମୀନାଥନଙ୍କ କୃଷି ରିପୋର୍ଟ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିବାବେଳେ, କୃଷକମାନଙ୍କର ଏହିଭଳି ଭାବରେ ଆତ୍ମହତ୍ୟା ପ୍ରବଣତା ଆମର କୃଷି ବିକାଶ ଲକ୍ଷ୍ୟକୁ କିଭଳି ପୂରଣ କରିବ, ତାହା ସରକାର ଚିନ୍ତା କରିବା ଆବଶ୍ୟକ ହୋଇପଡିଛି । ନଚେତ୍ ଦେଶର କେତୋଟି ହାତଗଣତି ଶିଳ୍ପପତି ନିଜର କଳାଧନକୁ ଧଳାଧନରେ ପରିଣତ କରିବା ପରେ, ସେମାନଙ୍କ ନାମ ବିଶ୍ୱ ଧନୀ ବ୍ୟକ୍ତି ତାଲିକାରେ ଦେଖି ଭାରତ ଏକ ବିକଶିତ ରାଷ୍ଟ୍ର ପାଲଟିବାକୁ ଯାଉଛି ବୋଲି ଚିନ୍ତା କରିବା କେବଳ ଆତ୍ମଘାତୀ ହିଁ ହେବ ।


                       ***


ଜାତି, ଜାଗୃତି ଓ ପ୍ରଗତି / ୧୦୯


ଓଡ଼ିଶାବାସୀଙ୍କ ନୀରବତାର ପରିଣତି

ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପରେ ଆମ ରାଜ୍ୟ ପ୍ରତି ପଡ଼ୋଶୀ ରାଜ୍ୟଠାରୁ ଯେତିକି ବିପତ୍ତି ମାଡ଼ି ଆସି ନ ଥିଲା, ଭାରତ ସ୍ୱାଧୀନତା ହାସଲ ପରେ ତାହାଠାରୁ ଅଧିକ ବିପତ୍ତି ଆସିଛି ଓଡ଼ଶାର ଅର୍ଦ୍ଧେକ ଭୂମିକୁ ନେଇ ଏହି ସମୟରେ ଗଠିତ ଆନ୍ଧ୍ର ନାମକ ଏକ ରାଜ୍ୟ ପରବର୍ତ୍ତୀ ସମୟରେ ପୁଣି କୋରାପୁଟ, ଗଜପତି ଜିଲ୍ଲାର ସୀମାନ୍ତ ଗ୍ରାମକୁ ନିଜ ସୀମା ଅନ୍ତର୍ଭୁକ୍ତ କରିବାପାଇଁ ପ୍ରୟାସରତ ଥିବା ଭିତରେ ସେହି ନିୟମକୁ ପଶ୍ଚିମବଙ୍ଗ ମଧ୍ୟ ଗ୍ରହଣ କରିଛି । ଏପରିକି ଓଡ଼ିଶାର ଏକ ଗ୍ରାମ ସଂଖାମେଦୀ, ଓଡ଼ିଶାର ଏକ ଦ୍ୱୀପ କନିକାପଡ଼ା ଭଳି କେତେକ ଅଞ୍ଚଳକୁ ନିଜର ବୋଲି ଦାବୀ କରିସାରିବା ପରେ, ନିକଟରେ ଝାଡ଼ଖଣ୍ଡର ସର୍ବମାନ୍ୟ ନେତା ବୋଲାଉଥିବା ଶିବୁ ସୋରେନ୍ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାକୁ ନେଇ ଏକ ବୃହତ୍ ଝାଡ଼ଖଣ୍ଡ ରାଜ୍ୟର ପରିକଳ୍ପନା କରିବାର ଦୁଃସାହସ କରିଛନ୍ତି । ଏବେ ନିକଟରେ ଛତିଶଗଡ଼ ମଧ୍ୟ ଓଡ଼ିଶା ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ପ୍ରୟାସ କେବଳ ଦୁଇ ରାଜ୍ୟ ସଂପର୍କରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହିଁ ବରଂ ଓଡ଼ିଶାବାସୀଙ୍କୁ ବ୍ୟଥିତ, ମର୍ମାହତ କରିଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଓଡ଼ିଶାର ନେତା, ଜନତା ଓ ବୁଦ୍ଧିଜୀବୀଙ୍କ ନୀରବତା ଅବଲମ୍ବନ କରିବା ।

ଗଞ୍ଜାମ ଜିଲ୍ଲାର ପାତ୍ରପରୁ ବ୍ଲକ୍ ଅନ୍ତର୍ଗତ ସୀମାନ୍ତ ଗ୍ରାମକୁ ଓଡ଼ଶା ମାଟିରୁ ସିଧାସଳଖ କୌଣସି ରାସ୍ତା ନ ଥିବାରୁ, ଏହାର ସୁଯୋଗ ନେଇ ନିକଟରେ ଆନ୍ଧ୍ର ଏହି ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ନିଜ ଅଞ୍ଚଳରେ ସାମିଲ କରିବାର ପ୍ରଲୋଭନ ଦେଖାଉଛି । ଏପରିକି ଅନ୍ୟାୟ ଭାବରେ ନିର୍ମାଣ କରିବାକୁ ଯାଉଥିବା ପୋଲାଭରମ ଜଳପ୍ରକଳ୍ପର ସ୍ଥାୟୀତ୍ୱପାଇଁ ଏହାକୁ ଏକ ଜାତୀୟ ପ୍ରକଳ୍ପ ଭାବରେ ରୂପ ବୋକୁ ଚେଷ୍ଟା


୧୧୦ / ଜାତି, ଜାଗୃତି ଓ ପ୍ରଗତି
କରୁଛି । ଠିକ୍ ସେହିପରି ପାତ୍ରପୁର ବ୍ଲକର୍ ତୁମ୍ବା ପଞ୍ଚାୟତ, ବୋରାତେଲ ପଞ୍ଚାୟତ ସୀମା ନିକଟରେ କଳିଙ୍ଗଦଳା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ସରକାର ନିଜ ଅଞ୍ଚଳର ବିକାଶପାଇଁ ପୁରାଦମରେ ଚେଷ୍ଟିତ ଥିବାବେଳେ, ଏଥିରୁ ପାଣି ମୁନ୍ଦାଏ ବି ଓଡ଼ିଶାର ଅଧିବାସୀମାନେ ପାଇପାରୁନାହାନ୍ତି । ଅଥଚ ଏହି ଜଳପ୍ରକଳ୍ପଦ୍ୱାରା ଉପରୋକ୍ତ ପଞ୍ଚାୟତବାସୀ ଆଜି ଓଡ଼ିଶାରୁ ବିଚ୍ଛିନ୍ନ ହେବାକୁ ଯାଉଛନ୍ତି ।

ଠିକ୍ ସେହିଭଳି ଆମର ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରଶାସନିକ ଅବହେଳାର ସୁଯୋଗ ନେଇ ଏହିସବୁ ଅଞ୍ଚଳକୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ବିଭିନ୍ନ ସମୟରେ ନିଜନିଜ ଅଞ୍ଚଳଭୁକ୍ତ କରିବାରେ ପ୍ରୟାସୀ ଅଛନ୍ତି । ଅଥଚ ଆମେ ଓ ଆମ ସରକାର ଏହାର ସାମାନ୍ୟ ପ୍ରତିବାଦ ନ କରି ଚୁପ୍‌ଚାପ୍ ବସିଯିବା କେତେଦୂର ଯଥାର୍ଥ, ତାହାହିଁ ବିଚାର୍ଯ୍ୟ । କିନ୍ତୁ ଏହାର ପ୍ରକୃତ ଅସୁବିଧା ଭୋଗ କରୁଛନ୍ତି ସେହି ଗ୍ରାମର ଆମ ଓଡ଼ିଆ ଭାଇ ଓ ଭଉଣୀମାନେ ।

ତେବେ ଏହାଠାରୁ ଆଉ ଏକ ଦୁଃଖ ଏବେ ବଳି ପଡୁଛି । କାରଣ ଛତିଶଗଡ଼ କେବେ ଓଡ଼ିଶା ପ୍ରତି ବୈରି ମନୋଭାବ ପ୍ରର୍ଶନ କରି ନ ଥିଲା । କିନ୍ତୁ ସେ ମଧ୍ୟ ଆମ ନୀରବତାକୁ ଏକ ଦୁର୍ବଳତା ଭାବି ଏହାର ସୁଯୋଗ ନେବାକୁ ପଛାଉନାହିଁ । ତେଣୁ ଓଡ଼ଶା ସୀମାନ୍ତବର୍ତ୍ତୀ ଇନ୍ଦ୍ରାବତୀ-ଭାସ୍କେଲ ନ‌ଦୀ ଉପରେ ଛତିଶଗଡ଼ ସରକାର ଏକ ଡ୍ୟାମ୍ ନିର୍ମାଣ କରି ନିଜ ଅଞ୍ଚଳକୁ ଶସ୍ୟଶ୍ୟାମଳା କରିବାକୁ ଓ ନିଜ ଅଞ୍ଚଳରେ ନିର୍ମାଣାଧୀନ କଳକାରଖାନାଗୁଡ଼ିକୁ ଜଳଯୋଗାଣ କରିବାରେ ବ୍ୟସ୍ତ ଥିବାବେଳେ, ସୀମାନ୍ତ-ଓଡ଼ିଶାରାଜ୍ୟରେ ଥିବା ଗ୍ରାମଗୁଡ଼ିକର ଜଳାର୍ଣ୍ଣବ ସଂପର୍କରେ କୌଣସି ଚିନ୍ତା ହିଁ କରୁନାହିଁ ।

ଛତିଶଗଡ଼ ସରକାରଙ୍କଦ୍ୱାରା ନିର୍ମିତ ଏହି ନ‌ଦୀବନ୍ଧ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆମ ସରକାର ମୁଖିଗୁଡ଼ାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ନାମକୁ ମାତ୍ର ଏକ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବାକୁ ପଠାଇଥିଲେ । କିନ୍ତୁ ଏ ସଂପର୍କରେ ସ୍ଥାନୀୟ ଲୋକପ୍ରତିନିଧି କିମ୍ବା ସ୍ଥାନୀୟ ଖବରକାଗଜ ଓ ଜନସାଧାରଣଙ୍କ ନୀରବତା କେବଳ ଆମ୍ଭମାନଙ୍କୁ ବ୍ୟଥିତ କରିନାହିଁ, ବରଂ ଓଡ଼ିଶା ପ୍ରତି ଆଉ ଏକ ବିପତ୍ତିକୁ ନୀରବତାରେ ସହି ଯିବାକୁ ବାଧ୍ୟ କରୁଛି ।

ଗତ କିଛି ମାସ ତଳୁ ଛତିଶଗଡ଼ ସରକାର ଇନ୍ଦ୍ରାବତୀ ନ‌ଦୀରେ ଏହି ନ‌ଦୀବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ଗତ ଡିସେମ୍ବର ୨୯ ତାରିଖରୁ ନିର୍ମାଣ ହୋଇଛି ବୋଲି ସୂଚନା ଦେଇଛନ୍ତି । ତେବେ ଓଡ଼ିଶା ସରକାରଙ୍କୁ ଏହି ବିଷୟରେ କୌଣସି ସୂଚନା ନ ଦେଇ ଆସନ୍ତା ମଇ ମାସ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଛତିଶଗଡ଼


ଜାତି, ଜାଗୃତି ଓ ପ୍ରଗତି / ୧୧୧
ସରକାର ସ୍ଥିର କରିଛନ୍ତି । ତେବେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡ଼ା ବ୍ଲକର ଘାଟବାସୁଳି ଗାଁ’ ଓ ଛତିଶଗଡ଼ର ବସ୍ତରଜିଲ୍ଲା ଅନ୍ତର୍ଗତ ବୋକାହଣ୍ଡ ବ୍ଲକର ବେଲଗାଁ’ଠାରେ ଏହି ଡ୍ୟାମ୍ ନିର୍ମାଣ ଚାଲିଥିବାବେଳେ, ଘାଟବାସୁଳି ନିକଟରେ ଯେଉଁ ଜଳଭଣ୍ଡାର ନିର୍ମାଣ କରାଯାଉଛି, ଏହାଦ୍ୱାରା ନବରଙ୍ଗପୁର ଜିଲ୍ଲାର ୩୦ରୁ ଊର୍ଦ୍ଧ୍ୱ ଗାଁ’ ଏବଂ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ୍ ଅନ୍ତର୍ଗତ କିଛି ଅଞ୍ଚଳ ଜଳମଗ୍ନ ହେବ । କଳାହାଣ୍ଡିରୁ ପ୍ରବାହିତ ଇନ୍ଦ୍ରାବତୀ ଓ ଉମରକୋଟରୁ ପ୍ରବାହିତ ଭାସ୍କେଲନ‌ଦୀ କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ଘାଟବାସୁଳି ଗାଁ’ଠାରୁ କିଛି ଦୂରରେ ମିଳିତ ହୋଇଛି । ଏହି ପାଣିକୁ ଓଡ଼ିଶା ସରକାର ବ୍ୟବହାର କରିପାରୁ ନ ଥିବା ବେଳେ, ଛତିଶଗଡ଼ ସରକାର ଏହାର ସଦୁପଯୋଗ କରିବାପାଇଁ ଉକ୍ତ ନ‌ଦୀବନ୍ଧ ଯୋଜନା ଯୁଦ୍ଧକାଳୀନ ଭିତ୍ତିରେ କରିଚାଲିଛନ୍ତି । ଏଥିରୁ ବସ୍ତର ଜିଲ୍ଲାରେ ନିର୍ମିତ ହେବାକୁ ଯାଉଥିବା ଷ୍ଟିଲପ୍ଲାଣ୍ଟକୁ ଜଳଯୋଗାଣ ସହିତ ଏଠାରୁ ବିଦ୍ୟୁତ୍ ଉତ୍ପାଦନ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏଥିରେ ନିର୍ମିତ ହେଉଥିବା ୧୪ଟି ଗେଟ୍‌ଦ୍ୱାରା ଇନ୍ଦ୍ରାବତୀ ଓ ଭାସ୍କେଲ ନ‌ଦୀର ପାଣି ଓଡ଼ିଶାର ୩୦ଖଣ୍ଡ ଗାଁ’କୁ ଜଳମଗ୍ନ କରି ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ଥିବାବେଳେ, ଛତିଶଗଡ଼ ସରକାର ନିର୍ବିଘ୍ନରେ ନିଜ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବାରେ ଲାଗିଛନ୍ତି । ଅଥଚ ଓଡ଼ିଆ ଏଠାରେ କିଭଳି ସମସ୍ୟାର ସମ୍ମୁଖୀନ ହେବେ, ସେ ସମ୍ପର୍କରେ ଆମ ସରକାର କିମ୍ବା ପ୍ରଶାସନ କୌଣସି ଚିନ୍ତା ହିଁ କରୁନାହାନ୍ତି ।

କଳାହାଣ୍ଡିଠାରେ ଇନ୍ଦ୍ରାବତୀ ନ‌ଦୀବନ୍ଧ ଯୋଜନା ନିର୍ମାଣ ହେବାରୁ ସବୁ ପାଣି କଳାହାଣ୍ଡିକୁ ଚାଲିଗଲା ଓ ନବରଙ୍ଗପୁର ଜିଲ୍ଲା ମରୁଡ଼ି ପ୍ରବଣ ହୋଇଗଲା ବୋଲି ନବରଙ୍ଗପୁରର ନେତାମାନେ ଓଡ଼ଶା ସରକାରଙ୍କୁ ଦୋଷ ଦେଉଥିବାବେଳେ, ବର୍ତ୍ତମାନ ସମୟରେ ଏହି ନେତାଗଣ ଛତିଶଗଡ଼ ସରକାରଙ୍କ ଏଭଳି ନୀତିହୀନ କାର୍ଯ୍ୟଦେଖି ନୀରବ ରହୁଥିବାରୁ ଜନସାଧାରଣଙ୍କ ସୁବିଧା ପ୍ରତି ଏମାନଙ୍କର ଦୃଷ୍ଟି କେତେ ରହିଛି, ତାହା ଏଥିରୁ ଜଣାପଡ଼େ ।

ଏଠାରେ ଗୋଟିଏ କଥା ସ୍ମରଣ ରଖିବାକୁ ହେବ ଯେ, ଓଡ଼ିଆ ଜାତି ଆଜି ଆର୍ଥିକ ଦୁର୍ବଳତା ଯୋଗୁଁ ପ୍ରତିବାଦ କରିବାର ଶକ୍ତି ହରାଇ ବସିଥିଲେ ମଧ୍ୟ ଏଭଳି ଅନ୍ୟାୟକୁ ଦୃଢ଼ ଭାବରେ ପ୍ରତିବାଦ କରିବାର ମାନସିକତାକୁ ହରାଇ ନାହାନ୍ତି । ଶାନ୍ତିପ୍ରିୟ ଓଡ଼ଶା ପ୍ରତି ପଡ଼ୋଶୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଆକ୍ରମଣକୁ ଯେ ଓଡ଼ଶାବାସୀ ଦିନେ ନିଶ୍ଚିତ ରୂପେ ପ୍ରତିହତ କରିବେ, ସେଥିରେ ସନ୍ଦେହ ନାହିଁ ଓ ସେ ସୁଦିନ ପାଖେଇ ଆସିଲାଣି ।


                           ***


୧୧୨ / ଜାତି, ଜାଗୃତି ଓ ପ୍ରଗତି

ଓସ୍କାର ଔଷଧ

ଆଧୁନିକ ଶିଳ୍ପର ବ୍ୟାପକ ପ୍ରସାର ଫଳରେ ଏହାକୁ କେନ୍ଦ୍ରକରି ଯେଉଁସବୁ ସହର ଗଢ଼ିଉଠିଛି, ସେଥିମଧ୍ୟରୁ ଭାରତର ମୁମ୍ବାଇ ଅନ୍ୟତମ । ଏହି ସହରରେ ଅବସ୍ଥିତ ବିଶ୍ୱର ସବୁଠାରୁ ବଡ଼ ବସ୍ତି- ଧାରବୀ । ଆଉ ଏହି ବସ୍ତିରେ ଯେଉଁ ଏକକୋଟିରୁ ଊର୍ଦ୍ଧ୍ୱ ଲୋକ ବାସ କରି ମୁମ୍ବାଇ ସହରର ଅଭିଜାତବର୍ଗଙ୍କୁ ବିଭିନ୍ନ ସେବା ଯୋଗାଇ ଦେଉଛନ୍ତି; ସେମାନଙ୍କ ଜୀବନଧାରଣ ଜଣେ ବୁଲା କୁକୁରଠାରୁ ହୀନ । ନାଳନର୍ଦମାର ପୁତିଗନ୍ଧମୟ ପରିବେଶ ଭିତରେ ବଞ୍ଚୁଥିବା ଏହି ମଣିଷ ସମାଜର ଭବିଷ୍ୟତ ବଂଶଧରଙ୍କ ସ୍ଥିତି ଆହୁରି ଦୟନୀୟ ।

ମାତ୍ର ସବୁ ଅଭାବକୁ ଅତିକମ୍ର କରି ଯଦି ଏହିି ଅଞ୍ଚଳର ପିଲାଟିଏ ସଫଳତାର ସିଡ଼ି ଚଢ଼ିବାକୁ ଲାଗିଲା, ତେବେ ତାହାର ପ୍ରଥମ ବାଧକ ହୁଅନ୍ତି ସହରର ଏହି ଉଚ୍ଚ ସମ୍ଭ୍ରାନ୍ତଶ୍ରେଣୀ, ସରକାରୀ କର୍ମଚାରୀ ଓ ପୋଲିସ, ନ୍ୟାୟାଳୟ ଇତ୍ୟାଦି ଇତ୍ୟାଦି । ସେମାନେ ବସ୍ତି ପିଲାର ପ୍ରତିଷ୍ଠାକୁ ସହଜରେ ଗ୍ରହଣ କରିପାରନ୍ତିନାହିଁ । ତେଣୁ ନିଜର ପାରିଲାପଣିଆକୁ ଦେଖାଇବାକୁ ଯାଇ ସମାଜର ସବୁପ୍ରକାର ବାଧାବନ୍ଧନକୁ ଆଣି ସେହି ଅଗ୍ରଗାମୀ ବସ୍ତିପିଲା ସମ୍ମୁଖରେ ଠିଆ କରେଇ, ତା’ର ଗତିରୋଧ କରିବାକୁ ଚେଷ୍ଟା କରନ୍ତି । ତଥାପି ପିଲାଟି ନିଜର ଆନ୍ତରିକ, ସାଧୁ ଉଦ୍ୟମଦ୍ୱାରା ସମସ୍ତ ପ୍ରତିବନ୍ଧକକୁ ଅତିକ୍ରାନ୍ତ କରି ଯେତେବେଳେ ସଫଳତାର ଶୀର୍ଷରେ ପହଞ୍ଚିଯାଏ, ସେତେବେଳେ ତାହାକୁ ସମସ୍ତେ ଗ୍ରହଣ କରିନେବାକୁ ବାଧ୍ୟ ହୁଅନ୍ତି ।

ଏହା ହେଉଛି ନିକଟରେ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ୪ଟି ଗୋଲଡେନ୍ ଗ୍ଲୋବ, ୭ଟି ବାଫ୍‌ଟା ଓ ୮ଟି ଓସ୍କାର ପୁରସ୍କାର ବିଜେତା “ସ୍ଲମ୍ ଡଗ୍ ମିଲେନିୟମ୍” ଚଳଚ୍ଚିତ୍ରର ବାର୍ତ୍ତା । ଟି.ଭି.ର ଲୋକପ୍ରିୟ ଧାରାବାହିକ ‘କୌନ୍ ବନେଗା କରୋଡପତି’ରେ


ଜାତି, ଜାଗୃତି ଓ ପ୍ରଗତି / ୧୧୩
ଅଂଶଗ୍ରହଣ କରିବାକୁ ଆସିଥିବା ଧାରବୀ ବସ୍ତିର ଏକ ଗରିବ ବାଳକର ଜୀବନରେ ଘଟିଯାଇଥିବା ବିଭିନ୍ନ ଘଟଣା ସହିତ ଏଠାରେ ପଚରା ଯାଉଥିବା ପ୍ରଶ୍ନଗୁଡ଼ିକର ସହ ସାମଞ୍ଜସ୍ୟ ଥିବାରୁ, ସଠିକ୍ ଉତ୍ତର ପ୍ରଦାନ‌ଦ୍ୱାରା ଯେତେବେଳେ ସେହି ବାଳକଟି ଏକକୋଟି ଟଙ୍କାର ମାଲିକ ହେବାକୁ ଯାଉଛି; ସେତେବେଳେ ସହ୍ୟ କରିପାରିନାହିଁ ଆମ ସମାଜର ଉଚ୍ଚବର୍ଗ । ଫଳରେ ତା’ର ଗୋଡ଼ ଟାଣିବାକୁ ପ୍ରାଣପଣେ ପ୍ରୟାସ କରିଛନ୍ତି । ମାତ୍ର ଆମ ସମାଜରେ ଭଲ ଲୋକ ମଧ୍ୟ ବହୁତ ଅଛନ୍ତି । ଶେଷରେ ସେ ଜିତେ ଆଉ ଜିତେ । ଏପରିକି ଫିଲ୍ମାଙ୍କନ ପରେ ମଧ୍ୟ ଚଳଚ୍ଚିତ୍ର ରୂପରେ ସମଗ୍ର ବିଶ୍ୱବାସୀଙ୍କ ମନ ଜିଣିପାରିଥିବାରୁ ଏହା ଖୁବ୍ ଅଳ୍ପଦିନ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ପାଇପାରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ସମାଜରେ ଜାତି ଓ ଅର୍ଥନୀତି ଦୃଷ୍ଟିରୁ ନିମ୍ନଭାଗରେ ଜୀବନଧାରଣ କରୁଥିବା ବ୍ୟକ୍ତିଙ୍କ ସଫଳତାକୁ ଉଚ୍ଚଜାତି ବା ଧନୀକଗଣ ସହଜରେ ଗ୍ରହଣ କରିପାରନ୍ତିନାହିଁ । ଫଳରେ ନିଜର ଜ୍ଞାନଗାରିମା ଥିଲେ ମଧ୍ୟ ଏହି ନିମ୍ନଶ୍ରେଣୀର ଅବୋଧ ବାଳକମାନଙ୍କର ସ୍ୱପ୍ନ ପୂରଣ ହୋଇପାରେନାହିଁ । ଏହାର ଦୃଷ୍ଟାନ୍ତ କେବଳ ମୁମ୍ବାଇର ଧାରବୀ ବସ୍ତି ନୁହେଁ, ବରଂ ଭାରତର ଛୋଟବଡ଼ ସହରମାନଙ୍କରେ ଗଢ଼ିଉଠିଥିବା ଗ୍ରାମ୍ୟ ସଭ୍ୟତା (ଆଧୁନିକ ଅର୍ଥରେ କହିଲେ ବସ୍ତି’)ରେ ଦେଖିବାକୁ ମିଳିବ । ଆମ ଓଡ଼ିଶାରେ ମଧ୍ୟ ଏହିଭଳି ଏକ ପ୍ରତିଭାକୁ ନିକଟରେ ହତ୍ୟା କରାଯାଇଛି । ଭୁବନେଶ୍ୱରସ୍ଥ ସାଲିଆସାହି ବସ୍ତିରେ ବାସ କରୁଥିବା ଏକ ଆଦିବାସୀ ପୁଅ ବୁଦ୍ଧିଆ ସିଂହ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଯାଇଥିଲା ନିଜର ଏହି ଅଲୌକିକ ପ୍ରତିଭା ଯୋଗୁଁ । ମାତ୍ର ଖୁବ୍ ଅଳ୍ପଦିନ ଭିତରେ ଏହି ପ୍ରତିଭାକୁ ହତ୍ୟା କରନ୍ତି ଆମ ସମାଜର ମଙ୍ଗୁଆଳଗଣ । ଦୁଇବର୍ଷ ବିତିଗଲା, ଆଉ ଚର୍ଚ୍ଚାକୁ ଆସୁନାହିଁ ବୁଦ୍ଧିଆ ସିଂହ, ଚର୍ଚ୍ଚିତ ହେଉନାହିଁ ଓଡ଼ିଶା ।

ଏହିଭଳି ଦୈନିକ ଅସଂଖ୍ୟ ବୁଦ୍ଧିଆ ଭଳି ପ୍ରତିଭା ଅକାଳରେ ଝରିପଡୁଛନ୍ତି । ସେମାନେ ବାଧ୍ୟ ହେଉଛନ୍ତି ଜରି ଗୋଟାଇବାକୁ, ଚାହାଗ୍ଲାସ୍ ଧୋଇବାକୁ, ହୋଟେଲର ଅଇଁଠା ଖାଦ୍ୟ ଖାଇବାକୁ କିମ୍ବା ନିଜ ମାଆଭଉଣୀଙ୍କ ଦେହବିକ୍ରିରେ ଦଲାଲ ସାଜିବାକୁ ।

ଏହାଠାରୁବଳି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ଚଳଚ୍ଚିତ୍ର ପୁରସ୍କାର ପାଇବାପରେ ଏବେ ବିଦେଶରେ ରହୁଥିବା ଭାରତୀୟଙ୍କଠାରେ ଆତ୍ମସମ୍ମାନ ସଂପର୍କରେ ଭାଳେଣି ପଡ଼ିଲାଣି । ଆମେରିକାରେ ପ୍ରତିଷ୍ଠିତ ଭାରତୀୟମାନଙ୍କୁ ସ୍ଲମ୍ ଡଗ୍ ବୋଲି ଡାକିବା ଆରମ୍ଭ କଲେଣି ସେଠାକାର ଆମେରିକୀୟଗଣ । ଏଥିପାଇଁ ଲଜ୍ଜାରେ ମୁଣ୍ଡତଳକୁ କରି ଗାଳି ଶୁଣିବାକୁ ସେମାନେ ବାଧ୍ୟ ହେଉଛନ୍ତି ବୋଲି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବ ଏବଂ ବହୁ ପ୍ରବାସୀ ଭାରତୀୟ କ୍ଷୋଭ ପ୍ରକାଶ କଲେଣି । ଭବିଷ୍ୟତରେ


୧୧୪ / ଜାତି, ଜାଗୃତି ଓ ପ୍ରଗତି
ଏପରି ଆହୁରି ମଧ୍ୟ ଅଭିଯୋଗ ଆସିବ । ଖାଇବାକୁ ପାଉ ନ ଥିବା ତଥା ବୁଲାକୁକୁର ଭଳି ଜୀବନଯାପନ କରୁଥିବା ଭାରତୀୟଙ୍କପାଇଁ ବିଦେଶରେ ଆମର ଏହି ଉଚ୍ଚଶିକ୍ଷିତଙ୍କୁ ଅପମାନିତ କରାଯିବା ଯେକୌଣସି ସଭ୍ୟ ରାଷ୍ଟ୍ରପାଇଁ ଅଶୋଭନୀୟ । ମାତ୍ର ଅନ୍ୟ ଦୃଷ୍ଟିକୋଣରୁ ଦେଖିଲେ, ଏହି ପ୍ରବାସୀ ଭାରତୀୟଙ୍କୁ ଅପମାନିତ କରିବା ଉଚିତ ମଧ୍ୟ । କାରଣ ଏହି ଗୋଷ୍ଠୀ କୌଣସି ବସ୍ତି ବା ଗ୍ରାମାଞ୍ଚଳର ଗରିବ ପରିବାରରୁ ଆସିନାହାନ୍ତି । ଏମାନେ ହେଉଛନ୍ତି ଗ୍ରାମ ତଥା ସହରର ପ୍ରତିଷ୍ଠିତ ଧନୀମାନଙ୍କର ଅଲିଅଳ ସନ୍ତାନ । ଯେଉଁମାନଙ୍କ ପିତାମାତା ଏହି ଗରିବମାନଙ୍କ ଧନକୁ ଶୋଷଣ କରି ବିଳାସ ଓ ଉଚ୍ଚଶିକ୍ଷା ନାମରେ ନିଜର ଅଲିଅଳ ସନ୍ତାନମାନଙ୍କୁ ବିଦେଶକୁ ପଠାନ୍ତି । ଆଉ କେତେକ ମେଧାବୀ ଡାକ୍ତର, ଇଂଜିନିୟର, ବୈଜ୍ଞାନିକଗଣ ନିଜ ଜ୍ଞାନ ଗାରିମାକୁ ପ୍ରୟୋଗ କରି ଭାରତର ଗୌରବ ବୃଦ୍ଧି କରିବା ପରିବର୍ତ୍ତେ ଅର୍ଥଲାଳସାରେ ସ୍ୱଭୂମିକୁ ଛାଡ଼ି ବିଦେଶକୁ ଚାଲିଯାଆନ୍ତି । ଆଉ ପଛକୁ ଫେରିଚାହାନ୍ତି ନାହିଁ । ଏମାନେ ଗଲାବେଳେ ଚିନ୍ତା କରନ୍ତିନାହିଁ ଯେ, ଯେଉଁ ଦେଶର ଅସଂଖ୍ୟ ଗରିବ ନିରନ୍ନ-ଜନତାଙ୍କ ପ୍ରଦତ୍ତ କରରୁ ସରକାର ଜଣପିଛା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଡାକ୍ତର, ଇଂଜିନିୟର କିମ୍ବା ବୈଜ୍ଞାନିକଟିଏ କରି ଗଢ଼ି ତୋଳିଛି, ସେହି ଦେଶର ଭୋକ-ରୋଗରେ ଆଉଟୁପାଉଟୁ ହେଉଥିବା ଅଭାବୀ ମଣିଷର ସେବା କରିବାପାଇଁ; ସେମାନେ କିନ୍ତୁ ଦେଶର ଏହି ମହାନ୍ ମନ୍ତ୍ରକୁ ଆଡ଼ଆଖି କରିଦେଇ ବିଦେଶକୁ ଚାଲିଯାଆନ୍ତି । ସେଠାରେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ବଞ୍ଚିରହି ଧଳାଚମଡ଼ାଧାରୀଙ୍କ ଗୁହମୂତ ସଫା କରିବାସହ ଆକାଶକୁ ଛୁଇଁଥିବା ବିଶାଳ କୋଠାଘରର ଶୀତତାପ ନିୟନ୍ତ୍ରିତ ଘରେ ସେମାନଙ୍କ ଶଯ୍ୟାସଙ୍ଗିନୀ ହେବାକୁ ଗୌରବ ବୋଲି ମନେ କରନ୍ତି । ଏପରିକି ଗତବର୍ଷ ପ୍ରାୟ ୨୦୦୦ ଡାକ୍ତରଙ୍କୁ ବ୍ରିଟିଶ୍ ସରକାର ତଡ଼ି ବାହାର କରିଦେଲେ ମଧ୍ୟ ଏମାନେ କୁକୁରଙ୍କ ଭଳି ପ୍ରବାସୀ ଭାରତୀୟଙ୍କ ଦାନରେ ଚଳୁଥିବା ମନ୍ଦିରମାନଙ୍କରେ ଦୀର୍ଘଦୀନ ଧରି ବ୍ରିଟିଶବାସୀଙ୍କ ଅନୁଗ୍ରହ ପାଇବାପାଇଁ ପଡ଼ି ରହିଥିଲେ । ଅଥଚ ଭାରତଭୂଇଁଙ୍କୁ ଫେରିଆସି ଗରିବ ଅସହାୟଙ୍କ ଚିକିତ୍ସା କରିବାକୁ ଆଗ୍ରହୀ ହେଲେନାହିଁ । ଯେଉଁ ଦେଶର ସନ୍ତାନଗଣଙ୍କୁ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାପି ଗରିୟସୀ” ଶିକ୍ଷା ପିଲାଟିବେଳୁ ଦିଆଯାଇ ‘ମାଆ ଓ ମାଟି’ ପ୍ରତି ନିଜ କର୍ତ୍ତବ୍ୟବୋଧକୁ ସୂଚାଇ ଦିଆଯାଉଛି, ସେହି ମାଟିର ଉଚ୍ଚଶିକ୍ଷିତ ସନ୍ତାନଙ୍କର ଏଭଳି ମାନସିକତା ଗୋଟିଏ ଜାତିର ଅଧଃପତନକୁ ହିଁ ସୂଚାଇଥାଏ । ନିଜ ଦେଶରେ ରାଜା ହେବା ଅପେକ୍ଷା ଅନ୍ୟ ଦେଶରେ ଶ୍ରମିକ ହେବାକୁ ଭଲପାଉଥିବା ଏହି ଉଚ୍ଚଶିକ୍ଷିତବର୍ଗ ଏପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି ଯେ, ସ୍ୱାଧୀନତାର ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରାକୃତିକ ସଂପଦଭରା ଭାରତବର୍ଷରେ ଆଜି କାହିଁକି ଏଭଳି ବଡ଼ବଡ଼ ବସ୍ତି ଗଢ଼ି ଉଠିଛି? କାହିଁକି ଭାରତର ଆତ୍ମାଥିବା ଗ୍ରାମାଞ୍ଚଳର


ଜାତି, ଜାଗୃତି ଓ ପ୍ରଗତି / ୧୧୫
ବିକାଶ ହୋଇପାରିନାହିଁ? କାହିଁକି ଆଜି ଭାରତଭଳି ଏକ ଐତିହ୍ୟ ସଂପନ୍ନ ଦେଶ ୨ଟି ନାଁ-“ଅନ୍ଧକାରର ଦେଶ ଭାରତ ଓ ଆଲୋକର ଦେଶ ଇଣ୍ଡିଆ” ଭାବେ ପରିଚିତ ହେଉଛି? ପରମାଣୁ ବୋମାମାଡ଼ରେ ଧ୍ୱଂସ ହୋଇଥିବା ତଥା ଜମି, ଜଳ, ଜଙ୍ଗଲ ଓ ଖଣି ନ ଥିବା ଟାଙ୍ଗରାଭୂଇଁ ଦ୍ୱୀପାଞ୍ଚଳ ଜାପାନ ମାତ୍ର ୩୦ ବର୍ଷ ଭିତରେ ପୁଣିଥରେ ନିଜ ଘରକୁ ସଜାଡ଼ି ବିଶ୍ୱର ଶ୍ରେଷ୍ଠ ଧନୀରାଷ୍ଟ୍ର ଭାବେ ପରିଚୟ ତିଆରି କରିଥିବାବେଳେ, ଆମେ କାହିଁକି ଆଜି ବିକାଶଶୀଳ ରାଷ୍ଟ୍ର ନାମରେ ଚିହ୍ନିତ ହେଉଛୁ ! ଗ୍ରାମାଞ୍ଚଳ ଗରିବଙ୍କୁ ଆଣି ସହରରେ ଥଇଥାନ କରିବା ବଦଳରେ ସହର ଉପାନ୍ତର ଅଳିଆ ଆବର୍ଜନାପୂର୍ଣ୍ଣ ଅଞ୍ଚଳରେ ବସ୍ତି ଗଢ଼େଇ ସେମାନଙ୍କ ସ୍ୱାଭାବିକ ଜୀବନଧାରଣକୁ ଧ୍ୱଂସ କରିଦେଉଛୁ?

ଯେ ପର୍ଯ୍ୟନ୍ତ ଏହି କଥା ଆମ ଡଲାର ଲୋଭୀ ନୀଳବର୍ଣ୍ଣଶୃଗାଳରୂପୀ-ପ୍ରବାସୀ ଭାରତୀୟଗଣ ଚିନ୍ତା ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆଶ୍ରିତ ରାଷ୍ଟ୍ରର ଅଧିବାସୀଙ୍କ ଦୃଷ୍ଟିରେ କୁକୁରର ଆଖ୍ୟା ପାଉଥିବେ ଏବଂ ସେମାନଙ୍କଦ୍ୱାରା ସର୍ବସାଧାରଣରେ ନିନ୍ଦିତ ହେଉଥିବେ । ‘ସ୍ଲମ୍‌ଡଗ୍ ମିଲେନିୟମ୍’ ଭଳି ଆହୁରି ଅସଂଖ୍ୟ ଚଳଚ୍ଚିତ୍ର ନିର୍ମାଣ ହୋଇ ସେମାନଙ୍କ ଅସଲ ମୁଖା ଯେତେବେଳେ ସମଗ୍ର ବିଶ୍ୱବାସୀଙ୍କ ଆଗରେ ଖୋଲି ହୋଇଯିବ, ସେତେବେଳେ ସେମାନେ ଜାବୁଡି ଧରିଥିବା ଉଚ୍ଚଶିକ୍ଷାର ପ୍ରମାଣପତ୍ର ତଥା ସାରାଜୀବନ ନିଜକୁ, ନିଜ ମାନବିକତାକୁ ବିକ୍ରିକରି ରୋଜଗାର କରିଥିବା ଅସଂଖ୍ୟ ଡଲାର ଏମାନଙ୍କ ଆତ୍ମସମ୍ମାନକୁ ବଞ୍ଚାଇ ରଖି ପାରିବତ? ଦେଶଦ୍ରୋହୀ, ଜାତିଦ୍ରୋହୀ ଏହି ଅର୍ଥଲିପ୍ସୁ ବ୍ୟକ୍ତିଗଣଙ୍କୁ ‘ସ୍ଲମ୍‌ଡଗ୍’ଠାରୁ ବଡ଼ ଉପାଧି ଆଉ କ’ଣ ଦିଆଯାଇପାରେ!


                          ***


୧୧୬ / ଜାତି, ଜାଗୃତି ଓ ପ୍ରଗତି


ବିଜୁବାବୁ କ’ଣ ଭାରତର ରତ୍ନ ନୁହନ୍ତି?

ନିକଟରେ କଂଗ୍ରେସ ସାଂସଦ ଅଭିଷେକ ସାଙ୍ଗଭି ଏକ ବାଣିଜ୍ୟିକ ସଭାରେ ମାନବ ଅଧିକାର ହତ୍ୟାକାରୀ ରୂପେ ସମଗ୍ର ବିଶ୍ୱରେ ଚିହ୍ନିତ ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ‘ଭାରତରତ୍ନ’ ପ୍ରଦାନପାଇଁ ଦାବୀ କରିଥିବା ସୂଚାଇ ଦିଏ ଯେ କଂଗ୍ରେସ ଦଳରେ ବୋଧହୁଏ ‘ଭାରତର ରତ୍ନ’ ହେବାପାଇଁ କେହି ଯୋଗ୍ୟତମ ବ୍ୟକ୍ତି ନାହାନ୍ତି । ତେଣୁ ଭାରତର ଏଭଳି ମର୍ଯାଦାଜନକ ସମ୍ମାନପାଇଁ ଭାରତ ବାହାରର ଏକ ଇର୍ଷାଳୁ ଓ ହିଂସ୍ରୁକ ବ୍ୟକ୍ତିଙ୍କୁ ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ଓ ସାଂସଦ ମୁଖପାତ୍ର ପ୍ରସ୍ତାବ ଦେବା ଯେତିକି ଲଜ୍ଜାଜନକ, ସେତିକ ପୂଜ୍ୟପୂଜା ପ୍ରତି ଅସମ୍ମାନ ମଧ୍ୟ ।

କିଛିମାସ ପୂର୍ବରୁ ଭାରତର କେତେକ ରାଜନୈତିକ ଦଳ ନିଜର ତୁଙ୍ଗ ନେତାଙ୍କୁ ଏହି ସମ୍ମାନ ଦେବାପାଇଁ ଦାବୀ କରିଥିଲେ । ଏହି ଦାବୀ ପଛରେ ନିଜ ନେତାଙ୍କର ସଂଘୀୟ ରାଷ୍ଟ୍ର ଭାରତବର୍ଷର ବିକାଶପାଇଁ ବିଶେଷ ଅବଦାନ ନ ଥିଲେ ମଧ୍ୟ, ନିଜ ନିଜ ରାଜ୍ୟରେ ନିଜର ପାରିବାପଣିଆ ଦେଖେଇବା ଉଦ୍ଦେଶ୍ୟରେ କେତେକ ରାଜନେତା ପ୍ରତିଦ୍ୱନ୍ଦିତା ଆରମ୍ଭ କରିଥିଲେ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଓଡ଼ିଶାରେ ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ସମ୍ମାନ ପ୍ରଦାନପାଇଁ ଦାବୀ କରାଯାଇଥିଲା । କିନ୍ତୁ ଏ ଦାବୀରେ ଜୀବନ ନ ଥିଲା । ଏହାର କାରଣ ହେଉଛି ଚାପ ପ୍ରୟୋଗ କରି ଦାବୀ ହାସଲ କରିବା କଳା ଆମ ଓଡ଼ିଆଙ୍କୁ ଜଣାନାହିଁ । ଆମେ କେବଳ ଗୁରୁତ୍ୱ ଦେଇଥାଉ ଭାଗ୍ୟ ଉପରେ । ବୋଧହୁଏ ସେଥିପାଇଁ ଆଜି ଓଡ଼ିଶାରେ ଜନ୍ମିତ ବରପୁତ୍ରଙ୍କ ନାମ ଭାରତବର୍ଷର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇପାରିନାହିଁ ।


ଜାତି, ଜାଗୃତି ଓ ପ୍ରଗତି / ୧୧୭

ଆଜି ମନରେ ପ୍ରଶ୍ନ ଉଠେ, ସତରେ କ’ଣ ଭାରତରତ୍ନ ହେବାପାଇଁ ସ୍ୱାଭିମାନୀ ଓଡ଼ିଆ ଜାତିର ପ୍ରତୀକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଯୋଗ୍ୟତା ନାହିଁ? ସେ କ’ଣ ତାମିଲ ଅଭିନେତା ଏମ୍.ଜି. ରାମଚନ୍ଦ୍ରନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିତ୍ୱଠାରୁ ବହୁ ନିମ୍ନରେ! ଜୀବନବ୍ୟାପୀ ସଂଗ୍ରାମରେ ବିଜୁବାବୁ କ’ଣ ପରାଧୀନ ଭାରତକୁ ଏକ ସ୍ୱାଧୀନ ଗଣତାନ୍ତ୍ରିକ ସଂଘୀୟ ରାଷ୍ଟ୍ର ଗଠନ କରିବାରେ କୌଣସି ଭୂମିକା ନେଇ ନ ଥିଲେ? ସ୍ୱାଧୀନ ଭାରତବର୍ଷର ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ତାଙ୍କର କ’ଣ କିଛି ଅବଦାନ ନ ଥିଲା? ଇଂରେଜ ଚାଲିଗଲା ପରେ ଦାରିଦ୍ର୍ୟର ବୋଝ ଛାଡ଼ି ଚାଲିଯାଇଥିବା ଏହି ଭାରତବର୍ଷର ସାମଗ୍ରିକ ବିକାଶପାଇଁ କ’ଣ ଆମର ପ୍ରିୟ ବିଜୁବାବୁ କିଛି କରି ନ ଥିଲେ? ବିଶ୍ୱଦୃଷ୍ଟିରେ ଭାରତର ପାରିବାପଣିଆକୁ ଜାହିର କରିବାରେ କ’ଣ ତାଙ୍କର କୌଣସି ଭୂମିକା ନ ଥିଲା? ଯଦି ନ ଥିଲା, ତେବେ ଆମେ ସବୁ ଯାହା ତାଙ୍କ ବିଷୟରେ ପଢ଼ୁଛୁ ଓ ଶୁଣୁଛୁ ତାହା କ’ଣ ମିଛ?

ଓଡ଼ଆ ଜାତିର ଜନନାୟକ ବିଜୁ ପଟ୍ଟନାୟକ ହେଉଛନ୍ତି ଭାରତମାତାର ଏପରି ଏକ ସୁଯୋଗ୍ୟ ସନ୍ତାନ, ଯିଏ ଦେଶର ସମ୍ମାନକୁ ବିଶ୍ୱସ୍ତରରେ ସମୃଦ୍ଧ କରାଇପାରିଥିଲେ । ଭାରତର ତ‌ତ୍କାଳୀନ ବଡ଼ଲାଟ ଲର୍ଡ ୱେଭେଲଙ୍କ ମୁଖ୍ୟ ବିମାନ ଚାଳକ ଭଳି ସମ୍ବେଦନଶୀଳ ପଦବୀରେ ଥାଇ ମଧ୍ୟ; ଏହାର ସୁଯୋଗ ନେଇ ତ‌ତ୍କାଳୀନ ଯୁବ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ, ଅଶୋକ ମେହେଟ୍ଟା, ଅରୁଣା ଆସିଫଅଲ୍ଲୀ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ରାମମନୋହର ଲୋହିଆ, ସୁଚେତା କୃପାଳିନୀ, ଛୋଟୁଭାଇ ପୁରାନିକ୍ ଭଳି ଅନେକ ନେତାଙ୍କୁ ଗୁପ୍ତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ନେଇ ପହଞ୍ଚାଇବା ସହିତ ଗୁପ୍ତ ତଥ୍ୟ, ଅର୍ଥ ଓ କାଗଜପତ୍ର ପଠାଉଥିଲେ । ସରକାରୀ ଚାକିରିରେ ଥାଇ ସରକାରଙ୍କ ଯାନରେ ସରକାର ବିରୁଦ୍ଧରେ ଏଭଳି ଦୁଃସାହସିକ କାର୍ଯ୍ୟ କରିବା କ୍ଷେତ୍ରରେ ବୋଧହୁଏ ତ‌ତ୍କାଳୀନ ସମୟରେ ଏକମାତ୍ର ବ୍ୟକ୍ତି ଥିଲେ ବିଜୁବାବୁ । ଶେଷରେ ଧରାପଡି ୨୩ ଜାନୁଆରୀ ୧୯୪୩ ଠାରୁ ୧୯୪୫ ମସିହା ପର୍ଯ୍ୟନ୍ତ ୨ ବର୍ଷ ଲାହୋର ଜେଲରେ ବନ୍ଦୀ ହେଲେ ।

କେବଳ ସେତିକି ନୁହେଁ, ବିଜୁ ପଟ୍ଟନାୟକଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ କେବଳ ଇତିହାସ ପାଲଟିନାହିଁ, ବରଂ ଲୋକ ପ୍ରବାଦରେ ପରିଣତ ହୋଇଯାଇଛି । ଯଦି ସେ ଦୁଃସାହସ କରି ନ ଥାନ୍ତେ, ତେବେ ଇଣ୍ଡୋନେସିଆ ସ୍ୱାଧୀନତା ପାଇପାରି ନ ଥାନ୍ତା, ଜାମ୍ମୁ କାଶ୍ମୀର ଆଜି ସଂପୂର୍ଣ୍ଣ ରୂପେ ପାକିସ୍ତାନ କବଳରେ ଥାଆନ୍ତା । ଭାରତ-ଚୀନ୍ ଯୁଦ୍ଧ ସମୟରେ ଉତ୍ତର-ପୂର୍ବ ହିମାଳୟର ବରଫାବୃତ ଉତ୍ତୁଙ୍ଗ ଶିଖରରେ ଲଢ଼େଇ କରୁଥିବା ଭାରତୀୟ ସୈନ୍ୟଗଣ ଗୁଳିଗୋଳା ଓ ଖାଦ୍ୟାଭାବଜନିତ ମୃତ୍ୟୁଲାଭ କରିଥା’ନ୍ତେ । ଏହି ଭୂଖଣ୍ଡ ଚୀନ୍ ଅଧିକାରରେ ଥା’ନ୍ତା ।


୧୧୮ / ଜାତି, ଜାଗୃତି ଓ ପ୍ରଗତି
୧୯୪୮ ମସିହାରେ ତ‌ତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅନୁରୋଧ କ୍ରମେ ଡଚ୍ ସୈନ୍ୟବାହିନୀ ଘେରକୁ ଭେଦକରି, ନିଜ ଜୀବନକୁ ବିପନ୍ନ କରି ବିଜୁବାବୁ ସେଦିନ ତାଙ୍କ ନିଜସ୍ୱ ଡାକୋଟା ବିମାନରେ ଇଣ୍ଡୋନେସିଆ ମୁକ୍ତିବାହିନୀ ନେତା ସୁକର୍ଣ୍ଣଙ୍କ ଘନିଷ୍ଠ ସହଯୋଗୀ ମହମ୍ମଦ ହଟ୍ଟା ଓ ଶାହାରିଅରଙ୍କୁ ଯେପରି ଦିଲ୍ଲୀକୁ ଉଡ଼ାଇ ଆଣିଥିଲେ, ସେଥିରେ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ, ଏପରି ଦୁଃସାହସିକ ଅଭିଯାନରେ ତାଙ୍କ ସହିତ ଯିଏ ସହଯୋଗୀ ପାଇଲଟ ଭାବେ ଇଣ୍ଡୋନେସିଆ ଯାତ୍ରା କରିଥିଲେ, ସେ ହେଉଛନ୍ତି ଅନ୍ୟତମ ଦୁଃସାହାସିକା ନାରୀ ବିଜୁବାବୁଙ୍କ ପତ୍ନୀ ଶ୍ରୀମତୀ ଜ୍ଞାନ ପଟ୍ଟନାୟକ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କର ଉଲ୍ଲେଖନୀୟ ଅବାନପାଇଁ ସେ ଦେଶର ସରକାର ତାଙ୍କୁ ନାଗରିକତ୍ୱ ସହିତ ‘ଭୂମିପୁତ୍ର’ ଉପାଧିରେ ଭୂଷିତ କରିଥିଲେ । ବିଜୁବାବୁଙ୍କର ଏହି ଦୁଃସାହସିକ କାର୍ଯ୍ୟ କ’ଣ ସମଗ୍ର ବିଶ୍ୱ ସମ୍ମୁଖରେ ଭାରତବର୍ଷକୁ ସମ୍ମାନିତ କରି ନ ଥିଲା?

ସେହିପରି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫାଶୀବାଦର ପ୍ରବକ୍ତା ହିଟ୍‌ଲରମୁସୋଲିନ-ତୁଜୋଙ୍କ ସାମରିକ ମେଣ୍ଟ ବିରୁଦ୍ଧରେ ସୋଭିଏତ୍ ରୁଷ୍ ପକ୍ଷରୁ ଯେଉଁ ଯୁଗାନ୍ତକାରୀ ରକ୍ତକ୍ଷୟୀ ସଂଗ୍ରାମ ହୋଇଥିଲା, ସେହି ସଂଗ୍ରାମରେ ବିଜୁବାବୁଙ୍କ ସହାୟତାକୁ ସମ୍ମାନ ବୋକୁ ଯାଇ ୧୯୯୫ ମସିହାରେ ଋଷିଆ ତାଙ୍କୁ ‘ଜୁବୁଲି ପଦକ’ ଓ ‘ବୀନ୍‌ତାଙ୍ଗ୍ ଯଶ ଉତ୍ତମା’ ଉପାଧି ପ୍ରଦାନ କରି ସମ୍ମାନିତ କରିଥିଲେ । ଏପରି ଆନ୍ତର୍ଜାତିକ ଖ୍ୟାତି ସମ୍ମାନ ଓ ଭାବମୂର୍ତ୍ତିର କେତେଜଣ ଭାରତୀୟ ରାଜନେତାମାନଙ୍କର ଥିଲା, ତାହା ସମସ୍ତେ ଚିନ୍ତା କରିବା ଉଚିତ୍ । ଏହିଭଳି ଅନେକ ଅନେକ...ଦୃଷ୍ଟାନ୍ତ ରଖିଯାଇଛନ୍ତି ବିଜୁବାବୁ । ଯାହାର କିଛିଟା ଝଲକ ଆମ ଦୃଷ୍ଟିରେ ପଡିଛି ।

ଲାହୋର ଜେଲରୁ ମୁକ୍ତ ହେବା ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରି ସର୍ବପ୍ରଥମେ ଶାସକ ନିର୍ମାଣର ଭୂମିକା ଗ୍ରହଣ କଲେ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରାଇ । ଯାହା ମହତାବଙ୍କ ରଚିତ ‘Beginning of the End’ ପୁସ୍ତକରୁ ଜଣାପଡ଼େ ।

ଏକ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ସ୍ୱାର୍ଥ ରଖିବାପାଇଁ ଆଞ୍ଚଳିକ ଦଳ ଭାବେ ଉକ୍ରଳ କଂଗ୍ରେସ ଗଠନ କରିବା, ଜରୁରୀ ପରିସ୍ଥିତିକୁ ବିରୋଧ କରି କାରାବରଣ କରିବା ପରେ ଜୟପ୍ରକାଶଙ୍କ ଆନ୍ଦୋଳନରେ ସାମିଲ ହୋଇ ଜନତାପାର୍ଟି ଗଠନରେ ଓ ପରବର୍ତ୍ତୀ ଅବସ୍ଥାରେ ଜାତୀୟ ସ୍ତରରେ ଜନତା ଦଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ଅନନ୍ୟ, ଅତୁଳନୀୟ ।

ଜାତି, ଜାଗୃତି ଓ ପ୍ରଗତି / ୧୧୯
ତେବେ ଏହା ପୂର୍ବରୁ ସ୍ୱାଭିମାନୀ ପୁରୁଷ ମଧୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ଓଡ଼ିଶାକୁ ଆଧୁନିକ ଶିଳ୍ପରେ ସମୃଦ୍ଧ କରିବାପାଇଁ ଗଠନ କଲେ ‘ବି.ପଟ୍ଟନାୟକ ଆଣ୍ଡ ଆମ୍ପାନୀ’ ୧୯୪୪ରେ । ଏହାପରେ ବିଭିନ୍ନ କମ୍ପାନୀ, ଯଥା-କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ଇଣ୍ଡଷ୍ଟ୍ରିଜ, କଳିଙ୍ଗ ଏୟାରଲାଇନ୍ସ , କଳିଙ୍ଗ ରେଫ୍ରଜରେସନ, କଳିଙ୍ଗ ପବ୍ଲିକେସନ, କଳିଙ୍ଗ ଫାଉଣ୍ଡେସନ୍ ଇତ୍ୟାଦି ଗଠନ କଲେ । ଓଡ଼ିଆ ଜାତି ଯେ କଳା ଓ ବିଜ୍ଞାନ ପ୍ରିୟ ଓ ଏହାକୁ ସମ୍ମାନ ଦେଇଜାଣେ, ତାହା ବିଶ୍ୱବାସୀଙ୍କଠାରେ ପ୍ରମାଣିତ କରିବାପାଇଁ ଜାତିସଂଘ ଆନୁକୂଲ୍ୟରେ ବିଶ୍ୱର ପ୍ରତିଷ୍ଠିତ ବୈଜ୍ଞାନିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା କରିଥିଲେ ଐତିହାସିକ “କଳିଙ୍ଗ ପୁରସ୍କାର” । ଅତୀତର ବଣିକ ଓଡ଼ିଆ ଜାତିର ବ୍ୟବସାୟପାଇଁ ସାମୁଦ୍ରିକ ପଥ ଉପଯୋଗ ନିମନ୍ତେ ରାଜ୍ୟ ରାଜକୋଷରୁ ୧୯ କୋଟି ଟଙ୍କା ବ୍ୟୟରେ ପାରାଦ୍ୱୀପ ବନ୍ଦର ସ୍ଥାପନ ସହିତ , ଖଣିଜ ପଥର ସୁପରିବହନପାଇଁ ଏକ୍ସପ୍ରେସ୍ ରାଜପଥର ନିର୍ମାଣ ମଧ୍ୟ କରାଇଥିଲେ । ଟାଙ୍ଗରାଭୂଇଁ ଚୌଦ୍ୱାର ଶିଳ୍ପାଞ୍ଚଳର ଓଡ଼ିଶା ଟେକ୍ସଟାଇଲ ମିଲ୍‌ଠାରୁ ଆରମ୍ଭ କରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ମେସ୍କୋ ପର୍ଯ୍ୟନ୍ତ ଯେତେସବୁ ଶିଳ୍ପ ସଂସ୍ଥା ଗଢ଼ିଉଠିଛି କିମ୍ବା ଗଢ଼ି ଉଠିଥିଲା, ତାହା ପଛରେ ଥିଲା ଏହି ମହାନ୍ ବ୍ୟକ୍ତିଙ୍କ ଦୂରଦୃଷ୍ଟି ।

ସାମଗ୍ରିକ ଭାବେ କହିବାକୁ ଗଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାରଥୀ ଶ୍ରୀ ବିଜୁ ପଟ୍ଟନାୟକଙ୍କର ନଭସ୍ପର୍ଶୀ ବ୍ୟକ୍ତିତ୍ୱ ଏତେ ପରିବ୍ୟାପ୍ତ ଯେ, ଯାହାପାଇଁ ‘ଭୂମିପୁତ୍ର’, ‘ରାଷ୍ଟ୍ରିୟ ଜୁବୁଲି ମେଡାଲ’ ଓ ‘ବୀନ୍‌ତାଙ୍ଗ ଯଶ ଉତ୍ତମା’ ପରି ଉପାଧିଗୁଡ଼ିକ ଗୋଟିଏ ଗୋଟିଏ ଆଂଶିକ ପରିମାପକ ହେବ ସିନା; ଏହାଦ୍ୱାରା ତାଙ୍କର ସାମଗ୍ରିକ ମୂଲ୍ୟାୟନ ହୋଇପାରିବ ନାହିଁ ।

ଚଳିତ ଶତାବ୍ଦୀର ଆଉ କେତେ ଦଶନ୍ଧି ପରେ ଆମର ଯୁବପିଢ଼ି ପ୍ରାୟ ସହଜରେ ବିଶ୍ୱାସ କରିବେ ନାହିଁ ଯେ, ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଏପରି ମଣିଷଟିଏ ଜନ୍ମଗ୍ରହଣ କରିଥିଲା, ଯିଏ ସ୍ୱାଭିମାନୀ ଓ ଆତ୍ମପ୍ରତ୍ୟୟର ଭିତ୍ତିଭୂମି ଉପରେ ଛିଡ଼ାହୋଇ ମହାଭାରତର କର୍ଣ୍ଣ ପରି “ଦୈବାୟଭଂ କୁଳେ ଜନ୍ମ ମଦାୟ•ମ୍ ଚ ପୌରୁଷଂ” ନୀତିରେ ସମଗ୍ର ବିଶ୍ୱ ସମ୍ମୁଖରେ ପୁରୁଷାକାରର ସାର୍ଥକ ପରିଚୟ ଦେଇଥିଲା । ବିଜୁ ପଟ୍ଟନାୟକଙ୍କ ରାଜନୀତି ଆରମ୍ଭ ହୁଏ କଂଗ୍ରେସ ଦଳରୁ । ମାତ୍ର ଏହି ଦଳ ତାଙ୍କୁ ସମ୍ମାନ ବୋରେ ପଛଘୁଞ୍ଚା ଦେଉଛି । ବିଜୁଙ୍କ ନାମନେଇ ରାଜନୀତି କରୁଥବା । ଓଡ଼ିଆଗଣ ମଧ୍ୟ ଏ ଦିଗରେ ଉଦାସୀନ । ସତେ ଯେପରି ସେ କେବଳ ଓଡ଼ିଶାର, ଓଡ଼ିଆଙ୍କର । ସେ ଭାରତର କିମ୍ବା ବିଶ୍ୱର ନୁହନ୍ତି? ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ସଂଘୀୟ ୧୨୦ / ଜାତି, ଜାଗୃତି ଓ ପ୍ରଗତି
ବ୍ୟବସ୍ଥାରେ ଥାଇ ମଧ୍ୟ ଆମେ ବିଗତ ୬୦ ବର୍ଷ ମଧ୍ୟରେ ପାଇଥିବା ଏକମାତ୍ର ସୁଯୋଗ୍ୟ ସନ୍ତାନକୁ ରାଷ୍ଟ୍ରବ୍ୟାପୀ ସମ୍ମାନ ଦେବାଭଳି ଭିତ୍ତିଭୂମିଟିଏ ତିଆରି କରିପାରୁନାହୁଁ- ଏହା କ’ଣ ଆମ କାପୁରୁଷ ପଣିଆ ନୁହେଁ କି?

ସମସ୍ତ ଦୃଷ୍ଟିକୋଣରୁ ବିଜୁ ପଟ୍ଟନାୟକ ହେଉଛନ୍ତି ‘ଭାରତରତ୍ନ’ପାଇଁ ଏପରି ଏକ ଉପଯୁକ୍ତ ବ୍ୟକ୍ତିତ୍ୱ, ଯାହାଙ୍କୁ ଆମ ଦେଶ ‘ଭାରତରତ୍ନ’ ଉପାଧି ବହୁ ପୂର୍ବରୁ ପ୍ରଦାନ କରିବା ଉଚିତ୍ ଥିଲା । କିନ୍ତୁ କେବଳ ସଂକୀର୍ଣ୍ଣ ରାଜନୈତିକ ଦୃଷ୍ଟିକୋଣରୁ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରାଯାଉନାହିଁ ।

ସ୍ପଷ୍ଟ ଭାବେ କହିବାକୁ ଗଲେ, କେନ୍ଦ୍ର ସରକାର ବିଜୁବାବୁଙ୍କୁ ‘ଭାରତରତ୍ନ’ ପ୍ରଦାନ କରନ୍ତୁ ବା ନ କରନ୍ତୁ, ସମଗ୍ର ଦେଶବାସୀଙ୍କ ହୃଦୟରେ ଭାରତମାତାର ଅନ୍ୟତମ ରତ୍ନ ଭାବେ ସେ କାଳକାଳକୁ ଯେ ମନେ ରହିବେ, ଏଥିରେ ସନ୍ଦେହ ନାହିଁ ।

                         ***


ଜାତି, ଜାଗୃତି ଓ ପ୍ରଗତି / ୧୨୧

ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ!

ଓଡ଼ିଶା ପରି ପ୍ରାକୃତିକ ସଂପଦରେ ପୂର୍ଣ୍ଣ ରାଜ୍ୟରେ ଦାଦନଯାତ୍ରା ଏକ ନିୟମିତ ପ୍ରକ୍ରିୟା । ବିଶେଷ କରି ଅତୀତରେ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ଏହା ଏକ ସାଧାରଣ ଘଟଣା ଥିଲା । କାମଧନ୍ଦା ଅନ୍ୱେଷଣରେ ଏହିସବୁ ଅଞ୍ଚଳର ବହୁ ଲୋକ ଆଧୁନିକ ଶିଳ୍ପର ବିକାଶ ଫଳରେ ରେଙ୍ଗୁନ, କଲିକତା, ସୁରଟ ପରି ସହରକୁ ଚାଲିଯାଉଥିଲେ । ସେତେବେଳେ ଓଡ଼ିଶାର ଅର୍ଥନୀତି ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ଥିଲା କୃଷି ଉପରେ । ଯାହା ମାତ୍ର ୪ ମାସପାଇଁ କାମଧନ୍ଦା ଯୋଗାଇଦିଏ । ବାକି ଆଠମାସପାଇଁ ସହର ଉପରେ ନିର୍ଭର କରିବାକୁ ହୁଏ ଗରିବ ଓଡ଼ିଶାକୁ । ବ୍ୟାପକ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଧାନଚାଷ ପରେ ଜମି ପଡ଼ିଆ ପଡ଼ୁଥିବାରୁ, ସେଥିରେ ନିୟୋଜିତ କୃଷି ଶମିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ହାତ ବାନ୍ଧି ବସି ରହୁଥିଲେ । ନିଜ ଗାଁ’ରେ ବା ନିଜ ରାଜ୍ୟରେ ନିଯକ୍ତିର ଅନ୍ୟ ବିକଳ୍ପ ନ ଥିବାରୁ ପେଟ ପୋଷିବାପାଇଁ ଦେଶାନ୍ତରୀ ହେବା ଥିଲା ସେମାନଙ୍କର ଏକମାତ୍ର ପନ୍ଥା । ବିଶେଷ କରି ଯୁବକମାନେ ହିଁ ପରିବାରର ବୋଝମୁଣ୍ଡାଇ ପ୍ରବାସ ଯାତ୍ରା କରୁଥିଲେ । ମାତ୍ର ଏବେ ସମୟ ବଦଳିଛି । ଏ ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ।

ପୌଷ ପୂଣ୍ଣିର୍ମା ପରେ ପରେ ଆରମ୍ଭ ହୁଏ ଏହି ଦାଦନ ଯାତ୍ରା । ଭୋକିଲା ପେଟର ଆହ୍ୱାନ ସେମାନଙ୍କୁ ବାଧ୍ୟ କରେ ଦେଶାନ୍ତରୀ ହେବାକୁ । ଘରେ ତାଲା ପକାଇ, ପିଲାଛୁଆଙ୍କ ସହ ଦୈନନ୍ଦିନ ବ୍ୟବହାର୍ଯ୍ୟ ଅଳ୍ପକିଛି ସାମଗ୍ରୀ ସହ ସେମାନେ ଦଳ ଦଳ ହୋଇ ବାହାରନ୍ତି ଦାଦନ ଖଟିବାପାଇଁ । ଟ୍ରେନ୍ ସେମାନଙ୍କୁ ବୋହିନିଏ ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳ, କର୍ଣ୍ଣାଟକ ପରି ରାଜ୍ୟକୁ । ଜୀବନ ସଂଗ୍ରାମପାଇଁ ସେମାନେ ନିଜ ଘର, ଗାଁ’ ଭିଟାମାଟି ଛାଡ଼ି ଡେଇଁପଡ଼ନ୍ତି କେଉଁ ଏକ ଅନିଶ୍ଚିତ ଭବିଷ୍ୟତକୁ । ଯେଉଁଠାରୁ ଫେରିବାର କୌଣସି ବାଟ ନ ଥାଏ । ନ ଥାଏ ମଧ୍ୟ ସୁରକ୍ଷାର ଭରସା । ସେମାନଙ୍କ ଅନୁପସ୍ଥିତିରେ ଖାଁ ଖାଁ ଲାଗେ ଗାଁ’ଦାଣ୍ଡ- ଶୂନ୍ୟ ହୁଏ କୂଅ, ଚଉରା । ଗୋବରଲିପା ଘରର ମାଟିକାନ୍ଥ ଉପରେ ଠିଆ ହୁଏ ଉଈ ହୁଙ୍କା ।


୧୨୨ / ଜାତି, ଜାଗୃତି ଓ ପ୍ରଗତି
ସାଧାରଣତଃ ଅକ୍ଟୋବର ମାସରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଡିସେମ୍ବର/ଜାନୁୟାରୀରୁ ବୃଦ୍ଧିପାଇ ମାର୍ଚ୍ଚ/ଏପ୍ରିଲ ଆଡ଼କୁ ଚରମ ସୀମାରେ ପହଞ୍ଚେ । ସେଇଥିପାଇଁ ଏଇ ଦୁଇମାସକୁ କୁହାଯାଏ ଶ୍ରମିକଚାଲାଣ ଋତୁ । ଏହି ସମୟରେ ପଶ୍ଚିମାଞ୍ଚଳର ରେଳଷ୍ଟେସନ୍‌ଗୁଡ଼ିକ ଭର୍ତ୍ତି ହୋଇଯାଏ ଏମାନଙ୍କ ଭିଡ଼ରେ । ମୁଖରିତ ହୋଇଉଠେ ପ୍ଲାଟଫର୍ମ । ଶୁଖିଲା ମୁହଁ, ଭୋକିଲା ପେଟରେ ଦୂରଗାମୀ ଟ୍ରେନ୍‌କୁ ଅପେକ୍ଷା କରି ବସି ରହିଥା’ନ୍ତି ଏହି ଉପେକ୍ଷିତ ମଣିଷମାନେ ।

ଅବିଭକ୍ତ କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର (କେବିକେ) ସମେତ ଅବିଭକ୍ତ ବୌଦ, ଫୁଲବାଣୀ, ସୁନ୍ଦରଗଡ଼, ସମ୍ବଲପୁର ପରି ଜିଲ୍ଲାର ବହୁଲୋକ ପେଟ ପୋଷିବାପାଇଁ ଅନ୍ୟ ରାଜ୍ୟର ଇଟାଭାଟି, ନିର୍ମାଣ ସଂସ୍ଥା କିମ୍ବା ନୂଆ କରି ମୁଣ୍ଡ ଟେକିଥିବା ଶିଳ୍ପାନୁଷ୍ଠାନରେ ନିଯୁକ୍ତିପାଇଁ ଚାଲିଯାଆନ୍ତି । ବିଶେଷକରି ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲାର ସଦର ବ୍ଲକ୍ ସମେତ ଗୋଲାମୁଣ୍ଡା ଏବଂ ନୂଆପଡ଼ା ଜିଲ୍ଲାର କୋମନା, ଖରିଆର ତଥା ସିନାପାଲି ଅଞ୍ଚଳରେ ଶ୍ରମିକ ଚାଲାଣ ଏକ ସାଧାରଣ ଘଟଣା । ଗତ କିଛବିର୍ଷ ହେଲା ବରଗଡ଼ ପରି କୃଷି ସମୃଦ୍ଧ ଅଞ୍ଚଳରୁ ମଧ୍ୟ ଲୋକେ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖାଯାଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ସମଗ୍ର ପଶ୍ଚିମ ଓଡ଼ଶା ଏବେ ମ୍ରିୟମାଣ ଏଇ ଦାଦନ ଦୁଃଖରେ ।

ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲାରେ ସହସ୍ରାଧିକ ସଂଖ୍ୟାରେ ସକ୍ରିୟ ଥିବା ଶ୍ରମିକ ଦଲାଲମାନେ ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । କେବଳ ବଲାଙ୍ଗୀର ଜିଲ୍ଲାରେ ପଞ୍ଜିକୃତ ଦଲାଲଙ୍କ ସଂଖ୍ୟା ୪ଶହରୁ ଅଧିକ । ଏମାନଙ୍କ ସହ ବିନା ପଞ୍ଜିକରଣରେ ମଧ୍ୟ ବହୁ ଦଲାଲ ବାହାରକୁ ଶ୍ରମିକ ଚାଲାଣ କରନ୍ତି । ଏମାନେ ପ୍ରଥମେ ଗାଁ’ ଗାଁ’ ବୁଲି ଦରିଦ୍ର ପରିବାରଗୁଡକୁ ଠାବ କରନ୍ତି । ତା’ ପରେ ବେଳଉଣ୍ଡି ସେମାନଙ୍କୁ ମୋଟା ମଜୁରି, ଉପଯୁକ୍ତ ଆଶ୍ରୟ, ଚିକତ୍ସା ସୁବିଧା ପ୍ରଭୃତି ବହୁ ଲୋଭନୀୟ ଆଶ୍ୱାସନା (ମାତ୍ର ଅନେକ କ୍ଷେତ୍ରରେ ସେଗୁଡକ ମିଥ୍ୟା ଓ ପ୍ରତାରଣା ପ୍ରମାଣିତ ହୁଏ) ଦେଇ ଅଗ୍ରୀମ ବାବଦକୁ ଆଗତୁରା କିଛି ଟଙ୍କା ଦେଇଦିଅନ୍ତି । ଶ୍ରମିକ ଜଣକ ଅଗ୍ରୀମ ଗ୍ରହଣ କରିସାରିଲା ପରେ ତା’ର ଆଉ ମୁକୁଳିବାର ଯୁ’ ନ ଥାଏ । ନିଜ ଗାଁ, ନିଜ ରାଜ୍ୟଠାରୁ ହଜାର ହଜାର କିଲୋମିଟର ଦୂରରେ, ସେହି ଅଜଣା ମାଟିରେ ନିଜର ବୋଲି ସେମାନଙ୍କର କେହି ନ ଥାନ୍ତି । ଏକମାତ୍ର ନିଯୁକ୍ତିଦାତା ହିଁ ସେମାନଙ୍କର ଭାଗ୍ୟବିଧାତା । କମ୍ ମଜୁରି ଦେଇ ଗଧ ପରି ସେମାନଙ୍କୁ ଖଟାଯାଏ । କୌଣସି ସୀମା ନ ଥାଏ ନିର୍ଦ୍ଧାରିତ କାମ ବା ସମୟର । ଅଗ୍ରୀମ ଟଙ୍କା ନେଇଥିବାରୁ ସେମାନେ କାମ ଛାଡ଼ିପାରନ୍ତି ନାହିଁ । କାରଣ କର୍ମକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଉକ୍ତ ଟଙ୍କାର ବହୁଳ ଅଂଶ ସେମାନେ ଗାଁ’ ମହାଜନର ଦେଣା, ଘର ମରାମତି, ଦରକାରୀ ଆସବାବ ଓ ଚାଷ ଉପକରଣ

ଜାତି, ଜାଗୃତି ଓ ପ୍ରଗତି / ୧୨୩
କିଣା ପରି ଜରୁରୀ ଆବଶ୍ୟକତାରେ ଖର୍ଚ୍ଚ କରିଦେଇଥାନ୍ତି । ସୁତରାଂ ଅଗ୍ରୀମ ବାବଦକୁ ଶ୍ରମିକ ଜଣକ ନେଇଥିବା ଟଙ୍କା ଫେରସ୍ତ କରିବାପାଇଁ ତାକୁ ତା’ର ପତ୍ନୀ ତଥା ପିଲାଛୁଆଙ୍କୁ ମାଲିକ ପାଖରେ ବନ୍ଧା ରଖି ଗାଁ’କୁ ଫେରିଥାଏ ।

ପଶ୍ଚିମାଞ୍ଚଳରୁ ଚାଲାଣ ହେଉଥିବା ୮୦ ପ୍ରତିଶତ ସରଳ ଓଡ଼ିଆ ଶ୍ରମିକଙ୍କ ନିଯୁକ୍ତିଦାତା ହେଉଛନ୍ତି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ଇଟାଭାଟି ମାଲିକ ଏବଂ ସେମାନଙ୍କ ବିରୋଧରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା, ଶୋଷଣ ତଥା ପ୍ରତାରଣାର ଅଭିଯୋଗ ସବୁଠାରୁ ବେଶୀ । ନିକଟରେ ଟିଟିଲାଗଡ଼ ଉପଖଣ୍ଡର ସିନ୍ଧେଇକେଲା ଅଞ୍ଚଳର ୬ଟି ଗ୍ରାମରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବିଶାଖାପାଟଣାଠାରେ ଦାଦନ ଖଟିବାକୁ ଯାଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଏହାର ଏକ ବଳିଷ୍ଠ ପ୍ରମାଣ । ଏ ସମ୍ବନ୍ଧରେ ସେଠାରେ କାର୍ଯ୍ୟରତ ରାଧାକାନ୍ତ ସାହୁ ନାମକ ଜଣେ ଶ୍ରମିକ ଅଭିଯୋଗ କରିବାରୁ ଗତ ୨୦ ତାରିଖରେ ତାଙ୍କୁ ପ୍ରବଳ ମାଡ଼ ମାରି ମୁହଁ ବନ୍ଦ କରି ଦିଆଯାଇଛି । ଏହିଭଳି ଅସଂଖ୍ୟ ଘଟଣା ଦୈନିକ ଘଟୁଛି ଆମର ଏହି ଅନଗ୍ରସର ଅଞ୍ଚଳର ଓଡ଼ିଆ ପରିବାର ଉପରେ ।

ଚାଳିଶ/ପଚାଶ ବର୍ଷ ତଳେ ସ୍ଥିତି କିନ୍ତୁ ଏମିତି ନ ଥିଲା । ପେଟ ପୋଷିବାପାଇଁ ଏ ଅଞ୍ଚଳବାସୀଙ୍କୁ ବାହାରକୁ ଯିବାକୁ ପଡୁ ନ ଥିଲା । ପେଟପାଇଁ ଗାଁ’ ଭିଟାମାଟି ଛାଡ଼ି ବାହାରକୁ ଯିବା ଥିଲା ସେମାନଙ୍କ ମର୍ଯ୍ୟାଦାବିରୁଦ୍ଧ । ତା’ର କାରଣ ହେଲା ଯେତେ ଗରିବ ହେଲେ ମଧ୍ୟ କୌଣସି ପରିସ୍ଥିତିରେ ବି ସେମାନଙ୍କର ପେଟ ଅପୋଷା ରହୁ ନ ଥିଲା । କିଛି ନ ହେଲେ ଗୌନ୍ତିଆ କି ସାହୁକାରର ଜମିରେ ସେମାନଙ୍କୁ ମିଳିଯାଉଥିଲା ଅତିକମରେ ୬ ମାସର ନିଯୁକ୍ତି । ବାକି ୬ ମାସର ଖୋରାକି ଯୋଗାଇ ଦେଉଥିଲା ଗାଁ’ ମୁଣ୍ଡର ଜଙ୍ଗଲ । କେନ୍ଦୁ, ମହୁଲ, ଝୁଣା, ଲାଖ ପ୍ରକୃତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ କଷ୍ଟେମଷ୍ଟେ ଚଳିଯାଉଥିଲେ । ଆଜି ଜଙ୍ଗଲ ନାହିଁ, କି ଅବଲମ୍ବନ ବି ନାହିଁ । ରାଉରକେଲା ଓ ହୀରାକୁଦ ପରି ଗଢ଼ି ଉଠିଥିବା ଅସଂଖ୍ୟ ଶିଳ୍ପନଗରୀ ଓଡ଼ିଶା ବେକାରୀଙ୍କୁ ନିଯୁକ୍ତି ଦେଇପାରୁନାହିଁ । ଫଳରେ ଗରିବୀ ବଢ଼ୁଛି । ଆଉ ଏହି ଗରିବଙ୍କ ନିକଟରେ ଗରିବୀ ହଟାଇବାର ଏକମାତ୍ର ସମାଧାନ ହେଉଛି ଦାଦନ ଯାତ୍ରା ।

ସତେ କ’ଣ ଓଡ଼ିଶା ମାଟିରୁ ଏହି ଯାତ୍ରା ବନ୍ଦ ହେବନାହିଁ । ଓଡ଼ିଆ ପୁଅଝିଅ କ’ଣ ଏମିତି ଅନ୍ୟ ରାଜ୍ୟରେ କିଣା ବିକା ହୋଇ ଅତ୍ୟାଚାରିତ ହୋଇଚାଲିଥିବେ । ଆମେ କେବଳ ନୀରବଦ୍ରଷ୍ଟା ହୋଇ ଚାହିଁଥିବା ଆଉ ଆମ ରାଜନେତା, ସମାଜଚିନ୍ତକଗଣ ପିଣ୍ଡା ଉପରେ ବସି ଭାଷଣବାଜିଦ୍ୱାରା କୁମ୍ଭୀର କାନ୍ଦଣା କାନ୍ଦୁଥିବେ !


                       ***

୧୨୪ / ଜାତି, ଜାଗୃତି ଓ ପ୍ରଗତି

ଓଡ଼ିଆଙ୍କ ରକ୍ତ ଥଣ୍ଡା ହେଲାଣି!

“ଓଡ଼ିଆମାନେ ଏକ ଆନ୍ଦୋଳନ ପ୍ରବଣ ଜାତି ହୋଇଥିଲେ, ସେମାନଙ୍କର ପ୍ରତିବାଦ ସ୍ୱର ନିଶ୍ଚିତ ଶୁଣାଯାଇଥାନ୍ତା । ସେମାନେ ଆନ୍ଦୋଳନ ପ୍ରବଣ ହୋଇ ନ ଥିବାରୁ ନିର୍ବିଚାର ଭାବରେ ସେମାନଙ୍କୁ ବଳି ଦିଆଯାଉଛି” । (Parliamentary Debate' House of Lods, Vol-ii No.4-2/12/1912) ୧୯୧୨ ମସିହାରେ ବଙ୍ଗପ୍ରଦେଶଠାରୁ ବିଚ୍ଛିନ୍ନ ହୋଇ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ସଂପର୍କରେ ବ୍ରିଟିଶ୍ ପାର୍ଲାମେଣ୍ଟର ଲର୍ଡସଭା (House of Lords)ରେ ବିତର୍କ ଚାଲିଥିବା ବେଳେ ସଭାର ସଦସ୍ୟ ଲର୍ଡ ଅଲ କର୍ଜନ ଅଫ୍ କେଭେନ୍‌‌ଷ୍ଟନ ବା ଲର୍ଡ କର୍ଜନ ଇଂରେଜ ସରକାରଙ୍କ ଅବିଚାରର ପ୍ରତିବାଦ କରି ଏହି ମତ ଉପସ୍ଥାପନ କରିଥିଲେ ।

ଲର୍ଡ କର୍ଜନ ସେତେବେଳେ ଓଡ଼ିଆଜାତିର ଏହି ଯେଉଁ ସହନଶୀଳ ଭାବନାକୁ ଆବିଷ୍କାର କରିଥିଲେ, ତାହାକୁ ନେଇ ହୁଏତ ଆମେ ଗର୍ବ କରିପାରିବା, ମାତ୍ର ଗୋଟିଏ ସମୃଦ୍ଧ ରାଜ୍ୟ ଗଠନପାଇଁ ଏହି ନୀତି ଯେ ଅଶୁଭ ସୂଚକ, ତାହା ସ୍ୱତନ୍ତ୍ର ରାଜ୍ୟ ଭାବରେ ଓଡ଼ିଶା ଗଠନ ହେବାପରେ ବି, ପ୍ରଚୁର ପ୍ରାକୃତିକ ସମ୍ବଳ ଓ କର୍ମଠ ମାନବ ସମ୍ବଳ ଥାଇ ଦେଶର ଏକ ସମୃଦ୍ଧଶାଳୀ ରାଜ୍ୟ ଭାବରେ ମଥା ଟେକି ନ ପାରିବା ହିଁ ଏକ ବଳିଷ୍ଠ ପ୍ରମାଣ କହିଲେ ଅତ୍ୟୁକ୍ତି ହେବନାହିଁ ।

କେଉଁ ଜାତି ନ ଚାହେଁ ସୁଖ ସମୃଦ୍ଧି ଓ ଶାନ୍ତିରେ ଜୀବନକୁ ଅତିବାହିତ କରିବାପାଇଁ । ମାତ୍ର ଓଡ଼ିଆଙ୍କ ଭଳି ଏକ ବୁଦ୍ଧିମାନ ଜାତି ଏହାର ବିପରୀତ ଦିଗ ହିଁ ଆଜିର ଯୁଗରେ ଚିନ୍ତା କରୁଛି । ଭାରତ ଭଳି ଏକ ସଂଘୀୟ ଗଣତନ୍ତ୍ର ରାଷ୍ଟ୍ରର ପ୍ରମୁଖ ଅଂଶୀାର ହୋଇ ରାଜସ୍ୱ ବାବରେ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ, ଏହି ରାଜ୍ୟର ସାମଗ୍ରିକ ବିକାଶପାଇଁ କେନ୍ଦ୍ରର ଅବହେଳାକୁ ସହ୍ୟ କରିଯାଉଥିବା ବେଳେ, ପଡ଼ୋଶୀ ରାଜ୍ୟଗୁଡ଼ିକର ସାମାଜିକ ସାଂସ୍କୃତିକ ଅର୍ଥନୈତିକ, ଭାଷାଗତ ତଥା ସୀମାଗତ


ଜାତି, ଜାଗୃତି ଓ ପ୍ରଗତି/ ୧୨୫
ଆକ୍ରମଣକୁ ପ୍ରତିରୋଧ ନ କରି ନିରବରେ ସହିଯିବାଭଳି ଭୀରୁତା ଆଚରଣ କରୁଛି ।

ଯେଉଁ ଜାତିର ଇତିହାସ କହେ, ମାଟି ଆଉ ମାଆର ସମ୍ମାନପାଇଁ ନିଜ ରକ୍ତକୁ ନିଗାଡି ଦୟାନ‌ଦୀ ଭଳି ନ‌ଦୀର ଜଳକୁ ଲାଲ କରିପାରୁଥିବା ସୁଯୋଗ୍ୟ ସନ୍ତାନ ଏହି ମାଟିରେ ଜନ୍ମ ନେଇଥିଲେ, ସେହି ମାଟିର ଉତ୍ତର ପୁରୁଷ ହୋଇ ଆମେ ଆଜି କାହିଁକି ଭୀରୁ, ଭୟାଳୁ ଭଳି ଜୀବନଧାରଣକୁ ଆପଣେଇ ନେଉଛୁ?

ଆମ ସୀମା ସଂକୁଚିତ !

ବହୁ କଷ୍ଟ ସ୍ୱୀକାର କରି ଆମ ପୂର୍ବପୁରୁଷଗଣ ଇଂରେଜଦ୍ୱାରା ବିଖଣ୍ଡିତ ଓଡ଼ିଶା ଭୂମିକୁ ଏକାଠି କରି ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିଥିଲେ । ଯଦିଓ ଏହା ଭାଷାଭିତ୍ତିରେ ଗଠିତ ହୋଇଥିଲା, ତଥାପି ଆମେ ଆଗଙ୍ଗା-ଗୋଦାବରୀ ଓଡ଼ିଆ ରାଜ୍ୟ ଦେଖିପାରିଲେ ନାହିଁ- ଆମର କେତେକ ତ‌ତ୍କାଳୀନ ଦୁର୍ବଳମନା ନେତାଙ୍କ କାର୍ଯ୍ୟଶୈଳୀଯୋଗୁଁ । ଅଥଚ ଭାରତ ସ୍ୱାଧୀନତା ପରେ, ଆମେ ହରାଇଥିବା ଓଡ଼ିଆ ଭୂମି ଫେରିପାଇବାର ସୁବିଧା ଥିଲେ ମଧ୍ୟ, ପୁଣି ଆମ ଅପରିଣାମଦର୍ଶିତା ଯୋଗୁଁ ହରାଇଲୁ ଷଢ଼େଇକଳା, ଖରସୁଆଁ ଭଳି ବିସ୍ତୃତ ଓଡ଼ିଆ ଅଞ୍ଚଳ ସହିତ ଆଉ କେତେକ ଛୋଟବଡ଼ ପଡ଼ା, ଗ୍ରାମ ଆଉ ଜମିଦାରୀ । ଏବେ ଶୁଣାଗଲାଣି ଆମ ସୀମାନ୍ତ ଜିଲ୍ଲା ଅର୍ଥାତ୍ ମୟୂରଭଞ୍ଜର ୧୦ଟି ଗାଁ’, କେନ୍ଦୁଝରର ୫ଟି ଗ୍ରାମ, କୋରାପୁଟ ଜିଲ୍ଲାର ୨୨ଟି ଗ୍ରାମ, ରାୟଗଡ଼ା ଜିଲ୍ଲାର ୯ଟି ଗ୍ରାମ, ଗଞ୍ଜାମ ଜିଲ୍ଲାର ୧୪ଟି ଗ୍ରାମ, ଗଜପତି ଜିଲ୍ଲାର ୧୪ଟି ଗ୍ରାମ ଆଦି ଆମ ଓଡ଼ିଶା ଅଞ୍ଚଳର ହୋଇଥିଲେ ମଧ୍ୟ ଏଗୁଡ଼ିକ ବିବାଦୀୟ । ଅଥଚ ବିଶାଖାପାଟଣା (ବର୍ତ୍ତମାନର ଭାଇଜାଗ୍), ବସ୍ତର, ମେିନାପୁର, ଷଢ଼େଇକଳା, ଖରସୁଆଁ ଆଦି ଓଡ଼ିଶା ବାହାରେ ଥିବା ଓଡ଼ିଆ ଅଞ୍ଚଳ ବିବାଦୀୟ ନୁହେଁ ।

ଏହିସବୁ ଜିଲ୍ଲା ସହ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାର ଅଗମ୍ୟ ପାହାଡ଼ ଜଙ୍ଗଲ ଅଞ୍ଚଳ ଉପରେ ପଡ଼ୋଶୀ ରାଜ୍ୟଗୁଡ଼କ ନିଜନିଜର ଅଧିକାର ସାବ୍ୟସ୍ତ କରି ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ବିଭିନ୍ନ ହଇରାଣ ଓ ପ୍ରଲୋଭନ ମଧ୍ୟରେ ନିଜର କରିବାକୁ ଚେଷ୍ଟା କରୁଛନ୍ତି । ଆମ ସୀମାନ୍ତ ଅସୁରକ୍ଷିତ ଓ ଏହି ଅଞ୍ଚଳରେ ଆମ ଓଡ଼ିଆ ଭାଇଭଉଣୀ ଅସୁରକ୍ଷିତ ଥିବାବେଳେ ଆମେ ଓ ଆମ ପରିବାର ସୁରକ୍ଷିତ ଥିବାରୁ ଏସବୁ ପ୍ରତି ଆଖିବୁଜି ଦେଉଛୁ । ଏପରିକି କାଁ ଭାଁ ଯଦି ଖବରକାଗଜ ପୃଷ୍ଠାରେ ଏକଥା ବାହାରିଲା, ଏ ଖବରକୁ ଆମେ ନ ଦେଖିଲା ଭଳି ଆଡ଼େଇ ଯାଇ ରାଜନୀତି, ଦୁଃର୍ନୀତି ଆଉ ଧର୍ଷଣ ଭଳି ଖବରଗୁଡ଼ିକୁ ପଢ଼ିବାରେ ମନଯୋଗ କରୁଛୁ ।


୧୨୬ / ଜାତି, ଜାଗୃତି ଓ ପ୍ରଗତି

ଆମ ଜଳ କ’ଣ ପଡ଼ୋଶୀଙ୍କ ପାଇଁ?

କୁହାଯାଏ ଜଳ ହିଁ ଜୀବନ, ଆଉ ଆମ ଓଡ଼ିଶାପାଇଁ ଏହା ଶତପ୍ରତିଶତ ପ୍ରଯୁଜ୍ୟ । ମାତ୍ର ପ୍ରକୃତିଦ୍ୱାରା ସମଗ୍ର ଓଡ଼ିଶା ଭୂଖଣ୍ଡରେ ଜାଲ ପରି ବିଚ୍ଛେଇ ହୋଇଥିବା ନ‌ଦୀନାଳ ଉପରେ ଏବେ ଲୋଲୁପ ଦୃଷ୍ଟି ପଡିଛି ବିଦେଶୀ କମ୍ପାନୀ, କେନ୍ଦ୍ର ସରକାର ଏବଂ ଆମ ପଡ଼ୋଶୀ ରାଜ୍ୟଙ୍କର । ଆମ ପଖାଳଖିଆ ପଛବୁଦ୍ଧିଆକୁ ଏକ ସୁଯୋଗ ଭାବରେ ଧରିନେଇ ଏହି ପଡ଼ୋଶୀ ରାଜ୍ୟ ମଧ୍ୟରୁ ପ୍ରଥମେ ଆନ୍ଧ୍ରପ୍ରଦେଶ ନିଜ ରାଜ୍ୟ କୃଷିର ବିକାଶ ନାମରେ ଆମ ନ‌ଦୀ ସିଲେରୁ, ବଂଶଧାରା, ମହେନ୍ଦ୍ରତନୟା ଆଦି ପୁରାଣପ୍ରସିଦ୍ଧ ନ‌ଦୀଗୁଡ଼ିକର ଜଳକୁ ପୂର୍ଣ୍ଣ ବିନିଯୋଗ କରି ଶସ୍ୟଶ୍ୟାମଳା କରୁଥିବାବେଳେ, ଏହି ନ‌ଦୀକୂଳରେ ଥିବା ଆମ ଓଡ଼ଶାର ଗ୍ରାମବସତିଗୁଡ଼ିକୁ ପାଣି ଭିତରେ ବୁଡ଼ାଇ ଆଉ ମୂଳ ଓଡ଼ିଶା ଭୂଖଣ୍ଡରୁ ବିଚ୍ଛିନ୍ନ କରାଇ ନିଜ ସୀମା ଅନ୍ତର୍ଭୁକ୍ତ କରିବାର କୁତ୍ସିତ ପ୍ରୟାସ ଆରମ୍ଭ କରିଛି । ଆନ୍ଧ୍ରର ଏହି ଅନ୍ୟାୟ କାର୍ଯ୍ୟକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରି ବିପୁଳ ଅର୍ଥ ଯୋଗାଇ ଦେଉଥିବାବେଳେ ବିକାଶ ଉନ୍ମୁଖ ଓଡ଼ିଶା ପ୍ରତି ଆଖି ବୁଜି ଦେଉଛି । ଏ ଦିଗରେ ଆମ ଓଡ଼ିଆ ନେତା ଓ ଜନତାଙ୍କ ଶାନ୍ତ ଓ ନିର୍ବିକାର ଭାବମୂର୍ତ୍ତି ଦେଖି ଏବେ ଛତିଶଗଡ଼ ସରକାର ସୀମାନ୍ତ ଓଡ଼ିଶାବାସୀଙ୍କ ଅସୁବିଧାକୁ ଦୃଷ୍ଟି ନ ଦେଇ ଏକ ନ‌ଦୀବନ୍ଧ ନିର୍ମାଣ କରି ଚାଲିଛନ୍ତି । ଠିକ୍ ଅନୁରୂପ ପଥର ପଥିକ ସାଜିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗ ଆଉ ଝାଡ଼ଖଣ୍ଡ । ଦେଖିବାକୁ ବାକି ରହିଲା; କେଉଁଦିନ ମହାନ‌ଦୀ, ବୈତରଣୀ, ବ୍ରାହ୍ମଣୀ ଆଉ ଋଷିକୂଲ୍ୟାର ଜଳ ଉପରେ ଏହି ପଡ଼ୋଶୀ ରାଜ୍ୟଗଣ ନିଜ ନିଜର ଅଧିକାର ସାବ୍ୟସ୍ତ କରିବେ ।

ଆମ ଜଙ୍ଗଲ ଆଉ ଜମିର ମାଲିକ କିଏ?

ମୌର୍ଯ୍ୟ ସମ୍ରାଟ ଅଶୋକଙ୍କଦ୍ୱାରା ହୋଇଥିବା ବିଭତ୍ସ କଳିଙ୍ଗଯୁଦ୍ଧର ଦୁର୍ଦ୍ଦାନ୍ତ ଆଟବିକ ବା ଓଡ଼ିଶାର ଆଦିବାସୀବର୍ଗ ଆଜି ନିଜର ବାସସ୍ଥାନର ଅଧିକାରପାଇଁ ସଂଘର୍ଷରତ । ଯଦିଓ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ହେଉଛନ୍ତି ଆଦିବାସୀ ଦେବତାଙ୍କ ପରିବର୍ଦ୍ଧିତ ରୂପ ଏବଂ ଯାହାକୁ ରୁଢ଼ୀବାଦୀ ହିନ୍ଦୁସମାଜ ଗ୍ରହଣ କରିନେଇ ଆଦିବାସୀଙ୍କୁ ହିନ୍ଦୁ ଅନ୍ତର୍ଭୁକ୍ତ କରିସାରିଲେଣି ।

ମାତ୍ର ଏମାନଙ୍କ କୃଷିଭୂମି, ବିଚରଣ ଓ ଉପାସନାସ୍ଥଳୀ ତଥା ଜୀବନଜୀବିକାର ମୁଖ୍ୟକ୍ଷେତ୍ର ନିଘଞ୍ଚାଜଙ୍ଗଲ ଏମାନଙ୍କଠାରୁ ଛଡ଼େଇ ନିଆଯାଉଛି । ଗମନାଗମନର ସୁବିଧା ନ ଥିବାରୁ ଆମ ସୀମାନ୍ତ ଅଞ୍ଚଳର ନିଘଞ୍ଚ ଜଙ୍ଗଲର ଅଞ୍ଚଳଗୁଡ଼ିକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ଅଧିକାର କରି ନେଇଥିବାବେଳେ, ବ୍ୟାପକ ଶିଳ୍ପ ନାମରେ ଜଙ୍ଗଲ ଓ ପାହାଡ଼ ତଳେ ଲୁଚି ରହିଥିବା ଅପର୍ଯ୍ୟାପ୍ତ ଖଣିଜପିଣ୍ଡକୁ ବିଦେଶୀ କମ୍ପାନୀଙ୍କୁ ଶାଗମାଛ ମୂଲ୍ୟରେ ଟେକି


ଜାତି, ଜାଗୃତି ଓ ପ୍ରଗତି / ୧୨୭
ଦେଉଛନ୍ତି କିଛି ଅଭାଗା ରାଜନେତା, ଶିଳ୍ପପତି ଓ ମଧ୍ୟସ୍ଥି ସାଜିଥିବା କେତେକ ଓଡ଼ିଆ ଦଲାଲ ଓ ଟାଉଟର ଗୋଷ୍ଠୀ ନିଜର ସାମାନ୍ୟ ସ୍ୱାର୍ଥ ବିନିମୟରେ । ସଂଘୀୟ ରାଷ୍ଟ୍ର ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ଜଙ୍ଗଲ ଅଧିକାର’ ଆମ ଆଦିବାସୀ ପରିବାରକୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ଏହି ଟାଉଟର ଗୋଷ୍ଠୀ ଜାତିଆଣ ଭେଦଭାବ ସୃଷ୍ଟି କରି ହିଂସ୍ର ଦଙ୍ଗାଦ୍ୱାରା ପରୋକ୍ଷରେ ଏମାନଙ୍କୁ ଜଙ୍ଗଲ ଅଞ୍ଚଳରୁ ବିତାଡ଼ିତ କରିବାର ହୀନ ଉଦ୍ୟମ ଜାରି ରଖିଛନ୍ତି । ଏଥିସହିତ ପଡ଼ୋଶୀ ଆନ୍ଧ୍ରରାଜ୍ୟର କୁମୁଟି ଓ କମାଜାତିର ସାହୁକାରଗଣ ଗଜପତି, କୋରାପୁଟ, ଗଞ୍ଜାମ ଆଦି ସୀମାନ୍ତ ଜିଲ୍ଲାର କୃଷକଙ୍କୁ ପ୍ରଲୋଭିତ କରି ଚାଷ କରିବା ନାମରେ ଜମି ଲିଜ୍ ନେଇ ପରବର୍ତ୍ତୀକାଳରେ ମାଲିକ ସାଜୁଛନ୍ତି । ଏପରିକି ଖୋଦ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବାହାର ରାଜ୍ୟର ବହୁ ଖୁନୀ ଆସାମୀଗଣ ଆସନ ଜମେଇ ମାଗଣାରେ ବହୁ ଅଞ୍ଚଳର ମାଲିକ ହୋଇଗଲେଣି । ଅର୍ଥାତ୍ ଆମ ଜମି ଓ ଜଙ୍ଗଲ ଏବେ ଆମ ହାତରୁ ଖସିବାକୁ ବସିଲାଣି, ଅଥଚ ଆମେ...!

ଆମ ଭାଷା ଆମଠାରୁ ବହୁ ଦୂରରେ

ଗୋଟିଏ ଜାତିକୁ ଶ୍ରେଷ୍ଠତ୍ୱର ଆସନରେ ପ‌ହଞ୍ଚାଇଥାଏ ତା’ର ଭାଷା । ଓଡ଼ିଆ ଏକ ଏଭଳି ଭାଷା, ଯାହାର ଇତିହାସ ସମୃଦ୍ଧ ଥିଲେ ମଧ୍ୟ ବର୍ତ୍ତମାନ ଏହାର ସ୍ଥିତି ସଂକଟାପନ୍ନ । ବର୍ତ୍ତମାନ ଭାରତର ପ୍ରମୁଖ ଭାଷାଗୁଡ଼ିକ କମ୍ପ୍ୟୁଟରୀକୃତ ହେବା ଫଳରେ ମୋବାଇଲ୍, ଇଣ୍ଟରନେଟ୍ ଆଦି ଆଜିର କ୍ଷିପ୍ର ବୈଦ୍ୟୁତିକ ଗଣମାଧ୍ୟମ ଓ ଯୋଗାଯୋଗର ଭାଷା ହୋଇପାରିଛି । ଓଡ଼ିଆଭାଷାରେ ଏହାର ବିକାଶପାଇଁ ବିଭିନ୍ନ କମ୍ପାନୀ ଏବଂ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ଦେଇଥିବାବେଳେ, ଆମ ଦକ୍ଷ ଓଡ଼ିଆ ଅଧିକାରୀଗଣ ଏହାକୁ ଭଜନ ଓ ଭୋଜନରେ ଶେଷକରି ଗୁଡ଼ିଏ ତ୍ରୁଟିପୂର୍ଣ୍ଣ ସିଡି ପ୍ରସ୍ତୁତ କରି ନିଜେ ଧରି ବୁଲୁଛନ୍ତି । ଏହାଠାରୁ ବଳି ନିର୍ଲଜ କଥା ହେଲା ଆମ ଉଚ୍ଚଅଧିକାରୀଙ୍କ ସନ୍ତାନଗଣ କାଳେ ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ି ଓଡ଼ିଶାରେ ଚାକିରି କରି ନ ପାରିବେ, ସେହି ଭୟରେ ଇଂରେଜୀ ବିଦ୍ୟାଳୟରେ ନାମକୁ ମାତ୍ର ଓଡ଼ିଆଭାଷା ଶିକ୍ଷା ବ୍ୟବସ୍ଥା କରି ବାହାବାହା ନେଉଥିବାବେଳେ, ଓଡ଼ିଆ ବଳରେ ସମଗ୍ର ରାଜ୍ୟରେ ଇଂରେଜୀ ଭାଷାର ଧ୍ୱଜା ଉଡ଼ାଇବାରେ ଲାଗିଛନ୍ତି । ତଥାପି ଏଥିରେ ଶାନ୍ତ ନ ହୋଇ ପ୍ରଥମେ ହିନ୍ଦୀ ଓ ଏବେ ସଂସ୍କୃତର ବିକାଶପାଇଁ ଅଣ୍ଟାଭିଡ଼ି ବାହାରିଲେଣି । ଅଥଚ ଓଡ଼ିଆଭାଷା ଆଜି ଖୋଦ ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଓଡ଼ିଆଭୂଇଁରୁ ଲୋପ ପାଇବାକୁ ବସିଲାଣି ।

ଆମ ସାହିତ୍ୟ ଲୁପ୍ତପ୍ରାୟ

ଏ ସଂପର୍କରେ ଅଧିକ କହିବା ଅନାବଶ୍ୟକ । କାରଣ ପାଠ୍ୟପୁସ୍ତକ ଭାବରେ ଏହା କେବଳ ବଞ୍ଚି ରହିଥିବା ବେଳେ ଗପ, କବିତା, ଉପନ୍ୟାସ, ଆଦି ବିଭିନ୍ନ ସାହିତ୍ୟ


୧୨୮ / ଜାତି, ଜାଗୃତି ଓ ପ୍ରଗତି
ପୁସ୍ତକଟିଏ କୌଣସି ବହି ଦୋକାନରେ ବିକ୍ରି ହେବା ଦେଖିବାକୁ ପାଇବାନାହିଁ । ତେଣେ ନିଜକୁ ବିଖ୍ୟାତ ସାହିତ୍ୟିକ କହି ବୁଲୁଥିବା ଆମ ତଥାକଥିତ ଲେଖକଗଣ ଉନ୍ନତ ପୁସ୍ତକ ରଚନା ବଳରେ ବିଭିନ୍ନ ପୁରସ୍କାର-ଉପଢ଼ୌକନପାଇଁ ତୀବ୍ର ପ୍ରତିଯୋଗିତାରେ ବ୍ୟସ୍ତ ରହି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଶୂନ୍ୟ କରିବାରେ ଲାଗିଗଲେଣି । ଫଳରେ ଯଦି ଆଜି କେହି ବିଦ୍ୱାନ, ନିଜପିଲା କିମ୍ବା ପାଠାଗାରାପାଇଁ ବହିଟିଏ କିଣିବାକୁ ମନସ୍ଥ କରିବ, ତେବେ ସେ ସେହି ଫକୀରମୋହନ, ରାଧାନାଥ, କୁନ୍ତଳା କୁମାରୀଙ୍କ ପୁସ୍ତକକୁ ଖୋଜିବ ସିନା, ଆଜିର ଏହି ତଥାକଥିତ ବହୁପୁରସ୍କାରପ୍ରାପ୍ତ ଲେଖକଙ୍କ ରଚିତ ପୁସ୍ତକକୁ ନଜରରେ ମଧ୍ୟ ପକାଇବ ନାହିଁ । ଏକଦା ଏହି ଭାଷାରେ ରଚିତ ସାହିତ୍ୟଗ୍ରନ୍ଥ କାବେରୀରୁ ବ୍ରହ୍ମପୁତ୍ର ନ‌ଦୀ ମଧ୍ୟସ୍ଥ ବିସ୍ତୀର୍ଣ୍ଣ ଭୂଖଣ୍ଡର ଅଧିବାସୀଙ୍କୁ ପ୍ରଭାବିତ କରିପାରିଥିବାବେଳେ, ବର୍ତ୍ତମାନ ଏହା କେବଳ ମହାନ‌ଦୀଠାରୁ କାଠଯୋଡ଼ି ନ‌ଦୀ ମଧ୍ୟରେ ଥିବା ବାଲୁବଜାରର କେତୋଟି ପୁସ୍ତକ ପ୍ରକାଶନ ସଂସ୍ଥା ମଧ୍ୟରେ ସୀମାବଦ୍ଧ ।

ଆମ ପ୍ରଶାସନ ଦାୟିତ୍ୱ କାହା ହାତରେ !

ଭାରତଭଳି ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକ ସୁରକ୍ଷାପାଇଁ ଯେଉଁ ପ୍ରଶାସନ ବ୍ୟବସ୍ଥା ରହିଛି, ତାହା ମଧ୍ୟ ଓଡ଼ିଶାପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି । ଏହିମାନଙ୍କ ଚକ୍ରାନ୍ତ ଯୋଗୁଁ ଓଡ଼ିଶାର ପ୍ରାୟ ୩ କୋଟି ୫୦ ଲକ୍ଷ ସାଧାରଣ ଅଧିବାସୀ ନ୍ୟାୟ ଓ ପ୍ରଶାସନିକ ସୁବିଧା ପାଇବାରୁ ବଞ୍ଚିତ । କାରଣ ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ଭାଗ ହେଉଛନ୍ତି ଅଣଓଡ଼ିଆ, ଯେଉଁମାନେ ଓଡ଼ିଆସ୍ୱାର୍ଥକୁ ସର୍ବଦା ବଳି ପକାଇବାରେ ଆଗଭର । ଏମାନଙ୍କ ସହିତ ଜୁଟିଛନ୍ତି କିଛି ଗୋତ୍ରମାରୁ ଓଡ଼ିଆ ଅଫିସର । ତେଣୁ ଅନ୍ୟ ରାଜ୍ୟଗୁଡ଼ିକ ନିଜ ମାତୃଭାଷାରେ ନ୍ୟାୟିକ ଓ ପ୍ରଶାସନିକ କାର୍ଯ୍ୟ ତୁଲାଉଥିବାବେଳେ, ଆମ ରାଜ୍ୟରେ ସାଧାରଣ ଲୋକ ବୁଝିପାରୁ ନ ଥିବା ଇଂରେଜୀ ଭାଷାରେ ଏହି କାର୍ଯ୍ୟ ଚାଲିଛି । ଏ ବିଷୟରେ ଆମେ ସବୁ ଜାଣି ମଧ୍ୟ ଚୁପ୍ ରହିଯାଉଛୁ, କାଳେ ଆମ ସ୍ୱାର୍ଥରେ ବାଧା ଆସିବ ବୋଲି ।

ଆମ ଶିକ୍ଷିତ ଯୁବକ ବେକାର ହୋଇ ମଧ୍ୟ ନିର୍ବିକାର

ଆମର ଉଚ୍ଚଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଯେଉଁ କେତେଜଣ ଶିକ୍ଷିତବର୍ଗ ବାହାରୁଛନ୍ତି, ସେମାନେ ଶିକ୍ଷାକୁ ଜୀବିକା ଭାବେ ନେଇପାରୁନାହାନ୍ତି । ନିଯୁକ୍ତି ମିଶନ ଜରିଆରେ ସରକାର ଯଦିଓ ଅସଂଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ତଥାପି ଆଇନ୍, ପ୍ରଶାସନ, ପୋଲିସ, କିରାଣି ଆଦି ନିଯୁକ୍ତି କ୍ଷେତ୍ରରେ ଯେଉଁ ଅନିୟମିତତା, ଦୁର୍ନୀତି ଓ ପ୍ରୀୟାପ୍ରୀତି ସର୍ବସମ୍ମୁଖରେ ଚାଲିଛି, ଏହା ବିରୁଦ୍ଧରେ ମୂକ ଆଉ ଅଥର୍ବ ପାଲଟି ଯାଇଛନ୍ତି ଆମ ଶିକ୍ଷିତ ଯୁବସମାଜ । ନିଜପ୍ରତି ତଥା ନିଜ ଜାତି, ଜାଗୃତି ଓ ପ୍ରଗତି / ୧୨୯
ଶିକ୍ଷାପ୍ରତି ଘଟୁଥିବା ଏହି ଅନ୍ୟାୟକୁ ସହିବାର ଏଇ ଯେଉଁ କଳା ହାସଲ କରିଛନ୍ତି, ଏହାଦ୍ୱାରା ନିଜର ତ କ୍ଷତି ହେଉଛି, ଏହାର କୁପ୍ରଭାବ ଯେ ସମଗ୍ର ଓଡ଼ିଆ ଜାତି ଉପରେ ପଡୁଛି, ତାହା ଏମାନେ ବୁଝିବାକୁ ନାରାଜ ।

ତଥାପି ସରକାର ଖୁସି

ବିଭିନ୍ନ ସମୟରେ ଯିଏ ବି ଓଡ଼ିଶାର ଶାସନ ଦଣ୍ଡ ଧରୁ ନା କାହିଁକି, ନିର୍ବାଚନ ବେଳକୁ ଯେତେବେଳେ ସାଧାରଣ ଜନତା ସମ୍ମୁଖକୁ ଆସନ୍ତି, ସେତେବେଳେ ନିଜ କଲାକର୍ମର ଲମ୍ବା ଚିଠା ଘୋଷଣା କରି ଆତ୍ମସନ୍ତୋଷ ଲାଭ କରୁଥିବାବେଳେ, ଏମାନେ ମଧ୍ୟ ବୁଝିପାରନ୍ତି ନାହିଁ ଭଲ କାମ କରିବାକୁ ମିଳିଥିବା ସୁଯୋଗର ଦୁରୁପଯୋଗ କରି, ଓଡ଼ିଶା ଭୂମିପାଇଁ କେତେ ଦୁର୍ଯୋଗ ଆଣିଛନ୍ତି । ଏମାନଙ୍କ ଅବହେଳାକୁ କ୍ଷମା କରି ଯଦିଓ ସାଧାରଣ ଜନତା ପୁଣିଥରେ ଏମାନଙ୍କୁ କ୍ଷମତା ଦଣ୍ଡ ଧରାଇ ଦେଇଥାନ୍ତି, ଏମାନେ ନିଜ କୁକର୍ମରେ ଲଜ୍ଜିତ ହୋଇ ସଂଶୋଧନ କରିବା ପରିବର୍ତ୍ତେ ଗର୍ବିତ ଓ ଖୁସି ହୋଇ ନିଜର ଅଧା ପଡିଥିବା ଜାତିଦ୍ରୋହୀ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ଆଗେଇ ଆସନ୍ତି ।

ଆମେ ଓଡ଼ିଶାବାସୀ!

ଆମେ ଓଡ଼ିଶାବାସୀ ଚିର ନିର୍ବିକାର, ଚହଲାପାଣିକୁ ଗୋଡ଼ ନ ବଢ଼ାଇବା ନୀତିରେ ବିଶ୍ୱାସୀ ସାଧୁ ସନ୍ନ୍ୟାସୀ ପରି । ଆମରି ସାମ୍ନାରେ ମାଆ ଭଳି ମାଟିମାଆକୁ, ଜଳ ଓ ଜଙ୍ଗଲକୁ ଲୁଟ୍ କରୁଥିବାବେଳେ ଲୁଟେରାଙ୍କୁ ପ୍ରତିରୋଧ କରିବା ବଦଳରେ “କାନ୍ଦୁଥିବା, ଯାହା ପାଉଥିବା ବାନ୍ଧୁଥିବା” ନ୍ୟାୟରେ ଏମାନଙ୍କୁ ସାହାଯ୍ୟ କରୁଛନ୍ତି ସାମାନ୍ୟ ସ୍ୱାର୍ଥ ହାସଲପାଇଁ । ଏହି ସ୍ୱାର୍ଥପର ଗୋଷ୍ଠୀଙ୍କ ସଂଖ୍ୟା ସୀମିତ ହୋଇଥିବାବେଳେ ଏହାର ପ୍ରତିରୋଧକାରୀ ଭାବେ ଯେଉଁ ବିଶାଳ ଓଡ଼ିଶାବାସୀ ଅଛନ୍ତି, ସେମାନେ କାହିଁକି ସମ୍ମୁଖକୁ ଆସୁନାହାନ୍ତି? ସଭା, ସମିତି କିମ୍ବା ଖବରକାଗଜରେ ବିବୃଟିଏ ଦେଇ ବନ୍ଧୁ ପରିଜନ ଆଗରେ ବାହାଦୁରୀର ଆତ୍ମସନ୍ତୋଷ ଲାଭ କରୁଥିବା ତଥାକଥିତ ଓଡ଼ିଆପ୍ରେମୀ ଏଭଳି ସଂକଟରେ କି ପଦକ୍ଷେପ ନେଉଛନ୍ତି, ତାହା ଓଡ଼ିଶାବାସୀ ଦେଖିବାକୁ ବାକି ରହିଲା । ତେବେ ଓଡ଼ିଆ ଜାତି ପ୍ରତି ଦେଖାଦେଇଥିବା ଏଭଳି ସଙ୍କଟ କ୍ଷେତ୍ରରେ ଇତିହାସର ସେହି ବଳିଷ୍ଠ ସ୍ୱାଭିମାନୀ ଓଡ଼ିଆଜାତିର ଉପଯୁକ୍ତ ଦାୟାଦ ଭାବେ ଆମେ ଯଦି ପାଟି ଫିଟାଇ ଏହାର ପ୍ରତିରୋଧ ନ କରିବା, ତେବେ ଓଡ଼ିଶାରୁ ନିଶ୍ଚିତ ଭାବେ ଓଡ଼ିଆତ୍ୱ ଲୋପ ପାଇବ । ଆମେ ବିଶ୍ୱ ସମ୍ମୁଖରେ ପ୍ରମାଣ କରିଦେବା ଯେ, ଓଡ଼ିଆଙ୍କ ରକ୍ତ ଥଣ୍ଡା !

                      ***


୧୩୦ / ଜାତି, ଜାଗୃତି ଓ ପ୍ରଗତି

ଏ କଳଙ୍କିତ ଅଧ୍ୟାୟର ଶେଷ ହେବ କେବେ?

ଗୋଟିଏ ଜାତିର ଶିକ୍ଷା ବ୍ୟବସ୍ଥା ହିଁ ସେହି ଜାତିର ଉତ୍ଥାନ ପତନର ଦିଗ ନିର୍ଣ୍ଣୟ କରିଥାଏ । ତେଣୁ କୁହାଯାଏ-‘ଯେଉଁ ଜାତିର ଶିକ୍ଷା ଯେତେ ଉନ୍ନତ ସେହି ଜାତି ସେତେ ସମୃଦ୍ଧ ।’ ଦିନ ଥିଲା ଆମର ଏହି ଓଡ଼ିଆ ଜାତି ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥା ଯୋଗୁଁ କେବଳ କାବେରୀରୁ ବ୍ରହ୍ମପୁତ୍ର ନ‌ଦୀ ପର୍ଯ୍ୟନ୍ତ ବିସ୍ତୃତ ଭୂ-ଭାଗର ଅଧୀଶ୍ୱର ହୋଇ ନ ଥିଲା, ବରଂ କଳିଙ୍ଗ ସାଗର (ବର୍ତ୍ତମାନର ବଙ୍ଗୋପସାଗର) ପାରହୋଇ ମିଆଁମାର, ମାଳୟ, କାମ୍ବୋଡିଆ, ଭିଏତ୍‌ନାମ, ବାଲି, ଜାଭା, ସୁମାତ୍ରା ଆଦି ଭୂ-ଖଣ୍ଡର ଅଧିବାସୀଙ୍କୁ ଶିକ୍ଷିତ କରାଇବା ସହ ସେଠାକାର ଶାସନ କ୍ଷମତା ହାତକୁ ନେଇ ବିଶ୍ୱର ସର୍ବପ୍ରଥମ ଉପନିବେଶ ସୃଷ୍ଟିକାରୀ ଦେଶ ଭାବରେ ଇତିହାସ ପୃଷ୍ଠାରେ ସ୍ଥାନ ପାଇପାରିଥିଲା । ଏହି ଶିକ୍ଷାବଳରେ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୟୁରୋପ ମହାଦେଶର ଏକ ଛୋଟ ଦ୍ୱୀପ ଇଂଲଣ୍ଡ ସମଗ୍ର ବିଶ୍ୱକୁ ଶାସନ କରିପାରିଥିଲା । ଆଉ ଏବେ ଆମେରିକା ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷ ଭାବରେ ବିଶ୍ୱକୁ ଶାସନ କରୁଛି ।

ଅଥଚ ଆମ ଓଡ଼ିଶା ଏକ ଗଣତାନ୍ତ୍ରିକ ସଂଘୀୟ ରାଷ୍ଟ୍ରର ପ୍ରମୁଖ ରାଜ୍ୟ ହୋଇଥିଲେ ମଧ୍ୟ ତଥା ଏହାର ପ୍ରକୃତି, ପରମ୍ପରା, ମାନବିକ ଚାଲିଚଳଣି, ଚିନ୍ତାଧାରା ଆଦି ଅତି ଉଚ୍ଚକୋଟୀର ହୋଇଥିଲେ ମଧ୍ୟ, ବିଗତ କିଛିବର୍ଷ ଧରି ଆମ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାଦ୍ୱାରା କେବଳ ଓଡ଼ିଆ ମେଧାବୀଗଣଙ୍କ ମେଧାକୁ ହତ୍ୟା କରାଯାଉନାହିଁ, ବରଂ ଏମାନଙ୍କୁ ଏକବିଂଶ ଶତାବ୍ଦୀରେ ଚନ୍ଦ୍ରରେ ପାଦ ରଖିବାକୁ ସ୍ୱପ୍ନ ଦେଖୁଥିବା ବିଶ୍ୱର ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସହ ତାଳ ଦେଇ ନ ପାରି ଦାନା ମୁଠାଏ ଯୋଗାଡ଼ କରିବାରେ ଅହରହ ସଂଘର୍ଷ କରିବାକୁ ବାଧ୍ୟ କରାଯାଉଛି । ଫଳରେ ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଉପଯୁକ୍ତ ମାନବସମ୍ବଳ ଥାଇ ମଧ୍ୟ ଓଡ଼ିଶା ଆଜି ବିଶ୍ୱର ଏକ ଗରିବ ରାଜ୍ୟ ଭାବରେ ଚିହ୍ନିତ ହେଉଛି ।


ଜାତି, ଜାଗୃତି ଓ ପ୍ରଗତି / ୧୩୧

ଆମ ଶିକ୍ଷାମନ୍ତ୍ରୀ କେତେ ପାରିବାର :

ସ୍ୱାଧୀନତା ପରଠାରୁ ଆମେ ଅନେକ ଉଚ୍ଚଶିକ୍ଷାମନ୍ତ୍ରୀ ପାଇଛୁ । ମାତ୍ର ଏମାନେ ଶିକ୍ଷାକୁ କେବେ ଉଚ୍ଚ ଆସନ ଦେଇନାହାନ୍ତି । ତା’ ହୋଇଥିଲେ ଓଡ଼ିଶାରୁ ଏପର୍ଯ୍ୟନ୍ତ ବର୍ଷକୁ ମାତ୍ର ହାତଗଣତି ଡାକ୍ତର ବାହାରୁ ନ ଥାନ୍ତେ, କିମ୍ବା ଭଲ ଅଧ୍ୟାପକ, ଇଞ୍ଜିନିୟର, ବୈଜ୍ଞାନିକଙ୍କର ଅଭାବ ଓଡ଼ିଶାରେ ହୋଇ ନ ଥାନ୍ତା । କେବଳ ସ୍ୱର୍ଗତଃ ବନମାଳୀ ପଟ୍ଟନାୟକ ଶିକ୍ଷାମନ୍ତ୍ରୀ ଭାବରେ କିଛି ନୂଆ ପରମ୍ପରା ସୃଷ୍ଟି କରି ନିଜ କାର୍ଯ୍ୟକ୍ଷତାର ପ୍ରମାଣ ଦେଖାଇଥିଲେ । ଏହାପରେ ଉଚ୍ଚଶିକ୍ଷା ବିଭାଗ ନୀଚ୍ଚଶିକ୍ଷାରେ ପରିଣତ ହୋଇ ମେଧାମାରଣ ଯଜ୍ଞରେ ନିୟୋଜିତ ଅଛି । ଯଦିଓ ଆମ ବୁଦ୍ଧିଜୀବୀଗଣ ମୂକ ଓ ନୀରବ, ତଥାପି ନିଜଆଡ଼ୁ ଏହି ମନ୍ତ୍ରୀଗଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଫେଇ ଦେଇ ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ।

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଶିକ୍ଷା ବିଭାଗ ପ୍ରତି ଆଗ୍ରହ କେତେ ?

ପ୍ରବାଦ ଅଛି “ମାଙ୍କଡ଼ ହାତରେ ରଙ୍କରତନ, ନଚେଇ ନଚେଇ ନେଲା ତା’ ପ୍ରାଣ ।” ଓଡ଼ିଶାର ମିଳିତ ସରକାର ଗଠିତ ହେବାପରେ ବିଜେପି ଦଳ ହାତରେ ଉଚ୍ଚଶିକ୍ଷା ବିଭାଗ ଟେକିଦେବାରୁ ଯେଉଁ ବ୍ୟକ୍ତିଜଣକୁ ଏହି ବିଭାଗର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଅବସ୍ଥାପିତ କରାଗଲା, ସେ ବ୍ୟକ୍ତିଙ୍କ ଯୋଗ୍ୟତା, ଦକ୍ଷତା ତଥା ଶିକ୍ଷାବିଭାଗ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ସଂପର୍କରେ ବିଚାର କରାଗଲା ନାହିଁ । ଫଳରେ ସେ ମହାଶୟ ଜଣକ ୪ କୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ପାଦରେ ଦଳିଦେଇ ଯେଉଁ ରାଜ୍ୟର ମନ୍ତ୍ରୀ ହୋଇଛନ୍ତି ତାହାର ସର୍ବାଙ୍ଗୀନ ଉନ୍ନତି ଚିନ୍ତା ନ କରି, ପ୍ରଥମରୁ ହିଁ ଚିନ୍ତା କରିଥିଲେ ପୂର୍ବଥର ପରି ଏଥର କିପରି ନିଜ ପକେଟ୍ ପୂରଣ କରିବେ । ତେଣୁ ଉଚ୍ଚଶିକ୍ଷା ଭଳି ଏକ ଦେବାଳିଆ ସଂସ୍ଥାର ଚିର ଦୁହାଁଯାଇ କିପରି ଉକ୍ରୃଷ୍ଟ ଦୁଗ୍ଧ ଅମଳ କରାଯାଇପାରିବ, ସେ ସଂପର୍କରେ ଖୋଳତାଡ଼ ଆରମ୍ଭ କରିଦେଲେ ଆମ ଏହି ଉଚ୍ଚଶିକ୍ଷା ମନ୍ତ୍ରୀ ମହୋଦୟ । ଫଳରେ ଓଡ଼ିଶାର ଗ୍ରାମାଞ୍ଚଳର ଗରିବ, ଖଟିଖିଆଙ୍କ ଝାଳରେ ନିର୍ମିତ ହୋଇଥିବା ମହାବିଦ୍ୟାଳୟଗୁଡ଼ିକର ଶିକ୍ଷାବ୍ୟବସ୍ଥା କିପରି ଉନ୍ନତ ହେବ, ସେ ବିଷୟରେ କୌଣସି ବ୍ୟବସ୍ଥା ନ କରି, ଏଠାରେ ମାଗଣାରେ ଖଟୁଥିବା ଶିକ୍ଷକ, କର୍ମଚାରୀଙ୍କ ଅବସ୍ଥା କଥା ଚିନ୍ତା ନ କରି, ଉଚ୍ଚଶିକ୍ଷା ସଂସ୍କାର ନାମରେ ସହରମାନଙ୍କରେ ଶିକ୍ଷା ପ୍ରଦାନର କୌଣସି ଭିତ୍ତିଭୁମି ନ ଥାଇ ୨୫ ଲକ୍ଷ ଟଙ୍କା ବିନିମୟରେ ଗୋଟିଏ ଗୋଟିଏ +୨ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଲେ; ଯେଉଁଗୁଡ଼ିକ ପାଲଟିଯାଇଛନ୍ତି ଗୋଟିଏ ଗୋଟିଏ ଶୋଷଣକରା ମେସିନ୍ । ଧନୀ ବାପାମା’ଙ୍କ ମୁର୍ଖ ଓ ବାଳୁଙ୍ଗା ସନ୍ତାନଗଣଙ୍କୁ ଉଚ୍ଚଶିକ୍ଷାର ଭଲ ଡିଗ୍ରୀଟିଏ ଦେଇ ପ୍ରଚୁର ଅର୍ଥ ସଂଗ୍ରହ କରିବା କୌଶଳଦ୍ୱାରା ନିଜପାଇଁ

୧୩୨ / ଜାତି, ଜାଗୃତି ଓ ପ୍ରଗତି
ସିନା ପ୍ରଚୁର ଅର୍ଥ ସଂଗ୍ରହ କରିନେଲେ, ମାତ୍ର ଉଚ୍ଚ ମାଧ୍ୟମିକ ଶିକ୍ଷାବ୍ୟବସ୍ଥାକୁ ସାମଗ୍ରିକ ଭାବରେ ଅବହେଳା କରିବାରୁ ଗାଁ’ ଗହଳର ଅସଂଖ୍ୟ ମେଧାବୀ ଯେ ଅକାଳରେ ମଉଳି ଯାଉଛନ୍ତି ବିଗତ ୪ ବର୍ଷ ଧରି, ସେ ବିଷୟରେ ନା ଆମ ମନ୍ତ୍ରୀ ଚିନ୍ତା କଲେ, ନା ଏହି ପିଲାମାନଙ୍କର ବାପାମାଆମାନେ ।

ଅର୍ଥ ଅଭାବ ଆଳରେ ନିଯୁକ୍ତି ବନ୍ଦ :

ଉଚ୍ଚଶିକ୍ଷା ବ୍ୟବସ୍ଥା ହିଁ କୁଶଳୀ ଓ ଯୁଗୋପଯୋଗୀ ମାନବସମ୍ବଳ ପ୍ରସ୍ତୁତ କରେ, ସେଥିପାଇଁ କୋଠାରୀ ଆୟୋଗ (୧୯୬୪-୬୬) ମତ ଦେଇଥିଲେ-“ଭାରତର ଭାଗ୍ୟ ତା’ର ଶ୍ରେଣୀକକ୍ଷରେ ତିଆରି ହେଉଛି ।” ଜାତୀୟ ଶିକ୍ଷାନୀତି (୧୯୮୬) ମଧ୍ୟ ମତ ଦେଇଥିଲେ-“କୌଣସି ଲୋକ ଶିକ୍ଷକଙ୍କ ସ୍ତରକୁ ଅତିକ୍ରମ କରିପାରିବ ନାହିଁ ।” ଅର୍ଥାତ୍ ଜଣେ ଉପଯୁକ୍ତ ସୁଶିକ୍ଷିତ ଓ ପରିମାର୍ଜିତ ଛାତ୍ର ଗଠନପାଇଁ ଜଣେ ଶିକ୍ଷକର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକଙ୍କର ମାନସିକ ସ୍ଥିତି ହିଁ ଶିକ୍ଷା ଓ ଶିକ୍ଷାର୍ଥୀକୁ ପ୍ରଭାବିତ କରେ ।

ଅଥଚ ଆମ ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ ଏ ବିଷୟରେ ଚିନ୍ତା କରିବାକୁ ହୁଏତ ସମୟ ପାଇନାହାନ୍ତି । ବୋଧହୁଏ ଧ୍ୟାନ ଦେଇନାହାନ୍ତି ୧୪୫ ବର୍ଷ ତଳେ ସଂଗଠିତ ଓଡ଼ିଆ ମାରଣ ଯଜ୍ଞର ଦୁଇ ପୁରୋଧା ପ୍ରତ୍ନତ‌ତ୍ତ୍ୱବିଦ୍ ରାଜେନ୍ଦ୍ରଲାଲ ମିତ୍ର ଓ ଶିକ୍ଷକ କାନ୍ତିଚନ୍ଦ୍ରଙ୍କର ସେ ଉତ୍ତରପୁରୁଷ ବୋଲି । ତା’ ହୋଇ ନ ଥିଲେ ରାଜଧାନୀକୁ ଛାଡ଼ି ବାକି ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ, ସମସ୍ତ ବିଶ୍ୱବିଦ୍ୟାଳୟରୁ ଡିଏଫ୍ଆଇଡି ନିର୍ଦ୍ଦେଶିତ ଅସଂଖ୍ୟ ଅଧ୍ୟାପକ, ପ୍ରଫେସର ପଦବୀ ଉଚ୍ଛେଦ ପରେ ମଧ୍ୟ, ଆହୁରି ଖାଲି ଥିବା ୨୦୦୦ରୁ ଊର୍ଦ୍ଧ୍ୱ ପଦବୀ ପୂରଣପାଇଁ ପଦକ୍ଷେପ ନେବାକୁ ବିଧାନସଭାରେ ବାରମ୍ବାର ଘୋଷଣା କରିଥିଲେ ବି, ତାହା ନ କରି ଆମ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରିବାର ପ୍ରାଥମିକ ପ୍ରୟାସ ଆରମ୍ଭ କରି ନ ଥାନ୍ତେ ।

କେବଳ ସେତିକି ନୁହେଁ, ସରକାରୀ ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଗଣ ଦରମା ଠିକ୍ ସମୟରେ ପାଉଥିଲେ ମଧ୍ୟ ଏମାନଙ୍କ କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧିପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଯଦିଓ ଏମାନେ ଦରମା ବାବଦକୁ ପ୍ରଚୁର ଅର୍ଥ ପାଉଛନ୍ତି, ଏମାନେ କେବଳ ଶ୍ରେଣୀ ଶିକ୍ଷା ମଧ୍ୟରେ ଆବଦ୍ଧ ରହି ଘୋଷା ବଳଦ ପରି ନିର୍ଦ୍ଧିଷ୍ଟ ପାଠ୍ୟକ୍ରମକୁ ଅନୁସରଣ କରି ଚାଲିଛନ୍ତି । ଏଥିସହିତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇ ନ ଥିବାରୁ ଅଧ୍ୟକ୍ଷ ଦାୟିତ୍ୱରେ ଥିବା କାମଚଳା ଅଧ୍ୟକ୍ଷ ଅନୁଷ୍ଠାନର ବିକାଶପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରୁନାହାନ୍ତି, ଫଳରେ ନାମକୁ ମାତ୍ର ଶିକ୍ଷା ବ୍ୟବସ୍ଥା ବଞ୍ଚି ରହିଛି ।


ଜାତି, ଜାଗୃତି ଓ ପ୍ରଗତି / ୧୩୩

ଶିକ୍ଷାନୁଷ୍ଠାନ ବଳରେ ଶିକ୍ଷା ପ୍ରଶାସନ ପ୍ରୀତି :

ଶିକ୍ଷାପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି ବୋଲି କହୁଥିବାବେଳେ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ନିୟନ୍ତ୍ରଣପାଇଁ ଗଠିତ ବୃହତ ଶିକ୍ଷା ପ୍ରଶାସନପାଇଁ ଯେଉଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି ସେ ସଂପର୍କରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କୌଣସି ପଦକ୍ଷେପ ନାହିଁ ଏବଂ ଗୁଡ଼ିଏ ଅନାବଶ୍ୟକ ଉପବିଭାଗକୁ ଉଠାଇ ଦେଇ ବାର୍ଷିକ ପ୍ରାୟ ୩୦ କୋଟି ଟଙ୍କା ସଞ୍ଚୟ କରିବାପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଦେଖାଗଲାନାହିଁ, ଅଥଚ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ୍ୱାରା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ସଂପର୍କିତ ଘୋଷିତ ବୈଧତା ଆଇନ-୧୯୯୨ ଦ୍ୱାରା ବୈଧ ହୋଇଥିବା ୧୨୬୫ ଜଣ ଅଧ୍ୟାପକଙ୍କ ମଧ୍ୟରୁ ୧୧୬୯ ଜଣଙ୍କୁ ପୂର୍ଣ୍ଣ ଅନୁଦାନ ଦିଆଯାଉଥିବା ବେଳେ ଅମଲାମାନଙ୍କ ପେଞ୍ଚପାଞ୍ଚରୁ ବଞ୍ଚିତ ବାକି ୯୬ ଜଣ ଅଧ୍ୟାପକ ଦୀର୍ଘ ୧୮ବର୍ଷ ବିତିଯାିଇଥିଲେ ମଧ୍ୟ କୌଣସି ଅର୍ଥ ପାଇପାରିନାହାନ୍ତି । ବାରମ୍ବାର ଆନ୍ଦୋଳନ ଓ ନ୍ୟାୟାଳୟର ସାହାଯ୍ୟ ନେବାପରେ ଏବେ ସେହି ବଞ୍ଚିତ ଅଧ୍ୟାପକଙ୍କୁ ମାତ୍ର ୪୦% ବ୍ଲକ୍ ଗ୍ରାଣ୍ଟ ଦେବା କେଉଁ ନ୍ୟାୟିକ ପଦକ୍ଷେପ ? ପୁନଶ୍ଚ ଏହି ୯୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଅନ୍ୟ ଉପାୟରେ ପୂର୍ଣ୍ଣ ଅନୁଦାନ ଯୋଗାଇଦେଇ ଉଚ୍ଚଶିକ୍ଷାମନ୍ତ୍ରୀ ନିଜର ପାରିଲାପଣିଆର ଆଉ ଏକ ପ୍ରମାଣ ଦେଖେଇେଇଛନ୍ତି । ନିରୀହ ଅଧ୍ୟାପକଗଣ ଓ ତାଙ୍କ ପରିବାରକୁ ହଇରାଣ କରି ଖୋଲାଖୋଲି ଭାବେ ନ୍ୟାୟାଳୟର ନିର୍ଦ୍ଦେଶକୁ ଆହ୍ୱାନ ଦେଉଥିବା ଏହି କରିତ୍କର୍ମା ଶିକ୍ଷାମନ୍ତ୍ରୀ ମହୋୟ କ’ଣ ପ୍ରମାଣିତ କରିବାକୁ ଚାହିଁଥିଲେ ଯେ-‘ମୁଁ ହେଉଛି ରାଜା, ଆଉ ମୁଁ ହେଉଛି ରାଜ୍ୟ ।’

କେବଳ ସେତିକି ନୁହେଁ, ଏହି ସମୟରେ ଏହିଭଳି ଅସଂଖ୍ୟ ଅଧ୍ୟାପକ କର୍ମଚାରୀଗଣ ନ୍ୟାୟାଳୟର ଆଶ୍ରୟ ନେଇ ନିଜେ ନିଜର ପ୍ରାପ୍ୟ ହାସଲପାଇଁ ପ୍ରସ୍ତୁତି ଚଳାଇବାଦ୍ୱାରା ଶିକ୍ଷା କାର୍ଯ୍ୟରେ ଯେଉଁ ବାଧା ସୃଷ୍ଟି ହେଉଛି, ସେ ସଂପର୍କରେ ଉଚ୍ଚଶିକ୍ଷାମନ୍ତ୍ରୀ କେବେ ଚିନ୍ତା କରିଛନ୍ତି କି ?

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଫାଇଲ୍ ମିଳୁନାହିଁ :

ସବୁଠୁ ବିଡ଼ମ୍ବନାର ବିଷୟ ହେଲା ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଯଦି କୌଣସି ଫାଇଲ ଖୋଜିବ ତାହା ମିିଳିବ ନାହିଁ । ଏବେ ୫ ଜଣ ଅଧ୍ୟାପକ/ଅଧ୍ୟାପିକା ନିଜ ଦରମା ସଂପର୍କରେ ଜାଣିବାପାଇଁ ୨୮ ।୨ ।୨୦୦୭ରେ ଆବେନ କରିଥିଲେ । ମାତ୍ର ୧୦ ।୦୫ ।୨୦୦୭ରେ ନିର୍ଦ୍ଦେଶାଳୟର ଚିଠି ସଂଖ୍ୟା ୨୧୫୩୪ରେ ଆବେଦନକାରୀଙ୍କୁ ଜଣାଇ ଦିଆଗଲା ଯେ ଉକ୍ତ ୫ ଜଣଙ୍କ ଅଧ୍ୟାପକ/ଅଧ୍ୟାପିକାଙ୍କ ଫାଇଲ୍


୧୩୪ / ଜାତି, ଜାଗୃତି ଓ ପ୍ରଗତି
ମିଳୁନାହିଁ । ଏଥିପାଇଁ ଆମେ କାହାକୁ ଦାୟୀ କରିବା ? ଏଠାରେ ଯଦିବା ଆମେ କିରାଣୀକୁ ଦୋଷ ଦେବା, ତେବେ ଉଚ୍ଚଶିକ୍ଷା ବିଭାଗ ଯେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆୟତ୍ତରେ ନାହିଁ, ତାହା ଏହି କ୍ଷୁଦ୍ର ଉାହରଣରୁ ଜଣାପଡୁନାହିଁକି ?

ତଥାପି ସଂସ୍କାରବାଦୀ !

ନିଜ ପାପ ଘୋଡ଼ାଇବା ଉଦ୍ଦେଶ୍ୟରେ ଅଭିଭାବକ ଓ ବୁଦ୍ଧିଜୀବୀଙ୍କୁ ପ୍ରଭାବିତ କରିବାପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ କେତୋଟି ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଛନ୍ତି- (କ) ଅଧ୍ୟାପକଙ୍କ ଶିକ୍ଷାଦାନ ସଂପର୍କରେ ବିଦ୍ୟାର୍ଥୀଙ୍କ ମତଦାନ (ଖ) ଏକକ ପୋଷାକ ପିନ୍ଧା, (ଗ) ସାର୍ଟିଫିକେଟ୍ ପ୍ରଦାନ ମେଳା (ଘ) ଭଲ ଖେଳାଳୀଙ୍କୁ ମହାଦ୍ୟାଳୟ ତରଫରୁ ଭତ୍ତା ପ୍ରଦାନ । ଏ ମଧ୍ୟରୁ କେବଳ ଏକକ ପୋଷାକ ପିନ୍ଧା ନିୟମଟି ଆମ ସାମାଜିକ ଚଳଣୀଦ୍ୱାରା ସ୍ୱୀକୃତ ହୋଇଥିବାରୁ ଏହି ଉଦ୍ୟମ ସଫଳ ହୋଇଥିବାବେଳେ ଅନ୍ୟଗୁଡ଼ିକ କେବଳ ଘୋଷଣାରେ ହିଁ ରହିଛି । ତେବେ ଅଧ୍ୟାପକଙ୍କ ବଳି, ଟ୍ୟୁସନ ବନ୍ଦ, କପି କଲେ କଲେଜକୁ ଅନୁଦାନ ବନ୍ଦ ଭଳି ଘୋଷଣାଦ୍ୱାରା ଏହି କାର୍ଯ୍ୟ ସବୁ ବନ୍ଦ ହେବା ବଳରେ, ବରଂ ଅଧିକ ମାତ୍ରାରେ ଖୋଲାଖୋଲି ଭାବରେ ଚାଲିଛି ଶିକ୍ଷାମନ୍ତ୍ରୀଙ୍କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରି ।

ତେବେ ଆମ ଶିକ୍ଷାମନ୍ତ୍ରୀ ଏ ‘ଅତର ଛିଞ୍ଚା’ ସଂସ୍କାରରେ ବିଭୋର ହୋଇ ଆବଶ୍ୟକଥିବା ପ୍ରକୃତ ସଂସ୍କାରକୁ ଭୁଲି ଯାଇଛନ୍ତି । ଯଥା- ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶିକ୍ଷାଦାନ ପଦ୍ଧତିର ବିକାଶ, ଶିକ୍ଷକ ଅଭାବ ପୂରଣ ଓ ମୌଳିକ ଭିତ୍ତିଭୂମି ପ୍ରତି ଦୃଷ୍ଟିନିକ୍ଷେପ ଇତ୍ୟାଦି ।

ଓଡ଼ିଆ ଭାଷା ହତ୍ୟା : ବଙ୍ଗାଳୀ ରକ୍ତର ଆହ୍ୱାନ :

୧୪୫ ବର୍ଷ ତଳେ ଓଡ଼ିଶା ମାଟିରେ ପ୍ରଶାସନିକ ବିଶୃଙ୍ଖଳାର ସୁଯୋଗ ନେଇ କେତେକ ହୀନବୁଦ୍ଧି ବଙ୍ଗାଳୀଙ୍କ ଚକ୍ରାନ୍ତ ଯୋଗୁଁ ନଅଙ୍କ ଦୁର୍ଭିକ୍ଷ ଭଳି ଭୟଙ୍କର ଖାଦ୍ୟାଭାବ ସୃଷ୍ଟି କରାଯାଇ ସ୍ୱାଭିମାନୀ ଓଡ଼ିଆ-ଗଣହତ୍ୟା କରିବାରେ ସଫଳ ହୋଇଥିଲେ । ଏତିକିରେ ଶାନ୍ତ ନ ହୋଇ ଏହି ଚକ୍ରାନ୍ତକାରୀ ଦଳ ଓଡ଼ିଶା ମାଟିରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିକୁ ଲୋପ କରିବାକୁ ଆଗେଇ ଆସିଥିଲେ । “କିଏ କହିଲା ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଆମ ବଙ୍ଗାଳୀ ଶିଳ୍ପୀ ଗଢ଼ିଛନ୍ତି । କିଏ କହିଲା-କବି ଜୟଦେବ, ସାରଳା, ଜଗନ୍ନାଥ ଦାସ ହେଉଛନ୍ତି ଆମର । ଆଉ କିଏ କହିଲା-ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ, ଏହା ବଙ୍ଗଳାଭାଷାରୁ ସୃଷ୍ଟି... ଇତ୍ୟାିଦି ଇତ୍ୟାିଦି ।” ଜାତି, ଜାଗୃତି ଓ ପ୍ରଗତି / ୧୩୫

ତଥାପି ନଅଙ୍କ ଦୁର୍ଭିକ୍ଷରେ ଭାଙ୍ଗି ଯାଇଥିବା ମେରୁଦଣ୍ଡ ଆଉ ଅସ୍ଥିପଞ୍ଜରାକୁ ଧରି ଯେଉଁ କେତେକ ଓଡ଼ିଆ ବଞ୍ଚିଥିଲେ, ସେମାନଙ୍କଦ୍ୱାରା କେବଳ ଓଡ଼ିଆ ଭାଷା ଓ ସଂସ୍କୃତି ବଞ୍ଚି ନ ଥିଲା, ବରଂ ଓଡ଼ିଆ ଜାତି ନିଜପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିପାରିଥଲା; ଯାହା ଆଜି ପର୍ଯ୍ୟନ୍ତ ଭାରତର କୌଣସି ରାଜ୍ୟର ଅଧିବାସୀ କରିପାରିନାହାନ୍ତି ।

ଅଥଚ ଏହିଭଳି ଏକ ଗୌରବମୟ ରାଜ୍ୟର ଉତ୍ତରାଧିକାରୀ ହୋଇ ଆମେ ଯେଉଁ ବ୍ୟକ୍ତିକୁ ଉଚ୍ଚଶିକ୍ଷାମନ୍ତ୍ରୀର ଦାୟିତ୍ୱ ଦେଲେ, ସେ ବ୍ୟକ୍ତି ଆମ ଭାଷାର ବିକାଶ କରିବା ପରିବର୍ତ୍ତେ ଏହି ଭାଷା ଲୋପପାଇଁ ସର୍ବପ୍ରଥମେ ପଦକ୍ଷେପ ନେଇଥିଲେ । ପିଲାଙ୍କ ଆଗ୍ରହ ନାହିଁ କହି ୧୩୯ଟି ମହାବିଦ୍ୟାଳୟରୁ ଓଡ଼ିଆ ଭାଷାଶିକ୍ଷା ବ୍ୟବସ୍ଥା ହଟାଇ ୧୩୦ ବର୍ଷ ତଳେ ହୋଇଥିବା ଭାଷା ବିଲୋପର ଅଧୁରା ସ୍ୱପ୍ନକୁ ପୂର୍ଣ୍ଣ କରିବାରେ ଲାଗିପଡିଲେ । ମାତ୍ର ଆମ ପଖାଳଖିଆ ବୁଦ୍ଧିଜୀବୀଙ୍କ ନିଦ ଟିକେ ଭାଙ୍ଗିବାରୁ ଯଦିଓ ଏହି ଘୋଷଣାକୁ ସେ ପ୍ରତ୍ୟାହାର କରିନେଲେ, ମାତ୍ର ଶିକ୍ଷା ବ୍ୟବସ୍ଥାରେ ଥିବା ବାଧ୍ୟତାମୂଳକ ‘ଓଡ଼ିଆ’ ଭାଷା ଶିକ୍ଷା ସହିତ ସଂସ୍କୃତକୁ ଯୋଗ କରିଦେବାରୁ ଅଧିକ ନମ୍ବର ଲୋଭରେ ଆମ ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଗଣ ଆଉ ଓଡ଼ିଆ ନ ପଢ଼ି ସଂସ୍କୃତଭାଷାକୁ ପଢ଼ିବାରେ ଲାଗିଲେ । ଅଭିଭାବକ ଗଣ ମଧ୍ୟ ଚୁପ୍ ।

ମାତୃଭାଷା ହତ୍ୟାକାରୀକୁ କ୍ଷମା !

ଓକିଲିଆ ବୁଦ୍ଧିରେ ପାରଙ୍ଗମ ଆମ ଉଚ୍ଚଶିକ୍ଷାମନ୍ତ୍ରୀ ଓଡ଼ିଆଭାଷା ବିଲୋପପାଇଁ ଏହି ଯେଉଁ ହାଲୁକା ବିଷ ପ୍ରୟୋଗ କଲେ, ତଦ୍ୱାରା ଆଗାମୀ ୨୦ ବର୍ଷ ଧରି ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ତା’ର ପୂର୍ବସ୍ଥିତିକୁ ଫେରିପାରିବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯଦି ତାଙ୍କ ଜାତିଭାଇଙ୍କ ରାଜ୍ୟରେ ଲାଗୁ କରିଥାନ୍ତେ କିମ୍ବା ଭାରତର ଅନ୍ୟ କୌଣସି ରାଜ୍ୟରେ ଲାଗୁ କରିଥାନ୍ତେ, ତେବେ ହୁଏତ ମନ୍ତ୍ରୀଙ୍କ ଶରୀର ସହିତ ନାମ ମଧ୍ୟ ଧରାପୃଷ୍ଠରୁ ଲୋପ ପାଇଯାଇଥାନ୍ତା । କାରଣ ଏବେ ମାତୃଭାଷା ହିଁ ସବୁ ରାଜ୍ୟର ଏକ ମୁଖ୍ୟ ଅସ୍ତ୍ର ଓ ରୋଜଗାରର ମାଧ୍ୟମ ପାଲଟି ଯାଇଛି । ଆମ ଅପାରଗତା ଯୋଗୁଁ ଭାଷାକୁ ନେଇ ଭୂମିଟିଏ ପାଇଛୁ ସିନା, ଏହି ଭାଷାକୁ ଏପର୍ଯ୍ୟନ୍ତ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରାଇପାରିନାହୁଁ । ଯାହା ଫଳରେ ଆମେ ଗରିବ ଓ ଆମ ଭବିଷ୍ୟତ ବଂଶଧର ମଧ୍ୟ ଗରିବ ଭାବେ ଚିହ୍ନିତ ହେବାକୁ ଯାଉଛନ୍ତି ।

କେବଳ ସେତିକି ନୁହଁ ଆଜି ସମଗ୍ର ବିଶ୍ୱ ବିଜ୍ଞାନ, ଅର୍ଥନୀତିକୁ ନେଇ ପରିଚାଳିତ ହେଉଥିବାବେଳେ ଓଡ଼ିଶାର ୯୯ଟି କଲେଜରୁ ଅର୍ଥନୀତି, ଗଣିତ, ପରିସଂଖ୍ୟାନ, ଭୂଗୋଳ


୧୩୬ / ଜାତି, ଜାଗୃତି ଓ ପ୍ରଗତି
ଆଦି ପ୍ରମୁଖ ବିଷୟଗୁଡ଼ିକୁ ଉଠାଇ ଦିଆଯାଇ ଶିକ୍ଷା ବ୍ୟବସ୍ଥାର କେଉଁ ଦିଗକୁ ଶକ୍ତିଶାଳୀ କରାଯାଇଛି, ତାହା ବିଚାରଯୋଗ୍ୟ ।

ମାତୃଭାଷାକୁ ହତାଦର କାହିଁକି ?

ଆଜି ସମଗ୍ର ଭାରତବର୍ଷରେ ଯେଉଁ କେତୋଟି ପ୍ରମୁଖ ଭାଷା ପ୍ରଚଳିତ ହେଉଛି, ସେହି ରାଜ୍ୟର ପିଲାମାନେ ନିଜନିଜର ମାତୃଭାଷାଦ୍ୱାରା ରାଜ୍ୟ ତଥା ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଡାକ୍ତର, ଇଞ୍ଜିନିୟର ମ୍ୟାନେଜମେଣ୍ଟପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେଇ କୃତିତ୍ୱ ହାସଲ କରୁଥିବାବେଳେ, ଆମ ରାଜ୍ୟର ଛାତ୍ରଛାତ୍ରୀଗଣ କେବଳ ଇଂରାଜୀ ଭାଷାକୁହିଁ ଜାବୋଡ଼ି ଧରିଛନ୍ତି । ଏପରିକି ୧୫ ।୧୨ ।୨୦୦୪ରେ ପାର୍ଲାମେଣ୍ଟ ପ୍ରଶ୍ନୋତ୍ତର କାଳରେ ଲୋକସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଅନ୍ୟାନ୍ୟ ଭାଷା ସହ ଓଡ଼ିଆ ଭାଷାକୁ ପରୀକ୍ଷାର ମାଧ୍ୟମ ରୂପେ ଗ୍ରହଣ କରାଯାଉ ବୋଲି ଦାବି ଜଣାଇଥିଲେ । ଏପର୍ଯ୍ୟନ୍ତ ଓଡ଼ିଆ ଭାଷା ଏହି ମାନ୍ୟତା ପାଇନାହିଁ ଶୁଣି ମାନ୍ୟବର ବାଚସ୍ପତି ବିସ୍ମିତ ହେବା ସହ ଏହାକୁ ଗମ୍ଭୀରତାର ସହ ବିଚାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଫଳ କ’ଣ ହେଲା କେଜାଣି, ଏ ବିଷୟରେ ମାନ୍ୟବର ଲୋକସଭା ସଦସ୍ୟ କିମ୍ବା ଆମ ବୁଦ୍ଧିଜୀବୀ ଓଡ଼ିଆଗଣ ଆଉ ଖୋଳତାଡ଼ କରିନାହାନ୍ତି । ଫଳରେ ଇଂରେଜୀ ଭାଷାରେ ଦୁର୍ବଳ ହେଲେ ମଧ୍ୟ ଆମ ଦେହ ଓ ମନରୁ ଇଂରେଜୀ ଗୋଲାମୀ ଗନ୍ଧ ଏପର୍ଯ୍ୟନ୍ତ ଯାଉନାହିଁ । ଫଳରେ ଗାଁ’ ଗହଳରେ ବଣମଲ୍ଲୀ ଭଳି ଆମ ମେଧାବୀ ଛାତ୍ରଛାତ୍ରୀଗଣ ଅକାଳରେ ଝରିପଡ଼ିବା ହିଁ ସାର ହେଉଛି ।

ଶିକ୍ଷାମନ୍ତ୍ରୀଙ୍କ କାଳରେ ଶିକ୍ଷାର ମାନ :

ଭାରତର ଶିକ୍ଷା ଅନୁଷ୍ଠାନମାନଙ୍କ ମାନ ନିର୍ଦ୍ଧାରଣପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସହଯୋଗୀ ସଂସ୍ଥା, ଜାତୀୟ ସ୍ୱୀକୃତି ଓ ମୂଲ୍ୟାଙ୍କନ ପରିଷଦ ବା ନାକ୍ କମିଟି ଆଠଟି ଗୁଣାତ୍ମକ ମାନ- ଏ++, ଏ+,ଏ, ବି++, ବି+, ବି, ସି++, ସି+,ସି ନିର୍ଦ୍ଧାରଣ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ସ୍ୱୟଂଶାସିତ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ମାନ ନିର୍ଣ୍ଣୟ କରି ଉତ୍କଳ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ଯଥାକ୍ରମେ ବି++, ବି+ ଓ ବି ମାନ ନିର୍ଦ୍ଧାରିତ କରିଥିଲାବେଳେ ରେଭେନ୍ସା, ଗଙ୍ଗାଧର ଓ ଖଲ୍ଲିକୋଟ କଲେଜପାଇଁ ଯଥାକ୍ରମେ ଏ,ବି ଓ ବି+ ମାନ


ଜାତି, ଜାଗୃତି ଓ ପ୍ରଗତି / ୧୩୭
ନିର୍ଣ୍ଣୟ କରିଛନ୍ତି । ବାକି ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ସ୍ତର ସର୍ବନିମ୍ନ ବୋଲି ନାକ୍ କମିଟି ମତ ଦେଇଛନ୍ତି । ଅର୍ଥାତ୍ ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯାହାର ଉଚ୍ଚଶିକ୍ଷା ବ୍ୟବସ୍ଥା ସବୁଠାରୁ ନିମ୍ନମାନର । ଯାହାକୁ ଆମେ ଅନୁଭବ କରୁଥିଲେ ମଧ୍ୟ କହିପାରୁ ନ ଥିଲେ, ତାହା ଆଜି ନାକ୍ କହିଛି । ତଥାପି ଆମେ ନିରୁତ୍ତର, ପ୍ରତିକ୍ରିୟାହୀନ ।

ଏହି ୫ବର୍ଷ ହେଉଛି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗପାଇଁ କଳଙ୍କର ବର୍ଷ । ଅର୍ଥ ଯୋଗାଡ଼ରେ ବ୍ୟସ୍ତ ଆମର ଏହି ତଥାକଥିତ ଉଚ୍ଚଶିକ୍ଷାମନ୍ତ୍ରୀ ଓଡ଼ିଶାରୁ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାର ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ, ତାହାର ଆଜି ଦୃଢ଼ ଜବାବ୍ ଦେଇସାରିଛନ୍ତି ତାଙ୍କରି ଅଞ୍ଚଳର ଜନସାଧାରଣମାନେ ଭୋଟ ମାଧ୍ୟମରେ । ୧୫ ବର୍ଷ ତଳେ ଧତଡ଼ା ସ୍କୁଟର ଚଳାଇ ଭଙ୍ଗା ଟାଇଲ ଛପର ଘରେ ଓକିଲାତି କରୁଥିବା ଜଣେ ବ୍ୟକ୍ତି ଆଜି କଳାଟଙ୍କାର ଗାଦି ଉପରେ ଛିଡ଼ାହୋଇ ନଗରର ଉପକଣ୍ଠରେ ଏକ ବିଶାଳ ସୁଦୃଶ୍ୟ ଭବନରେ ବିଳାସିତ ଜୀବନଚର୍ଯ୍ୟା ଅତିବାହିତ କରି ଓଡ଼ିଆଙ୍କୁ ଭୂଆଁ ଭୁଲାଇବାର ସ୍ୱପ୍ନ ଖେୁଥିବା ଏହି ବ୍ୟକ୍ତିଙ୍କୁ ସଂସ୍କୃତିସଂପନ୍ନ ସ୍ୱାଭିମାନୀ କଟକବାସୀ ପ୍ରତ୍ୟାଖ୍ୟାତ କରିଛନ୍ତି । ଆଉ ସେଇଥିପାଇଁ ନିଜ କଲାକର୍ମର ପ୍ରାୟଶ୍ଚିତ ସ୍ୱରୂପ ମନ୍ତ୍ରୀପଦ ତ୍ୟାଗ କରିଛନ୍ତି । କିନ୍ତୁ ତଥାପି ଏହି ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ଓଡ଼ିଆ ଜନଜୀବନ, ଓଡ଼ିଆ ଶିକ୍ଷା ବ୍ୟବସ୍ଥା, ଓଡ଼ିଆ ଭାଷା କ୍ଷେତ୍ରରେ ସେ ଯେଉଁ ସଂକଟ ସୃଷ୍ଟି କରିଯାଇଛନ୍ତି, ତାହା ପୂରଣ କରିବାକୁ ଆଉ କେତେ ଯେ ବର୍ଷ ଲାଗିବ, ଆମ ନିରୀହ ଓଡ଼ିଶାବାସୀ ସ୍ଥିର କରନ୍ତୁ ଓ ଏହିଭଳି ଓଡ଼ିଆ ଜାତିର ପ୍ରଗତି ପ୍ରତି ପିଠି ଖୋଉଥିବା ନେତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବାପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ କରନ୍ତୁ । ଯାହାଫଳରେ ଏକ ସୁସ୍ଥ ସୁନ୍ଦର ସଂସ୍କୃତିସମ୍ପନ୍ନ ଓଡ଼ିଶା ଗଢ଼ି ଉଠିବ । ଆମେ ଆମର ପୂର୍ବ ଗୌରବ ଫେରି ପାଇବା ।


                         *** 

୧୩୮ / ଜାତି, ଜାଗୃତି ଓ ପ୍ରଗତି


ଆମେ ନିଶ୍ଚିତ ପାରିବା

ବିଶ୍ୱକୁ ଏକା ଦିଗଦର୍ଶନ ପ୍ରଦାନ କରିଥିବା ଆମ ଦେଶ ଭାରତବର୍ଷ ଯେ ଦିନେ ଦାସତ୍ୱର ଶୃଙ୍ଖଳରେ ବାନ୍ଧିହୋଇ ଆଉ କାହାର ଅଧୀନତାକୁ ସ୍ୱୀକାର କରିଥିଲା, ତାହା ଆମକୁ ଜଣାଇଦିଏ ଏହି ‘ଗଣତନ୍ତ୍ର ଦିବସ’ ଓ ସ୍ୱାଧୀନତା ଦିବସ ପାଳନ ମହୋତ୍ସବ ଏବଂ ମନେ ପକାଇିଏ ଅତୀତର କଳଙ୍କିତ ଇତିହାସ ।

ସମଗ୍ର ବିଶ୍ୱ ଯେତେବେଳେ ଏକ ବିସ୍ଫୋରଣମୁଖୀ ସମୟକୁ ଅତିକ୍ରାନ୍ତ କରି ଚାଲିଥିଲା, ସେତେବେଳେ ଭାରତ ବର୍ଷରେ ଦେଖାଦେଇଥିଲା ମୁକ୍ତି ସଂଗ୍ରାମର ଅନ୍ତିମ ପ୍ରହର । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ, ବିଶ୍ୱର ପ୍ରଥମ ଆଣବିକ ଅସ୍ତ୍ର କ୍ଷେପଣରେ ଜାପାନର ହୀରୋସୀମା ଓ ନାଗାସାକୀ ଧ୍ୱଂସ୍ତ ବିଧ୍ୱଂସ୍ତ, ବିଶ୍ୱବ୍ୟାପୀ ଅର୍ଥାଭାବ, ଅନାହାର ବ୍ୟାଧି, ରକ୍ତପାତ ଓ ହିଂସାର ଦାବାନଳ ଦେଖାଦେଇଥିବାବେଳେ ଅନୁରୂପ ଭାବରେ ପ୍ରତିଛାୟା ପଡ଼ିଥିଲା ସୁନାର ଭାରତ ମାଟିରେ । ଫଳତଃ ସ୍ୱାଧୀନତାର ସ୍ୱାଦକୁ ଆସ୍ୱାଦନ କରିବା ପୂର୍ବରୁ ଖୋେଇଥିଲା ଜାତିଗତ ଦଙ୍ଗା ସ୍ୱାଧୀନତାର ଜନ୍ମକାଳରେ ଜାତକ ୨ଖଣ୍ଡ ହୋଇଗଲାପରି ଶହ ଶହ ବର୍ଷ ଧରି ଏକତ୍ର ବସବାସ କରିଆସୁଥିବା ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସଞ୍ଚରିତ ହେଲା ଆକଣ୍ଠ ବିଦ୍ୱେଷ, ହଳାହଳର ଅନ୍ତିମ ପ୍ଲାବନ । ସୃଷ୍ଟିହେଲା ସାର୍ବଭୌମ ରାଷ୍ଟ୍ର; ଭାରତ ଓ ପାକିସ୍ଥାନ । ଦାରିଦ୍ର୍ୟ, ଅସହାୟତା, ଆର୍ତ୍ତନାଦ ଓ ରକ୍ତପାତ ମଧ୍ୟରେ ଭାରତର ମୁକ୍ତିର ସୂର୍ଯ୍ୟ ଉଉଁଲା ଅର୍ଦ୍ଧରାତ୍ରରେ । ମାତ୍ର ରାତ୍ରିରେ କ’ଣ ସୂର୍ଯ୍ୟ ଉଇଁପାରେ? ଯଦିବା ଉଁଏ, ସେ ସୂର୍ଯ୍ୟର କିରଣ କିପରି ବିଛୁରିତ ହୋଇ ଜୀବଜଗତକୁ ଆଲୋକ ପ୍ରଦାନ କରିବ? ଠିକ୍ ସେୟା ହିଁ ଘଟିଲା ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତବର୍ଷରେ । ପଞ୍ଜୁରୀ ଛାଡ଼ି ପକ୍ଷୀଟି ମୁକ୍ତ ହେଲା ସିନା, ହେଲେ ତା’ର ଡେଣା କଟା ସରିଛି । ତେଣୁ ସେ ଉଡ଼ିବ କିପରି? ନିଃସ୍ୱାର୍ଥପର


ଜାତି, ଜାଗୃତି ଓ ପ୍ରଗତି / ୧୩୯
ସଂଗ୍ରାମୀମାନଙ୍କ ତ୍ୟାଗ ତପସ୍ୟାରେ ଭାରତ ମାଟିରେ ଯେଉଁ ମୁକ୍ତିର ମଞ୍ଜି ପୋତାଗଲା, ତାହା ଫଳଦାନ କରିବା ତ ଦୁରର କଥା ବରଂ ଶାଖା ପ୍ରଶାଖା ମେଲାଇ ମାଟିକୁ ଛାୟାଚ୍ଛନ୍ନ କରିବାରେ ସୁଦ୍ଧା ବିଫଳ ହେଲା ।

ହିଂସା, ଦ୍ୱେଷ, ରକ୍ତପାତରେ ଓଦା ହୋଇଯାଇଥିବା ମାଟି ଉପରେ ମୁକ୍ତିର ମଞ୍ଜି ପୋତାଗଲା-ଭାରତବର୍ଷ ପାଇଲା ସ୍ୱାଧୀନତା ଏବଂ ତତ୍ ସଙ୍ଗେ ସଙ୍ଗେ ପାଇଲା ସେ ନିଜକୁ ଶାସନ କରିବାର ଅଧିକାର । ଫଳରେ ସାମ୍ରାଜ୍ୟବାଦୀ ବ୍ରିଟିଶ ଶାସକଙ୍କ ଗୋଟିଏ ହସ୍ତ ଛେଦନ କରାଗଲା । ସେମାନେ ଏ ମାଟିରୁ ବିଦାୟ ନେଲେ । ମାତ୍ର ସମ୍ରାଟର ଅହଂକାରକୁ ଚିରଞ୍ଜିବୀ କରିବା ଉଦ୍ଦେଶ୍ୟରେ ପୋତି ଦେଇଗଲେ ଅପସଂସ୍କୃତିର ଚାରା; ଯାହା ଏବେ ଶାଖା ପ୍ରଶାଖା ବିସ୍ତାର କରି ଭାରତର ମାଟି ଉପରେ ସାମ୍ରାଜ୍ୟବାଦର ମହାକାଳ ଫଳ ବିଛେଇ ଦେଇ, ଘୋଡାଇ ପକାଇଛି ନିଃସ୍ୱାର୍ଥପର ସ୍ୱାଧୀନତା ସଂଗ୍ରାମୀଗଣଙ୍କ ବହୁ ଆକାଂକ୍ଷିତ ସ୍ୱାଧୀକାର, ସ୍ୱାଭିମାନ ଏବଂ ଗଣତନ୍ତ୍ରର ବୀଜକୁ ।

ସ୍ୱାଧୀନତା ପ୍ରାପ୍ତିର ଅର୍ଦ୍ଧରାତ୍ରରେ ସମଗ୍ର ଭାରତବାସୀ ସ୍ୱାଧୀନତାର ବିଜୟୋତ୍ସବକୁ ପାଳନ କରି ଆନନ୍ଦ ମୁଖରିତ ହୋଇଉଠୁଥିବାବେଳେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜାତି ଉଦ୍ଦେଶ୍ୟରେ କହିଥିଲେ “ସମଗ୍ର ବିଶ୍ୱ ଯେତେବେଳେ ସୁସୁପ୍ତ ନିଦ୍ରାରେ ଅଭିଭୂତ, ଭାରତ ଚେଇଁ ଉଠିବ ମୁକ୍ତି ଓ ଜୀବନ ପ୍ରବାହ ଭିତରେ । ମୁହୁର୍ତ୍ତଟିଏ ଆସେ । କିନ୍ତୁ ଖୁବ୍ କ୍ୱଚିତ ଆସେ ଇତିହାସର ଗର୍ଭକୁ, ଯେତେବେଳେ ଆମେ ପୁରାତନର ବଳୟ ଭିତରୁ ନୂତନତ୍ୱ ଭିତରକୁ ପାଦ ପକାଉ । ଶେଷ ହୁଏ ଗୋଟିଏ ଯୁଗ ଏବଂ ଦୀର୍ଘକାଳ ଧରି ଅବନତ ଏକ ଜାତିର ଆତ୍ମା ବାଙ୍ମୟ ହୋଇଉଠେ... । ସୁଦୂର ଅତୀତରେ ଆମେ ଭବିଷ୍ୟତ ସହ ଆରମ୍ଭ କରିଥିଲୁ ପ୍ରଚେଷ୍ଟା ଏବଂ ଆଜି ସମୟ ଆସିଛି ଆମେ ସେହି ସଂକଳ୍ପର ନୂଆପର୍ବ ଉନ୍ମୋଚନ କରିବୁ ।”

ସ୍ୱାଧୀନତାର ସଂଗ୍ରାମ ତଥା ସ୍ୱାଧୀନ ଭାରତର ପ୍ରଗତିର ଅଗ୍ରଦୂତ ନେହେରୁଙ୍କ ଏହି ଉକ୍ତ ଆଜି କ’ଣ ସଫଳ ହୋଇଛି? ନା ନିଜର ସଂସ୍କୃତି ଆମ ସ୍ୱାଧୀନତା ସଂଗ୍ରାମର ଆଭିମୁଖ୍ୟ ନିଜ ପବିତ୍ର ଆତ୍ମାର ଆହ୍ୱାନକୁ ପଛରେ ପକାଇ ଆମେ ସୁବର୍ଣ୍ଣ ମୃଗର ମାୟାରେ ବାଟବଣା ହେଉଛୁ!! ୬୦ ବର୍ଷ ବୟସ୍କ ଏହି ଦେଶର ପ୍ରଶାସନ ଭିତରେ କ’ଣ ଦୂର କରାଯାଇପାରିଛି ଭାରତ ମାଟିର କ୍ଷୁଧା, ଦାରିଦ୍ର୍ୟ, ଅସମତା, ବର୍ଣ୍ଣ ବୈଷମ୍ୟ??? ନା, ଏ ଦେଶର ଅସଂଖ୍ୟ କଳିକାଠାରେ ଜାଗରିତ କରାଯାଇପାରିଛି ଦେଶପ୍ରୀତି, ତ୍ୟାଗ, ସଂକଳ୍ପ, ସ୍ୱଦେଶ ଭାବନା, ଚରିତ୍ରବତ୍ତା, ଆଉ ଆପଣା ସଂସ୍କୃତି ପ୍ରତି ସମ୍ମାନବୋଧ!!!

ଭାରତର ପ୍ରତ୍ୟେକ ସ୍ୱାଧୀନଚେତା ଆତ୍ମାମାନଙ୍କରେ ଉଙ୍କି ଉଠୁଥିବା ଏହିଭଳି ଅସଂଖ୍ୟ ପ୍ରଶର୍ନ ଉ•ର ବୋକୁ ହେଲେ ଆମକୁ ଖୋଜିବାକୁ ପଡ଼ିବ ଅତୀତ ଭାରତର


୧୪୦ / ଜାତି, ଜାଗୃତି ଓ ପ୍ରଗତି
ସଂବୃଦ୍ଧ ସଂସ୍କୃତି ଓ ସାମ୍ରାଜ୍ୟବାଦର ଅନ୍ଧାରି ଶାସନ ଭିତରକୁ । ଯିବାକୁ ପଡ଼ିବ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଆତ୍ମତ୍ୟାଗର ଇତିହାସ ପାଖକୁ । ଟିକିନିକି କରିି ତୁଳନା କରିବାକୁ ହେବ, ସେ କାଳର ଭାରତ ଆଉ ଏ କାଳର ଭାରତକୁ ।

ଇତିହାସ କହେ ଆଜକୁ ପାଞ୍ଚ ହଜାର ବର୍ଷ ତଳେ ସମଗ୍ର ବିଶ୍ୱ ଯେତେବେଳେ ଆଦିମାନବର ପ୍ରବୃତ୍ତିକୁ ପ୍ରୟୋଗ କରୁଥିଲା, ସେତେବେଳେ ଭାରତବର୍ଷର ସୁସଂହତ ପବିତ୍ର ମାଟିରେ ଆର୍ଯ୍ୟ ମୁନି ଋଷିଙ୍କ ମୁଖରୁ ଉଚ୍ଚାରିତ ହେଉଥିଲା ମହାଜାଗତିକ ମନ୍ତ୍ର “ବସୁଧୈବ କୁଟୁମ୍ବକମ୍ ।” ଯାହା ଗୋଟିଏ ଜାତିକୁ ଜୀବନ୍ତ ସମୃଦ୍ଧ ତଥା ସୁସଂସ୍କୃତ କରି ରଖିଥିଲା, ଚେତନାକୁ କରିଥିଲା ଜାଗ୍ରତ । ଏଭଳି ଏକ ଜାତିର ଜନ୍ମଜାତକ ତିଆରି କରିବାକୁ ଇତିହାସ ଏବେ ମଧ୍ୟ ସମର୍ଥ ହୋଇପାରି ନାହିଁ । କେବଳ ସେ ଲେଖି ରଖିଛି ଗୌତମବୁଦ୍ଧଙ୍କ ଜନ୍ମ ପରଠାରୁ ଏପର୍ଯ୍ୟନ୍ତ ଘଟିତ ସମସ୍ୟା ବହୁଳ ଘଟଣାର ବିକାଶ କ୍ରମ । ଅର୍ଥାତ୍ ଆଜକୁ ପ୍ରାୟ ଅଢ଼େଇ ହଜାରରୁ କିଛି ଅଧିକ ବର୍ଷ ତଳର ଗୌରବମୟ ଇତିହାସ । କିନ୍ତୁ ଇତିହାସ ବି ସ୍ୱୀକାର କରିଛି ତା’ ପୂର୍ବରୁ ଉଚ୍ଚାରିତ ହେଉଥିଲା- ବେଦ, ବେଦାଙ୍ଗ, ଉପନିଷଦ ଓ ଦ୍ରାବିଡ଼ ସଭ୍ୟତାର କଳା, ସ୍ଥାପତ୍ୟ ଓ ବିଚାରର ପ୍ରଭାବଶାଳୀ ସାମାଜିକ ତ‌ତ୍ତ୍ୱ । ଗୋଟିଏ ଜାତି ସଂପୂର୍ଣ୍ଣ ଭାବେ ସବୁ କ୍ଷେତ୍ରରେ ସୁସଂସ୍କୃତ ତଥା ସଭ୍ୟ ନ ହେଲେ, ଏଭଳି ସାହିତ୍ୟ ଓ ସାମାଜିକ ଚେତନା ସୃଷ୍ଟି କରିବା ଅସମ୍ଭବ । ଅତଏବ ଏଥିରୁ ଜଣାପଡ଼େ ଯେ, ଏ ଦେଶର ସଂସ୍କୃତିର ଚେର ଆହୁରି ସୁଗଭୀର ।

ବହୁ ଶିଷ୍ୟ, ମହାଋଷି, ତପସ୍ୱୀଙ୍କ ତପସ୍ୟାର ଫଳରେ ମହୀୟାନ ହୋଇଛି ଏ ଭାରତବର୍ଷ । ପ୍ରଜ୍ଞାର ପ୍ରାବଲ୍ୟରେ ପରିପୁଷ୍ଟତା ଲାଭ କରିଛି ଏ ମାଟି । ମୌଳିକତା ଓ ମୂଲ୍ୟବୋଧର ଚିର ଭାସ୍ୱର ଏହି ଭାରତବର୍ଷ । ସେଥିପାଇଁ ଅତୀତରେ ଯେପରି ବହୁ ପରିବାର ଜକ, ବିଦ୍ୱାନ ଓ ଐତିହାସିକ ଏ ଭୂମି ପ୍ରତି ଆକର୍ଷତି ହୋଇ ଆସିଛନ୍ତି ଏବଂ ଲିପିବଦ୍ଧ କରିଛନ୍ତି ଏ ଦେଶର ପ୍ରଜ୍ଞା, ମୂଲ୍ୟବୋଧକୁ; ସେହିପରି ଏ ଦେଶରୁ ଦ୍ରାବିଡ଼ ସଭ୍ୟତାର ଗାଥା, ବେଦ ଓ ଉପନିଷଦର ପ୍ରଜ୍ଞା, ବୌଦ୍ଧ ଦର୍ଶନର ଅନ୍ତର୍ନିହିତ ସାମ୍ୟ-ମୈତ୍ରୀ ଓ ଭାତୃତ୍ୱର ବାଣୀ ପ୍ରସାରିତ ହୋଇଛି ସମଗ୍ର ଏସିଆ ଭୂଖଣ୍ଡକୁ । ଏ ଦେଶର କଳା, ସ୍ଥାପତ୍ୟ, ସାହିତ୍ୟ, ସଂପତ୍ତି ଯୁଗେ ଯୁଗେ ପ୍ରଲୋଭିତ କରିଛି ବିଦେଶୀ ଗୁଣିଜନକୁ, ଅର୍ଥପିପାସୀ ନରପତିମାନଙ୍କୁ । ସେଥିପାଇଁ ଭାରତକୁ ଆଲେକ୍ଜାଣ୍ଡାର, ମାମୁଦଗଜନୀ ଆକ୍ରମଣ କରି ଏ ଦେଶର ଅମୂଲ୍ୟ ରତ୍ନ ସଂପତ୍ତି ସହିତ ପଣ୍ଡିତ, ବିଦ୍ୱାନ, ତଥା ପୋଥିପତ୍ରକୁ ଲୁଣ୍ଠନ କରିନେଲେ । ଏହାପରେ ହିଁ ମହକି ଉଠିଛି ଭାରତର ସ୍ୱପ୍ନାୟିତ କଦମ୍ବର ମହମହ ବାତ୍ସ୍ନା, ଯାହାର ବାତ୍ସ୍ନାରେ ଶହଶହ ବୈଦେଶିକ ରାଜା ବିଭୋର ହୋଇ ପବିତ୍ର ମାଟିକୁ ଅଧିକାର କରିବାର ସ୍ୱପ୍ନ ଖେିଛନ୍ତି । କିନ୍ତୁ ସେମାନଙ୍କ ସ୍ୱପ୍ନ ଏହି ଶାନ୍ତିକାମୀ ଭୂଖଣ୍ଡ ଅଧିବାସୀଙ୍କୁ

ଜାତି, ଜାଗୃତି ଓ ପ୍ରଗତି / ୧୪୧
କରିଛି ଅଧିକ କ୍ଷତାକ୍ତ, ଯାହାର ଜ୍ୱଳନ ତୀବ୍ର, ଶାଣିତ ଏବଂ ମନ ଭିତରେ ଭରିଦେଇଛି ଜ୍ଞାନହୀନ କର୍ମଠତା, ହୀନବୀର୍ଯ୍ୟର ପ୍ରାବଲ୍ୟତା, ଯାହା ଅପୂରଣୀୟ ଏବଂ ଅନିର୍ବାପିତ ।

କିନ୍ତୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥିଲା ଏ ଦେଶ ମାଟିରେ ଇଂରେଜକମ୍ପାନୀର ଶୋଷଣ । ୧୭୫୭ ଗ୍ରୀଷ୍ମକାଳରେ ଛଅ ହଜାର ମାଇଲ ଦୂରରେ ସମୁଦ୍ରକୂଳରେ ଟାପୁପ୍ରାୟ ଭୂଖଣ୍ଡରେ ଅବସ୍ଥିତ ଏକ ବଣିକଜାତିର କିରାଣୀଟିଏ ମାତ୍ର ଆଠଶହ ସୈନ୍ୟ ବଳରେ ପଲାସୀର ଧାନ କିଆରୀରେ ବଙ୍ଗନବାବଙ୍କ ପଚାଶ ହଜାର ସୈନ୍ୟକୁ ପରାସ୍ତ କରି, ଏ ବିଶାଳ ଭୂଖଣ୍ଡର ଛାତି ଉପରେ ସ୍ଥାପନ କଲା ଉପନିବେଶ ଏବଂ ଶାସନ ନାମରେ ଶୋଷଣ କରିଥିଲା ନିରଙ୍କୁଶ ଭାବରେ ଦୀର୍ଘ ଦୁଇଶହ ବର୍ଷ ।

ଭାରତୀୟଙ୍କ ଅର୍ଥରେ ବପୁବନ୍ତ ଓ ଧନଶାଳୀ ହୋଇ ଗରିବ ବ୍ରିଟିଶ ଦେଶ ଓ ଶାସକ ନିଜ ଶାସକୀୟ ଶୋଷଣର ଢାଞ୍ଚା ବଦଳାଇ ଅମାନବିକତାକୁ ଧନ ଉପାର୍ଜନର ଧର୍ମ ଭାବରେ ଗ୍ରହଣ କରିବାରୁ ଭାରତରୁ ଧୀରେ ଧୀରେ ଉପନିବେଶବାଦ ପ୍ରତିଷ୍ଠାର ସୀମାକୁ ବ୍ୟାପ୍ତ କରିଛି ସମଗ୍ର ବିଶ୍ୱର କୋଣ ଅନୁକୋଣରେ । ତେଣୁ ଅନ୍ୟାନ୍ୟ ଦେଶର ସଂସ୍କୃତି ସଭ୍ୟତା ପରି ଭାରତର ପ୍ରାଚୀନ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ସଭ୍ୟତା ଉପରେ ଘନ ଘନ ପ୍ରହାର କରି ଚାଲିଛି ଆମର ନବ୍ୟ, ଶିକ୍ଷିତ ପିଢ଼ିର ଜୀବନ ଦର୍ଶନ, ଚିନ୍ତନ, ପୋଷାକ ପରିଚ୍ଛଦ ଓ ଚାଲିଚଳଣରେ ଏବଂ ସର୍ବଶେଷ ଧକ୍କା ଭାବେ ଆସିଛି ସାଂପ୍ରତିକ କାଳରେ ନୂଆ ଅର୍ଥନୀତି, ଜଗତିକରଣ, ମୁକ୍ତ ବଜାର, ବିଶ୍ୱକରଣ ନାମରେ । ଏ ଧାରାରେ ଚୂର୍ଣ୍ଣୀଭୂତ ହେଉଛି ଆମର ପ୍ରାଚୀନ ସମୃଦ୍ଧ ସଂସ୍କୃତି, ମୂଲ୍ୟବୋଧ, ଆଉ ବନ୍ଧାପଡ଼ିଛି ଆମର ଐତିହ୍ୟ, ପରମ୍ପରା । ବିଶ୍ୱ ବଜାରରେ ନିଲାମ ହେଉଛି ଆମର ପ୍ରାକୃତିକ ସଂପଦ ଆଉ ଦରିଦ୍ରତାର ଶ୍ରମ ସ୍ୱେଦ । ଅଙ୍ଗୁରୀୟମାଳ ଜୀବପରି ବୋଝେ ପ୍ରମାଣପତ୍ର ଦାଖଲକାରୀ ସେହି ପଶ୍ଚିମା ଶିକ୍ଷାର ଦ୍ୱାହିଦେଇ ଦେଶକୁ ନିଜର ମୌଳିକତା ବିହୀନ, ମୂଲ୍ୟବୋଧ ବିବର୍ଜିତ ଧାରକରା ସଂସ୍କୃତିର ଅବିକଳ ନକଲ ପଢ଼ିବାରେ ଏ ଦେଶର ଭବିଷ୍ୟତ ନାଗରିକଗଣ ବ୍ରତୀ ହୋଇଛନ୍ତି । ଦେଶକୁ ସେହି ମୁଣ୍ଡହୀନ ଅଜ୍ଞାନୀମାନେ ସ୍ୱାଧୀନତା ପରଠାରୁ ଗଢ଼ି ଚାଲିଛନ୍ତି । ସମସ୍ତ ପ୍ରକାରର ସାମାଜିକ ବିଭ୍ରାଟ, ବିପର୍ଯ୍ୟୟ ବିଶୃଙ୍ଖଳାର ସୂତ୍ରଧର ସାଜି ନୂଆପିଢ଼ିର ଶିକ୍ଷିତଙ୍କ ସାମ୍ନାରେ ଥୋଇଛନ୍ତି ପୁଞ୍ଜି ଓ ପଣ୍ୟର ଆଦର୍ଶ । ପୁଞ୍ଜି ହିଁ ଜୀବନ, ସ୍ୱଚ୍ଛନ୍ଦ ହିଁ ସମାଜ, ପଣ୍ୟ ହିଁ ମୂଲ୍ୟବୋଧ, ଆଉ ପ୍ରତିଷ୍ଠା ହିଁ ପ୍ରାପ୍ତି-ଏହା ହିଁ ସେମାନଙ୍କର ମୂଳମନ୍ତ୍ର । ମନରୁ ଲିଭାଇ ଦେବାକୁ ଚେଷ୍ଟା କରିବାରେ ଲାଗିଛନ୍ତି ସ୍ୱାଧୀନତା ସଂଗ୍ରାମର ତ୍ୟାଗ ଓ ତର୍ପଣର ମହାଭାରତୀୟ ସାଧନା ସଂକଳ୍ପର ଦୃଷ୍ଟାନ୍ତ ତଥା ‘ବସୁଧୈବ କୁଟୁମ୍ବକମ୍’ର ବୀଜ ମନ୍ତ୍ରକୁ ।


୧୪୨ / ଜାତି, ଜାଗୃତି ଓ ପ୍ରଗତି

ଇଂରେଜ ଶାସନର ଅନ୍ଧାରୀ ମୂଲକରୁ ମୁକୁଳି ମହାମନିଷୀଙ୍କ ଆତ୍ମୋତ୍ସର୍ଗ ଓ ସଂଗ୍ରାମରେ ସମଗ୍ର ବିଶ୍ୱପାଇଁ ଯେଉଁ ଦିଗ୍‌ଦର୍ଶନର ଆଲୋକ ଉଚ୍ଛ୍ୱାସକୁ ଆମ ଇତିହାସ ସୃଷ୍ଟି କରିଥିଲା, ସେ ଇତିହାସଠାରୁ ଆମର ନବକଳିକାମାନଙ୍କୁ ଜାଣିଶୁଣି ଦୂରେଇ ରଖାଯାଉଛି । ଏସବୁଥିରୁ ମୁକ୍ତ ହେବାର ପ୍ରେରଣା କେହିବି ଏମାନଙ୍କୁ ଦେଲେନାହିଁ । ବରଂ ଶ୍ରେୟ ମଣିଲେ ଏହି କଳିକାମାନଙ୍କ ବେକରେ ପାଣି ବୋତଲ ଏବଂ ପିଠିରେ ପାଶ୍ଚାତ୍ୟ ଅଭିମୁଖ୍ୟର ବୋଝ-ଶିକ୍ଷାଗ୍ରନ୍ଥ ଝୁଲାଇ ଦେଇ ଚିରଦିନ ଭାରବାହୀ ପଶୁ ଭାବେ ତାଲିମ ଦେବାକୁ । ସେମାନେ ଭୁଲିଗଲେ ଯେ ଯେଉଁମାନେ ଏ ଦେଶର ସ୍ୱାତନ୍ତ୍ର୍ୟତାକୁ ପ୍ରକାଶ କରିବାପାଇଁ ତୀବ୍ର ଆନ୍ଦୋଳନର ଲେଲୀହାନ ବହ୍ନି ପ୍ରଜ୍ୱଳିତ କରିଥିଲେ, ସେ ସମସ୍ତେ ଥିଲେ ଉଚ୍ଚ ଶିକ୍ଷିତ ଆଉ ବିଲାତ ଫେରନ୍ତା । ନେତାଜୀ ସୁଭାଷ, ଲୋକମାନ୍ୟ ତିଲକ, ଶ୍ରୀଅରବିନ୍ଦ, ମହାତ୍ମାଗାନ୍ଧୀ, ଗୋଖଲେ, ଦାଦାଭାଇ ନାରୋଜୀ, ଓଡ଼ଶାର ମଧୁସୂଦନ ଦାସ ଆଦି ବିଦେଶୀ ଶିକ୍ଷାରେ ଦୀକ୍ଷିତ ହୋଇ ବ୍ରିଟିଶ ଶାସନର ଅମାନୁଷିକତା, ଅବବେକିତା ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କଲେ । ସଂଗ୍ରାମ ଚଳାଇଥିଲେ । କେବଳ ଏମାନେ ନୁହନ୍ତି, ଏହିଭଳି ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀ; ଯେଉଁମାନେ ସଂପୂର୍ଣ୍ଣ ଭାବେ ଇଂରେଜ ଶିକ୍ଷାଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ୟୁରୋପୀୟ ପୁଞ୍ଜି ବା ପଣ୍ୟବାହୀ ସଂସ୍କୃତି ଏମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । କାରଣ ବିଲାତର ଉଚ୍ଚଶିକ୍ଷାଦ୍ୱାରା ଭାରତୀୟ ଦର୍ଶନ ଓ ସଂସ୍କୃତିର ଅଧ୍ୟୟନ ସେମାନଙ୍କ ଜୀବନକୁ ବଦଳାଇ ଦେଇଥିଲା । ସେଥିପାଇଁ ଗାନ୍ଧୀଙ୍କ ସ୍ୱଦେଶୀ ଡାକରା, ଲବଣ ସତ୍ୟାଗ୍ରହ ଏତେ ଜନପ୍ରିୟ ହୋଇପଡ଼ିଲା ଯେ, କ୍ଷମତାସୀନ ଇଂରେଜ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା । ନେତାଜୀ ସୁଭାଷଙ୍କ ଦିଲ୍ଲୀ ଚଲୋ...ର ଉଦ୍ଦାତ ଆହ୍ୱାନ ଛାତ୍ରଯୁବକଙ୍କ ମଧ୍ୟରେ ନୂତନ ପ୍ରାଣସ୍ପନ୍ଦନ ସୃଷ୍ଟି କରିଥିଲା । ଗାନ୍ଧିଜୀ, ତିଳକ, ବିନୋବା ଆଦି ସ୍ୱାଧୀନ ଚେତାଗଣ ବୁଝିଥିଲେ ଚେତନା ସ୍ତରରେ ୟୁରୋପୀୟ ସଂସ୍କୃତି ଭାରତୀୟ ସଂସ୍କୃତିକୁ କଳଙ୍କିତ କରିଥାଏ । ମାତ୍ର ଗାନ୍ଧିଙ୍କ ପଟ୍ଟଶିଷ୍ୟ ଜବାହର ‘ଭାରତ ଆବିଷ୍କାର’ ଗ୍ରନ୍ଥ ରଚନା କଲେ ସିନା, କିନ୍ତୁ ନିଜ ଭିତରେ ତାହା ଅନାବିଷ୍କୃତ ହୋଇପଡ଼ିଥିଲା । ବରଂ ତାଙ୍କଦ୍ୱାରା ଆବିଷ୍କୃତ ତଥା ସ୍ୱାଧୀନ ଭାରତବର୍ଷରେ ପ୍ରଚଳିତ ହେଲା ଭୋଗବାଦର ମୋହ । ଏସବୁ ପରୀକ୍ଷା ନିରୀକ୍ଷା କରି ମୁନିଋଷିଗଣ ନାନା ତ‌ତ୍ତ୍ୱ ଛଳରେ ଆମକୁ ଦିଗ୍‌ଦର୍ଶନ ଦେଇଯାଇଛନ୍ତି । ମାତ୍ର ଆମର ଶିକ୍ଷାବିତ୍‌ମାନେ ନିଜେ ଏକଥାର ମହତ୍ତ୍ୱକୁ ବୁଝି ନ ଥିବାବେଳେ ଶିକ୍ଷାର୍ଥୀକୁ ବୁଝାଇବେ କ’ଣ?

ରାସ୍ତାଘାଟ ସଂପ୍ରସାରଣ, ଶିଳ୍ପ ପ୍ରତିଷ୍ଠା ଆଦି ହେଉଛି ଦେଶର ଆଙ୍ଗିକ ବିକାଶ । ଆତ୍ମିକ ବିକାଶ ହେଉଛି ‘ଶିକ୍ଷା’ । ଆତ୍ମାଟି ଚାଲିଗଲା ପରେ ସବୁ ସମୃଦ୍ଧିର ପିଣ୍ଡଟି ମୃତ


ଜାତି, ଜାଗୃତି ଓ ପ୍ରଗତି / ୧୪୩
ତଥା ଶବରେ ରୂପାନ୍ତରୀତ ହୋଇଥାଏ । ଆଉ ଆଜି ପ୍ରାଚୀନର ସେହି ସୁସଂହତ ଭାରତବର୍ଷ ସେହି ଶବରେ ରୂପାନ୍ତରୀତ ହେବାକୁ ଯାଉଛି । ଏହାର ମୁଖ୍ୟ କାରଣ ହେଲା ଶିକ୍ଷକ ଓ ତା’ର ଶିକ୍ଷା ବ୍ୟବସ୍ଥା । ଆଜିର ଯୁବ ସମାଜକୁ ଦିଗ୍‌ଭ୍ରଷ୍ଟ ଓ କଳୁଷିତ କରୁଛନ୍ତି ଏହି ଶିକ୍ଷକଗୋଷ୍ଠୀ । ଛୋଟିଆ ପିଲାଟିଏ ବି ଜାଣୁଛି ମିଛ କହିବା ମହାପାପ । ମାତ୍ର ସତ୍ୟ କହିବାର ଯେଉଁ ଅଭୀପ୍ସା, ଆତ୍ମପ୍ରତ୍ୟୟ ଆବଶ୍ୟକ, ତାହା ତା’ ଠାରେ ସୃଷ୍ଟି କରାଯାଇପାରୁ ନାହିଁ । ଫଳରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଧୀରେ ଧୀରେ ଜମାଟ ବନ୍ଧା ବରଫରେ ପରିଣତ ହେବାକୁ ଯାଉଛି । ଯେଉଁ ଶିକ୍ଷା ଏ ଦେଶର ଜାତିକୁ ମହାନ୍ କରି ଗଢ଼ି ତୋଳିଥା’ନ୍ତା, ତାହାକୁ ଆମେ ଭୁଲିଗଲୁ । ଭୁଲିଗଲୁ ଆମର ପ୍ରାଚୀନ ଚିକିତ୍ସା ପଦ୍ଧତି, ଆୟୁର୍ବେଦ, ଚରକ ସଂହିତାର ମୂଳ ସୂକ୍ତିଗୁଡ଼ିକୁ । ସନ୍ତାନ ଉତ୍ପାଦନକୁ ଛାଡ଼ିଦେଲେ ଆଉ ସମସ୍ତ ଉତ୍ପାଦନକୁ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଛୁ । ଘର ବାଡ଼ିରେ ଲୁଣ, ପିଆଜ, ଚାଉଳ, ଗହମର ଦିଗନ୍ତ ବିସ୍ତୃତ ଗୋଦାମ ଏବଂ ମାଟିତଳେ ସୁନା, ରୂପା, କୋଇଲା, ଧାତବ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିଲେ ମଧ୍ୟ ଆଜି ଆମେ ଅନ୍ୟର ହାତଟେକାକୁ ଅନେଇ ବସିଛୁ ।

ଏ ସଂପର୍କରେ ଆଲୋଚନା କଲାବେଳେ ମନେପଡ଼େ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ମୁଖ୍ୟ ହେନେରିକ୍ ବ୍ଲୁମ ରିସ୍କଙ୍କ କଥା । ସଂସ୍କୃତ ଜାଣି ନ ଥିବା ଏହି ବୈଜ୍ଞାନିକଟି ମଙ୍ଗଳ ଗ୍ରହକୁ ଯାନ ପ୍ରେରଣପାଇଁ ଏହାର ନିର୍ମାଣ କୌଶଳ ଭାରତର ପ୍ରାଚୀନ ପରମ୍ପରା ଓ ସାହିତ୍ୟରୁ ନେଇଥିଲେ । ସଂସ୍କୃତ ପଣ୍ଡିତ କଣାଦ ରଚିତ “ବିମାନ ନିର୍ମାଣ ପଦ୍ଧତି” ଯାହା ଦେବନାଗରୀ ଲିପିରେ ତାଳପପତ୍ରରେ ଖୋଦିତ ହୋଇ ବାଙ୍ଗାଲୋରର “ପ୍ରାଚୀନ ପୋଥି ସଂରକ୍ଷଣ ସଂସ୍ଥାନ”ରେ ଗଚ୍ଛିତ ରହିଥିଲା । ସେଠାରେ ସେ ଦୀର୍ଘ ୧୨ ବର୍ଷ କାଳ ଏକନିଷ୍ଠ ଗବେଷଣା କରି ଦେବନାଗରୀ ଲିପି ସହ ସଂସ୍କୃତ ଭାଷାକୁ ଭଲ ଭାବରେ ଆୟତ୍ତ କରିବା ପରେ ନିଜର ଇପ୍‌ସିତ ସୂତ୍ରଟିକୁ ନେଇ ପ୍ରୟୋଗ କରି ସଫଳକାମୀ ହୋଇଥିଲେ । ମାତ୍ର ଆମେ! ସାଧାରଣ କ୍ରାୟୋଜେନିକ୍ ଇଂଜିନ୍‌ପାଇଁ ରୁଷ୍, ଆମେରିକା ଆଦି ଦେଶ ନିକଟରେ ହାତପାତି ଭିକ୍ଷା ମାଗୁଛୁ । ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନକୌଶଳ ଲାଭପାଇଁ ସେମାନଙ୍କର ସମସ୍ତ ଦାବୀକୁ ମଥାପାତି ସହ୍ୟ କରିନେଉଛୁ । ଯେଉଁ ଦେଶର ଜନସାଧାରଣ “ହିଂସା ପ୍ରଣୋଦିତ ତରବାରୀର ଜୟ, ପ୍ରକୃତ ଜୟ ନୁହେଁ; ସ୍ନେହ ପ୍ରୀତିଦ୍ୱାରା ଯେଉଁ ଜୟ ଲାଭ କରାଯାଏ, ତାହାହିଁ ପ୍ରକୃତ ଜୟ” ଏବଂ ବୁଦ୍ଧଙ୍କ “ଅହିଂସା ପରମ ଧର୍ମ”କୁ ପାଥେୟ କରି ପ୍ରଭୂତ ସଫଳତା ଲାଭ କରିଥିଲେ, ଅହିଂସା ରୂପକୁ ପ୍ରବର୍ତ୍ତନ କରି ସମଗ୍ର ବିଶ୍ୱର ଶ୍ରଦ୍ଧାଭାଜନ ହୋଇଉଠିଥିଲେ, ଅଥଚ ସେହି ଜାତିର ଦାୟାଦ ହୋଇ ଆମେ କିଛି ବର୍ଷ ପରେ ଉନ୍ନତି ନାଁରେ ହାତ ପାତି ଆମେରିକାଠାରୁ ୧୪୪ / ଜାତି, ଜାଗୃତି ଓ ପ୍ରଗତି
ଖାଦ୍ୟ, ଡେନ୍‌ମାର୍କଠାରୁ ପିଇବା ପାଣି, ଗୋବର ଓ ସର୍ବୋପରି ଓଡ଼ିଶା ଭଳି ରାଜ୍ୟର କ୍ଷୁଦ୍ର ଜିଲ୍ଲା ସହ ଆୟତନରେ ତୁଳନୀୟ ସୁଇଜରଲ୍ୟାଣ୍ଡଠାରୁ ଯେତେବେଳେ ସୂତା ମାଗିଲେ, ସେତେବେଳେ ବିଶ୍ୱ ଜନପ୍ରାଣଠାରୁ ସେ ଶ୍ରଦ୍ଧା କୁଆଡ଼େ ଉଭେଇଗଲା ବରଂ ସେ ସ୍ଥଳରେ ଦେଖାଦେଇଥିଲା ଘୃଣା । ଉପାଧି ମିଳିଲା ଆମେ ଭିକାରି ଦେଶର ଲୋକ, ମାଗିଖିଆ । ଏହା ହେଉଛି ବର୍ତ୍ତମାନ ଭାରତର ଜୀବନ, ଭାରତୀୟ ସ୍ୱାଭିମାନ ।

ଆମ ଦେଶକୁ ଗଢ଼ିଥିଲେ ଆମର ମହାମନିଷୀଗଣ । ଭାସ୍କର୍ଯ୍ୟ, ସଂସ୍କୃତି, ସାହିତ୍ୟ, କଳା ସହିତ ଆମ ଦେଶ ଶାସନର ମୂଳ ପ୍ରେରଣା ଥିଲା ଆଧ୍ୟାତ୍ମିକତା । ଆଜି ଯଦି ନୂଆ ସଭ୍ୟତା ଓ ଘୁଣଖିଆ ସମାଜ ଜୀବନ ଭିତରେ କିଛି ପ୍ରାଚୀନ ଶିକ୍ଷା, ମୂଲ୍ୟବୋଧ ବଞ୍ଚିଛି, ସେତକ ସୁରକ୍ଷିତ ରହିଛି ଦେଶର ଅଗଣିତ ଅଶିକ୍ଷିତ ଅପାଠୁଆ ମଣିଷଙ୍କ ନିକଟରେ । ସେମାନେ ହେଉଛନ୍ତି ପଶ୍ଚିମ ଶିକ୍ଷା ବିବର୍ଜିତ ମଣିଷ । ଆମର ଜେଜେ ବାପା, ଜେଜେମା ବରଂ ଆମଠାରୁ ଥିଲେ ଅଧିକ ସ୍ୱାଧୀନଚେତା । ସେମାନଙ୍କ ପ୍ରେରଣା, ଆଦର୍ଶ ହିଁ ସୃଷ୍ଟି କରିଥଲା ଅସଂଖ୍ୟ କ୍ରାନ୍ତିକାରୀ । ନିଜର ଦାବୀ ଓ ଅଧିକାରକୁ ସାବ୍ୟସ୍ତ କରିବାରେ ଏହି ମଳିମୁଣ୍ଡିଆଙ୍କ ଚେଷ୍ଟା ହିଁ ଭାରତବର୍ଷକୁ ଚଖାଇଥିଲା ସ୍ୱାଧୀନତାର ସ୍ୱାଦ, ଯାହାକୁ ଆମେ ନିଷ୍କଣ୍ଟକ ଭାବେ ଭୋଗ କରୁଥିଲେ ମଧ୍ୟ ନିଜ ଦେଶରେ ନିଜେ ପରାଧୀନ ହୋଇ ପଡ଼ିରହିଛୁ । ଅଦୃଶ୍ୟ ଶୃଙ୍ଖଳର ବେଡ଼ିକୁ ଜବରଦସ୍ତ ଆଣି ଆମ ହସ୍ତ ପାଦରେ ବାନ୍ଧି ଦେଉଛୁ । ଅବିଶ୍ୱାସ, ଛଳନା, ଅହଂକାରକୁ ବନ୍ଧୁ ଭାବେ ସ୍ୱୀକାର କରିଛୁ । ପ୍ରମାଣପତ୍ରକୁ ସର୍ବସ୍ୱ ମନେକରି ଅନ୍ୟକୁ ଶୋଷଣ କରୁଛୁ । ଅନ୍ୟର ଶ୍ରମ ସ୍ୱେଦର ବରଦାନରେ ନିଜର ସୌଧ ନିର୍ମାଣ କରୁଛୁ ।

ଗୋରା ସାହେବ ସିନା ବିଦା ହେଲେ, କିନ୍ତୁ ରଖିଗଲେ ସାହେବ ପଣିଆ । କ୍ଷମତା ହସ୍ତାନ୍ତର ପରେ ଗୋଟିଏ ଦଳ ସିନା ଚାଲିଗଲେ, ଆଉ ଗୋଟିଏ ବସିଲେ ଶାସନ ଗାଦିରେ । ବ୍ରିଟିଶ ଶାସନ ଅପରିବର୍ତ୍ତିତ ରହିଲା । ରହିଲା ମଧ୍ୟ ସମସ୍ତ ପ୍ରକାରର ଶୋଷଣ ଯନ୍ତ୍ର, ପୁରୁଣା ବ୍ରିଟିଶ ଆଇନ୍ । ସେମାନଙ୍କ କାଇଦା କଟକଣାର ଗୋଲାମୀ ଗନ୍ଧ । ମା’ ମୁହଁରୁ ପିଲାବେଳରୁ ଶିଖିଥିବା ଭାଷା, ଯାହାଦ୍ୱାରା ନିଜ ମନର ଭାବକୁ ସର୍ବପ୍ରଥମେ ପ୍ରକାଶ କରିଥିଲୁ, ସେ ଭାଷା କହିଲେ ନାକ ଟେକୁ । ଇଂରେଜୀ ଭାଷା ଲେଖିଲେ କିମ୍ବା କଥା କହିବାବେଳେ ଇଂରେଜୀ ଶବ୍ଦଟିଏ ଭକ୍ ଭକ୍ କରି ବାନ୍ତି କରିପକାଇଲେ ଆମେ ଗର୍ବ ଅନୁଭବ କରୁ । ରାଗିଲେ ଯଦି ଇଂରେଜୀ ଗାଳିଟିଏ ପାଟିରେ ନ ପଶିଲା, ତାହେଲେ ଶିକ୍ଷା ବେକାର ହେଲା । ମାତ୍ର ଆମେ ବୁଝିବାକୁ ପ୍ରସ୍ତୁତ ନାହୁଁ ଯେ, ଯାହାକୁ ସଂପୂର୍ଣ୍ଣ ଭାବେ ମୁଣ୍ଡରେ ମୁଣ୍ଡେଇ ବୁଲାଉଛୁ ସେହି ଇଂରେଜୀ ଭାଷାର ନିଜସ୍ୱ ଚେର ନାହିଁ, ଲିପି ନାହିଁ, ଲାଳିତ୍ୟ ନାହିଁ, ଶୁଦ୍ଧ ବ୍ୟାକରଣଟିଏ ମଧ୍ୟ ନାହିଁ । ୟାଠାରୁ, ତା’ଠାରୁ ଧାର କରି ନିଜେ ଇଂରେଜୀ ଭାଷା ଆଜି ବେଶ୍ ପ୍ରତିଷ୍ଠିତ । ଅଥଚ


ଜାତି, ଜାଗୃତି ଓ ପ୍ରଗତି / ୧୪୫
ଆଦିଭାଷା, ଯାହାର ମୂଳପିଣ୍ଡ ଭାରତବର୍ଷର ସ୍ୱର୍ଣ୍ଣିମ ମାଟି, ସେହି ସଂସ୍କୃତ ଓ ଅନ୍ୟାନ୍ୟ ଭାରତୀୟ ଭାଷାକୁ ଭୁଲିଯାଉଛୁ । “ବାଳକ” ଶବ୍ଦ ରୂପ ମୁଖସ୍ଥ ହେଉ ନ ଥିବା ବେଳେ ଗଳଦ୍‌ଘର୍ମ ହୋଇ ‘ଏ ଫର୍ ଆପୁଲ’, ‘ବି ଫର୍ ବ୍ୟାଟ୍’ ମୁଖସ୍ଥ କରିବାରେ ଲାଗିଛୁ । ଏପରିକି ଏ ମାଟିରେ ଜନ୍ମ ହେବା ପରେ ଶିଶୁ ମନର ଦରୋଟି ଓଠରେ ଉଚ୍ଚାରିତ ହୋଇ ଆମ ସମାଜର ପ୍ରତ୍ୟେକଟି ସହ ପରିଚିତ କରାଇଥିବା ମାତୃଭାଷାକୁ ଆମେ ଭୁଲିଯିବାକୁ ଆପ୍ରାଣ ଚେଷ୍ଟା କରୁଛୁ । ବିଦେଶୀ ପାନୀୟ, ବିଦେଶୀ ଖାଦ୍ୟ, ବିଦେଶୀ ପୋଷାକର ସଇତାନୀ ମାୟାରେ ମାତିଛୁ । ଦେହ ଭଳି ଆମର ମନ ଲଙ୍ଗଳା ହେଲାଣି ବୋଲି ନିଜକୁ ସଜେଇବାର ବିଭିନ୍ନ ଉପାୟ ପ୍ରୟୋଗ କରୁଛୁ । କିନ୍ତୁ ଭୁଲିଯାଉଛୁ ଯେ ଭାରତ କେବେ ମଧ୍ୟ ଦେହବାଦୀ ନ ଥିଲା । ଏଠାରେ ଋଷିଟିଏ ଦେହ ମନରେ ପରିଚ୍ଛନ୍ନ ଭାବରେ ଆବୃତ ବୋଲି କୌପିନୀ ଖଣ୍ଡକର ସାହାଯ୍ୟ ନେଇଥାଏ ।

କିନ୍ତୁ ଏ ଦେହବାଦୀ, ଭୋଗର ସଂସ୍କୃତି ଭାରତମାଟିରେ ବେଶୀ ଦିନ ଉଧେଇବ ନାହିଁ । ଏ ମାଟିରେ ଚେର ବିସ୍ତାର କରି ଓହଳ ଲମ୍ବେଇଛି ବହୁ ଶତାବ୍ଦୀ ଧରି ମହାଭାରତୀୟ ସଂସ୍କୃତିର ବଟବୃକ୍ଷ । ତା’ ତଳେ ଆଉ କିଛି ଚାରାର ଚେର ମାଟିକୁ ଧରି ପାରିବ ନାହିଁ । ତଥାପି ମନରେ ଆଶା ଅଛି-ଏ ଅଦିନଆ ବର୍ଷାରେ ଗଜୁରୁଥିବା ଅନାବନା ଗଛ ‘ଚେତନାର ସୂର୍ଯ୍ୟ ତାପ’ରେ ଜଳିଯିବ । ଏ ଚେତନାର ସୂର୍ଯ୍ୟ ଉଇଁବ ଆମର ପରବର୍ତ୍ତୀ ପିଢ଼ିର ଭାବନା ଓ ସଂକଳ୍ପରେ । କାରଣ ଆମେ ଯେ ସାଂସ୍କୃତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନେଇ ଚିନ୍ତିତ ଓ ସଚେତନ ଏବଂ ଏହା ସୂଚାଇ ଦେଉଛି ନିଶ୍ଚିତ ଭାବେ ନିକଟ ଭବିଷ୍ୟତରେ ଏକ ସୁସ୍ଥ ସଂହତି ଧାରାର ଅଭ୍ୟୁଦୟ ଘଟିବ । ଦୁର୍ନୀତି ଓ ଶୋଷଣର ଗନ୍ତାଘର ସାଜିଥିବା ଭାରତବର୍ଷର ଶାସକମାନେ ଶୋଷକରେ ରୂପାନ୍ତରୀତ ହୋଇଥିବା ରକ୍ତପାୟୀ ଲୋକମାନଙ୍କଠାରୁ ନିଜକୁ ରକ୍ଷା କରିବା, ତଥା ଦେଶର ମହାନ୍ ପରମ୍ପରାକୁ ଉଜ୍ଜିବୀତ କରିବାପାଇଁ ଯେ ଆଉ ଗୋଟିଏ ସଂଗ୍ରାମ ନିହାତି ଆବଶ୍ୟକ ତାହା ଯେ କେହି ସ୍ୱାଧୀନଚେତା ବ୍ୟକ୍ତି ମତବ୍ୟକ୍ତ କରିପାରିବ । କିନ୍ତୁ ଯେଉଁ ସ୍ୱାଧୀନତାର ଆହ୍ୱାନ ଘନ ଝଙ୍କାର ହେବ ଭାରତବର୍ଷରେ, ତାହା କୌଣସି ବିଦେଶୀ ବିରୁଦ୍ଧରେ ନୁହଁ ବରଂ ସ୍ୱଦେଶୀର ପରସ୍ୱାପହରଣକାରୀ, ସ୍ୱାର୍ଥଲେହନକାରୀ ତଥା ଅପସଂସ୍କୃତରି ବାହକ ଭାରତୀୟଙ୍କ ବିରୁଦ୍ଧରେ । ଯଦ୍ୱାରା ପୁଣିଥରେ ପ୍ରତଷ୍ଠା ହୋଇପାରିବ ବାପୁଙ୍କ ସ୍ୱପ୍ନର ରାମ ରାଜ୍ୟ, ଯେଉଁ ରାଜ୍ୟରେ ନ ଥିବ ଜାତି ଧର୍ମ ବର୍ଣ୍ଣକୁ ନେଇ ହିଂସା, ଦ୍ୱେଷ; ବରଂ ଥିବ ସମସ୍ତ ଭାବନାର ଊର୍ଦ୍ଧରେ ଏକ ମଣିଷ ପଣିଆ । ଏଣୁ ଏହି ମଣିଷ ପଣିଆର ଆଗମନପାଇଁ ଯେ, ଗଣତନ୍ତ୍ର ଦିବସ ପାଳନର ଅବସରରେ ଆଉ ଏକ ସଂଗ୍ରାମପାଇଁ ଶପଥ ନେବାକୁ ପଡିବ, ତାହା ଅନସ୍ୱୀକାର୍ଯ୍ୟ ଏବଂ ତାହା ନିଶ୍ଚିତ ଭାବରେ ଘଟିବ ।


୧୪୬ / ଜାତି, ଜାଗୃତି ଓ ପ୍ରଗତି

ହେଲେ ବିଶାଳ ସଂଘୀୟ ଭାରତବର୍ଷର ଏକ ଐତିହଶାଳୀ ସଦସ୍ୟ ଓଡ଼ିଶା? ୭୨ ବର୍ଷର ସ୍ୱତନ୍ତ୍ର ପ୍ରଦେଶ, ୬୧ବର୍ଷର ସ୍ୱାଧୀନତା, ୫୯ବର୍ଷର ଗଣତାନ୍ତ୍ରିକ ଶାସନ ପଦ୍ଧତି ହାସଲ କରିସାରିବା ପରେ ଓଡ଼ିଶାଭଳି ସମୃଦ୍ଧଶାଳୀ ମାଟି, ଆଉ ଓଡ଼ିଆଭଳି ସ୍ୱାଭିମାନୀ ଜାତିର ଅବସ୍ଥା କିଭଳି ରହିବ; ତାହା ମଧ୍ୟ ଆମେ ପ୍ରତ୍ୟେକ ଓଡ଼ିଆ ଚିନ୍ତା କରିବାର ସମୟ ଆସି ପହଞ୍ଚିଛି । ଭାରତ ଗଣରାଜ୍ୟଗୁଡକର ଉନ୍ନତି ହେଉ, ଭାରତର ପ୍ରତ୍ୟେକ ବ୍ୟକ୍ତି ରୁଚିଶୀଳ ଓ ସମ୍ଭ୍ରାନ୍ତ ହୁଅନ୍ତୁ, ପ୍ରତ୍ୟେକ ରାଜ୍ୟ ମଧ୍ୟ ବିକଶିତ ହେଉ- ଏହା ଆମର କାମ୍ୟ, ଯାହା ଦୀର୍ଘ ୬୦ବର୍ଷ ଧରି ରହି ଆସିଛି । ମାତ୍ର ଏହି ମହାଭାରତୀୟ ଚେତନା ଭିତରେ ମଜ୍ଜି ରହି ଆମେ ଓଡ଼ିଶାବାସୀ ନିଜ ମାଟି, ନିଜ ଭାଷା, ନିଜ ସଂସ୍କୃତିର ବିକାଶକୁ ଭୁଲିଯାଉଛେ । ଭାରତର ଦାରିଦ୍ର୍ୟ କଥା କହିବାବେଳେ, ଓଡ଼ିଶାର ଦାରିଦ୍ର୍ୟ ତଥା ଏହାର କାରଣ ଓ ନିରାକରଣ ସଂପର୍କରେ କହିବାକୁ ଭୁଲିଯାଉଛୁ । ଭାରତର ଅର୍ଥନୀତି ଓ ଶିଳ୍ପର ବିକାଶ କଥା କହିବାବେଳେ, ଆମ ମାଟି ତଳେ ଗଚ୍ଛିତ ପ୍ରଚୁର ଖଣିଜ ପଦାର୍ଥର ସୁବିନିଯୋଗ କିମ୍ବା ଆମ ରାଜ୍ୟର ଦୁର୍ବଳ ଅର୍ଥନୈତିକ ସ୍ଥିତି ସଂପର୍କରେ ଚିନ୍ତା କରିବାକୁ ସଂକୋଚ ମନେ କରୁଛୁ । ଭାରତୀୟ ଶିଳ୍ପର ବିକାଶପାଇଁ ଅନ୍ୟ ରାଜ୍ୟରେ ଗଢ଼ି ଉଠୁଥିବା ଶିଳ୍ପ ସଂସ୍ଥାକୁ ବିୁଦ୍ୟୁତ୍, ଖଣିଜ ପଦାର୍ଥ, ଜାଳେଣି, ଆଉ ଜଳକୁ ବିନା ମୂଲ୍ୟରେ ବାଣ୍ଟି ଦେଉଛୁ । ଅଥଚ ଓଡ଼ିଶାର ବିକାଶପାଇଁ ଏ ସବୁକୁ ବିନିଯୋଗ କରିବାକୁ ଆମେମାନେ ଭୁଲିଯାଉଛୁ । ଏହାଠାରୁ ବଳି ଦୁଃଖର କଥା ହେଲା ଯେ, ଓଡ଼ିଶା ଏକ କଙ୍କଡ଼ା, ଗୋଡ଼ଟଣା ଜାତି କହି ନିଜକୁ ଭର୍ତ୍ସିିତ କରି ଆତ୍ମସନ୍ତୋଷ ପାଉଛୁ ଓ ଗରିବୀ ହେଉଛି ଓଡ଼ିଆଙ୍କ ଭାଗ୍ୟର ଫଳ କହି କର୍ମଫଳପ୍ରାପ୍ତି ରାସ୍ତାକୁ ବନ୍ଦ କରିଦେଉଛୁ ।

ତେଣୁ ଏଭଳି ସ୍ଥଳେ ଆମେ କ’ଣ ଆମ ମାଟିମା’ର ସଂପୂର୍ଣ୍ଣ ବିକାଶ ଆଶା କରିପାରିବା ନାହିଁ? ଆମେ କ’ଣ ସୁଖ, ଶାନ୍ତି, ସଦିଚ୍ଛା, ସ୍ୱାଭିମାନର ସହ ଆଉଥରେ ଠିଆ ହୋଇପାରିବା ନାହିଁ? କଥା ବଳରେ କର୍ମକୁ ଗୁରୁତ୍ୱ ଦେବାକୁ ଆମ ଓଡ଼ିଶାମାଟିରେ କାର୍ଯ୍ୟକାରୀ କରିପାରିବା ନାହିଁ? ଆମେ କ’ଣ କେବଳ ପ୍ରକୃତିର ଆଶୀର୍ବାଦକୁ ଅଭିଶାପରେ ପରିଣତ କରି ଏହିଭଳି ହତଭାଗ୍ୟର କଳଙ୍କିତ ବୋଝ ମୁଣ୍ଡାଇ ଚାଲିଥିବା?

ଏତେ ସବୁ ପ୍ରଶ୍ନ ଭିତରେ ଆମର କେବଳ ଗୋଟିଏ ମାତ୍ର ଉତ୍ତର ହେବା ଉଚିତ୍ । ତାହା ହେଉଛି- ଆମେ ପାରିବା, ହଁ ଆମେ ନିଶ୍ଚିତ ପାରିବା ।

                         ***

ଜାତି, ଜାଗୃତି ଓ ପ୍ରଗତି / ୧୪୭

ବ୍ୟକ୍ତିତ୍ୱ ହତ୍ୟା

“ଜଣେ ମଣିଷ ଭିତରେ ଥିବା ମହାନତାକୁ ତୁମେ ଯଦି ହତ୍ୟା କରିବାକୁ ଚାହୁଁଛ, ତେବେ ସେ ଆବଶ୍ୟକ କରୁଥିବା ଜିନିଷପତ୍ର ତାକୁ ଦେଇଚାଲ । ଖୁବ୍ ଶୀଘ୍ର ସେ ତୁମର କ୍ରୀତଦାସ ପାଲଟିଯିବ ।” ଉକ୍ତ ସଂଳାପଟି ଆଫ୍ରିକା ମହାଦେଶର ଏକ ଛୋଟିଆ ରାଷ୍ଟ୍ର ସେନେଗାଲ ଚଳଚ୍ଚିତ୍ର ‘ଗେଲ୍ୱାର’ର ନାୟକଦ୍ୱାରା କଥିତ । ଦୁର୍ଭିକ୍ଷ ପ୍ରପୀଡ଼ିତ ସ୍ୱାଧୀନ ରାଷ୍ଟ୍ର ସେନେଗାଲକୁ ଆମେରିକା, ଜାପାନ, ଫ୍ରାନ୍ସ ଆଦି ବିଦେଶୀରାଷ୍ଟ୍ର ଖାଦ୍ୟ ସହାୟତା ପ୍ରଦାନ ମାଧ୍ୟମରେ ଆଧିପତ୍ୟ ବିସ୍ତାର କରି କିପରି ନିଜ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ କରାଇ ସେନେଗାଲର ସାର୍ବଭୌମତ୍ୱକୁ ଧୀରେ ଧୀରେ ନଷ୍ଟ କରିଦେଉଛନ୍ତି, ତାହା ହିଁ ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟ । ବିଦେଶୀ ସାହାଯ୍ୟକୁ ପ୍ରତ୍ୟାଖାନ କରି ନାୟକ ଗେଲ୍ୱାର କହିଛି- “ଆମର ମରୁଡ଼ି, ଦୁର୍ଭିକ୍ଷ, ଅସୁସ୍ଥିକୁ ବିଦେଶୀ ଅନୁଦାନ ଦୂର କରିପାରିବ ନାହିଁ । ଆମର ଯତ୍ନ ନେବାକୁ ଆମେ ଅନ୍ୟ ଏକ ସମାଜକୁ ଅନୁମତି ଦେଇପାରିବା ନାହିଁ...ଆମ ନେତାମାନେ ଭିକାରି ହୋଇଗଲେଣି... ଆମେ କ’ଣ ଆମ ପିଲାମାନଙ୍କୁ ଏହିପରି ଏକ ଆଫ୍ରିକାରେ ଛାଡ଼ି ଚାଲିଯିବା; ଯେଉଁମାନେ କେବଳ ନିଜ ପେଟ ପୋଷିବାପାଇଁ ଅନ୍ୟ ଉପରେ ନିର୍ଭର କରିବେ ?”

ଏହି ପରିପ୍ରେକ୍ଷୀରେ ଆମେ ଆମ ରାଜ୍ୟ ଓଡ଼ିଶା କଥା ଚିନ୍ତା କରିବା । ମୁଷ୍ଟିମେୟ ଧନୀକ ଶୃଗାଳଙ୍କୁ ନେଇ ବିକଶିତ ରାଷ୍ଟ୍ରଭାବେ ଠିଆହେବାକୁ ଚେଷ୍ଟା କରୁଥିବା ତଥା ଧର୍ମାନ୍ଧତା, ନିରକ୍ଷରତାରେ ପୂର୍ଣ୍ଣ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ଏକ ଛୋଟିଆ ରାଜ୍ୟ ହେଉଛି ଓଡ଼ିଶା । କେଉଁ ଅନାଦିକାଳରୁ ଏହା ଗଙ୍ଗାରୁ ଗୋାବରୀ ଏବଂ ନର୍ମଦା ଆଦି ନ‌ଦୀଦ୍ୱାରା ସୀମାବଦ୍ଧ ହୋଇଥିବାବେଳେ, ନିଜର ଅପାରଗ ବଂଶଧରଙ୍କ ଯୋଗୁଁ ପରବର୍ତ୍ତୀ କାଳରେ ପରାଧୀନ ହୋଇ ଖଣ୍ଡବିଖଣ୍ଡିତ ହେବାପରେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଓଡ଼ିଶା ଅଞ୍ଚଳ ପୁନର୍ଗଠନ ନାମରେ ଆମେ ଏକ ବୃହତ୍ ଲାଞ୍ଜ ଥାଇ ମୁହଁ


୧୪୮ / ଜାତି, ଜାଗୃତି ଓ ପ୍ରଗତି
ଖୋଲାଥିବା ଏକ ସମୁଦ୍ରଘୋଟକ ରୂପରେ ଓଡ଼ିଶା ନାମକ ରାଜ୍ୟକୁ ଫେରିପାଇଛୁ । ତଥାପି ଏହି ସୀମିତ ଅଞ୍ଚଳରେ ପ୍ରକୃତି ସବୁକିଛି ଭରିଦେଇଛି ତା’ର ଭବିଷ୍ୟତ ବଂଶଧରଙ୍କପାଇଁ । ଅଥଚ ଏହି ବଂଶଧରଙ୍କର ଶାସନରେ କୁପରିଚାଳନା ଯୋଗୁଁ ପୁଣି ଥରେ ନିଜର ନିଜତ୍ୱକୁ ହରାଇବାକୁ ବସିଛି ଆମର ଏହି ପବିତ୍ର ଓଡ଼ିଶାମାଟି- ଠିକ୍ ଆଫ୍ରିକାର ସେନେଗାଲ ରାଷ୍ଟ୍ରପରି । ଦୀର୍ଘ ତିନି ଦଶନ୍ଧି ଧରି ଦାରିଦ୍ର୍ୟର ପରିଚୟ ବହନ କରିଥିବା ଓଡ଼ିଶା ଆଜି ଅନ୍ୟ ରାଷ୍ଟ୍ରର ବୁଦ୍ଧି, ବିବେକ, ଶିଳ୍ପ ଉପରେ ନିର୍ଭର କରୁଥିବାବେଳେ, ଖାଦ୍ୟପାଇଁ ଧୀରେ ଧୀରେ ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପଡୁଛି । ଅର୍ଥାତ୍ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ, ଜାଲଭଳି ବିଚ୍ଛୁରିତ ନ‌ଦୀନାଳପୂର୍ଣ୍ଣ ଜଳସଂପଦ ଏବଂ କଠୋର ପରିଶମ୍ରୀ ମାନବସମ୍ବଳ ସହିତ କୃଷି, ଶିଳ୍ପ, ବାଣିଜ୍ୟର ପ୍ରଚୁର ଭିତ୍ତିଭୂମି ଥିବାବେଳେ; ଏହାର ଉପଯୁକ୍ତ ବିନିଯୋଗ ହେବାରେ ଆନ୍ତରିକତା ନ ଥିବାରୁ ଆଜି ଓଡ଼ିଆପୁଅ ନିଜ ପେଟପୋଷିବାପାଇଁ ଭିକ୍ଷା ମାଗିବା ଭଳି ବିଭିନ୍ନ ଉପାୟ ଅବଲମ୍ବନ କରିବା ସହିତ; ଅତୀତର ଶୌର୍ଯ୍ୟାମୟୀ ଅବଗୁଣ୍ଠନବତୀ ଓଡ଼ିଆ କିଶୋରୀ ତରୁଣୀ ଆଜି ସହସ୍ରଶଯ୍ୟାର ନାୟିକା ପାଲଟିବାକୁ ତିଳେହେଲେ କୁଣ୍ଠାବୋଧ କରୁନାହିଁ ।

କାହିଁକି ଆଜି ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି?

ପ୍ରକୃତି ରାଜ୍ୟର ଗନ୍ତାଘର ରୂପେ ପରିଚିତ ଓଡ଼ିଶା ନାମକ ଏହି ଭୂଖଣ୍ଡଟି ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପରଠାରୁ ଅନ୍ୟମାନଙ୍କ ନିକଟରେ ଯେକୌଣସି କାର୍ଯ୍ୟକାରଣପାଇଁ ହାତପାତି ଭିକ୍ଷା ମାଗୁଥିବାବେଳେ, ଏକବିଂଶ ଶତାବ୍ଦୀର ବିଶ୍ୱ ଅଧିବାସୀ ଯେତେବେଳେ ଅନ୍ତରୀକ୍ଷରେ ବାସ କରିବାର ପରିକଳ୍ପନା କରୁଛନ୍ତି, ସେତେବେଳେ ଏ ଭୂଖଣ୍ଡ ନିଜ ବକ୍ଷରେ ଧାରଣ କରିଥିବା ଅଯୋଗ୍ୟ ସନ୍ତାନଗଣଙ୍କ ଉଦର ପୂରଣପାଇଁ ବିଦେଶୀ ଶିଳ୍ପପତିଙ୍କ ନିକଟରେ ଦେହଦାନ କରିବାକୁ ବାଧ୍ୟ ହେଉଛି । ନିଜର ଅତଳ ଭୂଗର୍ଭରେ ଗଚ୍ଛିତ କରି ରଖିଥିବା ୬୯ ପ୍ରକାରର ଖଣିଜଦ୍ରବ୍ୟ ଲୋଭରେ ବିଶ୍ୱର ବୃହତ୍ ଶିଳ୍ପଗୋଷ୍ଠୀଗଣ ଏହି ଭୂଖଣ୍ଡରୁ କ୍ଷୁଧା, ଦାରିଦ୍ର୍ୟ, ନିରକ୍ଷରତା ଦୂର କରିବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ଏହାକୁ ଲୁଣ୍ଠନ କରିବାର କଳା, କୌଶଳ ଆରମ୍ଭ କରିସାରିଲେଣି । ଆମର ଲୋକପ୍ରତିନିଧିଗଣ ଏମାନଙ୍କ ପ୍ରଦତ୍ତ ବିଭିନ୍ନ ଲୋଭନୀୟ ପ୍ରସ୍ତାବବ୍ୱାରା କବଳିତ ହୋଇସାରିଥିବାବେଳେ, ଏବେ ସାଧାରଣ ଜନତାଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ଉପାୟ ଖଞ୍ଜିବାରେ ଏମାନେ ବ୍ୟସ୍ତ । ପ୍ରଗତିର ଚକ ଗଡ଼ାଇ ଏହି ରାଜ୍ୟ ଓ ରାଜ୍ୟବାସୀଙ୍କୁ ଧନୀ କରିବାର ସ୍ୱପ୍ନ ମଧ୍ୟରେ ଯେଉଁ ଶିଳ୍ପ ସ୍ଥାପନ କରାଯିବାର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି, ତାହା କେତେକ ଦଲାଲ ଓ ଶିଳ୍ପପତିଙ୍କୁ ଧନୀ କରାଇବାରେ ସାହାଯ୍ୟ କରିପାରେ; ମାତ୍ର ଓଡ଼ିଶାବାସୀଙ୍କୁ ସ୍ୱାବଲମ୍ବୀ କରାଇବାର କୌଣସି ଭିତ୍ତିଭୂମି ପ୍ରସ୍ତୁତ କରାଇପାରିବନାହିଁ । ବରଂ ଅଭାବ ଅନଟନ ମଧ୍ୟରେ ବି ଶାନ୍ତିରେ ନିଶ୍ୱାସ ମାରିପାରୁଥିବା ସରଳ ଅଥଚ ଜାତି, ଜାଗୃତି ଓ ପ୍ରଗତି/ ୧୪୯
ନିରୀହ ଗ୍ରାମବାସୀଟି ଆଧୁନିକ ଅର୍ଥନୀତିର କୁଟିଳ ଚକ୍ରବ୍ୟୁହରେ ପେଶିହୋଇ ଜୀବନର ମୂଲ୍ୟବାନ ସମୟତକ ଅର୍ଥ ପଛରେ ଗୋଡ଼ାଇ ନଷ୍ଟ କରୁଛି ସିନା, ଅର୍ଥକୁ ନେଇ ପୂର୍ବର ସେହି ଶାନ୍ତିମୟ ଜୀବନଯାପନକୁ ଆଉ ପାଇପାରୁନାହିଁ । ଅନ୍ୟପକ୍ଷରେ ତାଳତମାଳ ଘେରା ଶାନ୍ତ ସବୁଜିମା ଗ୍ରାମ୍ୟ ସଂସ୍କୃତି ଲୋପପାଇ କାରଖାନାଭିତ୍ତିକ ଯେଉଁ ନୂଆ ସହର ଗଢ଼ି ଉଠିଛି, ସେହି ସହର ମଧ୍ୟରେ ବିଳସିତ ଜୀବନଚର୍ଯ୍ୟାକୁ କେବଳ ବାହାରୁ ଆସିଥିବା ଧନୀକବର୍ଗ ଉପଭୋଗ କରୁଥବାବେଳେ ସେହି ଅଞ୍ଚଳର ମୂଳ ଅଧିବାସୀ ବସ୍ତିଜୀବନକୁ ଆଦରିବାର ଆଉ ଏକ ଘୃଣ୍ୟ ପଦ୍ଧତିକୁ ଆପଣେଇ ନେବାକୁ ବାଧ୍ୟ ହେଉଛ’ନ୍ତି । ପୂର୍ବର ସେହି ଅଭାବ ଅନଟନ ସହିତ ଏବେ ଅସ୍ୱାସ୍ଥ୍ୟକର ପରିବେଶ, ଦୂଷିତ ପାଣି ଓ ପବନ ଯୋଗୁଁ ନୂଆ ନୂଆ ରୋଗ ଭଳି ଆଉ ଏକ ଦୁଃଖ ସମସ୍ୟାକୁ ଗ୍ରହଣ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି । ଏଥିସହିତ ବାହାର ରାଜ୍ୟର କୁଶଳୀ ଓ ଅଣକୁଶଳୀ ବ୍ୟକ୍ତିଙ୍କ ଅବାରିତ ଆଗମନ ଯୋଗୁଁ ସେମାନଙ୍କର ସାମାଜିକ ଚଳଣୀ ଓ ଭାଷା ସଂସ୍କୃତିର ଆଗମନ‌ଦ୍ୱାରା ଏହି ଅଞ୍ଚଳରେ ପୂର୍ବରୁ ପ୍ରଚଳିତ ପରମ୍ପରା, ସଂସ୍କୃତି ଓ ଭାଷା ଲୋପପାଇ ଏଠାରେ ଏକ ମିଶ୍ର ସଂସ୍କୃତିର ଆବିର୍ଭାବ ଘଟି ସାମାଜିକ ସଂକଟ ସୃଷ୍ଟି କରୁଛି ।

ଦୃଷ୍ଟାନ୍ତ ରୂପେ ବର୍ତ୍ତମାନ ଓଡ଼ିଶାରେ ମହାସମାରୋହରେ ପାଳିତ ହେଉଥିବା ତିନିଟି ଉତ୍ସବ-କାଉଡ଼ିଙ୍କଦ୍ୱାରା ଜଳାଭିଷେକ, ଧନ୍‌ତରାସ ଓ ଛଟ୍‌ପୂଜାକୁ ନିଆଯାଇପାରେ । ପ୍ରଥମ ଦୁଇଟି ଉତ୍ସବ ଓଡ଼ିଶାର ବ୍ୟବସାୟକୁ ଏକଚାଟିଆ ଭାବରେ କବଳିତ କରିଥିବା ମାରୱାଡିମାନଙ୍କ ବାଣିଜ୍ୟିକ ମଗଜରୁ ବାହାରି ଧର୍ମ ଓ ଧନବୃଦ୍ଧି ନାମରେ ସରଳ, ନିରୀହ ଧର୍ମଭୀରୁ ଓଡ଼ିଆଙ୍କୁ ବୋକା ବନାଇ ନିଜର ଧନବୃଦ୍ଧି କରିବାରେ ଉଦ୍ଦିଷ୍ଟ ଥିବାବେଳେ; ଛଟ୍‌ପୂଜା ହେଉଛି ବିହାରୀ ସାମାଜିକ ପରମ୍ପରାର ଏକ ଅଂଶବିଶେଷ । ରାଉରକେଲାର ଲୌହ ଇସ୍ପାତ୍ କାରଖାନା ଗଠିତ ହେବାପରେ ଓଡ଼ିଶା ମାଟିକୁ ସଂଖ୍ୟାଧିକ ବିହାରୀଙ୍କ ଆଗମନ ଓ ଏହି ଭୂଖଣ୍ଡକୁ କବଳିତ କରିବାପରେ ଏହି ଉତ୍ସବ ବ୍ୟାପକ ରୂପେ ରାଉରକେଲା ସହର ମଧ୍ୟରେ ବିଗତ କିଛିବର୍ଷ ଧରି ସୀମାବଦ୍ଧ ହୋଇ ରହିଥିଲା । ମାତ୍ର ଏବେ ବିହାରର ଅପରାଧୀ, ବିହାରୀ ଶ୍ରମିକ ଓ ରେଳବାଇଦ୍ୱାରା ବିହାରୀଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ ଫଳରେ କଟକ-ଭୁବନେଶ୍ୱର ଭଳି ଓଡ଼ିଶାର କେନ୍ଦ୍ରସ୍ଥଳରେ ଏମାନଙ୍କର ଆଶାତୀତ ସଂଖ୍ୟାବୃଦ୍ଧି ଯୋଗୁଁ ଏ ବର୍ଷ ମହାନ‌ଦୀ, କାଠଯୋଡ଼ି, କୂଆଖାଇ ନ‌ଦୀକୂଳରେ ଛଟ୍‌ପୂଜାପାଇଁ ଯେଉଁ ବିପୁଳ ଜନସମାଗମ ହୋଇଥିଲା, ତାହା ଆମର କାର୍ତ୍ତକ ମାସର ଡଙ୍ଗାଭସା ଉତ୍ସବକୁ ମଧ୍ୟ ମଳିନ କରିଦେଇଛି ।

ଅନ୍ୟପକ୍ଷରେ ଓଡ଼ିଶା କୃଷି ସଭ୍ୟତାର ପାରମ୍ପରିକ ଓଷା ବା ପର୍ବପର୍ବାଣୀ ଯଥାପଣାସଂକ୍ରାନ୍ତି, ରଜ, ଅକ୍ଷୟତୃତୀୟା, ପ୍ରଥମାଷ୍ଟମୀ, ଦୂତୀଆ ଓଷା, କାର୍ତ୍ତିକ ପୂଣ୍ଣିମାର ଡଙ୍ଗାଭସା


୧୫୦ / ଜାତି, ଜାଗୃତି ଓ ପ୍ରଗତି
ଏବଂ କୁମାରପୂର୍ଣ୍ଣିମା ଭଳି ଓଡ଼ିଆ ଜନଜୀବନରେ ସର୍ବତ୍ର ପ୍ରଚଳିତ ଏହି ଉତ୍ସବ ପାଳନ ପ୍ରତି ଆଗଭଳି ଆଉ ଆମଠାରେ ଉତ୍ସାହ, ଉଦ୍ଦୀପନା ଓ ଆଗ୍ରହ ନାହିଁ । ଏହିସବୁ ଉତ୍ସବ କେବଳ ପରିବାରର ବୟସ୍କ ସଦସ୍ୟଙ୍କ ମଧ୍ୟରେ ସୀମିତ ହୋଇ ରହିଛି । ଏମାନଙ୍କ ଅନ୍ତେ ଏହି ପରମ୍ପରାର ମଙ୍ଗ ଧରିବାକୁ ଆଜିର ଓଡ଼ିଆଣୀ ନାରାଜ । ବାରମାସରେ ତେରପର୍ବ ପାଳନ କରୁଥିବା ଏ ଜାତି ଆଜି ନିଜ ପରମ୍ପରାକୁ ତ୍ୟାଗ କରି ଅନ୍ୟ ପରମ୍ପରା ପ୍ରତି ଆଗ୍ରହୀ ହେବା ପଛରେ ଯେଉଁ ମାନସିକତା ସୃଷ୍ଟି ହେଉଛି, ତାହା କେବଳ ନିଜ ଜାତିପ୍ରୀତି ନଥିବା ଯୋଗୁଁ, ନିଜ ଜାତିପ୍ରତି ହୀନମନ୍ୟତା ସୃଷ୍ଟି ହେବା ଯୋଗୁଁ, ତଥା ଅନ୍ୟ ଭାଷାଭାଷୀଙ୍କ ବିପୁଳ ଆଗମନ ଯୋଗୁଁ । ଆମ ଓଡ଼ିଆଣୀମାନେ ବୁଝିପାରୁନାହାନ୍ତି ଯେ, ସେମାନେ ସ୍ୱାମୀ, ସନ୍ତାନର ମଙ୍ଗଳକାମନାପାଇଁ ଭାଦ୍ରବ ମାସରେ ଯେଉଁ ଦୂତୀଆ ଓଷା ପାଳନ କରିଥାନ୍ତି, ତାହାର ଭିନ୍ନ ରୂପ ହିଁ ହେଉଛି ବିହାରୀ ଛଟ୍‌ପୂଜା ।

ଯେଉଁ ଓଡ଼ିଆ ଜାତିର ଇତିହାସ ଧଉଳି, ଜଉଗଡ଼, ହାତୀଗୁମ୍ଫା ଓ ପାକିସ୍ତାନର ସାହେବାଜଗଡ଼ି, ମାନସହେରାଠାରେ ଆବିଷ୍କୃତ ବିଶାଳ ପଥର ଦେହରେ ନିହାଣମୁନରେ ଖୋଦେଇ ହୋଇରହିଛି ମାନସପଟରୁ ଲିଭି ନ ଯିବାପାଇଁ; ଯେଉଁ ଜାତିର ସଂସ୍କୃତି ଓ ପରମ୍ପରା, ସାହିତ୍ୟ ମଧ୍ୟରେ ଲିପିବଦ୍ଧ ହୋଇ ଅନନ୍ତକାଳପାଇଁ ଜାତୀୟ ଜୀବନକୁ ପ୍ରଭାବିତ କରିବାରେ ସଫଳ ହୋଇଛି; ଆଜି ସେହି ଜାତିରେ ସୃଷ୍ଟି ହୋଇଛି ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସଂକଟ । ଅର୍ଥନୈତିକ ସ୍ୱାଧୀନତା ନ ଥିବାରୁ ଏହି ଇତିହାସ ଚର୍ଚ୍ଚିତ ଜାତି ପାଲଟି ଯାଇଛି ଅନ୍ୟର ସାମାଜିକ ଓ ସାଂସ୍କୃତିକ କ୍ରୀତଦାସ । ପୁଣି ଅନ୍ୟପକ୍ଷରେ ସୁଦୃଢ଼ ଅର୍ଥନୈତିକ ଭିତ୍ତିଭୂମି ନ ଥିବାରୁ ଏଠାରେ ଯେଉଁ ଗରିବୀ ଦେଖାଦେଇଛି, ତାହା ଫଳରେ ଆଜି ଶିକ୍ଷିତ ଓଡ଼ିଆ ଝିଅଟିଏ ନିଜର ତଥା ପରିବାରର ଆର୍ଥିକ ବୋଝରୁ ସାମଗ୍ରିକ ମୁକ୍ତିପାଇଁ ନିଜ ଇଚ୍ଛା ବିରୁଦ୍ଧରେ ବାଧ୍ୟ ହେଉଛି କେଉଁ ଏକ ଅଜଣା ପୁରୁଷର ଶଯ୍ୟାସଙ୍ଗିନୀ ହେବାକୁ । ଅର୍ଥର ପ୍ରଲୋଭନରେ ଶିକାର ହେଉଥିବା ଏହି ଶିକ୍ଷିତା ଦୁହିତାଗଣଙ୍କ ଏଭଳି ନୀତିହୀନ କାର୍ଯ୍ୟକୁ ଆମର ଗଣମାଧ୍ୟମଗୁଡ଼ିକ ବହୁଳ ପ୍ରଚାର କରି କିଶୋରୀକନ୍ୟାଙ୍କ ଚାରିତ୍ରିକ ସ୍ଖଳନ ବୋଲି ସୂଚାଇବାକୁ ତିଳେହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ଅଥଚ ଏହା ପଛରେ ଯେଉଁ ଅସହାୟତା ଭରି ରହିଛି, ତାହା ଅନ୍ୱେଷଣ କରିବାକୁ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ନିର୍ଦ୍ଧିଷ୍ଟ ବାଟ ଦେଖାଇବାକୁ ଏମାନଙ୍କ ନିକଟରେ ସମୟ ନାହିଁ । ଏହି ଗଣମାଧ୍ୟମଗୁଡ଼ିକ ଭୁଲି ଯାଉଛନ୍ତି ଯେ, ସେମାନଙ୍କଦ୍ୱାରା ବହୁଳ ଭାବରେ ବିଜ୍ଞାପିତ ବିଭିନ୍ନ ପ୍ରସାଧାନ ସାମଗ୍ରୀ ତଥା ବସ୍ତୁବାଦୀ ଉପଭୋଗ୍ୟ ଦୁନିଅାଁର ଝିଲିମିଲି ଆଲୁଅରେ ଆକର୍ଷିତା ଏହି ଅନୁଢ଼ା କିଶୋରୀଗଣ ନିଜର ସାମୟିକ ଆବଶ୍ୟକ


ଜାତି, ଜାଗୃତି ଓ ପ୍ରଗତି / ୧୫୧
ମେଣ୍ଟାଇବାପାଇଁ ପିତାମାତାଙ୍କ ନିକଟରେ ହାତ ପତାଇବା ଅପେକ୍ଷା, ନିଜର ପୁରୁଷବନ୍ଧୁ କିମ୍ବା ଦେହ ବ୍ୟବସାୟ ଦଲାଲଙ୍କ ସହଯୋଗ ନେବାକୁ ଶ୍ରେୟ ମଣୁଛନ୍ତି । ପୁଣି ଅନ୍ୟ ପକ୍ଷରେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଅନେକ ପରିବାରର ଏହି କିଶୋରୀଗଣ କିଛି କାମଧନ୍ଦାରେ ନିଜକୁ ନିୟୋଜିତ କରିବାକୁ ଯାଇ ମଧ୍ୟ ପୁରୁଷ କାମନାର ଶିକାର ହେଉଛନ୍ତି । ବିଶେଷକରି ଆମ ରାଜ୍ୟର ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଜିଲ୍ଲାରୁ ଦିଲ୍ଲୀ, କଲିକତା, ମୁମ୍ବାଇ, ବାଙ୍ଗାଲୁର ଆଦି ସହରରେ ଘରୋଇ କାମରେ ନିୟୋଜିତ ହେଉଥିବା କିଶୋରୀଗଣ ହେଉଛନ୍ତି ଏହି ଶ୍ରେଣୀର । ତେବେ ଆମ ଓଡ଼ିଶାର ଯେକୌଣସି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷିତା କିଶୋରୀଗଣ ଆଜି ଏହି ପରମ୍ପରାରେ ନିଜ ଅଲକ୍ଷ୍ୟରେ ସାମିଲ ହୋଇଯାଉଛନ୍ତି ।

ଠିକ୍ ସେହିଭଳି ଆଉ ଏକ କୁପରମ୍ପରା ଓଡ଼ିଆ ଜନଜୀବନରେ ଦେଖାଦେଇଛି ଆଜିକୁ ୧୪୦ ବର୍ଷ ପୂର୍ବେ ଓଡ଼ିଶାରେ ଘଟିଥିବା ନଅଙ୍କ ଦୁର୍ଭିକ୍ଷ ବେଳେ ଘରେ ଖାଇବାକୁ ନ ଥିଲେ ମଧ୍ୟ ନିଜ ସ୍ୱାଭିମାନକୁ ଜଗି କାହା ପାଖରେ ହାତ ପତାଇବା ଅପେକ୍ଷା ମୃତ୍ୟୁକୁ ଶ୍ରେୟସ୍କର ଭାବୁଥିବା ଏହି ଓଡ଼ିଆଜାତିର ବଂଶଧର; ଆଜି କୌଣସି କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ଅନ୍ୟ ନିକଟରେ ହାତ ପତାଇବାକୁ ଏକ କର୍ତ୍ତର୍ବ୍ୟ ବା ସାମ୍ବିଧାନିକ ଅଧିକାର ବୋଲି ଭାବିନେଇଛି । ଅର୍ଥ, ପ୍ରତପତ୍ତିର ଉତ୍ତୁଙ୍ଗ ଶିଖର ଉପରେ ବସିଥିବା ପ୍ରଶାସକଙ୍କଠାରୁ ଆରମ୍ଭ କରି ସାଧାରଣ ପିଅନ ପର୍ଯ୍ୟନ୍ତ ସମସ୍ତେ ଆଜି ଜନସାଧାରଣଙ୍କ ନିକଟରେ ହାତ ପାତି କିଛି ମାଗିବାକୁ ଏକ ବୃତ୍ତି ବୋଲି ଗ୍ରହଣ କରିନେଲେଣି । ଏହି ମାଗିବାପଣିଆଟା ଭିକାରିମାନଙ୍କର ଆଉ ଏକଚାଟିଆ ଅଧିକାର ହୋଇ ରହିନାହିଁ । ବର୍ତ୍ତମାନ ଆମେ ଯେ କୌଣସି କାର୍ଯ୍ୟାଳୟକୁ ଗୋଟିଏ ସାଧାରଣ କାମପାଇଁ ଗଲେ, ପିଅନଠାରୁ ଉଚ୍ଚ ଅଧିକାରୀ ପର୍ଯ୍ୟନ୍ତ ନିଜ ନିଜର ପଦବୀ ଅନୁସାରେ ଅର୍ଥଦାବୀ କରିବା ଏକ ସାଧାରଣ ଘଟଣା ହୋଇଗଲାଣି । ସତେ ଯେପରି ବିନା ଅର୍ଥରେ ସରକାରୀ କାର୍ଯ୍ୟାଳୟର କର୍ମଚାରୀଗଣ କିଛି କରିବାକୁ ନାରାଜ, ଯଦିଓ ସେମାନେ ସାଧାରଣ ଜନତାଙ୍କ ଏହି କାର୍ଯ୍ୟପାଇଁ ସେହି ଜନସାଧାରଣଙ୍କ ଟିକସରୁ ସରକାରଙ୍କ ମାଧ୍ୟମରେ ପ୍ରଚୁର ଅର୍ଥ ପାଇଥା’ନ୍ତି । ହାତପାତି ମାଗିବାଭଳି କାର୍ଯ୍ୟଦ୍ୱାରା ଏହି କର୍ମଚାରୀଗଣ ଯେଉଁ ଅପସଂସ୍କୃତଟିଏ ତିଆରି କରୁଛନ୍ତି, ତଦ୍ୱାରା ସମାଜର ଏବଂ ସେମାନଙ୍କର କି ମଙ୍ଗଳ ହେଉଛି । ଏମାନେ ଏତିକି ବୁଝନ୍ତି ନାହିଁ ଯେ, ଅବସର ପରେ ଜଣେ ସାଧାରଣ ବ୍ୟକ୍ତି ଭାବରେ ଯେତେବେଳେ କୌଣସି କାର୍ଯ୍ୟପାଇଁ ଏହି ସରକାରୀ କାର୍ଯ୍ୟାଳୟକୁ ଯିବେ, ସେତେବେଳେ ଦାୟିତ୍ୱରେ ଥିବା ବ୍ୟକ୍ତିଗଣ ଏହାଙ୍କୁ କି ପ୍ରକାର ସାହାଯ୍ୟ କରିବେ? ଅଳ୍ପରେ ସନ୍ତୁଷ୍ଟ ଆମ ଓଡିଆ ଜାତି ଆଜି ନିଜର ସାମାନ୍ୟ ଅଭାବ ପୂରଣପାଇଁ ଅନ୍ୟ ନିକଟରେ ହାତ ପତାଇବାକୁ କିମ୍ବା


୧୫୨ / ଜାତି, ଜାଗୃତି ଓ ପ୍ରଗତି
ଦେହଦାନ କରିବାକୁ ବାଧ୍ୟ ହେଉଛନ୍ତି ।

କେବଳ ଧର୍ମ, ସଂସ୍କୃତି ତଥା ଅର୍ଥନୈତିକ ବିଚାରକ୍ଷେତ୍ରରେ ଓଡ଼ିଆ ଜାତି ଆଜି ମାଗିଖିଆର ପରିଚୟ ବହନ କରିନାହିଁ; ବରଂ ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଏହି କଳଙ୍କର ଟୀକା ପିନ୍ଧି ନିଜକୁ ଗର୍ବିତ ମନେ କରୁଛି । ଆଜି ଓଡ଼ିଆ ପାଠକଟିଏ ଭଲ ଗପ, ଉପନ୍ୟାସ, କାବ୍ୟ କବିତାଟିଏ ପାଇପାରୁନାହିଁ ନିଜ ପଠନ ପିପାସାକୁ ପ୍ରଶମିତ କରିବାପାଇଁ । ଶିକ୍ଷାର ପାରାଚିହ୍ନ ଉପରକୁ ଉପରକୁ ଉଠି ଚାଲିଥିବାବେଳେ, ପାଠକ ମନଜାଣି ଗପ, କବିତାଟିଏ ଲେଖିବାକୁ ଆମ ଲେଖକଙ୍କ ନିକଟରେ ସମୟ ନାହିଁ କିମ୍ବା ବୋଧହୁଏ ଜ୍ଞାନ ନାହିଁ । ସତେ ଯେପରି ଫକୀରମୋହନ, ଫତୁରାନନ୍ଦ, ଲକ୍ଷ୍ମୀକାନ୍ତ, ଗୋପୀନାଥ, କୁନ୍ତଳା, ଶକୁନ୍ତଳା ଆଉ ସୃଷ୍ଟି ହୋଇପାରିବେ ନାହିଁ କିମ୍ବା ସୃଷ୍ଟି ହୋଇପାରିବ ନାହିଁ ଏମାନଙ୍କ କାଳଜୟୀ କୃତୀକୁ ଅତିକ୍ରମ କରି ଆଉ କିଛି ସାହିତ୍ୟ ପଦବାଚ୍ୟ କୃତିତ୍ୱ । ଅଥଚ ବର୍ତ୍ତମାନର ଗପ, କବିତା, ଉପନ୍ୟାସ ନାମରେ ଯାହାକିଛି ମୁଦ୍ରିତ ହେଉଛି, ତାହା ମଧ୍ୟ ଅନ୍ୟ ଭାଷାଭାଷୀକୁ ଚୋରେଇ କରି । ଓଡ଼ଆ ଜନଜୀବନର କାହାଣୀ ପରିବର୍ତ୍ତେ ଅନ୍ୟ ଭାଷା-ସାହିତ୍ୟର ଭାବନାକୁ ଓଡ଼ିଆ ମାଟିରେ ରୋପଣ କରି ଅମୂଲ୍ୟ ଫଳଲାଭ କରିବାର ବିଫଳ ଚେଷ୍ଟାରେ ବ୍ୟସ୍ତ ଅଛନ୍ତି ଆମ ଲେଖକଗଣ ।

ସେହିଭଳି ନାଟକ, ଚଳଚ୍ଚିତ୍ର ମଧ୍ୟ ମାଗିଖିଆ ସଂସ୍କୃତିର ଦାୟାଦ ଭାବେ ଆମ ଆଖି ଆଗରେ ଏକ ଜ୍ୱଳନ୍ତ ପ୍ରତୀକ ଭାବେ ଠିଆ ହୋଇଛି । ଓଡ଼ିଆ ଜୀବନ-ଜୀବିକା, ସଂସ୍କୃତି, ଚାଲିଚଳଣୀ ଓ ପାରିବାରିକ ବିଚାରକୁ ନେଇ ଆଉ ଓଡ଼ିଆ ନାଟକ ଅଭିନୀତ ହେଉନାହିଁ କିମ୍ବା ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହେଉନାହିଁ । କେଉଁ ଆଦିମକାଳରୁ ଓଡ଼ିଆ ଜନଜୀବନକୁ ମନୋରଞ୍ଜନ କରିବା ସହିତ ସାମାଜିକ ପ୍ରତିବଦ୍ଧତାକୁ ଓଡ଼ିଆ ନାଟକ ବହନ କରିଆସୁଛି । ଏପରିକି ସ୍ୱାଧୀନତା କାଳରେ ଏହି ନାଟକ ହିଁ ହୋଇଯାଇଥିଲା ଜନଜାଗରଣର ମୁଖ୍ୟ ମାଧ୍ୟମ । ମାତ୍ର ଏସବୁ ମୌଳିକତାକୁ ଆଜିର ଓଡ଼ିଆ ନାଟକ ହରାଇ ବସିଛି । ପାଶ୍ଚାତ୍ୟ ନାଟକ ପ୍ରଭାବରେ ଏଗୁଡ଼ିକ ଗୁଡ଼ାଏ ଦୁର୍ବୋଧ୍ୟ, ଅବୋଧ୍ୟ ତଥା ଅପେରା ଜଗତରେ ଅଶ୍ଳୀଳତାକୁ ଗ୍ରହଣ କରି ହୋଇଯାଇଛି କଳୁଷିତ ।

ଚଳଚ୍ଚିତ୍ର ଅବସ୍ଥା ତ କହିଲେ ନ ସରେ । ଗତ ଦଶନ୍ଧିରୁ ଓଡ଼ିଆ ପ୍ରାଣ ହଜିଯାଇଛି ଚଳଚ୍ଚିତ୍ର ଜଗତରୁ । ତେଲୁଗୁ, ତାମିଲ, ବଙ୍ଗଳା ଭାଷାରୁ ଗୀତ, ନାଚ, ସଂଳାପ, ଏପରିକି ବିଷୟବସ୍ତୁ ମାଗିଆଣି ଯେଉଁ ଓଡ଼ିଆ ଚଳଚ୍ଚିତ୍ର ସବୁ ନିର୍ମାଣ କରାଯାଉଛି, ତାହା ଆମ ଦର୍ଶକଙ୍କ ମନକୁ ଛୁଇଁ ପାରୁ ନ ଥିବାରୁ ବାଧ୍ୟ ହୋଇ ସେମାନେ ଏ ଦିଗରୁ ମୁହଁ ଫେରାଇ ନେଉଛନ୍ତି । ଯାହା ଫଳରେ ଓଡ଼ିଶାର ବହୁ ପ୍ରେକ୍ଷାଗୃହ ବନ୍ଦ ହୋଇସାରିଥିବା ବେଳେ,


ଜାତି, ଜାଗୃତି ଓ ପ୍ରଗତି / ୧୫୩
ନୂଆ ଓଡ଼ଆ ଚଳଚ୍ଚିତ୍ର କେବଳ ଉପକୂଳ ଅଞ୍ଚଳର ହାତଗଣତି କେତେକ ପ୍ରେକ୍ଷାଳୟରେ ଅଳ୍ପ କେତୋଟି ଦିନପାଇଁ ଚାଲୁଛି ।

ଆଜି ଆମର ଜମି, ଜଳ, ଜଙ୍ଗଲ, ଭାଷା, ସାହିତ୍ୟ, ସଂସ୍କୃତି ଓ ସର୍ବୋପରି ଜୀବନ- ସବୁକଛି ଅନ୍ୟମାନଙ୍କ ଇଙ୍ଗିତରେ ପରିଚାଳିତ । ଆମେ କେବଳ ଚାବିଦିଆ କଣ୍ଢେଇ ଭଳି ଅଣଓଡ଼ିଆଙ୍କ ନିର୍ଦ୍ଦେଶରେ ଝାଳବୁହା ପରିଶ୍ରମ କରି ସେମାନଙ୍କୁ ଧନୀ କରୁଛୁ । ସେମାନଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖୁଛୁ । ଅଥଚ ନିଜେ ଆମେ ଭୋକିଲା ରହିଛୁ । ରୋଗପାଇଁ ଔଷଧ ଟିକେ ପାଉନାହୁଁ । ପେଟ ପୂରଣପାଇଁ ଆମେ ଭିକ ମାଗୁଛୁ, ନ ହେଲେ ବେଶ୍ୟା ପାଲଟୁଛୁ । ଏଭଳି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାର ସାମାନ୍ୟ ମାତ୍ର ଉଦ୍ୟମ କରୁନାହୁଁ । ଅନ୍ୟର ଅପମାନକୁ, ଅତ୍ୟାଚାରକୁ ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରିନେଉଛୁ । ପେଟ ପୋଷିବା ବାହାନାରେ ଆମେ କେବଳ ଆମ ବ୍ୟକ୍ତିତ୍ୱକୁ ହତ୍ୟା କରିବାରେ ଲାଗି ପଡିଛୁ ।

ଏଥର ଫେରିବା ସେନେଗାଲ ଚଳଚ୍ଚିତ୍ର ‘ଗେଲ୍ୱାର’ ନିକଟକୁ । ସେନେଗାଲକୁ ଖାଦ୍ୟ ସହାୟତା ଯୋଗାଇ ଦେଉଥିବା ପାଶ୍ଚାତ୍ୟ ରାଷ୍ଟ୍ରକୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ସରକାରଙ୍କଦ୍ୱାରା ଆୟୋଜିତ ଉତ୍ସବକୁ ଗେଲ୍ୱାର ଭଣ୍ଡୁର କରିଦେଇଛି । ଫଳରେ ସରକାର କୌଶଳ କରି ଏହି ବିଦ୍ରୋହୀ ବ୍ୟକ୍ତିକୁ ହତ୍ୟା କରିଦେଇଛନ୍ତି । ଦାରିଦ୍ର୍ୟରେ ଜର୍ଜରିତ ଗେଲ୍ୱାର ପରିବାର ଖାଦ୍ୟପାଇଁ ସମାଜ ସହ ସଂଗ୍ରାମ କରିଛନ୍ତି । ଗେଲ୍ୱାରର ପୁଅ ଦାଦନଶ୍ରମିକ ପାଲଟିଛି । ଆର୍ଥିକ ଅଭାବର ସୁଯୋଗ ନେଇ ଗେଲ୍ୱାରର ଝିଅକୁ ତଥାକଥିତ ପୁରୁଷ ସମାଜ ବାରମ୍ବାର ଧର୍ଷଣ କରିବାପରେ ସେ ପାଲଟି ଯାଇଛି ବେଶ୍ୟା । ମାତ୍ର ଉଭୟ ପୁତ୍ର ଓ କନ୍ୟା ନିଜର ପିତାର ଗୌରବକୁ ତଳେ ପକାଇ ଦେଇନାହାନ୍ତି ।

ଚଳଚ୍ଚିତ୍ରର ଶେଷ ଦୃଶ୍ୟ: ବର୍ଷା ଆସିଛି, ଗେଲ୍ୱାର ପରିବାରର ପିଲାଟିଏ ଆଗକୁ ଦୌଡ଼ି ଯାଉଛି, ସେ କହୁଛି- ‘ଯେଉଁ ପରିବାର ଭିକ ମାଗେ, ସେ ପରିବାରର ମୁଖ୍ୟ ହେବାକୁ ମୁଁ ଚାହେଁନା ।’ ଏହି ସମୟରେ ତା’ର ଭଉଣୀ କହିଛି-‘ମୋ ପରିବାରର ପେଟ ପୋଷିବାକୁ ମୁଁ ବେଶ୍ୟା ହେବାକୁ ଚାହେଁନା ।’ ଆମେ କ’ଣ ଏହି ପିଲା ଦୁଇଟିର ଭାବନାରୁ କିଛି ଶିଖିପାରିବା ନାହିଁ ?

                         ***

୧୫୪ / ଜାତି, ଜାଗୃତି ଓ ପ୍ରଗତି

ଲଢ଼ିବା ନା ଲିଭିବା ?

ଧର୍ମକ୍ଷେତ୍ର, କୁରୁକ୍ଷେତ୍ର । କ୍ଷମତା, ପ୍ରତିପତ୍ତି ଆଉ ସଂପତ୍ତିରେ ମଦମତ୍ତ ଗୋଟିଏ ପରିବାରର ଉତ୍ତରାଧିକାରୀ ମଧ୍ୟରେ ଛୋଟିଆ କଳହର ପରିଣତି ଭାବେ ହେବାକୁ ଯାଉଥିବା ବିଶ୍ୱର ଅନ୍ୟ ଏକ ଭୟଙ୍କର ଯୁଦ୍ଧର ମୂକସାକ୍ଷୀ ହେବାକୁ ଯାଉଛି ଏହି କୁରୁକ୍ଷେତ୍ରର ପବିତ୍ର ମାଟି । ଯୁଦ୍ଧର ପ୍ରଚ୍ଛଦ ନାୟକ ରାଜା ଧ୍ରୁତରାଷ୍ଟ୍ର ଉଦ୍‌ବିଗ୍ନ । ସେ ଅନ୍ଧ, ଚକ୍ଷୁଗତ ଆଉ ପୁତ୍ରଗତ । ଯଦିଓ ସେ ଆଶ୍ୱସ୍ତ, ଭାରତବର୍ଷର ମହାନ୍ ଯୋଦ୍ଧାଗଣଙ୍କୁ ନିଜ ପୁତ୍ରଗଣଙ୍କ ପକ୍ଷଭୁକ୍ତ କରିପାରିଛି; ତଥାପି ବିବ୍ରତ, ସନ୍ଦିହାନ । ତେଣୁ ସେ ବ୍ୟାସଙ୍କ ଆଶୀର୍ବାଦରେ ମନ୍ତ୍ରୀ ସଂଜୟଙ୍କୁ ମିଳିଥିବା ଦିବ୍ୟ ଦୃଷ୍ଟିଦ୍ୱାରା ଜାଣିବାକୁ ଚାହିଁଛନ୍ତି ଯୁଦ୍ଧ ସଂପର୍କୀୟ ବିସ୍ତୃତ ବିବରଣୀ । ଶୁଣିବାକୁ ଚାହିଁଛନ୍ତି ପୁତଗ୍ରଣଙ୍କ ବିଜୟବାର୍ତ୍ତା ।

ସଂଜୟ କହୁଛନ୍ତି-“ପାଣ୍ଡବଙ୍କ ସମରସଜ୍ଜା ଦେଖି ବିବ୍ରତ ଦୁର୍ଯ୍ୟୋଧନ ଯାଇ ଆଚାର୍ଯ୍ୟ ଦ୍ରୋଣଙ୍କୁ କହିଲେ-ଆଚାର୍ଯ୍ୟ ! ପାଣ୍ଡୁପୁତ୍ରଙ୍କ ଏହି ବିରାଟ ସେନାଙ୍କୁ ଦେଖନ୍ତୁ । ଏହି ସେନାରେ ଭୀମ ଓ ଅର୍ଜୁନ ସମାନ ଯୋଦ୍ଧା-ସାତ୍ୟକୀ, ବିରାଟ, କୃପ, ଧୃଷ୍ଟକେତୁ, ଚେକିତାନ, କାଶିରାଜ, ପୁରୁଜିତ, କୁନ୍ତିଭୋଜ, ଶୈବ୍ୟ, ଯୁଧାମନ୍ୟୁ, ଉତ୍ତମୌଜା ପ୍ରଭୃତି ଅଛନ୍ତି । ଆମ ପକ୍ଷରେ ଅଛନ୍ତି ଆପଣ, ଭୀଷ୍ମ, କର୍ଣ୍ଣ କୃପ, ଅଶ୍ୱତ୍ଥମା, କର୍ଣ୍ଣ, ଭୂରିଶ୍ରବା ଆଦେ ଅସଂଖ୍ୟ ଯୋଦ୍ଧା । ଭୀଷ୍ମଙ୍କ ନେତୃତ୍ୱରେ ଆମ ସେନା ଅପର୍ଯ୍ୟାପ୍ତ, ଭୀମଙ୍କ ନେତୃତ୍ୱରେ ସେମାନଙ୍କ ସେନା ସୀମିତ । ତେଣୁ ଆମର ବିଜୟ ସୁନିଶ୍ଚିତ । ଏହି ସମୟରେ ପିତାମହ ଭୀଷ୍ମ କୌରବଙ୍କ ପକ୍ଷରୁ ଯୁଦ୍ଧ ଆରମ୍ଭର ସୂଚନା ଦେବାକୁ ଯାଇ ଶଙ୍ଖନାଦ କଲେ । ଅପରପକ୍ଷରୁ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସହ ପାଣ୍ଡବ ଓ ଅନ୍ୟାନ୍ୟ ଯୋଦ୍ଧାଙ୍କ ଶଙ୍ଖଧ୍ୱନିରେ କୁରୁକ୍ଷେତ୍ରର ଗଗନମଣ୍ଡଳ ପ୍ରକମ୍ପିତ ହୋଇଉଠିଲା ।


                            ***

ଜାତି, ଜାଗୃତି ଓ ପ୍ରଗତି / ୧୫୫

ଯୁଦ୍ଧ ଆରମ୍ଭରେ ପ୍ରତିପକ୍ଷଙ୍କୁ ଦେଖିବା ଉଦ୍ଦେଶ୍ୟରେ ଯୋଦ୍ଧା ଅର୍ଜ୍ଜୁନ ଧନୁର୍ବାଣ ଉଠାଇ ସାରଥୀ ଶ୍ରୀକୃଷ୍ଣଙ୍କୁ କହିଲେ- ‘ରଥକୁ ଦୁଇସେନା ମଧ୍ୟରେ ରଖନ୍ତୁ । ଏହି ଭୟଙ୍କର ଯୁଦ୍ଧରେ ମୋତେ କାହାସହ ଲଢ଼ିବାକୁ ପଡିବ, ତାହା ଦେଖିବାକୁ ଚାହେଁ ।’

ବର୍ତ୍ତମାନ ଉଭୟ ସେନା ମଧ୍ୟରେ ଅଜୁନଙ୍କ ରଥ । ପାର୍ଥ ଦେଖୁଛନ୍ତି ସମ୍ମୁଖରେ ପିତୃ-ପିତାମହ, ଗୁରୁ-ଗୁରୁପୁତ୍ର, ମାମୁଁ-ଅଜା, ଭାଇ-ଭିଣେଇ, ପୁଅ-ପୁତୁରା, ମିତ୍ର-ଶ୍ୱଶୁର ସୁହୃଦ ଇତ୍ୟାିଦି । ଯୁଦ୍ଧ ଅଭିଳାଷୀ ନିଜ ଆତ୍ମୀୟମାନଙ୍କୁ ପ୍ରତିପକ୍ଷରେ ଦେଖି ବିଷର୍ଣ୍ଣ ଅର୍ଜ୍ଜୁନ ସଖା କୃଷ୍ଣଙ୍କୁ କହିଲେ-‘ହେ କୃଷ୍ଣ ! ଶତ୍ରୁ ଭାବରେ ନିଜ ଭାଇ ବନ୍ଧୁ, କୁଟୁମ୍ବଙ୍କୁ ସମ୍ମୁଖରେ ଦେଖି ମୋର ଶରୀର ଦୁର୍ବଳ ହୋଇଯାଉଛି, ଚମ ଜଳାପୋଡ଼ା କରୁଛି, ହାତରୁ ଗାଣ୍ଡିବ ଖସିପଡୁଛି । ଯୁଦ୍ଧ କରିବାର ସାମର୍ଥ୍ୟ ହରାଉଛି । ହେ କୃଷ୍ଣ ! ମୁଁ ବିଜୟ ଚାହୁଁନାହିଁ । ରାଜ୍ୟ ସୁଖ ମଧ୍ୟ ଲୋଡ଼ାନାହିଁ । ଯେଉଁମାନଙ୍କପାଇଁ ରାଜଭୋଗ ଓ ସୁଖ କାମନା କରୁଛୁ, ସେମାନେ ଆଜି ଧନଜୀବନର ଆଶା ତ୍ୟାଗକରି ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି । ତେଣୁ ଏ ରାଜ୍ୟ, ଏ ଭୋଗ, ଏ ଜୀବନର ଅର୍ଥ କ’ଣ!

ହେ ମଧୁସୂଦନ ! ଏଠାରେ ଉପସ୍ଥିତ ଗୁରୁସମାନ, ପିତା ସମାନ, ପୁତ୍ର ସମାନ ଯୋଦ୍ଧାଗଣଙ୍କୁ ମୁଁ ହତ୍ୟା କରିବାକୁ ଚାହେଁ ନାହିଁ । ହେ ମାଧବ ! ନିଜ କୁଟୁମ୍ବଙ୍କୁ ହତ୍ୟା କରି ଆମେ କିପରି ସୁଖୀ ହୋଇପାରିବୁ? ଲୋଭ ମୋହରେ ବନ୍ଧା ଏହି ମିତ୍ରଗଣ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହର ପାପ ଜାଣିପାରୁନାହାନ୍ତି । ଯଦି ମୁଁ ସେମାନଙ୍କ ପରି ଲୋଭରେ ପଡ଼ି ଏମାନଙ୍କୁ ହତ୍ୟା କରେ, ତେବେ କୁଳକ୍ଷୟ, ମିତ୍ରଦ୍ରୋହ ଦୋଷ ଲାଗିବ । ଏସବୁ ଜାଣି ମୁଁ ଏହି ମହାପାପରୁ କାହିଁକି ଦୂରେଇ ଯିବି ନାହିଁ? ବରଂ ମୋତେ ଶସ୍ତ୍ରହୀନ ପାଇ ଯଦି ଧୃତରାଷ୍ଟ୍ରପୁତ୍ରମାନେ ହତ୍ୟା କରନ୍ତି, ତେବେ ମୋ ପକ୍ଷରେ ମଧ୍ୟ ଅଧିକ ମଙ୍ଗଳକର ହେବ ।’ ଏହା କହି ବିଷାଗ୍ରସ୍ତ ଅର୍ଜୁନ ଧନୁର୍ବାଣ ତ୍ୟାଗ କରି ରଥ ଉପରେ ବସିପଡିଲେ ।”

ଏହା ହେଉଛି ଭଗବତଗୀତାର ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ “ଅର୍ଜୁନ ବିଷାଦ ଯୋଗ”ର ବିଷୟବସ୍ତୁ । ପ୍ରତି ବ୍ୟକ୍ତିର ଧନସଂପତ୍ତି, ପ୍ରତିପତ୍ତି, ଆସକ୍ତି କିପରି ଆତ୍ମୀୟତାକୁ ହତ୍ୟା କରେ, ତାହା ହିଁ ଏଠାରେ ପ୍ରତିପାଦ୍ୟ ବିଷୟ ।

ବିଷାଦଗ୍ରସ୍ତ ଅର୍ଜୁନଙ୍କ ଏହି ମାର୍ମିକ ଭାବନାକୁ ଆମେ ହୁଏତ କେଉଁ କବିର କଳ୍ପନା କିମ୍ବା ଇତିହାସର ବିଷୟ କହି ନୀରବ ରହିବା । ମାତ୍ର ଏହିସବୁ ଘଟଣା କ’ଣ ଆମ ସମାଜରେ ଏବେ ବି ପ୍ରତିକ୍ଷଣରେ ଅନୁଭବ କରି ହେଉନାହିଁ? ବିଶେଷ କରି ଆମ

୧୫୬ / ଜାତି, ଜାଗୃତି ଓ ପ୍ରଗତି
ଓଡ଼ିଶା ମାଟିରେ ଥିବା ଅସଂଖ୍ୟ ପାର୍ଥରୂପୀ ଯୁବଗଣଙ୍କ ମନରେ କ’ଣ ସେହି ଦ୍ୱନ୍ଦ୍ୱ ପ୍ରତିଫଳିତ ହେଉନାହିଁ! ପ୍ରିୟାପ୍ରୀତି ତୋଷଣରେ ବ୍ୟସ୍ତଥିବା ଅଗଣିତ ପୁତ୍ରାନ୍ଧ ଧୃତରାଷ୍ଟ୍ରଙ୍କ ପରୋକ୍ଷ ଇଙ୍ଗିତରେ ତଥା ସମାଜ-ଶୋଷଣର କର୍ଣ୍ଣଧାର ସାଜିଥିବା ଦୁର୍ୟ୍ୟୋଧନ, ଦୁଃଶାସନମାନଙ୍କ ବିରୁଦ୍ଧରେ ଧର୍ମଯୁଦ୍ଧ କରିବାକୁ ଚାହୁଁଥିବା ପାର୍ଥଗଣ ଆଜି ଦେଖୁଛନ୍ତି, ସମାଜର ଶତୃ ରୂପରେ ନିଜର ପ୍ରିୟଜନମାନଙ୍କୁ । ଆଜି ପ୍ରତ୍ୟେକ ପାର୍ଥଙ୍କ ବାପା-ମାଆ, ଭାଇ-ବନ୍ଧୁ, ଶ୍ୱଶୁର-ଶଳା ଆଦି ପାଲଟି ଯାଇଛନ୍ତି ସେହି ବ୍ୟବସ୍ଥାର ଦାସ । ପୁତ୍ରାନ୍ଧ ଧୃତରାଷ୍ଟ୍ରଙ୍କ ଅଧୀନରେ ଥିବା ଏହି ଓଡ଼ିଶା ମାଟିରେ ଏବେ ବି ବହୁପାର୍ଥ ଚାହିଁଛନ୍ତି ଓଡ଼ିଆ ଜାତିର ସୁରକ୍ଷାପାଇଁ ସ୍ୱାଭିମାନର ସହ ଲଢ଼େଇ କରିବାକୁ । କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ଏହି ଦ୍ୱନ୍ଦ୍ୱ ପଛରୁ ଭିଡି ଧରୁଛି ।

ଓଡ଼ିଆ ପାର୍ଥ ଆଜି କାହା ବିରୁଦ୍ଧରେ ଲଢ଼ିବ?

ତାରି ଆଖି ଆଗରେ ଓଡ଼ିଶା ମାଟିମାଆକୁ ଲୁଟି ନେଉଛନ୍ତି ବାହାର ବେପାରୀ- ଜମି, ଜଳ ଓ ଜଙ୍ଗଲକୁ । ଶିଳ୍ପ, ପ୍ରଗତିଭଳି ଶସ୍ତା ସ୍ଲୋଗାନରେ ମତୁଆଲା ସାଜିଛନ୍ତି ଆଜିର ରଣକ୍ଷେତ୍ରରେ ଉପସ୍ଥିତ ସଖା-ସହୋଦର । ସେହିମାନଙ୍କ ଆବାହନରେ ହିଁ କଳିକଳଙ୍କର ଟିକାକୁ ମଥାରେ ଧାରଣ କରିବାକୁ ବାଧ୍ୟ ହେଉଛନ୍ତି ତରୁଣ ଓଡ଼ିଆ-ପାର୍ଥଗଣ । ମୁହଁର ଭାଷାକୁ ସେମାନଙ୍କଠାରୁ ଛଡ଼େଇ ନିଆଯାଉଛି ଉଚ୍ଚଶିକ୍ଷାର ଦ୍ୱାହିଦେଇ । ମାତ୍ର ଏ ଉଚ୍ଚଶିକ୍ଷା କେବଳ ବେକାରୀ ସୃଷ୍ଟିରେ ସହାୟ ହେଉଛି ସିନା, ବୃତ୍ତିଟିଏ ଯୋଗାଇ ସ୍ୱାଭିମାନୀ ଓଡ଼ିଆଟିଏ ତିଆରି କରିପାରୁନାହିଁ ।

ସମଗ୍ର ବିଶ୍ୱରେ ଭାଷାକୁ ନେଇ ସର୍ବପ୍ରଥମେ ରାଜ୍ୟ ବା ପ୍ରଶାସକୀୟ ଅଞ୍ଚଳଟିଏ ଗଠନ କରି ଗର୍ବିତ ହେଉଥିବା ଏହି ଜାତି ପୁଣି ବିଶ୍ୱରେ ଏକମାତ୍ର ଜାତି; ଯାହାର ସନ୍ତାନ ଆଜି ଡାକ୍ତର, ଇଞ୍ଜିନିୟର, ଓକିଲ, ବିଚାରପତି, ପ୍ରଶାସକ, ଏପରିକି କିରାଣୀ, ପିଅନଟିଏ ନିଜ ମାଟିରେ ହେବାପାଇଁ ଅନ୍ୟ ଭାଷା ଉପରେ ନିର୍ଭର କରୁଛି । ଏହି ରାଜ୍ୟର ପଡ଼ୋଶୀଭାଇ ବଙ୍ଗାଳୀ, ତେଲୁଗୁ, ତାମିଲ, ମରାଠାଗଣ ନିଜ ମାତୃଭାଷାଦ୍ୱାରା ଏହିସବୁ କ୍ଷେତ୍ରରେ ନିଯୁକ୍ତିପାଇ ନିଜ ଜାତିର, ନିଜ ରାଜ୍ୟର ସୁନାମକୁ ଦେଶବିଦେଶରେ ବିତରଣ କରୁଛନ୍ତି । କେବଳ ସେତିକି ନୁହେଁ, ଆମର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି । ଛାତ୍ରଙ୍କୁ ଶିକ୍ଷିତ କରିବାପାଇଁ ଉପଯୁକ୍ତ ଶିକ୍ଷକ, ଅଧ୍ୟାପକଙ୍କ ନିଯୁକ୍ତି ନାହିଁ । ମାତୃଭାଷା ମାଧ୍ୟମରେ ଶିକ୍ଷାପ୍ରଦାନର ବ୍ୟବସ୍ଥା ନ କରି, ଇଂରେଜୀ, ହିନ୍ଦୀ ଓ ସଂସ୍କୃତ ଭଳି ଅନ୍ୟ ଭାଷାକୁ ଜବରସ୍ତ ଲଦିଦେବାଦ୍ୱାରା ଛାତ୍ର ଓ ଶିକ୍ଷକ ମଧ୍ୟରେ ଦୂରତା ବୃଦ୍ଧି

ଜାତି, ଜାଗୃତି ଓ ପ୍ରଗତି / ୧୫୭
ପାଇବାରେ ଲାଗିଛି । ସେହିପରି ପୁସ୍ତକ ପ୍ରକାଶନରେ ମଧ୍ୟ ଦୟନୀୟ ସ୍ଥିତି । ଏଠି ପ୍ରକାଶକ ଓ ଲେଖକଙ୍କ ଏକମାତ୍ର ସମ୍ବଳ ହେଉଛି ରାଜା ରାମମୋହନ ରାୟ ପୁସ୍ତକ କ୍ରୟ ସଂସ୍ଥା । କାରଣ ଓଡ଼ିଆ ବହି ଆଉ କେହି ଓଡ଼ିଆପୁଅ କିଣୁନାହାନ୍ତି କିମ୍ବା କିଣିବାକୁ ଏକ ଅପମାନ ବୋଲି ଆମ ଶିକ୍ଷିତବର୍ଗ ଗ୍ରହଣ କରିନେଲେଣି । ତେଣୁ ବହିଦୋକାନୀ ଓଡ଼ିଆ ବହି ରଖିବ କାହିଁକି?

ଉତ୍କଳୀୟ କଳାର ବୈଶିଷ୍ଟ୍ୟ ଆଜି ଓଡ଼ିଆ ଶିଳ୍ପୀ ହାତରୁ ପରାହତ । କୋଣାର୍କ, ଜଗନ୍ନାଥ, ଲିଙ୍ଗରାଜ ମନ୍ଦିରଟିଏ ତିଆରି କରିବା ଆଜି ଓଡ଼ିଆ ଶିଳ୍ପୀପାଇଁ ସ୍ୱପ୍ନମାତ୍ର । ବିସ୍ତୀର୍ଣ୍ଣ ସାଗରବେଳାର ଅଧିକାରୀ ହୋଇଥିବା ଓଡ଼ିଆ ସନ୍ତାନଗଣ ଏବେ ଭୟ କଲେଣି ସାଗରବକ୍ଷରେ ନିଜ ଅତୀତର ଗୌରବମୟ ବୋଇତ ମେଲାଇ ଦେବାକୁ । ବରଂ ସେମାନେ ଭଲ ପାଉଛନ୍ତି ଓଡ଼ିଆମାଟିକୁ ବିଦୀର୍ଣ୍ଣ କରି ବାହାର କରିଥିବା ଖଣିଜ୍ରବ୍ୟକୁ ବିଦେଶୀ ବୋଇତରେ ଟେକି ବୋପାଇଁ ।

ପାର୍ଥ ଆଜି ଅସହାୟ । ତା’ରି ଆଖି ସାମ୍ନାରେ କାୟା ବିସ୍ତାର କରୁଛି ଶକୁନିର କଳାଛାଇ । ଅସହାୟ ଏଠି ଭୀଷ୍ମ, କର୍ଣ୍ଣ ଓ ବିଦୂର । ପାର୍ଥର ଶକ୍ତି ନାହିଁ ଏହି ବଳୟକୁ ଭେଦ କରିବାକୁ । ସତେ ଯେମିତି ତାକୁ ବାଧ୍ୟ କରାଯାଉଛି ଗାଣ୍ଡିବ ତ୍ୟାଗ କରିବାକୁ । ପ୍ରଲୋଭିତ କରାଯାଉଛି ହାତପାଆନ୍ତାର ସମସ୍ତ ପାର୍ଥିବ ସୁଖଆଡ଼କୁ ନିଜତ୍ୱର ବିନିମୟରେ । ଏମାନଙ୍କ ମଧ୍ୟରୁ କେତେକ ଆତ୍ମପ୍ରବଞ୍ଚିତ ହୋଇ କହନ୍ତି, ‘ମୋ ବାପାମାଆଙ୍କ ସ୍ୱପ୍ନକୁ ମୋତେ ସାକାର କରିବାକୁ ଅଛି । କିଏ କହେ ‘ସାଙ୍ଗସାଥି, ବନ୍ଧୁବାନ୍ଧବ ମୋଠାରୁ ଅନେକ କିଛି ଆଶା କରିଛନ୍ତି ।’ କିଏ କହେ ‘ମୋର ସଂସାର ଅଛି । ମୋ ସ୍ତ୍ରୀ-ପିଲାଙ୍କୁ ମୁଁ କ’ଣ ଅବହେଳା କରିପାରିବି? ଆଗ ମୋ ସ୍ତ୍ରୀ-ପିଲା, ପରିବାର, ସାଙ୍ଗ-ସାଥୀ, ତା’ପରେ ଆଉ କିଛି ।’ ତେଣୁ ଦେଶ କଥା, ଜାତି କଥା କହୁଥିବା ପାର୍ଥର ଯେକୌଣସି ଚାକିରି ହେଲେ ଚଳିବ । ଅବସର ପରେ ମଧ୍ୟ ସୁଖ ଆଉ ସୁବିଧା ଖଞ୍ଜା ହୋଇଛି । ଯଦି ଚାକିରି ନ ହେଲା, ତେବେ ନୂଆକରି ଓଡ଼ିଶା ଭୂଖଣ୍ଡ ଅଧିକାର କରିଥିବା ଖଣି ଲୁଟେରାଙ୍କ ସାଥି ହୋଇପାରିଲେ ଆହୁରି ଭଲ । ବିନାଶ୍ରମରେ ମିଳିଯିବ ବିଳାସ ଓ ପ୍ରାଚୁର୍ଯ୍ୟ । ଭାଷା, ଜାତି, ସ୍ୱାଭିମାନ ଚୁଲିକୁ ଯାଉ ।

ଅନ୍ୟ ପକ୍ଷରେ ଯଦି ଜାତି, ଧର୍ମ, ନ୍ୟାୟ, ସ୍ୱାଭିମାନପାଇଁ ଲଢ଼ିବାକୁ ଆଜିର ତରୁଣ ଓଡ଼ଆ-ପାର୍ଥ ଆଗ୍ରହୀ ହେଉଛି; ତାକୁ ଅନେକ କଠୋର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି । ଆତ୍ମୀୟସ୍ୱଜନଙ୍କ ସହିତ ରହି ସେମାନଙ୍କ ଆଶା, ଆକାଂକ୍ଷା ନିଷ୍ପତ୍ତି ବିରୁଦ୍ଧରେ


୧୫୮ / ଜାତି, ଜାଗୃତି ଓ ପ୍ରଗତି
ଲଢ଼ିବା ଜଣେ ଦୃଢ଼ ମାନସିକ ବ୍ୟକ୍ତି ପକ୍ଷେ ସମ୍ଭବ । ମାତ୍ର ଆଜିର ଭୋଗବାଦୀ ସମାଜରେ ସୁଖ ଭିତରେ ବୁଡ଼ିବାକୁ ଚାହୁଁଥିବା ବ୍ୟକ୍ତିପାଇଁ ଏହା ଅସମ୍ଭବ । ଏମାନଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ଏଭଳି ସ୍ଥିତିରେ ସଂପର୍କର ସେତୁରେ ବନ୍ଧା ବିଚଳିତ ତରୁଣ ଓଡ଼ିଆ-ପାର୍ଥ କାହା ବିରୁଦ୍ଧରେ ଲଢ଼ିବ ? କାହିଁକି ଲଢ଼ିବ ? ଏହାଦ୍ୱାରା ସେ ନିଜର କି ଉପକାର କରିବ? ନିଜର ଏହି ଅସହାୟ, ଅସ୍ଥିର ମାନସିକତା ମଧ୍ୟରେ ନିଜକୁ ହଜେଇ ଅଲକ୍ଷ୍ୟରେ ମାନି ନେଉଛି ଏହି ନୀତିହୀନ କାର୍ଯ୍ୟଧାରାକୁ । ଫଳରେ ଅଜ୍ଞାତରେ ହେଉ ବା ମୋହ ମାୟାରେ ହେଉ, ସେ ବାଧ୍ୟ ହେଉଛି ନିଜ ଭାଷା, ଜାତି, ସ୍ୱାଭିମାନଙ୍କୁ ବଳି ପକେଇବାକୁ । ତଥାପି ବେଳେବେଳେ ମନଟା ଯେତେବେଳେ ଚେଇଁ ଉଠୁଛି, ସେତେବେଳେ ସେ ଆକୁଳ ହୋଇ ଖୋଜି ବୁଲୁଛି ସଖା କୃଷ୍ଣଙ୍କୁ । ସଖାର ଅମୂଲ୍ୟ ପରାମର୍ଶକୁ । ମାତ୍ର ସଖା କାହିଁ?

ଏଠାରେ ପାର୍ଥର କର୍ତ୍ତବ୍ୟ କ’ଣ?

ଆମେ କ’ଣ ନିଜ ହାତରେ ନିଜର ଗଳା ଚିପି ଧ୍ୱଂସ ହୋଇଯିବା ? ଆମେ କ’ଣ ଆମରି ହାତରେ ଆମର ସଭ୍ୟତାକୁ ଲୋପ କରିବୋ ? ନା ପାର୍ଥ ଭଳି ସଖା କୃଷ୍ଣର ସୁପରାମର୍ଶରେ ଅନ୍ୟାୟକୁ ପ୍ରତିରୋଧ କରିବାକୁ ଆଗେଇ ଆସିବା ! ଆମେ ଜାତିପାଇଁ ଲଢ଼ିବା ନା ଜାତିକୁ ଏ ଧରାପୃଷ୍ଠରୁ ଲିଭେଇ ଦେବା !

                       ***
Jati, Jagruti o Pragati.pdf