Jump to content

ଜାତି, ଜାଗୃତି ଓ ପ୍ରଗତି/ଆଉ କେତେିନ ଚେଇଁ ଶୋଇବା

ଉଇକିପାଠାଗାର‌ରୁ
ଜାତି, ଜାଗୃତି ଓ ପ୍ରଗତି  (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଆଉ କେତେିନ ଚେଇଁ ଶୋଇବା
ଜାତି, ଜାଗୃତି ଓ ପ୍ରଗତି

ଆଉ କେତେଦିନ ଚେଇଁ ଶୋଇବା

“ଓଡ଼ିଆମାନେ ପ୍ରତିବାଦ କରିବାକୁ ଭଲପାଆନ୍ତି ନାହିଁ ବୋଲି ସେମାନେ ଗରିବ । ସେଥିପାଇଁ ସବୁ ଅନ୍ୟାୟକୁ ସହିଯାଆନ୍ତି” - ଏହା ଥିଲା ୧୯୧୮ ମସିହାରେ ବିହାର-ଓଡ଼ିଶା ରାଜ୍ୟରେ ବିହାରୀଙ୍କଦ୍ୱାରା ଓଡ଼ିଶା ଓ ଓଡ଼ିଆଙ୍କପାଇଁ ହେଉଥିବା ଅନ୍ୟାୟ ବିରୁଦ୍ଧରେ ବ୍ରିଟିଶ୍ ପାର୍ଲିଆମେଣ୍ଟ ଅଧିବେଶନରେ ଜଣେ ବ୍ରିଟିଶ୍ ସଭ୍ୟଙ୍କ କ୍ଷୋଭପୂର୍ଣ୍ଣ ଉକ୍ତି ।

ଏବେ କିନ୍ତୁ ସ୍ଥିତି ବଳିଯାଇଛି । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇଛି । ଇଂରେଜ ଉପନିବେଶ ଶାସନରୁ ଭାରତ ମୁକ୍ତି ପାଇବାର ୬୦ବର୍ଷ ଧରିଲାଣି, ପରମ୍ପରା ସହ ଆଧୁନିକତାର ଝଲକରେ ଓଡ଼ିଶା ଝଲସି ଉଠିଲାଣି । ସରକାର ଶିଳ୍ପପତିଙ୍କୁ ଡାକିଆଣି ଶିଳ୍ପର ବିକାଶ କଲେଣି । ଜନତା ମଧ୍ୟ ସହଯୋଗ କରୁଛନ୍ତି । ମୋଟ୍ ଉପରେ କହିବାକୁ ଗଲେ ସବୁକ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏହି ସମୟ ମଧ୍ୟରେ ।

କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ଗୋଟିଏ କଥାରେ କିଛି ବି ପରିବର୍ତ୍ତନ ହୋଇନାହିଁ; ବରଂ ଏହାର ସ୍ଥତି ଆହୁରି ସୁଦୃଢ଼ ହେଉଛି । ତାହା ହେଉଛି ଅନ୍ୟାୟ ବିରୁଦ୍ଧରେ ଓଡ଼ିଆ ଜାତି ପ୍ରତିବାଦ ନ କରିବା, ଯାହାକୁ ବ୍ରିଟିସ୍ ପାର୍ଲିଆମେଣ୍ଟର ତତ୍କାଳୀନ ସଦସ୍ୟ ଅନୁଭବ କରିଥିଲେ । ନିଜର ଅଧିକାର ପ୍ରତଷ୍ଠାପାଇଁ, ଶାନ୍ତିପୂର୍ଣ୍ଣ ସହାବସ୍ଥାନପାଇଁ, ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାପାଇଁ, ସର୍ବୋପରି ଅନ୍ୟର ଇଚ୍ଛାରେ ମିଳଥିବା ଓଡ଼ିଶା ନାମକ ଭୂଖଣ୍ଡକୁ ଅନ୍ୟ ଭୂମିଲିପ୍‌ସୁ ରାଜ୍ୟମାନଙ୍କଠାରୁ ସୁରକ୍ଷିତ ରଖିବାପାଇଁ; ଏହି ପ୍ରତିବାଦର ଯେ ପ୍ରଭୂତ ଆବଶ୍ୟକତା ରହିଛ, ତାହା ଏବେ ମଧ୍ୟ ଆମ ଓଡ଼ିଆଏ ବୁଝିପାରିଲେ ନାହିଁ । ବିଶେଷକରି ପ୍ରାକୃତକି ସଂପଦପୂର୍ଣ୍ଣ ଆମ ସୀମାନ୍ତ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟଗୁଡକ ଦଖଲକୁ ନେବାପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି, ସେ ସଂପର୍କରେ ସରକାରଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ କେହି ସ୍ୱାଭିମାନୀ ଓଡ଼ିଆ ପ୍ରତିବାଦ କରୁନାହାନ୍ତି କାହିଁକି ? ୧୦/ଜାତି, ଜାଗୃତି ଓ ପ୍ରଗତି

ଏକଦା ଓଡିଶା ଭୂଖଣ୍ଡର ଅଂଶବିଶେଷ ଥିବା ଆନ୍ଧ୍ରପ୍ରଦେଶ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ୧୭ ବର୍ଷ ପରେ ସୃଷ୍ଟି ହୋଇ, ଓଡ଼ିଶା ମାଟିରେ ଗଚ୍ଛିତ ପ୍ରଚୁର ଖଣିଜ ସମ୍ପଦ ଓ ବନ ସମ୍ପଦ ଅଧିକାର ଲାଳସାରେ ୧୯୬୦ ମସିହା ପରଠାରୁ ସୁନା, ରୂପା, ଲୌହ, ସୀସା ଆଦି ଧାତବ ଖଣିଜ ପଦାର୍ଥ ଗଚ୍ଛିତ ଥିବା ଓଡ଼ିଆ ଅଞ୍ଚଳ କୁଟିଆ ପଞ୍ଚାୟତକୁ ଅଧିକାର କରି ନିଜର ବୋଲି ଦାବି କଲା । ଏପରିକି ଓଡ଼ିଶା ସରକାରଙ୍କ ଅଯୋଗ୍ୟ ଅଧିବକ୍ତାମାନଙ୍କ ଯୋଗୁଁ ଏହି ଅଞ୍ଚଳ ଆନ୍ଧ୍ରକୁ ଚାଲିଯିବାର ଆଇନ୍‌ଗତ ବ୍ୟବସ୍ଥା ହୋଇସାରିବା ପରେ, ଓଡ଼ିଆ ଭାଷା ନ ଜାଣି ମଧ୍ୟ ନିଜକୁ ଓଡ଼ିଆ ବୋଲି ଗର୍ବ ମଣୁଥିବା କୁଟିଆ ଗ୍ରାମବାସୀଙ୍କ ତୀବ୍ର ବିରୋଧ ଆନ୍ଧ୍ର ସ୍ୱପ୍ନରେ କିଛିଟା ଭଟ୍ଟା ଆଣିଦେଇଛି । ତଥାପି ବହୁ ଅଗମ୍ୟ ଅଞ୍ଚଳକୁ ନିଜ ଅଧିକାରଭୁକ୍ତ କରିବାରେ ଆନ୍ଧ୍ର ସଫଳ ହୋଇଛି । ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ, ଇନ୍ଦ୍ରାବତୀ ପ୍ରକଳ୍ପ, କୋଲାବ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପରେ ବହୁ ଓଡ଼ିଆ ପରିବାର ବାସଚ୍ୟୁତ ହେବା ପରେ ସେହି ଅଞ୍ଚଳ ଜନଶୂନ୍ୟ ହେବା, କିମ୍ବା ଜଳଭଣ୍ଡାର ଯୋଗୁଁ ଜନବସତି ଅଞ୍ଚଳ ଓଡ଼ିଶା ମୂଳ ଭୂଭାଗରୁ ବିଚ୍ଛିନ୍ନ ହେବାଦ୍ୱାରା ଏହାର ସୁଯୋଗ ଆନ୍ଧ୍ର ନେବାକୁ ପଛେଇନାହିଁ ।

କେବଳ ଭୂଭାଗ ନୁହେଁ- ଜଳସମ୍ପଦକୁ ନିଜ ଅଧିକାରଭୁକ୍ତ କରିବାପାଇଁ ବଂଶଧାରା ପ୍ରକଳ୍ପ, ପୋଲାଭରମ୍ ପ୍ରକଳ୍ପ, ଝଞ୍ଜାବତୀ ପ୍ରକଳ୍ପ, ମହେନ୍ଦ୍ରତନୟା ପ୍ରକଳ୍ପ ସୃଷ୍ଟିକରି ସୀମାନ୍ତବର୍ତ୍ତୀ ଓଡ଼ିଆଙ୍କୁ ତୃଷାର୍ତ୍ତ ରଖିବା ସହ ଜଳସମ୍ପଦ, ଅରଣ୍ୟ ସମ୍ପଦ ଓ ଚାଷଜମିକୁ ନିଜ ଅଧିକାର ଭୁକ୍ତ କରିବାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଅଧିକ ଲାଭର ଲୋଭ ଦେଖାଇ ସୀମାନ୍ତ ଜିଲ୍ଲାର କୃଷକମାନଙ୍କ ସହ ଚୁକ୍ତିଭିତିକ କୃଷି କାର୍ଯ୍ୟଦ୍ୱାରା ବର୍ଜିତ ବି.ଟି. କପାଚାଷ କରାଇ ନିଜ ଜମିରେ ଓଡ଼ିଆ କୃଷକଟିଏ କେବଲ ଗୋତି ଶ୍ରମିକ ପାଲଟିନାହିଁ, ବରଂ ପାରମ୍ପରିକ ଧାନ, ମାଣ୍ଡିଆ ଆଦି ଚାଷ ନ ହେବା ଯୋଗୁ ଏଠାରେ ଖାଦ୍ୟଭାବଜନିତ ସମସ୍ୟା ମଧ୍ୟ ସୃଷ୍ଟି କରାଉଛି ।

ଆନ୍ଧ୍ର କୂଟଚକ୍ରାନ୍ତର ସଦ୍ୟ ନମୂନା ହେଉଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ସିଣ୍ଡିଳଗୁଡ଼ା, ରେଖାପଲ୍ଲୀ, ଖଜରାଇଗୁମା, ଲୋମାଲୋରୀ, କେରାପଲ୍ଲୀ, ତେଜପଦର ଆଦି ୮ଟି ଗ୍ରାମକୁ ନିଜର ବୋଲି ଦାବି କରିବା । ଏହି ୮ଟି ଗ୍ରାମ ହେଉଛି ବକ୍‌ସାଇଟ ଖଣିଜପୂର୍ଣ୍ଣ ଅଞ୍ଚଳ । ଆନ୍ଧ୍ରର ଚିନ୍ତାପଲ୍ଲୀରେ ସ୍ଥାପିତ ଏକ ଆଲୁମିନା ରିଫାଇନାରୀ ନିମନ୍ତେ ଏହିସବୁ ଗ୍ରାମ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପରିବେଶ ମଞ୍ଜୁରୀପାଇଁ ଆନ୍ଧ୍ର ସରକାରଙ୍କ ପରିବେଶ ବୋର୍ଡଦ୍ୱାରା ଜନଶୁଣାଣି ଉଦ୍ଦେଶ୍ୟରେ ଜାତି, ଜାଗୃତି ଓ ପ୍ରଗତି / ୧୧

ନୋଟିସ୍ ଦିଆଯାଇଛି; ଯାହାକି ସଂପୂର୍ଣ୍ଣ ବେଆଇନ ତଥା ସମ୍ବିଧାନ ବର୍ହିଭୂତ କାର୍ଯ୍ୟ । ସର୍ବୋପରି ଏକ ରାଜ୍ୟର ସାର୍ବଭୌମତା ଉପରେ ସିଧାସଳଖ ଆକ୍ରମଣ କହିଲେ ଅତ୍ୟୂକ୍ତି ହେବନାହିଁ । ଏହି ଗ୍ର।ମାଞ୍ଚଳର ଅଧିବ।ସୀ ଶ୍ରେଣୀର ତଥା ସେମାନଙ୍କଠାରେ ସଚେତନତାର ଅଭାବକୁ ଏକ ସୁଯୋଗ ଭାବରେ ଆନ୍ଧ୍ର ସରକାର ଗ୍ରହଣ କରିନେଉଥିବା ବେଳେ, ଶିଳ୍ପ ଓ ପ୍ରଗତିର ସ୍ୱପ୍ନ ଦେଖାଉଥିବା ଓଡ଼ିଶା ସରକାର ଏହା ଉପରେ କିଭଳି ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ପ୍ରତ୍ୟେକ ଓଡ଼ିଆ ପୁଙ୍ଖ।ନପୁଙ୍ଖ ଭାବେ ଜାଣିବ।ର ଆବଶ୍ୟକତା ରହିଛି । ଅଥଚ ଏଭଳି ଏକ ସମ୍ବେଦନଶୀଳ କଥା ସାଧାରଣରେ ଚର୍ଚ୍ଚା ହିଁ ହେଉନାହିଁ ।

ଓଡ଼ିଶା ଶାସନର କେନ୍ଦ୍ରବିନ୍ଦୁ ପାଲଟିଥିବା ଉପକୂଳ ଓଡ଼ିଶା ସବୁକ୍ଷେତ୍ରରେ ଆଗୁଆ ଥିବାବେଳେ ଖଣିଜ ସଂପଦରେ ପଛୁଆ ଅଛି । ଖଣିଜ ସଂପଦରେ ସମୃଦ୍ଧ ସୀମାନ୍ତ ଜିଲ୍ଲାର ଆମଦାନୀ ଉପରେ ଏହି ଜିଲ୍ଲାରେ ଚୁଲି ଜଳେ, ଜ୍ଞାନର ଦୀପ ମହକେ । ତେଣୁ ସାମାଜିକ ଦାୟିତ୍ୱ ନ ହେଉ ପଛେ ନିଜ ଚୁଲି ଜାଳିବାପାଇଁ ଅନ୍ତତଃ ପାଟି ଫିଟାଇ ଆନ୍ଧ୍ରର ଦାଦାଗିରିକୁ ବନ୍ଦ କରିବାକୁ ଆଗେଇ ଆସନ୍ତୁ । ସ୍ୱାର୍ଥପରତାର ଦଉଡ଼ିରେ ବାନ୍ଧି ହୋଇଥିବା ଏହି ମାଟିର ଶିକ୍ଷିତବର୍ଗ ଅନ୍ତତଃ ଆତ୍ମସ୍ୱାଭିମାନୀ ହୋଇଉଠନ୍ତୁ । ନଚେତ୍ ଆନ୍ଧ୍ର କାର୍ଯ୍ୟକଳାପରୁ ପ୍ରେରଣା ପାଇ ଝାଡ଼ଖଣ୍ଡର ଆହ୍ୱାନ ଯୋଗୁଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା, ବଙ୍ଗଳାର ଚକ୍ରାନ୍ତ ଯୋଗୁଁ ବାଲେଶ୍ୱର ଜିଲ୍ଲା, ଛତିଶଗଡ଼ର ବ୍ୟବସାୟିକ ସୁବିଧା ଯୋଗୁଁ ନୂଆପଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର ଭଳି ଖଣିଜ ସଂପଦଶାଳୀ ଜିଲ୍ଲାଗୁଡ଼ିକ ଓଡ଼ିଶା ଛାଡ଼ି ଚାଲିଗଲାପରେ ଉପକୂଳସ୍ଥ କଳିଙ୍ଗନଗରର କାରଖାନା, ପାରଦ୍ୱୀପ, ଧାମରା, ଗୋପାଳପୁର ବନ୍ଦର ଓ ଏଠାରେ ଗଢ଼ି ଉଠିଥିବା ଛୋଟବଡ଼ କାରଖାନାଗୁଡ଼ିକୁ ନେଇ ଗର୍ବ କରୁଥିବା ଓଡ଼ିଶାର ସ୍ଥିତି କିପରି ହେବ, ସେ ବିଷୟରେ ଆମ ଆଗଧାଡ଼ିର ଚିନ୍ତାଶୀଳ ନାଗରିକଗଣ ଚିନ୍ତା କରିବା ସମୟ ଉପସ୍ଥିତ ହୋଇଛି ।

ଆମ ଭାଷା ଆମଠାରୁ ଯାଇସାରିଲ।ଣି । ଆମସଂସ୍କୃତି ପରମ୍ପରା ମଧ୍ୟ ଯାଇସାରିଲାଣି ଆମ ଅପାରଗତା ଯୋଗୁଁ ଖାଲି ବଞ୍ଚି ରହିଛି ଭୂମିଖଣ୍ଡିକ । ତାକୁ କ’ଣ ହରାଇବୋ ଆମ ସଂକୀର୍ଣ୍ଣ ଚିନ୍ତାଧାରା ଯୋଗୁଁ? ହେ ଓଡ଼ିଆ ଜାତି ! ଯଦି ଶୋଇବାକୁ ଏତେ ଆଗ୍ରହ ତେବେ ଗାଢ଼ନିଦରେ ଶୋଇଯାଅ, ଅନ୍ତତଃ ଶୋଇବାର ମଜା ଟିକକ ନିଅ । ଅଥଚ ଜୁଳୁଜୁଳୁ କରି ଚାହିଁ ରହି ଆର ଓଡ଼ିଆ ଜଣକ କ’ଣ କରୁଛି, ସେ ବିଷୟରେ ଲୁଚିଛପି ଜାଣିବାର ଆଗ୍ରହ ଭିତରେ ନିଜର ଶାନ୍ତିନିଦ୍ରା ବ୍ୟାହତ କଲାପରି, ଅନ୍ୟ ଓଡ଼ିଆଏ ଆନ୍ଧ୍ରର ଏ ଦାଦାଗିରିରେ କି ୧୨ / ଜାତି, ଜାଗୃତି ଓ ପ୍ରଗତି

କାର୍ଯ୍ୟ କରୁଛି, ତାହାକୁ ଚାହିଁ ରହି ବସିବାଦ୍ୱାରା କେବଳ ଓଡ଼ିଶାର କ୍ଷତି ହେଉନାହିଁ ବରଂ ଗୋଟିଏ ଜାତି ଲୋପ ହେବାର ପ୍ରକ୍ରିୟାର ଆରମ୍ଭ ହେବାକୁ ସୂଚାଉଛି । ଆମ ପୂର୍ବପୁରୁଷଙ୍କ ଶୌର୍ଯ୍ୟଦ୍ୱାରା ସ୍ଥାପିତ ଆଗଙ୍ଗା ଗୋଦାବରୀ ଭୂଖଣ୍ଡରୁ ଆମ ନେତୃବୃନ୍ଦଙ୍କ ଖାମଖିଆଲି ନୀତି ଯୋଗୁଁ ଆନ୍ଧ୍ରକୁ ଅଧା ଅଞ୍ଚଳ ଦେଇସାରିବା ପରେ ବି, ବର୍ତ୍ତମାନର ଖଣିଜସଂପଦପୂର୍ଣ୍ଣ ଅଞ୍ଚଳକୁ ନୀରବ ଭାବରେ ଟେକିଦେବାଦ୍ୱାରା ଆମେ କି ପ୍ରକାରର ଶାନ୍ତି ପାଇପାରିବା ? ଶାନ୍ତି ଯଦି ଆମର କାମ୍ୟ, ସ୍ୱାଭିମାନ ଆମର ଭୂଷଣ ହେବା ଆବଶ୍ୟକ । ନଚେତ୍ ଆଳସ୍ୟ ଯଦି ଆମ ଜୀବନ, ବିଳାସ ଯଦି ଏକମାତ୍ର ଲକ୍ଷ୍ୟ, ଭୀରୁତା ଯଦି ଆମର ଅଳଙ୍କାର, ତେବେ ବରଂ ଭଲ ହେବ ସବୁଦିନ ପାଇଁ ଏ ପବିତ୍ର ମାଟିକୁ ଛାଡ଼ି ଚାଲିଯିବା । ଅନ୍ତତଃ ଆମ ଭବିଷ୍ୟତ ପିଢ଼ି ତ ଆମ ଚେଇଁ ଶୋଇବାଗୁଣଠାରୁ ଦୂରେଇ ରହି ସମୃଦ୍ଧ ଓଡ଼ିଶା ଗଠନପାଇଁ ନିଜକୁ ଉତ୍ସର୍ଗ କରିପାରିବେ ।