ଜାତି, ଜାଗୃତି ଓ ପ୍ରଗତି/ଓଡ଼ିଶାବାସୀ ସାବଧାନ : ଆନ୍ଧ୍ର ଆସୁଛି !

ଉଇକିପାଠାଗାର ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଓଡ଼ିଶାବାସୀ ସାବଧାନ : ଆନ୍ଧ୍ର ଆସୁଛି !
ଓଡ଼ିଶାବାସୀ ସାବଧାନ : ଆନ୍ଧ୍ର ଆସୁଛି!

ନିକଟରେ ଇତିହାସର ଆଉ ଏକ ଅନ୍ୟାୟକୁ ଓଡ଼ିଶାବାସୀ ମଥାପାତି ସହ୍ୟ କରିବାର ସୁଯୋଗ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପ୍ରଦାନ କରିଥିବାରୁ ଏଥିପାଇଁ ପ୍ରଥମେ ଧନ୍ୟବାଦ ଅର୍ପଣ କରୁଛି, କାରଣ ଦକ୍ଷିଣ ଓଡ଼ଶାର ଉପାନ୍ତ ଅଞ୍ଚଳ କୁଟିଆ । ଗ୍ରାମ ପଞ୍ଚାୟତ ଉପରେ ଆନ୍ଧ୍ରର ବଳପୂର୍ବକ ଅଧିଗ୍ରହଣ ପ୍ରତି ସର୍ବୋଚ୍ଚ ବିଚାର ବିଭାଗର ନୀରବ ସମର୍ଥନ, କିଛିକ୍ଷଣ ହେଉ ପଛକେ ଓଡ଼ିଆଙ୍କ ଭାବପ୍ରବଣତାକୁ ଜାଗ୍ରତ କରିପାରିଛି ।

ଅତୀତକୁ ଦୃଷ୍ଟି ନିକ୍ଷେପ କଲେ ଦେଖିବାକୁ ମିଳିବ ଯେ, ଏଭଳି ଆଘାତ କିଛି ନୂଆ ନୁହେଁ । ସେଥିପାଇଁ ଆଘାତ ସହିବା ଏକ ଗୌରବର କଥା ବୋଲି ଆମେ ଗ୍ରହଣ କରି ସାରିଲୁଣି । ସ୍ୱାଧୀନତା ପୂର୍ବରୁ ଓଡ଼ିଶା ଏକତ୍ରୀକରଣ ବେଳେ ଏକତୃତୀୟାଂଶ ଓଡ଼ଆ ଓ ଓଡ଼ିଶା ଅଞ୍ଚଳ ହରାଇ ଆମେମାନେ “ବୁଦ୍ଧିମାନ ଯେତିକି ପାଆନ୍ତି, ସେତିକି ଗ୍ରହଣ କରିବା ଉଚିତ୍” ନ୍ୟାୟରେ ବିଖଣ୍ଡିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ପାଇ ଆନନ୍ଦରେ ଉଦ୍‌ବେଳିତ ହୋଇ ଉଠିଲୁ । ଭୁଲିଗଲୁ ପାଖ ପଡ଼ିଶା ଘରେ ଆଶ୍ରିତ ଥାଇ ଛଟପଟ ହେଉଥିବା ଆମ ଭାଇମାନଙ୍କ ବିଚ୍ଛେଦଜନିତ ଶୋକକୁ । କେବଳ ସେତିକି ନୁହେଁ, ଏହି ସମୟରେ ଟାଟା ଶିଳ୍ପାଞ୍ଚଳ ଓଡ଼ଶାରେ ମିଶିବା ପାଇଁ ସମ୍ମତି ଦେବା ଘଟଣାପ୍ରତି ତତ୍କାଳୀନ ଓଡ଼ିଆ ନେତୃବୃନ୍ଦଙ୍କ ଉଦାସୀନତାର ପରମ୍ପରାକୁ ଆମେ ପୁଣି ଥରେ ଦେଖିବାକୁ ପାଇଥିଲୁ; ସ୍ୱାଧୀନତା ପରେ ଗଠିତ ସୀମା ନିର୍ଦ୍ଧାରଣ କମିଟିର ଅବିଚାର ତଥା ଏହାକୁ ବିରୋଧ କରି ହୋଇଥିବା ସ୍ୱାଭିମାନର ଆନ୍ଦୋଳନକୁ ଦୃଢ଼ ଦମନ କରିଥିବା ଆମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କଠାରେ । ତେଣୁ ଆଜି ସର୍ବୋଚ୍ଚ ନ୍ୟାୟାଳୟର ନୀରବ ସମର୍ଥନରେ କୁଟିଆ ଗ୍ରାମପଞ୍ଚାୟତର ୨୮ରୁ ୨୧ଟି ଗ୍ରାମ ଆନ୍ଧ୍ର ପ୍ରଦେଶରେ ମିଶିବା ସମୟରେ ଓଡ଼ିଶା ସହିତ ଭାବଗତ ସଂପର୍କ ନ ଥିବା, ତଥା ଓଡ଼ିଆ ଜାତିର ଜାତି, ଜାଗୃତି ଓ ପ୍ରଗତି / ୨୩

ଆବେଗକୁ ଅନୁଭବ କରିପାରୁ ନ ଥିବା ଆମ ଶାସକବର୍ଗଙ୍କଠାରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶା କରିବା ସ୍ୱାଭିମାନୀ ଓଡ଼ିଆ ପକ୍ଷେ ବୃଥା ମାତ୍ର । ତଥାପି ଏଭଳି ଘଟଣାକୁ ସ୍ୱାର୍ଥପର ଅଳସୁଆଙ୍କ ପରି କିଛିକାଳ ପାଟିତୁଣ୍ଡ କଲେ କ୍ଷତି ନାହିଁ । ଏଠାରେ ପ୍ରଶ୍ନ ଉଠେ- କାହିଁକି ଆମ ପଡୋଶୀମାନେ ଆମ ସୀମା ସଂକୁଚିତ କରିବାରେ ବ୍ୟଗ୍ର । ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଅନ୍ୟ ତିନୋଟି ରାଜ୍ୟ ଓଡ଼ିଶାଠାରୁ ବୟସରେ ବହୁ କନିଷ୍ଠ । ଯଦିଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ବେଳେ ଓଡ଼ିଶା ପ୍ରତି ହୋଇଥିବା ଚରମ ଅବହେଳାକୁ ସମଗ୍ର ଭାରତବାସୀ ଅନୁଭବ କରିଛନ୍ତି, ତଥାପି ତତ୍କାଳୀନ ମାଡ୍ରାସ, ବିହାର, ବଙ୍ଗଳା ତଥା ମଧ୍ୟପ୍ରଦେଶ ଅଞ୍ଚଳର ବଳିଷ୍ଠ ନେତୃବୃନ୍ଦଙ୍କ ଚାପରେ ଓଡ଼ଶାବାସୀଙ୍କ ଭାବପ୍ରବଣତାକୁ ଜାତୀୟସ୍ତରର ନେତାମାନେ ଉପେକ୍ଷା କରିଥିଲେ । ଫଳରେ ସଢ଼େଇକଳା, ଖରସୁଆଁ ଭଳି ଖାଣ୍ଟି ଓଡ଼ିଆ ଦେଶୀୟ ରାଜ୍ୟ ଓଡ଼ିଶାରେ ମିଶିଥିବାବେଳେ, ଗମନାଗମନ ଅସୁବିଧାର ଆଳଦେଖାଇ ପୁଣି ଛଡାଇ ନେଇ ବିହାରରେ ମିଶାଇ ଦିଆଗଲା । ଏପରିକି ମୟୂରଭଞ୍ଜ ଓଡ଼ିଶାରେ ମିଶିବା ପରେ ମଧ୍ୟ ଏହାର ଦୁଇଟି ବିସ୍ତୀର୍ଣ୍ଣ ଅଞ୍ଚଳ ଆଉ ଓଡ଼ିଶାକୁ ଫେରି ଆସି ନ ଥିଲା । ଏବେ ସେଠିକାର ଶିଶୁ ମାତୃଭାଷା ଭାବରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ପଢ଼ିବାକୁ ବାଧ୍ୟ । ଏଠାରେ ସଂଖ୍ୟାନ୍ୟୁନ ବଙ୍ଗାଳୀ ନିଜର ପାରିବାପଣିଆ ଦେଖାଇ ଦ୍ୱିତୀୟ ଭାଷା ହେବାର ଗୌରବ ଲାଭ କରିଥିବା ବେଳେ, ସଂଖ୍ୟାଧିକ ଓଡ଼ିଆଙ୍କ ସ୍ୱାର୍ଥକୁ ଉପେକ୍ଷା କରିଛନ୍ତି- ଝାଡ଼ଖଣ୍ଡର ତତ୍କାଳୀନ ଓଡ଼ିଆ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି । ଆଉ ଆମ ସରକାର ଓଡ଼ିଆ ଭାଷାର ସୀମାକୁ ଓଡ଼ିଶାର ପ୍ରତିଟି କୋଣଅନୁକୋଣରେ ପହଞ୍ଚାଇବାର ଚେଷ୍ଟା ନ କରି ମୁଷ୍ଟିମେୟ ଆଦିବାସୀ ଭାଷା ବିକାଶ ପ୍ରତି ଧ୍ୟାନ ଦେଇ ଓଡ଼ିଶା ସୀମା ଭିତରେ ଭାଷାଭିତ୍ତିକ ପ୍ରାଚୀର ସୃଷ୍ଟି ଉଦ୍ଦେଶ୍ୟରେ ଭିତ୍ତି ସ୍ଥାପନ କରୁଛନ୍ତି । ଶାସନର ସର୍ବୋଚ୍ଚ ସୀମାରେ ଯେତେବେଳେ ଅଣଓଡ଼ିଆ ଅଧିକାରୀଗଣ ଭର୍ତ୍ତି ହୋଇଗଲେଣି, ସେପରି ସ୍ଥଳେ ତାଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ !

ଆଜି ଓଡ଼ିଶାର ସୀମା କ୍ରମଶଃ ସଂକୁଚିତ ହୋଇଆସୁଛି । ତତ୍‌ସହିତ ସଂକୁଚିତ ହୋଇଆସୁଛି ଏହାର ଭାଷା ଓ ସାହିତ୍ୟ । ମୋଗଲ ବନ୍ଦୀ କୁହାଯାଉଥିବା କେନ୍ଦ୍ରାଞ୍ଚଳରେ ଦେଶୀ ବିଦେଶୀ ଭାଷାର କଥିତ ଓ ଲିଖିତ ସମ୍ଭାର ମଧ୍ୟରେ ଓଡ଼ିଆ ଭାଷା ଚାପି ହୋଇ ଅଣନିଃଶ୍ୱାସୀ ହୋଇଗଲାଣି । ସୀମାନ୍ତ ଅଞ୍ଚଳର ୨୨ ଭାଗ ଆଦିବାସୀ ଯଦିଓ ପାରମ୍ପରିକ ଭାବରେ ନିଜକୁ ଓଡ଼ିଆ ବୋଲି କୁହନ୍ତି, ମାତ୍ର ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚିପାରି ନ ଥିବାରୁ ନିଜର ଭାଷା ଓ ପରମ୍ପରା ସହିତ ଓଡ଼ିଆ ଭାଷା ଓ ପରମ୍ପରାକୁ ସାମିଲ କରି ଓଡ଼ିଶା ଏକତ୍ରୀକରଣ ଯଜ୍ଞରେ ପୂର୍ଣ୍ଣାହୂତି ଦେବାକୁ ପଛେଇ ଯାଉଛନ୍ତି । ସେମାନଙ୍କ ୨୪ / ଜାତି, ଜାଗୃତି ଓ ପ୍ରଗତି

ସରଳତାର ସୁଯୋଗ ନେଇ, ଅନ୍ୟଦ୍ୱାରା ଠକାମିର ଶିକାର ହେଲାବେଳେ ଦୋଷ ଦେଇଥାନ୍ତି ଉପକୂଳବର୍ତ୍ତୀ ଓଡ଼ିଆଙ୍କୁ । ନୂତନ ଜିଲ୍ଲା ଗଠନ ହେବା ପରେ ଯଦିଓ ସରକାରୀ କଳ କିଛି ତତ୍ପରତା ପ୍ରକାଶ କରିଥିଲା, ମାତ୍ର ଏବେ ଏହି କଳର କର୍ମକର୍ତ୍ତା ଏବଂ ବୁରୋକ୍ରାଟଗଣ ଶୋଷକ ଗୋଷ୍ଠୀରେ ସାମିଲ ହୋଇସାରିଲେଣି । ଏମାନେ ନକ୍ସଲ୍ ଆନ୍ଦୋଳନକୁ ଏକ ସୁଯୋଗ ଭାବେ ଗ୍ରହଣ କରି, ସୁରକ୍ଷା ପ୍ରସଙ୍ଗ ଆଳରେ ଆଦିବାସୀ ଉନ୍ନୟନ କାର୍ଯ୍ୟଧାରାରୁ ନିଜକୁ ଦୂରେଇ ରଖି ଏହି ଅଞ୍ଚଳକୁ ଦିଆଯାଉଥିବା ପର୍ଯ୍ୟାପ୍ତ ଅର୍ଥର ମିଥ୍ୟା ପ୍ରମାଣପତ୍ର ଦେଇ ଲୁଟ୍ କରିବାରେ ଲାଗିଛନ୍ତି । ସରକାର ମଧ୍ୟ ନିଶ୍ଚିନ୍ତ । କାରଣ ସେମାନଙ୍କର କାର୍ଯ୍ୟ କରିବାର ସୀମା ମଧ୍ୟ ହ୍ରାସ ପାଇଯାଉଛି । ଏଭଳି ସ୍ଥିତିରେ ଏମାନେ ଏତିକି ବୁଝିପାରୁ ନାହାନ୍ତି- ଯେଉଁ ଅବହେଳାର କାରଣ ଆଦିବାସୀମାନଙ୍କୁ ରକ୍ତମୁଖା ସଜାଇଛି, ତାହାର ଯଦି ଆଶୁ ସମାଧାନ ନ ଘଟେ, ତେବେ ଏହା କ୍ରମେ ବୃଦ୍ଧି ପାଇ ଓଡ଼ଶାର ବ୍ୟାପକ ଧନଜୀବନ କ୍ଷତି ହେବା ସହ ଅର୍ଦ୍ଧାଧିକ ଅଞ୍ଚଳକୁ ମଧ୍ୟ ହରାଇବାକୁ ପଡ଼ିବ । ତେଣୁ ଏପରି ଅପମାନଜନକ ସ୍ଥିତି ଉତ୍ପନ୍ନ ହେବା ପୂର୍ବରୁ ନିଜକୁ ଓଡ଼ିଆ ବୋଲି ଗର୍ବରେ ମଥାଟେକି ଚାଲୁଥିବା ପ୍ରତ୍ୟେକ ଓଡ଼ିଶାବାସୀ ସଚେତନ ହୋଇ ଆମ ରାଜ୍ୟର ନିଦ୍ରିତ ସରକାରଙ୍କୁ ସଚେତନ କରାଇବାର ସମୟ ପୁଣି ଥରେ ଉପସ୍ଥିତ ହୋଇଛି ।

କେନ୍ଦ୍ରୀୟ ‘କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି’ (କେବିକେ) ଯୋଜନାର ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନ ଥିବା ବେଳେ ଏହି ଯୋଜନା ଅନ୍ତର୍ଭୁକ୍ତ କୁଟିଆ ଗ୍ରାମ ପଞ୍ଚାୟତର ଚିର ଅବହେଳିତ, ନିରକ୍ଷର ସେହି ତିନି ସହସ୍ର ଅଧିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରମାଣ ଜଣାଉଛି, ଯେଉଁମାନେ ଆନ୍ଧ୍ରବାସୀଙ୍କ ପ୍ରଲୋଭନ ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ମଧ୍ୟ ନିଜକୁ ଓଡ଼ିଆ କହିବାର ଗର୍ବ ଅନୁଭବ କରୁଛନ୍ତି । ଘଞ୍ଚ ଅରଣ୍ୟ, ଦେଓମାଳି ପର୍ବତର ଭୀମକାୟ ରୂପ ତଥା ଏଥିରୁ ନିର୍ଝରିତ ଝରଣାର ସ୍ରୋତରେ ଦ୍ୱିଖଣ୍ଡିତ ହୋଇଥିବା ଏହି ଆଦିବାସୀ ଅଞ୍ଚଳ ପ୍ରାକୃତିକ ଅରଣ୍ୟ ଓ ଖଣିଜ ସଂପରେ ପୂର୍ଣ୍ଣଗର୍ଭା ଥିବାରୁ ପଡୋଶୀ ଆନ୍ଧ୍ରର କୁନଜରରେ ପଡ଼ିବା ସ୍ୱାଭାବିକ । ଆନ୍ଧ୍ର ଓ ଓଡ଼ିଶାର ରାଜଧାନୀଠାରୁ ସମଦୂରରେ ଥିବା ଏହି ଅଗମ୍ୟ ଅଞ୍ଚଳର ରତ୍ନକୁ ସାଉଁଟି ନେବାପାଇଁ ଆନ୍ଧ୍ରର ବ୍ୟଗ୍ରତା ବୃଦ୍ଧି ପାଇବାବେଳେ, ଓଡ଼ିଶା ସରକାରଙ୍କ ପ୍ରଶାସନିକ ଦୁର୍ବଳତା ଓ ଅବହେଳାକୁ ସର୍ବ ସାଧାରଣରେ ଦେଖାଇ ଦେଇଛି । ଏହାଦ୍ୱାରା ମଧ୍ୟ ଆନ୍ଧ୍ର ପ୍ରମାଣ କରିବାକୁ ଚାହୁଁଛି ଯେ, ଲୋକମୁଖର ଭାଷା ମାଧ୍ୟମରେ, ତଥା କିଛି ସୁବିଧା ପ୍ରଦାନ କରିବା ଆଳରେ ସୀମାନ୍ତ ଅଞ୍ଚଳକୁ ବିବାଦପୂର୍ଣ୍ଣ କରି ନିଜ ସୀମା ଅନ୍ତର୍ଭୁକ୍ତ କରାଯାଇପାରେ । ସେଥିପାଇଁ ସୀମାନ୍ତ ଅଞ୍ଚଳର ସାଲୁରପୁର ଠାରୁ ୨୨ କି.ମି ଦୂର ଥିବା ଓଡ଼ିଶାର କୁଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ତିନୋଟି ଗ୍ରାମ ଅର୍ଜୁବାଲାସା, ତାଡ଼ିବାଲସା ଓ ନାର୍ଜା ବାଲସାରେ ଜାତି, ଜାଗୃତି ଓ ପ୍ରଗତି / ୨୫

ପିଚୁ ରାସ୍ତା ତିଆରି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ପକ୍କା ସଡ଼କ ତଥା ତେଲୁଗୁ ବିଦ୍ୟାଳୟ ନିର୍ମାଣ କରି କଥିତ ବଙ୍କା ଓଡ଼ିଆ ପରିବର୍ତ୍ତେ ସିଧା ତେଲୁଗୁ ଭାଷା ଶିକ୍ଷା ଦେବାର କୌଶଳ ଗ୍ରହଣ କରିନେଇଛି ।

ସର୍ବୋଚ୍ଚ ନ୍ୟାୟାଳୟର ସ୍ଥିତାବସ୍ଥା ରାୟ ଫଳରେ ଆନ୍ଧ୍ର ଖୁସି ହୋଇ ତା’ର ଗତି ଆହୁରି ଜୋରରେ ବୃଦ୍ଧି କରି ସାରିଲାଣି । ତେଣୁ କିଛିିଦିନ ପରେ ଜୟପୁର ତଥା ପାରଳା ମହାରାଜାଙ୍କ ସ୍ୱପ୍ନକୁ ଧ୍ୱଂସ କରି, ତେଲୁଗୁ ଭାଷାର ସ୍ଥାପନଦ୍ୱାରା ଏହି ଅଞ୍ଚଳକୁ ତେଲୁଗୁ ରାଜ୍ୟର ବୋଲି ଦାବୀ କରିବାକୁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ଯେ ଆନ୍ଧ୍ର ନ ହେବ, ତାହା କିଏ କହିବ? ଆଜି ସିନା କୁଟିଆବାସୀ ନିଜକୁ ଓଡ଼ିଆ ବୋଲି କହି ଗର୍ବ କରୁଛନ୍ତି । କାଲି ଯେତେବେଳେ ଆନ୍ଧ୍ରଠାରୁ ସମସ୍ତ ସୁବିଧା ସୁଯୋଗ ପାଇବା ସହ କୁଟିଆବାସୀ ପ୍ରାଞ୍ଜଳ ତେଲୁଗୁ ଭାଷାରେ କଥା ହେବେ, ସେତେବେଳେ ସେମାନଙ୍କର ଆତ୍ମା ମଧ୍ୟ ତେଲୁଗୁ ହୋଇଯିବ । ଫଳରେ କୁଟିଆ ପରି ଆହୁରି ଅନେକ ସୀମାନ୍ତ ଅଞ୍ଚଳ ଆନ୍ଧ୍ର ଗର୍ଭକୁ ଚାଲିଯିବ । ଏସବୁ ଘଟି ସାରିବା ପରେ ଆମ ଭୁବନେଶ୍ୱର ବାବୁଗଣ ସିନା ମିଛରେ ଆଖିରୁ ଲୁହ ଗଡ଼ାଇ ଅନ୍ୟ ଉପରେ ଦୋଷ ଲଦି ନିଜର ଅପାରଗତାକୁ ଘୋଡାଇବାର ଚେଷ୍ଟା କରିବେ, ମାତ୍ର ଆମ ସ୍ୱାଭିମାନୀ ଓଡ଼ିଆ ଏଭଳି ସ୍ଥିତିକୁ କିଭଳି ସାମ୍ନା କରିବେ ? ଆନ୍ଧ୍ର ଏ କୁକର୍ମରେ ସଫଳ ହେବାପରେ ଛଞ୍ଚାଣ ବଙ୍ଗାଳୀ ପୁଣି ଓଡ଼ିଶାକୁ ଉତ୍ତର ପଟୁ ଝୁଣିଝୁଣି ଖାଇବା ଆରମ୍ଭ କରିଦେବେ । ସେତେବେଳେ ଏହାକୁ ବିରୋଧ କରିବାର ଶକ୍ତି ଆମ ନିକଟରେ ଥିବ ତ ?

ତେଣୁ ଏପରି ଏକ ଅଭାବନୀୟ ସ୍ଥିତି ବେଳେ ଆମେ ଯଦି ପ୍ରଶାସନ ତଥା ସରକାରଙ୍କୁ ଦାୟୀ କରି ନୀରବ ରହିଯିବା, ତେବେ “ଅଳସୁଆଙ୍କ କୋଳି ଖାଇବା” ପରି ଘଟଣା ନିଶ୍ଚିତ ଘଟିବ । ଆମେ ଭୁଲି ଯାଉଛେ ଯେ, ପ୍ରଶାସନକୁ ନିୟନ୍ତ୍ରଣ କରୁଥିବା ସରକାର ହେଉଛି ଆମର ପ୍ରତିନିଧି, ଯେଉଁମାନେ ନିର୍ବାଚନ କାଳରେ ଭିକ୍ଷା ମାଗିବାକୁ ଆସିଥାନ୍ତି ଆମର ଭଙ୍ଗା କୁଟୀରକୁ; ସେମାନଙ୍କୁ ଆମେ ଆମର ପ୍ରତିନିଧି ଭାବରେ ବାଛିଛୁ ଆମର ଭାଷା, ଜାତି, ଐତିହ୍ୟ, ସଂସ୍କୃତି ତଥା ସାମାଜିକ ଜୀବନକୁ ସୁରକ୍ଷିତ ରଖିବାପାଇଁ । ଶାସନ ସମ୍ଭୋଗର ଲାଳସାରେ ଯେ ସେମାନେ ନିଜ କର୍ତ୍ତର୍ବ୍ୟରୁ ଓହରି ଯାଉଛନ୍ତି, ତେବେ ସେମାନଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା ନ କରି ବରଂ ବର୍ତ୍ତମାନ ହିଁ ସତର୍କ କରାଇବା ଉଚିତ ହେବ । ଏହି ସତର୍କର ମାଧ୍ୟମ ହେଉଛି ଗଣଆନ୍ଦୋଳନ । ଏଥିପାଇଁ ସାମଗ୍ରିକ ଭାବରେ ସମସ୍ତ ଓଡ଼ିଆ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବା ଉଚିତ ।

ଏଠାରେ ଗୋଟିଏ କଥା କହିବାକୁ ଚାହେଁ, ଯେ କୌଣସି ରାଜ୍ୟ ହେଉ ବା ରାଷ୍ଟ୍ର - ଏହାର ବିକାଶର ମୂଳଭିତ୍ତି ହେଉଛି କୃଷି । ତା’ପରେ ଆସେ ଶିଳ୍ପ । ଓଡ଼ିଶାଠାରୁ ୨୬ / ଜାତି, ଜାଗୃତି ଓ ପ୍ରଗତି

୨୦ ବର୍ଷ ପଛରେ ସୃଷ୍ଟ ଆନ୍ଧ୍ରପ୍ରଦେଶ ପ୍ରଥମେ ଏକ ଗରିବ ରାଜ୍ୟ ଥିଲା । ଏବେ ମଧ୍ୟ ଏହାର ମୁଣ୍ଡପିଛା ଋଣଭାର ଓଡ଼ିଶାଠାରୁ ଅଧିକ । ମାତ୍ର ଦୃଢ଼ ନେତୃତ୍ୱ ତଥା ଜନସାଧାରଣଙ୍କ କଠୋର ପରିଶ୍ରମ ଓ ନିଃସ୍ୱାର୍ଥପର ମନୋଭାବ ଆଜି ଆନ୍ଧ୍ରକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ଠିଆ କରାଇପାରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଏହି ରାଜ୍ୟ ଆଜି ମାଛ, ମାଂସ, ଅଣ୍ଡା, ପନିପରିବା, ଫଳ ଉତ୍ପଦନ ଏବଂ ରପ୍ତାନୀରେ ଅଗ୍ରଣୀ ରାଜ୍ୟ ହେବା ସହ ଆଧୁନିକ ମାନବ ଜୀବନର ଅଭିନ୍ନ ଅଂଶ-ବିଜ୍ଞାନର ଜୟଯାତ୍ରାରେ ନିଜକୁ ସାମିଲ କରି ସାଇବରାବାଦ ଭାବରେ ନୂତନ ପରିଚୟ ସୃଷ୍ଟି କରିପାରିଛି । ଆନ୍ଧ୍ର ଜନତାଙ୍କ ସ୍ୱାଭିମାନ, କତ୍ତର୍ବ୍ୟନିଷ୍ଠା, ପରିଶ୍ରମ, ଓ ଜାତିପ୍ରେମ ଭାବନା ଯୋଗୁଁ ଆମେରିକା ଭଳି ବିଶ୍ୱର ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ରରମୁଖ୍ୟ ତଥା ବିଲ୍‌ଗେଟସ୍ ଭଳି ଧନୀ ବ୍ୟକ୍ତିମାନେ ଭାରତ ଗସ୍ତ କାଳରେ ଆନ୍ଧ୍ରମାଟିକୁ ଆସି ଆନ୍ଧ୍ର କୃଷକ ସହ ଫଟୋ ଉଠାଇବାକୁ ଗୌରବ ବୋଲି ମନେ କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଆମ ଓଡ଼ିଆମାନଙ୍କ ସ୍ଥାନ କେଉଁଠି, ତାହା ବିଚାର କରିବାର ସମୟ ଆସି ପହଞ୍ଚିଛି । ଏଠି ଅବଶ୍ୟ କେବଳ ଏତିକି ମାତ୍ର ସାନ୍ତ୍ୱନା ଦେବା ଯେ, ଆନ୍ଧ୍ରର ଏଭଳି ବିକାଶ କ୍ଷେତ୍ରରେ କେତେଜଣ ବଳିଷ୍ଠ ଓଡ଼ିଆ ଅଫିସରଙ୍କ ଅବଦାନ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନେକ ଓଡ଼ିଆ ଆଇଏଏସ୍ ଅଫିସର ଆନ୍ଧ୍ର, ବଙ୍ଗଳା, ଗୁଜୁରାଟ, ମହାରାଷ୍ଟ୍ର, ଦିଲ୍ଲୀ ଭଳି ଅଞ୍ଚଳର ସାମଗ୍ରିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରି ଯଥେଷ୍ଟ ସୁନାମ ପାଉଥିବା ବେଳେ, ଏଠାରେ ଓଡ଼ିଆ ଅଫିସରମାନେ ଓଡ଼ିଶା ପ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି । ଏମାନଙ୍କୁ ସହଯୋଗ କରୁଛନ୍ତି ଅଣଓଡ଼ିଆ ଲାଞ୍ଚୁଆ ଅଫିସରଗଣ । ସେହିମାନଙ୍କ କୁକର୍ମପାଇଁ ଓଡ଼ିଶା ଆଜି ନିନ୍ଦିତ ହେଉନାହିଁ, ବରଂ ନିରୀହ ଜନତାଙ୍କୁ ଭାଗ୍ୟବାଦୀ ଭାବରେ ଗଢ଼ି ତୋଳିବାକୁ ପ୍ରଚ୍ଛନ୍ନ ପ୍ରୋତ୍ସାହିତ କରୁଛନ୍ତି ।

କିନ୍ତୁ ଆମେ କେତେଦିନ ଏହି ହୀନକର୍ମୀଙ୍କପାଇଁ ଭାଗ୍ୟକୁ ଖୋଜୁଥିବା ! କଳିଙ୍ଗାଃ ସାହସିକାଃ - ଏହା ଏକ ପୋଥିଗତ ବିଦ୍ୟା ହୋଇସାରିଛି । ଏହାକୁ ବାସ୍ତବରୂପ ଦେବାକୁ ହେଲେ, ଏହି କଥା ସଭା ସମିତିରେ ବାରମ୍ବାର ଉଦ୍ଧୃତି ନ ଦେଇ କର୍ତ୍ତବ୍ୟ ପ୍ରତି ଗୁରୁତ୍ତ୍ୱ ଦେବାର ସମୟ ଆସି ପହଞ୍ଚିଛି । ଆନ୍ଧ୍ରବାସୀଙ୍କ ପରି ଯଦି ଓଡ଼ିଶାର ସାମଗ୍ରିକ ବିକଶିତ ରୂପ ଦେଖିବାକୁ ଚାହିଁବା, ତେବେ ଏହି ନିର୍ମୂଳି ଲଟାଗୁଡ଼ିକ କାଟି ସଫା କରିବାକୁ ଆଗଭର ହେବା । ଯନ୍ତ୍ରଣା ଜର୍ଜରିତ ଓଡ଼ିଆ ମନକୁ ସବୁଦିନ ବୋହି ଚାଲିବା ଅପେକ୍ଷା ଏହାକୁ ତ୍ୟାଗ କରିବାପାଇଁ ପୁଣି ଏକ ବଜ୍ର ଶପଥ ନେବା । ଏଇ ନିରକ୍ଷର କୁଟିଆ ଅଧିବାସୀଙ୍କ ସ୍ୱାଭିମାନକୁ ପାଥେୟ କରି ସେମାନଙ୍କ ସଂଘର୍ଷମୟ ଜୀବନରେ ନିଜକୁ ସାମିଲ କରିନେବା ହେବ ଜଣେ ପ୍ରକୃତ ଓଡ଼ିଆତ୍ୱର ପରିଚୟ । ଆମେ ଦେଖାଇ ଦେବା ଆନ୍ଧ୍ର ଆମ ଉପରେ ନିର୍ଭରଶୀଳ - ଆମେ ଆନ୍ଧ୍ର ଉପରେ ନୁହେଁ । ଆମେ ଯଦି ମାଛ, ଜାତି, ଜାଗୃତି ଓ ପ୍ରଗତି / ୨୭

କଦଳୀ, ନଡ଼ିଆ, ଆମ୍ବ, ଲେମ୍ବୁ ନ କିଣି ନିଜ ବାଡ଼ିରେ ଏହାକୁ ଅମଳ କରିବା, ତେବେ ଏବେ ଦେଖାଦେଇଥିବା ଆନ୍ଧ୍ର ଚାଷୀଙ୍କ ମୃତ୍ୟୁ ସଂଖ୍ୟା ୧୮୩୮ରୁ ନିଶ୍ଚିତ ବୃଦ୍ଧି ପାଇବ । ସେତେବେଳେ ହୁଏତ ଆନ୍ଧ୍ରବାସୀ ବୁଝିପାରିବେ ଶାନ୍ତ ସରଳ ଓଡ଼ିଶାବାସୀଙ୍କ ପ୍ରକୃତ ସ୍ୱରୂପକୁ । “ଚା’ କପରେ ଝଡ଼” ପରି ଯଦି ବିଚାର ବିଭାଗର ଏହି ଅନ୍ୟାୟରେ ଆମେ ସଚେତନ ନ ହେବା, ତେବେ କିଏ କହିବ - ଇଂରେଜ ଭାଷାର ଧାର ଧାରୁ ନ ଥିବା ନିପଟ ମଫସଲର ପାନ ଦୋକାନ ଆଗରେ ଇଂରେଜ ଶବ୍ଦପୁଞ୍ଜ ପ୍ରୟୋଗ କରି ଆତ୍ମଗର୍ବରେ ଫୁଲି ଉଠୁଥିବା ବେକାର ଓଡ଼ିଆ ଯୁବକଟିଏ ତେଲୁଗୁ ସମୃଦ୍ଧିରେ ଲୋଭଗ୍ରସ୍ତ ହୋଇ ତେଲୁଗୁ ଶବ୍ଦ ପ୍ରୟୋଗ ନ କରିବ ! ଯାହାର ପ୍ରରୂପ ଏବେ ଦେଖିବାକୁ ମିଳେ ପୁରୀ, ବାଲେଶ୍ୱର (ବଙ୍ଗଳା) ସୁନ୍ଦରଗଡ଼, ସମ୍ବଲପୁର (ହିନ୍ଦୀ), କୋରାପୁଟ, ରାୟଗଡ଼ା, ଗଞ୍ଜାମ, ମାଲକାନଗିରି (ତେଲୁଗୁ) ଭଳି ଜିଲ୍ଲାମାନଙ୍କରେ ।

ସ୍ୱଦେଶୀ ଜାଗରଣମନ୍ତ୍ର ଭାରତ ବର୍ଷରେ ପ୍ରଥମେ ଓଡ଼ିଶା ମାଟିରୁ ହିଁ ଶୁଭିଥିଲା । ଉକ୍ରଳର ଗୌରବ ବୃଦ୍ଧିପାଇଁ ବୃଦ୍ଧ ମଧୁସୂଦନ ଗାଇଥିବା ଏହି ବେସୁରା ମନ୍ତ୍ରକୁ ମୋହନଦାସ କରମଚାନ୍ଦ ଗାନ୍ଧୀ ପରାମର୍ଶ ସୂତ୍ରେ ନେଇ ଉପଯୁକ୍ତ ତାଳଲୟରେ ଗାନ କରିବାରୁ ଭାରତବାସୀ ତାଙ୍କୁ ମହାତ୍ମାଗାନ୍ଧୀ ଆସନରେ ବସାଇେଲେ । ସେତେବେଳେ ସିନା ଏହାର ମହତ୍ତ୍ୱକୁ ଆମେ ବୁଝିପାରିଲେ ନାହିଁ । ଏବେ ଏହାକୁ ବୁଝି କାର୍ଯ୍ୟରେ ଲଗାଇଲେ କ୍ଷତି କ’ଣ ? ବିକାଶର ଶେଷ ସୀମାରେ ପହଞ୍ଚିବାକୁ ହେଲେ କୃଷି, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ପଡ଼ିବ । କୃଷିର ବିକାଶପାଇଁ ପ୍ରତ୍ୟେକ ଚାଷୀ ସିଧାସଳଖ ଜିଲ୍ଲା ବା ବ୍ଲକ କୃଷି ଅଧିକାରୀ, ଉଉ୍ୟାନ ବିଭାଗ, ପଶୁପାଳନ ତଥା ମତ୍ସ୍ୟ ବିଭାଗ କର୍ମଚାରୀଙ୍କ ପରାମର୍ଶ ନେବା ଆବଶ୍ୟକ । ଯଦି ସେମାନେ ସହଯୋଗ ନ କରନ୍ତି, ତେବେ ସିଧାସଳଖ ସଂଘବଦ୍ଧ ଭାବରେ ମାନସିକ ଓ ଶାରୀରିକ ଆଘାତ ଦେବାରେ ଅସୁବିଧା ନାହିଁ । ଶିଳ୍ପ ପ୍ରତିଷ୍ଠାକୁ ଅନ୍ଧ ଭାବରେ ବିରୋଧ ନ କରି, ଏହାର ସୁବିଧାକୁ ଉପଲବଧି କରି ସୃଷ୍ଟି ହୋଇଥିବା ଅସୁବିଧାଗୁଡ଼ିକ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଦୂର କରିବାକୁ ଚେଷ୍ଟା କରିବା ଆବଶ୍ୟକ । ଏଥିପାଇଁ ପଞ୍ଚାୟତସ୍ତରରୁ ସମସ୍ତ ଲୋକପ୍ରତିନିଧିମାନଙ୍କ ମିଳିତ ସହଯୋଗ ନେବା ଉଚିତ । ଯାହାଫଳରେ ଖଣି ସମୃଦ୍ଧ ଅଞ୍ଚଳ ଶିଳ୍ପ ସମୃଦ୍ଧରେ ପରିଣତ ହୋଇପାରିବ ।

ଶିକ୍ଷା ହେଉଛି ଜାତିର ମୂଳଭିତ୍ତି । ବର୍ତ୍ତର୍ମାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅଯୋଗ୍ୟ ଶିକ୍ଷକମାନଙ୍କ ହାତରେ ନ୍ୟସ୍ତ । କେବଳ ମାତୃଭାଷା ନୁହେଁ, ସମସ୍ତ ବିଭାଗରେ ଦକ୍ଷ ଶିକ୍ଷକ ନିଯୁକ୍ତି ସହିତ ପ୍ରତିବର୍ଷ ସେମାନଙ୍କ କାର୍ଯ୍ୟାବଳୀକୁ ସମୀକ୍ଷା କରାଗଲେ ଏହି ୨୮ / ଜାତି, ଜାଗୃତି ଓ ପ୍ରଗତି

ଅବ୍ୟବସ୍ଥା ଦୂର କରାଯାଇପାରିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଦକ୍ଷ ଅଧ୍ୟାପକ ନିଯୁକ୍ତି ତଥା ଗବେଷଣାକୁ ପ୍ରୋତ୍ସାହିତ କରିବା ସହ ଅଯୋଗ୍ୟ ଅଧ୍ୟାପକ, ପ୍ରଫେସରଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାତୃଭାଷା ଶିକ୍ଷାକୁ ସମଗ୍ର ରାଜ୍ୟରେ ପ୍ରାଥମିକତା ଦେବା ସହ ଅନ୍ୟାନ୍ୟ ରାଜ୍ୟ ଓ ସଂଘୀୟ ପରୀକ୍ଷାଭଳି ଓଡ଼ିଶାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଓଡ଼ିଆ ଭାଷାରେ ପରିଚାଳନା କରିବା, ଆଇନ୍ ଓ ପ୍ରଶାସନ କାର୍ଯ୍ୟରେ ଓଡ଼ିଆ ଭାଷାର ପୂର୍ଣ୍ଣ ବ୍ୟବହାର କରିବା, ଉପାନ୍ତ ଅଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ଓଡ଼ିଆ ଭାଷାଶିକ୍ଷାକୁ ଅଗ୍ରାଧିକାର ଦେବା ସହ ନବଗଠିତ “ଓଡ଼ିଆ ଭାଷା ପ୍ରତିଷ୍ଠାନ”କୁ ଅଧିକ କ୍ରିୟାଭିମୁଖୀ କରିବାପାଇଁ ଦୀର୍ଘକାଳୀନ ଦକ୍ଷ ନିର୍ଦ୍ଦେଶକଙ୍କ ନିଯୁକ୍ତି ତଥା ସ୍ୱାସ୍ଥ୍ୟ ସେବାର ବିକାଶପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ଥାବିତ ଡାକ୍ତରୀ ମହାବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶେଷ କରିବା ଆଦି କାର୍ଯ୍ୟକ୍ରମଗୁଡ଼ିକ ଯଦି ସରକାର ଆନ୍ତରିକତା ସହ ଗ୍ରହଣ କରନ୍ତେ, ତେବେ ବିଚ୍ଛିନ୍ନତାବାଦୀଙ୍କ ଚକ୍ରାନ୍ତ ପଣ୍ଡ ହୋଇଯାଆନ୍ତା । ନଚେତ୍ କଳାପାହାଡ଼ ପରି ଓଡ଼ିଆତ୍ତ୍ୱର ଧ୍ୱଂସପାଇଁ ମୁଖ ବ୍ୟାଦାନ କରି ଆସୁଥିବା ଆନ୍ଧ୍ର ନିଜ ଚେଷ୍ଟାରେ ଯେ ନିଶ୍ଚିତ ସଫଳ ହେବ, ଏଥିରେ ଦ୍ୱିମତ ନାହିଁ ।

Jati, Jagruti o Pragati.pdf