ଜାତି, ଜାଗୃତି ଓ ପ୍ରଗତି/ନ୍ୟାୟର ଭାଷା?

ଉଇକିପାଠାଗାର ରୁ
Jump to navigation Jump to search
ଜାତି, ଜାଗୃତି ଓ ପ୍ରଗତି (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ନ୍ୟାୟର ଭାଷା?

ଜାତି, ଜାଗୃତି ଓ ପ୍ରଗତି / ୩୫

ନ୍ୟାୟର ଭାଷା

ନିକଟରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ କରୁଣାନିଧି ଚେନ୍ନାଇ ଉଚ୍ଚନ୍ୟାୟାଳାୟ ପରିସରରେ ଭାରତ ସମ୍ବିଧାନ ଚିଠାସମିତିର ସଭାପତି ଭାରତରତ୍ନ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉପଲକ୍ଷେ ମନ୍ତବ୍ୟ ଦେଇଛନ୍ତି ଯେ - ସମସ୍ତ ବିଚାରପତି ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସର୍ବୋଚ୍ଚ ନ୍ୟାୟଳୟର ଏକ ଭାଷା ଭାବରେ ତାମିଲଭାଷା ବ୍ୟବହାରପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ସେହିପରି ଭାରତର ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟର ପୂର୍ବତନ ସଚିବ ବ୍ରଜକିଶୋର ଶର୍ମା ଦିଲ୍ଲୀଠାରେ ଆୟୋଜିତ ଏକ ଆଲୋଚନା ସଭାରେ ନ୍ୟାୟର ଭାଷା ସଂମ୍ପର୍କରେ କହିଥିଲେ ଯେ, ନ୍ୟାୟାଳୟକୁ ଆସୁଥିବା ୯୯ % ପୀଡ଼ିତ, ଓକିଲ ଓ ବିଚାରପତି ମଧ୍ୟରେ ନ୍ୟାୟପ୍ରଦାନ ସମ୍ପର୍କରେ କି ପ୍ରକାରର ଯୁକ୍ତି ଚାଲିଛି ତାହା ଜାଣିବାକୁ ଇଚ୍ଛ ଥିଲେ ମଧ୍ୟ ଜାଣିପାରନ୍ତି ନାହିଁ । ତେଣୁ ଭାରତ ଭଳି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଲୋକପ୍ରତିନିଧିମୂଳକ ସରକାର ଲୋକମାନଙ୍କର ଏହି ସମସ୍ୟା ଓ ଅଧିକାରକୁ ଅନୁଭବ କରି ଭାରତୀୟ ଦଣ୍ଡସଂହିତା ଓ ସିଭିଲ ସଂହିତା ଅଧୀନସ୍ଥ ନ୍ୟାୟାଳୟର ଭାଷା ହିନ୍ଦୀ ବା ଆଞ୍ଚଳିକ ଭାଷା ପ୍ରଚଳନ କରିବା ଦରକାର । ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ପ୍ରଥମକରି ହିନ୍ଦୀ ଭାଷାରେ ନିଜର ମନ୍ତବ୍ୟ ରଖିବାପାଇଁ ଲିଖିତ ଅନୁମତି ପାଇଥିବା ଓକିଲ ଡି.ଜି. ସିଂହ ଉକ୍ତ ସଭାରେ କହିଥିଲେ - ନ୍ୟାୟପାଇଁ ନ୍ୟାୟାଳୟକୁ ଆସୁଥିବା ଜଣେ ପୀଡ଼ିତ ଉଭୟ ବିଚାରପତି ଓ ଓକିଲପାଇଁ ଉପଭୋକ୍ତା ଅଟେ । ନିଜ ଭାଷାରେ ନ୍ୟାୟ ପାଇବାପାଇଁ ଉପଭୋକ୍ତାର ସଂମ୍ପୁର୍ଣ୍ଣ ଅଧିକାର ଅଛି ।

ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଚଳିତ ଭାଷା ବ୍ୟବସ୍ଥା ଉକ୍ତ ମନ୍ତବ୍ୟ ଅନୁସାରେ କାର୍ଯ୍ୟକାରୀ ହୋଇ ନ ପାରେ । ମାତ୍ର ରାଜ୍ୟସ୍ତରରେ ଥିବା ଉଚ୍ଚ ନ୍ୟାୟାଳୟରେ ଆଞ୍ଚଳିକ ଭାଷା ବ୍ୟବହାର କରିବାରେ କୌଣସି ବାଧା ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ୩୬ / ଜାତି, ଜାଗୃତି ଓ ପ୍ରଗତି

ଯେ ଭାରତର ନ୍ୟାୟପ୍ରଣାଳୀ ଆଜି ମଧ୍ୟ ଔପନିବେଶିକ ପ୍ରଭାବରୁ ମୁକ୍ତ ହୋଇନାହିଁ । ମହାରାଷ୍ଟ୍ର ଉଚ୍ଚ ନ୍ୟାୟାଳୟର ବିଚାରପତି ଏମ୍.ସି.ଧର୍ମାଧିକାରୀ ସବୁବେଳେ କହୁଥିଲେ - ଏ ଦେଶର ଦୁର୍ଭାଗ୍ୟ ଯେ, ଏଠିକାର ନ୍ୟାୟାଳୟରେ ନିଜ ଜିଭଦ୍ୱାରା କାମ ହୋଇ ନ ଥାଏ । ଇଂରେଜ ନିଜ ଶାସନକାଳରେ ନ୍ୟାୟାଳୟର କାର୍ଯ୍ୟବିଧି ନିଜ ସୁବିଧା ଅନୁସାରେ ଇଂରାଜୀ ଭାଷା ମାଧ୍ୟମରେ କରୁଥିଲେ, ଯଦ୍ୱାରା ସେମାନେ ପ୍ରକୃତ କଥା ଜାଣି ଉପଯୁକ୍ତ ନ୍ୟାୟ ପ୍ରଦାନ କରିପାରିବେ । ସ୍ୱାଧୀନତା ପରେ ନ୍ୟାୟପ୍ରଣାଳୀକୁ ଇଂରାଜୀ ଭାଷାମୁକ୍ତ କରି ସମସ୍ତଙ୍କ ବୁଝିବାଭଳି ଭାଷାରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରଚଳନ କରିବା ଜରୁରୀ ଥିଲା । ସମ୍ବିଧାନର ଅନୁଚ୍ଛେଦ - ୩୪୮ ଅନୁସାରେ ଉଚ୍ଚନ୍ୟାୟାଳୟରେ ରାଜ୍ୟପାଳଙ୍କ ଆଦେଶଦ୍ୱାରା ସଂପୃକ୍ତ ରାଜ୍ୟର ଭାଷାରେ କାର୍ଯ୍ୟ ହୋଇପାରିବ, ଯାହା ବିହାର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟରେ ପ୍ରଚଳିତ ହୋଇଆସୁଅଛି । କିନ୍ତୁ ଇଂରାଜୀ ଭାଷା ହିଁ ନ୍ୟାୟାଳୟର ଏକମାତ୍ର ସର୍ବମାନ୍ୟ ଭାଷା ଭାବେ ସେ ପର୍ଯ୍ୟନ୍ତ ରହିବ, ଯେ ପର୍ଯ୍ୟନ୍ତ ସଂସଦରେ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ନ ପାଇବ । ଅର୍ଥାତ୍ ନିମ୍ନ ଅଦାଲତ ବ୍ୟତୀତ ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଚାହିଁଲେ ବି ନିଜ ମକଦ୍ଦମା ଇଂରାଜୀ ବ୍ୟତୀତ ନିଜ ଭାଷାରେ କିମ୍ବା ଭାରତ ସମ୍ବିଧାନ ସ୍ୱୀକୃତ କୌଣସି ଭାଷାରେ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମଧୁ ଲିମାୟେ ବନାମ ବେଦମୂର୍ତ୍ତୀ ମାମଲାରେ ସ୍ପଷ୍ଟ କରିଦେଇଛିନ୍ତି । ସେଥିପାଇଁ ଇଂରାଜୀ ଭାଷା ବ୍ୟତୀତ ହିନ୍ଦୀ କିମ୍ବା ଅନ୍ୟ କୌଣସି ଭାଷାରେ ଲିଖିତ ଦସ୍ତାବିଜକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରୁନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ସମ୍ବିଧାନ ସୁରକ୍ଷାପାଇଁ ଗଠିତ ନ୍ୟାୟପାଳିକାର ସର୍ବୋଚ୍ଚ ସଂସ୍ଥା ସୁପ୍ରିମକୋର୍ଟ ସମ୍ବିଧାନ ସ୍ୱୀକୃତି ପାଇ ନ ଥିବା ଇଂରାଜୀ ଭାଷା ପ୍ରୟୋଗକୁ ଗୁରୁତ୍ୱ ଦେଇ ଏହାର ସୁରକ୍ଷା କରୁଥିବାବେଳେ ଭାରତରେ ମୌଳିକ ଭାଷା ପ୍ରଚଳନ ପ୍ରତି ଉଦାସୀନ ରହି ନିଜ ସାମ୍ବିଧାନିକ କର୍ତ୍ତବ୍ୟ ପାଳନରେ ଅବହେଳା କରୁଛି ।

ଗତ କିଛିଦିନ ତଳେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟ ଅନ୍ତର୍ଗତ ମଦୁରାଇ ଖଣ୍ଡପୀଠର ଓକିଲଗଣ ତାମିଲ ଭାଷାରେ ଯୁକ୍ତି କରିବାକୁ ଅନୁମତି ପାଇବା ଦାବି ନେଇ ଗଣ ଧାରଣାରେ ବସିଥିଲେ । ଯାହାକୁ ମଦୁରାଇ ଖଣ୍ଡପୀଠ ଗ୍ରହଣ କରିଥିବା ବେଳେ ଔପଚାରିକ ଘୋଷଣାପାଇଁ ରାଷ୍ଟ୍ରପତିଙ୍କ ସ୍ୱୀକୃତିକୁ ଅପେକ୍ଷା କରାଯାଇଛି । କେତେକ ରାଜ୍ୟରେ ଉଚ୍ଚ ନ୍ୟାୟାଳୟର ବିଚାରପତିଗଣ ମଧ୍ୟ ଏହିକଥା ଉଠାଇଲେଣି । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମଧ୍ୟ ହିନ୍ଦୀରେ ତର୍କବିତର୍କ କରିବାକୁ ଜଣେ ଓକିଲଙ୍କୁ ଅନୁମତି ଦେବାପରେ ଭାରତୀୟ ନ୍ୟାୟର ଭାଷା ଭାବେ ଆଞ୍ଚଳିକ ଭାଷାକୁ ଗ୍ରହଣ କରିବା ଦାବି ଜାତି, ଜାଗୃତି ଓ ପ୍ରଗତି / ୩୭

ପ୍ରତି ଉଚ୍ଚନ୍ୟାୟ‌ାଳ‌ୟଗୁଡିକର ପରୋକ୍ଷ ସମର୍ଥନ ରହିଛି ବୋଲି ଜଣାପଡିବା ସହିତ ଏମାନେ ଭାରତୀୟ‌ ନ୍ୟାୟ‌ ବ୍ୟବସ୍ଥାରେ ବାଧ୍ୟତାମୂଳ‌କ ଭାବେ ବିଦେଶୀ ଇଂରାଜୀ ଭାଷା ପ୍ରଚଳ‌ନର କୌଣସି ଔଚିତ୍ୟ ନାହିଁ ବୋଲି ସୂଚାଇ ଦେଲେଣି ।

ଓଡ଼ିଶାରେ ନ୍ୟାୟ‌ର ଭାଷା ଏ ପର୍ଯ୍ୟନ୍ତ ଓଡ଼ିଆ ହୋଇନାହିଁ । ସମଗ୍ର ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟବାସୀ ରାଜ୍ୟଭା‌ଷାକୁ ସର୍ବାଧିକ ବ୍ୟବହାର କରନ୍ତି । ପୁଣି ସର୍ବାଧିକ ଗରିବ ଏହି ରାଜ୍ୟରେ ବାସ କରୁଥିବାରୁ ସ୍ୱଳ୍ପ ଅର୍ଥରେ ନ୍ୟାୟ‌ ମିଳି‌ବାର ଆବଶ୍ୟକତା ଅଛି । ଏଥିପାଇଁ ନ୍ୟାୟ‌ର ଭାଷା ଭାବେ ରାଜ୍ୟଭାଷା ଓଡ଼ିଆ ହେବା ଜରୁରୀ । ମାତ୍ର ଓଡ଼ିଶାରେ ତାହା ଓଲଟା ହେଉଛି । ନିମ୍ନ ଅଦାଲତଠାରୁ ଉଚ୍ଚ ନ୍ୟାୟ‌ାଳ‌ୟ‌ ପର୍ଯ୍ୟନ୍ତ ସବୁଠି ବିଦେଶୀ - ଇଂରାଜୀ ଭାଷାର ପ୍ରାଦୁର୍ଭାବ । ବେପାର କରିବାକୁ ଆସିଥିବା ଏହି ଜାତି ଓଡ଼ିଆଙ୍କ‌ ସ୍ଥାଣୁତାର ସୁଯୋଗ ନେଇ ଶାସକ ହେବା ପରେ ପିଢ଼ୀ ପରେ ପିଢ଼ୀ ରୂପରେ କେଉଁ ଆଦିକାଳ‌ରୁ ଗଡିଆସୁଥିବା ଆମ କୌଳି‌କ ବୃତ୍ତିକୁ ଧ୍ୱଂସ କରିବାପାଇଁ ଆପ୍ରାଣ ଉଦ୍ୟମ କରି ସଫଳ ହେଲେେ । ଏହାପରେ ନିଜ ଶାସନଗାଦିକୁ ସୁରକ୍ଷିତ କରି ରଖିବାପାଇଁ ଆମକୁ ତିନି ଭାଗରେ ବିଭକ୍ତ କରି ତିନୋଟି ଅଲଗା ଅଲଗା ଭାଷୀଙ୍କ‌ ଅଧୀନରେ ସାଧାରଣ ପ୍ରଜା ଭାବରେ ରଖିଦେଇ ଓଡ଼ିଆ ଜାତିର ଶକ୍ତି ସାମର୍ଥ୍ୟ ଲୋପ କରିବାକୁ ବଦ୍ଧପରିକର ହେଲେ । ମାତ୍ର ଏଥିରେ ସଫଳ‌ ନ ହେବାରୁ ଓଡ଼ିଆଙ୍କୁ‌ ହାତରେ ନ ମାରି ଭାତରେ ମାରିବା ନ୍ୟାୟ‌ରେ ସମ୍ମୁଖ ଯୁଦ୍ଧ ନ କରି ପରୋକ୍ଷରେ ହତ୍ୟା କରିବା ଉଦ୍ଦେଶ୍ୟରେ ଖାଦ୍ୟାଭାବ ସୃଷ୍ଟି‌କରି ୭୫ଭାଗ (୨୦ଲକ୍ଷରୁ ୩୦ଲକ୍ଷ) ବଙ୍ଗ ଅଧୀନସ୍ଥ ଓଡ଼ିଶାବାସୀଙ୍କୁ ‌ ନଅଙ୍କ‌ ଦୁର୍ଭିକ୍ଷ ମାଧ୍ୟ‌ମରେ ଖାଦ୍ୟ ବିନା କଲବଲ କରି ମାରିଲେ । ଅସୂର୍ଯ୍ୟଂପଶ୍ୟା ଓଡିଆ ଝିଅବୋହୁଙ୍କୁ କଲିକତାର ଗଳି‌ ଉପଗଳି‌ରେ ଶାଗ ମାଛ ମୂଲରେ ବିକ୍ରି କରାଇଲେ । ପାଦର ରୁଣୁଝୁଣୁ ନିକ୍ବଣ ଶବ୍ଦରେ ଓଡ଼ିଆ ଘରର ଅଗଣାକୁ ତରଙ୍ଗାୟିତ କରୁ‌ଥିବା କୂଳ‌ବଧୂ ଭୋକିଲା ପେଟରେ ବାରବଧୂ ସାଜି ଆମକୁ ଶୋଷଣ କରୁଥିବା କୂଳ‌ହୀନ ବଙ୍ଗାଳ‌ୀ ଜମିଦାର ଆଉ ସଂସ୍କାରହୀନ ଇଂରେଜ କର୍ମଚାରୀଙ୍କୁ‌ ଖୁସି କରିବାପାଇଁ ପାଦରେ ଘୁଙ୍ଘୁର ବାନ୍ଧି ମୁଜୁରା ଗାଇ ମନୋରଞ୍ଜନ କରିବାକୁ ବାଧ୍ୟ ହେଲେ । ଏହାପରେ ବି କଟା ଘାଆରେ ଚୂନ ଲେପିଲାଭଳି‌ ବହୁଦିନଧରି ଚଳି‌ଆସୁଥିବା ଜଗନ୍ନାଥୈକ ଚେତନା ରୂପକ ଆମ ପାରମ୍ପ‌ରିକ ଧାର୍ମିକ ବିଶ୍ୱାସକୁ ଭାଙ୍ଗିବାପାଇଁ ଚଳନ୍ତିି ବିଷ୍ଣୁପ୍ରତିମାତୁଲ୍ୟ ଗଜପତି ରାଜାଙ୍କୁ‌ ଅପରାଧୀ ସଜାଇ କଳ‌ାପାଣି ଦଣ୍ଡ‌ଦେବା ସହ ଜଗନ୍ନାଥ ମନ୍ଦିର ଲୁଟିବାପାଇଁ ତଥା ଓଡ଼ିଆଙ୍କ‌ ଧାର୍ମିକ ଅହଂକାରକୁ ଭାଙ୍ଗିବାପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା ଅଧିକାର ନିଜ ହାତକୁ ନେଲେ । ଏଥି ସହିତ ଓଡ଼ିଆ ଜାତିକୁ ଏକତା ସୂତ୍ରରେ ବାନ୍ଧିଥିବା ଆମ ମୁଖର ଭାଷା ଓଡ଼ିଆକୁ ଲୋପ ୩୮ / ଜାତି, ଜାଗୃତି ଓ ପ୍ରଗତି
କରିବାପାଇଁ ତିନି ପ୍ରସେିଡନ୍‌ସି ଅଧିନରେ ତିନିଥେଣ୍ଟିଆ କାକୁଡ଼ିବାଡ଼ି ସଦୃଶ ଥିବା ଓଡ଼ିଆ ଅଞ୍ଚଳରୁ ଶିକ୍ଷା, ପ୍ରଶାସନ ଓ ଆଇନ କ୍ଷେତ୍ରରୁ ପରୋକ୍ଷରେ ଓଡ଼ିଆ ଭାଷା ଉଠାଇ ଦେବାର ଚକ୍ରାନ୍ତ କରିଥିଲେ । ତେବେ ଯାହାହେଉ, ଖାଦ୍ୟବିନା କଙ୍କାଳ‌ସାର ଆମ ପୂର୍ବପୁରୁଷଗଣ ନିଜ ସ୍ୱାଭିମାନକୁ ବନ୍ଧା ନ ପକାଇ ଭାଷାକୁ ଆୟୂ‌ଧ କରି ମୁମୂର୍ଷୁପ୍ରାୟ‌ ଓଡ଼ିଆ ଜାତିଠାରେ ଜାତୀୟ‌ତାର ପ୍ରାଣ ସଞ୍ଜାରିବା ଫଳ‌ରେ କିଛି ଅଞ୍ଚଳ‌ରେ ହେଉ ପଛେ ଓଡ଼ିଆ ଭାଷା ସୁରକ୍ଷିତ ହୋଇ ରହିବା ସହିତ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ତିଆରି କରି ଇଂରେଜ ଓ ଇଂରାଜୀ କୁପ୍ରଭାବରୁ ଓଡ଼ିଆତ୍ୱକୁ ବଞ୍ଚାଇ ରଖିପାରିଲେ । ଅଥଚ ଇଂରେଜଙ୍କୁ ତଡ଼ିଦେବାପରେ ସେମାନଙ୍କ‌ ଭାଷାକୁ ୬୫ବର୍ଷ ଧରି ଶିକ୍ଷା, ଶାସନ ଓ ଆଇନ କ୍ଷେତ୍ରରେ ପ୍ରଚଳ‌ନ କରି ରଖିବାର ଅର୍ଥ ଆମ ସ୍ୱାଭିମାନର ମୃତପିଣ୍ଡ‌ ଉପରେ ସେମାନଙ୍କ କଳାକାର୍ଯ୍ୟପୂର୍ଣ୍ଣ‌ ଦୁର୍ନୀତି ଭ୍ରଷ୍ଟାଚାରକୁ‌ ଜୀବିତ ରଖି ସରଳ‌ବିଶ୍ୱାସୀ ସାଧାରଣ ଓଡ଼ିଆଙ୍କୁ‌ ଶୋଷଣ କରିବା । ଏହା ଆମପାଇଁ କେବଳ‌ ଲଜ୍ୟା ନୁହେଁ, ବରଂ ଅପମାନର କଥା ହେଉଛି ଶିକ୍ଷା, ଶାସନରେ ତଥା ଓଡିଶାର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୮୦ଭାଗ କର୍ମଚାରୀ ଏବଂ ଓକିଲଙ୍କ‌ ବିକୃତ ଇଂରାଜୀ ଉଚ୍ଚାରଣ ଓ ପ୍ରୟେ‌ାଗ । ଇଂରାଜୀଭାଷା ଅନଭ୍ୟସ୍ତ ଏହି ଓଡିଆ କର୍ମଚାରୀ, ଅଧିକାରୀ ଓ ଓକିଲଗଣ ହୀନମନ୍ୟତାକୁ ପ୍ରଶ୍ରୟ‌ ଦେଇ ଶିକ୍ଷା, ଶାସନ ଏବଂ ନ୍ୟାୟ‌ର ଭାଷା ଓଡିଆ ହେଉ ବୋଲି ଏ ପର୍ଯ୍ୟନ୍ତ ପାଟି ଫିଟାଇ ନାହାନ୍ତି ।

ଶିକ୍ଷା ଓ ଶାସନ କଥା ଛାଡ଼, ଯଦି ଟିଟିଲାଗଡର ଗଜାନନ ମିଶ୍ର ରାୟ‌ପୁରର ଏକ ନିମ୍ନ ଅଦାଲତରେ ଛତିଶଗଡ଼ ରାଜ୍ୟଭାଷା ହିନ୍ଦୀ ବଦଳ‌ରେ ଇଂରାଜୀ ଭାଷା ବ୍ୟବହାର କରି ବିଚାରପତିଙ୍କ‌ଦ୍ୱାରା ସମାଲୋଚିତ ହୋଇ ନ ଥାନ୍ତେ, ତେବେ ନ୍ୟାୟାଳ‌ୟ‌ରେ ମାତୃଭାଷାର ଗୁରୁତ୍ୱ ଅନୁଭବ କରି ନ ଥାନ୍ତେ କିମ୍ବା ତାଙ୍କ‌ ନିରବଚ୍ଛିନ୍ନ ସଂଗ୍ରାମର ଫଳ‌ଶ୍ରୁତି ଭାବେ ନିମ୍ନ ଅଦାଲତର ସମସ୍ତ କାର୍ଯ୍ୟ ଆଜି ଓଡ଼ିଆ ଭାଷାରେ ଚାଲିବାର ମାନସିକତା ସୃଷ୍ଟି‌ ହୋଇ ନ ଥାନ୍ତା । କେବଳ‌ ଜଣେ ମାତ୍ର ବ୍ୟକ୍ତି ଓଡିଶା ନ୍ୟାୟାଳ‌ୟ‌ର ଭାଷା ରାଜ୍ୟଭାଷା ଓଡ଼ିଆ ହେଉ ବୋଲି ବାରମ୍ବାର ଦାବୀ କରୁଛନ୍ତି । ତାମିଲଙ୍ଗନାଡ଼ୁର ଓକିଲଗଣ ଯତେବେଳେେ‌ ସର୍ବୋଚ୍ଚ ନ୍ୟାୟାଳ‌ୟ‌ର ଭାଷା ତାମିଲ ହେଉ ବୋଲି ଦାବୀ କଲଣେି, ସେତେବେଳେ ଆମ ଓଡିଆ ଓକିଲଗଣ ଓଡ଼ିଶାର ନିମ୍ନ ଅଦାଲତରେ ଓଡ଼ିଆଭାଷା ପ୍ରଚଳ‌ନ ପାଇଁ ନାକ ଟେକିବା ନିଜ ବୃତ୍ତିପାଇଁ ଚରମ ଅପମାନ ନୁହେଁ, ବରଂ ନିଜଜାତି ପ୍ରତି ବିଶ୍ୱାସଘାତକତା କହିଲେ ଭୁଲ ହବେନାହିଁ । ଆମ ଏହି ଓକିଲଗଣ ଏପର୍ଯ୍ୟନ୍ତ ବୁଝିପାରୁନାହାନ୍ତି ଯେ, ନ୍ୟାୟାଳ‌ୟ‌ରେ ଗୋଟିଏ ବିଦେଶୀ ଭାଷା ପ୍ରଚଳ‌ନଦ୍ୱାରା କେବଳ‌ ସାଧାରଣ ଜନତାଙ୍କ‌ ପ୍ରତି ନ୍ୟାୟ‌ର ମନ୍ଦିରରେ ଅନ୍ୟାୟ‌ କରାଯାଉନାହିଁ, ବରଂ ବହୁ ଜ୍ଞାନୀ ଓ ଗୁଣୀ ଓକିଲଙ୍କ‌ ଦକ୍ଷତା ସଂକୁଚିତ ହୋଇଯାଉଛି । ସେମାନଙ୍କ‌ ଜ୍ଞାନର ଗାରିମା ଠିକ୍ ଭାବେ ମୂଲ୍ୟାଙ୍କ‌ନ ହୋଇପାରୁନାହିଁ ।

ନ୍ୟାୟ‌ାଳ‌ୟ‌ରୁ ଉପଯୁକ୍ତ ନ୍ୟାୟ‌ ପାଇବା ଆଶା ରଖିଥିବା ସାଧାରଣ ଓଡ଼ିଆଙ୍କ‌ ଏ ପର୍ଯ୍ୟନ୍ତ ନ୍ୟାୟ‌ାଳ‌ୟ‌ର ଏହି ଅନ୍ୟାୟ‌ ବିରୁଦ୍ଧରେ ସ୍ୱର ଉତ୍ତୋଳି‌ତ ହୋଇନାହିଁ । ଅର୍ଥାତ ପ୍ରଶାସନ ଭଳି‌ ନ୍ୟାୟ‌ାଳ‌ୟ‌ର ଏହି ପ୍ରବଞ୍ଚନାକୁ ଏମାନେ ବୁଝିବାରେ ଅକ୍ଷମ କିମ୍ବା ଗଳ‌ାଧିକରଣରେ ଅଭ୍ୟସ୍ତ । ନିଜ ଜୀବନ-ଜୀବିକାରେ ସଂଘର୍ଷରତ ଏହି ସଂଖ୍ୟାଧିକ ସାଧାରଣ ବର୍ଗ ହିଁ ନ୍ୟାୟ‌ାଳ‌ୟ‌ ଦ୍ୱାରା ସବୁଠାରୁ ବେଶୀ ଉପେକ୍ଷିତ ହେଉଛନ୍ତି । ଅଥଚ ଏହିମାନଙ୍କ‌ ନିରବତା ଯୋଗୁଁ ନ୍ୟାୟ‌ାଳ‌ୟ‌ରେ ଇଂରାଜୀଭାଷା ନିଜର ଆଧିପତ୍ୟ ବିସ୍ତାର କରି ଏହି ଶ୍ରେଣୀଙ୍କୁ‌ ଶୋଷଣ କରି ଚାଲିଛି ।

ବ୍ୟକ୍ତି ସ୍ୱାଧୀନତାର ସ୍ୱାଦ ଆସ୍ୱଦନପାଇଁ ଆମେ ଇଂରଜେମାନଙ୍କୁ ‌ଶାସନକ୍ଷେତ୍ରରୁ ତଡ଼ିଦେଲେ ସତ, ମାତ୍ର ନ୍ୟାୟ‌ ଓ ପ୍ରଶାସନ ବ୍ୟବସ୍ଥାରେ ଇଂରାଜୀ ଭାଷାକୁ ସୁରକ୍ଷିତ ରଖି ଆମେ ଜାଣିଶୁଣି ପୁଣି ନିଜକୁ କେତେକ ହାତଗଣତି ପ୍ରବଞ୍ଚକଙ୍କ‌ ନିକଟରେ ବାନ୍ଧିଦେଉଛୁ । ଯେଉଁ ରାଜ୍ୟର ଅଧିବାସୀ ଏକଥା ଅନୁଭବ କରି ନିଜ ରାଜ୍ୟଭାଷାକୁ ଗୁରୁତ୍ୱ ଦେଉଛନ୍ତିି, ସେମାନେ ବିକଶିତ ରାଜ୍ୟଭାବେ ମୁଣ୍ଡ‌ ଟେକୁଛନ୍ତି । ଓଡ଼ିଶା ନିଜ ରାଜ୍ୟଭାଷାକୁ ଗୁରୁତ୍ୱ ଦେଉ ନ ଥିବାରୁ ପ୍ରାକୃତିକ ସମ୍ପ‌ଦରେ ପୂର୍ଣ୍ଣ‌ ଥାଇ ମଧ୍ୟ ଗରିବ ହୋଇ ଚାଲିଛି । ତେଣୁ ଏହି ସତ୍ୟକୁ ଗ୍ରହଣକରି ଓଡିଶାରେ ନ୍ୟାୟ‌ର ଭାଷା ଭାବେ ଓଡିଆକୁ ପ୍ରଚଳ‌ନ କରିବାପାଇଁ ଓକିଲ, ବିଚାରପତି, ସାଧାରଣ ନାଗରିକ, ଶିକ୍ଷିତ ସମ୍ପ୍ର‌ଦାୟ‌, ରାଜନୈତିକ ନେତୃବୃନ୍ଦ ଆଦି ଦାବୀ କରିବା ଆବଶ୍ୟକ ହୋଇ ପଡିଛି ।




***