ଟୁକୁ ମୂଷି
Appearance
←ଝୁଲ୍ ହାତୀ ଝୁଲ୍ | ଟୁକୁ ମୂଷି ଲେଖକ/କବି: |
ଟୁକୁ ମୂଷି
ଟୁ'କୁ ମୂଷି ଟୁ'କୁ ମୂଷି
ଧାନ ଭରଣକ ଖାଉଥା ବସି
ତୁ ଥା' ମୁଁ ଯାଉଛି ରୁଷି ।
କାଳିଆ ବଳଦ ଗଲା
ହାଣ୍ଡି କୁଣ୍ଢେଇ ଜଗି ଥିବୁଟି
ହାଣ୍ଡି ଧୁଡୁଧୁଡୁ କଲା ।
କାଳିଆ ବଳଦ ଭାରି ଉଝଟ
ନିତି ଭାଙ୍ଗଇ ତାଟି କବାଟ ।
ମୋ ହାତରେ ଥାଏ ଖଣ୍ଡିଏ ଛାଟ
ପିଲାଙ୍କୁ ଦେଖିଲେ ଉଗାଳେ ବାଟ ।
ବାପା ରଖିଗଲେ ଧାନ ଭରଣେ ।
ଅମାରରେ ଏବେ ନାହିଁ ତ ମାଣେ ।
ଚଷୁ ଗଦା ହେଲା ଅମାରେ କଣେ
ଚାଉଳଯାକ ତ ଗଲାଣି କେଣେ ।
ଟୁଉକୁ ମୂଷିରେ ଦିଶୁ ତ ସାନ
ମାସକେ ଖାଇଲୁ ଭରଣେ ଧାନ ।
କିପରି ହୋଇଲା ପେଟରେ ଥାନ ?
କୋଡମେଇ ତୋର ପେଟ ସମାନ ।
ରୁଷି କରି ବାପା ଛାଡିଲେ ଘର
ମାଆକୁ ହେଲାଣି ଏକୁଆ ଜର ।
ଟୁଉକୁ ମୂଷି ଜଗିଛି ଘର
ତୁଚ୍ଛା କରୁଅଛି ଧାନ ଅମାର ।