ଡାମରା କାଉରେ ଡାମରା କାଉ

ଉଇକିପାଠାଗାର‌ରୁ
Jump to navigation Jump to search
ଡାମରା କାଉରେ ଡାମରା କାଉ

ଡାମରା କାଉରେ ଡାମରା କାଉ

ଡାମରା କାଉରେ ଡାମରା କାଉ
ଉଚ୍ଚ ପରବତେ ବୋବାଉଥାଉ

ଉଚ୍ଚ ପରବତ ଘୁଞ୍ଚିଘୁଞ୍ଚିକା
ତହିଁରେ ବସିଛି ତିନି ମଞ୍ଜିକା

ତିନି ତିନି ପଣ ଅଠର ପଣ
ଭାଇଙ୍କୁ ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି
ଚୋର ନେଇଗଲା କଜଳ ପାତି

ଆସଲୋ ସଙ୍ଗାତ ଗାଧୋଇଯିବା
କଇଁଚି କାକୁଡ଼ି ତୋଳି ଆଣିବା

କଇଁଚି କାକୁଡ଼ି ମୁଣ୍ଡିଟି ପିତା
ଛଅ ଭାଇଙ୍କର ଛଅ ଦୁହିତା

ମଝିଆଁ ଭାଇର ଅଲଣା ଜାଉ
ତାହା ଖାଇଗଲା ଓଲେଇ ବୋହୁ

ଓଲେଇ ଯାଇଛି ବାପ ଘରକୁ
ଯାହା ଆଣିଥିବ ମୋ ଘରକୁ

ମୋ ଘରଟା ଠୋଲା ପୋଲା
ଷାଠିଏ ଟଙ୍କାର ବଳଦ ମଲା
ଭାତ ପେଜ ହୋଇ ଦିହାଣ୍ଡି ଗଲା

ଆଉରି ହାଣ୍ଡିଏ ଯାଇଥାଆନ୍ତା
ତେବେ ସେ ବଳଦ ଜିଇଁ ଥାଆନ୍ତା
ଜିଇଁ ଥାଆନ୍ତା ଲୋ ଜିଇଁ ଥାଆନ୍ତା