ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୩ ଜନ୍ମଗ୍ରହଣ କରି ନ ଥାନ୍ତେ, ତେବେ ସୁଦ୍ଧା ଯେଉଁ ସକଳ ସତ୍ୟ ସେ ପ୍ରଚାର କରିଛନ୍ତି, ତାହା ସମଭାବରେ ସତ୍ୟ ହୋଇ ରହିଥାନ୍ତା । କେବଳ ସେତିକି ନୁହେଁ, ତାହା ସମଭାବରେ ପ୍ରାମାଣ୍ୟ ମଧ୍ୟ ହୋଇଥାନ୍ତା । ତେବେ ପାର୍ଥକ୍ୟ ଟିକିଏ ରହିଥାନ୍ତା; ଏଗୁଡ଼ିକର ଆଧୁନିକ ପ୍ରାଞ୍ଜଳତା ଓ ବକ୍ତବ୍ୟର ତୀୟଣତା ରହି ନ ଥାନ୍ତା, ପାରସ୍ପରିକ ସଙ୍ଗତି ଓ ଐକ୍ୟର ଅଭାବ ହୋଇଥାନ୍ତା । ସେ ଯଦି ଜନ୍ମଗ୍ରହଣ କରି ନ ଥାନ୍ତେ, ତେବେ ଯେଉଁ ଶାସ୍ତ୍ର ବଚନଗୁଡ଼ିକ ଆଜି ସହସ୍ର ସହସ୍ର ମାନବଙ୍କ ନିକଟକୁ ଜୀବନର ମର୍ମ-ବାଣୀ ବହନ କରି ନେଇଯିବ, ସେଗୁଡ଼ିକ ପଣ୍ଡିତ-ମଣ୍ଡଳୀର ଦୁର୍ବୋଧ ବିତର୍କର ବିଷୟବସ୍ତୁ ହୋଇ ରହିଥାନ୍ତା । ସେ ଆକାରିକ ପୁରୁଷଙ୍କ ପରି ଶିକ୍ଷା ଦେଇଥିଲେ, ପଣ୍ଡିତମାନଙ୍କ ପରି ନୁହେଁ, କାରଣ ଯେଉଁ ବିଷୟ ସେ ଶିକ୍ଷା ଦେଉଥିଲେ ସେହି ଉପଲବ୍ଧୁର ଗଭୀରତାରେ ସେ ଅବଗାହନ କରିଛନ୍ତି ଏବଂ ରାମାନୁଜଙ୍କ ପରି ସେହି ଅବସ୍ଥାରୁ ଫେରି ଆସିଛନ୍ତି କେବଳ ଅନ୍ତଃଜ, ଜାତିବ୍ରୁତ ଓ ବିଦେଶୀମାନଙ୍କ ନିକଟରେ ଏହି ଉପଲର ରହସ୍ୟ ପ୍ରକାଶ କରିବା ପାଇଁ । । ତାଙ୍କ ଉପଦେଶରେ ନୂତନ କିଛି ନ ଥିଲା—ଏକଥା କିନ୍ତୁ ସମ୍ପୂର୍ଣ ସତ୍ୟ ନୁହେଁ । ଏକଥା ଭୁଲିଗଲେ ଚଳିବ ନାହିଁ ଯେ, “ଏକାମେବାଦ୍ୱିତୀୟମ୍' ଅନୁଭୂତି ଯେଉଁ ଦର୍ଶନର ଅନ୍ତର୍ଗତ ସେହି ଅଦୈତବାଦର ଶ୍ରେଷ୍ପତ୍ତି ଘୋଷଣା କରିବା ସରେ ସ୍ବାମୀ ବିବେକାନନ୍ଦ ହିନ୍ଦୁଧର୍ମରେ ଏହି ଶିକ୍ଷା ସଂଯୁକ୍ତ କରିଦେଲେ ଯେ, ଦ୍ବିତ, ବିଶିଷ୍ଟାଦ୍ବୈତ ଓ ଅର୍ଦ୍ଧିତ ଗୋଟିଏ ବିକାଶର ତିନୋଟି ଅବସ୍ଥା ବା କ୍ରମିକ ସ୍ତର ମାତ୍ର ଏବଂ ଏହି ବିକାଶର ଚରମଲକ୍ଷ୍ୟ ହେଉଛି ଶେଷୋକ୍ତ ଅଦ୍ବୈତତବ୍ଧ । ଏହା ଆହୁରି ଗୋଟିଏ ମହତ୍ତର ଓ ସହଜତର ତତ୍ତ୍ୱର ଅପରିହାର୍ଯ୍ୟ ଅଙ୍ଗ । ବହୁ ଏବଂ ଏକ-ଯାହା ମୂଳତଃ ଏକ ସଭା, ବିଭିନ୍ନ ସମୟରେ ବିଭିନ୍ନ ଅବସ୍ଥାରେ ମନରେ ଅନୁଭୂତ ଏକ ସଭା ବିଭିନ୍ନ ପ୍ରକାଶ ମାତ୍ର, ଅଥବା ଶ୍ରୀରାମକୃଷ୍ଣ ଯେପରି କହୁଥିଲେ, “ଈଶ୍ବର ସାକାର ଓ ନିରାକାର ଉଭୟ, ସେ ଏପରି ଏକ ତତ୍ତ୍ବ ଯେଉଁଥିରେ ସାକାର ଓ ନିରାକାର ଉଭୟ ଅନ୍ତର୍ଗତ ।” । । ଆମ ଗୁରୁଦେବଙ୍କ ଜୀବନର ଚରମ ତାତ୍ପର୍ଯ୍ୟ ଏହା ହିଁ । ଏଥ୍ୟପାଇଁ ଯେ ସେ କେବଳ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନ-କେନ୍ଦ୍ର ହୋଇଛନ୍ତି ତାହା ନୁହେଁ, ବରଂ ଅତୀତ ଓ ଭବିଷ୍ୟତ କାଳର ମଧ୍ୟ । ଯଦି ବହୁ ଓ ଏକ ପ୍ରକୃତରେ ଗୋଟିଏ ସଭା ହୋଇଥାନ୍ତି, ତେବେ କେବଳ ବିଭିନ୍ନ ଉପାସନାପଦ୍ଧତି ନୁହେଁ, ବରଂ ସମସ୍ତ କର୍ମ-ପଦ୍ଧତି ମଧ, ସକଳ ପ୍ରକାର ପ୍ରୟାସ ଓ ସୃଷ୍ଟି ମଧ୍ୟ ସତ୍ୟ ଉପଲିର ବିଭିନ୍ନ ପନ୍ତି । ତେବେ ଆଧ୍ୟାତ୍ମିକ ଓ ଲୌକିକର ଭେଦ ଅସମ୍ଭବ । ଯାହା କାୟିକ ପରିଶ୍ରମ, ତାହା ହିଁ ପ୍ରାର୍ଥନା । ଯାହା ଜୟ, ତାହା ହିଁ ତ୍ୟାଗ । ସମଗ୍ର ଜୀବନକୁ ହିଁ ଧର୍ମରେ ପରିଣତ କରିବାକୁ ହେବ । ଯୋଗ ଓ