ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୨୫ ବୋଲି ମନେ କରୁଛି ! ମୁସଲମାନ୍‌ମାନେ ମଧ୍ୟ ତାଙ୍କର କ୍ଷୁଦ୍ର କୂପରେ ବସି ଅଛନ୍ତି ଏବଂ ତାହାକୁ ସମଗ୍ର ଜଗତ ବୋଲି ଭାବୁଛନ୍ତି ! ହେ ଆମେରିକାବାସୀଗଣ, ଆପଣମାନେ ଯେ ଆମମାନଙ୍କର ଏହିସବୁ କ୍ଷୁଦ୍ର ଜଗତଗୁଡ଼ିକର ଅବରୋଧ ଭାଙ୍ଗିବା ପାଇଁ ବିଶେଷ ଯତ୍ନଶୀଳ ହୋଇଛନ୍ତି, ସେଥ୍‌ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି । ମୁଁ ଆଶା କରୁଛି, ଭବିଷ୍ୟତରେ ଈଶ୍ଵର ଆପଣମାନଙ୍କୁ ଏହି ମହତ୍ ଉଦ୍ଦେଶ୍ୟ ସମ୍ପାଦନରେ ସାହାଯ୍ୟ କରିବେ । ହିନ୍ଦୁଧର୍ମ ୧୯ ସେପ୍ଟେମ୍ବର, ନବମୀ ଦିବସରେ ଅଧିବେଶନରେ ସ୍ଵାମୀଜୀ ଏହି ପ୍ରବନ୍ଧଟି ପାଠ କରିଥିଲେ : ହିନ୍ଦୁ, ଜରଥୁଷ୍ଟ୍ରୀୟ ଓ ଇହୁଦୀ—କେବଳ ଏହି ତିନୋଟି ଧର୍ମ ପ୍ରାଗୈତିହାସିକ ଯୁଗରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ଏହି ପୃଥିବୀରେ ପ୍ରଚଳିତ ଅଛି । ଏହି ଧର୍ମଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟି ହିଁ ପ୍ରଚଣ୍ଡ ଆଘାତ ସହ୍ୟ କରିଛି, ତଥାପି ଲୁପ୍ତ ନ ହୋଇ ଏଗୁଡ଼ିକ ଯେ ଏପର୍ଯ୍ୟନ୍ତ ଜୀବିତ ଅଛି, ତହିଁରୁ ପ୍ରମାଣିତ ହୁଏ ଯେ, ଏମାନଙ୍କ ମଧ୍ୟରେ ମହତୀ ଶକ୍ତି ନିହିତ ଅଛି । କିନ୍ତୁ ଏ ଦିଗରେ ଯେପରି ଈହୁଦୀଧର୍ମ ତତ୍ ପ୍ରସୂତ ଖ୍ରୀଷ୍ଟଧର୍ମକୁ ଆତ୍ମସାତ୍‌ କରିବା ତ ଦୂରର କଥା, ନିଜେ ସେହି ସର୍ବଜୟୀ ଧର୍ମଦ୍ଵାରା ସ୍ଵୀୟ ଜନ୍ମଭୂମିରୁ ବିତାଡ଼ିତ ହେଲା ଏବଂ ଅତି ଅଳ୍ପସଂଖ୍ୟକ ମାତ୍ର ପାରସୀ ମହାନ୍ ଜରଥୁଷ୍ଟ୍ରୀୟ ଧର୍ମ ସାକ୍ଷୀସ୍ବରୂପ ହୋଇ ରହିଛନ୍ତି; ଅନ୍ୟଦିଗରେ ମଧ୍ୟ ଭାରତବର୍ଷରେ ସମ୍ପ୍ରଦାୟ ପରେ ସମ୍ପ୍ରଦାୟ ଉତ୍ତ ହେଲା, ମନେହେଲା ଯେପରି ବେଦୋକ୍ତ ଧର୍ମର ଭିତ୍ତି ପର୍ଯ୍ୟନ୍ତ ଦୋହଲିଗଲା; କିନ୍ତୁ ପ୍ରଚଣ୍ଡ ଭୂମିକମ୍ପ ସମୟରେ ସାଗରସଲିଳ ଯେପରି କିଛି ବାଟ ପଶ୍ଚାତ୍‌ପଦ ହୋଇ ସହସ୍ର ଗୁଣ ପ୍ରବଳ ବେଗରେ ସର୍ବଗ୍ରାସୀ ବନ୍ୟାରୁ-ପରେ ଫେରିଆସେ, ସେହିପରି ଏମାନଙ୍କର ଜନନୀସ୍ବରୁପ ବେଦୋକ୍ତ ଧର୍ମ ମଧ୍ୟ ପ୍ରଥମେ କିଞ୍ଚି ପାଶ୍ଚାତ୍‌ପଦ ହୋଇ ଆଲୋଡ଼ନର ଅଗ୍ରଗତି ଶେଷ ହେଲେ ଏହି ସମ୍ପ୍ରଦାୟଗୁଡ଼ିକୁ ସର୍ବତୋଭାବରେ ଆତ୍ମସାତ୍‌ କରି ନିଜର ବିରାଟ ଦେହ ପୁଷ୍ଟ କରିଛି । ବିଜ୍ଞାନର ଅତି ଆଧୁନିକ ଆବିଷ୍କାର ସମୂହ ବେଦାନ୍ତର ଯେଉଁ ଉଚ୍ଚ ଆଧ୍ୟାତ୍ମିକ ଭାବର ପ୍ରତିଧ୍ଵନି ମାତ୍ର, ସେହି ସର୍ବୋତ୍କୃଷ୍ଟ ବେଦାନ୍ତଜ୍ଞାନଠାରୁ ନିମ୍ନସ୍ତରର ମୂର୍ତ୍ତିପୂଜା ଓ ଆନୁଷଙ୍ଗିକ ନାନାବିଧ ପୌରାଣିକ ଗଳ୍ପ ପର୍ଯ୍ୟନ୍ତ, ଏପରିକି ବୌଦ୍ଧମାନଙ୍କର ଅଜ୍ଞେୟବାଦ, ଜୈନମାନଙ୍କର ନିରୀଶ୍ଵରବାଦ ହିନ୍ଦୁଧର୍ମରେ ଏଗୁଡ଼ିକର ପ୍ରତ୍ୟେକଟିର ସ୍ଥାନ ଅଛି । ବର୍ତ୍ତମାନ ପ୍ରଶ୍ନ ହୋଇପାରେ, ଏହି ସକଳ ଆପାତପ୍ରତୀୟମାନ ବିରୋଧୀ ଭାବଗୁଡ଼ିକ କେଉଁ ସାଧାରଣ କେନ୍ଦ୍ରରେ ସଂହତ ହୋଇଛି ? କେଉଁ ସାଧାରଣ ଭିତ୍ତିକୁ ଆଶ୍ରୟ କରି ଏହି ଆପାତ—ବିରୋଧୀ ଭାବଗୁଡ଼ିକ ଅବସ୍ଥାନ କରୁଅଛି ? ମୁଁ ବର୍ତ୍ତମାନ ଏହି ପ୍ରଶ୍ନର ମୀମାଂସା କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।