ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ପ୍ରବଣତା ଲାଭ କରେ; କିନ୍ତୁ ସେଗୁଡ଼ିକ ସମ୍ପୂର୍ଣ ଦୈହିକ । ଏହି ଦୈହିକ ପ୍ରବଣତାର ମାଧ୍ୟମରେ ହିଁ ମନରେ ବିଶେଷ ପ୍ରବଣତା ବ୍ୟକ୍ତ ହୁଏ । ମନର ଏପରି ବିଶେଷ ପ୍ରବଣତାର କାରଣ ପୂର୍ବାନୁଷ୍ଠିତ କର୍ମ । ବିଶେଷ କୌଣସି ପ୍ରବଣତାସମ୍ପନ୍ନ ଜୀବ ସଦୃଶ ବସ୍ତୁର ପ୍ରତି-ଆକର୍ଷଣ ନିୟମାନୁସାରେ ଏପରି ଗୋଟିଏ ଶରୀରରେ ଜନ୍ମଗ୍ରହଣ କରିବ, ଯାହା ଏହି ପ୍ରବଣତା ବିକଶିତ କରିବାର ସର୍ବଶ୍ରେଷ୍ଠ ସହାୟକ ହେବ । ଏହା ସମ୍ପୂର୍ଣ୍ଣଭାବେ ବିଜ୍ଞାନ-ସମ୍ମତ; କାରଣ ବିଜ୍ଞାନ ଅଭ୍ୟାସ ଦ୍ବାରା ସବୁକିଛି ବ୍ୟାଖ୍ୟା କରିବାକୁ ଚାହେଁ, ଅଭ୍ୟାସ ପୁଣି ପୁନଃ ପୁନଃ ଅନୁଷ୍ଠାନର ଫଳ । ସୁତରାଂ ଅନୁମାନ କରିବାକୁ ହେବ, ନବଜାତ ପ୍ରାଣୀର ସ୍ଵଭାବ ମଧ୍ୟ ତାହାର ପୁନଃ ପୁନଃ ଅନୁଷ୍ଠିତ କର୍ମର ଫଳ; ଯେହେତୁ ତାଙ୍କ ପକ୍ଷରେ ବର୍ତ୍ତମାନ ଜୀବନରେ ଏଗୁଡ଼ିକ ଲାଭ କରିବା ଅସମ୍ଭବ, ତେଣୁ ଅବଶ୍ୟ ହିଁ ପୂର୍ବ ଜୀବନରୁ ସେଗୁଡ଼ିକ ଆସିଛି । ଆଉ ଗୋଟିଏ ପ୍ରଶ୍ନର ଇଙ୍ଗିତ ଏଠାରେ ରହିଛି । ସ୍ଵୀକାର କରାଗଲା ପୂର୍ବଜନ୍ମ ଅଛି, କିନ୍ତୁ ପୂର୍ବ ଜୀବନ ବିଷୟ ଆମମାନଙ୍କର ମନେ ରହେ ନାହିଁ କାହିଁକି ? ଏହା ସହଜରେ କୁହାଯାଇପାରେ । ମୁଁ ବର୍ତ୍ତମାନ ଇଂରାଜୀରେ କଥା କହୁଛି; ଏହା ମୋ ମାତୃଭାଷା ନୁହେଁ । ବାସ୍ତବିକ ବର୍ତ୍ତମାନ ମୋ ଚେତନ ମନରେ ମାତୃଭାଷାର ଗୋଟିଏ ଅକ୍ଷର ବି ନାହିଁ; କିନ୍ତୁ ଯଦି ମୁଁ ମନେ କରିବାକୁ ଚେଷ୍ଟା କରେ, ତାହାହେଲେ ତାହା ଏହିକ୍ଷଣି ପ୍ରବଳ ବେଗରେ ମନେ ପଡ଼ିବ । ଏହି ଘଟଣାରୁ ବୁଝାଯାଉଛି ଯେ ମନ ସମୁଦ୍ରର ଉପରିଭାଗରେ ହିଁ ଚେତନାଭାବ ଅନୁଭୂତ ହୁଏ ଏବଂ ଆମର ପୂର୍ବାର୍ଚ୍ଚିତ ଅଭିଜ୍ଞତା ସେହି ସମୁଦ୍ରର ଗଭୀର ଦେଶରେ ସଞ୍ଚ ଥାଏ । ଚେଷ୍ଟା ଓ ସାଧନା କର, ସେଗୁଡ଼ି ସବୁ ଉପରକୁ ଉଠି ଆସିବ, ଏପରିକି କି ପୂର୍ବଜନ୍ମ ସମ୍ବନ୍ଧରେ ମଧ୍ୟ ତୁମେ ଜାଣିପାରିବ । ୨୮ ପୂର୍ବଜନ୍ମ ସମ୍ବନ୍ଧରେ ଏହା ହିଁ ସାକ୍ଷାତ୍‌ ଓ ପରୀକ୍ଷାମୂଳକ ପ୍ରମାଣ । କାର୍ଯ୍ୟକ୍ଷେତ୍ରରେ ସତ୍ୟତା ନିର୍ଣ୍ଣୀତ ହେଲେ ଯେକୌଣସି ମତବାଦ ସମ୍ପୂର୍ଣ୍ଣ ଭାବରେ ପ୍ରମାଣିତ ହୁଏ, ଏହା ଋଷିଗଣ ସମଗ୍ର ଜଗତ ସମ୍ମୁଖରେ ସଦର୍ପ ଘୋଷଣା କରୁଛନ୍ତି; ସ୍ମୃତିସାଗରର ଗଭୀରତମ ପ୍ରଦେଶ କିପରି ଆଲୋଡ଼ିତ କରିବାକୁ ହୁଏ, ସେହି ରହସ୍ୟ ଆମ ଆବଷ୍କାର କରିଅଛୁ । ସାଧନା କର, ତୁମେ ମଧ୍ୟ ପୂର୍ବଜନ୍ମର ସବୁକଥା ମନେ ପକାଇପାରିବ । ଅତଏବ ଦେଖାଗଲା, ହିନ୍ଦୁ ନିଜକୁ ଆତ୍ମା ବୋଲି ବିଶ୍ଵାସ କରେ । ‘‘ସେହି ଆତ୍ମାକୁ ତରବାରି ଛେଦନ କରିପାରେନାହିଁ, ଅଗ୍ନି ଦଗ୍‌ଧ କରିପାରେନାହିଁ, ଜଳ ଆର୍ଦ୍ର କରିପାରେନାହିଁ ଏବଂ ବାୟୁ ଶୁଷ୍କ କରିପାରେନାହିଁ ।’’* ହିନ୍ଦୁ ବିଶ୍ବାସ କରେ ଯେ ସେହି ଆତ୍ମା ଏପରି ଗୋଟିଏ ବୃତ୍ତ, ଯାହାର ପରିଡ୍ କେଉଁଠାରେ ହେଲେ ନାହିଁ; କିନ୍ତୁ ତାହାର କେନ୍ଦ୍ର ଦେହ ମଧ୍ୟରେ ଅବସ୍ଥିତ ଏବଂ ସେହି କେନ୍ଦ୍ରର ଦେହିଠାରୁ ଦେହାନ୍ତରକୁ ଗମନର ନାମ ହିଁ ମୃତ୍ୟୁ । ଆତ୍ମା ଜଡ଼ ନିୟମର ବଶୀଭୂତ ନୁହଁନ୍ତି, ଆତ୍ମା ନିତ୍ୟ-ଶୁଦ୍ଧ-ବୁଦ୍ଧ-ମୁକ୍ତ-ସ୍ବଭାବ । କିନ୍ତୁ କୌଣସି କାରଣବଶତଃ ଜଡ଼ରେ ଆବଦ୍ଧ ହୋଇ ଅଛନ୍ତି ଓ ନିଜକୁ ଜଡ଼ ମନେ କରୁଛନ୍ତି । ଗୀତା, ୨/୨୩