ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା କ’ଣ କୌଣସି ଆଶା ନାହିଁ ? ପରିତ୍ରାଣର କଅଣ କୌଣସି ପଥ ନାହିଁ ? ମାନବର ହତାଶ ହୃଦୟର ଅନ୍ତଃସ୍ଥଳରୁ ଏହି କ୍ରନ୍ଦନ ଧ୍ବନି ଉଠିବାକୁ ଲାଗିଲା । କରୁଣାମୟଙ୍କ ସିଂହାସନ ସମୀପରେ ଏହା ଉପନୀତ ହେଲା, ସେଠାରୁ ଆଶା ଓ ସାଲ୍ସନାର ବାଣୀ ଆସି ଜଣେ ବୈଦିକ ଋଷିଙ୍କୁ ଉଦ୍‌ବୁଦ୍ଧ କଲା । ବିଶ୍ଵ ସମ୍ମୁଖରେ ଦଣ୍ଡାୟମାନ ହୋଇ ଉଚ୍ଚ ସ୍ବରରେ ଏହି ଆନନ୍ଦ-ସମାଚାର ଜଗତକୁ ଘୋଷଣା କଲେ, ‘ଶୁଣ, ଶୁଣ ଅମୃତର ପୁତ୍ରଗଣ, ଶୁଣ ଦିବ୍ୟଲୋକର ଅଧିବାସୀଗଣ, ମୁଁ ସେହି ପୁରାତନ ମହାନ୍ ପୁରୁଷଙ୍କୁ ଜାଣିଛି । ଆଦିତ୍ୟଙ୍କ ପରି ତାଙ୍କର ବର୍ଷ, ସେ ସକଳ ଅଜ୍ଞାନ ଅନ୍ଧକାରର ଅତୀତ; କେବଳ ତାଙ୍କୁ ଜାଣିବା ଦ୍ଵାରା ମୃତ୍ୟୁକୁ ଅତିକ୍ରମ କରାଯାଏ । ଆଉ ଅନ୍ୟ ପଥ ନାହିଁ ।’* ୩୦ ‘ଅମୃତର ପୁତ୍ର’ କି ମଧୁର ଓ ଆଶାର ନାମ ! ହେ ଭ୍ରାତୃଗଣ, ଏହି ମଧୁର ନାମରେ ମୁଁ ତୁମମାନଙ୍କୁ ସମ୍ବୋଧନ କରିବାକୁ ଚାହେଁ, ତୁମେମାନେ ଅମୃତର ଅଧିକାରୀ । ହିନ୍ଦୁମାନେ ତୁମକୁ ପାପୀ କହିବାକୁ ଚାହାଁନ୍ତି ନାହିଁ, ତୁମେମାନେ ଈଶ୍ବରଙ୍କର ସନ୍ତାନ, ଅମୃତର ଅଧିକାରୀ ପବିତ୍ର ଓ ପୂର୍ଣ୍ଣ । ମର୍ତ୍ତ୍ୟଭୂମିର ଦେବତା ତୁମେମାନେ, ତୁମେ ପୁଣି ପାପୀ ? ମଣିଷକୁ ପାପୀ କହିବା ହିଁ ଏକ ମହାପାପ । ମାନବର ଯଥାର୍ଥ ସ୍ବରୂପ ଉପରେ ଏହା ମିଥ୍ୟା କଳଙ୍କାରୋପ । ଉଠ, ଆସ, ସିଂହସ୍ବରୂପ ହେବା ସତ୍ତ୍ବେ ତୁମେମାନେ ନିଜକୁ ମେଷତୁଲ୍ୟ ମନେକରୁଛି । ଏହି ଭ୍ରମକୁ ଦୂର କରିଦିଅ । ତୁମେମାନେ ଅମର ଆତ୍ମା, ମୁକ୍ତ ଆତ୍ମା-ଚିର ଆନନ୍ଦମୟ । ତୁମେ ଜଡ଼ ନୁହଁ, ତୁମେ ଦେହ ନୁହଁ; କଡ଼ ତୁମର ଦାସ, ତୁମେ ଜଡ଼ର ଦାସ ନୁହଁ । ଏହି ଭାବରେ ବେଦ ଯେ କେବଳ କେତେଗୁଡ଼ିଏ କ୍ଷମାହୀନ ନିୟମାବଳୀର ଭୟାବହ ସମାବେଶକୁ ବା କାର୍ଯ୍ୟକାରଣରେ କାରାବନ୍ଧନକୁ ଘୋଷଣା କରିଛନ୍ତି ତାହା ନୁହେଁ, ବରଂ କହିଛନ୍ତି ଯେ, ଏହି ସକଳ ନିୟମର ଉର୍ଦ୍ଧ୍ବରେ ପ୍ରତ୍ୟେକ ପରମାଣୁ ଓ ଶକ୍ତି ମଧ୍ୟରେ ଓତପ୍ରୋତ ରହିଛନ୍ତି ଏକ ବିରାଟ ପୁରୁଷ, ‘ଯାହାଙ୍କର ଆଦେଶରେ ବାୟୁ ପ୍ରବାହିତ ହେଉଛି, ଅଗ୍ନି ପ୍ରଜ୍ବଳିତ ହେଉଛି, ମେଘ ବାରି ବର୍ଷଣ କରୁଛି, ଏବଂ ମୃତ୍ୟୁ ଜଗତରେ ପରିଭ୍ରମଣ କରୁଛି ।’** ତାଙ୍କର ସ୍ବରୂପ କ’ଣ ? ସେ ସର୍ବବ୍ୟାପୀ, ଶୁଦ୍ଧ, ନିରାକାର, ସର୍ବଶକ୍ତିମାନ୍; ସମସ୍ତଙ୍କ ଉପରେ ତାଙ୍କର କରୁଣା ବର୍ଷିତ ହେଉଛି । ‘ତୁମେ ଆମର ପିତା, ତୁମେ ଆମର ମାତା, ତୁମେ ଆମର ପରମ ପ୍ରେମାସ୍ପଦ ସଖା ଓ ବନ୍ଧୁ । ତୁମେ ସମସ୍ତ ଶକ୍ତିର ମୂଳ, ତୁମେ ଆମକୁ ଶକ୍ତି ଦିଅ, ତୁମେ ବିଶ୍ଵଜଗତର ଭାର ଧରି ରହିଛ; ଏହି କ୍ଷୁଦ୍ର ଜୀବନର ଭାର ବହନ କରିବା ପାଇଁ ମୋତେ ସାହାଯ୍ୟ କର’ —ବୈଦିକ ଋଷିଗଣ ଏହିପରି ସ୍ତୁତି କରିଛନ୍ତି । ଆମେ ତାଙ୍କୁ କିପରି ଭାବରେ ପୂଜା କରିବୁ ? ପ୍ରୀତି ଦ୍ବାରା, ଭଲ ପାଇ, ପ୍ରେମାସ୍ପଦ ରୂପେ—ଐହିକ ଓ ପାରତ୍ରିକ ସମୁଦାୟ ପ୍ରିୟ ବସ୍ତୁ ଅପେକ୍ଷା ପ୍ରିୟତର ରୂପେ ତାଙ୍କୁ ପୂଜା କରିବାକୁ ହେବ । 0 ଶ୍ଵେତାଶ୍ବତର ଉପ.,୨/୫ ta de କଠ ଉପ.,୨/୩/୩