ଶ୍ରୀଭଗବାନଙ୍କ ଅଶେଷ କରୁଣାରୁ ‘ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ
ରଚନା’ର ଚତୁର୍ଥ ଖଣ୍ଡର ଦ୍ଵିତୀୟ(ନୂତନ) ସଂସ୍କରଣ ସ୍ଵାମୀଜୀଙ୍କର ୧୨୫ ତମ
ଜନ୍ମବର୍ଷ–ଉତ୍ସବ ଅବସରରେ ଓଡ଼ିଶାବାସୀଙ୍କ ହସ୍ତରେ ଅର୍ପିତ ହୋଇପାରିଲା ।
ଏହି ଖଣ୍ଡରେ ‘ଭକ୍ତିଯୋଗ’ ସମ୍ବନ୍ଧୀୟ ସ୍ଵାମୀଜୀଙ୍କର ବକ୍ତୃତା ଓ ପ୍ରବନ୍ଧାଦି
ସନ୍ନିବେଶିତ ହୋଇଛି । ଅନେକଙ୍କ ଧାରଣା ଯେ, ସ୍ଵାମୀଜୀ ଜ୍ଞାନ ଓ କର୍ମ ଉପରେ
ଯେପରି ଗୁରୁତ୍ଵ ଦେଇଛନ୍ତି, ଭକ୍ତି ଉପରେ ସେପରି ଗୁରୁତ୍ୱ ଆରୋପ କରି
ନାହାନ୍ତି । ଏକଥା ଅବଶ୍ୟ ସତ୍ୟ ଯେ, ସ୍ଵାମୀଜୀ ଭକ୍ତି ସମ୍ବନ୍ଧରେ ବେଶୀ କଥା
କହି ନାହାନ୍ତି; କିନ୍ତୁ ଯେତିକି କହିଛନ୍ତି, ତାହା ଅତୀବ ଗଭୀର – ଏହି ସଂକଳନରେ
ତାହା ସ୍ପଷ୍ଟଭାବରେ ଫୁଟିଉଠିଛି । ସ୍ଵାମୀଜୀଙ୍କର ପ୍ରଚାରିତ ଭକ୍ତି ହିଁ ପରାଭକ୍ତି,
ଏବଂ ପରାଭକ୍ତି ଓ ପରଜ୍ଞାନ ଏକ । ସ୍ଵାମୀଜୀଙ୍କର ଏହି ‘ଭକ୍ତିଯୋଗ’ ସର୍ବପ୍ରକାର
ସାମ୍ପ୍ରଦାୟିକ ଭାବର ଉର୍ଦ୍ଧ୍ବରେ – ସମନ୍ଵୟ ଏହାର ମୂଳତତ୍ତ୍ଵ । ଜ୍ଞାନ ଓ ଭକ୍ତି
ମଧ୍ୟରେ ଯେଉଁ ଦ୍ଵ ତାହା ମାର୍ଗର ଦ୍ଵନ୍ଦ, ଲକ୍ଷ୍ୟର ନୁହେଁ ।
ଏହି ଖଣ୍ଡର ପ୍ରଥମାଂଶରେ ରହିଛି ଭକ୍ତିଯୋଗ–ନାମକ ବିଖ୍ୟାତ
ବକ୍ତୃତାଗୁଡ଼ିକର ସଂକ୍ଷିପ୍ତ ବିବରଣ । ପରବର୍ତ୍ତୀ ଅଂଶ ‘ଭକ୍ତିରହସ୍ୟ’ରେ ପ୍ରାୟ
ସମାନ ବିଷୟ ଆଲୋଚିତ ହୋଇଛି, ମାତ୍ର ବିସ୍ତାରିତ ଓ ସହଜ ଭାବରେ । ସ୍ଵାମୀ
ବିବେକାନନ୍ଦଙ୍କର ହୃଦୟରୁ ଉତ୍ତ ଶ୍ରୀରାମକୃଷ୍ଣଙ୍କ ପ୍ରତି ଭକ୍ତି-ନିବେଦନର
କେତୋଟି ସ୍ତବ ‘ଶ୍ରୀରାମକୃଷ୍ଣସ୍ତୋତ୍ରାଣି’ ନାମରେ ଏହି ଅଂଶରେ ସଂଯୁକ୍ତ
କରାଯାଇଛି ।
ଶେଷ ଅଂଶ ‘ଭକ୍ତି ପ୍ରସଙ୍ଗ’ରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ
ଭକ୍ତି ସମ୍ବନ୍ଧରେ ପ୍ରଦତ୍ତ ବକ୍ତୃତା ଓ କଥୋପକଥନ ଏକତ୍ର ସଂକଳିତ ହୋଇଛି ।
‘ନାରଦ–ଭକ୍ତିସୂତ୍ର’ର ନିର୍ବାଚିତ ଅଂଶର ଅନୁବାଦ ଏବଂ ଭକ୍ତି-ବିଷୟକ ଗଳ୍ପ-
ଦୁଇଟି ସ୍ଵାମୀଜୀଙ୍କର ବହୁମୁଖୀ ପ୍ରତିଭାର ଏକ ଅଜ୍ଞାତ ଦିଗର ପରିଚୟ ବହନ
କରେ ।
ଅନ୍ୟାନ୍ୟ ଖଣ୍ଡ ଭଳି ଏହି ଖଣ୍ଡରେ ମଧ୍ଯ ତଥ୍ୟପଞ୍ଜୀ ଓ ନିର୍ଦ୍ଦେଶିକା ସଂଯୁକ୍ତ
କରାଯାଇଛି ।
ଅଧ୍ୟାପକ ଶ୍ରୀ ମହାପାତ୍ର ନୀଳମଣି ସାହୁ ‘ଭକ୍ତି ପ୍ରସଙ୍ଗ’ ଅଂଶଟିର
ସମ୍ପୂର୍ଣ୍ଣ ଅନୁବାଦ କରିଛନ୍ତି । ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ), ଡକ୍ଟର
ରବିନାରାୟଣ ପ୍ରହରାଜ ଓ ଶ୍ରୀ ଉମେଶଚନ୍ଦ୍ର ଦାଶ ଏହି ଖଣ୍ଡର ସମ୍ପାଦନାରେ
ବହୁ କଷ୍ଟ ସ୍ଵୀକାର କରିଛନ୍ତି । ଅଧ୍ୟାପକ ଶ୍ରୀ ତତ୍ତ୍ଵକନ୍ଦର ମିଶ୍ର ଅନ୍ୟାନ୍ୟ
ଖଣ୍ଡଭଳି ଏହି ଗ୍ରନ୍ଥର ମୁଦ୍ରଣ ସମ୍ବନ୍ଧୀୟ ସମସ୍ତ ଦାୟିତ୍ଵ ନିଃସ୍ୱାର୍ଥପର ଭାବରେ
ତୁଲାଇଛନ୍ତି । ଏମାନଙ୍କ ସହିତ ଅନ୍ୟ ଯେଉଁମାନେ ମଧ୍ୟ ଆମକୁ ନାନା ଭାବରେ