ପୃଷ୍ଠା:Alankara Bodhodaya.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅପ୍ରଯୁକ୍ତତା ଯଥା, ଭାତି ପଦ୍ମଃ ସରୋବରେ । ଅତ୍ର ପଦ୍ମ ଶବ୍ଦ ପୁଂଲିଙ୍ଗରେ ପ୍ରସିଦ୍ଧ ଥିଲେ ମଧ୍ୟ କବିମାନଙ୍କର ଅନାଦୃତ । ସନ୍ଦିଗ୍ଧତା - ଯଥା, ଚନ୍ଦ୍ୟା° କୃପାଂ କୁରୁ । ଅତ୍ର ବନ୍ଦ୍ୟ ଶବ୍ଦର ଅର୍ଥ ବନ୍ଦନୀୟା କି ବନ୍ଦିସ୍ଥିତା, ଏହିପରି ସନ୍ଦେହ ହୁଏ । ଅବାଚକତା - ଯଥା, ପ୍ରଭୁଙ୍କ ଗୀତରେ କର୍ଣ୍ଣ ଆଦାନ କରିବ । ଅତ୍ର ଆଙ ପୂର୍ବ ବା ଧାତୁ ଆଣିବା ଅର୍ଥରେ ବାଚକ, ଦେବା ଅର୍ଥରେ ଅବାଚକ । ଅବିମୃଷ୍ଟବିଧେୟା°ଶ - ଯଥା, ସ୍ୱର୍ଗ ଗ୍ରାମଟିକା ବିଲୁଣ୍ଠନ ବୁଥୋ ତ୍ସୁନୈଃ କିମେଭି ର୍ଭୁଜୈଃ ॥ ଅତ୍ର ବୃଥାତ୍ ବିଧେୟ, ଏହି ବିଧେୟ ସମାସରେ ଗୁଣୀଭୂତ ହେବାରୁ ଭୂଜମାନେ ବୃଥା, ଏପରି ଅର୍ଥ କରି ନପାରିଲା । ପୂର୍ବୋକ୍ତ ଦୋଷମାନେ ଯେପରି ବାକ୍ୟଗତ ହେବେ ସେପରି କେତେକ ନିମ୍ନରେ ପ୍ରକାଶ କରାଗଲା । ଦୁଃଶ୍ରବତ୍ନ - ଯଥା, ହେ ସଖି ! ସୁରାର୍ଭାନ୍ଧବ୍ୟକ୍ତି, ତୁମ୍ଭର ବିରହରେ କିପରି କାର୍ଭର୍ଥକୁ ଲଭିବ । ଜୁଗୁପ୍ସାବ୍ଯଞ୍ଜକାଶ୍ବଳତା - ଯଥା, ପରକୃତ ଅର୍ଥକୁ କବି ଯେବେ ଆପଣା ରଚନାରେ ପ୍ରଯୁକ୍ତ କରେ, ତେବେ ତାକୁ ବାନ୍ତାସୀ ବୋଲାଯାଏ। ଅତ୍ର ବାନ୍ତ ଶବ୍ଦ ଅଶ୍ବାଳ ! ଅନୁଚିତାର୍ଥତା - ଯଥା, ବକ୍ରୀମାନେ କମ କଲେହିତ୍ୟ ଦ୍ବାରା ତନୁକୁ ଭୂଷିତ କଲେ । ଅତ୍ର ‘ବକ୍ରା ପଦରେ ବାମା, କମଳଲୋହିତ୍ୟ ପଦରେ ପଦ୍ମରାଗମଣି, ଏପରି ଅର୍ଥ ଅନୁଚିତ । ଏପରି ବାକ୍ୟମାନଙ୍କରେ ଯଥାସମ୍ଭବରେ ବିଚାର କରିବ । ଦୁଃଶ୍ରବତ୍ନ - ଯଥା, ଆମ୍ଭର ବାର୍ଦଜ୍ୟ ପ୍ରାପ୍ତ ହେଲା । ଅତ୍ର ‘ବାର୍ଦ୍ଦକନ୍ୟା' ପଦର ଏକ ଅଂଶ ଯେ କଁ ରୂପ ଅକ୍ଷର ସେ ଶ୍ରୁତିକଟୁ ହେଲା । ଆପଣଙ୍କ ହସ୍ତ ପଲ୍ଲବ ପରି ପେଲବ ହୋଇଅଛି । ଅଦ୍ର ପେଲବ ପଦରେ