Jump to content

ପୃଷ୍ଠା:Alankara Bodhodaya.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ

ଶତ୍ରୁ କଣ୍ଠେ ହୋଇଛି ଅନୁରତା ପର ଆଗେ ମାତଙ୍ଗରେ ପତିତା ତା ସଙ୍ଗୁ କିଛି ନଗଣଇ ଭର୍ତ୍ତା ଜାଣ ଏ ଦୁର୍ବୃତ୍ତି ଭୃତ୍ୟେ ଲକ୍ଷ୍ମୀ; ସମୁଦ୍ରେ କହେ କୀର୍ତ୍ତି । ଅତ୍ର ଜାଣ ଏ ଦୁର୍ବୃତ୍ତି ବୋଲି କହି ଅର୍ଥ ଶେଷ କଲା ପରେ ପୁନଶ୍ଚ ଭୃତ୍ୟେ ଲକ୍ଷ୍ମୀ ବୋଲି କହିବାର ଅର୍ଥ ନିର୍ମୁକ୍ତ ହୋଇ ପୁନର୍ବାର ଉକ୍ତ ହେଲା । ନିୟମେ ଅନିୟମ - ଯଥା, ଆପାତ ସରସେ ଭୋଗେ ନିମଗ୍ନଃ କି” ନ କୁର୍ବତେ ! ଅତ୍ର ଆପାତ ଏବ ସରସେ, ଏପରି ଏକବାର କହିବାର ନିୟମ ଥଲା । ସେହି ଏକବାର ନଥବାରୁ ନିୟମରେ ଅନିଯମ ହେଲା । ଅନିୟମେ ନିୟମ - ଯଥା, ଆବର୍ଭ ଏବ ନାଭିସ୍ତେ ନେତ୍ରେ ନୀଳ ସରୋରୁହେ । ଅତ୍ର ଆବର୍ଭ ପରେ ଏବକାର ନିୟମ ବାଚ୍ଯ ନୁହେ | ନିମ୍ନଲିଖିତ ଦୋଷମାନେ ରସରେ ଗୃହୀତ ହେବେ - ଯଥା, ରସର ସ୍ବଶବ୍ଦରେ ଉକ୍ତି, ସ୍ଥାୟିଭାବର - ସ୍ବଶବ୍ଦବାଚ୍ଯତା, ସଞ୍ଚାରିର ସ୍ବଶବ୍ଦବାଚ୍ଯତା, ଅନୁଭାବର କଷ୍ଟରେ କଚ୍ଛିତା କ୍ଷେପ, ବିଭାବର କଷ୍ଟରେ କଜ୍ଜିତାକ୍ଷେପ, ପରିପନ୍ଥୀ ରସର ଅଙ୍ଗ ଓ ବିଭାବାଦିର ପରିଗ୍ରହ, ଅକାଣ୍ଡେ ପ୍ରଥନୀ, ଅକାଣୋ, ଛେଦ, ପୁନଃ ପୁନଃ ଦୀପ୍ତି, ଅଙ୍ଗୀର ଅନନୁସନ୍ଧାନ, ଅନଙ୍ଗର କୀର୍ତନ, ଅନଙ୍ଗର ଅତିବିସ୍ତାର, ପ୍ରକୃତି ବିପର୍ଯ୍ୟୟ, ଅର୍ଥର ଅର୍କୋ ଚିତ୍ୟ । ରସର ସୃଶବ୍ଦରେ ଉକ୍ତି - ଯଥା, କଳଶା ରାଗେ ଚନ୍ଦ୍ର ଦେଖି ଶୃଙ୍ଗାରରେ ଚିତ୍ତ ମଗ୍ନ ହେଲା । ଅତ୍ର ଶୃଙ୍ଗାର ରସର ସ୍ବଶବ୍ଦ ଶୃଙ୍ଗାର । ସ୍ଥାୟିଭାବର ସ୍ବଶବ୍ଦବାଚ୍ଯତା - ଯଥା, ଏହି ରାଗେ ତୁମ୍ଭ ଦର୍ଶନରେ ତାର ରତି ଜାତ ହେଲା । ଅତ୍ର ଶୃଙ୍ଗାର ରସରେ ସ୍ଥାୟିଭାବ ରତି ତାହାର କଥନ ହେଲା । ସଞ୍ଚାରିର ସ୍ବଶବ୍ଦବାଚ୍ଯତା - ଯଥା, କଳଶା ରାଗେ ପ୍ରିୟ ଚୁମ୍ବନରୁ କାନ୍ତୁ ଲଜାବତୀ ହେଲା । ଅତ୍ର ଲଜ୍ଜା ସଞ୍ଚାରୀ, ତାହାର କଥନ ହେଲା । ଲଜ୍ଜାବତୀ ନ ବୋଲିଥୁଲେ ଏ