ଅଳଂକାରବୋଧୋଦୟ
କିବା ହେବ ସ୍ବରେ ଗାଁ ମତି, ମୋ ଠାରେ ସେ ପ୍ରୀତିମତୀ, ମୋର ତହୁଁ ନପାରନ୍ତି ନେଇ ଅସୁର ସର୍ବସୁଖ ଏବେ ନିରୋଧ, ନୟନରୁ ଦୂର ହେଲା। ଏ କିବା ବିଧ । ଅତ୍ର “ ନିଜ ଗର୍ବ ଆବରଣେ’’। ଏପଦ ଉତ୍ତାରୁ “ଏପରି ନୁହଇ ଯେଉଁ ହେତୁରୁ' ଏହି ପଦମାନେ ନ୍ୟୁନ ହେଲେ ମଧ୍ୟ ବିତର୍କର କୌଣସି ଉତ୍କର୍ଷ ନ କରିବାରୁ ଗୁଣ ନ ହେଲା ।! ଏବଂଚ, “ଦେଖିନାହିଁ ଅତି କୋପ କେବେ ବାଳାର' । ଏହି ବାଜ୍ୟ ଦ୍ବାରା “ରୋଷେ ସ୍ଥିତ ହେବ' ଇତ୍ୟାଦିର ବାଧ ପ୍ରକାଶ ହେବାରୁ ଦୋଷ ନ ହେଲା । କୌଣସିଠାରେ ଅଧକପଦତା ମଧ୍ୟ ଗୁଣ ହୁଏ - ଯଥା, ଲାବଣ୍ୟବତୀ ଏକୁଁ ତ ଖିନ୍ନ ଦିନ, ହେଲା ଦୁର୍ଦ୍ଦିନୀ ଦିନ ନଇଜ୍ମ ବଲ୍ଲଭ ମେଳକୁ । ମେଘାଛନ୍ତ୍ର ଦିନକୁ ଦୁଦିନ ବୋଲି, ପୁନଶ୍ଚ ଦିନ ଶବ୍ଦ ଦେବାର ଅଧକପଦତା ବୋଧ ହେଉଥୁଲା; କିନ୍ତୁ ଏଠାରେ ବର୍ଷକାଳ ବର୍ଣ୍ଣନ ହେବାରୁ ଅନ୍ୟକାଳୀନ ଦୁର୍ଦ୍ଦିନକୁ ନବୁଝାଇ କେବଳ ବର୍ଷା କାଳର ଜ୍ଞାପକ ହୋଇ ଗୁଣ ହେଲା ଓ ମଧୁ ଚିରକାଳସ୍ଥାୟୀ ହେବାରୁ ପ୍ରତିକାରର ଅଶକ୍ୟ ହେଲା । ସମାପ୍ତ ପୁନରାଋତା କୌଣସିଠାରେ ଦୋଷ ବା ଗୁଣ ହୁଏ ନାହିଁ ଯଥା, ବଙ୍ଗଳା ଶ୍ରୀ ରାଗେ ଧନ୍ୟ ସେହୁ କ୍ଷିତି ଯାହାର ସୁମତି ପାର୍ଥିବ ହୁଅଇ ପତି, ଯହିଁ ପ୍ରଜା ଜନ ନକରି ଶୋଚନ ନିଜ ଭାଗୋଖ୍ୟ ବିଜସନ୍ତି । ଯେଉଁଠାରେ କଭୀ କର୍ମର ବିଶେଷଣ କ୍ରିୟା ବହିର୍ଭୁତ ହୋଇ ପୁନର୍ବାର ଗୃହୀତ ହୁଏ ସେହିଠାରେ ସମାପ୍ତ ପୁନରାରତା ଦୋଷ ହୁଏ; ଅତ୍ର ବାକ୍ୟ ସମାପ୍ତି ଉତ୍ତାରୁ ପୁନର୍ବାର ଯେ ବାକ୍ୟାନ୍ତରର ଆଦାନ ସେ ଦୋଷ ନୋହିଲା; ଏବଂ ଚ ପୂର୍ବବାକ୍ୟର ଉତ୍କର୍ଷ ନକରିବାରୁ ଗୁଣ ନହେଲା । ବାକ୍ୟ ମଧରେ ବାକ୍ଯନ୍ତର ପ୍ରବିଷ୍ଟ ହେଲେ ଯେ ଗର୍ଭିତତା ଦୋଷ ସେ ଯେବେ ବାକ୍ୟାର୍ଥକୁ ପୁଷ୍ଟ କରେ ତେବେ ଗୁଣ ହୁଏ - ଯଥା, କଳଶା ରାଗେ ସପ୍ତତ୍ନୀ ପବତୀ ଭୂମି ବିପ୍ରେ ଦେଇ ଦାନ, ଭୃଗୁପତିଙ୍କର ଯଶ କେ ଅର୍ଜିବ ଆନ ! ସାଧାରଣ ବୃଦ୍ଧି ଅବା କରନ୍ତୁ ଆଜ୍ଞାନ,”