ପୃଷ୍ଠା:Alankara Bodhodaya.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୨
 

ଭୂମିକା
ସାହିତ୍ୟୋ ଦରଦର୍ପଣ ପ୍ରବିଲ ସଦ୍‌ବାକ୍ୟାର୍ଥ ଭାଷା କୃତି-
ପ୍ରତ୍ୟାସକ୍ତଧିୟା ବିବିତ୍ସୁ ହୃଦୟାହ୍ଳାଦ ପ୍ରଦାନାର୍ଥନା ।
ବାମଣ୍ଡା ବସୁଧା ଧିପେନ କୃତିନା ଶ୍ରୀ ବାସୁଦେବେନ ଚ
ପ୍ରାୟଃସାର ବିବୋଧନାୟ ବିଦଧେଳଂକାର ବୋଧୋଦୟଃ ।

ଅଧ୍ୟୟନ ବିଧିରେ ପଦଜ୍ଞାନ ଓ ପଦାର୍ଥଜ୍ଞାନ ଓ ବାକ୍ୟାର୍ଥଜ୍ଞାନ ଏ ତ୍ରିତୟ ପ୍ରଧାନ । ଏତନ୍ମଧ୍ୟରେ ପଦଜ୍ଞାନ ବ୍ୟାକରଣ ଶାସ୍ତ୍ରରେ, ପଦାର୍ଥଜ୍ଞାନ ତର୍କ ଶାସ୍ତ୍ରରେ, ପଦପଦାର୍ଥୋଭୟ ଘଟିତ ବାକ୍ୟାର୍ଥଜ୍ଞାନ ଅଳଙ୍କାର ଶାସ୍ତ୍ରରେ ହୁଏ ।
ବ୍ୟାକରଣର ପ୍ରଧାନ ସୂତ୍ରକାର ପାଣିନି, ତର୍କରେ ଗୌତମ, ଅଳଙ୍କାରରେ ବାମନ ।
ଅଳଙ୍କାର ଶାସ୍ତ୍ରରେ ପ୍ରାଚୀନ ଏବଂ ନବୀନ ପ୍ରବନ୍ଧମାନଙ୍କ ମଧ୍ୟରେ ପ୍ରଧାନଗ୍ରନ୍ଥ- ଦଣ୍ଡିକୃତ – "କାବ୍ୟାଦର୍ଶ", ଭୋଜଦେବକୃତ – "ସରସ୍ୱତୀ-କଣ୍ଠା-ଭରଣ", ମମ୍ମଚାଚାର୍ଯ୍ୟକୃତ - "କାବ୍ୟ-ପ୍ରକାଶ", ମହିମଭଟ୍ଟକୃତ - "ବ୍ୟକ୍ତିବିବେକ", ଅପ୍ୟୟଦୀକ୍ଷିତକୃତ – "ଚିତ୍ରମୀମାଂସା" ଓ ତ‌ତ୍କୃତ "କୁବଳୟାନନ୍ଦ", ପୀୟୁଷବର୍ଷ (ଜୟଦେବ)କୃତ – “ଚନ୍ଦ୍ରାଲୋକ", କେଶବ ମିଶ୍ରକୃତ - "ଅଳଂକାର ଶେଖର’, ଜଗନ୍ନାଥ କୃତ - "ରସଗଙ୍ଗାଧର", ବିଶ୍ୱନାଥ କବିରାଜକୃତ – "ସାହିତ୍ୟ ଦର୍ପଣ" ଇତ୍ୟାଦି ମଧ୍ୟରେ ପାଠ୍ୟ ଗ୍ରନ୍ଥ କାବ୍ୟ ପ୍ରକାଶାଦିରେ ସୂତ୍ର, ବୃତ୍ତି ଓ ଉଦାହରଣ ଅତୀବ କଠିନ ।
ରସ ଗଙ୍ଗାଧର ପ୍ରଭୃତିରେ ତର୍କଦ୍ୱାରା ଦୂଷଣ ଭୂଷଣାଦି ହେବାରୁ ସେ ମଧ୍ୟ ଅତିଶୟ କଠିନ ପ୍ରାୟ, କେବଳ ସାହିତ୍ୟଦର୍ପଣ ସାର ରୂପରେ କଳିତ ହୋଇଥିବାରୁ ତହିଁରେ ବୁଦ୍ଧିର ପ୍ରବେଶ ହୋଇପାରେ ।
ପରନ୍ତୁ ଅଳଙ୍କାର ଶାସ୍ତ୍ର ସମ୍ମାଲୋଚନା କରି ନଥିବା ବ୍ୟକ୍ତିମାନଙ୍କର ଦୋଷ ଗୁଣାଳଂକାର ଜ୍ଞାନ ନଥିବାରୁ ବାକ୍ୟରଚନା ପାଟବ କଦାପି ଜାତ ହୋଇ ନପାରେ । ଅତଏବ ବର୍ତ୍ତମାନ ଆମ୍ଭ ଉତ୍କଳ ଦେଶରେ ସଂସ୍କୃତଜ୍ଞ ବିରଳ ଥିବାରୁ ପ୍ରାୟ ଭାଷାଜ୍ଞମାନଙ୍କର ରଚନାରେ ଅନେକ ଅସୁବିଧା ଘଟେ ! ଯେହେଉ ଆମ୍ଭେ ଏହି ସାହିତ୍ୟଦର୍ପଣକୁ ଭାଷା କରିବାରେ ପ୍ରବୃତ୍ତ ହେଲୁଁ ଯେ, ସ୍କୁଲସ୍ଥ ଛାତ୍ରମାନେ ଯେବେ ଏହାକୁ ଅଧ୍ୟୟନ କରନ୍ତି, ତେବେ ଅନାୟାସରେ ନିର୍ଦ୍ଦୋଷ ବାକ୍ୟ ରଚନା କରିବାରେ ସମର୍ଥ ହେବେ ।