ପୃଷ୍ଠା:Alankara Bodhodaya.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ

ଅଳଙ୍କାର ବୋଧୋଦୟ

ସ୍ଥାନାନ୍ତରେ ପ୍ରକାଶିତ ବାମଣ୍ଡା ବିଜ୍ଞାପନରେ ଏ ପୁସ୍ତକର ଆବଶ୍ୟକୀୟ ପରିଚୟ ପାଠକମାନେ ପାଇ ଅଛନ୍ତି ଏବଂ ପ୍ରଶଂସା ପତ୍ରମାନ ପାଠକରି ଏଥିର ଗୁଣାଗୁଣ ମଧ୍ୟ ବୁଝି ଅଛନ୍ତି । ଏ ପୁସ୍ତକ ମୁଦ୍ରିତ ହେବା ପୂର୍ବେ ଗ୍ରନ୍ଥକାର ଅନ୍ୟମାନଙ୍କ ଜଏଣ୍ଟ ଏନସ୍ପେକ୍ଟର ବାବୁ ରାଧାନାଥ ରାୟଙ୍କୁ ଏହାର ପାଣ୍ଡୁଲିପି ଦେଖାଇଥିଲେ ଏବଂ ସେ ଯେଉଁ ଅନୁକୂଳ ମତ ପ୍ରଦାନ କରିଅଛନ୍ତି ତାହା ମଧ୍ୟ ପୁସ୍ତକ ସଙ୍ଗେ ଛପା ହୋଇଅଛି । ସୁତରାଂ ପୁସ୍ତକ ଖଣ୍ତିକ ଭଲ ହୋଇଅଛି ବୋଲିବାର ପ୍ରୟୋଜନ ନାହିଁ । ଗଡଜାତ ରାଜାମାନଙ୍କ ମଧରେ ବାମଣ୍ଡା ଧୁପତି ଜଣେ ବୁଦ୍ଧିମାନ ସୁସଭ୍ୟ ଏବଂ ଉନ୍ନତ ରାଜ୍ୟ ଅଟନ୍ତି । ବିଦ୍ୟା ପ୍ରତି ଏହାଙ୍କର କେମନ୍ତେ ଅନୁରାଗ ମୁକ୍ତିକୋପନିଷଦ୍’ ପୁସ୍ତକ ଭାଷା ଅନୁବାଦ ସହିତ ପ୍ରକାଶ ଓ ବିନାମୂଲ୍ୟରେ ବିତରଣ ଏବଂ ସ୍ବରାଜ୍ୟରେ ଗୋଟିଏ ମୁଦ୍ରାଯନ୍ତ୍ର ସ୍ଥାପନ କରିବାରୁ ସର୍ବସାଧାରଣ ଉତ୍ତମ ରୂପେ ଜାଣିଅଛନ୍ତି । ସମସ୍ତ ରାଜକାର୍ଯ୍ୟ ସ୍ବୟଂ ଦେଖୁ ଶୁଣି ନିର୍ବାହ କରିବା ଏବଂ ସ୍ବରାଜ୍ୟର ଉନ୍ନତି ଚିନ୍ତାରେ ସର୍ବଦା ବ୍ୟସ୍ତ ଥାଇ ସେ ଦେଶୀୟ ଭାଷା ଶୁଦ୍ଧ ରୂପେ ଲେଖୁବାର ଶିକ୍ଷା ଦେବା ଉଦ୍ଦେଶ୍ୟରେ ସଂସ୍କୃତ ଅଳଙ୍କାର ଶାସ୍ତ୍ରର ସାରକଥା ମାନ ଭାଷାରେ ରଚନା କରିବାକୁ ଏବଂ ନାନା ଭାଷା ଗ୍ରନ୍ଥରୁ ଉଦାହରଣମାନ ଜୋଡି ତହିଁରେ ସର୍ନିବେଶ କରିବାକୁ ଅବସର ପାଇ ଅଛନ୍ତି ଏକଥା ଆଉରି ଅଧୁକ ପ୍ରଶଂସାର ବିଷୟ ଅଟଇ ସାଧାରଣ ହିତକାର୍ଯ୍ୟରେ ନିତାନ୍ତ ଅନୁରାଗ ନଜନ୍ମିଲେ ରାଜଭୋଗରେ ପହୁଡ଼ୁଥୁବା ଲୋକ ଏତାଦୃଶ ଶ୍ରମଶୀଳ କାର୍ଯ୍ୟରେ ପ୍ରବର୍ତ୍ତିତ ହୁଅନ୍ତି ନାହିଁ । ଅଳଙ୍କାରର କେତେଗୁଡିଏ ମୂଳସୂତ୍ର ସର୍ବସାର ବ୍ୟାକରଣରେ ପ୍ରକାଶ ହୋଇଥୁଲେ ଯେହେଁ ଅଳଙ୍କାର ବୋଧୋଦୟ ଉକ୍ତ ବିଷୟର ଖଣ୍ଡିଏ ସ୍ବତନ୍ତ୍ର ଗ୍ରନ୍ଥ ହେବାରୁ ଏହାକୁ ଓଡିୟା ଭାଷାର ନୂତନ ଗ୍ରନ୍ଥ ବୋଲାଯାଇପାରେ । ଏଥୁରେ ଅନେକ ଗୁଡିଏ ପ୍ରୟୋଜନୀୟ ବିଷୟ ଶୁଦ୍ଧରୂପେ ବୁଝାଇ ଦିୟାଯାଇଅଛି ଏବଂ ଶିକ୍ଷାବିଭାଗର କର୍ତ୍ତପକ୍ଷମାନେ ଏହାର ପ୍ରୟୋଜନୀୟତା ଅନୁଭବ କରି ନର୍ମାଲ ବିଦ୍ୟାଳୟର ପାଠ୍ୟପୁସ୍ତକର ତାଲିକାରେ ଏହାକୁ ସ୍ଥାନଦେଇ ଅଛନ୍ତି । ଅବଶ୍ୟ ପ୍ରଥମ ଉଦ୍ୟମରେ ଏପରି କଠିନ ପୁସ୍ତକ ସର୍ବାଙ୍ଗ ସୁନ୍ଦର ହେବ ଏପରି ଆଶା କରାଯାଇ ନପାରେ। ତେଣୁ ପୁସ୍ତକର ସ୍ଥାନେ ସ୍ଥାନେ କେତେ ଗୁଡିଏ ତୁଟି ଲକ୍ଷିତ ହୋଇଅଛି । ଏକ ଏକ ସ୍ଥଳରେ ଏକ ଏକ ସଂଜ୍ଞାର ଯେ ବ୍ୟାଖ୍ୟା ହୋଇଅଛି ତହିଁର ଅର୍ଥ ସହଜରେ ବୁଝାଯାଉ ନାହିଁ ଓ ବୁଝାଇ ଦେବାର ଚେଷ୍ଟା ହୋଇନାହିଁ । ଯଥା ‘ଅଭିଧାଶକ୍ତିଦ୍ବାରା ଯେଉଁ ଅର୍ଥ ଜଣାଯାଏ ତାହାକୁ ବାଚ୍ଯର୍ଥ ବୋଲି' । କିନ୍ତୁ ଅଭିଧା