ପୃଷ୍ଠା:Ama Deha (BB Patnaik 1940) o.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩
ଆମ ଦେହ

ପିଲାମାନେ ନିଜେ ନିଜେ ଚାଲି ପାରିବା ଆଗରୁ ଆମ ଦେଶର ମାଆମାନେ ‘ଚାଲି’ ‘ଚାଲି’ କହି ଚାଲିବା ଶିଖାନ୍ତି । ଏହା ଉଚିତ ନୁହେ । ପିଲାର ହାଡ଼ ଭାରି ନରମ ଥାଏ, ତେଣୁ ସେ ନିଜେ ନିଜେ ଚାଲି ପାରିବା ଭଳି ହେବା ଆଗରୁ ତାକୁ ଚାଲି ଶିଖାଇଲେ ତା ଦେହର ଭାର ଗୋଡ଼ ଉପରେ ପଡ଼ି ଗୋଡ଼ ହାଡ଼କୁ ବଙ୍କା କରିଦିଏ । ପିଲାମାନଙ୍କୁ ମଧ୍ୟ ସଦାବେଳେ ଯୋତା ପିନ୍ଧାଇବା ଉଚିତ ନୁହେ । ଏଥିରେ ଗୋଡ଼ ହାଡ଼ ବଢ଼ି ପାରେ ନାହିଁ । ସେମାନଙ୍କ ପୋଷାକ ମଧ୍ୟ ଢ଼ିଲା ହେବା ଉଚିତ ।

ଦେହରେ ଅନେକ ଆକୃତିର ହାଡ଼ ଅଛି; କିଏ ଲମ୍ବା, କିଏ ଚେପ୍ଟା, କିଏ ପଟାପରି, କିଏ ସମ, କିଏ ଅସମ ଇତ୍ୟାଦି । ହାଡ଼ ଉପରୁ ଦେଖିବାକୁ ବେଶ୍ ଚିକ୍କଣ ଦେଖାଯାଏ, କିନ୍ତୁ ଏହାରଭିତର ସେପରି ନୁହେ । ଲମ୍ବା ହାଡ଼ ଭିତରଟା ପୋଲା । ପଟାପରି ହାଡ଼ର

ମୁଣ୍ଡର ଚିତ୍ର