ପୃଷ୍ଠା:Ama Deha (BB Patnaik 1940) o.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦
ଆମ ଦେହ

ଥିବା ପାକସ୍ଥଳୀ ଓ ଅନ୍ତ୍ରଦ୍ୱାରା ଖାଦ୍ୟ ଜୀର୍ଣ୍ଣ ହୁଏ । ଜୀର୍ଣ୍ଣ ହେବା ପାଇଁ ଯେଉଁ ସବୁ ପାଚକ ରସ ଲେଡ଼ା, ତାହା ତିଆରି ହେବା ପାଇଁ ଯକୃତ୍ ବା କାଳିଞ୍ଜ (Liver), ଅଗ୍ନ୍ୟାଶୟ (Pancreas) ଆଦି କେତେଗୁଡ଼ିଏ ଯନ୍ତ୍ର ଏଠାରେ ଅଛି । ଯକୃତ ଏକ ପ୍ରକାର ସରଘର । ତାହା କଥା ପରେ କୁହାଯିବ । ମୂତ ତିଆରି ହେବା ପାଇଁ ଦୁଇ ପାଖରେ ଦୁଇଟି ବୃକ୍ନ (Kidney) ଅଛି ।

ତଳିପେଟ ବା ବସ୍ତିଦେଶ :- ଦେହର ନର୍ଦ୍ଦମା ଏହିଠାରେ ଅଛି । ଏହିଠାରେ ମୂତ ଓ ଗୁହ ତିଆରି ହୋଇ ବାହାର କରି ଦିଆଯାଏ । ସ୍ତ୍ରୀମାନଙ୍କର ଜରାୟୁ (Uterus, ଯାହା, ଭିତରେ କି ଛୁଆ ହୁଏ) ଏହିଠାରେ ଥାଏ ।

ହାତ :- ଆମର ଦୁଇଟି ହାତ ଅଛି । ପ୍ରତି ହାତରେ ୨୬ ଖଣ୍ଡ ଲେଖାଏଁ ୫୨ ଖଣ୍ଡ ହାଡ଼ ଅଛି । ଏହା ତିନି ଭାଗରେ ବିଭକ୍ତ । କାନ୍ଧଠାରୁ କହୁଣି ପର୍ଯ୍ୟନ୍ତ ଅଂଶକୁ ବାହୁ, କ‌ହୁଣିଠାରୁ ମଣିବନ୍ଧ ପର୍ଯ୍ୟନ୍ତ ଅଂଶକୁ ଅଗ୍ରବାହୁ ବା ପ୍ରକୋଷ୍ଠ ଏବଂ ମଣିବନ୍ଧଠାରୁ ତଳକୁ କରପତ୍ର କ‌ହ‌ନ୍ତି । ଆମର ଯେଉଁ ଆଙ୍ଗୁଠି ପବ ଅଛି, ତାହା ଖଣ୍ଡିଏ ଖଣ୍ଡିଏ ଛୋଟ ହାଡ଼ । ଏହା ସବୁ ଏପରି ଭାବରେ ଖଞ୍ଜା ହୋଇଅଛି ଯେ, ଆମେ ମୁଠା କରି ପାରୁଁ ।

ଗୋଡ଼ :- ହାତପରି ଆମର ଦୁଇଟି ଗୋଡ଼ ଅଛି । ଏହା ମଧ୍ୟ ତିନି ଭାଗରେ ବିଭକ୍ତ । ପିଚାଠାରୁ ଆଣ୍ଠୁପର୍ଯ୍ୟନ୍ତ ଅଂଶକୁ ଊରୁ,