ପୃଷ୍ଠା:Ama Deha (BB Patnaik 1940) o.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୧
ଆମ ଦେହ

ଆଣ୍ଠୁଠାରୁ ଗୋଇଠି ପର୍ଯ୍ୟନ୍ତ ଅଂଶକୁ ଜଙ୍ଘା ବା ନଳୀଗୋଡ଼ ଏବଂ ଗୋଲଠିଠାରୁ ତଳ ଅଂଶକୁ ପାଦ କହନ୍ତି । ଏଥିରେ ସମୁଦାୟ ୩୨ ଖଣ୍ଡ ଲେଖାଏଁ ୬୪ ଖଣ୍ଡ ହାଡ଼ ଅଛି । ଗୋଇଠି ତଲେ ଗୋଟାଏ ଚର୍ବି ଓ ମାଂସନିର୍ମିତ ପିଣ୍ଡୁଳା(Pad) ଅଛି । ଏହି ହେତୁରୁ ସୁବିଧାରେ ଚାଲି ହୁଏ ଏବଂ ଚାଲିଲା ବେଳେ କାଟେ ନାହିଁ । ଚାଲିବାପାଇଁ ମଧ୍ୟ ପାଦତଳର ଚମ ଖୁବ୍ ମୋଟା ହୋଇଅଛି ।