ପୃଷ୍ଠା:Ama Deha (BB Patnaik 1940) o.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମାଂସପେଶୀ ଓ ଚର୍ବି
ମାଂସପେଶୀର ଚିତ୍ର
ହାଡ଼ ଉପରେ ମାଂସପେଶୀ ଥିବାରୁ ଦେହ ଏହିପରି ସୁନ୍ଦର ଓ ସୁଢ଼ଳ ଦେଖାଯାଏ

ଦେହର ଛାଞ୍ଚ କିପରି ଗଢ଼ା ହୋଇଛି ଏବଂ ତାହାର ପ୍ରତି ତାଲାରେ କି କି ଅଛି, ଏହା ମୋଟ ଉପରେ କୁହାଗଲା । ଚିତ୍ରକର ପିତୁଳା ଗଢ଼ିଲା ବେଳେ ଯେପରି ଛାଞ୍ଚ ଉପରେ ମାଟି ଛାଟି ତାକୁ ଗୋଟିଏ ଆକୃତି ଦିଏ, ସେହିପରି ଆମ ଛାଞ୍ଚ ଉପରେ ମାଂସ ଅଛି । ପିତୁଳା ଦେହରେ ବିଣ୍ଡା ବିଣ୍ତା ହୋଇ ମାଟି ଛଟା ଯାଇଥାଏ, କିନ୍ତୁ ଆମ ଦେହରେ ମାଂସ ବିଣ୍ଡା ବିଣ୍ଡା ଛଟା ନ ହୋଇ ଭିନ୍ନ ଭିନ୍ନ ଆକାର ଓ ପ୍ରକାରରେ ପରସ୍ତ ପରସ୍ତ ହୋଇ ଖଞ୍ଜା ହୋଇଛି । ଏହାଦ୍ୱାରା ଦେହର ଯେ ଖାଲି ଗୋଟାଏ ଆକୃତି ହୁଏ ତାହା ନୁହେ, ବହୁତ ବଡ଼ ବଡ଼ କାର୍ଯ୍ୟ ମଧ୍ୟ ସାଧିତ ହୁଏ । ଏହିପରି ଖଞ୍ଜା ହୋଇଥିବା ମାଂସକୁ ମାଂସପେଶୀ (Muscles) କହନ୍ତି । ଆମ ଦେହରେ