ପୃଷ୍ଠା:Ama Deha (BB Patnaik 1940) o.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୭
ଆମ ଦେହ ।

(ଯକୃତ, ପାକସ୍ଥଳୀ, ଗ୍ରହଣୀ ଓ ଅଗ୍ନ୍ୟାଶୟର ଚିତ୍ର । ଯକୃତ ଓ ପାକସ୍ଥଳୀ ଉପରକୁ ଟେକି ଦିଆଯାଇଥିବାରୁ ସେ ଦୁହିଁଙ୍କର ତଳ ଓ ପଛପଟ ଦେଖା ଯାଉ ଅଛି । ପିତ୍ତ ଓ ନଗ୍ନ୍ୟାଶୟ ରସ ଆସି ତ୍ରହଣୀଠାରେ କିପରି ପାକମଣ୍ତ ସଙ୍ଗେ ମିଶନ୍ତି ତାହା ଏହି ଚିତ୍ରରୁ ଜଣାଯାଏ ।)

ପେଟ ଭିତରେ ଦୁଇଟି ବଡ଼ ବଡ଼ ସେଚକଗ୍ରନ୍ଥି (Secreting Glands) ରହିଅଛି । ଏଥିମଧ୍ୟରୁ ବଡ଼ଟିର ନାମ ଯକୃତ(Liver) ଓ ଛୋଟ‌ଟିର ନାମ ଅଗ୍ନ୍ୟାଶୟ (Pancreas) । ଯକୃତରୁ ପିତ୍ତ ଓ ଅଗ୍ନ୍ୟାଶୟରୁ ଅଗ୍ନ୍ୟାଶୟ-ରସ ବାହାରେ । ଏ ଦୁଇଟିଯାକ ରସ ଖାଦ୍ୟକୁ ହଜମ କରାଇ ଦିଅନ୍ତି । ପାକମଣ୍ଡ ପାକସ୍ଥଳୀରୁ ଅନ୍ତମୂଳକୁ ଗଲେ ଏ ଦୁଇ ପାଚକ ରସ ବାହାରି ଅନ୍ତମୂଳରେ ପଡ଼ନ୍ତି ଓ ପାକମଣ୍ଡ ସଙ୍ଗେ ମିଶନ୍ତି । ପାକମଣ୍ଡ କ୍ଷୁଦ୍ରାନ୍ତ୍ରକୁ ଗଲେ ସେଠାରେ ଆନ୍ତ୍ରିକ ରସ ନାମରେ ଆଉ ଏକପ୍ରକାର ଜୀର୍ଣ୍ଣକାରକ ରସ ଅନ୍ତରୁ ବାହାରି ମଧ୍ୟ ତାହା ସହିତ ମିଳିତ ହୁଏ । ପିତ୍ତ, ଅଗ୍ନ୍ୟାଶୟରସ ଓ ଆନ୍ତ୍ରିକ ରସ, ଏ ତିନିହେଁ ଏକସଙ୍ଗେ ମିଶି ଚିନି, ଛେନା ଓ ତୈଳଜାତୀୟ ଖାଦ୍ୟକୁ ବଦଳାଇ ଏପରି କରିଦିଅନ୍ତି ଯେ