କଣ୍ଠନାଳୀ (Larynx):- ଗଳକକ୍ଷ ତଳୁ କଣ୍ଠନାଳୀ ବାହାରିଅଛି । ଏହି କଣ୍ଠନାଳୀର ରପରିଭାଗ ତଳଭାଗ ଅପେକ୍ଷା ବେଶୀ ଚଉଡ଼ା ଓ ତହିଁରେ ସ୍ୱରଯନ୍ତ୍ର ଅଛି । ସ୍ୱରଯନ୍ତ୍ରରେ ଥିବା ସ୍ୱରତନ୍ତ୍ର (Vocal Cord) ସାହାଯ୍ୟରେ ଆମେ କଥା କହି ପାରୁଁ ।
ଶ୍ୱାସନାଳୀ (Trachea) :- କଣ୍ଠନାଳୀର ତଳଭାଗରୁ ଶ୍ୱାସନାଳୀ କହନ୍ତି ।
କ୍ଳୋମନାଳୀ (Bronchi):- ଶ୍ୱାସନାଳୀରୁ ଛାତିର ଦୁଲ ପାଖକୁ ଦୁଇଟି ଶାଖା ବାହାରି ଫୁସ୍ଫୁସ୍କୁ ଯାଇଅଛି । ଏହି ଶାଖାକୁ କ୍ଳୋମନାଳୀ (Bronchi) କହନ୍ତି । କ୍ଳୋମନାଳୀ ଫୁସ୍ଫୁସ୍ ଭିତରକୁ ଯାଇ ଅସଂଖ୍ୟ ଅସଂଖ୍ୟ ଶାଖା ପ୍ରଶାଖା ମେଲାଇ ଶେଷରେ ଖୁବ୍ ସୂକ୍ଷ୍ମ ସୂକ୍ଷ୍ମ ନଳୀରେ ପରିଣତ ହୋଇଅଛି । ଏହି ସୂକ୍ଷ୍ମ ସୂକ୍ଷ୍ମ ନଳୀସବୁ ଏଡ଼େ ଛୋଟ ଯେ, ଖାଲି ଆଖିରେ ଦେଖିବା ଅସମ୍ଭବ । ଏହାକୁ ଚରମ କ୍ଳୋମନାଳୀ (Bronchioles) କହନ୍ତି । ଶ୍ୱାସନାଳୀ, କ୍ଳୋମନାଳୀ ଓ ଚରମ-କ୍ଳୋମନାଳୀର ଆସ୍ତରଣରେ ଶ୍ଳୈଷ୍ମିକ ଗ୍ରନ୍ଥି (Mucous Glands) ଅଛି । ଏହା କଫ ତିଆରି କରେ । ଏହି କଫ ଶ୍ୱାସନଳୀକୁ ସର୍ବଦା ଭିଜାଇ ଲାଳୁଆ ରଖିଥାଏ । ନିଃଶ୍ୱାସ ପବନ ନାକରେ ଛାଣି ହେଲା ପରେ ଯଦି ବା ତହିଁରେ କିଛି ଧୂଳି ମଳି ବାକି ରହି ଯାଇଥାଏ, ତାହା ଏହି ଲାଳରେ ଲାଗିଯାଏ । ଶ୍ୱାସନାଳୀ ଆଦିର ଭିତର ଏକପ୍ରକାର ପକ୍ଷ୍ମ (Cillia) ରେ ଆଚ୍ଛାଦିତ । ପବନ ବହିଲେ ଧାନ କିଆରି ଉପର ଯେପରି ଦୋହଲି ଦୋହଲି ଢେଉ ଖେଳିଲା ପରି ଜଣାଯାଏ, ଏହି ପକ୍ଷ୍ମସବୁ ଠିକ୍ ସେହିପରି ସଦାବେଳେ ଦୋହଲି ଏକପ୍ରକାର ଢ଼େଉର ସୃଷ୍ଟି କରିଥାନ୍ତି । ଏ ଢେଉର ଗତି ଉପର