ପୃଷ୍ଠା:Ama Deha (BB Patnaik 1940) o.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୬
ଆମ ଦେହ

ବାହାରିଯାଇ ପାରେ ନାହିଁ । ଏ ସବୁକୁ ବାହାର କରିଦେବାପାଇଁ ଆମ ଦେହରେ ଏକ ପ୍ରକାର ଫିଲ୍ଟର ବା ଛାଣିବା ଯନ୍ତ୍ର ଅଛି । ଏହା ଫଲ୍ଟିର ଯନ୍ତ୍ରଦ୍ୱାରା ରକ୍ତରୁ ମଇଳା ଛାଣି ହୋଇଯାଏ । ମଇଳା ସଙ୍ଗେ କିଛି ପାଣି ମଧ୍ୟ ମିଶି ତାକୁ ଲୁଣଗୋଳ ପାଣି ପରି ତରଳ କରିଥାଏ । ସେହି ମଲଳାମିଶା ପାଣି ଆମ ଦେହରୁ ମୂତ ଓ ଝାଳରୂପେ ବାହାରିଯାଏ । ଆମ ଦେହଭିତରେ ଦୁଇଟି ବଡ଼ ଓ ଲକ୍ଷ ଲକ୍ଷ ଛୋଟ ଫିଲ୍ଟର ଯନ୍ତ୍ର ଅଛି । ବଡ଼ ଦୁଇଟିକୁ ବୃକ୍କ (Kidney) କ‌ହ‌ନ୍ତି । ଏଥିରେ ମୂତ ତିଆରି ହୁଏ । ଛୋଟଗୁଡ଼ିକ ସ୍ୱେଦଗ୍ରନ୍ଥି (Sweat Glands) ! ଏଥିରେ ଝାଳ ତିଆରି ହୁଏ । ଝାଳ କିମ୍ବା ମୂତ ଆଉ କିଛି ନୁହେ, ଏହା ଦେହର ମଇଳା । ମଇଳାତକ ରକ୍ତରୁ ଛାଣି ହୋଇଯାଇ ପାଣି ସଙ୍ଗେ ମିଶି ଝାଳ ଓ ମୂତ ହୋଇ ଥାଏ ।

ବୃକ୍କ:- ବୃକ୍କ (Kidey)ରେ ମୂତ ତିଆରି ହୁଏ । ବୃକ୍ଳ ଏକ ପ୍ରକାର ରେଚକ ଗ୍ରନ୍ଥି । ଏହା ଦେଖିବାକୁ ଠିକ୍ ବରୁଗୁଡ଼ି ମଞ୍ଜି ପରି, କିନ୍ତୁ ଆକାରରେ ତାଠାରୁ ଅନେକ ବଡ଼ । ଏହା ପେଟ ଭିତରେ ମେରୁଦଣ୍ଡର ଦୁଇପାଖରେ ଏବଂ ପଞ୍ଜରା ହାଡ଼ର ଠିକ୍ ତଳକୁ ରହିଅଛି । ପେଟଭିତରେ ଥିବା ବୃହଦ୍ଧମନୀର ଅଂଶରୁ ଦୁଇଟି ଶାଖାଧମନୀ ବାହାରି ଦୁଇ ପାଖର ଦୁଇ ବୃକ୍କକୁ ଯାଇଅଛି । ଏହି ବାଟରେ ବୃକ୍କ‌କୁ ରକ୍ତ ଯାଏ । ଏହି ଶାଖାଧମନୀରୁ ପ୍ରଶାଖା, ଉପଶାଖା ଆଦି ବାହାରି ବୃକ୍କର ପ୍ରତ୍ୟେକ କୋଷକୁ ଯାଇଅଛି । ଏହାଦ୍ୱାରା କୋଷସବୁ ରକ୍ତ ପାଏ ଏବଂ ତହିଁରୁ ମଇଳାତକ ଛାଣି ନିଏ । ମଇଳା ସଙ୍ଗେ ସଙ୍ଗେ ରକ୍ତର କିଛି ପାଣି ମଧ୍ୟ ଟାଣି ନିଏ । ମଇଳା ଓ ପାଣି ମିଶି ମୂତ ହୁଏ । ସେଠାକୁ ଯାଇଥିବା ରକ୍ତରୁ ଏହିପରି