ଅଥଚ ଖାଲି ଯୁଦ୍ଧଘୋଡା ଦୁଇଟି ନୁହେଁ, ମନ୍ଦିର ସମ୍ମୁଖର ସପ୍ତାଶ୍ୱ ମଧ୍ୟ ଚାର୍ଲସ୍ ଫାବ୍ରିଙ୍କର ବିରୂପ ମନ୍ତବ୍ୟର ଶିକାର ହୋଇଛି । ତାଙ୍କ ମତରେ,'The seven horses are as unnatural and ill-drawn as the large horses in front of the Sun Temple, except that those on the temple are ludicrously small in size (242).
ହଙ୍ଗେରୀରେ ଜନ୍ମିତ ଫାବି୍ର ଜୀବନର ଅର୍ଦ୍ଧାଧିକ ଭାରତରେ କଟେଇଛନ୍ତି ଏବଂ ଜଣେ ପ୍ରଖ୍ୟାତ Indologist ରୂପେ ପରିଚିତ । ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଇତିହାସ ଉନ୍ମୋଚନରେ ଫାବି୍ରଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ତଥାପି ମନେ ହୁଏ, ହିନ୍ଦୁ ମନ୍ଦିରର ହିନ୍ଦୁ ଦାର୍ଶିକତା ଫାବି୍ର ବୁଝି ପାରି ନାହାନ୍ତି ଏବଂ ଶେଷ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଶିଳ୍ପଚିନ୍ତାର ଛାପ ତାଙ୍କ ମନ ଭିତରେ ରହି ଯାଇଛି । ଏଥେନ୍ସର ରଥ ଓ ଘୋଡ଼ା ଅବଶ୍ୟ ଆନୁପାତିକ ହୁଅନ୍ତା; ତେବେ ଏଥେନ୍ସର ମଧ୍ୟଯୁଗୀୟ ରଥ କ'ଣ କେବେ ୨୨୮ ଫୁଟ୍ ଉଚ୍ଚ ହୁଅନ୍ତା ? ବାସ୍ତବତାର ଆଦର୍ଶରେ ସପ୍ତ ଅଶ୍ୱ ଗଢ଼ା ହେଲେ ସେଗୁଡ଼ିକ ଅନୂ୍ୟନ ୫୦ ଫୁଟ ଉଚ୍ଚ ହୁଅନ୍ତା ଏବଂ ସୃଷ୍ଟି ହୁଅନ୍ତା ଏକ କିମ୍ଭୂତ କିମାକାର ବସ୍ତୁ । ଏଡେ଼ ବିଶାଳ ରଥ ଟାଣିବାକୁ କ'ଣ ମାତ୍ର Seven Horse Power ଦରକାର ପଡ଼ନ୍ତା !!
କୋଣାର୍କ ଶିଳ୍ପୀ ଗୋଟିଏ ପ୍ରତୀକାତ୍ମକ ଶିଳ୍ପ ସୃଷ୍ଟି କରିଛି । ଜୀବନ ରଥ ଗଡ଼ି ଚାଲିଛି ସୌର ଶକ୍ତିର ବିଚ୍ଛୁରଣରେ ଏବଂ ସେ ବିଚ୍ଛୁରଣ ଅନେକ ସମୟରେ ଅଦୃଶ୍ୟ । ପ୍ରତିସରିତ ସପ୍ତରଙ୍ଗ ହୁଏତ ଦେଖାଯାଏ ନାହିଁ କିନ୍ତୁ ତାହା ଦୁଇ ପଟେ ଥିବା ଅଦୃଶ୍ୟ ଅଧିପାଟନ (Ultra - Violet) ଓ ଅବଲୋହିତ (Infra-Red) ରଶ୍ମି ଅଦୃଶ୍ୟ ହୋଇ ମଧ୍ୟ ପ୍ରବଳ ପ୍ରତାପୀ । ଏଠାରେ ଫିତା ମାପରେ ସେ ଶକ୍ତିର ପରିମାପ ହୋଇ ପାରିବ ନାହିଁ । ଯୁଦ୍ଧ ଅଶ୍ୱ ଦୁଇଟି ସମ୍ବନ୍ଧରେ ଫାବି୍ରଙ୍କର ଗୋଟିଏ ଉକ୍ତି ଅସାବଧାନତା ବଶତଃ ଅଥବା ଛାପାଖାନାର ଭୁଲ୍ କହି ହେବନାହିଁ କିନ୍ତୁ ଅଶ୍ୱଦ୍ୱୟ କେବେହେଲେ
ମନ୍ଦିର ସମ୍ମୁଖରେ ନଥିଲେ । ବିଶାଳ ଘୋଡ଼ା ଦୁଇଟି ଥିଲେ ଦକ୍ଷିଣରେ ଓ ହସ୍ତୀଦ୍ୱୟ ଉତ୍ତରରେ । ୧୯୮୨-୮୩ର ସଂରକ୍ଷଣ କାର୍ଯ୍ୟରେ ସେଗୁଡ଼ିକ
୧୩୬ . ଅର୍କକ୍ଷେତ୍ର କୋଣାର୍କ