ପୃଷ୍ଠା:Babaji Natak (JM Lala, 1877; KC Patnaik, Ed.) o.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୪ ତେବେ ଗ୍ରେଗ ପାଇଁ ଔଷଧସ୍ଥିତ ମାଦକ ଦ୍ରବ୍ୟ ବ୍ୟବହାର କରିବାର ତାଦୃଶ ଦୋଷ ହୋଇ ନ ପାରେ । (ରାମା ସିଧା ଘେନ ପ୍ରବେଶ ) ବାଲୁ—ମହାରଳ ! ସିଧା ନେବା ହେଉନ୍ତୁ । ବାବାଜୀ—ଆଛା ବାବା ଆନନ୍ଦ ହେଉ ମାତ୍ର ଏ ରୋଷେଇର ସାମଗ୍ରୀ ଢ ପାକ କରିବାର ଆମକୁ ବଡ଼ କଠିଣ । ଆମ ସଙ୍ଗରେ ଜଣେ ବୈଷ୍ଣବ ଥିଲା । ତାକୁ ଆମେ ଶିକ୍ଷା ଦେଉଥିଲୁଁ ଓ ସେ ଆମର ରୋଷେଇ କରୁଥିଲା । ବର୍ତ୍ତମାନ ସେ ଆମ ସଙ୍ଗରେ ନାହିଁ । ବାବୁ--ତାକୁ କାହିଁକି ଛାଡି ଦେଲେ, ଆପଣଙ୍କୁ ବଡ଼ କଷ୍ଟ ହଉଥିବ । ବାବା —ନାହିଁ ଆମର କି କଷ୍ଟ ? ନିର୍ବାହ କର୍ତ୍ତା ଭଗବାନ୍ । ମନ୍‌ଷ୍ୟର ସଙ୍କ ଚିରସ୍ଥାୟୀ ନୁହେଁ, କେବଳ ଧର୍ମଇ ଚିର- କାଳର ସଙ୍ଗୀ । ଆପଣ ଏ ସିଧାକୁ ରଖନ୍ତୁ । ଠାକୁରଙ୍କ ପ୍ରସାଦ ମୁଠିଏ ହେଲେ ଭୋଜନ କରି ଭଜନ କରିବୁଁ । ବାରୁ—ମହାଗଜ ! ପ୍ରସାଦ ସମସ୍ତେ ସେବା କଲେଣି, ଆପଣଙ୍କ ସକାଶ ଆଉ ଘେଷେଇ ହେଲେ ହବ ! ( ରାମା. ପ୍ରତି ) ଏ ସିଧା ପୂଝାରୀକୁ ଦେଇ ସେଇ କରିବା ପାଇଁ କହି ଦେ । ଗ୍ରାମ— ସେ ତ ଶୋଇବାକୁ ଯାଉଛି, ମୁଁ କହିଲେ ମାତ୍ରକେ ଡେଇଁବ, ମୋ ଉପରକୁ କାମୁଡ଼ି ହବ ! ବାବୁ—ଆଚ୍ଛା ରହ, ମୁଁ ତାକୁ ଡାକି କହି ଦେଉଛି । ପୂଝାରୀ ! ପୂଝାରୀ !