ପୃଷ୍ଠା:Banhi O Bou.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆରତି କରି ଚାଲିଛନ୍ତି, ସେମାନେ ହୁଏତ ହୋଇ ଉଠିଛନ୍ତି ପାଗଳ ।ସମ‌ବେଦ ଜନତା ମନ୍ତ୍ରମୁଗ୍‌ଧ ।

ବାଦ୍ୟର ଧ୍ୱନୀ ତୀବ୍ର । ପ୍ରଳୟର ପ୍ରତିଧ୍ୱନୀ । ଦୁର୍ଗତିନାଶିନୀ ଦୁର୍ଗାଙ୍କର ଚକ୍ଷୁରେ ଅଗ୍ନିର ସ୍ଫଲିଙ୍ଗ । ସମ‌‌ବେତ ଜନତାର ହୃଦ‌ୟ ଏକ ଅଜଣା ଆଶଙ୍କାରେ ପ୍ରକମ୍ପିତ ।