ପୃଷ୍ଠା:Banhi O Bou.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମୁକୁଳିଲେ ତାକୁ ଶାସନ ପୁଣି କରିବ କେମିତି ?" ଆଉ ଏମିତି କେତେ କେତେ ଘଟଣା ଘଟି ଯାଇଛି । ସେତେବେଳେ ଦୁଃଖ ଲାଗିଥିଲେହେଁ ଏବେ ମନେପଡ଼ିଲା ବେଳକୁ ବେଶ୍ ହସ ଲାଗେ ।

ପଢ଼ିଆରୀଏ ନିଜର ଦୁଇ ପାପୁଲିକୁ ଆଣି ଆଖି ଆଗରେ ରଖିଲେ । ଏଇ ପାପୁଲିରେ ବାପୁଜୀଙ୍କୁ ସେ କେତେ ମର୍ଦ୍ଦନ କରି ନାହାନ୍ତି ! ବୟସରେ ତାଙ୍କଠୁ ବେଶ୍ ସାନ ହୋଉଥିଲେ ହେଁ, ବାପୁ ତାଙ୍କୁ 'ପଣ୍ତାଜୀ' କ‌ହି ସମ୍ମାନ କରନ୍ତି । ପ‌ହିଲୁ ପ‌ହିଲୁ ତ ବାପୁଜୀ ପଢ଼ିଆରୀଙ୍କ ହାତରୁ ମର୍ଦ୍ଦନ ଖାଇବାକୁ ମୋଟେ ରାଜି ହେଲେନି । ପରେ ବ‌ହୁତ ବୁଝାଇବା ପରେ ଶେଷରେ ରାଜି ହେଲେ । ତାଙ୍କ ମର୍ଦ୍ଦନ‌କୁ ବି ବାପୁ ବେଶ୍ ପ୍ରଶଂସା କରନ୍ତି । ଏ ସବୁର କଦର, କାଇଦା ପଢ଼ିଆରୀଏ ପିଲାଦିନୁ ଜାଗା ଘରେ ଶିଖିଥିଲେ ।

ଫତେଇ ପକେଟ ଅଣ୍ତାଳି ପଢ଼ିଆରୀଏ ପାନ ଖିଲେ କାଢ଼ି ପାଟିରେ ପକାଇଲେ । କଂଗ୍ରେସ ଗଲାଦିନଠୁ ଭାଙ୍ଗ ଛାଡ଼ିଲେ, ଆଉ କେତେ କଣ ବଦ ଅମଳ ଛାଡ଼ିଲେ । ହେଲେ ପାନ ଖଣ୍ତିକ ଛାଡ଼ି ପାରିଲେନି । ପିଲାଦିନୁ ବା' ଶରଧାରେ ପାନ ଶିଠାରୁ ଟିକିଏ ପାଟିରୁ କାଢ଼ି ତାଙ୍କୁ ଖୁଆଉ‌ଥିଲେ । କ୍ରମେ ସେଇଥିରୁ ପାନ ଅମଳ ।

ବଡ଼ପୁଅ କଲେଜରେ ପଢ଼ୁଚି । ତାକୁ ଦେଉଳ ଆଉ ଯାତ୍ରୀଙ୍କଠାରୁ ଜାଣି ଜାଣି ଦୂରେଇ ରଖିଲେ ପଢ଼ିଆରୀଏ । ବୋର୍ଡ଼ିଂରେ ରଖିଲେ । ଥରେ ଛୁଟିରେ ଖବରକାଗଜ ଖଣ୍ତିଏ ଧରି ପୁଅ ଆସି କ‌ହିଲା - "ବା, ସରକାର ସ୍ୱାଧୀନତା ସଂଗ୍ରାମ ସୈନିକଙ୍କର ଜୀବନୀ ଛାପୁଛନ୍ତି । ତୁମେ ଦଉନ ।"

ପଢ଼ିଆରୀଏ ଠୋ ଠୋ ହୋଇ ହସିଉଠିଲେ । "ଆରେ ଜଈ, ତୁମେ ସବୁ ଟୋକା ଟାକେଳିଆ ଲୋକ । ଜୀବନୀ ଛାପିବା, ଖବର କାଗଜରେ ନାଁ ବାହାର କରିବା ତୁମକୁ ସବୁ ପୋଷାଏ । ଆମେତ, ଆଉ ଏଥିପାଇଁ ଲଢ଼ୁ ନ ଥିଲୁ । ପଣ୍ତିତ ମହାଶୟ ଡ଼ାକିଲେ, ମାହାତ୍ମାଗାନ୍ଧି ଡାକିଲେ । ଆମେ ଡେଇଁଲୁ । ସ୍ୱରାଜ ଆଣିବୁ । ଏଇଥିଲା ଆମର ବ୍ରତ । ଗାନ୍ଧିବୁଢ଼ା କ‌ହୁଥିଲେ, ରାମରାଜ୍ୟ ଗଢ଼ିବାକୁ ହେବ । ସେତିକି ଆମେ ବୁଝୁ । ଆଜିକାଲିର ଏତେ ସବୁ ବାଦ କି କାମେଶ୍ୱର ଯୋଜନାରୁ ଆମକୁ କିଛି ବୁଝା ପଡ଼େନି । ଲୋକେ