ପୃଷ୍ଠା:Bhasa o Jatiyata.pdf/୪୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

“ଦେବପ୍ରିୟ ବିଜିତ ରାଜ୍ୟରେ ଯେଉଁ ଆଟବିକମାନେ ଅଛନ୍ତି, ସେମାନଙ୍କୁ ଅନୁନୟ ପୂର୍ବକ ସତର୍କ କରିଦେଉଛନ୍ତି ଯେ- ଦେବପ୍ରିୟ ଅନୁତପ୍ତ ଥିବାବେଳେ ମଧ୍ୟ ପ୍ରଭାବଶାଳୀ ଅଟନ୍ତି ।ତେଣୁ ସେ ସେମାନଙ୍କୁ କହନ୍ତି- ଅପକର୍ମରୁ କ୍ଷାନ୍ତ ହୁଅ, ନଚେତ ନିହତ ହେବ ।” ଏକଥା ସେ ବିଜୟ ଗର୍ବରେ ଧଉଳି ଓ ଜଉଗଡ଼ ଅଭିଲେଖରେ ଉଲ୍ଲେଖ କରି ପାରିଥାନ୍ତେ, ମାତ୍ର ତାହା କଲେ ନାହିଁ । କାରଣ ସେ ଜାଣିଥିଲେ ଦୁର୍ଦ୍ଧର୍ଷ କଳିଙ୍ଗଜାତିର ବୀରତ୍ୱ । ଭୟଙ୍କର କଳିଙ୍ଗଯୁଦ୍ଧରେ ଦୟାନଦୀର ଲାଲ ଜଳରାଶିକୁ ଦେଖି ସେ ଅନୁଭବ କରିପାରିଥିଲେ ଆଲେକ୍ଜାଣ୍ଡାର, ଚନ୍ଦ୍ରଗୁପ୍ତ, ବିନ୍ଦୁସାର କଳିଙ୍ଗ ଆକ୍ରମଣ ନ କରିବା କାରଣକୁ । ସେ ଦେଖି ପାରିଥିଲେ କଳିଙ୍ଗବାସୀଙ୍କଠାରେ ଦେଶପ୍ରୀତି, ଆତ୍ମସମ୍ମାନବୋଧ ଓ ସ୍ୱାଭିମାନପଣିଆକୁ । ତେଣୁ କଳିଙ୍ଗଯୁଦ୍ଧରେ କଳିଙ୍ଗମାଟିରୁ ପୁରୁଷଶୂନ୍ୟ କରିଦେଇଥିଲେ ମଧ୍ୟ କଳିଙ୍ଗର ଉପନିବେଶ ସାମ୍ରାଜ୍ୟ ଅଧିପତିଙ୍କ କ୍ରୋଧ ପ୍ରଶମିତପାଇଁ ତଥା ଯୁଦ୍ଧକ୍ଷତ ବହନ କରିଥିବା କଳିଙ୍ଗର ଉତ୍ତରପୁରୁଷଠାରୁ ନିଜର ଅପକର୍ମର କଳଙ୍କ ଲୁଚାଇବାପାଇଁ କଳିଙ୍ଗବାସୀ ନ ବୁଝିବା ଭଳି ଖରୋଷ୍ଠିଲିପି ଓ ଅର୍ମାଇକ ଭାଷାରେ ନିଜ ବୀରତ୍ୱ ଗାଥା ସମ୍ବଳିତ ଅନୁଶୋଚନାର କାହାଣୀ ଉଲ୍ଲେଖ କରିଥିଲେ । ସେତିକିରେ ସନ୍ତୁଷ୍ଟ ନ ହୋଇ ସ୍ୱାଧୀନଚେତା କଳିଙ୍ଗବାସୀ ପରବର୍ତ୍ତୀପିଢୀ କାଳେ ଏ ବିଷୟରେ ଜାଣି ପ୍ରତିହିଂସା ପରାୟଣ ହୋଇପଡ଼ିବେ, ସେଥିପାଇଁ ଯୁଦ୍ଧର ଖଣ୍ଡାଧାରରୁ ବଞ୍ଚିରହିଥିବା ହାତଗଣତି ସାଧବ-ସନ୍ତାନଙ୍କୁ ଅହିଂସାମାର୍ଗ ଦେଖାଇ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ଓ କଳିଙ୍ଗ ବଣିକ ଗୋଷ୍ଠୀଙ୍କୁ ବୌଦ୍ଧଧର୍ମ ପ୍ରଚାରପାଇଁ ବିଶ୍ୱର ଅଞ୍ଚଳକୁ ପ୍ରେରଣକଲେ । ଗୋଟିଏ ସମୃଦ୍ଧ ଜାତିକୁ ପଙ୍ଗୁ କରିବାରେ ଅଶୋକ କିଭଳି ହୀନ ଉଦ୍ୟମ କରିଥିଲେ, ଏହା ହେଉଛି ଶ୍ରେଷ୍ଠ ଉଦାହରଣ ।

ଏହାପରେ ଯେଉଁ ଶିଳାଲେଖରେ ଓଡ଼ିଆଜାତିର ସର୍ବୋତ୍କୃଷ୍ଟ ପରିଚୟ ମିଳିଥାଏ, ତାହା ହେଉଛି ଓଡ଼ିଆଭାଷାର ପ୍ରଥମ ସାହିତ୍ୟ, ପ୍ରଥମ କାରୁକାର୍ଯ୍ୟମୟ ଉତ୍କୃଷ୍ଟ କଳାର ଐତିହାସିକ ସାକ୍ଷ୍ୟ ହାତୀଗୁମ୍ଫା ଶିଳାଲେଖ, ଯାହା କଳିଙ୍ଗାଃ ସାହସିକାଃ ଉକ୍ତିର ସାର୍ଥକତା ପ୍ରତିପାଦନ କରେ । ଖାରବେଳଙ୍କୁ କେବଳ ଓଡ଼ିଶାର ଅଦ୍ୱିତୀୟ ବୀର ନୁହେଁ, ବରଂ ଓଡ଼ିଶାର କଳା, ସଂସ୍କୃତି, ବିଜ୍ଞାନ ଓ ଓଡ଼ିଆ-ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକଭାବେ ଗ୍ରହଣ କରାଯାଇପାରେ । କାରଣ ଖାରବେଳଙ୍କଦ୍ୱାରା ଭୁବନେଶ୍ୱରର କୁମାରୀପର୍ବତ ବା ଉୟଗିରି ପର୍ବତପୀଠିକାରେ ନିର୍ମିତ ୧୧୭ଟି ଗୁମ୍ଫାରେ ଓଡ଼ିଆ କଳା, ସଂସ୍କୃତି, ଆତିଥେୟତା ଓ ଧାମିର୍କ ଉଦାରତା ଭଳି ଉତ୍କୃଷ୍ଟ ସଭ୍ୟ ମାନବିକ ପରମ୍ପରାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳେ । ଏଥିସହିତ ସେହି ଗୁମ୍ଫା ମଧ୍ୟରେ ପଥରଖୋଦିତ ବିଶାଳ ହାତୀମୂର୍ତ୍ତି ଦେହରେ ନିଜ ଜୀବନୀ, ଅଶୋକଙ୍କଦ୍ୱାରା ଆହୂତ କୁତ୍ସିତ କଳିଙ୍ଗଯୁଦ୍ଧର ପ୍ରତିଶୋଧ ସ୍ୱରୂପ ମଗଧ ବିଜୟ ବର୍ଣ୍ଣନା, ସମଗ୍ର ଭାରତ ଭୂମିର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଭାଗରେ ଥିବା ଶକ୍ତିଶାଳୀ ଶାସକଙ୍କୁ ପରାସ୍ତ ଓ କଳିଙ୍ଗକୁ ଭାରତବର୍ଷର ଶ୍ରେଷ୍ଠ ସାମ୍ରାଜ୍ୟ ଭାବେ ପରିଚିତ କରାଇବା ସହିତ ଜଣେ କ୍ଷମତା ପିପାସୁ ମୌଳବାଦୀ ନୁହେଁ, ବରଂ ଜଣେ ଧାର୍ମିକ ଉଦାର ଓ ମାନବବାଦୀ ରାଜା ଭାବରେ ନିଜ ୧୩ ବର୍ଷ ରାଜ୍ୟଶାସନର ଧାରାବାହିକ ଅଥଚ ସଂକ୍ଷିପ୍ତ