ସମସ୍ତେ ଯେ କଲେ ବଶ୍ୱାମିତ୍ରଙ୍କୁ ଯେ ସ୍ତୁତି ।
ଶୁଣିଣ ମହା ହରଷ ହେଲେ ମହାପତି ।।
ଆଜି ଅଧିବାସ [୧] ରାଜା କାଲି ହେବ ବିଭା ।
ଏମନ୍ତ ନିର୍ଣ୍ଣୟ କରି ଭାଙ୍ଗିଲେକ ସଭା ।।
ସେ ନିଶାରେ ରାମ ସୀତା ଅଧିବାସ କଲେ ।
ମହା ଉତ୍ସବ କରିଣ ବାଦ୍ୟ ବଜାଇଲେ ।।
ହୁଳହୁଳୀ ଦେଲେ ତହିଁ ସକଳ କାମିନୀ |
ବୋଲେ ବିଶି ସୁଖେ ଶେଷ ହୋଇଲା ଯାମିନୀ ।|
ରାଗ-ମାଳବ
(ରାମବିଭା ମଧୁଶଯ୍ୟା ଦିଶେ )[୨]
ଏଥୁ ଅନନ୍ତରେ ରାମ ବିଭାର ଚରିତ ।
ଶ୍ରବଣେ ଶୁଣନ୍ତେ ନରେ ହୋଇବେ ପବିତ୍ର |
ମିଥିଳା କଟକରେ ଉତ୍ସବ କରାଇଲେ ।
ହେମ କଳଶରେ ନେତ ଚିରାଳ ବାନ୍ଧିଲେ ।
ବୋଇଲେ ମଙ୍ଗଳ ଗୀତ ଦେଲେ ହୁଳହୁଳି ।
ବିବିଧ ବାଦ୍ୟ ନାଦରେ ସିନ୍ଧୁ କି ଉଛୁଳି ।।
ନିଶି ଅବଶେଷେ ରୁଣ୍ଡ ହୋଇ ସର୍ବ ବାଳୀ ।
ଦେମ କୁମ୍ଭେ ଚନ୍ଦନ କର୍ପୁର ଜଳେ ଗୋଳି ।।
ଶ୍ରୀରାମ ସୀତାଙ୍କ ଶିରେ ଢ଼ାଳିଲେକ ବାଳୀ[୩] ।
ପୁଣି ସୁବାସ ଜଳରେ ଶ୍ରୀଅଙ୍ଗ ପଖାଳି ।।
ସର୍ବାଙ୍ଗ ପୋଛି କୁସୁମେ ତ୍ରିମୁଣ୍ଡି ବାନ୍ଧିଲେ ।
ବସନ ପୀତ ପଟରେ କାଛି ପିନ୍ଧାଇଲେ ।।
ମଣିମୟ ତଡାଉ [୪]ଶ୍ରୀଅଙ୍ଗେ ଲାଗିକରି ।
ଭଲପଟେ ସିନ୍ଦୁର ତିଳକ ଦେଲେ ନାରୀ ।।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୭
Jump to navigation
Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭
ଆଦ୍ୟକାଣ୍ଡ
