ରାମଲୀଳା
ହାସ ରସ ପରିହାସ କଲେ ବହୁ ଲୀଳା |
ରସ-ସିନ୍ଧୁରେ ବୁଡ଼ିଲେ ରସକିନୀ ଵାଳା ଯେ [୧]||
ଅଯୋଧ୍ୟା ପ୍ରବେଶ ଦଶରଥ ମହୀପତି |
ବୋଲେ ବିଶି ରାମ କୀର୍ତ୍ତି ଶୁଭ୍ର କଲା କ୍ଷିତି ଯେ[୨] ||
ଅଯୋଧ୍ୟା କଟକେ ଦଶରଥ ପରବେଶ |
ଅନେକ ନୃପତି ତହିଁ ଅଛନ୍ତି ଯେ ପାଶ ||
ଅଯୋଧ୍ୟା କଟକେ ଦଶରଥ ପରବେଶ |
ଅନେକ ନୃପତି ତହିଁ ଅଛନ୍ତି ଯେ ପାଶ ||
ବୀର-ବାଦ୍ୟମାନଙ୍କରେ ପୂରଇ ଆକାଶ |
ସବୁଙ୍କରି ଘରେ ନେତ ପତାକା କଳଶ ||
ସବୁ ଦ୍ୱାରେ ପୂର୍ଣ୍ଣକୁମ୍ଭ କୁସୁମ ତୋରଣ |
ଗାବନ୍ତି ମଙ୍ଗଳ ଗୀତ ବାରନାରୀ ଗଣ ||
ହୁଳୁହୁଳି ଶବଦ ସିନ୍ଧୁ-ଗର୍ଜ୍ଜନ ଜିଣି |
ଭାଟ କଏବାର [୪] କହୁଛନ୍ତି ବେଳ ଜାଣି ||
ଚାରି ପୁତ୍ର ଚାରିବଧୁ ଘେନିଣ ନୃପତି |
ଶ୍ରୀନବରେ ପରିଵେଶ ହୋଇଲେ ତଡତି ||
ଶିବିକାମନାରୁ ଉତ୍ତରିଣ କନ୍ୟା ବର |
ନିଉଛାଳି କରି ଦେଲେ ଯେ ଯାହାର ପୁର ||
ହୁଳୁହୁଳି ଦେଇଣ କୁସୁମ ବୃଷ୍ଟି କଲେ |
ସର୍ବ ନାରୀ ବନ୍ଦାପନା କରିଣ ଦେଖିଲେ ||
ରାମ ସୀତା ଦେଖି କଉଶଲ୍ୟାଙ୍କ ଆନନ୍ଦ |
ଚକୋର ଦେଖିଲା କିବା ସରଗର ଚାନ୍ଦ ||
ବହୁ ଉତ୍ସବରେ କରାଇଲେ ନୃତ୍ୟ ଗୀତ |
ବହୁ ଆନନ୍ଦ ହୋଇଲେ ସକଳ ସାମନ୍ତ ||
ବହୁ ଦ୍ରଵମାନ ଦ୍ୱିଜବରେ ଦେଲେ ଦାନ |
ଅନ୍ନ ବସ୍ତ୍ର ଦ୍ୱିଜେ ଦତ୍ତ କଲେ ଅବିଛିନ୍ନ ||