Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆଦ୍ୟକାଣ୍ଡ


ଅଯୋଧ୍ୟା କଟକେ ଦୂତୀ [] ସ୍ୱର୍ଗପ୍ରାୟ ଶୋଭା |
ଦଶରଥ ମହୀପତି [] ଦ୍ୱିତୀୟ ମଘବା ||

କାମ ରତୀ ପ୍ରାୟ ସେ ନଗ୍ର ନାରୀ ପୁରୁଷ[] |
ବୈକୁଣ୍ଠ ତେଜିଣ ଯହିଁ ଶ୍ରୀହରି ପ୍ରବେଶ []||

ସେ କଟକ ଶୋଭାକୁ ମୁ କି ଦେବୀ ଉପମା |
ତହିଁରେ ବିଜୟ କରିଛନ୍ତି ସିନ୍ଧୁଜେମା ||

ରଥ ଗଜ ଅଶ୍ୱ ନର ଚତୁରଙ୍ଗ ବଳ |
ସକଳ ନୃପ ଖଟନ୍ତି ଚରଣର ତଳ ||

ସମସ୍ତ ନୃପତି ମାନେ ହୋଇଲେ ମେଲାଣି |
ଯେ ଯେମନ୍ତେ ତେମନ୍ତେ ବେଭାର ଦେଲେ ଆଣି ||

ରାଜାମାନଙ୍କୁ ମେଲାଣି ଦେଉ ମହୀପତି []|
ଯେ ଯାହା ଦେଶକୁ ଗଲେ ସକଳ ନୃପତି ||

ଜଣାଇଲେ ଭ୍ରତ [] ଶତ୍ରୁଘନକୁ ନେବାକୁ [] |
ନୃପତି ଶରଧା କରିଛନ୍ତି ଦେଖିବାକୁ ||

ଶୁଣି ଦଶରଥ ରାଜା ସିଉକାର କଲେ |
ଭ୍ରାତା ଶତ୍ରୁଘନକୁ ମାତୁଳ ଘେନି ଗଲେ ||

ରଥଚଢ଼ି ନିଜଦେଶେ ହୋଇଲେ ପ୍ରବେଶ |
ନାତିକି ଦେଖି କୈକେୟ[] ହେଲେ ଅତି ତୋଷ ||

ବହୁ ସୁଖେ ରହିଲେ ସେ ଭ୍ରତ ଶତ୍ରୁଘନ |
ବୋଲେ ବିଶି ଏମନ୍ତେ ହେ ଗଲା କିଛି ଦିନ [] ||

  1. ଦ୍ୟୁତୀ ପୁସ୍ତକ ପାଠ |
  2. ଦୂତୀକି ମଘବା ପୋଥିପାଠ |
  3. ତହିଁ ଅଇନା ପୁରୁଷ ପୁସ୍ତକ ପାଠ,
  4. ମାନୁଷ ପୋଥି ପାଠ |
  5. ଏହି ପଦ ସ୍ଥାନରେ କୈକେୟୀ ଭ୍ରତ ପାଇଲେ ବହୁତ ବିଭୁତି ପୋଥିପାଠ |
  6. ଭ୍ରତ ପୋଥିପାଠ
  7. ଯିବାକୁ ପୁସ୍ତକ ପାଠ |
  8. କୈକେୟୀ ପୁସ୍ତକ ପାଠ ଓ ନୃପତି ପୋଥିପାଠ |
  9. କେତେଦିନ ପୋଥିପାଠ |