ପୃଷ୍ଠା:Bikalpa Biswa.pdf/୨୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଧାନସଭା, ଲୋକସଭାର କାର୍ଯ୍ୟରତ ସମୟ କାଳ ବର୍ଷକେ ଅତି କମ୍‌ରେ ୧୦୦ ଦିନରୁ ଯେପରି କମ୍ ହେବ ନାହିଁ । ଏପରି ସାମୂହିକ ନିଷ୍ପତ୍ତି ସତ୍ତ୍ୱେ ଏ କାଳ ଏବେ ୩୨ ଦିନକୁ କମି ଆସିବା ଉଭୟ ଦେଶ ଓ ଜାତିପାଇଁ ଏକ ଅତ୍ୟନ୍ତ ଉଦ୍‌ବେଗଜନକ ବିଷୟ ଓ ଗଣତନ୍ତ୍ରପାଇଁ ବିପଦ ଘଣ୍ଟି ।

କେବଳ ଏତିକି ନୁହେଁ, ପାର୍ଲିଆମେଣ୍ଟରେ ଆଲୋଚନାର ଗୁଣବତ୍ତା ମଧ୍ୟ କ୍ରମେ ହ୍ରାସ ପାଇବାରେ ଲାଗିଛି । ବର୍ଷରେ ବତିଶି ଦିନ ବସୁଥିବା ଲୋକସଭା ଅନେକ ସମୟରେ ‘କୋରମ୍’ ଅଭାବରୁ ବନ୍ଦ ହୋଇଯାଉଛି । ଗୁରୁତ୍ୱପୁର୍ଣ୍ଣ ବିଷୟ ଆଲୋଚନା ହୋଇ ପାରୁନାହିଁ । କାରଣ ପାର୍ଲିଆମେଣ୍ଟରେ ଏମ୍‌ପିଙ୍କ ମରୁଡ଼ି । ଯେଉଁମାନେ ବେଳେବେଳେ ଆସନ୍ତି, ଘଣ୍ଟେ ଦି ଘଣ୍ଟା ରହି ଚାଲିଯାନ୍ତି । ଏହି କାରଣରୁ ପ୍ରତି ବର୍ଷ ଆତଙ୍କବାଦ, ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ସମ୍ପର୍କରେ କୋରମ୍ ଅଭାବରୁ ଆଲୋଚନା ହୋଇ ପାରେ ନାହିଁ । ଧ୍ୟାନ ଆକର୍ଷଣ ପ୍ରଶ୍ନ ୱାପସ ନିଆଯାଏ । ସ୍ୱୟଂ ପ୍ରଶ୍ନକର୍ତ୍ତାମାନେ ଉପସ୍ଥିତ ରୁହନ୍ତି ନାହିଁ । ଏହିଭଳି ସାଂସମାନେ ଦରବୃଦ୍ଧି ଉପରେ ସଂସଦରେ ହେବାକୁ ଥିବା ଆଲୋଚନାରେ ଯୋଗ ନ ଦେଇ ସଂସଦ ବାହାରେ ଧାରଣା, ଧର୍ମଘଟରେ ଯୋଗ ଦେବାକୁ ରାଜନୀତିକ ଦୃଷ୍ଟିରୁ ଅଧିକ ଲାଭଦାୟକ ବୋଲି ଭାବନ୍ତି ।

୧୯୪୯ ମସିହା ନଭେମ୍ବର ୨୫ ତରିଖରେ ଭାରତୀୟ ସମ୍ବିଧାନ ସଭାରେ ଅଂଶଗ୍ରହଣ କରି ଡକ୍ଟର ଭୀମରାଓ ଆମ୍ବେକର ସାଂସଦମାନଙ୍କର ଏଭଳି ସମ୍ଭାବିତ ଆଚରଣକୁ ‘ଅରାଜକତାର ବ୍ୟାକରଣ’ ବା ‘ଗ୍ରାମାର୍ ଅଫ୍ ଆନାର୍କି’ ବୋଲି କହିଥିଲେ । ଏବେ ଏହାକୁ କୁହାଯାଉଛିି ‘ପ୍ରୋଟେଷ୍ଟ ପଲିଟିକ୍ସ’ । ଆଉ କେତେକ ଏହାକୁ ଆଜିକାର ରାଜନୈତିକ ‘ରିଅଲିଟି ସୋ’ କହିଲେଣି । ଏହି ଭଳି ଅସାମ୍ବିଧାନିକ ଆଚରଣଦ୍ୱାରା ସାଧାରଣ ନାଗରିକମାନେ ସଂସଦୀୟ ଗଣତନ୍ତ୍ର ଉପରୁ କ୍ରମେ ଆସ୍ଥା ହରାଉଛନ୍ତି ।

ପୁଣି ସଂସଦ ଯେଉଁ ସ୍ପଳ୍ପ ଦିନପାଇଁ ବସେ, ତା’ର ଶତକଡା ୨୦ ଭାଗ ସମୟ ଝଗଡ଼ା ଝାଟିରେ ନଷ୍ଟ ହୋଇଯାଏ । ତ୍ରୟୋଦଶ ଲୋକସଭା (୧୯୯୯-୨୦୦୪) ଓ ଚତୁର୍ଦ୍ଧଶ ଲୋକସଭାରେ (୨୦୦୪-୨୦୦୮, ଡିସେମ୍ବର) ଏହି କାରଣରୁ ପ୍ରାୟ ଏକ ଚତୁର୍ଥାଂଶ ସମୟ ନଷ୍ଟ ହୋଇ ଯାଇଥିଲା । ସେହିପରି ୨୦୦୬ ମସିହାରେ ଯେଉଁ ବିଲ ସବୁ ପାସ ହୋଇଥିଲା, ସେଥିରୁ ୪୦ ଭାଗ ବିଲରେ ଆଲୋଚନାର ସମୟ ଥିଲା ଏକ ଘଣ୍ଟାରୁ କମ୍ । ସେହି ବର୍ଷ ୬୫ ଭାଗ ସଂସଦ ଉଭୟ ଲୋକସଭା ଓ ରାଜ୍ୟସଭାରେ ଥରେ ହେଲେ ମୁହଁ ଖୋଲି ନଥିଲେ । ଅନେକ ଗୁରୁତ୍ୱପୂର୍ଣ ବିଲ୍ ତିନି ରାରି ମିନିଟ୍ ବା ବିନା ଆଲୋଚନାରେ ପାସ ହୋଇଯାଇଥିଲା । ‘ସ୍ପେଶାଲ ଇକନମିକ ଜୋନ୍’ ଭଳି

୨୮୦ ବିକଳ୍ପ ବିଶ୍ୱ