ପୃଷ୍ଠା:Bikalpa Biswa.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନୀତିହୀନ ରାଜନୀତି

ରାଷ୍ଟ୍ରପିତା ଯେଉଁ ସାତୋଟି ପାପରୁ ଦୂରରେ ରହିବାପାଇଁ ଦେଶବାସୀଙ୍କୁ କହିଥିଲେ ସେଥିରୁ ଗୋଟିଏ ହେଲା ‘ନୀତିହୀନ ରାଜନୀତି’ (ପଲିଟିକ୍‌ସ ଉଇଦାଉଟ୍ ପ୍ରିନ୍‌ସିପଲ୍) । ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଲେ ଯେ ସ୍ୱୟଂ ଈଶ୍ୱର ବି ଏ ଦେଶକୁ ନୀତିହୀନ ରାଜନୀତିରୁ ରକ୍ଷା କରିପାରିବେ ନାହିଁ ! କେନ୍ଦ୍ର ଓ ରାଜ୍ୟରେ ଯେଉଁ ନେତା ଓ ବଡ଼ ହାକିମମାନେ କ୍ଷମତାରୁ ଯିବା ପରେ ମଧ୍ୟ ସରକାରୀ ବଙ୍ଗଳା ସବୁ ମାଡ଼ି ବସି ଛାଡ଼ୁନାହାନ୍ତି, ସେମାନଙ୍କୁ ହଟେଇବାପାଇଁ ସୁପ୍ରିମ୍‌କୋର୍ଟ ସରକାରଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ୪୪୧ ଧାରା ସଂଶୋଧନ କରି ଏପରି ନୀତିହୀନ କାର୍ଯ୍ୟକୁ ଦଣ୍ଡନୀୟ ଅପରାଧ ଘୋଷଣା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

କିନ୍ତୁ ଏବେ କେନ୍ଦ୍ର ସରକାର କହିଛନ୍ତି ଏହା ସମ୍ଭବପର ନୁହେଁ । କାରଣ ସ୍ପଷ୍ଟ । ନିର୍ବାଚନ ପୂର୍ବରୁ ବିରୁଡ଼ି ବସାରେ ହାତ ମାରିବାକୁ କେନ୍ଦ୍ର ବା ରାଜ୍ୟ ସରକାର କେହି ପ୍ରସ୍ତୁତ ନୁହନ୍ତି । ନୀତି, ନିୟମ, ଆଇନ୍, କାନୁନ୍, ଚୁଲିକି ଯାଉ - ଆମେ କ୍ଷମତାରେ ଥାଉ । କୌଣସି ରାଜନୈତିକ ଦଳ ଏ ମାନସିକତାରୁ ଊର୍ଦ୍ଧ୍ୱରେ ନାହାନ୍ତି । ଦେଶର ସର୍ବୋଚ୍ଚ ନୀତି ଓ ବିଧାନ ମନ୍ଦିର ପାର୍ଲାମେଣ୍ଟରେ ମାନ୍ୟବରମାନେ ନୋଟ୍ ବିଡ଼ାକୁ ଉଠେଇ ଫୋପାଡ଼ିବା ପରେ ଆମ ଗଣତନ୍ତ୍ରକୁ ଅନ୍ୟ ଦେଶମାନେ ଅପେରା ପାର୍ଟି ଓ ବହୁ ଉପଯୋଗୀ ସର୍କସ ବୋଲି କହିଲେଣି । ଏହି ସର୍କସର ସର୍ଦ୍ଦାର ସାମ୍ବିଧାନିକ ପରମ୍ପରା ଓ ନୀତିପ୍ରଶ୍ନ ଉଠେଇବାରୁ ନିଜ ଦଳରୁ ବହିଷ୍କୃତ ହୋଇଛନ୍ତି ଏବଂ ଏହି ସର୍କସ ଖେଳାଳୀମାନଙ୍କର ଘନ ଘନ ମତ ଓ ଦଳ ପରିବର୍ତ୍ତନ ଦେଖି ଅଣୁବୀକ୍ଷଣ ଯନ୍ତ୍ରରେ ‘ଅମୋବା’ମାନଙ୍କର ବ୍ୟବହାର ଭଳି ଲାଗେ । କ୍ଷମତା ଓ ଭୋଟ୍‌ପାଇଁ ପୃଥିବୀର ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ପଦକୁ ମଧ୍ୟ ନିଲାମିରେ ଲଗାଇବାକୁ ମାନ୍ୟବରମାନଙ୍କୁ ସଙ୍କୋଚ ଲାଗୁନାହିଁ । ଲୋକସଭାରେ ପ୍ରଶ୍ନ ପଚାରିବାକୁ ଲାଞ୍ଚ, ଭୋଟ୍ ଦେବା ବା ନ

୪୬ ବିକଳ୍ପ ବିଶ୍ୱ