ପୃଷ୍ଠା:Bikalpa Biswa.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟ୍ରିନିଡାଡ୍ ଓ ଟବାଗୋ, ଉଗାଣ୍ଡା, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଭଳି ଦେଶରେ ତଥାକଥିତ ନାରୀ ସଶକ୍ତୀକରଣ ଆନ୍ଦୋଳନକୁ ସମାଜ, ସଭ୍ୟତା, ସଂସ୍କୃତି ଓ ପରିବାରକୁ ଧ୍ୱଂସ କରିବାପାଇଁ ପାଶ୍ଚାତ୍ୟ ଶ୍ୱେତକାୟଙ୍କ ଷଡଯନ୍ତ୍ର ବୋଲି କୁହାଯାଉଛି । ଆମ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ‘ଜେଣ୍ଡର ଷ୍ଟଡି’ ବିଭାଗମାନ ଖୋଲାଯାଇଛି । ଏମାନେ ପୁରୁଷକୁ ରାକ୍ଷସ ଓ ସ୍ତ୍ରୀକୁ ପରୀ ମାନସିକତାରୁ ଊଦ୍ଧ୍ୱର୍କୁ ଉଠି ସ୍ତ୍ରୀ-ପୁରୁଷ ପରିବାରରେ ଓ ସମାଜରେ କିଭଳି ଶାନ୍ତି ଓ ଆନନ୍ଦରେ ରହିବେ, ସେ ସମ୍ପର୍କରେ ଅଧିକ ଗବେଷଣା କରନ୍ତୁ । ବିଦେଶୀ ବିଚାର ଅପେକ୍ଷା ଦେଶୀ ଉପାୟ ଅନ୍ୱେଷଣ କରନ୍ତୁ । ଦେଶୀ ସାହିତ୍ୟ ସୃଷ୍ଟି କରନ୍ତୁ । ଯେଉଁ ଦେଶର ଲୋକେ ନିଜ ପରିବାର ଓ ସମାଜକୁ ଧ୍ୱଂସ କରି ସାରିଲେଣି, ସେମାନେ ଆମକୁ ପରିବାର, ଅଧିକାର ଓ ପୁରୁଷ-ସ୍ତ୍ରୀ ସମ୍ପର୍କ ବିଷୟରେ କ’ଣ ଆଉ ଶିଖାଇବେ ? ସ୍ତ୍ରୀ ଶକ୍ତି ସମ୍ପର୍କରେ ଭାରତର ସମୃଦ୍ଧ ସାଂସ୍କୃତିକ ଓ ସାମାଜିକ ପରମ୍ପରାକୁ ପୁନରୁଦ୍ଧାର କରାଯାଇ ତା’ର ପ୍ରଚାର, ପ୍ରସାର, ବିଚାର ଓ ବ୍ୟବହାର କରାଯାଉ ।

୧୪ ଅଗଷ୍ଟ, ୨୦୦୮

ବିକଳ୍ପ ବିଶ୍ୱ ୪୫