ପୃଷ୍ଠା:Bikalpa Biswa.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରୁଥିବା ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଯେଉଁ ମାନ୍ୟବର ଏବେ ପ୍ରତିନିଧିତ୍ୱ କରୁଛନ୍ତି - ସେ ଜଣେ ‘ହିଷ୍ଟରି ସିଟର୍’ ଓ ତାଙ୍କ ନାଁରେ ୪୨ଟି ଅପରାଧର କେଶ୍ ଚାଲିଛି ବୋଲି ପ୍ରକାଶ ପାଇଛି । ଗାନ୍ଧିଜୀଙ୍କ ଜନ୍ମସ୍ଥାନ ପୋର ବନ୍ଦର ଏବେ ସୈତାନଙ୍କ ଆଡ୍‌ଡାସ୍ଥଳ । ଲୋକସଭାରେ ଶତକଡା ୩୦ ଭାଗରୁ ଅଧିକ ସଭ୍ୟଙ୍କ ଅପରାଧ ଇତିହାସ ରହିଛି ।

ଏବେ କର୍ଣ୍ଣାଟକ ବିଧାନସଭାକୁ ନୂତନ ନିର୍ବାଚିତ ୨୨୪ ଜଣ ଏମଏଲ୍ଏଙ୍କ ମଧ୍ୟରୁ ୪୦ ଜଣଙ୍କ କ୍ରିମିନାଲ ରେକର୍ଡ଼ ଅଛି । ଏହା ମଧ୍ୟରୁ ୪ ଜଣ ହେଉଛନ୍ତି ଚାରିଭାଇ - ସମସ୍ତେ ଅପରାଧୀ । ସୁବିଧାରେ ଧନ୍ଦା ଚଲାଇବାପାଇଁ ବିଭିନ୍ନ ରାଜନୈତିକ ଦଳରୁ ଟିକଟ ହାସଲ କରି ଚାରି ଭାଇରୁ ତିନି ଭାଇ ନିର୍ବାଚନ ଜିତି ଆସିଛନ୍ତି । ସବୁ ବଡ଼ ପାର୍ଟିରେ ଜଣେ ଲେଖାଏଁ ଅଛନ୍ତି । ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ହରିଆନା, ଗୁଜୁରାଟ, ଦିଲ୍ଲୀ ବିଧାନସଭାମାନଙ୍କରେ ଅପରାଧ ଇତିହାସ ଥିବା ସଭ୍ୟଙ୍କ ସଂଖ୍ୟା ଗତ ୨୦ ବର୍ଷ ଭିତରେ ବଢ଼ି ଆସୁଥିଲା । କିନ୍ତୁ ଏବେ ସେମାନଙ୍କ ସଂଖ୍ୟା ୨୦୬ ରୁ କମି ୧୬୦ ରେ ପହଞ୍ଚିଛି ବୋଲି ଗର୍ବର ସହ ପ୍ରଚାର ହେଉଛି । ପୂବର୍ତନ କେନ୍ଦ୍ର ରେଳବାଇ ମନ୍ତ୍ରୀ ଜାଫର ସରିଫ୍ ନିଜ ଅପରାଧୀ ଭାଇ ସାମିଉଲ୍ଲାଙ୍କୁ ଟିକଟ ନ ମିଳିବାରୁ କଂଗ୍ରେସ ଦଳ ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ । କେରଳରେ ପୂବତନ ମୁଖ୍ୟମନ୍ତ୍ରୀ କରୁଣାକରନ୍ ନିଜ ବଦନାମୀ ପୁତ୍ରକୁ କ୍ଷମତାରେ ରଖିବାପାଇଁ ଚେଷ୍ଟା ଜାରି ରଖିଛନ୍ତି ।

କିନ୍ତୁ ଶୁଭ ଖବର ଯେ, ଦେଶରେ ନୀତିହୀନ ରାଜନୀତି ବିରୁଦ୍ଧରେ ପ୍ରତିବାର ସ୍ୱର ଦୃଢ଼ରୁ ଦୃଢ଼ତର ହେଉଛି । ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ’ର କେତେକ ପ୍ରଫେସର ଏକାଠି ହୋଇ ‘ଗଣତାନ୍ତ୍ରିକ ସଂସ୍କାର ସଙ୍ଘ’ ନାମରେ ଏକ ସଂସ୍ଥା ଗଠନ କରି କାମ ଆରମ୍ଭ କରିଛନ୍ତି । ୧୯୯୯ ମସିହାରେ ଏହି ସଙ୍ଘ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ନିବେଦନ କରିଥିଲା ଯେ, ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀ ନିଜର ସମ୍ପତ୍ତି ଓ ଆପରାଧିକ ଇତିହାସ ସତ୍ୟପାଠ ମାଧ୍ୟମରେ ଭୋଟରମାନଙ୍କୁ ଜଣାଇବାପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରୀ କରନ୍ତୁ । ହାଇକୋର୍ଟ ଏହା ସପକ୍ଷରେ ରାୟ ଦେବାରୁ ସରକାର ଏହା ବିରୁଦ୍ଧରେ ସୁପ୍ରିମ୍‌କୋର୍ଟରେ ଅପିଲ୍ କରିଥିଲେ । ସୁପ୍ରିମ୍‌କୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟ କାୟମ ରଖିବାରୁ ୨୧ଟି ରାଜନୈତିକ ଦଳ ଏକାଠି ହୋଇ ଏହି ନିଷ୍ପତ୍ତି ବିରୁଦ୍ଧରେ ଅର୍ଡିନାନ୍‌ସ ବା ଅଧ୍ୟାଦେଶ ଜାରି କରିବାକୁ କେନ୍ଦ୍ର ସରକାର ଉପରେ ପ୍ରବଳ ଚାପ ପକାଇଲେ । ନାଚାର ସରକାର ଅର୍ଡିନାନ୍‌ସ ଜାରି ବି କଲେ । କିନ୍ତୁ ସୁପ୍ରିମ୍‌କୋର୍ଟ ଅର୍ଡିନାନ୍‌ସକୁ ନାକଚ କରି

୪୮ ବିକଳ୍ପ ବିଶ୍ୱ