ପୃଷ୍ଠା:Bikalpa Biswa.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେବାରୁ ନୀତିହୀନ ରାଜନୀତି ସପକ୍ଷରେ ବହୁଦଳୀୟ ମିଳିତ ଉଦ୍ୟମ ଫସର ଫାଟିଗଲା । ଦୁଃଖର କଥା ଯେ, ଅତୀତରେ ଆମ ଦେଶର ବିଚାରାଳୟମାନେ ମାନବାଧିକାର, ସମାଜ ରାଜନୀତିକୁ ବିବାଦ ଓ ଦୁର୍ନୀତିମୁକ୍ତ ରଖିବାପାଇଁ ଯେଉଁ ରାୟ ସବୁ ଦେଇଛନ୍ତି, ସେ ସବୁକୁ ଅର୍ଡିନାନ୍‌ସ ଜାରି କରି ରଦ୍ଦ କରିବାକୁ ଚେଷ୍ଟା କରାଯାଇଛି । ତଥାକଥିତ ବିଚାରବନ୍ତ ଲୋକେ ଏହା ବିରୁଦ୍ଧରେ ପାଟି ଫିଟାଉ ନାହାନ୍ତି । ତେବେ ଆମର ଗଣମାଧ୍ୟମ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କଯୋଗୁଁ ଏ ସବୁ ସମସ୍ୟା ବେଳେ ବେଳେ ଲୋକଲୋଚନକୁ ଆସୁଛି ।

ଏବେ ଖବର ମିଳିଛି ଯେ ଦେଶର ବାରଶହ ସ୍ୱେଚ୍ଛାସେବୀ ସଂସ୍ଥା ‘ଇଲେକ୍‌ସନ୍ ୱାଚ୍’ ନାମରେ ଏକ ନୂଆ ସଂସ୍ଥା ଗଢ଼ି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ଅପରାଧର ରେକର୍ଡ଼ ଭୋଟରମାନଙ୍କ ସାମନାରେ ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ନେତା ଓ ଦଳମାନେ ନିର୍ବାଚନରେ କେତେ ଅର୍ଥ ବ୍ୟୟ କରୁଛନ୍ତି ଓ ସେ ଅର୍ଥ କୋଉଠୁ କେମିତି ଆଣୁଛନ୍ତି, ତା ଉପରେ ଏହି ସଂଗଠନ ନଜର ରଖିବ । ଏଥିପାଇଁ ସୂଚନା ଅଧିକାର ଆଇନ୍‌ର ପୂର୍ଣ୍ଣ ଉପଯୋଗ କରାଯିବ । ତେବେ ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳଙ୍କର ମତ ହେଲା ଯେହେତୁ ଧାରଣା, ବନ୍ଦ, ରାଲି ହେଉଛି ଆଇନସମ୍ମତ ଗାଣତାନ୍ତ୍ରିକ ଅଧିକାର ଏବଂ ଏହି ଅଧିକାର ପ୍ରୟୋଗ ବେଳେ ନେତାମାନେ ଗିରଫ ହେଉଛନ୍ତି ଓ ପୋଲିସ୍ ଏହାକୁ ରେକର୍ଡରେ ଅପରାଧ ଭାବରେ ଦର୍ଶାଉଛି, ପ୍ରାର୍ଥୀମାନେ ଏହାଦ୍ୱାରା ଅଯଥା ଅସୁବିଧାରେ ପଡ଼ିବେ । କିନ୍ତୁ ସତକଥା ହେଲା, କ୍ଷମତାରେ ଥିବା ଦଳୀୟ ସଭ୍ୟଙ୍କ ପ୍ରଭାବ ଏତେ ବେଶୀ ଯେ ସହଜରେ ତାଙ୍କ ନାଁରେ କେଶ୍ କରିହୁଏ ନାହିଁ । କିଛିିଦିନ ତଳେ ଓଡ଼ିଶାର ଜଣେ ବିଧାନସଭା ସଦସ୍ୟ ଜେଲ୍‌ରୁ ଜବରଦସ୍ତ ନିଜ ସମର୍ଥକ କଏଦୀମାନଙ୍କୁ ମୁକ୍ତ କରି ଆଣିଥିବା ଖବର ପ୍ରକାଶ ପାଇଥିଲା ।

ଚାରୋଟି କାରଣରୁ ରାଜନୀତିକ ଦଳମାନେ ରୋଗ୍ ବା ଦାଗୀମାନଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଇଥାନ୍ତି । ସେଗୁଡିକ ହେଲା ବାହୁବଳ, ଧନବଳ ଓ ଶସ୍ତ୍ରବଳ ଏବଂ ଏହି ସବୁ କାରଣରୁ ନିର୍ବାଚନ ଜିତିବାର ଶକ୍ତି । କିନ୍ତୁ ଲୋକଶକ୍ତି ଏକଜୁଟ ହେଲେ ନିଶ୍ଚୟ ଦିନେ ନୀତିହୀନ ରାଜନୀତି ବନ୍ଦ ହେବ । ଏପରିକି ବିଭିନ୍ନ ରାଜନୈତିକ ଦଳରେ ଥିବା ଅନେକ ସଭ୍ୟ ମଧ୍ୟ ଏ ବିଷୟରେ ସ୍ୱର ଉତ୍ତୋଳନ କଲେଣି । ନିର୍ବାଚନ କମିଶନ ନୂଆ ନୂଆ ଅଙ୍କୁଶ ଲଗାଇଲେଣି । ଏଣୁ ଆଗାମୀ ଦିନମାନଙ୍କରେ ଆମ ଦେଶର ରାଜନୀତି ପୂର୍ବାପେକ୍ଷା ଅଧିକ ନିର୍ମଳ ହେବାର ଆଶା ସଞ୍ଚାର ହେଲାଣି । ସଚ୍ଚୋଟ, ନୀତିବାନ୍

ବିକଳ୍ପ ବିଶ୍ୱ ୪୯