ପୃଷ୍ଠା:Bikalpa Biswa.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଧିକ ସଚେତନ ହେଲେଣି । ଇଂଲଣ୍ଡରେ ଶାକାହାରୀଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲାଣି । ଏମାନଙ୍କ ସ୍ଲୋଗାନ୍ ହେଲା- ‘ଲଭ୍ ଦି ଲାଇଫ୍’ । ମାଂସାହାରୀଙ୍କ ତୁଳନାରେ ଏମାନେ ଅଧିକ ଦିନ ବଞ୍ଚୁଛନ୍ତି । ଅପରେସନ୍ ପରେ ଏମାନଙ୍କ କ୍ଷତ ଚଞ୍ଚଳ ଶୁଖୁଛି । ଶାକାହାରୀଙ୍କ କ୍ଷେତ୍ରରେ କ୍ୟାନସର ରୋଗ ଓ ହୃଦ୍‌ରୋଗ ମାଂସାହାରୀଙ୍କ ଅପେକ୍ଷା ୪୦ ଭାଗ କମ୍ । କୋଲେଷ୍ଟ୍ରଲ ୫୦ ଭାଗ କମ୍ । ପେଟ ରୋଗ ୬୦ ଭାଗ କମ୍ । ଦାନ୍ତ ରୋଗ ୬୫ ଭାଗ କମ୍ । ଆମେରିକାନ୍ ଜର୍ନାଲ ଅଫ୍ କ୍ଲନିକାଲ ନିଉଟ୍ରିସନ୍‌ର ଏକ ଅଧ୍ୟୟନ ଅନୁସାରେ ଅଧିକ ଫଳ ଓ ଶାକ ସବଜି ଖାଉଥିବା ଲୋକଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ରହେ ଓ ମାଂସାହାରୀଙ୍କ ହାଡ଼ ଅଧିକ ଓ ଶୀଘ୍ର ଦୁର୍ବଳ ହୋଇଯାଏ ।

ଗତ ୬୫ ବର୍ଷ ଭିତରେ ଜୀବନଧାରଣର ମାନ ବୃଦ୍ଧି ହେତୁ ଭାରତ ସମେତ ବିକାଶଶୀଳ ଦେଶମାନଙ୍କରେ ମାଂସାହାରୀଙ୍କ ସଂଖ୍ୟା ଶତକଡା ୩୦ ଭାଗ ବଢ଼ିଥିବା ବେଳେ ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଓ ପାଶ୍ଚାତ୍ୟ ଦେଶମାନଙ୍କରେ ୨୫ରୁ ୪୫ ଭାଗ କମିଯାଇଛନ୍ତି । ତା ମଧ୍ୟରୁ ୬୧ ଭାଗ ଲୋକେ ପଶୁପକ୍ଷୀ ପ୍ରତି ନିଷ୍ଠୁରତା ଓ ସେମାନଙ୍କ ବଞ୍ଚିବା ଅଧିକାର ପ୍ରତି ସମର୍ଥନ କାରଣରୁ ମାଂସାହାର ତ୍ୟାଗ କରୁଛନ୍ତି । ଆଉ ୨୬ ଭାଗ ଲୋକ ବିବେକର ତାଡ଼ନା କାରଣରୁ ଓ ଉତ୍ତମ ସ୍ୱାସ୍ଥ୍ୟପାଇଁ ମାଂସାହାର ଛାଡ଼ି ଦେଇଛନ୍ତି । ଇଂଲଣ୍ଡରେ ଆଉ ଏକ ସର୍ବେକ୍ଷଣରେ ମାଂସାହାରୀଙ୍କୁ ପଚରା ଯାଇଥିଲା, ଯଦି ଆପଣଙ୍କୁ ନିଜେ ମାରି ଖାଇବାକୁ କୁହାଯିବ ତେବେ ଆପଣ ମାଂସ ଖାଇବେ ? ଅଧିକାଂଶ ଉତ୍ତରରେ କହିଲେ ନିଜେ ଜନ୍ତୁଙ୍କୁ ମାରି ଖାଇବା ଅପେକ୍ଷା ମାଂସ ଭକ୍ଷଣକୁ ପୁରାପୁରି ତ୍ୟାଗ କରିବାକୁ ସେମାନେ ପସନ୍ଦ କରିବେ ।

ଯେଉଁମାନଙ୍କ ମାଂସ ଆମେ ଖାଉ, ସେମାନେ ସମସ୍ତେ ଶାକାହାରୀ, ମାଂସାହାରୀ ନୁହଁନ୍ତି । ହିସାବ କରାଯାଇଛି ୧୮ କେଜି ଖାଦ୍ୟ ଶସ୍ୟରୁ ୧ କେଜି ମାଂସ ସୃଷ୍ଟି ହୁଏ । ତେଣୁ ଯଦି ଜଣେ ଶାକାହାରୀଙ୍କ ଚଳିବାପାଇଁ ଏକ ଏକର ଜମି ଦରକାର ହୁଏ, ଜଣେ ମାଂସାହାରୀଙ୍କପାଇଁ ୧୮ ଏକର ଜମି ଦରକାର ପଡ଼େ । ଭାରତରେ ମାଂସାହାରୀଙ୍କ ସଂଖ୍ୟା ୪୨ କୋଟି ଏବଂ ଯଦି ଦେଶର ୧୦୦ କୋଟି ଯାକ ଲୋକେ ମାଂସାହାରପାଇଁ ନିଷ୍ପତ୍ତି ନେବେ, ଆମ ଦେଶର ସବୁ ଧାନ, ଗହମ ଓ ଅନ୍ୟ ଶସ୍ୟାଗାରରେ ଗଚ୍ଛିତ ଖାଦ୍ୟ ତିନିମାସରେ ସରିଯିବ, ଗୋଚର ପଦା ହୋଇଯିବ, କ୍ରମାଗତ ଦୁର୍ଭିକ୍ଷ ଲାଗିରହିବ, ଅନ୍ୟ ଦେଶରୁ ଚାଉଳ, ଗହମ, ପଶୁ ଖାଦ୍ୟ ଓ ମାଂସ ଆମଦାନୀରେ ଆମ ସବୁ ବିଦେଶୀ ମୁଦ୍ରା ପାଣ୍ଠି ଆଠ ମାସରେ ଶେଷ ହୋଇଯିବ । ରୋଗ ଓ ଋଣ ବଢିବ, ଅର୍ଥନୀତି ଦୁର୍ବଳ ହୋଇଯିବ, ପରିବେଶର ସତ୍ୟାନାଶ ହେବ । ବାଂଲାଦେଶ, ପାକିସ୍ଥାନ ଭଳି ଆମର ବିକଳ୍ପ ବିଶ୍ୱ

୮୫