ପୃଷ୍ଠା:Galpa swalpa.djvu/୫୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଳ୍ପସ୍ୱଳ୍ପ

ମୋତେ ବାପା ପାଖକୁ ପଠାଇ ଦେବାକୁ କହେ । ଦଳେଇ ଯିମିତି ଧାର୍ମିକ, ତା ପୁଅଟା ସେହିପରି କୁଳାଙ୍ଗାର, ପାଷଣ୍ଡ । ମଦ, ଆପୁ,ଗଞ୍ଜେଇ କିଛି ନିଶା ତାକୁ ଅଣ୍ଟେ ନାହିଁ । ଘରେ ଯୁବତୀ ବୋହୂ, ତାକୁ ଅନାଏ ନାହିଁ । ଗାଁ ବୋହୂ ଝିଅ ତା ଡରରେ ଘରୁ ବାହାରନ୍ତି ନାହିଁ । ମୋ ଉପରେ ଅତ୍ୟାଚାର କରେ, ନାନା କୁକଥା କହେ । ଦଳେଇ ଭାର୍ଯ୍ୟା ସେଥିଲାଗି ମୋତେ କାନିଗଣ୍ଠିଲି କରି ରଖିଥାଏ । ମୁଁ ବି ତା ଶରଣ ପଶିଥାଏଁ । ତଥାପି ଟିକିଏ ବେଳ ପାଇଲେ ନାନା କୁକଥା କହେ । ଆଉ ସହି ପାରିଲି ନାହିଁ । ସେଦିନ ରାତିରେ ବୁଡ଼ି ମରିବା ପାଇଁ ଆସିଥିଲି । ଦୁଷ୍ଟଟା ବାଟରେ ଧରିଥିଲା, ତୁମେ ରକ୍ଷା କଲ । ତେତେବେଳେ ତୁମକୁ ଚିହ୍ନି ନ ଥିଲି । ମନରେ କଲି, ପ୍ରଭୁ ସ୍ୱର୍ଗରୁ ଆସି ମୋତେ କୋଳ କରି ନେଲେ |"

ଯୁଧିଷ୍ଟିର ସାହୁ ଆଉ ବିଷୟ ଅଶୟ କିଛିବୁଝେ ନାହିଁ । ଝିଅ ଜୁଆଇଁଙ୍କୁ ସବୁ ସମ୍ପିଦେଇ ଦିନ ରାତି ବସି ହରି ନାମ ଜପୁଥାଏ |

****


ସଭ୍ୟ ଜମିଦାର

ବାବୁ ବଳରାମ ବଳ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ । ଉତ୍କଳର ସମସ୍ତ ବେପରୀଙ୍କର ଦଣ୍ଡିଦାର । ସମସ୍ତ ମାଲ ଆମଦାନି ରପ୍ତାନି ତାଙ୍କ ହାତ ବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର ବର୍ଷ ତଳର କଥା । ରେଳ ନାମ ତ କେହି ଶୁଣି ନ ଥିଲେ, ଷ୍ଟୀମର ମଧ୍ୟ ଚଳୁନଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା ଆମଦାନି ମାଲ ମଧ୍ୟରେ ଧୁଆଁପତ୍ର ପ୍ରଧାନ । କଲିକତାରୁ ମାଲ ଆସି ବାଲେଶ୍ୱର ବନ୍ଦରରେ ଜାହାଜରୁ ଘାଟ ଭିଡେ । ସେ ସ୍ଥାନରୁ ଶଗଡ଼ରେ ସମସ୍ତ ଉତ୍କଳକୁ ଚଲାଣ ହୁଏ, ଏଥିପାଇଁ ସମସ୍ତ ଉତ୍କଳରେ କଲିକତୀ ଧୂଆଁପତ୍ରର ନାମ ବାଲେଶ୍ୱରୀ । ହେଲେ ବାଲେଶ୍ୱରୀ ଲୋକେ ଧୂଆଁପତ୍ର କେବେ ଦେଖି ନାହାନ୍ତି ।

ଧୂଆଁପତ୍ର କାରବାର ବଡ କଠିଣ । ଘୋଡ଼ାଚଢ଼; ମହାଜନ କଥା ପଦକେ ଘାସ କାଟେ-ଘାସକଟା ଘୋଡ଼ା ଚଢ଼େ । ମହାଜନେ ବୋଲନ୍ତି, 'ଦୋକ୍ତା କାରବାର ଆଉ ଗୋଖର ସାପ ଖେଳାଇବା ଏକା କଥା ।' ବାସନାରେ ରଙ୍ଗରେ ମାଲ ସମାନ । ସେହି ମାଲ ମହଣ କୋଡ଼ିଏ ତ 'ସେହି ମାଲ ମହଣ ଚାଳିଶ ଟଙ୍କା । ଚିହ୍ନରା ଦଣ୍ଡିଦାର ନ ଧରି ଲୋକେ ଧୁଆଁପତ୍ର କିଣିବାକୁ ଭରସନ୍ତି ନାହିଁ । ବଳରାମ ବଳେ ଜଣେ ଭଲ ଚିହ୍ନରା, ଏଥିପାଇଁ ଓଡିଶାରେ ନାମଡାକ ।

ମହାଜନଙ୍କ ଘର ଯାଜପୁର ଅଞ୍ଚଳରେ । ଗ୍ରାମ ନାମ ଜଣା ନାହିଁ । ମହାଜନ ଥରେ ଗ୍ରାମକୁ ଆସିଥିଲେ । ଦଶ ବାର ବର୍ଷର ଛେଉଣ୍ଡ ପିଲା ଗୋପାଳିଆ ଗାଁରେ ବୁଲୁଥିଲା । ଜାତିପୁଅଟା ଅନାସ୍ଥା ହେଇ ବୁଲୁଛି, ଦୟାକରି ସାଙ୍ଗରେ ଘେନିଗଲେ । ଗୋପାଳ ଗଦିରେ ଥାଏ । ଖାଉଛି ତ ଖାଉଛି, ଅଛି ତ ଅଛି, ତାକୁ ଦେଖୁଛି କିଏ- ପଚରାପଚରିର ଦରକାର କଣ ? ଦିନେ ରାତିରେ କଣ ହେଲା କି, ମହାଜନ ଜଣେ ସ‌ଉଦାଗର ପାଖରୁ ପାଞ୍ଚଟା ଆକବରୀ ମୋହର କିଣିଲେ । ବାବୁଙ୍କ ମନ ଭାରି ଖୁସି । ମିଳିବା ପଦାର୍ଥ ନୁହେ, ବାକସରେ ରଖି ପୂଜା କରିବେ । ମୋହର ପୁଟୁଳାଟି ଧରି ବସିଥାନ୍ତି, କେତେବେଳେ ତଳେ ରଖି ଦେଲେଣି । ପାଇକାର, ମହାଜନ, ମୋଟିଆ, ମଜୁରିଆ ହିସାବପତ୍ର ଛିଡ଼ିବାକୁ ରାତି ଛ ଘଡ଼ି । ବାବୁଙ୍କର ହୋବ ନାହିଁ, ଗଦି ବନ୍ଦ କରି ଉଠିଗଲେ । ତାହିଁ ଆରଦିନ ସକାଳେ ଗୋପାଳ ଯିମିତି ଉଠିଛି, ଗଦିରେ ମୋହର ପୁଟୁଳା ଉପରେ ନଜର ପଡିଗଲା, ହାତରେ ଧରି ବାବୁଙ୍କ