ପୃଷ୍ଠା:Galpa swalpa.djvu/୯୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


କେଉଁଠୁ? ତୁ ଯାହାକୁ ଅଜଗର ସାପ କ ହୁଛୁ, ସେ ସାପ ନୁହେଁ-ସୂର୍ଯ୍ୟବଂଶର ରାଜା ନହୁଷ। ବ୍ରାହ୍ମଣମାନଙ୍କୁ ଆପୃ କରି ତାଙ୍କ କାନ୍ଧ ଉପରେ ଚଢ଼ିଥିଲା। ବ୍ରାହ୍ମଣମାନେ ବୁ ସିମିତି ଖପା ହୋଇ ଅଭିଶାପ ଦେଲେ। ରାଜା ସାଙ୍ଗେ ସାଙ୍ଗେ ଅଜଗର ସାପ ପାଲଟି ଗଲା। ଦେଖିଲୁ ଆଗେ କିମିତି ବ୍ରାହ୍ମଣମାନଙ୍କର ତେଜ ଥିଲା?

ଗଣପତି-ଆଜି ବି କଣ ତେଜ ନାହିଁ? ଯଜମାନଙ୍କୁ, ଯାତ୍ରୀଙ୍କୁ ଛାନିଆ କରି ପକାଉଛନ୍ତି।

ଅଜା-(ଟିକିଏ ରାଗିଯାଇ କହିଲେ) କଣ? ବ୍ରାହ୍ମଣ ନିନ୍ଦା କରୁଛୁ?

ଗଣପତି-ନାହିଁ ନାହିଁ ଅଜା, ମୁଁ ଥଟ୍ଟା କରି କହିଲି। ଆଚ୍ଛା, ମହାଭାରତର ଆଉ ଗୋଟିଏ କଥା ଶୁଣନ୍ତୁ। ଗୋଟିଏ ଶୁଆ ଚଢ଼େଇ ବଣ ଭିତରେ ବସା ବାନ୍ଧିଥିଲା। ସଞ୍ଜବେଳେ ଜଣେ ଅତିଥି ତା ଦୁଆରେ ପହ୍ଞ୍ଚିଲେ। ଶୁଆଟି ବଡ଼ ଅତିଥି ସେବା କରେ। ସେ କଣ କଲା ନା, ଧାଇଁ ଯାଇ ଚଞ୍ଚଳ ଅତିଥିଙ୍କୁ ଗୋଡ଼ ଧୋଇବାକୁ ପାଣି ଦେଲା, ଆସନ ଖଣ୍ଡିଏ ପକାଇଦେଲା, ଆଉ ଭୋଜନପାଇଁ କିଛି ଚାଉଳ ଆଣି ଦେଲା। ଅତିଥି ଭାତ ରାନ୍ଧିଲେ। ମଲା ଯା! ତିଅଣ ଯେ ନାହିଁ! ଅତିଥି କଣ କଲେ କି, ତୁନି ଯାଇ ଶୁଆ ବେକ ମୋଡ଼ି ଦେଲେ। ତା ମାଉଁସ ତରକାରି କରି ସୁନ୍ଦର ଭୋଜନ କଲେ। ଆଚ୍ଛା ଅଜା, ଶୁଆ ଯେ ଚାଉଳ ଆଣି ଦେଲା, ତା ଘରେ ଚାଉଳ କିଏ କୁଟି ଦେଲା? ଶୁଆଣୀ କୁଟିଦେଲା ପରା?

ଅଜା ତ ଟିକିଏ ହ ଇରାଣରେ ପଡ଼ିଗଲେ-। ଅଣ୍ଟାରୁ ନାସଦାନୀ କାଢ଼ି ଲାଗ ଲାଗ ତିନି ଚାରି ଟିପା ନାସ ଶୁଙ୍ଘି ଦେଲେଣି। ତହିଁ ଉତ୍ତାରେ ଖନେଇ ଖନେଇ କହିଲେ, "ଆଚ୍ଛା ଗଣି, ମୁଁ ଉଛୁଣି ଭଲ ବୁଝି ପାରୁନାହିଁ। କାଲି ମୁଁ ତତେ ବେଶ କରି କହିବି, ବେଶ ବୁଝି ପାରିବୁ। ମୁଁ ଟୀକା ପଢ଼ି ନାହିଁ। ରାମ ମିଶ୍ରେ ବେଶ ସଂସ୍କୃତ ଜାଣନ୍ତି। ସେ ଟୀକା ପଢ଼ିଛନ୍ତି-ସେ ବୁଝାଇ ଦେବେ।"

ଗଣପତି-ଆଚ୍ଛା ଅଜା, ଆଉ ଦିନେ ଦୁଇଜଣ ସାଙ୍ଗସୁଙ୍ଗା ହୋଇ ମିଶ୍ରଙ୍କ କତିକି ବୁଝାବୁଝି କରିବାଲାଗି ଯିବା। ଆଉ ଗୋଟିଏ କଥା ମୋତେ ବୁଝାଇ ଦେଉନ୍ତୁ, ଦେଖେଁ। ପିଲା ଶ୍ରୀକୃଷ୍ଣ ଗୋପପୁରେ ଥିଲେ। ତାଙ୍କୁ ମାରି ପକାଇବାପାଇଁ କଂସ ପୂତନା ରାକ୍ଷସୀକୁ ପଠାଇ ଦେଲା। ସେ ପୂତନା କଣ କଲା କି, ନାରୀ ବେଶ ଧରି ଆପଣ ସ୍ତନରେ ବିଷ ଭର୍ତ୍ତିକରି ହୋପପୁରକୁ ଆସିଲା। ଶ୍ରୀକୃଷ୍ଣ ବିଷ ମିଶା କରି ତା ସ୍ତନ ଚଁ କରି ଟାଣି ଦେଲେ, ପୂତନା ରଡ଼ିଟାଏ କରି ମରି ପଡ଼ିଗଲା। ସେ କଥା ମହାଭାରତରେ ବି ଲେଖା ଅଛି। ଶ୍ରୀକୃଷ୍ଣ ଜନ୍ମବେଳେ ଗୋଟାଏ ଶକୁନି ଗ୍ରାମରେ ଆସି ବସିଲା। ଶକୁନି ଅର୍ଥ ପୂତନା। ମହାଭାରତରେ ପୂତନା କଥା ଏହିପରି ଲେଖା। ଆଉ ଗୋଟାଏ ପୁରାଣରେ ଲେଖାଅଛି ପିଲାବେଳେ ଶ୍ରୀକୃଷ୍ଣଙ୍କୁ ପିହୁଡ଼ା ରୋଗ ହୋଇଥିଲା। ପିହୁଡ଼ା ରୋଗ ପୂତନା। ବୋଇଲ ଅଜା, କେଉଁ ପୁରାଣଟା ସତ? ଆଚ୍ଛା ଅଜା! ପୂତନା ତ ଊଣେଇଶ ଯୋଜନ ମାଡ଼ି ପଡ଼ିଲା, ତେବେ ଗୋପପୁରରେ ଯେତେ ମଣିଷ, ଗୋରୁ, ପଶୁ, ପକ୍ଷୀ ଥିଲେ, ସବୁ ତ ଚାପା ପଡ଼ି ମରିଗଲେ-ଗୋପପୁରର ସବୁ ଗଉଡ଼ ବଂଶ ବି ମରିଗଲେ? କାହିଁ, ସେ କଥା ତ କେଉଁ ପୁରାଣରେ ହେଲେ ଲେଖା ନାହିଁ।

ଅଜା ତ ବଡ଼ ହ ଇରାଣରେ ପଡ଼ିଲେଣି। କିଛି ଉତ୍ତର ନ ଦେଇ ପାରି କେବଳ ନାସ ଶୁଙ୍ଘୁଛନ୍ତି। ଶେଷରେ କହିଲେ, "ହଇ ରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି। ସତ, ଗୋପପୁରଟା ତ ଏତେ ବଡ଼