ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବହସି ବପୁଷି ବିଷଦେ ବସନଂ ଜଳଦାଭଂ ହଳହତିଭୀତିମିଳତଯମୁନାଭଂ କେଶବ ! ଧୃତ-ହଳଧରରୂପ ଜୟ ଜଗଦୀଶ ହରେ ।୧୨।
ତୃତୀୟ ଛାନ୍ଦ ।
ରାଗ ଗୁଜ୍ଜରୀ ।
ଶୁଣ ହେ ସୁଜନେ ଏଥୁଁ ରସବଚନ । ମିଳିଲେ ଋତୁରାନନ ବସନ୍ତ ଦିନ ।୧। କାନ୍ତ ବିଚ୍ଛେଦେ ଯୁବତୀ ଜ୍ୱର ସମାନ । ଧଇର୍ଯ୍ୟବନକୁ କି ଏ ଦାବଦହନ ।୨। ଏସନ ସମୟେ ତହିଁ ରାଧା ସୁନ୍ଦରୀ । କୃଷ୍ଣର ବିରହେ ତନୁ ମଦନେ ଘାରି ।୩। ତେଜିଣ ସଦନ ବୁଲେ ଘୋର ବିପିନେ । ମାଧବକୁ ଅନୁସର ଲୋଡ଼ଇ ବନେ ।୪। ଅତି ସୁକୁମାର କରଚରଣତଳ । ମାଧବୀ କୁସୁମଦଳ ତନୁ କୋମଳ ।୫। ମନସିଜ