ଗୀତଗୋବିନ୍ଦ ।
ଗୋପକଦମ୍ବନିତମ୍ବବତୀମୁଖଚୁମ୍ବିତଲମ୍ବିତ ଲୋଭଂ । ବନ୍ଧୁଜୀବମଧୁରାଧରପଲ୍ଲବମୁଲ୍ଲସିତସ୍ମିତଶୋଭଂ । ବିପୁଳପୁଲକଭୁଜପଲ୍ଲବବଳୟିତ-ବଲ୍ଲବଯୁବତୀ ସହସ୍ରଂ । କରଚରଣୋରସିମଣି ଗଣଭୁଷଣକିରବିଭିନ୍ନତମିସ୍ରଂ ।୫। ଜଳଦପଟଳଚଳଦିନ୍ଦୁବିନିନ୍ଦକତନ୍ଦନତିଳକଲଲାଟଂ । ପୀନପୟାଧଉପରିସରମର୍ଦ୍ଦନନିର୍ଦ୍ଦୟହୃଦୟ କପାଟଂ ।୬। ମଣିମୟମକରମନୋହରକୁଣ୍ତଳମଣ୍ତିତଗଣ୍ତମୁଦାରଂ । ପୀତବସନମନୁଗତମୁନିମନୁଜସୁରାସୂରବରପରିବାରଂ ।୭। ବିଷଦକଦମ୍ବତଳେ ମିଳିତଂ ତଳିକଲୁସଭୟଂ ଶମୟନ୍ତଂ । ମାମପି କିମପିତରଙ୍ଗଦନଙ୍ଗଦୃଶା ମନସାରମୟନ୍ତଂ ।୮। ଶ୍ରୀଜୟଦେବଭଣିତମଦିସୁନ୍ଦରମୋହନମଧୁରିପୁରୂପଂ । ହରିଚରଣସ୍ମରଣଂ ପ୍ରତିସଂପ୍ରତି ପୁଣ୍ୟବତାମନୁରୂପଂ ।୯।
ଦେଖି କାମିନୀ କରୁଛନ୍ତି ଦୁଃଖ ।୪। ମୟୂରପୁଚ୍ଛର ଚନ୍ଦ୍ରିକାମାଳି । କୁଟିଳକେଶେ ବଢ଼ାଇ ମଣ୍ତଳୀ । ଯେସନେ ନୀଳ ଜଳଦରମଧ୍ୟେ । ଇନ୍ଦ୍ରଚାପ କି ସେ ହୋଇଛି ଉଦେ । ତା ମୋହନ ଚୂଳ । ଚାହିଁଲେ ଚତୁରୀ ଚିତ୍ତଆକୁଳ । ୫। ଗୋପନାୟିକା ମିତମ୍ବିନୀବୃନ୍ଦ । ବଦନ ବିକଶିତ ଅରବିନ୍ଦ । ଚୁମ୍ବନ ଦେବାକୁ ଲୋଭେ ସୁନ୍ଦରୀ । ବଳିଛି ମଧୁରାଧର ମୁରାରି । ବିଧୁକର ଆଭା । ଉଲ୍ଲସିତ ଦରହାସରେ ଶୋଭା ।। ସହସ୍ରେ ବ୍ରଜନାରୀ କରେ କୋଳ । ପୁଲକିତ ଅତି ଭୁଜ ଯୁଗଳ । କରେ କଙ୍କଣ ହୃଦରେ ଭୁଷଣ । ପାଦେ ନୂପୁର ନାନା ମଣିଗଣ । ଏ ଜ୍ୟୋତି ପ୍ରକାଶ । କୁଞ୍ଜସଦନେ ଅନ୍ଧକାର ନାଶ ।୭। ଚଳନ୍ତେ ଅଶିତ ଘଟପଟଳ । ଯେସନେ ପ୍ରକାଶ ଶଶିମଣ୍ତଳ । ଚନ୍ଦନବିନ୍ଦୁ ତିଳକ ତେସନ । ହରିଭାଲପଟେ ଅତିଶୋଭନ । ଘନକୁଚଭାର । ମଦ୍ଦନେ ହୃର୍ଦୟ ନିର୍ଦ୍ଦୟ ଯାର